Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସରକାର ଭାଙ୍ଗିଲା ବେରୁତ୍‌ ଧମାକା : ଇସ୍ତଫା ଦେଲେ ଲେବାନନ୍‌ ପ୍ରଧାନମନ୍ତ୍ରୀ
ଅନ୍ତରାଷ୍ଟ୍ରୀୟ

ସରକାର ଭାଙ୍ଗିଲା ବେରୁତ୍‌ ଧମାକା : ଇସ୍ତଫା ଦେଲେ ଲେବାନନ୍‌ ପ୍ରଧାନମନ୍ତ୍ରୀ

August 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବେରୁତ୍‌ : ବେରୁତ୍‌ରେ ଘଟିଥିବା ବିସ୍ଫୋରଣ ଉଗ୍ର ରୂପ ଲେବାନନର ରାଜନୀତିରେ ଦୃଶ୍ୟମାନ ହୋଇଛି । ବେରୁ୍ତ୍‌ ଧମାକା ଲେବାନନର ସରକାର ଭାଙ୍ଗି ଦେଇଛି । ବେରୁତ୍‌ ଧମାକା ପରେ ଲେବାନନର ପ୍ରଧାନମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସୋମବାର ରାତ୍ରିରେ ଇସ୍ତଫା ଦେଇଥିବାର ସୂଚନା ରହିଛି । ନିକଟରେ ବେରୁତ୍‌ରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣ ପରେ ଏହା ବିରୋଧରେ ଲେବାନନ୍‌ରେ ବିରୋଧ ଜାରି ରହିଛି ।

ଗତ ଅଗଷ୍ଟ 4 ତାରିଖରେ ବେରୁତ୍‌ରେ ଅମୋନିଆ ନାଇଟ୍ରେଟ୍‌ ସ୍ଥଳରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଲେବାନନ୍‌ର ଇତିହାସରେ ଏଭଳି ଘଟଣା ପୂର୍ବରୁ କେବେ ଘଟିନଥିଲା । ଏହି ବିସ୍ଫୋରଣରେ 160 ଜଣଙ୍କର ମୃତ୍ୟୁ ହୋଇଥିବାସ୍ଥଳେ 6 ହଜାରରୁ ଉର୍ଦ୍ଧ୍ବ ଲୋକେ ଆହତ ହୋଇଛନ୍ତି । ବେରୁତ୍‌ ଧମାକା ପରେ ଜନତାଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ପୂରା ଲେବାନନ୍‌ରେ ବିରୋଧ ପ୍ରଦର୍ଶନ ଆରମ୍ଭ ହେବା ସହିତ ସରକାରଙ୍କ ଇସ୍ତଫା ଦାବି ହୋଇଥିଲା । ଗତ କିଛି ଦିନ ଭିତରେ ଲେବାନନ୍‌ର ତିନିଜଣ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଏହା ପରେ ଲେବାନନ୍‌ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବାର ଘୋଷଣା କରିବା ଲେବାନନ୍‌ ବାସୀଙ୍କୁ ଈଶ୍ବର ରକ୍ଷା କରନ୍ତୁ ବୋଲି କହିଥିଲେ ।

ଗତ ବର୍ଷ ଅକ୍ଟୋବର ମାସରୁ ହିଁ ଲେବାନନ୍‌ରେ ସରକାର ବିରୋଧରେ ସ୍ବର ଉଠିଆସୁଥିଲା । କିନ୍ତୁ ବେରୁତ୍‌ ଧାମାକା ପରେ ଏହି ସ୍ବର ଏତେ ତୀବ୍ର ଓ କଠୋର ହେଲା ଯେ, ବାଧ୍ୟ ହୋଇ ସରକାର ଇସ୍ତଫା ଦେଇଛନ୍ତି । ଲେବାନନ୍‌ ସରକାର ଭ୍ରଷ୍ଟାଚାରର ଏତେ ମାତ୍ରାରେ ବୁଡି ରହିଛନ୍ତି ଯେ, ଲୋକ କଲ୍ୟାଣ ଲାଗି କିଛି ବି  ନିଘା ରଖୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଲେବାନନ ବାସୀ ।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ହସନ୍‌ ଡେବ୍‌ ଲେବାନନ୍‌ର ଏହି ଅବସ୍ଥା ପାଇଁ ଭ୍ରଷ୍ଟ ନେତାଙ୍କୁ ଦାୟୀ କରିଛନ୍ତି । ହସନ୍‌ କହିଛନ୍ତି ଯେ, ଦେଶରେ ଭ୍ରଷ୍ଟାଚାର ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି, ଯାହା ପୂରା ସିଷ୍ଟମ୍‌କୁ ପଙ୍ଗକୁ କରି ଦେଇଛି । ଏବେ ଏହାକୁ ଈଶ୍ବର ହିଁ ରକ୍ଷା କରିପାରିବେ ବୋଲି କହିଛନ୍ତି ହସନ୍‌ । ହସନ୍‌ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଆମେରିକା ୟୁନିଭର୍ସିଟି ଅଫ୍‌ ବେରୁତ୍‌ରେ ପ୍ରଫେସର ଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026
Latest News

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.