ରେଳ ଯାତାୟତ ପୁନଃ ଚାଲୁ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

Published: Aug 28, 2020, 10:15 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି କେସରିୟା ହିନ୍ଦୁ ବାହିନୀ ତରଫରୁ ଗଂଜାମ ଏବଂ ବ୍ରହ୍ମପୁରରେ ସମସ୍ତ ରେଳ ଯାତାୟତ ପୁନଃ ଚାଲୁ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣ ଅହରହ ବୃଦ୍ଧି ଯୋଗୁଁ ଜୁଲାଇ ୨୯ ତାରିଖରୁ ବ୍ରହ୍ମପୁର ଏବଂ ବାଲୁଗାଁ ରେଳଷ୍ଟେସନରେ ଯାତ୍ରୀବାହୀ ରେଳ ଚଳାଚଳ ବନ୍ଦ କରାଯାଇଥିଲା। କିନ୍ତୁ ଜନସାଧାରଣ ଭୁବନେଶ୍ୱରରେ ଓହ୍ଲାଇ ଗଂଜାମକୁ କାର୍ କରି ଆସିବା ଅତ୍ୟନ୍ତ ଖର୍ଚ୍ଚାନ୍ତ ଏବଂ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଆଜି ଗଂଜାମ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦ୍ୱାରା ପୁନଃ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି।

କେସରୀୟା ହିନ୍ଦୁ ବାହିନୀର ଜିଲ୍ଲା ସଭାପତି ମଧୁସୂଦନ ସାହୁ, ରାଜ୍ୟ ଯୁବ ସଂଯୋଜକ ଗଜେନ୍ଦ୍ର ଚୌଧୁରୀ, ବ୍ରହ୍ମପୁର ମହାନଗର ସଭାପତି ନରେଶ କୁମାର ବେହେରା, ଜିଲ୍ଲା ଶୈକ୍ଷଣିକ ପ୍ରବନ୍ଧକ ପଦ୍ମଚରଣ ଦାସ, ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷ ମନୋରଂଜନ ମହାପାତ୍ର, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ କେଦାର ରାଉଳ, ଉମାଶଙ୍କର ପାଣି, ଅରୁଣ କୁମାର ପାଣିଗ୍ରାହୀ, ବୃନ୍ଦାବନ ବେହେରା, ଅମ୍ବୁଜା ଚରଣ ସାହୁ, ବିଷ୍ଣୁ ଦେବ, ରବି ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Related posts