ଭୁବନେଶ୍ଵର: ଏବେ ହେବନି ୟୁଜି ପିଜି ପରୀକ୍ଷା। ଏନେଇ ଉଚ୍ଚଶିକ୍ଷା ବିଭାଗ ସମସ୍ତ ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖିଛନ୍ତି।କରୋନା ମହାମାରୀ ଯୋଗୁ ପାଠପଢା ପ୍ରଭାବିତ ହୋଇଛି। ଶିକ୍ଷାଦାନ ଅନଲାଇନରେ ଚାଲିଛି। ଅନଲାଇନ ଶିକ୍ଷା ଆଧାରରେ ବର୍ତ୍ତମାନ ପରୀକ୍ଷା ସମ୍ଭବ ନୁହେଁ। କ୍ଲାସରୁମ ପାଠପଢା ଓ ସିଲାବସ ସରିବା ପରେ ପରୀକ୍ଷା ନେଇ ବିଚାର କରାଯିବ ବୋଲି କୁହାଯାଇଛି ବୋଲି ଚିଠିରେ ଉଲ୍ଲେଖ ରହିଛି ।
ଦୀର୍ଘ ନଅ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ବି ଏ ପର୍ଯ୍ୟନ୍ତ କୌଣସି ସ୍ଥିତିର ସୁଧାର ଆସିନାହିଁ। ଯେହେତୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଶ୍ରେଣୀ ଗୃହରେ ପଢ଼ାଯାଇ ନାହିଁ ସେଥିଲାଗି ସରକାର ଏପରି ଏକ ନିଷ୍ପତ୍ତି ସରକାର ନେଇଛନ୍ତି। ଶ୍ରେଣୀଗୃହ ପାଠ୍ୟକ୍ରମ ଆରମ୍ଭ ହେବା ପରେ ପରୀକ୍ଷା ନେଇ ବିଚାର କରିବାକୁ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖି ଜଣାଇଛନ୍ତି।