Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀ ବଗଲା ଧର୍ମଶାଳା ବିକ୍ରି ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଆଜିର ଖବର

ପୁରୀ ବଗଲା ଧର୍ମଶାଳା ବିକ୍ରି ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

August 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ପୁରୀ ଶ୍ରୀ ଜଗନ୍ନାଥଙ୍କ ସମ୍ପତି ବଗଲା ଧର୍ମଶାଳାକୁ ପୁରୀ ଜିଲ୍ଲାପାଳ ବେଆଇନ ଭାବରେ ବିକ୍ରି କରିବା ପ୍ରତିବାଦରେ ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ପକ୍ଷରୁ ଜଗତସିଂହପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ସଂଯୋଜକ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅଭିଯୋଗ ଅନୁଯାୟୀ ୧୯୦୫ ମସିହାରେ କହ୍ନେଇଲାଲ୍ ବଗଲା ଏହାକୁ ନିର୍ମାଣ କରି ଶ୍ରୀ ଜଗନ୍ନାଥ ମହାପ୍ରଭଙ୍କୁୁ ଦାନ କରିଥିଲେ। ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତ ମାନଙ୍କୁ ସ୍ୱଳ୍ପ ମୁଲ୍ୟରେ ରହିବା ସୁବିଧା ଯୋଗାଇଦେବା ପାଇଁ ଏହାକୁ ଶ୍ରୀ କହ୍ନେଇଲାଲ୍ ନିର୍ମାଣ କରିଥିଲେ। ଭକ୍ତମାନେ ମଧ୍ୟ ଏକଶହ ବର୍ଷ ହେଲା ସ୍ୱଳ୍ପ ମୁଲ୍ୟରେ ରହିଆସୁଥିଲେ।

ପରବର୍ତ୍ତୀ ସମୟରେ ପୁରୀ ଜିଲ୍ଲାପାଳ ଏହାର ପରିଚାଳନା ଦାୟିତ୍ବ ନେଇଥିଲେ। କିନ୍ତୁ ଦୁଃଖରେ ବିଷୟ ପୁରୀ ଜିଲ୍ଲାପାଳ ଅଗଷ୍ଟ ୫ରୁ ୧୨ତାରିଖ ମଧ୍ୟରେ ଏହି ଜମିର କିଛି ଅଂଶ ୬ଭାଗକରି ବିକ୍ରି କବଲା ହୋଇଥିବା ବେଳେ ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ପ୍ରସାଦ ଯୋଜନାରେ ୧୮କୋଟି ଟଙ୍କା ବଗଲା ଧର୍ମଶାଳାର ଉନ୍ନତି କରଣ ପାଇଁ ଦେଇଛନ୍ତି। ପ୍ରାୟ ୧୬କୋଟି ଟଙ୍କା ଖର୍ଚ୍ଚ ହୋଇପାରିନଥିବା ଅଭିଯୋଗ ହୋଇଛି।

ଏହି ବେଆଇନ୍ ଜମିବିକ୍ରି ପ୍ରତିବାଦରେ ଆଜି ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନର କର୍ମକର୍ତ୍ତା ଅରୁଣ କୁମାର ଆଚାର୍ଯ୍ୟ, ଅଜୟ କୁମାର ଜେନା, ମାନସ ରଞ୍ଜନ ସ୍ୱାଇଁ, ବୀରବର ଦଳାଇ,ବେଣୁଧର ନାୟକ ସୁବାସ ସ୍ୱାଇଁ ପ୍ରମୁଖ ଯୋଗଦେଇ ପୁରୀ ଜ଼ିଲ୍ଲାପାଳଙ୍କ ଏଭଳି କାର୍ଯ୍ୟ କୁ ଘୋର ନିନ୍ଦା କରିବା ସହିତ କଟୁ ସମାଲୋଚନା କରି ଜଗତସିଂହପୁର ଜ଼ିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଜଗତସିଂହପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପୁରୀ ଜିଲ୍ଲାପାଳ ବଗଲା ଧର୍ମଶାଳା
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.