ନୂଆଦିଲ୍ଲୀ: ଅନ୍ତର୍ରାଷ୍ଟ୍ରୀୟ ଅଲମ୍ପିକ୍ ସମିତି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏବେ ବ୍ରେକ୍ ଡ୍ୟାନ୍ସକୁ ଅଲମ୍ପିକ୍ ଖେଳର ମାନ୍ୟତା ଦିଆଯାଇଛି ଅର୍ଥାତ୍ 2024ରେ ଆୟୋଜିତ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସରେ ସାମିଲ ହେବ ବ୍ରେକଡ୍ୟାନ୍ସ । ଅଲିମ୍ପିକ୍ସରେ ନୂଆକରି ବ୍ରେକ୍ ଡ୍ୟାନ୍ସ କ୍ରୀଡ଼ା ସାମିଲ୍ ହେବ ବୋଲି ସୂଚନା ମିଳିଛି । ସୋମବାର ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ବା ଆଇଓସି)ର କାର୍ଯ୍ୟକାରୀ ବୋର୍ଡ଼ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।
ତେବେ କେବଳ ବ୍ରେକ୍ଡ୍ୟାନ୍ସିଂ ନୁହେଁ,ସ୍କେଟ୍ବୋର୍ଡ଼ିଂ, ସର୍ଫିଙ୍ଗ୍ ଏବଂ ସ୍ପୋର୍ଟ କ୍ଲାଇମ୍ବିଂ କ୍ରୀଡ଼ା ମଧ୍ୟ ସାମିଲ୍ ହେବ ବୋଲି । ପୂର୍ବରୁ ଏହି ତିନୋଟି କ୍ରୀଡ଼ାକୁ ଟୋକିଓ ଅଲିମ୍ପିକ୍ସ 2020ରେ ସାମିଲ କରାଯାଇଥିଲା । କିନ୍ତୁ କରୋନା ମହାମାରୀ ପାଇଁ ଟୋକିଓ ଅଲିମ୍ପିକ୍ସକୁ ବର୍ଷେ ଘୁଞ୍ଚାଇ ଦିଆଯାଇଛି । ଏହା 2021ରେ ଅନୁଷ୍ଠିତ ହେବ ।
ଷ୍ଟ୍ରିଟ୍ ଡ୍ୟାନ୍ସର ଅନ୍ୟ ଏକ ରୂପ ହେଉଛି ବ୍ରେକ୍ ଡ୍ୟାନ୍ସିଂ । ଏଥିରେ ଏକ୍ରୋବୋଟିକ୍ ଷ୍ଟାଇଲ୍ରେ ଭରପୂର ଶକ୍ତି ସହିତ ଡ୍ୟାନ୍ସ କରାଯାଇଥାଏ । ଏହା ପ୍ରଥମେ ଆମେରିକାର ଅଣଶ୍ବେତାଙ୍ଗମାନେ ଆଣମ୍ଭ କରିଥିଲେ । ଅଲମ୍ପିକ୍ସରେ ବ୍ରେକ୍ ଡ୍ୟାନ୍ସିଂକୁ ବ୍ରେକିଂନାମରେ ସାମିଲ୍ କରାଯାଇଛି । ଏହି ବୈଠକରେ 31ଟି ଅତିରିକ୍ତ ଇଭେଣ୍ଟସର ପ୍ରସ୍ତାବକୁ ଉପସ୍ଥାପନା କରାଯାଇଥିଲା । ଏଥିରୁ ବହୁତ ଗୁଡିଏକୁ ଖାରଜ କରାଯାଇଛି । ଅପରପକ୍ଷରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ଅଲମ୍ପିକ୍ସରେ 11 ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରୁଥିବାବେଳେ କରୋନାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଉଛି । (ଏଜେନ୍ସି)