ମୁଖ୍ୟମନ୍ତ୍ରୀ ରିଲଫ୍ ଫଣ୍ଡକୁ ଦାନ

Published: Aug 27, 2020, 9:45 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଚିକିଟି ମହାବିଦ୍ୟାଳୟ ଏବଂ ଚିକିଟି ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ କୋଭିଡ଼୍‌-୧୯ ପାଇଁ ଉପଜିଲ୍ଲାପାଳଙ୍କ ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆଜି ଚିକିଟି କଲେଜର କର୍ମକର୍ତ୍ତାମାନେ ଏକାଠି କରିଥିବା ୮୦ ହଜାର ଟଙ୍କାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ିଡ଼ି ଆକାରରେ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଥିଲେ।

ସେହିପରି ଚିକିଟି ତହସିଲ୍‌ର ତହସିଲ୍‌ଦାର ଏବଂ କର୍ମଚାରୀମାନେ ଏକତ୍ରିତ କରି ଜମା କରିଥିବା ୩୫ହଜାର ୫ଶହ ଟଙ୍କା ଡ଼ିଡ଼ିକୁ ତହସିଲ୍‌ଦାର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

Related posts