କ୍ରମାଗତ ୧୦ ଟି ମ୍ୟାଚ ଜିତିବା ରେକର୍ଡରେ ଲାଗିଲା ବ୍ରେକ: ଅଷ୍ଟ୍ରେଲିଆ ଠାରୁ ୧୨ ରନରେ ପରାସ୍ତ ହେଲା ଭାରତ

Published: Dec 8, 2020, 6:01 pm IST

ସିଡ୍‌ନୀ: କ୍ରମାଗତ ୧୦ ଟି ମ୍ୟାଚ ଜିତିବା ରେକର୍ଡରେ ଭାରତକୁ ବ୍ରେକ ଲାଗିଛି। ଅନ୍ତିମ ଟି-୨୦ରେ ଅଷ୍ଟ୍ରେଲିଆ ଠାରୁ ୧୨ ରନରେ ପରାସ୍ତ ହୋଇ ସିରିଜ ୨-୧ ରେ ଜିତି ସନ୍ତୁଷ୍ଟ ହୋଇଛି ଭାରତୀୟ ଦଳ।

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା। ଏହାସହ ଭାରତକୁ ୧୮୭ ରନର ଟାର୍ଗେଟ୍ ଦେଇଥିଲା। ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଟି ୱିକେଟ ହରାଇ ମାତ୍ର ୧୭୪ ରନ କରିବାରେ ସକ୍ଷମ ହୋଇଥିଲା।

ଅଧିନାୟକ ବିରାଟ କୋହଲୀଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଅଷ୍ଟ୍ରେଲିଆକୁ କ୍ଳିନ ସୁଇପ କରିବାର ଆଶା ପୂରଣ ହୋଇପାରି ନାହିଁ। ଅଧିନାୟକ କୋହଲୀ ୬୧ ବଲରେ ୮୫ ରନ କରିଥିବା ବେଳେ ଶିଖର ଧାବନ ୨୧ ବଲରେ ୨୮ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ଟି ବଲରେ ୨୦ ରନ ସଂଗ୍ରହ କରିପାରିଥିଲେ।

ଭାରତୀୟ ଦଳର ସଫଳ ବୋଲର ଭାବେ ୱାଶିଂଟନ ସୁନ୍ଦର ୪ ଓଭର ବିନିମୟରେ ୩୪ ରନ ଦେଇ ୨ ଟି ୱିକେଟ ଅକ୍ତିଆର କରିଥିବା ବେଳେ ଏନ. ନଟରାଜନ ୪ ଓଭର ବିନିମୟରେ ୩୩ ରନ ଦେଇ ୧ଟି ୱିକେଟ ଏବଂ ଶ୍ରାଦ୍ଧୁଳ ଠାକୁର ୪୩ ରନ ଦେଇ ୧ ଟି ୱିକେଟ ଅକ୍ତିଆର କରିଥିଲେ।।

ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ ୱାଡେ ୫୩ ଟି ବଲରୁ ୮୦ ରନ ସଂଗ୍ରହ କରିଥିବା ବେଳେ ଗ୍ଲେନ ମ୍ୟାକ୍ସୱେଲ ୩୬ ବଲରୁ ୫୪ ରନ ସଂଗ୍ରହ କରିଥିଲେ। ସେହିପରି ମିଚେଲ ସ୍ଵେପ୍ସନ ୪ ଓଭର ବିନିମୟରେ ୨୩ ରନ ଦେଇ ୩ ଟି ୱିକେଟ ନେଇଥିବା ବେଳେ ଗ୍ଲେନ ମ୍ୟାକ୍ସୱେଲ ୩ ଓଭର ବିନିମୟରେ ୨୦ ରନ ଦେଇ ୧ଟି ୱିକେଟ ଏବଂ ଆଦମ ଜାମ୍ପା ୩ ଓଭରରେ ୨୧ ରନ ଦେଇ ୧ ଟି ୱିକେଟ ଅକ୍ତିଆର କରିଥିଲେ।

Related posts