ସାହିତ୍ୟ ପାଇଁ ଲୁଇସ୍‌ ଗ୍ଲୁକଙ୍କୁ ମିଳିବ ନୋବେଲ୍‌

Published: Oct 8, 2020, 4:48 pm IST

ନୂଆଦିଲ୍ଲୀ : ସାହିତ୍ୟ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଆମେରିକା କବୟିତ୍ରୀ ଲୁଇସ୍‌ ଗ୍ଲୁକ୍‌ଙ୍କୁ ଚଳିତ ବର୍ଷ ପାଇଁ ସାହିତ୍ୟରେ ସମ୍ମାନଜନକ ନୋବେଲ୍‌ ପୁରସ୍କାର ମିଳିବ ନେଇ ଘୋଷଣା କରାଯାଇଛି । ଲୁଇସ୍‌ଙ୍କ ଅନନ୍ୟ କାବ୍ୟାତ୍ମକ ସ୍ବର ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ।

ସୂଚନାଯୋଗ୍ୟ 1901 ମସିହାରୁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଉଛି । 1901 ମସିହାରୁ ନୋବେଲ୍‌ ଫାଉଣ୍ଡେସନ୍‌ ଦ୍ବାରା ଏହି ଆଓ୍ବାର୍ଡ ପ୍ରଦାନ କରାଯାଇଥାଏ। ସ୍ବିଡେନ୍‌ର ବୈଜ୍ଞାନିକ ଆଲଫ୍ରଡ୍‌ ବର୍ଣ୍ଣାଡ୍‌ ନୋବେଲ୍‌ଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଆଲଫ୍ରଡ୍‌ ନୋବେଲ୍‌ଙ୍କ ମୃତ୍ୟୁ ପୂର୍ବରୁ ନିଜ ସମ୍ପତ୍ତିର ଏକ ବଡ ଅଂଶ ଏହି ଟ୍ରଷ୍ଟ ପାଇଁ ସୁରକ୍ଷିତ ରଖାଯାଇଛି । 1901 ମସିହାରେ ପ୍ରଥମେ ନୋବେଲ୍‌ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ନୋବେଲ୍‌ ପୁରସ୍କାରର 119 ବର୍ଷ ମଧ୍ୟରେ ଦୁଇ ଥର ସାହିତ୍ୟରେ ନୋବେଲ୍‌ ପୁରସ୍କାରକୁ ସ୍ଥଗିତ ରଖାଯାଇଥିଲା। 1943 ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହି ପୁରସ୍କାରକୁ ସ୍ଥଗିତ ରଖାଯାଇଥିବାବେଳ ଦ୍ବିତୀୟ ଥର ଏହା 2018 ମସିହାରେ ଏହି ପୁରସ୍କାରକୁ ସ୍ଥଗିତ ରଖାଯାଇଥିଲା । ଯୌନ କେଳେଙ୍କାରୀକୁ ନେଇ 2018 ମସିହାରେ  ସାହିତ୍ୟ ପାଇଁ ନୋବେଲ୍‌ ପୁରସ୍କାରକୁ ବାତିଲ୍ କରାଯାଇଥିଲା । ‌(ଏଜେନ୍ସି)

Related posts