Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଓୟୁଜେ ସମ୍ବଲପୁର ଜିଲ୍ଲାର ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ
ଆଞ୍ଚଳିକ

ଓୟୁଜେ ସମ୍ବଲପୁର ଜିଲ୍ଲାର ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ

December 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢାଖୋଲ: ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ରେଢାଖୋଲ ଓ ନାକଟିଦେଉଳ ୟୁନିଟ୍ ତରଫରୁ ନାକଟିଦେଉଳ ସ୍ଥିତ ବନବିଭାଗ ଡାକବଙ୍ଗଳା ନର୍ସରୀଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ଜିଲ୍ଲା ସଭାପତି ଶିବପ୍ରସାଦ ମେହେର ସଭାପତିତ୍ୱ କରିଥିଲେ। ଏଥିରେ ଓୟୁଜେର ରାଜ୍ୟସାଧାରଣ ସଂପାଦକ ଅଶୋକ କୁମାର ନନ୍ଦ ମୁଖ୍ୟ ଅତିଥ ଭାବରେ ଯୋଗଦେଇ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଅଲୋକପାତ କରିବା ସହ ଆଗାମି ଦିନରେ ସାମ୍ବାଦିକ ମାନଙ୍କର ସମସ୍ତ ଦାବୀକୁ ସରକାରଙ୍କ ଠାରେ ଉପସ୍ଥାପିତ ସଂଘ ମାଧ୍ୟମରେ କରାଯିବ ବୋଲି ମତବ୍ୟକ୍ତ କରିଥିଲେ।

ଏହି ସଭାରେ ଯେଉଁ ସାମ୍ବାଦିକ ମାନଙ୍କର ସ୍ୱାସ୍ଥ୍ୟବୀମା ମିଳିପାରିନାହିଁ କିପରି ମିଳିବ, ସ୍ୱାସ୍ଥ୍ୟ ବୀମାର ପରିମାଣ ୨ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି, କୋରନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା, ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ଆଦି ଦାବୀକୁ ସରକାରଙ୍କୁ ଦିଆଯିବାକୁ ସଭାରେ ସ୍ଥିର ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଅମୁଲ୍ୟ କୁମାର ସ୍ୱାଇଁ କୋଷାଧ୍ୟକ୍ଷ, ଜୟନ୍ତ ଖଡିରତ୍ନ, ଉପସଭାପତି ସଂଜୟ ମିଶ୍ର, ସାଧାରାଣ ସଂପାଦକ ସୁବାସ ନାଥ ଶର୍ମା ସଂପାଦକ, ଶଙ୍କର ପୃଷ୍ଟି ସଂପାଦକ, ମନୋଜ ରାଜ ସଂଗଠନ ସଂପାଦକ, ଦିନେଶ ମହାରଣା କୋଷାଧ୍ୟକ୍ଷ ପ୍ରମୁଖ ଯୋଗଦେଇ ନିଜ ନଜର ମତାମତ ରଖିଥିଲେ।

ପୂର୍ବରୁ ମନୋନୟନ କମିଟି ମାଧ୍ୟମରେ ସଂଘର ସଭାପତି, ସାଧାରଣ ସଂପାଦକ ତଥା ଅନ୍ୟାନ୍ୟ ପଦପଦବୀ ପାଇଁ ସଂଘର ସଦସ୍ୟ ମାନଙ୍କୁ ମନୋନୀତ କରାଯାଇଥିଲା। ସଭାପତି ଭାବରେ ପ୍ରଭାତ ବେହେରା, ଉପସଭାପତି ଭାବରେ ଜୟନ୍ତ ଖଡିରତ୍ନ ଓ ହେମନ୍ତ ରାଉତ, ସାଧାରଣ ସଂପାଦକ ଭାବରେ ରାଜେଶ ବିଭାର, ସଂପାଦକ ଭାବରେ ପ୍ରଦୀପ ମିଶ୍ର ଓ କନ୍ଦର୍ପ ବେହେରା, କୋଷାଧ୍ୟକ୍ଷ ତପନ୍ ଦାଶ୍, ସଂଗଠନ ସଂପାଦକ ରାଜେନ୍ଦ୍ର ନାୟକ, କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ରାଧାମୋହନ ଷଡଙ୍ଗୀ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ସଂଜୟ କୁମାର ମିଶ୍ର, ଜାତୀୟ ପରିଷଦ ସଦସ୍ୟ ଶଚିକାନ୍ତ ସାହୁଙ୍କ ନାମକୁ ଘୋଷଣା କରାଯାଇଥିଲା।

ରମାକାନ୍ତ ମହାନନ୍ଦ ସ୍ୱାଗତ ଭାଷଣ ଦେବା ସହ କନ୍ଦର୍ପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ସଂଘର ସଭ୍ୟ ସାମ୍ବାଦିକ ଶରତ ପ୍ରଧାନ, ବିଜୟ ବେହେରା ସରୋଜ ସାହୁ, ରୋହିତ ଭୋଇ, ଅରୁଣ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ।

ଓୟୁଜେ ସମ୍ବଲପୁର ଜିଲ୍ଲା ସାଧାରଣ ପରିଷଦ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ମାରୁତି ୱାକର୍ସ କ୍ଲବର ନୂତନ କର୍ମକର୍ତ୍ତା

September 7, 2026

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଭାବପୂର୍ଣ୍ଣ ଗୁରୁ ପୂଜନ ଉତ୍ସବ

September 6, 2026

ରେଢ଼ାଖୋଲରେ ଆରଏସଏସ ଯୁବ ସମ୍ମିଳନୀ

September 6, 2026

ସମ୍ବଲପୁର ସେନ୍ ପାର୍କ ନିକଟରେ ମହିଳାଙ୍କୁ ବିଭତ୍ସ ହତ୍ୟା

September 6, 2026
Latest News

ଦିଲ୍ଲୀରେ ଅନଧିକୃତ ପଞ୍ଚମ ମହଲା କୋଠାକୁ ସିଲ୍ କରାଯିବ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିର୍ଦ୍ଦେଶ

September 7, 2026

୬୦ ଲକ୍ଷ ଲୋକଙ୍କ ଆକାଉଣ୍ଟରେ ୧୫୦୦ ଲେଖାଏଁ ଜମା କଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ

September 7, 2026

ଏବେ ଆଉ ୪୫ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ: ଉଠିଲା ଗ୍ୟାସ ସିଲିଣ୍ଡର ବୁକ୍ କରିବାର କଟକଣା

September 7, 2026

ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬ରେ ପରବର୍ତ୍ତୀ ତାରିଖ ଧାର୍ଯ୍ୟ

September 7, 2026

ମିଶିବ ଦଶମ ଓ ଦ୍ବାଦଶ; ଓଡ଼ିଆରେ ହେବ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପାଠପଢ଼ା

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.