Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଗେଟ୍‌ ଭାଙ୍ଗି ସ୍ବାମୀ-ସ୍ତ୍ରୀଙ୍କ ହତ୍ୟା କଲା ପଡୋଶୀ, ଶେଷରେ ନିଜେ ବିଷ ଖାଇ କଲା ଆତ୍ମହତ୍ୟା
ଅପରାଧ

ଗେଟ୍‌ ଭାଙ୍ଗି ସ୍ବାମୀ-ସ୍ତ୍ରୀଙ୍କ ହତ୍ୟା କଲା ପଡୋଶୀ, ଶେଷରେ ନିଜେ ବିଷ ଖାଇ କଲା ଆତ୍ମହତ୍ୟା

August 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Murder mystery revel of kalimegha murder case

ଦିଲ୍ଲୀ: ଜଣେ ପଡୋଶୀ ଅନ୍ୟ ଜଣେ ପଡୋଶୀଙ୍କ ଘରେ ପଶି ରକ୍ତର ଖେଳ ଖେଳିଛି। ବିହାରର ଦୁଇ ପରିବାରର ଦିଲ୍ଲୀରେ ଦୁଇ ପଡୋଶୀ ଭାବେ ରହୁଥିବାବେଳେ  ଜଣେ ପଡୋଶୀ ଅନ୍ୟ ଦୁଇ ପଡୋଶୀଙ୍କର ଗଳା କାଟି ହତ୍ୟା କରିବା ସହ ନିଜେ ମଧ୍ୟ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦିଲ୍ଲୀର ନରେଲା ଥାନା କ୍ଷେତ୍ରରେ ଘଟିଛି।

ଦିଲ୍ଳୀର ନରେଲା ଥାନା ଅଞ୍ଚଳରେ ରହୁଥିବା ବାଙ୍କନେର୍‌ ଗ୍ରାମର ସ୍ବାମୀ –ସ୍ତ୍ରୀଙ୍କର ଗଳା କାଟି ହତ୍ୟା କରାଯାଇଛି । ହତ୍ୟାକାରୀ ଜଣକ ହତ୍ୟା କରିବା ପରେ ବିଷ ଖାଇ ଆତ୍ମହତ୍ୟା କରିଛି। ମିଳିଥିବା ସୂଚନା ଅନୁସାରେ ବିହାରର ମୂଳ ନିବାସୀ ଦୁଇ ଜଣ ଦିଲ୍ଲୀରେ ଦୁହେଁ ଦୁଇଜଣ ପଡୋଶୀ ଭାବେ ଅବସ୍ଥାନ କରୁଥିଲେ। ଦୁହେଁ ଦିଲ୍ଲୀରେ ଭଡାରେ ରହୁଥିଲେ। ହତ୍ୟା କରିଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ମୋହମ୍ମ ମୁସ୍ତାକ୍‌। ମୃତ୍ୟୁବରଣ କରିଥିବା ସ୍ବାମୀ-ସ୍ତ୍ରୀ ହେଉଛନ୍ତି ମୋହମ୍ମଦ ହାସିମ୍‌ ଓ ମିନ୍ନତ ଖାତୁମ୍‌।

ଗତକାଲି ସନ୍ଧ୍ୟାରେ ମୋହମ୍ମଦ ହାସିମ୍‌ ଓ ମିନ୍ନତ ଖାତୁମ୍‌ ନିଜ ଘରେ ଶୋଇଥିବାବେଳେ ମୁସ୍ତାକ୍‌ ଆସି ଜୋର୍‌ରେ ଗେଟ୍‌ ବାଡେଇଥିଲେ। ଯେତେବେଳେ  କେହି ଗୋଟ୍‌ ଖୋଲି ନଥିଲେ। ରାଗରେ ମୁସ୍ତାକ୍‌ ଗେଟ୍‌ ତାଡି ଘରେ ପଶି ଘରେ ଶୋଇଥିବା ମୋହମ୍ମଦ ହାସିମ୍‌ ଓ ମିନ୍ନତ ଖାତୁମଙ୍କର ଗଳା କାଟି ହତ୍ୟା କରିଥିଲା। ମୁସ୍ତାକ ଦୁହିଁଙ୍କ ହତ୍ୟା କରିବା ପରେ ନିଜେ ବିଷ ଖାଇ ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ମୁସ୍ତାକକୁ ହସ୍ପିଟାଲ ନେବା ବାଟରେ ସେ ମୃତ୍ୟୁବରଣ କରିଛି।

ମୁସ୍ତାକ ଜଣେ ଇ-ରିକ୍ସା ଚାଳକ ଥିବାବେଳେ ତାଙ୍କ ବୟସ 50 ବର୍ଷ ବୋଲି ସୂଚନା ରହିଛି। ସେହିପରି ମୋହମ୍ମଦ ହାସିମ୍‌ ଜଣେ ମେକାନିକ୍‌ର କାମ କରୁଥିଲେ। ଛୋଟ ପିଲାଙ୍କ ସାମ୍ନାରେ ମା-ବାପାଙ୍କ ହତ୍ୟା କରିଥିଲା ମୁସ୍ତାକ। ତେବେ ପୋଲିସ୍‌ ଶବକୁ ପୋଷ୍ଟମର୍ଟମ୍‌ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣର ଯୋଗୁଁ ପଡୋଶୀ ଜଣକ ଏପରି ଜଘନ୍ୟ କାଣ୍ଡ ଘଟାଇଲେ, ତାହା ଜଣାପଡିନାହିଁ। (ଏଜେନ୍ସି)

doublemurder suicide
Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

ପୁଟିନଙ୍କ ସହ ଦେଢ଼ ଘଣ୍ଟା ଧରି କଥା ହେଲେ ଟ୍ରମ୍ପ

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026
Latest News

ବାଲୁଗାଁ: ରାଉତରାପଲ୍ଲୀ ଗ୍ରାମରେ ୪ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ, ଆସନ୍ତାକାଲି ପୂର୍ଣ୍ଣାହୁତି

April 30, 2026

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

ପୁଟିନଙ୍କ ସହ ଦେଢ଼ ଘଣ୍ଟା ଧରି କଥା ହେଲେ ଟ୍ରମ୍ପ

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.