Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଖୁସି ଖବର: କୋଭିଡ19 ଟୀକା ଆସିଲେ ଦେଶରେ କେମିତି ଦିଆଯିବ, ସେ ନେଇ ଆରମ୍ଭ ହେଲା ଆଲୋଚନା
ଜାତୀୟ ଖବର

ଖୁସି ଖବର: କୋଭିଡ19 ଟୀକା ଆସିଲେ ଦେଶରେ କେମିତି ଦିଆଯିବ, ସେ ନେଇ ଆରମ୍ଭ ହେଲା ଆଲୋଚନା

August 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କୋଭିଡ-୧୯ ସମ୍ଭାବ୍ୟ ଟୀକା ପାଇଁ ଗଠିତ ଜାତୀୟ ବିଶେଷଜ୍ଞ ଦଳର ଏକ ବୈଠକ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି । ନୀତି ଆୟୋଗ ସଦସ୍ୟ ଡଃ ଭି.କେ. ପଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ଏଥିରେ ସହଅଧ୍ୟକ୍ଷତା କରିଥିଲେ।

ବିଶେଷଜ୍ଞ ଦଳର ଏହି ବୈଠକରେ କୋଭିଡ-୧୯ ଟୀକାର ପରିକଳ୍ପନାଠାରୁ ଆରମ୍ଭ କରି ଏହାର ଡିଜିଟାଲ ଭିତ୍ତିଭୂମି ପରିଚାଳନା ଓ ଟୀକାକରଣ ନିମନ୍ତେ ଚିହ୍ନଟ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଦେଶରେ କୋଭିଡ-୧୯ ଟୀକା ପରିଚାଳନା ନିମନ୍ତେ ସ୍ଵଚ୍ଛାସେବୀ ଚିହ୍ନଟ ପ୍ରକ୍ରିୟା ଓ ଟୀକାକରଣ ପାଇଁ ଗଠିତ ସ୍ଥାୟୀ ବୈଷୟିକ ପରାମର୍ଶଦାତା ସବକମିଟିର ମତାମତ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଉଭୟ ଦେଶୀୟ ଓ ବିଦେଶୀ ଟୀକା ନିର୍ମାଣ ଏବଂ ଟୀକାକରଣ ପାଇଁ ଜନସଂଖ୍ୟାର ମାନକ ନିର୍ଦ୍ଧାରଣ ଭଳି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।

ବିଶେଷଜ୍ଞ ଦଳ କୋଭିଡ-୧୯ ଟୀକା ପାଇଁ ଆବଶ୍ୟକ ଅର୍ଥ ଓ ଏହାର ସମ୍ଭାବ୍ୟ ଉପଲବ୍ଧତା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଏହାଛଡା ଏବାବଦ ବିସ୍ତୃତ ରଣନୀତି ଓ ସମ୍ଭାବ୍ୟ ଆବଶ୍ୟକତା ତଥା ବିତରଣ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଟୀକାର ନିରାପତ୍ତା, ଯାଞ୍ଚ ଓ ଏ କ୍ଷେତ୍ରରେ ଜନସମାଜର ସହାୟତା, ସ୍ଵଚ୍ଛ ତଥ୍ୟ ଓ ଜନସଚେତନତା ସୃଷ୍ଟି ବିଷୟରେ ଆଲୋଚନା ହୋଇଥିଲା।

ଟୀକା ସମ୍ପର୍କରେ ଭାରତର ମୁଖ୍ୟ ପଡୋଶୀମାନଙ୍କୁ ସାହାଯ୍ୟ ଓ ଟୀକା ପ୍ରସ୍ତୁତି ନେଇ ଅଂଶୀଦାର ଦେଶମାନଙ୍କ ଯୋଗଦାନ ସମ୍ପର୍କରେ ମଧ୍ୟ ସଦସ୍ୟଗଣ ଆଲୋଚନା କରିଥିଲେ । ଭାରତ ଦେଶୀୟ ଟୀକା ପ୍ରସ୍ତୁତିର ସାମର୍ଥ୍ୟର ସମ୍ଭାବନା ଓ ଏଥିରେ ଭାରତ ବାହାର ଦେଶମାନଙ୍କର ଯୋଗଦାନ ଓ ଟୀକାର ଶୀଘ୍ର ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା ହୋଇଥିଲା। କେବଳ ଭାରତ ନୁହେଁ, ଅନ୍ୟାନ୍ୟ ଦେଶର ନିମ୍ନ ଓ ମଧ୍ୟମ ଆୟ ବର୍ଗର ଲୋକମାଙ୍କୁ କିପରି ଉପଲବ୍ଧ ହୋଇପାରିବ ସେନେଇ ମଧ୍ୟ ସଦସ୍ୟମାନେ ଆଲୋଚନା କରିଥିଲେ ।

ଟୀକା ପାଇବା ପାଇଁ ଅନ୍ୟ କୌଣସି ମାର୍ଗ ଅବଲମ୍ବନ ନ କରିବା ପାଇଁ ସମିତି ପକ୍ଷରୁ ସମସ୍ତ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।

Covid19 Vaccine
Share. Facebook Twitter LinkedIn Email WhatsApp Copy Link

Related Posts

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026
Latest News

ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼

April 28, 2026

ଆୟୁର୍ବେଦ, ହୋମିଓପାଥିକ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ବୃଦ୍ଧି

April 28, 2026

“ସୁନାର କେନ୍ଦୁଝର” ପାଇଁ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ

April 28, 2026

ଶଶ୍ଵର ଘରେ ଜ୍ଵାଇଁଙ୍କୁ ପେଟ୍ରୋଲ ଢାଳି ହତ୍ୟା

April 28, 2026

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.