Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କାଳୁପଡ଼ା ବଜାରରୁ ଗୁରୁତର ଅବସ୍ଥାରେ ମାନସିକ ବିକୃତ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ସ୍ବେଚ୍ଛାସେବୀ
ଆଞ୍ଚଳିକ

କାଳୁପଡ଼ା ବଜାରରୁ ଗୁରୁତର ଅବସ୍ଥାରେ ମାନସିକ ବିକୃତ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ସ୍ବେଚ୍ଛାସେବୀ

October 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧୀନସ୍ଥ କାଳୁପଡା ଘାଟ ବଜାରରୁ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ବ୍ୟକ୍ତିଜଣଙ୍କ ଗୁରୁତର ଆହତ ହୋଇ ଏକ ଘଞ୍ଚ ବୁଦା ଭିତରେ ପଡିଥିଲେ। ସ୍ଥାନୀୟ ଯୁବକମାନେ ଆହତ ବ୍ୟକ୍ତିଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖି ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ସଂଗଠନର ନଜରକୁ ଆଣିଥିଲେ।

ସଂଗଠନର ଅଧ୍ୟକ୍ଷ ଶିଵ ଶଙ୍କର ଦାସଙ୍କ ତତ୍ୱାବଧାନରେ ଏକ ଦଳ କାଳୁପଡା ଘାଟ ଅଞ୍ଚଳର କିଛି ସ୍ଥାନୀୟ ଲୋକଙ୍କ ସହ ମିଶି ସମୃକ୍ତ ରୋଗୀକୁ ସଫା କରିବା ସହ ନୂତନ ବସ୍ତ୍ର ପରିଧାନ କରାଇଥିଲେ। ତାପରେ ତାଙ୍କର ପ୍ରାଥମିକ ଚିକିତ୍ସା କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହାପରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଅଛି।

ଅପର ପକ୍ଷରେ ରୋଗୀର ସମ୍ପୁର୍ଣ୍ଣ ସୁସ୍ଥ ହେବା ଯାଏଁ  ଜୟ ଜଗନ୍ନାଥ ସଂଗଠନ, କଟକ ବ୍ରହ୍ମପୁର ଶାଖା ପକ୍ଷରୁ ସମସ୍ତ ଖର୍ଚ୍ଚ ଭରଣ କରାଯିବ ବୋଲି ସଙ୍ଘର ସଭାପତି ଶିଵ ଶଙ୍କର ଦାସ ସୂଚନା ଦେଇଛନ୍ତି। ଏହି ମହତ୍ତ କାର୍ଯ୍ୟରେ ସ୍ଥାନୀୟ ଯୁବକ ବିନୁ ଦାସ, ବାଇନ ଶ୍ରୀଚନ୍ଦନ, ଦୀପକ ନାଥ, ଦେଵ ସେଠୀ, ଅଜୟ ମହାନ୍ତି, ଶକ୍ତି ଆଚାର୍ଯ୍ୟ ଏବଂ ନିଲୁ ସାହୁ ପ୍ରମୁଖ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିବା ସହ ରୋଗୀଟିର ଦୃତ ଆରୋଗ୍ୟ କାମନା କରିଛନ୍ତି।

ଉଦ୍ଧାର ଗୁରୁତର ମାନସିକ ବିକୃତ ବ୍ୟକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.