ଖୋର୍ଦ୍ଧା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମ୍ଭାବ୍ୟ ବାତ୍ୟା ମୋନ୍ଥା ଓ ପ୍ରବଳ ବର୍ଷା ହେବା ଆକଳନକୁ ଆଖି ଆଗରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଅକ୍ଟୋବର ୨୮ ଓ ୨୯ ତାରିଖ (ଦୁଇଦିନ) ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଅଛି। ଏହା ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ, ଅଙ୍ଗନୱାଡ଼ି କର୍ମୀ ଓ ଜିଲ୍ଲାର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାଇଦିଆଗଲା।
Author: SM Network
ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋରବ 27ରୁ ନଭେମ୍ବର 2 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ପାଳନ ହେଉଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ। ଚଳିତ ବର୍ଷର ଥିମ୍ ରହିଛି “ଦୁର୍ନୀତି ନିବାରଣ-ଆମର ସହଭାଗୀ ଦାୟିତ୍ୱ”। ଏହି ଅବସରରେ ଓମ୍ଫେଡ୍ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ପ୍ରଥମ ଦିନରେ ସମସ୍ତ କର୍ମଚାରୀ ଶପଥ ଗ୍ରହଣ କରିଛନ୍ତି। ଆମ ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠାରୁ ବଡ ପ୍ରତିବନ୍ଧକ। ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସମସ୍ତ ଅଂଶୀଦାର ଯଥା ସରକାର, ନାଗରିକ ସମୁଦାୟ ତଥା ଘରୋଇ କ୍ଷେତ୍ର ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ। ପ୍ରତ୍ୟେକ ନାଗରିକ ସବୁ ସମୟରେ ସତର୍କତା ସହିତ ସର୍ବାଧିକ ସାଧୁତା ଓ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୋଧରେ ସଂଗ୍ରାମକୁ ସମର୍ଥନ କରିବା ଉଚିତ। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଏବଂ ଆଇନର ଶାସନକୁ ଅନୁପାଳନ କରିବା ସହ ଉତ୍କୋଚ ନେବା କିମ୍ବା…
ନୂଆଦିଲ୍ଲୀ: ୨୦୨୫ ମହିଳା ବିଶ୍ୱକପ୍ ର ସେମିଫାଇନାଲ ଅକ୍ଟୋବର ୨୯ ତାରିଖରୁ ଆରମ୍ଭ ହେଉଛି। ଭାରତୀୟ ଦଳ ଅକ୍ଟୋବର ୩୦ ତାରିଖରେ ସେମିଫାଇନାଲରେ ଅଷ୍ଟ୍ରେଲିଆ ସହିତ ମୁକାବିଲା କରିବ। କିନ୍ତୁ ଏହା ପୂର୍ବରୁ ଭାରତର ଶକ୍ତିଶାଳୀ ଓପନର ପ୍ରତୀକା ରାୱଲ ଆହତ ହୋଇଛନ୍ତି। ଏହି ଆଘାତ ଯୋଗୁଁ ସେ ବିଶ୍ୱକପରୁ ବାଦ ପଡ଼ିଛନ୍ତି। ଅକ୍ଟୋବର ୨୬ ତାରିଖରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଫିଲ୍ଡିଂ କରୁଥିବା ସମୟରେ ସେ ଏହି ଆଘାତର ଶିକାର ହୋଇଥିଲେ। ବର୍ଷା ପ୍ରଭାବିତ ଭାରତ ବନାମ ବାଂଲାଦେଶ ମ୍ୟାଚ୍ରେ ଫିଲ୍ଡିଂ କରୁଥିବା ସମୟରେ ପ୍ରତୀକା ରାୱଲ ପଡିଯାଇଥିଲେ। ତାଙ୍କର ପାଦ ମୋଡ଼ିହୋଇଯାଇଥିଲା ଏବଂ ତାଙ୍କ ଆଣ୍ଠୁ ଏବଂ ଗୋଡ଼ରେ ଆଘାତ ଲାଗିଥିଲା ଏବଂ ତା’ପରେ ସପୋର୍ଟ ଷ୍ଟାଫ୍ ତାଙ୍କୁ ପଡ଼ିଆ ବାହାରକୁ ନେଇଯାଇଥିଲେ। ଏହା ପରେ ପ୍ରତୀକା ପଡ଼ିଆକୁ ଫେରିପାରିନଥିଲେ। ଏହି ସମୟରେ ଲଗାତାର ବର୍ଷା ଯୋଗୁଁ ଭାରତ ବନାମ ବାଂଲାଦେଶ ମ୍ୟାଚ୍ ଡ୍ର’ରେ ଶେଷ ହେଲା।
ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ର ମୁକାବିଲା ପାଇଁ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି। ରାଜ୍ୟର ୮ ଟି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡିକୁ ଆସନ୍ତା ୩୦ ତାରିଖ ଯାଏଁ ଛୁଟି ଘୋଷଣା କରାଯାଇଛି। କିନ୍ତୁ ଏହି ସବୁ ଜିଲ୍ଲାର ସରକାରୀ କର୍ମଚାରୀମାନଙ୍କର ଛୁଟିକୁ ରାଜ୍ୟ ସରକାର ବାତିଲ କରିଛନ୍ତି। ତେବେ ସେହି ଜିଲ୍ଲାଗୁଡିକ ହେଲେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, କନ୍ଧମାଳ, କଳାହାଣ୍ଡି, ଗଜପତି ଏବଂ ଗଞ୍ଜାମ। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ ସିଂ ଘୋଷଣା କରିଛନ୍ତି।
ନୂଆଦିଲ୍ଲୀ: ୨୦୨୫ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଦଳୀୟ ଶୃଙ୍ଖଳା ଉଲ୍ଲଂଘନ କରିଥିବା ଚାରି ନେତାଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିବା ପାଇଁ ବିଜେପି ଏହି ନେତାମାନଙ୍କୁ ଛଅ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି। ବିଜେପି ବିହାର ରାଜ୍ୟ ମୁଖ୍ୟାଳୟ ପ୍ରଭାରୀ ଅରବିନ୍ଦ ଶର୍ମା ଏକ ସରକାରୀ ଚିଠି ଜାରି କରି କହିଛନ୍ତି ଯେ, ସମ୍ପୃକ୍ତ ନେତାମାନେ ଦଳୀୟ ନୀତି ଏବଂ ଶୃଙ୍ଖଳା ବିପରୀତ ଏନଡିଏ ପ୍ରାର୍ଥୀଙ୍କ ବିରୁଦ୍ଧରେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଶର୍ମା ଚିଠିରେ ଲେଖିଛନ୍ତି ଯେ, ସେମାନଙ୍କର କାର୍ଯ୍ୟ ଦଳ ବିରୋଧୀ, ସଂଗଠନର ଭାବମୂର୍ତ୍ତିକୁ ଗୁରୁତର କ୍ଷତି ପହଞ୍ଚାଇଛି, ଏବଂ ଏହି ଅନୁଶାସନହୀନ କାର୍ଯ୍ୟକୁ କୌଣସି ପରିସ୍ଥିତିରେ ସହ୍ୟ କରାଯାଇପାରିବ ନାହିଁ। ବିହାର ରାଜ୍ୟ ମୁଖ୍ୟାଳୟ ପ୍ରଭାରୀ ଅରବିନ୍ଦ ଶର୍ମା କହିଛନ୍ତି ଯେ, ବିଜେପି ଯେଉଁ ନେତାମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେମାନଙ୍କ ମଧ୍ୟରେ କହଲଗାଓଁ…
ଭୁବନେଶ୍ୱର: ମାନବସେବା ଓ ସମାଜସେବାର ପବିତ୍ର ଉଦ୍ଦେଶ୍ୟକୁ ନେଇ ମା ଉର୍ତ୍ତର ମୁଖି ଫାଉଣ୍ଡେସନ, ଭୁବନେଶ୍ୱର (ସେବା ହିଁ ପରମ ଧର୍ମ) ପକ୍ଷରୁ ଆଜି ମୋହିନୀ ପ୍ରମିଳା ବୃଦ୍ଧାଶ୍ରମରେ ଏକ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସେବା କାର୍ଯ୍ୟକ୍ରମରେ ସଂଗଠନର ଅଧ୍ୟକ୍ଷ ବିକାଶ ଭାଇ ଏବଂ ସଦସ୍ୟମାନେ ଅମ୍ବିତ୍ କୁମାର ଜେନା, ପ୍ରଭାଶୀନି, କାମିନୀ ରଣା, ନାଗେଶ୍ଵର ରାଉତ, ଜିତୁ ମହାରଣା, ରାକେଶ ପ୍ରଧାନ ଓ ଅନ୍ୟ ସେବାଭାବୀ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ବୃଦ୍ଧାଶ୍ରମରେ ରହୁଥିବା ବୃଦ୍ଧ ମା ଓ ବାପା ମାନଙ୍କ ଆବଶ୍ୟକ ସାମଗ୍ରୀ, ଖାଦ୍ୟପଦାର୍ଥ ଓ ବସ୍ତ୍ର ବଣ୍ଟନ କରି ସେମାନଙ୍କ ସହ ସମୟ ବିତାଇଥିଲେ। ଏହି ଅବସରରେ ବୃଦ୍ଧବୃଦ୍ଧାମାନେ ମଧ୍ୟ ଖୁସି ଜଣାଇଥିଲେ ଓ ସଂଗଠନକୁ ଆଶୀର୍ବାଦ କରିଥିଲେ। ସଂଗଠନ ପକ୍ଷରୁ କହାଯାଇଛି ଯେ, ବୃଦ୍ଧମାନେ ସମାଜର ଆଶୀର୍ବାଦ ଓ ପଥପ୍ରଦର୍ଶକ, ସେମାନଙ୍କ ସେବା କରିବା ହିଁ ଆମର ପରମ ଧର୍ମ। ଆଗାମୀ ଦିନରେ ମଧ୍ୟ…
ନୂଆଦିଲ୍ଲୀ: ପାର୍ବଣ ଋତୁରେ ଭାରତୀୟ ରେଳବାଇ ବର୍ତ୍ତମାନ ସୁଦ୍ଧା ଟ୍ରେନ୍ ମାଧ୍ୟମରେ ଦେଢ଼ କୋଟିରୁ ଅଧିକ ଯାତ୍ରୀଙ୍କୁ ପରିବହନ କରିଛି। ଉତ୍ସବ ସମୟରେ ଏହି ସଂଖ୍ୟା ୨.୫୦ କୋଟି ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଭିଡ଼ ପରିଚାଳନା ସୁନିଶ୍ଚିତ କରିବା ପାଇଁ, ବିହାର ଏବଂ ୟୁପିର ଆଖପାଖ ଅଞ୍ଚଳର ୩୦ ଟି ପ୍ରମୁଖ ଷ୍ଟେସନରେ ବୃହତ ହୋଲ୍ଡିଂ ଅଞ୍ଚଳ ସହିତ ସଜ୍ଜିତ କରାଯାଇଛି। ନିକଟ ଅତୀତରେ, ରେଳ ଭିତ୍ତିଭୂମିରେ ଗୁରୁତ୍ୱପୂର୍ଣ୍ଣ ନିବେଶ ଉଲ୍ଲେଖନୀୟ ପ୍ରଗତି ଆଣିଛି। ସ୍ୱତନ୍ତ୍ର ଟ୍ରେନ୍ ସଂଖ୍ୟା, ଯାହା ପୂର୍ବରୁ ମାତ୍ର କିଛି ଶହ ଥିଲା, ଏବେ ରେକର୍ଡ ଭାଙ୍ଗିଛି। ରେଳପଥ ନିର୍ମାଣ କାର୍ଯ୍ୟ ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି, ଯାହା ପାଖାପାଖି ଏକ ଦଶନ୍ଧି ପୂର୍ବରୁ ବର୍ଷକୁ ମାତ୍ର ୪୦୦-୬୦୦ କି. ମି. ଥିଲା, ଯାହା ଆଜି ବର୍ଷକୁ ୪,୦୦୦ କି. ମି. ରୁ ଅଧିକ ହୋଇଯାଇଛି। ପାର୍ବଣ ଋତୁରେ ଯାତ୍ରୀମାନଙ୍କ ପାଇଁ ସୁବିଧାଜନକ…
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ଏବଂ ରାଜନେତାଙ୍କ ବୟାନବାଜି ବୃଦ୍ଧି ପାଉଛି। ଏହି ସମୟରେ ବରିଷ୍ଠ ବିଜେପି ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବିରୋଧୀ ଦଳ ଉପରେ କଡା ଆକ୍ରମଣ କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ବିହାରରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ କୌଣସି “ଖାଲିସ୍ଥାନ” ନାହିଁ। ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ଏନଡିଏରେ ନେତୃତ୍ୱକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। ନୀତିଶ କୁମାର ଆମର ନେତା ଏବଂ ବିହାର କେବଳ ତାଙ୍କ ନେତୃତ୍ୱରେ ପ୍ରଗତି କରିବ। ସେ କହିଛନ୍ତି ଯେ, ବିରୋଧୀ ଦଳ ଜାଣିଶୁଣି ଏହି ପ୍ରସଙ୍ଗରେ ଦ୍ୱନ୍ଦ୍ୱ ପ୍ରସାର କରିବାକୁ ଚେଷ୍ଟା କରୁଛନ୍ତି, ଯେତେବେଳେ ଜନସାଧାରଣ ଜାଣନ୍ତି ଯେ, ରାଜ୍ୟରେ ସ୍ଥିରତା ଏବଂ ବିକାଶ ନୀତିଶ କୁମାରଙ୍କ ଯୋଗୁଁ ହୋଇଛି। ବିଜେପି ନେତା ରବି…
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ଏହି ନିଷ୍ପତ୍ତି ଭାରତୀୟ ବ୍ୟବସାୟୀଙ୍କ ପାଇଁ ଯଥେଷ୍ଟ କ୍ଷତି ପହଞ୍ଚାଉଥିଲା। କିନ୍ତୁ ଏବେ ଟ୍ରମ୍ପ୍ ଏକ ବଡ଼ ଝଟକାର ସମ୍ମୁଖୀନ ହୋଇପାରନ୍ତି। ଚୀନ୍ କୁ ଭାରତର ରପ୍ତାନି ୨୨ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଭାରତ ଯଥେଷ୍ଟ ଲାଭ ପାଇଛି। ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପ୍ରତି ସମ୍ପର୍କରେ ଉନ୍ନତି ହୋଇଛି। ଭାରତ ପ୍ରତି ଚୀନ୍ର ମନୋଭାବ ବହୁତ ସକାରାତ୍ମକ ରହିଛି ଏବଂ ଏହା ବାଣିଜ୍ୟକୁ ଲାଭ ଦେଇଛି। ସୂଚନା ଅନୁଯାୟୀ, ୨୦୨୫ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧ ତୁଳନାରେ ୨୦୨୫-୨୬ର ପ୍ରଥମାର୍ଦ୍ଧରେ ଚୀନ୍କୁ ଭାରତର ରପ୍ତାନି ପ୍ରାୟ ୨୨% ବୃଦ୍ଧି ପାଇଛି। ଏଥିରେ ଟେଲିଫୋନ୍ ସେଟ୍, ଚିଙ୍ଗୁଡ଼ି, ଆଲୁମିନିୟମ୍ ଏବଂ କ୍ୟାପ୍ସିକମ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ। ଆମେରିକା ଶୁଳ୍କ ଭାରତର ଚିଙ୍ଗୁଡ଼ି ରପ୍ତାନି…
ନୂଆଦିଲ୍ଲୀ: ଆଜି ଘରୋଇ ଫ୍ୟୁଚର୍ସ ମାର୍କେଟରେ ସୁନା ମୂଲ୍ୟ ହ୍ରାସ ପାଇବା ଜାରି ରହିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଡିସେମ୍ବର 5 ତାରିଖର ଶେଷ ତାରିଖ ଥିବା ସୁନା ଫ୍ୟୁଚର୍ସ ସୋମବାର ଅକ୍ଟୋବର 27 ତାରିଖରେ ପ୍ରତି 10 ଗ୍ରାମ 1,22,500 ଟଙ୍କାରେ ଖୋଲିଥିଲା। ପୂର୍ବ ବାଣିଜ୍ୟ ଦିନରେ ସୁନା 1,23,451 ଟଙ୍କାରେ ବନ୍ଦ ହୋଇଥିଲା। ସକାଳ ପ୍ରାୟ 10:10 ରେ MCX ରେ ଡିସେମ୍ବର 5 ତାରିଖର ଶେଷ ତାରିଖ ଥିବା ସୁନା 1,22,150 ଟଙ୍କାରେ କାରବାର ହେଉଥିଲା, ଯାହା ପୂର୍ବ ଦିନର ଶେଷ ମୂଲ୍ୟ ଠାରୁ ପ୍ରାୟ 1,300 ଟଙ୍କା ହ୍ରାସ। ପ୍ରାରମ୍ଭିକ କାରବାରରେ MCX ସୁନା 1,21,822 ଟଙ୍କାର ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା। ସେହିଭଳି ଆଜି MCX ରେ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଅକ୍ଟୋବର 27 ତାରିଖରେ, ଡିସେମ୍ବର 5 ତାରିଖର ଶେଷ ତାରିଖ ଥିବା ରୂପା 1,42,910 ଟଙ୍କା ରେ…
ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ନିଜର ସ୍ଥିତିକୁ ସୁଦୃଢ଼କରି, ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ରାଜ୍ୟରେ ସର୍ବାଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଅଗଷ୍ଟ ୨୦୨୫ ରେ ଓଡ଼ିଶାରେ ପ୍ରାୟ ୧.୪୯ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି। ଏଥିସହିତ, ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧ କୋଟି ୬୫ ଲକ୍ଷ ଅତିକ୍ରମ କରିଛି ଏବଂ ଜିଓ ୪୬.୫ ପ୍ରତିଶତ ଗ୍ରାହକ ବଜାର ଅଂଶ ହାସଲ କରିଛି। ଓଡ଼ିଶାର ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳରେ ସୁଲଭ ଜିଓଭାରତ ୪ଜି ଫୋନ୍ ହଜାର ହଜାର ୨ଜି ଗ୍ରାହକଙ୍କୁ ୪ଜି କୁ ଅପଗ୍ରେଡ୍ କରିବାରେ ସକ୍ଷମ କରିଛି। ତଥ୍ୟ ଅନୁଯାୟୀ, ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ଅଗଷ୍ଟ ମାସରେ ୨.୪୬ ଲକ୍ଷ ବୃଦ୍ଧି…
ନୂଆଦିଲ୍ଲୀ: ଆଇସିସି ଟି-୨୦ ରାଙ୍କିଙ୍ଗରେ ଶୀର୍ଷ ଦୁଇଟି ଦଳ ଭାରତ ଏବଂ ଅଷ୍ଟ୍ରେଲିଆ, ଯେଉଁମାନେ ଅକ୍ଟୋବର ୨୯ ତାରିଖରୁ ଆରମ୍ଭ ହେଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଖେଳିବେ। ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏହି ସିରିଜ ପରେ ଆଇସିସି ରାଙ୍କିଙ୍ଗରେ ବହୁତ କିଛି ପରିବର୍ତ୍ତନ ହେବ। କିନ୍ତୁ ଶୀର୍ଷ ସ୍ଥାନରେ ଥିବା ବ୍ୟାଟ୍ସମ୍ୟାନ୍, ବୋଲର ଏବଂ ଅଲରାଉଣ୍ଡର କିଏ? ଆସନ୍ତୁ ଜାଣିବା, ଏବଂ ପ୍ରତ୍ୟେକ ବର୍ଗରେ ଶ୍ରେଷ୍ଠ ୫ ଖେଳାଳି ଏଠାରେ ଅଛନ୍ତି। ଶୀର୍ଷ ୫ ଟି-୨୦ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ବର୍ତ୍ତମାନ ଆଇସିସି ଟି-୨୦ ଦଳ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଭାରତର ୬୪ ମ୍ୟାଚ୍ ରୁ ୨୭୨ ରେଟିଂ ଏବଂ ୧୭,୩୯୬ ପଏଣ୍ଟ ରହିଛି। ୨୬୮ ରେଟିଂ ଏବଂ ୧୦,୪୩୪ ପଏଣ୍ଟ ସହିତ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ…
ନୂଆଦିଲ୍ଲୀ: ଭାରତ ସରକାର ଲୋକମାନଙ୍କୁ ଉତ୍ତମ ଏବଂ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି। ଏଥିମଧ୍ୟରୁ ସବୁଠାରୁ ଲୋକପ୍ରିୟ ହେଉଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ଏହି ଯୋଜନା ଅଧୀନରେ ଯୋଗ୍ୟ ପରିବାର ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ। ଏହି ଯୋଜନାର ଲକ୍ଷ୍ୟ ହେଉଛି ଯେ, କୌଣସି ଗରିବ କିମ୍ବା ଅସହାୟ ବ୍ୟକ୍ତି ଟଙ୍କାର ଅଭାବରୁ ଚିକିତ୍ସାରୁ ବଞ୍ଚିତ ନ ରହିବା। ତଥାପି ଅନେକ ଲୋକ ଏପର୍ଯ୍ୟନ୍ତ ଜାଣିନାହାଁନ୍ତି ଯେ, ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ କି ନାହିଁ? ପୂର୍ବରୁ ଏଥିପାଇଁ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ୍ ହୋଇଯାଇଛି। ଏବେ ମାତ୍ର କିଛି ମିନିଟ୍ ମଧ୍ୟରେ ଆପଣ ଆପଣ ଘରେ ବସି ଏହି ଯୋଜନା ପାଇଁ ତାଲିକାରେ ଆପଣଙ୍କ ନାମ ଅଛି କି ନାହିଁ ତାହା ଜାଣିପାରିବେ। ଆସନ୍ତୁ…
ବାଲୁଗାଁ: ଚିଲିକା ବ୍ଲକ ହରିପୁର ପଞ୍ଚାୟତ ନୂଆପଟଣା ସ୍ଥିତ ଉତ୍ତରାୟଣୀ ମନ୍ଦିର ପ୍ରାଙ୍ଗଣରେ ରବିବାର ଦିନ ଚିଲିକା ନିର୍ବାଚନ ମଣ୍ଡଳୀ ଜାତୀୟ କଂଗ୍ରେସ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ମହିଳା କଂଗ୍ରେସ ସମ୍ପାଦିକା ମିନାକ୍ଷୀ ପ୍ରଧାନଙ୍କ ନେତୃତ୍ୱରେ ଉକ୍ତ ବୈଠକରେ ଦୁଇ ଶହରୁ ଉର୍ଦ୍ଧ୍ବ କର୍ମୀ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଚିଲିକା ନିର୍ବାଚନ ମଣ୍ଡଳୀ ପୂର୍ବତନ ଯୁବ କଂଗ୍ରେସ ସଭାପତି ବିପିନି ବିହାରୀ ବାରିକ, ସାଧାରଣ ସମ୍ପାଦକ କୁଳମଣି ସାହୁ ସମେତ ଶତାଧିକ ମହିଳା ଓ ପୁରୁଷ କର୍ମୀମାନେ ତୃଣମୂଳ ସ୍ତରରୁ ଚିଲିକା ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ମଜଭୁତ କରିବା ପାଇଁ ସଂକଳ୍ପ ନେଇଥିଲେ। ରାଜ୍ୟରେ ବିଜେପି ଓ ବିଜେଡି ଯେଉଁଭଳି ଭାବେ ମନମୁଖୀ ଶାସନ ଚଲାଇ ଆସିଛି, ସାଧାରଣ ଲୋକଙ୍କୁ ଲୁଟୁଛି, ତାହାର ମୂଳ ଉତ୍ପାଟନ କରିବାସହ ଜନତାଙ୍କ ନିକଟତର ହେବାକୁ ମହିଳା ସମ୍ପାଦିକା ଶ୍ରୀମତୀ ପ୍ରଧାନ କହିଛନ୍ତି। ଆଗାମୀ ଦିନରେ ଚିଲିକା…
ନୂଆଦିଲ୍ଲୀ: ଭାରତର ଅର୍ଥନୈତିକ ଶକ୍ତି ମହାସାଗର ଦେଇ ପ୍ରବାହିତ ହୁଏ। ପରିମାଣ ଦୃଷ୍ଟିରୁ ଭାରତର ପ୍ରାୟ ୯୫ ପ୍ରତିଶତ ବାଣିଜ୍ୟ ଏବଂ ମୂଲ୍ୟ ଦୃଷ୍ଟିରୁ ପ୍ରାୟ ୭୦ ପ୍ରତିଶତ ବାଣିଜ୍ୟ ସମୁଦ୍ର ପଥ ଦେଇ ଗତି କରେ। ଏଣୁ କୁହାଯାଇପାରେ ଯେ ସମୁଦ୍ର ହେଉଛି ଭାରତର ବାଣିଜ୍ୟର ଜୀବନରେଖା। ଦେଶର ଆମଦାନୀ ଏବଂ ରପ୍ତାନିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଅଶୋଧିତ ତୈଳ ଏବଂ କୋଇଲା ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ, ବୟନଶିଳ୍ପ ଏବଂ କୃଷି ଉତ୍ପାଦ ପର୍ଯ୍ୟନ୍ତ, ବ୍ୟସ୍ତବହୁଳ ବନ୍ଦରଗୁଡ଼ିକ ଦେଇ ଗତି କରେ। ଏହି ବନ୍ଦରଗୁଡ଼ିକ ଭାରତକୁ ବିଶ୍ୱର ବିଭିନ୍ନ ବଜାର ସହିତ ସଂଯୋଗ କରେ। ବିଶ୍ୱାୟନ ଯୋଗାଣ ଶୃଙ୍ଖଳ ପାରସ୍ପରିକ ନିର୍ଭରଶୀଳତାକୁ ଗଭୀର କରିବା ଏବଂ ଭାରତ ଏକ ପ୍ରମୁଖ ଉତ୍ପାଦନ ଏବଂ ଶକ୍ତି କେନ୍ଦ୍ର ଭାବରେ ଉଭା ହେବା ସହିତ, ବନ୍ଦର ଏବଂ ଜାହାଜର ଦକ୍ଷତା ସିଧାସଳଖ ଜାତୀୟ ପ୍ରତିଯୋଗିତାକ୍ଷମତାକୁ ପ୍ରଭାବିତ କରେ। ଏମଆଇଭି-୨୦୩୦ର ପ୍ରମୁଖ ବିଷୟବସ୍ତୁ…
ନୂଆଦିଲ୍ଲୀ: ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ, ଅକ୍ଟୋବର ୨୭ ରୁ ୩୧, ୨୦୨୫ ପର୍ଯ୍ୟନ୍ତ ମୁମ୍ବାଇର ନେସ୍କୋ ଗ୍ରାଉଣ୍ଡରେ ଇଣ୍ଡିଆ ସାମୁଦ୍ରିକ ସପ୍ତାହ ୨୦୨୫ (ଆଇଏମଡବ୍ଲ୍ୟୁ ୨୦୨୫) ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମ ବିଶ୍ୱସ୍ତରରେ ସର୍ବବୃହତ ସାମୁଦ୍ରିକ ସମାବେଶ ହେବାକୁ ଯାଉଛି, ଯାହା ସାମୁଦ୍ରିକ ଇକୋସିଷ୍ଟମର ପ୍ରମୁଖ ଅଂଶୀଦାରମାନଙ୍କୁ ଏକତ୍ର କରିବ। “ସମୁଦ୍ରକୁ ଏକୀକୃତ କରିବା, ଏକ ମହାସାଗର ଦୃଷ୍ଟିକୋଣ” ବିଷୟବସ୍ତୁ ଅଧୀନରେ, ଆଇଏମଡବ୍ଲ୍ୟୁ ୨୦୨୫ ଏକ ବିଶ୍ୱ ସାମୁଦ୍ରିକ କେନ୍ଦ୍ର ଏବଂ ନୀଳ ଅର୍ଥନୀତିରେ ଏକ ନେତା ଭାବରେ ଉଭା ହେବା ପାଇଁ ଭାରତର ରଣନୈତିକ ଦୃଷ୍ଟିକୋଣକୁ ପ୍ରଦର୍ଶିତ କରିବ। ଏହି ଅଧିବେଶନକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଉଦଘାଟନ କରିବେ, ଯେଉଁଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଗୋଆର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ପ୍ରମୁଖ ଯୋଗଦେବେ।…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରର ଶାନ୍ତି ନଗର ଅଞ୍ଚଳର କେ ଭାଗ୍ୟ ଲକ୍ଷ୍ମୀ ନାମ୍ନୀ ଜଣେ ମହିଳାଙ୍କର ବିୟୋଗ ହୋଇଥିଲା। ଏହିଭଳି ପରିସ୍ଥିତିରେ ସୁଦୁର ବାଙ୍ଗାଲୋରରେ ରହୁଥିବା ତାଙ୍କର ଦୁଇ ଭଉଣୀଙ୍କ ସହମତି କ୍ରମେ ବ୍ରହ୍ମପୁର ସହରର ମାନବବାଦୀ ହେତୁବାଦୀ ସଙ୍ଗଠନ ଓ ଫ୍ରେଣ୍ଡସ ହେଲପିଂ ସଙ୍ଗଠନ ପକ୍ଷରୁ ବଡଡାକ୍ତରଖାନାର ଆନାଟମି ବିଭାଗକୁ ମୃତ ଭାଗ୍ୟ ଲକ୍ଷ୍ମୀଙ୍କ ମରଶରୀରକୁ ଦାନ କରାଯାଇଛି। ବିଭାଗୀୟ ପ୍ରଫେସର ଡ଼ଃ ଜେ ସାଗର ପୃଷ୍ଟିଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ସମୟରେ ଉକ୍ତ ସଙ୍ଗଠନର ବହୁ କର୍ମକର୍ତ୍ତା, ବନ୍ଧୁ ବାନ୍ଧବ ଓ ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିଲେ। ଶରୀର ଦାନ ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କର ହୋଇଛି ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି।
ଭୁବନେଶ୍ଵର: ଆସନ୍ତା ୨୯ ତାରିଖରେ ଜାତୀୟ ପଛୁଆବର୍ଗ ଆୟୋଗ ଓଡ଼ିଶାରେ ଜନଶୁଣାଣି କରିବେ। ପଛୁଆବର୍ଗ ତାଲିକାରେ କେଉଁ ଜାତିଗୁଡ଼ିକୁ ନୂଆକରି ସାମିଲ କରାଯିବ ସେ ସଂପର୍କରେ ଆୟୋଗ ସମୀକ୍ଷା କରିବେ। ଜନଶୁଣାଣି କାର୍ଯ୍ୟକ୍ରମରେ ପଛୁଆବର୍ଗର ପ୍ରତିନିଧିମାନେ ଅଂଶଗ୍ରହଣ କରିବାକୁ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ ଅନୁରୋଧ କରିଛନ୍ତି। ଭୁବନେଶ୍ବରସ୍ଥିତ ରାଜ୍ୟ ଅତିଥିଭବନରେ ଓବିସି ଆୟୋଗଙ୍କ ଜନଶୁଣାଣି ଅନୁଷ୍ଠିତ ହେବ। ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଆୟୋଗ ଶିବିର ଆୟୋଜନ କରି ଜନସାଧାରଣଙ୍କ ମତାମତ ସଂଗ୍ରହ କରିବେ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।
ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ କୁମାର ସିଂ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବାତ୍ୟା ପ୍ରସ୍ତୁତି ସଂପର୍କରେ ବିଶଦ ଭାବେ ଆଲୋଚନା କରିଛନ୍ତି। ବୈଠକ ପରେ ରାଜୀବ ଭବନଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାକୁ ୬ କିଲୋମିଟର ବେଗରେ ଗତି କରୁଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲା ଯଥା-ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ସବୁଠାରୁ ଅଧିକ ପ୍ରଭାବିତ ହେବ। ଏହିସବୁ ଜିଲ୍ଲାଗୁଡ଼ିକୁ ରେଡ୍ ଜୋନ୍ ଅନ୍ତର୍ଭୁକ୍ତ କରାଯାଇଛି। କାକିନାଡ଼ା ଓ ମଛଲିପଟନମ୍ ଯେଉଁଠାରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି…
ଭୁବନେଶ୍ଵର: ବଙ୍ଗୋପସାଗରରେ ଆସନ୍ନ ଭୀଷଣ ବାତ୍ୟା ‘ମୋନ୍ଥା’ର ମୁକାବିଲା ଲାଗି କଟକରୁ ୩ଟି ଏନଡିଆରଏଫ ଦଳ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଇଛି। କଟକ ମୁଣ୍ଡଳି ତୃତୀୟ ବାଟାଲିୟନରୁ ଏହି ଦଳକୁ ପଠାଯାଇଛି। ପ୍ରତ୍ୟେକ ଦଳରେ ୩୫ଜଣ ଯବାନ ଜରୁରି ଉଦ୍ଧାର ସାମଗ୍ରୀ ସହିତ ଆସନ୍ନ ବାତ୍ୟା ସ୍ଥଳଭାଗ ଛୁଇଁବା ସ୍ଥାନରେ ମୁତୟନ ରହିବେ। ବାତ୍ୟା ମାଡ଼ ହେବା ପରେ ଏନଡିଆରଏଫ ଦଳ ଉଦ୍ଧାର କାର୍ଯ୍ୟ ସହିତ ରାସ୍ତା ସଫା ଏବଂ ଗଛ କାଟିବା କାମ କରିବେ ବୋଲି ଏନଡିଆରଏଫର ଅଧିକାରୀ ଧନଞ୍ଜୟ କୁମାର କହିଛନ୍ତି। ତୀର୍ଥବାସୀ ସାହୁଙ୍କ ନେତୃତ୍ବରେ ଏହି ଦଳରେ ବହୁ ଦକ୍ଷ ଯବାନ ଅଛନ୍ତି । ସେମାନେ ଆଜି ସ୍ବତନ୍ତ୍ର ବସ୍ରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଅଭିମୁଖେ ଯାତ୍ରା କରିଛନ୍ତି।
ଭୁବନେଶ୍ଵର: ଆସନ୍ତା ୨୮ ଓ ୨୯ ତାରିଖରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ଆସନ୍ତା ୨୮ ତାରିଖ ରାତିସୁଦ୍ଧା ଆନ୍ଧ୍ରପ୍ରଦେଶର କାକିନାଡ଼ା ଉପକୂଳରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଓଡ଼ିଶାରେ ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଓ ପବନ ଲାଗି ରହିବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବା ସହିତ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ୨୮ ଏବଂ ୨୯ ତାରିଖରେ ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟସବୁ ଜିଲ୍ଲାରେ ମଧ୍ୟ ବର୍ଷାର ପରିମାଣ ଅଧିକ ରହିବ। ସେହିପରି ୨୯…

