ଭୁବନେଶ୍ବର : ଜାନୁଆରୀରୁ ଟ୍ରାଫିକ୍ ନିୟମ କଡାକଡି ରୂପେ କାର୍ଯ୍ୟକାରୀ କରାଯିବା ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନଭାଭ ବେହେରା । ଦୁଇ ଚକିଆ ଯାନରେ ଦୁଇଜଣ ହେଲମେଟ୍ ପିନ୍ଧିବା ନିୟମ କଡାକଡି କରାଯିବ । ଏହି ଆଇନ୍ 2019ରୁ ପାସ୍ ହୋଇଥିବାବେଳେ କରୋନା ପାଇଁ ଏହା କାର୍ଯ୍ୟକାରୀ ହୋଇପାରିନି ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା ।
ସେହିପରି ବିନା ହେଲମେଟ୍ରେ ରାଲିରେ ସାମିଲ୍ ହେଲେ ଫାଇନ୍ ଦେବାକୁ ପଡିବ। ଘରେ ଚାଲାଣ ପହଞ୍ଚିବ ବୋଲି ସୂଚନା ରହିଛି । ବିନା ହେଲମେଟରେ ଭାରତ ବନ୍ଦରେ ସାମିଲ ହୋଇ ବାଇକ ରାଲି କରିଥିବା ବିକ୍ଷୋଭକାରୀଙ୍କ ଚାଲଣ କାଟିବ କମିସନରେଟ୍ ପୁଲିସ । ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ବିକ୍ଷୋଭକାରୀଙ୍କ ଗାଡ଼ି ନମ୍ବର ରଖାଯାଇଛି ଏବଂ ପରେ ସେମାନଙ୍କ ଘର ଠିକଣାରେ ଚାଲାଣ ପଠାଇ ଦିଆଯିବ ବୋଲି ଆଜି ଭୁବନେଶ୍ବର-କଟକ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।