Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପି ପ୍ରବକ୍ତା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ସରକାର ସ୍ଵତନ୍ତ୍ର ପୋଲିସ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତି ଦେବା ଉଚିତ ହେବ ନାହିଁ କି!! 
ବିଶେଷ ଖବର

ବିଜେପି ପ୍ରବକ୍ତା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ସରକାର ସ୍ଵତନ୍ତ୍ର ପୋଲିସ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତି ଦେବା ଉଚିତ ହେବ ନାହିଁ କି!! 

October 22, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଯାଜପୁର ଏସପିଙ୍କ ତଦନ୍ତକାରୀ କ୍ଷମତାକୁ ଗତ କିଛି ଦିନ ହେଲା, ବିଜେପି ପ୍ରବକ୍ତା ଲେଖାଶ୍ରୀ ସାମନ୍ତସିଂହାର ଯେମିତି ଖିନଭିନ କରି ପକାଉଛନ୍ତି ଓ ଯାଜପୁର ପୋଲିସର ସବୁ ତଥ୍ୟକୁ ଗାଲୁଗପ ବୋଲି କହି ନିଜର କାହାଣୀ ଶୁଣାଇ ଚାଲିଛନ୍ତି, ସେଥିରୁ ଆମେ ଗୋଟିଏ ବିନମ୍ର  ପ୍ରସ୍ତାବ ରଖିବାକୁ ଚାହୁଁଛୁ- ରାଜ୍ୟ ସରକାର ଏବେ ପୋଲିସ ବଦଳରେ ବିରୋଧୀ ଦଳର ପ୍ରବକ୍ତାମାନଙ୍କୁ ଅପରାଧ ତଦନ୍ତ ଦାୟିତ୍ଵ ଦିଅନ୍ତୁ! ବିରୋଧୀ ଭାବରେ ସରକାରକୁ ଘେରିବା ଓ ପୋଲିସ ତଦନ୍ତକୁ ନିଜର ମର୍ଜି ମୁତାବକ ପ୍ରତ୍ୟାଖ୍ୟାନ କରିବା ଏକା କଥା ନୁହେଁ। ଏକଥା ଓଡିଶା ବିଜେପି ନେତାମାନେ ବୁଝିବାକୁ ନାରାଜ।

ଆତ୍ମହତ୍ୟାର ଏକ ସାଧାରଣ ମନସ୍ତାତ୍ତ୍ଵିକ କାରଣ ଭାବରେ ମାନସିକ ଚାପକୁ ଗ୍ରହଣ କରା ଯାଇଥାଏ। ତେବେ ଆତ୍ମହତ୍ୟା ଯେ ଏକ ରାଜନୈତିକ ପ୍ରକ୍ରିୟା, ଏକଥା ଗତ କିଛି ଦିନ ହେଲା ଓଡିଶା ରାଜନୀତିରେ ପ୍ରମାଣିତ ହେଉଛି। ଯାଜପୁର ଜିଲ୍ଲାର ହରିଦାସପୁର ପଞ୍ଚାୟତରେ କାମ କରୁଥିବା ଅଧିକାରୀ ଶ୍ରୀମତି ସ୍ମିତାରାଣୀ ବିଶ୍ଵାଳଙ୍କ ଆତ୍ମହତ୍ୟାକୁ ନେଇ ତାଙ୍କ ପରିବାର ଲୋକ ଯେତିକି ଚିନ୍ତିତ ନୁହନ୍ତି, ତାଠୁ ଅଧିକ ଚିନ୍ତା ଘାରିଛି ଆମର ରାଜନୈତିକ ଦଳମାନଙ୍କୁ। ଭାରତୀୟ ଜନତା ପାର୍ଟିର ଓଡିଶା ଶାଖାର ଅଗ୍ନୀବର୍ଷୀ ନେତ୍ରୀମାନେ ଏହି ଘଟଣାରେ ଯାଜପୁର ଏସପିଙ୍କୁ ସିଧା ସିଧା ବିଜେଡି ଦଳର ମୁଖପାତ୍ର ବୋଲି କହିଛନ୍ତି। ତେବେ ଯାଜପୁର ଏସପିଙ୍କ ଦୋଷ କଣ? ନିଜ କ୍ଷମତା ପରିଧିରେ ସେ ଯାହା ଜାଣିଲେ, ତାହା କହିଲେ। ସେ ତ ଆଉ ବିରୋଧୀ ଦଳର ପ୍ରବକ୍ତାଙ୍କୁ ପଚାରି ଅନୁସନ୍ଧାନ କରି ନଥାନ୍ତେ। ଅନୁସନ୍ଧାନରେ ଯେଉଁ ତଥ୍ୟ ମିଳେ, ତାକୁ ରଖିବା ପୋଲିସର ଦାୟିତ୍ଵ। ତେବେ ଏହି ପ୍ରସଙ୍ଗରେ ଯେହେତୁ ସ୍ମିତାରାଣୀ ବିଶ୍ଵାଳଙ୍କ ମୃତ୍ୟୁ ରହସ୍ୟମୟ ଢଙ୍ଗରେ ହୋଇଛି, ସେଠି ତାଙ୍କ ପରିବାର ଓ ଚରିତ୍ର ଉପରେ ପ୍ରଶ୍ନଚିହ୍ନ ଉଠାଇବା ପୂର୍ବରୁ ହଜାର ଥର ଚିନ୍ତା କରିବା ଆବଶ୍ୟକ। ଯାହାଙ୍କ ଚରିତ୍ର ବିଷୟରେ ପ୍ରଶ୍ନ ଉଠୁଛି, ସେ ବିଷୟରେ ସଫେଇ ଦେବାକୁ ସେ ଆଉ ଜଗତରେ ନାହାନ୍ତି। ତେଣୁ ସେ ପ୍ରସଙ୍ଗରେ ଆଲୋଚନା କରିବା ପୂର୍ବରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉଚିତ ହୁଅନ୍ତା।

ସ୍ମିତାରାଣୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ଏହାର ଉତ୍ତର କିଏ ଦେବ? ପୋଲିସ ବ୍ୟତୀତ ଏ ପ୍ରସଙ୍ଗରେ ଆଉ କାହାର କିଛି କହିବାର ନାହିଁ। ଯେଉଁ ଘରେ ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି, ସେ ଘରର ମାଲିକ ରୂପେଶ ଭଦ୍ରଙ୍କୁ ଏଥିପାଇଁ ଗିରଫ କରାଯାଇଛି। ତାଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇଥିବା କାରଣରୁ ଅଭିଯୁକ୍ତ ବୋଲି କୁହାଯାଉଛି। ତେବେ ଏହାର ପୃଷ୍ଠଭୂମିଟି ଯେ କୌଣସି ଥ୍ରୀଲରସିନେମାର କାହାଣୀ ପରି ଅତ୍ୟନ୍ତ ଜଟିଳ। ରୂପେଶ ଭଦ୍ର ଓ ସ୍ମିତାରାଣୀ ବିଶ୍ଵାଳଙ୍କ ପାରିବାରିକ ସମ୍ପର୍କ ଯେ ବେଶ ନିବିଡ ଥିଲା, ଏହାର ଅନେକ ପ୍ରମାଣ ମିଳୁଛି। ଉଭୟ ପରିବାର ମିଳିମିଶି ଅନେକ ଜାଗାକୁ ବୁଲିବାକୁ ଯାଇଛନ୍ତି। ଉଭୟଙ୍କ ପରିବାର ଲୋକେ ପରଷ୍ପରକୁ ଭଲ ଭାବରେ ଗ୍ରହଣ କରିଥିବାର ବହୁତ ଫଟୋ ଏବେ ଦେଖିବାକୁ ମିଳୁଛି। ତେବେ ହଠାତ ସ୍ମିତାରାଣୀ ବିଶ୍ଵାଳ ଏ ପ୍ରକାର ଚରମ ନିଷ୍ପତ୍ତି ନେଲେ କାହିଁକି? ରୂପେଶଙ୍କ ପତ୍ନୀ ହରିଦାସପୁରର ସରପଞ୍ଚ ଓ ସ୍ମିତାରାଣୀ ସେହି ପଞ୍ଚାୟତର କାର୍ଯନିର୍ବାହୀ ଅଧିକାରୀ। ତେଣୁ ଉଭୟଙ୍କ ଭିତରେ ସମ୍ପର୍କ ରହି ଆସିଛି। ହରିଦାସପୁରର ଜଣେ ବାସିନ୍ଦାଙ୍କ କହିବା ଅନୁସାରେ ଯେଉଁ ଘରେ ସ୍ମିତାରାଣୀ ଆତ୍ମହତ୍ୟା କରିଛନନ୍ତି, ସେ ଘରେ ନିୟମିତ ସେ ବିଶ୍ରାମ ନିଅନ୍ତି। ତଥାପି ଏତେ ବଡ ଘଟଣା ପାଇଁ କି କାରଣ ଅଛି, ସେକଥା ପୋଲିସକୁ ହିଁ ଖୋଜିବାକୁ ପଡିବ।

ଏହି ଘଟଣା ଗୋଟେ ଦିଗକୁ ଇଙ୍ଗିତ କରୁଥିବା ବେଳେ ଏହାକୁ ନେଇ ରାଜନୀତି ଆଉ ଏକ ଦିଗକୁ ଇଙ୍ଗିତ କରୁଛି। ବିଜେପି ଓ କଂଗ୍ରେସ ସ୍ଵାଭାବିକ ଭାବରେ ଏଥିରେ ରାଜନୀତିର ସୁଯୋଗ ଖୋଜୁଛନ୍ତି। ହେଲେ ଏକ ପାରିବାରିକ କାରଣରୁ ହୋଇଥିବା ଆତ୍ମହତ୍ୟା (ହତ୍ୟା ବି ହୋଇଥାଇ ପାରେ) କୁ ନେଇ ରାଜନୀତି କେତେ ଦୂର ଯାଇ ପାରିବ? ଧରନ୍ତୁ, ରୂପେଶ ଭଦ୍ରଙ୍କ ସ୍ତ୍ରୀ ସେଇ ପଞ୍ଚାୟତର ସରପଞ୍ଚ। ହେଲେ ସେ କଣ ବିଜେଡିର ଲୋକ କି? ଅନେକ ସ୍ଥାନୀୟ ଲୋକ କହୁଛନ୍ତି, ସେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ସେଠି ଜିତିଥିଲେ। ରୂପେଶ ଭଦ୍ରଙ୍କ ସହିତ କେବଳ ବିଜେଡି ନେତା ନୁହନ୍ତି, ବିଜେପି ନେତାଙ୍କର ଉତ୍ତମ ସମ୍ପର୍କ ଥିବାର ପ୍ରମାଣ ଏବେ ବହୁତ ମିଳୁଛି।ପ୍ରାରମ୍ଭିକ ତଦନ୍ତ ଓ ଘଟଣାବଳୀରୁ ଏହି ଘଟଣାକୁ ଏକ ପାରିବାରିକ ମନାନ୍ତର କାରଣରୁ ଘଟିଥିବା ଦୁଃଖଦ ଘଟଣା ବୋଲି କୁହାଯାଇପାରିବ। ତାକୁ ନେଇ ରାଜନୀତି କଲେ, ଯାଜପୁରରେ ବିଜେପିକୁ ବିଶେଷ ଫାଇଦା ମିଳିବାର ସମ୍ଭାବନା ନାହିଁ। ହରିଦାସପୁରର ଅନେକ ସ୍ଥାନୀୟ ଲୋକ ଏହି ଘଟଣା ପଛର ସତ୍ୟକୁ ଜାଣନ୍ତି। ସେଥିରୁ ଅନେକ ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ନିଜର ମତ ମଧ୍ୟ ରଖୁଛନ୍ତି। ବିଜେପିର ରାଜ୍ୟ ନେତୃତ୍ଵ ଗୋଟେ କଥା କହୁଥିବା ବେଳେ ସ୍ଥାନୀୟ ନେତୃତ୍ଵ ଭିନ୍ନ କଥା କହୁଛନ୍ତି। ତେଣୁ ଏ ପ୍ରସଙ୍ଗରେ ଅଧିକ ରାଜନୀତି କଲେ, କାହାର କିଛି ଲାଭ ହେବାର ନାହିଁ।

ଘଟଣାଟି ଅତ୍ୟନ୍ତ ବେଦନାଦାୟକ ଓ ଏହା ପଛରେ ରହିଥିବା କାରଣ ଅତ୍ୟନ୍ତ ସଂବେଦନଶୀଳ। ଅଯଥାରେ ଏହାକୁ ରାଜନୀତି ଭିତରକୁ ଟାଣି ଦୁଇଟି ପରିବାରକୁ ରାଜନୀତିର ଗୋଟି ଭଳି ବ୍ୟବହାର କରିବା, ଆମ ରାଜନୀତିର ଅମାନବୀୟ ପକ୍ଷକୁ ହିଁ ଦେଖାଉଛି। କୌଣସି ଆତ୍ମହତ୍ୟା ବା ହତ୍ୟାକୁ ନେଇ ରାଜନୀତି କଲାବେଳେ, ଏହା ସମ୍ପୃକ୍ତ ବ୍ୟକ୍ତିର ପରିବାର ଓ ତାର ଚରିତ୍ର ଉପରେ କି ପ୍ରଭାବ ପକାଇବ, ସେ କଥା ରାଜନୈତିକ ଦଳମାନେ ନିହାତି ବୁଝିବା ଉଚିତ। ଏଠି ଆଉ ଗୋଟେ କଥା ମଧ୍ୟ କହି ରଖିବା ଉଚିତ, ଯଦି ଯାଜପୁର ଏସପି ବିନା ପ୍ରମାଣରେ ସ୍ମିତାରାଣୀଙ୍କ ଅବୈଧ ସମ୍ପର୍କ ବିଷୟରେ ମନ୍ତବ୍ୟ ଦେଇଥିବେ, ସେଥିଲାଗି ଅଦାଲତରେ ତାଙ୍କ ବିରୋଧରେ ସ୍ମିତାରାଣୀଙ୍କ ପରିବାର ଲୋକେ ମକଦ୍ଦମା କରିପାରିବେ। ଏଥିରେ ବିଜେପି, ବିଜେଡି ବା କଂଗ୍ରେସର ଭୂମିକା କଣ?

Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Latest News

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.