ଭୁବନେଶ୍ୱର: କରୋନା ଭିତରେ ବଢିଛି ବସ ଭଡ଼ା । ତେଲ ଦର ବଢିବାରୁ ବସ ଭଡ଼ାକୁ ବୃଦ୍ଧି କରାଯାଇଛି । ଅର୍ଡିନାରୀ ବସ ଭଡ଼ା କିମି ପିଛା 72ରୁ ବଢି 73 ପଇସାକୁ ବୃଦ୍ଧି ପାଇଛି । ସେହିପରି ଏକ୍ସପ୍ରେସ ଭଡ଼ା କିମି ପ୍ରତି 75 ପଇସାରୁ ବଢି 76 ପଇସା ବଢିଛି । ଡିଲକ୍ସ ବସ ଭଡ଼ା 1ଟଙ୍କା 05ରୁ ବଢି 1 ଟଙ୍କା 07 ହୋଇଥିବା ବେଳେ ଏସି ଡିଲକ୍ସ କିମି ପିଛା 1 ଟଙ୍କା 27ରୁ ବଢି 1 ଟଙ୍କା 29 ହେଲା ପ୍ରକାଶ ଯେ, ଦେଶରେ କିଛି ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । 2018 ସେପ୍ଟେମ୍ବର ଠାରୁ ଅର୍ଥାତ ଗତ ପ୍ରାୟ 2 ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଦେଶରେ ସର୍ବୋଚ୍ଚ ସ୍ତର ଛୁଇଁଛି ।