ନିଜ ପଦବୀରୁ ଇସ୍ତଫା ଦେଲେ ଟିକ୍‌ଟକ୍‌ ସିଇଓ

Published: Aug 27, 2020, 12:52 pm IST

ନୂଆଦିଲ୍ଲୀ : ଟିକଟକ ସିଇଓ କେଭିନ ମେୟର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଆମେରିକାରେ ଟିକଟକ ବ୍ୟାନକୁ ନେଇ ଟ୍ରମ୍ପ ସରକାରଙ୍କୁ ନୋଟିସ ଜାରି କରାଯିବାର ଦୁଇ ଦିନ ମଧ୍ୟରେ କେଭିନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । କମ୍ପାନୀର ଜିଏମ ରହିଥିବା ଭାନେସା ପପ୍ପେସଙ୍କୁ ଅନ୍ତରୀଣ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି । କମ୍ପାନୀକୁ ବିଶ୍ୱସ୍ତରରେ ପ୍ରସିଦ୍ଧ କରାଇବା ତାଙ୍କର ଦାୟିତ୍ବ ରହିଥିଲା । ମାତ୍ର ଭାରତ ଏବଂ ଆମେରିକା ପରି ବଜାରରେ କମ୍ପାନୀକୁ ଅଗ୍ରଣୀ ଭାବରେ ରଖିବାରେ ବିଫଳ ହୋଇଥିବାରୁ ସେ  ଅବ୍ୟାହତି ନେଉଛନ୍ତି ବୋଲି ମେୟର ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ସେହିପରି ଭାରତ ଏବଂ ଆମେରିକାରେ କମ୍ପାନୀ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଶୀଘ୍ର ଉଦ୍ୟମ କରାଯିବ ବୋଲି ବାଇଟଡ୍ୟାନ୍ସ କମ୍ପାନୀର ପ୍ରତିଷ୍ଠାତା ୟିମିଙ୍ଗ ଝାଙ୍ଗ ପ୍ରକାଶ କରିଛନ୍ତି । ଚାରି ମାସ ପୂର୍ବରୁ ମେୟର ଟିକ୍‌ଟିକ୍‌ର ସିଇଓ ହୋଇଥିଲେ । ପୂର୍ବରୁ ସେ ଡିଜ୍‌ନୀର ଟପ୍‌ ଏକ୍‌ଜକ୍ୟୁଟିଭ୍‌ ଥିଲେ ।

Related posts