ଭାରତ ସମ୍ମୁଖରେ 187 ରନର ବିଜୟ ଲକ୍ଷ୍ୟ

Published: Dec 8, 2020, 4:29 pm IST

ସିଡ୍‌ନୀ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆରେ ଘରୋଇ ଦଳ ନିର୍ଦ୍ଧାରିତ 20 ଓଭରରେ 5 ଓ୍ୱିକେଟ ହରାଇ 186 ରନ୍ କରିଛି । ଏହାସହ ଭାରତକୁ 187 ରନର ଟାର୍ଗେଟ୍ ଦେଇଛି । ମାଥ୍ୟୁ ୱେଡ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ 5 ୱିକେଟହରାଇ 186 ରନ ସଂଗ୍ରହ କରିଛି । ଟସ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ । ମାଥ୍ୟୁ ୱେଡ 53ଟି ବଲରୁ 80 ରନ ସଂଗ୍ରହ କରିଥିବା ବେଳେ ଗ୍ଲେନ ମ୍ୟାକ୍ସୱେଲ 36 ବଲରୁ 54 ରନ ସଂଗ୍ରହ କରିଥିଲେ ।  ଆରୋନ ପିଞ୍ଚ ବିନା କୌଣସି ରନରେ ଆଉଟ ହୋଇଥିଲେ । କିନ୍ତୁ ଅନ୍ୟତମ ଓପନର ଏମ୍ ଓ୍ୱାଡେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ 53 ବଲରୁ 80 ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭ୍ ସ୍ମିଥ୍ 24 ରନ୍ କରିଥିବା ବେଳେ ଗ୍ଲେନ୍ ମାକ୍ସଓ୍ୱେଲ 36 ବଲରୁ ଦ୍ରୁତ 54 ରନ୍ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ 20 ଓଭରରେ 5 ଓ୍ୱିକେଟ୍ ହରାଇ 186 ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ଓ୍ୱାଶିଂଟନ ସୁନ୍ଦର 2ଟି ଓ୍ୱିକେଟ୍ ନେଇଥିବା ବେଳେ ଟି ନଟରାଜନ, ସାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

Related posts