Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ୍‌ ନିୟମ ଉଲ୍ଲଂଘନ: ଦୋକାନ ସିଲ କରିବା ସହ ଜରିମାନା ଆଦାୟ କଲେ ବାଣପୁର ପ୍ରଶାସନ
ଆଜିର ଖବର

କୋଭିଡ୍‌ ନିୟମ ଉଲ୍ଲଂଘନ: ଦୋକାନ ସିଲ କରିବା ସହ ଜରିମାନା ଆଦାୟ କଲେ ବାଣପୁର ପ୍ରଶାସନ

August 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ଭିଡିଓ କନଫେରେନ୍ସରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ପ୍ରତିନିଧିଙ୍କ ସହ ଆଲୋଚନା କରି ନିର୍ଦିଷ୍ଟ ସମୟ ଯାଏଁ ସର୍ତ୍ତମୂଳକ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଏହି ନିୟମ ଗୁଡିକରେ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଥିବାସ୍ଥଳେ ଦୋକାନ ଓ ଗ୍ରାହକ ମଧ୍ୟରେ ୬ଫୁଟ ଦୂରତ୍ଵ ରକ୍ଷା କରିବା ସହ ମାସ୍କ ପିନ୍ଧିବା ଏବଂ ସାନିଟାଇଜେସନ ମଧ୍ୟ ବାଧ୍ୟତାମୂଳକ କରାଯାଇଅଛି। ଯଦି କୌଣସି ଦୋକାନରେ ଏହାର ବ୍ୟତିକ୍ରମ ଘଟେ ତାହାଲେ ସମ୍ପୃକ୍ତ ଦୋକାନ ଉପରେ ଜରିମାନା ଏବଂ ଦରକାର ପଡିଲେ ସିଲ କରିବା ପାଇଁ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଆଜି ତତ୍ପର ହୋଇଉଠିଛି ବାଣପୁର ପ୍ରଶାସନ।

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବାଣପୁର ବଜାରରେ ସମ୍ଭାବ୍ୟ ଭିଡ଼କୁ ପରିଲକ୍ଷିତ କରି ସକାଳେ ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନିଆଲ ବଜାରରେ ପାଟ୍ରୋଲିଂକୁ କଡ଼ାକଡ଼ି କରିଥିଲେ। ଖାସ କରି ସହରର ବିଭିନ୍ନ ମିଠା ଦୋକାନ ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବାରୁ କୋଭିଡ ନିୟମ ଉଲଂଘନରେ ସହରର ଏକ ପ୍ରମୁଖ ମିଠା ଦୋକାନୀ ରୁ ୫୦୦୦ ଟଙ୍କା ଜରିମାନା ଆଦାୟ କରିବା ସହ ବାଣପୁର ପୋଲିସ ସହଯୋଗ ରେ ଉକ୍ତ ଦୋକାନକୁ ସିଲ କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। ଅନୁରୂପ ଭାବେ ପଲଟନ ପଡ଼ିଆର ଦୁଇ ଗୋଟି ମିଠା ଦୋକାନଠୁ ୨୦୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। ଉକ୍ତ ଚଢ଼ାଉରେ ବାଣପୁର ପୋଲିସ ଏବଂ ଏନ.ଏ.ସି କର୍ମଚାରୀ ସାମିଲ ଥିଲେ।

ଲୋକଙ୍କୁ ଦୋକାନୀମାନେ କଟକଣାକୁ ମାନିବାକୁ ଅନୁରୋଧ କରୁଥିଲେ ମଧ୍ୟ ଜୋରଜବରଦସ୍ତି ଦୋକାନ ଭିତରେ ଗ୍ରାହକମାନେ ପସି ମିଠା କିଣୁଥିବା ସମୟରେ ପ୍ରଶାସନର ଦୃଷ୍ଟିଗୋଚର ହୋଇଥିଲା। ଫଳରେ ଅମାନିଆ ଗ୍ରାହକଙ୍କ କାରଣରୁ ଦୋକାନୀଙ୍କ ସମସ୍ୟା ସୃଷ୍ଟି ହେଉଛି।

ଅନୁରୂପ ଭାବେ ଆଜି ବାଣପୁର ତହସିଲଦାର ଶ୍ରୀ ମନ୍ମଥ ବେହେରା ତହସିଲ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ନାଚୁଣୀ ଫାଣ୍ଡି କର୍ମଚାରୀଙ୍କ ସହଯୋଗରେ ନାଚୁଣୀ ବଜାରର ଗାଙ୍ଗୁରାମ ମିଠା ଦୋକାନକୁ ସାତ ଦିନ ପାଇଁ ସିଲ କରିବା ସହିତ ୫୦୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି। ଉକ୍ତ ଦୋକାନରେ କୋଭିଡ ଗାଇଡ଼ଲାଇନର ଖୋଲାଖୋଲି ଉଲଂଘନ ହୋଇଥିବାର ଦେଖିବାକୁ ପାଇଥିଲେ ତହସିଲଦାର।  ଆଗାମୀ ଦିନରେ ଏହି କଟକଣା କୁ ଅଧିକ କଡାକଡି କରାଯିବା ସହ ପାଟ୍ରୋଲିଂ ଜୋରଦାର କରାଯିବ ବୋଲି ତହସିଲଦାର ମନ୍ମଥ ବେହେରା, ବାଣପୁର ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ଏବଂ ଏନଏସି କାର୍ଯନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିଆଲ ସୂଚନା ଦେଇଛନ୍ତି।

କୋଭିଡ୍‌ ନିୟମ ଉଲ୍ଲଂଘନ ଖୋର୍ଦ୍ଧା ଜିଲ୍ଲାପାଳ ଜରିମାନା ଆଦାୟ ବାଣପୁର ପ୍ରଶାସନ
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.