ପୂଜା ଛୁଟି ପରେ ଖୋଲିପାରେ ସ୍କୁଲ

Published: Oct 8, 2020, 5:04 pm IST

ଭୁବନେଶ୍ବର : ପୂଜା ଛୁଟି ପରେ ସ୍କୁଲ ଖୋଲିପାରେ । କରୋନାକୁ ଆଖି ଆଗରେ ରଖି ଛଅ ମାସରୁ ଉର୍ଦ୍ଧ୍ବ ହେବ ସ୍କୁଲଗୁଡିକ ବନ୍ଦ ରହିଛି । ତେବେ ପୂଜା ଛୁଟି ପରେ ସ୍କୁଲ ଖୋଲିବା ନେଇ ଆଶା ଉଜ୍ଜ୍ବଳ ହୋଇଛି ।

ଛଅ ମାସ ଧରି ସ୍କୁଲ ବନ୍ଦ ରହିଥିବା ଯୋଗୁଁ ସ୍କୁଲ ପରିସରକୁ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ଏବଂ ଆସବାବପତ୍ରକୁ ସଫା କରିବାକୁ ନିର୍ଦ୍ଦେଶ ରହିଛି।  ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ  ବନ୍ଦ ରହିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂଜା ଛୁଟି ପରେ ସ୍କୁଲ ଖୋଲିବା ନେଇ ବିଚାର କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ, ଅନଲକ୍‌ 5ରେ  ଅକ୍ଟୋବର 15 ପରେ ବିଦ୍ୟାଳୟ ଓ କୋଚିଂ ପ୍ରତିଷ୍ଠାନ ଖୋଲିବାକୁ ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଦିଆଯାଇଛି ।

Related posts