ଟୋକିଓ : ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଅସୁସ୍ଥତା କାରଣରୁ ଶାସନ ଭାରରୁ ଓହରି ଯାଇଥିବା ବେଳେ ତାଙ୍କ ସ୍ଥାନରେ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି କ୍ୟାବିନେଟ ସଚିବ ୟୋସିହିଦେ ସୁଗା । ସୋମବାର ୟୋସିହିଦେ ଦଳର ନେତା ଭାବରେ ନିର୍ବାଚିତ ହୋଇଥିବା ବେଳେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି ବୋଲି ଆଲୋଚନା ହେଉଛି । ଲିବେରାଲ ଡେମୋକ୍ରାଟିକ ପାର୍ଟିର 534 ଜଣ ସଦସ୍ୟଙ୍କ ମଧ୍ୟରୁ 377 ଜଣ ୟୋସିହିଦେଙ୍କ ସପକ୍ଷରେ ଭୋଟ କରିଥିଲେ । ଏହି ନିର୍ବାଚନରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବା ଏବଂ ଏଡିଏଫ ନିୟାମକ ମୁଖ୍ୟ ଫୁମିଓ କିଶିଦା ପ୍ରତିଦ୍ୱନ୍ଦିତା କରିଥିଲେ । ଆସନ୍ତା ବୁଧବାର ଦିନ ସଂସଦୀୟ ଭୋଟରେ ୟୋସିହିଦେ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ସ୍ପଷ୍ଟ ହୋଇଛି । ସରକାରଙ୍କ ପ୍ରମୁଖ ପରାମର୍ଶଦାତା ରହିଥିବା ୟୋସିହିଦେ ସିଞ୍ଜୋ ଆବେଙ୍କ ବଡ ସମର୍ଥକ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଜାପାନର ସବୁଠାରୁ ଅଧିକ ସମୟ ପ୍ରଧାନମନ୍ତ୍ରୀ ରହିଥିବା ସିଞ୍ଜୋ ଆବେ ଅସୁସ୍ଥତା କାରଣରୁ ନିଜ ପଦବୀରୁ ଓହରି ଯାଇଥିଲେ ।
ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା !
Published:
Sep 14, 2020, 5:18 pm IST
Tags: