Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଯୁବକଙ୍କୁ ଘରୁ ବାହାରକୁ ଆଣିବା ପାଇଁ ଦରକାର ପଡିଲା କ୍ରେନ୍‌, ଜାଣନ୍ତୁ କାରଣ କ’ଣ
ଅନ୍ତରାଷ୍ଟ୍ରୀୟ

ଯୁବକଙ୍କୁ ଘରୁ ବାହାରକୁ ଆଣିବା ପାଇଁ ଦରକାର ପଡିଲା କ୍ରେନ୍‌, ଜାଣନ୍ତୁ କାରଣ କ’ଣ

October 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ସମୟରେ ପ୍ରାୟ ସମେସ୍ତ ଗୋଟିଏ ସମସ୍ୟାର ସମ୍ମୁଖୀନ ହୋଇଥିଲେ, ତାହା ହେଉଛି ଓଜନ ବଢିବା ବା ମୋଟାପା। ଘରେ ରହି ରହି ଖାଇ ପିଇ ପ୍ରାୟତଃ ସମସ୍ତଙ୍କ ଦେହ ଟିକିଏ ଟିକିଏ ଲାଗି ଯାଇଛି । ଘରେ ପୂରାପୂରି ଛ’ରୁ ସାତ ମାସ ରହିବା ପରେ ସମସ୍ତଙ୍କ ଚେହେରାର ଆକାରରେ କିଛି ତ ପରିବର୍ତ୍ତନ ହୋଇଛି । ଯଦି ଜଣେ ଛ-ସାତ ମାସ ଘରେ ରହି ମୋଟା ହୋଇଯାଉଛି, ତେବେ ଭାବନ୍ତୁ ତ ଜଣେ ଯଦି 6ରୁ7 ମାସ ଘରେ ରହି ନିଜ ମନ ପସନ୍ଦର ଚିକେନ୍‌ କବାବ ଓ ଅରେଞ୍ଜଜୁସ୍‌ ପିଇବ, ତେବେ ତା’ ଅବସ୍ଥା କ’ଣ ହେବ ।  ଜଣେ ବ୍ୟକ୍ତି ଘରେ ରହି ନିଜ ମନ ପସନ୍ଦର ଖାଦ୍ୟ ଖାଇ ଏପରି ମୋଟା ହୋଇଯାଇଛନ୍ତି ଯେ, ତାଙ୍କୁ ହସ୍ପିଟାଲ ନେବା ପାଇଁ କ୍ରେନ୍‌ର ସାହାଯ୍ୟ ନେବାକୁ ପଡିଲା ।

ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ବ୍ରିଟେନ୍‌ରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତିଙ୍କୁ କ୍ରେନ୍‌ ସାହାଯ୍ୟରେ ହସ୍ପିଟାଲ ନିଆଯାଇଛି । ବ୍ରିଟେନ୍‌ର ସବୁଠୁ ମୋଟା ବ୍ୟକ୍ତି ନାମରେ ଜଣାଶୁଣା 30 ବର୍ଷୀୟ ଜୈସନ୍‌ ହୋଲଟୋନ୍‌ କ୍ୟାମ୍ପରେଲ୍‌ର ବାସିନ୍ଦା। ତାଙ୍କ ଓଜନ ପ୍ରାୟ 317 କିଲୋ 500 ଗ୍ରାମ ।ସେ ଗତ 5 ବର୍ଷ ହେବ ଘରୁ ବାହାରକୁ ବାହାରି ନାହାନ୍ତି । 2014ମସିହାରେ ତାଙ୍କୁ ବାହାର ଖାଦ୍ୟ ଖାଇବାର ଅଭ୍ୟାସ ହୋଇଯାଇଥିଲା ।  ସେ କେବଳ ବାହାରୁ ଖାଦ୍ୟ ଅର୍ଡର କରି ଖାଉଥିଲେ। ତାଙ୍କ ଡାଏଟ୍‌ରେ ଚିକେନ୍‌ କବାବ, ଚିପ୍ସ, ଚିକେନ ଚାଓମିନ୍‌ ସହ ଦିନକୁ ଦେଢ ଲିଟର କମଳା ଜୁସ୍‌ ସହିତ ପାଞ୍ଚ କେନ୍‌ ଡାଏଟ୍‌ କୋକ୍‌ ସାମିଳ୍‌ ରହିଥିଲା ।  ସେ ନିଜ ଡାଏଟ୍‌ ପାଇଁ ଦିନକୁ ପ୍ରାୟ 3 ହଜାରଟଙ୍କା ଖର୍ଚ୍ଚ କରନ୍ତି । ସେ କେବଳ ବାହାରୁ ଖାଦ୍ୟ ମଗାଇ ଖାଆନ୍ତି । ଟେଷ୍ଟ ଚକ୍କରରେ ତାଙ୍କ ଅବସ୍ଥା ଏପରି ହେଲା ଯେ ସେ ନିଜ ବିଛଣାରୁ  ହଲିବା ପାଇଁ ମଧ୍ୟ ସକ୍ଷମ ହୋଇପାରିଲେନି । ଲକ୍‌ଡାଉନ୍‌ ସମୟରେ ଅଚାନକ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା । ଏହି ସମୟରେ ତାଙ୍କୁ ହସ୍ପିଟାଲ ଯିବାକୁ ଆବଶ୍ୟକତା ପଡିଲା । ତେବେ ପାଞ୍ଚ ବର୍ଷ ଧରି ଘରେ ବନ୍ଦ ଥିବା ଲୋକଙ୍କୁ ହସ୍ପିଟାଲ କିପରି ନିଆଯିବ ସେହି ଚିନ୍ତାରେ ପରିବାର ଲୋକେ କ୍ରେନ୍‌ ମଗାଇଥିଲେ ।

ତେବେ ଜୈସନ୍‌ ଏତେ ମୋଟା ଯେ, 30ଜଣ ଲୋକ ମିଶି କରି କୈନ୍‌ ସାହାଯ୍ୟରେ ତାଙ୍କୁ ଘରୁ ବାହାର କରିଥିଲେ । ଜୈସନ୍‌ ଘରର କବାଟ ଦେଇ ବାହାରି ପାରିନଥିଲେ । ଏଥିପାଇଁ 7 ଘଣ୍ଟା ଧରି ରେସ୍କ୍ୟୁଅପରେସନ୍‌ ଜରିଆରେ ଝରକା ବାଟେ କ୍ରେନ୍‌ ସାହାର୍ଯ୍ୟରେ ଘରୁ ବାହାରି ଥିଲେ । ଜୈସନ୍‌ଙ୍କ ମା’ ତାଙ୍କ ପୁଅ ଖୁବ ଶୀଘ୍ର ସୁସ୍ଥ ହୋଇଯା’ନ୍ତୁ ବୋଲି ପୟାର୍ଥୀ କରିଛନ୍ତି ।  ତାଙ୍କ ପୁଅ ଏବେ ସାଲାଡ ଓ ସ୍ବାସ୍ଥ୍ୟକର ଖାଦ୍ୟ ପାଇବା ସହିତ ନିଜ ଓଜନ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିବେ ବୋଲି ଆଶା କରିଛନ୍ତି ଜୈସନ୍‌ଙ୍କ ମା’ ।

ନିଜର ଅତ୍ୟଧିକ ଓଜନ ପାଇଁ ଜୈସନ୍‌ କୌଣସି କାମ କରିପାରନ୍ତିନାହିଁ । ତେବେ ସରକାରଙ୍କ ଦ୍ବାରା ମିଳୁଥିବା ବେରୋଜଗାର ଭତ୍ତା ସାହାଯ୍ୟରେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ଜୈସନ୍‌ । ତାଙ୍କମା’ଙ୍କୁ ମଧ୍ୟ ସରକାର ପେନ୍‌ସେନ୍‌ ଦେଉଛନ୍ତି । ଏତେ ଦିନ ପରେ ଘରୁ ବାହାରିବା ପରେ ଜୈସେନ୍‌ ଭଲ ଅନୁଭବ କରିଥିବାର କହିଛନ୍ତି ।

ବ୍ରିଟେନ୍‌ର ସବୁଠୁ ମୋଟା ବ୍ୟକ୍ତି ଭାବେ ଜୈସନ୍‌କୁ ମିଳିଥିବା ଏହି ମାନ୍ୟତା ପୂର୍ବରୁ ତମାଗା କାର୍ଲ ଥମ୍ପସ୍‌ସନ୍‌ ନାମରେ ଥିଲା । କାର୍ଲଙ୍କ ମୃତ୍ୟୁ 2015 ମସିହାରେ ହୋଇଥିଲା । ତାଙ୍କ ଓଜନ 412 କିଲୋ 700 ଗ୍ରାମ ଥିଲା । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026
Latest News

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026

ସେମିଫାଇନାଲ ଲଢେଇ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କ’ଣ?

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.