Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିକ୍ଷା ବିଭାଗର ଅଜବ ନୀତି : କନିଷ୍ଠ ଶିକ୍ଷକଙ୍କ ଅଧିନରେ କାମ କରୁଛନ୍ତି ବରିଷ୍ଠ
ଆଜିର ଖବର

ଶିକ୍ଷା ବିଭାଗର ଅଜବ ନୀତି : କନିଷ୍ଠ ଶିକ୍ଷକଙ୍କ ଅଧିନରେ କାମ କରୁଛନ୍ତି ବରିଷ୍ଠ

December 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ଜିଲ୍ଲାର ପ୍ରାଥମିକ ଶିକ୍ଷାରେ କୌଣସି ନୀତି ନିୟମ ଥିଲା ପରି ମନେ ହେଉ ନାହିଁ । ସତେ ଯେମିତି ଅର୍ଥ ଆଗରେ ସବୁତୁଚ୍ଛ ହୋଇଯାଇଛି ବୋଲି କୁହାଯାଉଛି। ଗଣଶିକ୍ଷା ବିଭାଗର ପତ୍ର ସଂଖ୍ୟା ୨୪୪୧୦/୦୮.୧୧.୧୮ ରେ ସ୍ଥାୟୀ ହେଉ ବା ଅସ୍ଥାୟୀ ଶିକ୍ଷକ ବଦଳୀ କରିବା ପୂର୍ବରୁ ବ୍ଳକ ବା ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେଇ କରିପାରିବେ । ମାତ୍ର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଫୁ’କରି ଜିଲ୍ଲାର ଜନୈକ ବି.ଇ.ଓ  ଜିଲ୍ଲାପାଳଙ୍କ ବିନା ଅନୁମତିରେ ନଭେମ୍ବର ୧୮ ମସିହା ଠାରୁ ମେ.୧୯ ମସିହା ମଧ୍ୟରେ ୧୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅସ୍ଥାୟୀ ବଦଳି କରିଥିବା ବେଳେ ଏହି ଅସ୍ଥାୟୀ ବଦଳି ଚିଠିରେ ଟେମ୍ପରାରୀ ଡେପ୍ଲଏଡ ବୋଲି ଲେଖା ଯାଇଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି । ଉକ୍ତ ବିଇଓ ଜଣକ ଦିନରେ ଲଣ୍ଠନ ଦେଖେଇ ନିୟମକୂ ଜଳକା କରୁଛନ୍ତି ବୋଲି କୁହାଯାଉଛି। ସୂଚନାନୁଯାୟୀ ଅପରପକ୍ଷରେ ପୁଣି ଆଉ ଏକ ବେନିୟମ ନଜରକୁ ଆସିଛି – କନିଷ୍ଠ ଶିକ୍ଷକଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାଇତ୍ବରେ ରଖି ସେମାନଙ୍କ ଅଧିନରେ  ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କାମ କରିବାକୁ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଚର୍ଚ୍ଚା ହେଉଛି । କିଛି ଅଧିକାରୀ ଭୁଲ ପରେ ଭୁଲ କରି ଚାଲିଥିଲେ ମଧ୍ୟ ଭୟରେ କେହି ପ୍ରତିବାଦର ସ୍ବର ଉଠାନାହାଁନ୍ତି ବୋଲି ଶୁଣିବାକୁ ମିଳୁଛି ।

ସୂଚନାନୁଯାୟୀ ଅନ୍ୟପକ୍ଷରେ ଜଗତସିଂହପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ଚର୍ଚ୍ଚା ହେଉଛି। ପତ୍ର ସଂଖ୍ୟା ୧୫୭୪, ୧୫୭୮, ୧୫୮୨ ଓ ୧୫୯୦/୧୪.୯.୨୦ରେ ୧୬୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ୫ମ ବର୍ଗ (କ) ରୁ ୫ମ ବର୍ଗ (ଖ)କୁ ପଦୋନ୍ନତି ପାଇ ଲିଖିତ ସ୍ଥାନ ମାନଙ୍କରେ ଯୋଗଦାନ କରିଥିଲେ ବୋଲି ସୂଚନା ମିଳିଛି ।  କିନ୍ତୁ ପଦୋନ୍ନତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପତ୍ର ସଂଖ୍ୟା ୧୯୨୫/୨୦.୧୧.୨୦ରେ ଅସ୍ଥାହୀ ବଦଳୀ କରାଯାଇ ୫ମ ବର୍ଗ (କ) ଶିକ୍ଷକ ଶିକ୍ଷୟିତ୍ରୀ ଅଧିନରେ ଅବସ୍ଥାପିତ କରାଯାଇଛି । ଓଡିଶୋ ତ୍ରିପାଠୀ ସାହି, ଦେଭୋଗ, ଗାଲୁପଡା,  ବେଦବ୍ୟାସ ତପୋବନ , ଖୋଦ ଡି.ପି.ସି. ଅଫିସକୁ ଲାଗି ଥିବା ପ୍ରାକ୍ଟିସିଙ୍ଗି ସ୍କୁଲ ଇତ୍ୟାଦିରେ କନିଷ୍ଠ ଶିକ୍ଷକଙ୍କ ଅଧିନରେ  ବରିଷ୍ଠ ଶିକ୍ଷକ କାମ କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏଠି ପ୍ରଶ୍ନ ଉଠୁଛି କନିଷ୍ଠଙ୍କ ଠାରୁ ବରିଷ୍ଠଙ୍କ ଦରମା ଅଧିକ କ’ଣ ପାଇଁ  ? ଅଧିକ ଦରମା ପାଇବେ ବରିଷ୍ଠ କିନ୍ତୁ କମ୍ ଦରମା ପାଉଥିବା କନିଷ୍ଠ ବର୍ଷ ବର୍ଷ ଧରି ପ୍ରଧାନ ଶିକ୍ଷକ ଦାଇତ୍ବର ଚାପ କାହିଁକି ନେବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତ ଘଟଣା ପ୍ରତି ବିଭାଗୀୟ ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେବା ସହ ଏହାର ବିଧିବଦ୍ଧ ଭାବେ ତଦନ୍ତ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ ଡିଜିପି, ନୂଆ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଦିଆଗଲା ଦାୟିତ୍ବ

August 14, 2026

୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

August 14, 2026

ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ

August 14, 2026

ହର ଘର ତ୍ରିରଙ୍ଗା: ଦେଶପ୍ରେମର ଭାବନାରେ ଏକାଠି ହେଲେ ଖୋର୍ଦ୍ଧାର ଆଇନଜୀବୀ

August 14, 2026
Latest News

ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ ଡିଜିପି, ନୂଆ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଦିଆଗଲା ଦାୟିତ୍ବ

August 14, 2026

୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

August 14, 2026

ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ

August 14, 2026

ହର ଘର ତ୍ରିରଙ୍ଗା: ଦେଶପ୍ରେମର ଭାବନାରେ ଏକାଠି ହେଲେ ଖୋର୍ଦ୍ଧାର ଆଇନଜୀବୀ

August 14, 2026

୧୦୫୭ ପୁଲିସ୍ ଓ ସେବା କର୍ମଚାରୀଙ୍କୁ ସମ୍ମାନ: ଓଡ଼ିଶାର ୨୩ କର୍ମଚାରୀ ସମ୍ମାନିତ; ୫ ଜଣଙ୍କୁ ବୀରତ୍ୱ ପଦକ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.