ବାଣପୁର: ବାଣପୁର ଏନଏସି ବଜାର ସାହିସ୍ଥିତ ପୋଷ୍ଟ ଅଫିସ ସମ୍ମୁଖରେ ଦୀର୍ଘ ଦିନ ହେବ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବିଛାଯାଇଥିବା ପାନୀୟ ପାଇପ ଫାଟି ପ୍ରତିଦିନ ହଜାର ହଜାର ଲିଟର ପାନୀୟ ଜଳ ନଷ୍ଟ ହେଉଥିବାର ଦେଖିବାକୁ ମିଳିଛି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଉକ୍ତ ରାସ୍ତାକୁ ଖୋଳି ଜନସ୍ୱାସ୍ଥ୍ୟ ବିଭାଗ ପାନୀୟ ପାଇପ ବିଛାଇଥିବା ବେଳେ ଯାଗା ଯାଗା ରେ ଉକ୍ତ ପାନୀୟ ପାଇପ ଫାଟି ପାନୀୟ ଜଳ ନଷ୍ଟ ହେଉଛି। ତେବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ମରାମତି କରୁନାହିଁ ଜନସ୍ୱାସ୍ଥ୍ୟ ବିଭାଗ। ଏପରି ଦୃଶ୍ୟ ସମ୍ପୂର୍ଣ୍ଣ ବାଣପୁର ଏନଏସିରେ ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ପାନୀୟ ପାଇପ ଫାଟି ଜଳ ନଷ୍ଟ ହେଉଛି। କିନ୍ତୁ ସମ୍ପୃକ୍ତ ବିଭାଗର ଉଦାସୀନତା ଲାଗି ପାନୀୟ ଜଳ ଅପଚୟ ହେଉଛି ଯାହାକୁ ଅଞ୍ଚଳବାସୀଙ୍କୁ ଗଭୀର ଆଘାତ ଦେଉଛି। ତେବେ ଏ ନେଇ ବାଲୁଗାଁ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ…
Author: SM Network
ବାଣପୁର: ବାଣପୁର ବଡହନ୍ତୁଆଡ଼ ପ୍ରାଥମିକ କୃଷି ସମବାୟ ସମିତି ଲିଃ ର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟନ ଆଜି ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଯୋଗଦେଇ ଏହାକୁ ଉଦଘାଟିତ କରିଥିଲେ। ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମାଜସେବୀ ବୀରଭଦ୍ର କାଣ୍ଡି, ସଭାପତି ମାଧବ ଚନ୍ଦ୍ର ବାରିକି, ସମବାୟବିତ ଗୋଲଖ ବିହାରୀ ପଟ୍ଟନାୟକ, ହରିହର ସାହୁ ଆଦି ଯୋଗଦେଇଥିଲେ। ଏହି ଅବସରରେ ବାଣପୁର ବ୍ଲକର ସମସ୍ତ ୧୩ ଗୋଟି ସମବାୟ ସମିତିର ସଭାପତି ଓ ସମ୍ପାଦକ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କୃଷକ ମାନଙ୍କ ବିଭିନ୍ନ ସମସ୍ୟା ଯଥା ଆଗକୁ ଆସୁଥିବା ମଣ୍ଡିରେ ଧାନକ୍ରୟ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଉପସ୍ଥିତ ଅତିଥି ମାନେ ମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ। ମନ୍ତ୍ରୀ ଉକ୍ତ ସମସ୍ୟାକୁ ହୃଦୟଙ୍ଗମ କରିବା ସହ ଏହାର ସମାଧାନ ଦିଗରେ ପ୍ରତିଶୃତି ଦେଇଥିଲେ।
ନୂଆଦିଲ୍ଲୀ: ୫୫ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ତିନୋଟି ଚମତ୍କାର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ସେଗୁଡ଼ିକ ହେଲା ଗୁଜରାଟୀ ଚଳଚ୍ଚିତ୍ର ‘କାରଖାନୁ’, ଅହମୀୟା ଚଳଚ୍ଚିତ୍ର ‘ରଦୋର ପାକ୍ଷୀ’ ଏବଂ ‘ଗୁଗଲ ମାଟ୍ରିମୋନି’। ଦୂରଦୃଷ୍ଟି ସମ୍ପନ୍ନ ନିର୍ଦ୍ଦେଶକ ଓ ନିର୍ମାତାମାନଙ୍କ ଦ୍ୱାରା ନିର୍ମିତ ଏସବୁ ଭିନ୍ନ ସ୍ୱାଦର ଚଳଚ୍ଚିତ୍ରରେ ରହସ୍ୟ, ହାସ୍ୟ, ଭୟ, ଅସଲି ମାନବୀୟ ସମ୍ପର୍କର ଅନ୍ୱେଷ ଏବଂ ଜୀବନର ଆହ୍ୱାନକୁ ମୁକାବିଲା କରିବାର ସାମର୍ଥ୍ୟ ପ୍ରଦର୍ଶିତ ହୋଇଛି। ଗଣମାଧ୍ୟମ ସହ ଏକ ବାର୍ତ୍ତାଳାପରେ ‘କାରଖାନୁ’ର ନିର୍ଦ୍ଦେଶକ ଋଷଭ ଥାଙ୍କୀ କହିଛନ୍ତି, ଏ ଚଳଚ୍ଚିତ୍ର ଗଭୀର ଭାବେ ଗୁଜରାଟର ଲୋକକଥା ସହ ଜଡ଼ିତ। ପ୍ରଥମେ ଏହା ଏକ କ୍ଷୁଦ୍ର ଚଳଚ୍ଚିତ୍ର ରୂପେ ନିର୍ମିତ ହୋଇଥିଲା, ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଅବଧି ବିଶିଷ୍ଟ ଫିଚର ଚଳଚ୍ଚିତ୍ର ଭାବେ ଏହାକୁ ନିର୍ମାଣ କରାଯାଇଛି। ଅଭିନେତା ପାର୍ଥ ଦାଭେ ଏ ଚଳଚ୍ଚିତ୍ରକୁ ଏକ ଦୁଇ ବର୍ଷର ଯାତ୍ରା, ଏକ ବ୍ୟଙ୍ଗ ଏବଂ ୱାନ୍-କଟ୍ ପ୍ରୋଜେକ୍ଟ…
ନୂଆଦିଲ୍ଲୀ: ଚୀନ୍ ପରେ ତୁର୍କୀ ମଧ୍ୟ ପାକିସ୍ତାନ ସହିତ ଅଛି। ପାକିସ୍ତାନ ବିଷୟରେ ତୁର୍କୀ ରାଷ୍ଟ୍ରପତି ରିଚେପ ତୈୟପ ଏର୍ଦୋଗାନଙ୍କ ପାକିସ୍ତାନ ପ୍ରତି ଥିବା ପ୍ରେମ ଏବେ ଖୋଲାଖୋଲି ଭାବେ ସାମ୍ନାକୁ ଆସୁଛି। ତୁର୍କୀର ଖଲିଫା ପାକିସ୍ତାନର ସେନାକୁ ମଜବୁତ କରିବାରେ ନିୟୋଜିତ ଅଛି। ଯେଉଁଥିପାଇଁ ସେମାନେ ତୁର୍କୀ ପ୍ରତିରକ୍ଷା ସଂସ୍ଥା ମଧ୍ୟ ବ୍ୟବହାର କରୁଛନ୍ତି। ତୁର୍କୀ ପ୍ରତିରକ୍ଷା କମ୍ପାନୀ ମଧ୍ୟ ପାକିସ୍ତାନରେ ଏହାର ଉତ୍ପାଦନ ସୁବିଧା ସ୍ଥାପନ କରିବାକୁ ଯାଉଛି। ଇସ୍ତାନବୁଲରେ ଅବସ୍ଥିତ ତୁର୍କୀ ପ୍ରତିରକ୍ଷା ସଂସ୍ଥା ରେପକନ୍ ପାକିସ୍ତାନ ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛି। ମିଡିଆ ରିପୋର୍ଟ ଅନୁଯାୟୀ, ତୁର୍କୀ ପ୍ରତିରକ୍ଷା କମ୍ପାନୀ ରେପକନ୍ ପାକିସ୍ତାନରେ ୧୫୫ ମିଲିମିଟର ଆର୍ଟିଲିରି ଉତ୍ପାଦନ ପାଇଁ ଏକ ଅତ୍ୟଧିକ ସ୍ୱୟଂଚାଳିତ ଉତ୍ପାଦନ ଲାଇନ ସ୍ଥାପନ କରିବାକୁ ଯୋଜନା କରୁଛି। ଏହା ବ୍ୟତୀତ ରେପକନ୍ ମଧ୍ୟ ପାକିସ୍ତାନରେ ଏକ ବିସ୍ଫୋରକ ଫିଲିଂ ଲାଇନ ପ୍ରତିଷ୍ଠା କରିବାକୁ ଯାଉଛି। ଏହି ବିସ୍ଫୋରକ…
ନୂଆଦିଲ୍ଲୀ: ‘ଭାରତ କୋ ଜାନିୟେ’ (Know India) କ୍ୱିଜରେ ଅଂଶ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀ ଭାରତୀୟ ଏବଂ ବିଭିନ୍ନ ଦେଶର ବନ୍ଧୁମାନଙ୍କୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଏହି କ୍ୱିଜ୍ ଭାରତ ଏବଂ ବିଶ୍ୱବ୍ୟାପୀ ଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ସମ୍ପର୍କକୁ ଗଭୀର କରିବ। ଏହା ମଧ୍ୟ ଭାରତର ସମୃଦ୍ଧ ଐତିହ୍ୟ ଏବଂ ବିବିଧ ସଂସ୍କୃତିକୁ ପୁନଃଖୋଜିବାର ଏକ ଚମତ୍କାର ଉପାୟ। ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି: “ପ୍ରବାସୀଙ୍କ ସହ ଆମର ସମ୍ପର୍କକୁ ଦୃଢ଼ କରୁଛୁ! ବିଦେଶରେ ଥିବା ଭାରତୀୟ ସମୁଦାୟଙ୍କୁ ଏବଂ ଅନ୍ୟାନ୍ୟ ଦେଶରେ ଥିବା ବନ୍ଧୁମାନଙ୍କୁ ଏଥିରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରୁଛି #BharatKoJaniye Quiz! bkjquiz.com ଏହି କ୍ୱିଜ୍ ଭାରତ ଏବଂ ବିଶ୍ୱବ୍ୟାପୀ ଥିବା ପ୍ରବାସୀଙ୍କ ମଧ୍ୟରେ ସମ୍ପର୍କକୁ ଗଭୀର କରୁଛି। ଏହା ମଧ୍ୟ ଭାରତର ସମୃଦ୍ଧ ଐତିହ୍ୟ ଏବଂ ବିବିଧ ସଂସ୍କୃତିକୁ ପୁନଃଖୋଜିବାର ଏକ ଚମତ୍କାର ଉପାୟ। ବିଜେତାମାନେ ଇନକ୍ରେଡିବଲଇଣ୍ଡିଆ#IncredibleIndia.ର ବିସ୍ମୟକର ଅଭିଜ୍ଞତା ଆହରଣ କରିବାକୁ ସୁଯୋଗ ପାଇବେ।”
ବ୍ରହ୍ମପୁର (କୈଳାଶ ଚାନ୍ଦ ର୍ଚୌଧୁରୀ): ପାଟପୁର ଥାନା ଅର୍ନ୍ତଗତ ପଟିଗୁଡା ବାରିଗାଁର ଡମ୍ବରୁ ମଳିକ ଜନୈକ ବୃଦ୍ଧ ବ୍ୟକ୍ତି ନିଜର ଶରୀର ଅସୁସ୍ଥ ଥିବାରୁ ଔଷଧ ଆଣିବା ପାଇଁ ବଜାରକୁ ଦୀର୍ଘ ୪ ଦିନ ହେଲା ଘରକୁ ଫେରି ନଥିଲେ। ଏହା ମଧ୍ୟରେ ଘର ଲୋକ ବହୁତ ଖୋଜାଖୋଜି କରି ଡମ୍ବରୁଙ୍କ ସନ୍ଧାନ ପାଇନଥିଲେ। ଗତ ସନ୍ଧ୍ୟାରେ ଗାଁ ର କିଛି ଲୋକ ନିକଟସ୍ଥ କପା ବାଡ଼ରେ ଡମ୍ବରଙ୍କ ମୃତଦେହ ପଡିଥିବାର ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ତାଙ୍କର ପୁଅ ପ୍ରଶାନ୍ତ ଘଟଣାସ୍ଥଳରେ ପହଞ୍ଚି ବାପାଙ୍କ ଶବ ଚିହ୍ନଟ କରିଥିଲେ। ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ ପ୍ରାୟ ସାଢ଼େ ପାଞ୍ଚଟାରେ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ‘ଓଡ଼ିଶା ପର୍ବ ୨୦୨୪’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଓଡ଼ିଶା ପର୍ବ ହେଉଛି ନୂଆଦିଲ୍ଲୀର ଏକ ଟ୍ରଷ୍ଟ, ଓଡ଼ିଆ ସମାଜ ଦ୍ୱାରା ପରିଚାଳିତ ଏକ ପ୍ରମୁଖ କାର୍ଯ୍ୟକ୍ରମ। ଏହା ମାଧ୍ୟମରେ ସେମାନେ ଓଡ଼ିଆ ଐତିହ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦିଗରେ ମୂଲ୍ୟବାନ ସମର୍ଥନ ପ୍ରଦାନ କରିବାରେ ନିୟୋଜିତ ହୋଇଛନ୍ତି। ଏହି ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ଓଡ଼ିଶା ପର୍ବ ନଭେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଏହା ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ରାଜ୍ୟର ଜୀବନ୍ତ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଜୀବନଶୈଳୀକୁ ପ୍ରଦର୍ଶିତ କରିବ। ବିଭିନ୍ନ କ୍ଷେତ୍ରର ପ୍ରମୁଖ ବିଶେଷଜ୍ଞ ଏବଂ ବିଶିଷ୍ଟ ପେସାଦାରଙ୍କ ଦ୍ୱାରା ଏକ ଜାତୀୟ ସେମିନାର ବା…
ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ୨୫, ନଭେମ୍ବର ୨୦୨୪ରେ ନୂଆଦିଲ୍ଲୀର ସଂସଦ ମାର୍ଗସ୍ଥିତ ଆକାଶବାଣୀ ରଙ୍ଗଭବନ ଅଡିଟୋରିୟମରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ଏକ ଜାତୀୟ ଅଭିଯାନ ‘ନଇ ଚେତନା- ପହଲ ବଦଲାଓ କୀ’ର ତୃତୀୟ ସଂସ୍କରଣକୁ ଶୁଭାରମ୍ଭ କରିବେ। ଲିଙ୍ଗଭିତ୍ତିକ ହିଂସାକୁ ଦୂର କରିବା ପାଇଁ ସରକାରଙ୍କ ମିଳିତ ପ୍ରୟାସରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା- ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନଆରଏଲଏମ) ଦ୍ୱାରା ଆୟୋଜିତ ଏହି ଅଭିଯାନ ୨୩ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଚାଲିବ। ଡିଏୱାଇ-ଏନଆରଏଲଏମର ବ୍ୟାପକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ନେଟୱର୍କ ନେତୃତ୍ୱରେ ଏହି ପଦକ୍ଷେପ ଜନ ଆନ୍ଦୋଳନର ଭାବନାକୁ ପ୍ରତିଫଳିତ…
ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ଫଳାଫଳ ମହାୟୁତୀ ସହଯୋଗୀ ଦଳ ସପକ୍ଷରେ ଆସିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର ବିଧାୟକଙ୍କ ଭାଙ୍ଗିବା ଭୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଶିବସେନା ଏକ ବଡ ନିଷ୍ପତ୍ତି ନେଇଛି। ସୂଚନାନୁସାରେ, ସିନ୍ଦେ ଦଳର ସମସ୍ତ ଶିବସେନା ବିଧାୟକମାନେ ବାନ୍ଦ୍ରାସ୍ଥିତ ତାଜ ଲ୍ୟାଣ୍ଡସ ଏଣ୍ଡ ହୋଟେଲରେ ରହିବେ। ଶପଥ ଗ୍ରହଣ ସମାରୋହ ପର୍ଯ୍ୟନ୍ତ ସମସ୍ତଙ୍କୁ ହୋଟେଲରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଳର ନେତା ଚୟନ ପ୍ରକ୍ରିୟା ମଧ୍ୟ ହୋଟେଲରେ ହେବ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳ ଶିବସେନା ଚମତ୍କାର ପ୍ରଦର୍ଶନ କରିଛନ୍ତି। ଶିବସେନା ୫୭ ଟି ବିଧାନସଭା ଆସନରେ ଜିତିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଥାନେର କୋପ୍ରି-ପଚପାଖଡି ବିଧାନସଭା ଆସନରେ ୧.୨ ଲକ୍ଷ ଭୋଟରେ ଜିତିଛନ୍ତି।
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏଫଏମ ନୀତି (ପର୍ଯ୍ୟାୟ ୩) ଅଧୀନରେ ତୃତୀୟ ପର୍ଯ୍ୟାୟ ଇ-ନିଲାମୀରେ ଅଂଶଗ୍ରହଣ କରିଥିବା ସଫଳ ନିଲାମ ଗ୍ରହଣକାରୀଙ୍କୁ ଅସ୍ଥାୟୀ ପ୍ୟାନେଲରେ ସାମିଲ କରିବାକୁ ଏକକାଳୀନ ସ୍ୱତନ୍ତ୍ର ରିହାତି ପ୍ରଦାନ କରିଛନ୍ତି। ଏହି ରିହାତି ଘରୋଇ ସଂସ୍ଥାଗୁଡ଼ିକର ରେଡିଓ ଚ୍ୟାନେଲଗୁଡ଼ିକ କାର୍ଯ୍ୟକ୍ଷମ ହେବା ଦିନଠାରୁ ତୁରନ୍ତ ଲାଗୁ ହେବ, ଯାହାଦ୍ୱାରା ସେମାନଙ୍କୁ ଛଅ ମାସ ପାଇଁ କିମ୍ବା ଯେପର୍ଯ୍ୟନ୍ତ ସେମାନେ ବର୍ତ୍ତମାନର ‘ଘରୋଇ ଏଫଏମ ରେଡିଓ ଷ୍ଟେସନର ପ୍ୟାନେଲ ପାଇଁ ନୀତିଗତ ମାର୍ଗଦର୍ଶିକା ଅଧୀନରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର (ସିବିସି)ର ପ୍ୟାନେଲରେ ସାମିଲ ହେବା ଲାଗି ଆବେଦନ ଯୋଗ୍ୟ ହୋଇନାହାନ୍ତି ସେପର୍ଯ୍ୟନ୍ତ ସିବିସି ଅସ୍ଥାୟୀ ପ୍ୟାନେଲରେ ସାମିଲ ହେବାର ସୁଯୋଗ ମିଳିବ। ଅସ୍ଥାୟୀ ପ୍ୟାନେଲ୍ ଅବଧି ସମୟରେ, କୌଣସି ଆଇଆରଏସ (ଇଣ୍ଡିଆନ ରିଡରସିପ୍ ସର୍ଭେ) ଉପଲବ୍ଧ ନଥିବା ଘରୋଇ ଏଫ୍.ଏମ୍. ରେଡିଓ ଷ୍ଟେସନଗୁଡ଼ିକ ପାଇଁ ପ୍ରଯୁଜ୍ୟ ମୂଳ ଦର ଲାଗୁ ହେବ। ଏହି ପଦକ୍ଷେପ ନୂତନ ସହରରେ ରେଡିଓ…
ନୂଆଦିଲ୍ଲୀ/ଭୁବନେଶ୍ୱର: ରେଶମ ପୋକକୁ ନମାରି କ୍ରୁରତାହୀନ ଉପାୟରେ ଖୋସାରୁ ସିଲ୍କ ଉତ୍ପାଦନ କରି ଓଡ଼ିଶା ଯେଉଁ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲା, ସେଥିରେ ଏକ ନୂଆ ବିଷୟ ଯୋଡ଼ି ହୋଇଛି। ଏହି ପଦ୍ଧତିରେ ବାହାରୁଥିବା ରେଶମ ସୂତାରେ ଏବେ କୌଣସି ପ୍ରକାର କୃତ୍ରିମ ରଙ୍ଗ ନ ମିଶାଇ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ‘କରୁଣା ସିଲ୍କ’ର କପଡ଼ା ପ୍ରସ୍ତୁତ କରାଯାଉଛି। ଏହି କପଡ଼ାରୁ ତିଆରି ଆଧୁନିକ ପୋଷାକ ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଗ୍ରାହକଙ୍କ ଆଦର ଲାଭ କରିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଚାଲିଛି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା। ଏହି ମେଳାର ‘ଓଡ଼ିଶା ମଣ୍ଡପ’ରେ ରାଜ୍ୟର ବିଭିନ୍ନ ହସ୍ତକଳା ଓ ହସ୍ତତନ୍ତ, ଜନଜାତି କଳାକୃତି ଏବଂ ଗ୍ରାମୀଣ ଉତ୍ପାଦ ଆଦି ପ୍ରଦର୍ଶନ ଓ ବିକ୍ରି ହେଉଛି। ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ‘ଅମ୍ଳାନ’ ଆଉଟ୍ଲେଟ୍ରେ ‘କରୁଣା ସିଲ୍କ’ ପ୍ରସ୍ତୁତ ବିଭିନ୍ନ ପାରମ୍ପରିକ ଓ ଆଧୁନିକ ପୋଷାକ…
ଭୁବନେଶ୍ଵର: ଆଜି ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ହସ୍ତାନ୍ତର କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଶ୍ରୀମତୀ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି ଯେ, ବାଦ୍ ପଡ଼ିଥିବା ୨ଲକ୍ଷ ୬୭ ହଜାର ଆବେଦନକୁ ପୁନର୍ବାର ଯାଞ୍ଚ କରାଯାଇଛି। ସେଥିମଧ୍ୟରୁ ୨୫ ପ୍ରତିଶତ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ। ବାକି ଆବେଦନଗୁଡ଼ିକ ଜମି ଯୋଗ୍ୟତା କାରଣ ପାଇଁ ବାଦ୍ ଦିଆଯାଇଛି। ବ୍ଲକ୍ ସ୍ତରରେ ରିପୋର୍ଟ ପହଞ୍ଚିଛି। ସେମାନଙ୍କର ମଧ୍ୟ ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
ଭୁବନେଶ୍ଵର: ଉତ୍କଳ ପ୍ରଦେଶରେ ଓଡିଆଙ୍କ ପରମ୍ପରାରେ ପ୍ରଥମାଷ୍ଟମୀ ଏକ ଗୁରୁତ୍ୱପୁର୍ଣ୍ଣ ଆଧ୍ୟାତ୍ମିକ ଗଣପର୍ବ। ଏହି ଦିନ ପରିବାରର ଜ୍ୟେଷ୍ଠସନ୍ତାନଙ୍କୁ ମାମୁଁଘରୁ ଆସୁଥିବା ନୁତନବସ୍ତ୍ର ପିନ୍ଧାଜିବା ସହ ହଳଦୀପତ୍ରରେ ରନ୍ଧାଯାଇଥିବା ଏଣ୍ଡୁରୀ ପିଠା ଏବଂ ସ୍ୱାଦିଷ୍ଟ ତରକାରୀ,କ୍ଷୀରି ପରଶାଯାଇଥାଏ। ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀକ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଗ୍ରଜ ଭ୍ରାତା ବା ବଡଭାଇ। ଅନ୍ୟପକ୍ଷରେ ତୁଳସୀକ୍ଷେତ୍ରରେ ଆରାଧ୍ୟ ଦେବତାଙ୍କୁ ଜ୍ୟେଷ୍ଠଭାବେ ସମ୍ମାନ ଦେବାର ଆଧ୍ୟାତ୍ମିକ ପରମ୍ପରା ଅଦ୍ୟାପି ବିଦ୍ୟମାନ। ଏହି ପାରମ୍ପରିକ ଗଣପର୍ବ ଦିନ ତୁଳସୀ କ୍ଷେତ୍ରରେ ଶ୍ରୀ ବଳଦେବଜୀଉଙ୍କୁ ନୂତନପାଟ ବସ୍ତ୍ରରେ ସେବାୟତ ମାନେ ରତ୍ନସିଂହାସନରେ ଲାଗି କରିଛନ୍ତି। ସକାଳଧୂପ ଶେଷ ପରେ ଶ୍ରୀ ଜୀଉଁଙ୍କୁ ନୂତନବସ୍ତ୍ର ଲାଗି କରାଯାଇ ପୋଢୁଆଁ କରାଯାଇଥିଲା। ମଂଗଳାର୍ପଣ ପରେ ପୋଢୁଆଁ ହେବା ପରେ ଶ୍ରୀଜୀଉଙ୍କୁ ପ୍ରଥମାଷ୍ଟମୀ ବେଶରେ ଦର୍ଶନ କରିବାପାଇଁ ଶ୍ରୀବଳଦେବଜୀଉ ମନ୍ଦିରରେ ବ୍ୟାପକ ଭକ୍ତ ସମାଗମ ହୋଇଛି। ଏହଦିନ ଅନ୍ୟାନ୍ୟ ସ୍ୱତନ୍ତ୍ର ଦେବନିତୀ ଅନୁଷ୍ଠିତ ହୋଇଥିଲା। ମନ୍ଦିର ମଧ୍ୟରେ ଶ୍ରୀ…
ମେଷ: ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ବିଶେଷକରି ମହିଳାମାନେ ଯାନବାହନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ଯତ୍ନବାନ ହେବା ଉଚିତ୍। କାର୍ଯ୍ୟର ଗତି ଧୀର ହେବ । ସବୁବେଳେ ନିଜର ବୁଦ୍ଧି ବ୍ୟବହାର କରନ୍ତୁ। ସଫଳତା ପାଇଁ କଷ୍ଟ କରିବାକୁ ପଡିବ। ନିରାଶା ପ୍ରାଧାନ୍ୟ ବିସ୍ତାର କରିବ। ଆୟରେ ନିଶ୍ଚିତତା ରହିବ। ବ୍ୟବସାୟ ଭଲ କରିବ। ଉପକୃତ ହେବ। ବୃଷ : ଭୟ ହେତୁ କାମ ମନ୍ଥର ହୋଇପାରେ। କୌଣସି ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ବୈବାହିକ ପ୍ରସ୍ତାବ ଗ୍ରହଣ କରାଯାଇପାରେ । ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି। ସବୁ ଦିଗରୁ ସଫଳତା ଆସିବ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ହେଲେ ବିଭିନ୍ନ କ୍ଷେତ୍ରରେ ଲାଭ ହେବ। ମିଥୁନ : ଜୀବନସାଥୀଙ୍କୁ କହିବା କଷ୍ଟକର ହୋଇପାରେ । ବଡ ସମ୍ପତ୍ତି କାରବାର ବହୁତ ଲାଭ ଦେଇପାରେ ।…
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। କ୍ୟାବିନେଟ ବହୁଚର୍ଚ୍ଚିତ ବିଶ୍ବବିଦ୍ୟାଳୟ ଆଇନରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛି। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ସୂଚନା ଦେଇଛନ୍ତି। ବିଶ୍ବବିଦ୍ୟାଳୟଗୁଡ଼ିକୁ ଅଧିକ ସ୍ବାୟତ୍ତ ଏବଂ ସଶକ୍ତ କରିବା ଏହାର ଲକ୍ଷ୍ୟ। ସଂଶୋଧନ ପରେ ଏଣିକି କୁଳପତି ଚୟନରେ ଶିକ୍ଷାବିତ୍ ମାନଙ୍କୁ ଜଡ଼ିତ କରାଯିବ। ଶିଳ୍ପ ନୀତି ୨୦୧୫ରେ ୨ଟି ସଂଶୋଧନକୁ ମଧ୍ୟ କ୍ୟାବିନେଟ ବୈଠକରେ ମଞ୍ଜୁର କରାଯାଇଛି। ପ୍ରୋତ୍ସାହନ ସହାୟତା ପାଇଁ ଆବେଦନ ଦାଖଲ କରିବାର ସମୟସୀମାକୁ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ମଧ୍ୟ ସଂଶୋଧନ କରାଯାଇଛି।
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି)ର ୯୧ତମ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରିଛନ୍ତି। ନିଜ ସମ୍ବୋଧନରେ କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସମବାୟ କ୍ଷେତ୍ର ଜରିଆରେ କୋଟି କୋଟି କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ପ୍ରତିଶ୍ରୁତିବଦ୍ଧ। ସେ କହିଛନ୍ତି ଯେ ସମବାୟ ଆନ୍ଦୋଳନ ଜରିଆରେ ଦେଶର ନାଗରିକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି ସରକାର ସଂକଳ୍ପବଦ୍ଧ ଅଛନ୍ତି। ଶ୍ରୀ ଶାହ କହିଛନ୍ତି ଯେ ମୋଦୀ ସରକାର ସମବାୟ ମାଧ୍ୟମରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ଏହି ଦିଗରେ ଏନସିଡିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସମବାୟ ଆନ୍ଦୋଳନରେ ଏନସିଡିସିର ଯୋଗଦାନକୁ କେନ୍ଦ୍ର ସମବାୟ ମନ୍ତ୍ରୀ ପ୍ରଶଂସା କରିଛନ୍ତି ଏବଂ ଲକ୍ଷ ଲକ୍ଷ ସମବାୟ ସମିତିର ଜୀବନରେ ପରିବର୍ତ୍ତନ ଆଣିବାରେ…
ଭୁବନେଶ୍ୱର: ଓଡିଶାର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଇତିହାସରେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଜୀବନ ଓ କୃତିତ୍ବ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ସେ ଥିଲେ ଆଧୁନିକ ଓଡିଶା ନିର୍ମାଣର ବିଶ୍ବକର୍ମା। ଡଃ ମହତାବଙ୍କ ବିନା ଆଧୁନିକ ଓଡିଶାର କଳ୍ପନା କରାଯାଇ ନପାରେ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ଠାରେ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସ୍ମରଣତ୍ସୋବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ସୂଚନା ଯୋଗ୍ୟ ଯେ ଏହି ସ୍ମରଣତ୍ସୋବର ପ୍ରଥମ ଦିନରେ ନୂଆ ଦିଲ୍ଲୀରେ ଆୟୋଜିତ ହୋଇଥିବା ଜାତୀୟ ସ୍ତରର କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଯୋଗଦେଇଥିଲେ। ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ…
ବାଣପୁର: ଗତ ୧୯ ତାରିଖରେ ଜାତୀୟ ରାଜପଥରୁ କାରକୁ ଅଟକାଇ ବନ୍ଧୁକରୁ ଫାଙ୍କା ଗୁଳି ଚାଳନା କରି ଦୁର୍ବୁର୍ତ୍ତ ମାନେ ୮ଲକ୍ଷ ତିରିଶ ହଜାର ଟଙ୍କା ଲୁଟି ନେଇଥିଲେ। ଲୁଟରେ ସାମିଲ ଥିବା ଚାରିଜଣଙ୍କୁ ବାଣପୁର ପୋଲିସ ଗିରଫ କରିଥିବା ବେଳେ ଆହୁରି ତିନିଜଣ ଅଭିଯୁକ୍ତ ଧରା ପଡ଼ିନାହାନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଖୋର୍ଦ୍ଧା ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ କହିଛନ୍ତି। ତତସହିତ ଏକ ଲକ୍ଷ ସତର ହାଜର ଟଙ୍କା, ୫ଟି ପିସ୍ତଲ, ୯ ଟି ଗୁଳି ଦୁଇଟି ଭୁଜାଲି, ଗୋଟିଏଛୁରୀ, ଗୋଟିଏ ମୋଟର ସାଇକେଲ, ପିକଅପ ଭ୍ୟାନ ସମେତ ଚାରିଟି ମୋବାଇଲ ଜବତ କରିଛି। ଉକ୍ତ ଡକାୟତ ଦଳର ମୁଖ୍ୟ ବାଣପୁର ଅଞ୍ଚଳ ବାଂଳେଇ ଗ୍ରାମର ହରେକୃଷ୍ଣ ପ୍ରଧାନ (୪୦) ହୋଇଥିବା ବେଳେ ସେ ବଡ଼ ଗୋବିନ୍ଦପୁର ମୁନା ସୁବୁଦ୍ଧିଙ୍କ ଘରେ ଭଡାରେ ରହୁଥିଲା। ଅନ୍ୟ ଜଣେ ଅଭିଯୁକ୍ତ ତ୍ରିଲୋଚନ ବେହେରା (୩୬) ଗଞ୍ଜାମ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ ଜନସନ ଆଣ୍ଡ ଜନସନ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଇଥିବା ଏକ ଚଳନଶୀଳ ସ୍କିଲ୍ ଲ୍ୟାବ୍ରେ ନଭେମ୍ବର ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ସର୍ଜନ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନଙ୍କୁ ନେଇ ଶଲ୍ୟ ଚିକିତ୍ସା ବିଷୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏକ ଭଲଭୋ ବସ୍ରେ ସ୍ଥାପିତ ଏହି ସ୍କିଲ ଲ୍ୟାବରେ ୧୦ଟି ୱାର୍କ ଷ୍ଟେସନ ରହିଛି ଓ ଅସ୍ତ୍ରେପଚାର ହୋଇଥିବା ସ୍ଥାନରେ କିପରି ସିଲାଇ କରି କ୍ଷତକୁ ଯୋଡିବାକୁ ପଡେ ଏଥିରେ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା ବୋଲି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସର୍ଜନ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଆୟୋଜିତ ହୋଇଥିଲା ବୋଲି ସେ କହିଥିଲେ। ଉଭୟ ଓପନ ଓ…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ସମେତ 14 ଟି ରାଜ୍ୟର 48 ଟି ବିଧାନସଭା ଆସନରେ ଉପ-ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। 20 ନଭେମ୍ବର 2024 ରେ ଏହି 48 ଟି ଆସନରେ ମତଦାନ ହୋଇଥିଲା। ଏହା ସହିତ ଦୁଇଟି ଲୋକସଭା ଆସନ ପାଇଁ ଉପ-ନିର୍ବାଚନର ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏହି ଉପ-ନିର୍ବାଚନରେ କେଉଁ ଦଳ ଜିତିଛି ଏବଂ କେଉଁ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆସନ୍ତୁ ଜାଣିବା ବିଧାନସଭା ଏବଂ ଲୋକସଭା ଉପ-ନିର୍ବାଚନର ସମ୍ପୂର୍ଣ୍ଣ ଫଳାଫଳ….. ୟୁପି ଉପ-ନିର୍ବାଚନରେ ସିଏମ ଯୋଗୀଙ୍କ ଯାଦୁ: ଉତ୍ତରପ୍ରଦେଶ ବିଧାନସଭାରେ 9 ଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଭଲ ପ୍ରଦର୍ଶନ କରିଛି। ୟୁପି ଉପ-ନିର୍ବାଚନରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଖରାପ ପ୍ରଦର୍ଶନ କରିଛି। ପୁଣିଥରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଯାଦୁ ୟୁପିରେ ଦୃଶ୍ୟମାନ ହେଉଛି। ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର କେବଳ…
ରାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ଵାଧୀନ ଇଣ୍ଡିଆ ମେଣ୍ଟ ବିପୁଳ ବିଜୟ ଆଡକୁ ଗତି କରୁଛି। ଏପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟ ୫୬ ଟି ଆସନରେ ବିଜୟ ସହ ଅଗ୍ରଣୀ ହାସଲ କରିଛି। ସେହିଭଳି ବିଜେପି ନେତୃତ୍ଵାଧୀନ ଏନଡିଏ ମେଣ୍ଟକୁ ୨୪ ଟି ଆସନରେ ବିଜୟ ସହ ଅଗ୍ରଣୀ କରୁଥିବା ଦେଖାଯାଉଛି। ସନ୍ଧ୍ୟା ୭.୩୦ ସୁଦ୍ଧା କିଏ କେତେ ଆସନରେ ବିଜୟୀ ହୋଇଛି?: ଜେଏମଏମ: ୩୩ ଟି ଆସନରେ ଜିତି ୧ ଟି ଆସନରେ ଆଗୁଆ ରହିଛି। ବିଜେପି: ୧୯ ଟି ଆସନରେ ଜିତି ୨ ଟି ଆସନରେ ଆଗୁଆ ରହିଛି। କଂଗ୍ରେସ: ୧୫ ଟି ଆସନରେ ଜିତି ୧ ଟି ଆସନରେ ଆଗୁଆ ରହିଛି। ଆରଜେଡ଼ି: ୪ ଟି ଆସନରେ ବିଜୟ ଲାଭ କରିଛି। ସିପିଆଇ: ୨ ଟି ଆସନରେ…

