ଦୁଇଦିନ ପୂର୍ବେ ଜନ୍ମ ହୋଇଥିବା ନବଜାତର ଜୀବନ ନେଲା କରୋନା :  ଦେଶରେ ସବୁଠୁ କମ୍‌ ବୟସ୍କଙ୍କର କରୋନା ଯୋଗୁଁ ମୃତ୍ୟୁ

Published: Aug 3, 2020, 12:27 pm IST

ତ୍ରିପୁରା : କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 18 ଲକ୍ଷ ପାର କରି ସାରିଛି । ତ୍ରିପୁରାରେ କରୋନା ଯୋଗୁଁ ଏକ ନବଜାତର ମୃତ୍ୟୁ ହୋଇଛି । ଏହି ଶିଶୁଟି ସବୁଠୁ କମ ବୟସ୍କ ଭାବେ ମୃତ୍ୟୁ ବରଣ କରିଛି ।

ଦୁଇ ଦିନ ପୂର୍ବେ ଜନ୍ମ ହୋଇଥିବା ଏହି ଶିଶୁଟିର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଶିଶୁଟିର ମା’ ସଂକ୍ରମିତ ହୋଇଥିବାବେଳେ ଜନ୍ମିତ ଶିଶୁଟି ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଛି ।

Related posts