ଓର୍‌ମାସ ପକ୍ଷରୁ କୋଭିଡ୍ କିଓସ୍କ ଷ୍ଟଲ ଉଦ୍‌ଘାଟିତ

Published: Nov 19, 2020, 5:54 pm IST

ରମେଶ ମହାନ୍ତି

ଜଗତସିଂହପୁର : ଆଜି ପୈାର ପରିଷଦ,ଜଗତସିଂହପୁର କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓରମାସ ପକ୍ଷରୁ ଏକ କୋଭିଡ୍ କିଓସ୍କ ଷ୍ଟଲ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ସରୋକ କୁମାର ମିଶ୍ର ଏହି ଷ୍ଟଲକୁ ଉଦ୍‌ଘାଟନ କରି କହିଲେ ଜିଲ୍ଲାରେ ମହିଳା ଉତ୍ପାଦକ ଗୋଷ୍ଠୀ ଯେପରି ତାଙ୍କର ଉତ୍ପାଦିତ ପଦାର୍ଥ ବିକ୍ରୀକରି ଲାଭବାନ୍ ହୋଇପାରିବେ । ଏହା ଦ୍ୱାରା ସେମାନେ ସ୍ୱାବଲମ୍ବନଶୀଳ ହେବେ ଏବଂ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ । କୋଭିଡ୍ କିଓସ୍କର ମୁଖ୍ୟ ଉଦ୍ଦଶ୍ୟ ହେଉଛି ମହିଳା ମାନେ ସ୍ୱାବଲମ୍ବୀ ହେବା ସହ କୋଭିଡ୍ ମୁକାବିଲା ସମ୍ବଦ୍ଧୀୟ ଉତ୍ପାଦ ଯଥା-ସାନିଟାଇଜର,ହ୍ୟାଣ୍ଡଓାସ୍‌, ମାସ୍କ,ଗ୍ଲୋଭ୍‌ସ,ପ୍ଲୋଂର କ୍ଲିନିଙ୍ଗ୍ ଲିକ୍ୟୁଡି ଆଦି ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ପହଚାଂଇ ପାରିବେ ।

ଉକ୍ତ କାର୍ଯ୍ୟକ୍ରମଟିକୁ  ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଓର୍‌ମାସ, ଜୀବିକା ମିଶନ ଏବଂ ମିଶନ୍ ଶକ୍ତିର ମିଳିତ ଉଦ୍ୟମରେ ଆୟୋଜନ କରାଯାଇଅଛି । ଏହା ନଭେମ୍ବର ୧୮ ତାରିଖରୁ ଡିସେମ୍ବର ମାସ ୧୭-୨୦୨୦ ରିଖ ପର୍ଯ୍ୟନ୍ତ ଖୋଲା ରହିବ । ସମୟ ସକାଳ ୯ଘଟିକାରୁ ସଂନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ପ୍ରତିଦିନ ଖୋଲା ରହିବ । ଏହି ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି ,ଡି.ଡି.ଏ,ନାବାର୍ଡ ଶ୍ରୀ ବିଶ୍ୱଭୂଷଣ ମହାନ୍ତି,ଏଲ୍‌.ଡି.ଏମ୍‌.ଶ୍ରୀ ସତୀଶ ପାତ୍ର,ଡେପୁଟୀ ସିଇଓ,ଓର୍‌ମାସ ଶ୍ରୀ ସତ୍ୟସୁନ୍ଦର ଶିବରାମ ପାଇଟାଳ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ,ପୈାର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ବିମଳ କୁମାର ଲେଙ୍କା,ଡି.ପି.ଏମ୍‌,ଓଡିଶା ଜୀବିକା ମିଶନ୍‌,ଏ.ପି.ଡି,ଲାଇଭ୍‌ଲି ହୁଡ୍‌,ଇ.ଏ,ଓର୍‌ମାସ ଶ୍ରୀ ପ୍ରଭାତ କୁମାର ଦାଶ ଏବଂ ସାଇ ଜୁଟ୍ ଉତ୍ପାଦକ ଗୋଷ୍ଠୀର ସଭ୍ୟାମାନେ ଉପସ୍ଥିତ ଥିଲେ ।

Related posts