ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ଭୂଷଣ୍ଡପୁର ନିକଟ ନଳ ଘାସରେ ନିଆଁ ଲଗାଉଥିବା ଅଭିଯୋଗରେ ସିଡିଏ ଅଗ୍ନିଶମ ବିଭାଗ ୩ ଜଣଙ୍କୁ ଗିରଫ କରିଛି। ଖବର ମୁତାବକ ଚଳିତ ମାସ ୧୩ ତାରିଖରେ କାଳୁପଡା ସ୍ଥିତ ନଳବଣରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅସୁରକ୍ଷିତ ଚିଲିକା ସାଙ୍ଗକୁ ଜଳ ଜୀବଙ୍କ ଜୀବନ ବିପଦରେ ପଡିଥିଲା। ଉକ୍ତ ଘଟଣା ନେଇ ଡ଼ିଏଫଓ ଅମ୍ଲାନ ନାୟକ ଓ ଏସିଏଫ ରଶ୍ମି ଚୌଧୁରୀଙ୍କ ମିଳିତ ଆନୁକୂଲ୍ୟରେ ଏକ ନିରୀକ୍ଷଣ ଟିମ ଗଠନ ହୋଇଥିବା ବେଳେ ସିଡିଏ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିଲା। ଏହିପରିପ୍ରେକ୍ଷୀରେ ଆଜି ସିଡିଏ ଅଗ୍ନିଶମ ବିଭାଗ ପକ୍ଷରୁ ନିରୀକ୍ଷଣ ସମୟରେ ତିନି ଜଣ ଅଭିଯୁକ୍ତଙ୍କୁ ଭୂଷଣ୍ଡପୁର ନିକଟ ନଳ ଘାସରେ ନିଆଁ ଲଗାଉଥିବା ବେଳେ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ସେକ୍ସନ -୨(୧୫),(୧୬),ସେକ୍ସନ-୯ ରେ ଗିରଫ କରି ବନ୍ୟପ୍ରାଣୀ ବିଭାଗରେ ଅଟକ…
Author: SM Network
ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ରାଜ୍ୟର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ରହିଛି ଢେର ବିଶେଷତ୍ୱ। ଏହି ନିର୍ବାଚନ ମଣ୍ଡଳୀ ପାଇଁ ଏଯାବତ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ତଥାପି ବିଜେପି ଦଳର ଟିକେଟ ଆଶାୟୀଙ୍କ ଆଶା ଢେର ଆଗରେ ରହିଛି। ଗତ ନିର୍ବାଚନରେ ୭୦ ହଜାରରୁ ଅଧିକ ଭୋଟ ପାଇ ବିଜେଡି ଠାରୁ ପରାସ୍ତ ହୋଇଥିବା ବିଜେପି ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତରାୟ ଆଜି ଟାଙ୍ଗୀରେ ଜନ ଆଶୀର୍ବାଦ ଶୋଭାଯାତ୍ରା ରେ ଲୋକଙ୍କ ନିକଟକୁ ଯାଇ ସମର୍ଥନ ମାଗିଛନ୍ତି। ଏହି ଅବସରରେ ଟାଙ୍ଗୀ ମଧୁ ମଙ୍ଗଳ ପଡିଆ ଠାରୁ ଶୋଭାଯାତ୍ରା ବାହାରି ଟାଙ୍ଗୀ ସହର ପରୀକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ଶହ ଶହ ବିଜେପି ସମର୍ଥକ ସାମିଲ ହୋଇଥିଲେ। ଏହି ଅବସରରେ ବିଜେପି ନେତା କାଳୁ ଚରଣ ଖଣ୍ଡାୟତରାୟ ଜନ ଆଶୀର୍ବାଦ ନାମରେ ଜନ ସାଧାରଣଙ୍କୁ ବିଜେପିକୁ ସମର୍ଥନ କରିବା ପାଇଁ ଗୁହାରୀ କରିଛନ୍ତି।
ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମତଦାନ ପ୍ରତିଶତ ବୃଦ୍ଧି ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ସବୁ ବର୍ଗ ମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣାଙ୍କ ତତ୍ତ୍ଵାବଧାନରେ ଏହି ସବୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ମର୍ମରେ ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲରେ ଭୋଟର ସଚେତନତା ଉପରେ ଏକ ଆଲୋଚନା ଚକ୍ର ତଥା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଡ଼. ବାଦଲ କୁମାର ମହାନ୍ତି, ଭୁବନେଶ୍ୱର ଉପ ଜିଲ୍ଲାପାଳ ଶ୍ରୀ ଚିନ୍ମୟ ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସ୍ନିଗ୍ଧା ମିଶ୍ର, ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ପ୍ରଜ୍ଞା ପାରମିତା ଜେନା, କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ…
ନୂଆଦିଲ୍ଲୀ: ଗ୍ରୀଷ୍ମଋତୁ ସମୟରେ ଯାତ୍ରୀ ଭିଡକୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଗନ୍ତବ୍ୟସ୍ଥଳ ତଥା ବିଭିନ୍ନ ମାର୍ଗରେ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖିବା ସହିତ ନିୟମିତ ଟ୍ରେନରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୂର କରିବା ପାଇଁ ପୂର୍ବ ତଟ ରେଳ ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି। A: ପୁରୀ-ଉଧନା (ସୁରଟ) ଦ୍ୱି-ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ 08471/08472 ପୁରୀ-ଉଧନା-ପୁରୀ ଗ୍ରୀଷ୍ମ ସ୍ୱତନ୍ତ୍ର ଟ୍ରେନ୍ 25 ଏପ୍ରିଲରୁ 27 ଜୁନ୍ 2024 ମଧ୍ୟରେ ଉଧନା ରୁ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ଦିନ ସକାଳ 06ଘ. 30ମି.ରେ ଛାଡିବାକୁ ଥିବାବେଳେ 26 ଏପ୍ରିଲ୍ ରୁ 28 ଜୁନ୍ 2024 ମଧ୍ୟରେ ଏହା ଉଧନା ଠାରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଅପରାହ୍ନ 05 ଘଟିକାରେ ଛାଡି ପୁରୀ ଯାତ୍ରା କରିବ। B: ପୁରୀ-ନୂଆଦିଲ୍ଲୀ ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର…
ଭୁବନେଶ୍ୱର: ଭାରତୀୟ ଟେଲିକମ୍ କ୍ଷେତ୍ରରେ ନିଜର ଆଧିପତ୍ୟ ପ୍ରତିଷ୍ଠା କରିବା ପରେ ରିଲାଏନ୍ସ ଜିଓ ଡାଟା ବ୍ୟବହାର ଦୃଷ୍ଟିରୁ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଡାଟା ଟ୍ରାଫିକରେ ରିଲାଏନ୍ସ ଜିଓ ଏବେ ବିଶ୍ୱର ଏକ ନମ୍ବର କମ୍ପାନୀ ହୋଇପାରିଛି। ଗତ ତ୍ରୟମାସରେ ଜିଓ ନେଟୱାର୍କରେ ମୋଟ ଡାଟା ଟ୍ରାଫିକ୍ ୪୦.୯ ଏକ୍ସାବାଇଟ୍ ରେକର୍ଡ କରାଯାଇଛି। ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ଡାଟା ଟ୍ରାଫିକରେ ଏକ ନମ୍ବର କମ୍ପାନୀ ଥିବା ଚାଇନା ମୋବାଇଲ୍ ଦୁଇ ନମ୍ବର ସ୍ଥାନକୁ ଖସି ଆସିଛି। ଏହାର ନେଟୱାର୍କରେ ଡାଟା ବ୍ୟବହାର ଗତ ତ୍ରୟମାସରେ ୪୦ ଏକ୍ସାବାଇଟରୁ ମଧ୍ୟ କମ୍ ରହିଛି। ଡାଟା ବ୍ୟବହାର ଦୃଷ୍ଟିରୁ ଅନ୍ୟ ଏକ ଚାଇନିଜ୍ କମ୍ପାନୀ ଚାଇନା ଟେଲିକମ୍ ତୃତୀୟ ସ୍ଥାନରେ ଥିବାବେଳେ ଭାରତର ଏୟାରଟେଲ୍ ଚତୁର୍ଥ ସ୍ଥାନରେ ରହିଛି। ବିଶ୍ୱର ଟେଲିକମ୍ କମ୍ପାନୀଗୁଡିକର ଡାଟା ଟ୍ରାଫିକ୍ ଏବଂ ଗ୍ରାହକଙ୍କ ଆଧାର ଉପରେ ନଜର ରଖୁଥିବା ଟିଏଫିସିଏଣ୍ଟ ଏହାର…
ଭୁବନେଶ୍ୱର: ସାରା ରାଜ୍ୟର ଅସହ୍ୟ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ରାଜଧାନୀରେ ଆଇନ୍ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକ୍ ବ୍ୟବସ୍ଥାରେ ନିୟୋଜିତ ଥିବା କମିଶନରେଟ ପୋଲିସ୍ର ଅଧିକାରୀ ଓ କର୍ମଚାରୀମାନଙ୍କୁ ଟିକେ ଆଶ୍ୱସ୍ତି ଦେବା ନିମନ୍ତେ ସହାୟତାର ହାତ ବଢ଼ାଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)। ପୋଲିସ୍ ଓ ଟ୍ରାଫିକ ପୋଷ୍ଟରେ କାର୍ଯ୍ୟରତ କର୍ମଚାରୀମାନେ ପ୍ରାୟ ୮ ଘଂଟା ଧରି ପ୍ରଚଣ୍ଡ ଖରା ସମୟରେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ସହାୟତାର ହାତ ବଢ଼ାଇବା ନିମନ୍ତେ ସୋଆର ଏନ୍ଏସ୍ଏସ୍ ଓ ଏନ୍ସିସି ଶାଖା ଏଭଳି ମହତ୍ କାର୍ଯ୍ୟ ହାତକୁ ନେଇଥିବା କହିଛନ୍ତି ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ। ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର କମିଶନରେଟ ପୋଲିସ୍ ଓ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ କାର୍ଯ୍ୟରତ ପୋଲିସ୍ କର୍ମଚାରୀମାନଙ୍କୁ ୫୦୦୦ ଓଆର୍ଏସ୍ ପ୍ୟାକେଟ୍ ଓ ୨୦୦୦…
ବାଣପୁର (ସୀତାରାମ ଅଗ୍ରୱାଲ): ବାଲୁଗାଁ ବାଣପୁର ରୋଡ଼ ଅନ୍ତର୍ଗତ ଗୋପିକାନ୍ତପୁର ଠାରେ ଏକ ଘରୁ ଦୁର୍ବୁତ୍ତ ମାନେ ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ଚୋରି କରିଥିବାର ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ଗୋପିକାନ୍ତ ପୁର ଗ୍ରାମର ରମେଶ କୁମାର ଦାସ ଭୁବନେଶ୍ୱରରେ ରହୁଥିବା ବେଳେ ଘରେ ଦୁର୍ବୁତ୍ତ ମାନେ କଳାକନା ବୁଲାଇ ଛନ୍ତି। ଗତ ରାତିରେ ତାଲା ଭାଙ୍ଗି ଘରେ ଥିବା ଏକ ମୋଟର ସାଇକେଲ, ପାଣି ମୋଟର ସହ ଆଲମିରା ଭାଙ୍ଗି ଦରକାରୀ କାଗଜପତ୍ର ଏବଂ ବିଭିନ୍ନ ଆସବାବ ପତ୍ର ନେଇଯାଇଥିଲେ। ଆଜି ସକାଳେ ବାପାଙ୍କ ଠାରୁ ଖବର ପାଇ ଆସି ଘରେ ଦେଖନ୍ତି ଘର କବାଟ ଖୋଲା ଥାଇ ଆସବାବ ପତ୍ର ଏଣେତେଣେ ବିଛାଡି ହୋଇ ପଡିଛି। ଉକ୍ତ ଘଟଣାକୁ ରମେଶଙ୍କ ପତ୍ନୀ କଲ୍ୟାଣୀ ଦାସ ଥାନାରେ ଜଣାଇବା ପରେ ପୋଲିସ ତଦନ୍ତ ଜାରି ରଖିଛି।
ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ, ଭୁବନେଶ୍ୱରଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସାଧାରଣ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଯୋଗେନ୍ଦ୍ର ତି୍ରପାଠୀ (ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ), ପୋଲିସ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ରଜନୀକାନ୍ତ ମିଶ୍ର (ଅବସରପ୍ରାପ୍ତ ଭାରତୀୟ ପୁଲିସ ସେବା ଅଧିକାରୀ), ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ ହିମାଲିନୀ କାଶ୍ୟପ (ଅବସରପ୍ରାପ୍ତ ଭାରତୀୟ ରାଜସ୍ୱ ସେବା ଅଧିକାରୀ) ଯୋଗଦେଇଥିଲେ। ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରାରମ୍ଭିକ ବକ୍ତବ୍ୟ ରଖି ସମସ୍ତ ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଶ୍ରୀ ଧଳ ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସବିଶେଷ ତଥ୍ୟ ରଖିଥିଲେ। ପିପିଟି ପ୍ରେଜେଣ୍ଟେସନ୍ ମାଧ୍ୟମରେ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ତଥା ଅତିରିକ୍ତ ଡିଜି ସଞ୍ଜୟ କୁମାର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍. ତିରୁମାଲା ନାୟକ ପର୍ଯ୍ୟବେକ୍ଷକମାନଙ୍କୁ ସମସ୍ତ ତଥ୍ୟ ବିଷୟରେ ସୂଚନା ଦେଇଥିଲେ। ପର୍ଯ୍ୟବେକ୍ଷକମାନେ ବିଭିନ୍ନ ପ୍ରସଙ୍ଗରେ ନିଜ…
ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନବିଭାଗ ପକ୍ଷରୁ ଚଢାଉ କରି ଶୁଣ୍ଡିମୁଣ୍ଡା ଗ୍ରାମ ନିକଟରୁ୯୨ ଖଣ୍ଡ ଶାଳ କାଠ ପଟା ସହ ଏକ ପିକଅପ୍ ଭ୍ୟାନ ଜବତ କରାଯାଇଥିବା ବେଳେ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଶାଳ ପଟା ବେଆଇନ ଚୋରା ଚାଲାଣ ହେଉଥିବା ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ରେଢ଼ାଖୋଲ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ କର୍ମଚାରୀ ମାନେ ରେଢ଼ାଖୋଲ ରେଞ୍ଜ ଅଧୀନ ଶୁଣ୍ଡିମୁଣ୍ଡା ଗ୍ରାମ ରାସ୍ତା ନିକଟରେ ସଦଳବଳେ ଚଢ଼ାଉ କରିଥିଲେ। ଫଳରେ ବୋଲେରୋ ମେକ୍ସ ପିକଅପ୍ ଭ୍ୟାନ (ଓଡ଼ି ୦୨ ସିଏମ ୦୭୬୨) ନମ୍ବର ବିଶିଷ୍ଟ ଗାଡିରେ ବୋଝେଇ ହୋଇଥିବା ୯୨ ଖଣ୍ଡ ଶାଳ କାଠ ପଟା ଜବତ କରିଥିଲେ। ଏଥିରେ ବନବିଭାଗ ଚଢ଼ାଉ ବେଳେ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ…
କାକଟପୁର: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ କାକଟପୁର ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ଆରମ୍ଭ ହୋଇଯାଇଛି। ତେବେ ମା’ ଙ୍କର ଏହି ଝାମୁ ଯାତ୍ରା କେଉଁ ଅନାଦୀ କାଳରୁ ପାଳିତ ହୋଇଆସୁଛି। ହେଲେ ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ସହ ମହାପ୍ରଭୁ ଜଗନ୍ନାଥଙ୍କ ସଂପର୍କ ରହିଛି। ଏହାର ଏକ କିମ୍ବଦନ୍ତୀ ରହିଛି, ଯାହାକୁ ନେଇ ଭକ୍ତ ଅଗୋଚର ଅଛନ୍ତି। ଆସନ୍ତୁ ଜାଣିବା ଏହି ଅଲୌକିକ କଥା ଏକଦା ବର୍ଷେ ଗୋବିନ୍ଦ ଦ୍ଵାଦଶୀ ବୁଡ ପୁରୀରେ ଅନୁଷ୍ଠିତ ହେବାର ଥିଲା, ସେହି ବର୍ଷ ରାଜା ଯଯାତି କେଶରୀ (ରାଜଧାନୀ ଥିଲା ଯାଯପୁର) ଗୋବିନ୍ଦ ଦ୍ଵାଦଶୀ ବୁଡ ଅବସରରେ ମହୋଦଧିରେ ବୁଡ ପକାଇବା ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ। ତେବେ ବୁଡ ପରେ ତୀର୍ଥ ନିକଟସ୍ଥ ଦେବତାଙ୍କୁ ଦର୍ଶନ କରିବାର ବିଧି ଥିବା ହେତୁ ଶ୍ରୀମନ୍ଦିରକୁ ଯାଇ ଦେଖନ୍ତେ ରତ୍ନ ସିଂହାସନ ଖାଲି ପଡିଥିଲା। ସେହି ସମୟରେ ମହାପ୍ରଭୁଙ୍କ ଶ୍ରୀ ବିଗ୍ରହ ସୋନପୁରର କୋଟସମଲାଏ…
ଖୋର୍ଦ୍ଧା: ଜିଲ୍ଲା ପ୍ରକଳ୍ପ କାର୍ଯ।ଳୟ, ସମଗ୍ର ଶିକ୍ଷା, ଖୋର୍ଦ୍ଧା ତରଫରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଯଥା:– ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, GM-DIC, ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ସାଧାରଣ ବଣ୍ଟନ ଅଧିକାରୀ ଓ ଡେପୁଟି କମିଶନର, ଭୂବନେଶ୍ବର ମହାନଗର ନିଗମ ଇତ୍ୟାଦିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଭୂବନେଶ୍ବର ମହାନଗର ନିଗମରୁ ଚିହ୍ନଟ ହୋଇଥିବା ସମାଜ ତଥା ପରିବାର ଦ୍ବାରା ଉପେକ୍ଷିତ ଶିଶୁମାନଙ୍କ ନିମନ୍ତେ ପରିଚାଳିତ ହେଉଥିବା ୪ ଟି ଆବାସିକ ବିଦ୍ୟାଳୟ ଗୁଡିକରେ ନାମ ଲେଖାଇବା ନିମନ୍ତେ ସହରାଞ୍ଚଳରେ ଥିବା ଉପେକ୍ଷିତ ୬ ରୁ ୧୪ ବର୍ଷର ଶିଶୁଙ୍କୁ ସଠିକ ଭାବରେ ଚିହ୍ନଟୀକରଣ କରିବା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏହି…
ଭୁବନେଶ୍ୱର: ଅତ୍ୟନ୍ତ କ୍ଷୀଣ ଦୃଷ୍ଟିଶକ୍ତି କାରଣରୁ ଦୈନନ୍ଦିନ ଜୀବନରେ ଆସୁଥିବା ଏକାଧିକ ପ୍ରତିବନ୍ଧକ ଏବଂ ପ୍ରତିଘାତ କାରଣରୁ ନିରାଶ ହୋଇପଡ଼ିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏମ୍ସ ଭୁବନେଶ୍ୱର ଆଣିଦେଇଛି ଆଶାର କିରଣ। ଦୃଷ୍ଟି ଶକ୍ତି ଦୁର୍ବଳ ହେତୁ ପ୍ରାୟ ଆଶା ହରାଇଥିବା ରୋଗୀଙ୍କ ଜୀବନକୁ ଆଲୋକିତ କରିବା ଉଦ୍ଦେଶ୍ୟରେ ଏମ୍ସ ଭୁବନେଶ୍ୱର ଚକ୍ଷୁ ବିଭାଗରେ ଉଦ୍ଘାଟିତ ହୋଇଛି “ଲୋ ଭିଜନ୍ କ୍ଲିନିକ୍”। ଏହି ବିଶେଷ ଭିଜନ କ୍ଲିନିକ୍ ସାମାଜିକ ଦୃଷ୍ଟିହୀନତା ତଥା ଗ୍ଲୁକୋମା, ବୟସାଧିକ, ମଧୁମେହ, ରେଟିନା ରୋଗ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣରୁ ଦୃଷ୍ଟିଶକ୍ତିହୀନତା ଭୋଗୁଥିବା ରୋଗୀମାନଙ୍କୁ ସେମାନଙ୍କର ସାଧାରଣ ଜୀବନଯାପନ ବ୍ୟବସ୍ଥାକୁ ସାହାଯ୍ୟ କରିବ। ଉପରୋକ୍ତ ଦୃଷ୍ଟିବାଧିତ ରୋଗୀମାନେ ଅସ୍ତ୍ରୋପଚାର କିମ୍ବା ଅନ୍ୟାନ୍ୟ ଚିକିତ୍ସା ସେବାରୁ କୌଣସି ଲାଭ ପାଇପାରନ୍ତି ନାହିଁ ଏବଂ ସେମାନଙ୍କର ସାମାଜିକ ଜୀବନ ବିଶେଷ ପ୍ରଭାବିତ ହୋଇଥାଏ। ସେମାନେ ସମାଜ ଓ ପରିବାର ଉପରେ ବୋଝ ଭାବି ନିରାଶ ହୋଇପଡ଼ିବା ସହିତ ହତାଶା ମଧ୍ୟରେ କାଳାତିପାତ…
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ପଶ୍ଚିମବଙ୍ଗର ମାଲଦା ଦକ୍ଷିଣରେ ଏକ ରୋଡ୍ ସୋ କରିଛନ୍ତି। ଏହି ଅବସରରେ ଅମିତ ଶାହା ମମତା ସରକାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ବିଜେପି ୩୦-୩୫ ଟି ଆସନ ଜିତିବ। ସେ କହିଛନ୍ତି ଯେ, ମମତା ବାନାର୍ଜୀ CAA କୁ ବିରୋଧ କରୁଛନ୍ତି ଏବଂ ଶରଣାର୍ଥୀଙ୍କୁ ନାଗରିକତ୍ୱ ପାଇବାକୁ ଦେଉ ନାହାଁନ୍ତି। କିନ୍ତୁ କ୍ରମାଗତ ଭାବରେ ପଶ୍ଚିମବଙ୍ଗକୁ ପଡୋଶୀ ଦେଶର ଲୋକ ଅନୁପ୍ରବେଶ କରୁଛନ୍ତି।
ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର ଦର୍ଶନ କରିଛନ୍ତି ପୁରୀ ଲୋକସଭା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବଂ ଚିଲିକା ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ। ଏହି ଅବସରରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟସଭା ସାଂସଦ ତଥା ପୁରୀ ଲୋକସଭା ବିଜେଡି ସଂଯୋଜକ ସୁଭାଶିଷ ଖୁଣ୍ଟିଆ ମଧ୍ୟ ସାମିଲ ହୋଇଥିଲେ। ରଘୁନାଥ ସାହୁ ଏବଂ ଅନ୍ୟ ନେତା ମାନେ ଏକ ବିରାଟ ଶୋଭାଯାତ୍ରାରେ ବାଣପୁର ବିଷରପାଟଣା ଛକରୁ ବାହାରି ଚାଲିଚାଲି ମା’ ଭଗବତୀ ମନ୍ଦିର ପହଞ୍ଚିଥିଲେ ଏବଂ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଚିଲିକା ବିଜେଡିର ସମସ୍ତ ଆଗଧାଡିର ନେତା ମାନେ ଉକ୍ତ ଶୋଭାଯାତ୍ରାରେ ଉପସ୍ଥିତ ଥାଇ ନବୀନ ପଟ୍ଟନାୟକ ଜିନ୍ଦାବାଦ, ରଘୁନାଥ ସାହୁ ଜିନ୍ଦାବାଦ, ମାନସ ମଙ୍ଗରାଜ ଜିନ୍ଦାବାଦ, ଅରୂପ ପଟ୍ଟନାୟକ ଜିନ୍ଦାବାଦ ଆଦି ସ୍ଲୋଗାନ ଦେଇଥିଲେ। ସୂଚନା ଥାଉକି…
ମୁମ୍ବାଇ: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଙ୍କୁ ଶରଦ ପାୱାର ବଡ ଝଟକା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ବାସ୍ତବରେ, ଫଡନାଭିସ୍ ଙ୍କ ଘନିଷ୍ଠ ସଞ୍ଜୟ କ୍ଷୀରସାଗର ଶରଦ ପାୱାରଙ୍କ ଦଳରେ ଯୋଗଦେବାକୁ ଯାଉଛନ୍ତି। ଗଣମାଧ୍ୟମ ଅନୁଯାୟୀ ସଞ୍ଜୟ ଅଭିଯୋଗ କରିଛନ୍ତି ଯେ, ଗତ ଦଶ ବର୍ଷ ମଧ୍ୟରେ ତାଙ୍କୁ ବିଜେପିରେ ଅସମ୍ମାନ କରାଯାଇଛି, ସେଥିପାଇଁ ସେ ଶରଦ ପାୱାରଙ୍କ ସହ ଯାଉଛନ୍ତି। ସେ ବୁଧବାର ଦିନ ଶରଦ ଗୋଷ୍ଠୀରେ ଯୋଗ ଦେଇପାରନ୍ତି। ଲୋକସଭା ନିର୍ବାଚନ ସମୟରେ ଏହା ବିଜେପି ପାଇଁ ଏକ ଝଟକା ବୋଲି କୁହାଯାଉଛି। ସଞ୍ଜୟ କ୍ଷୀରସାଗର ନିଜେ ସୂଚନା ଦେଇଛନ୍ତି ଯେ, ସେ ଏନସିପି ଶରଦ ପାୱାର ଦଳରେ ଯୋଗଦେବେ। ସେ ବିଜେପି ଟିକେଟରେ ମୋହଲରୁ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଶରଦ ପାୱାରଙ୍କ ଏନସିପିରେ ଯୋଗ ଦେଉଛି, ଗତ ଦଶ ବର୍ଷ ମଧ୍ୟରେ ବିଜେପିରେ ମୋତେ ଅସମ୍ମାନ କରାଯାଇଛି।…
ନୂଆଦିଲ୍ଲୀ: ରାଜନୀତି ରଣନୀତି ସହିତ କରାଯାଇଥାଏ ଏବଂ ରଣନୀତି ଜଣେ ଦକ୍ଷ ରାଜନେତାଙ୍କ ପରିଚୟ। କିନ୍ତୁ ବେଳେବେଳେ ରାଜନୀତିର ରଣନୀତି ବୁଝିବା ଟିକେ କଷ୍ଟସାଧ୍ୟ ହୋଇଯାଏ। ଆକବରପୁର ଲୋକସଭା ଆସନରେ ମଧ୍ୟ ଏଭଳି ଘଟଣା ଘଟିଛି, ଯେଉଁଠାରେ ବିଜେପି ଲୋକସଭା ପ୍ରାର୍ଥୀ ଦେବେନ୍ଦ୍ର ସିଂ ଭୋଲେ ବିଜେପି ଟିକେଟ୍ ରେ ନିଜର ନାମାଙ୍କନପତ୍ର ଦାଖଲ କରିଥିବାବେଳେ ତାଙ୍କ ପତ୍ନୀ ମଧ୍ୟ ଆଜି କାନପୁରରେ ଏକ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସ୍ୱାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପତ୍ନୀ କାହିଁକି ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସ୍ୱାମୀଙ୍କୁ ଲୋକସଭା ପ୍ରାର୍ଥୀ ବୋଲି ଦେଶର ସବୁଠାରୁ ଲୋକପ୍ରିୟ ଦଳ ବିଜେପି ଘୋଷଣା କରିଛି। ସେ ଆକବରପୁର ଲୋକସଭା ଆସନରୁ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ ଏବଂ ଏକ ବଡ଼ ଜନସଭାର ଆୟୋଜନ କରିଥିଲେ। ନାମାଙ୍କନ ଶୋଭାଯାତ୍ରା ଧୂମଧାମ…
ନୂଆଦିଲ୍ଲୀ: ଏର୍ନାକୁଲମରେ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଦଳର ନିର୍ବାଚନୀ ଇସ୍ତାହାରରେ କଂଗ୍ରେସକୁ ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ହିମନ୍ତ କହିଛନ୍ତି ଯେ, କଂଗ୍ରେସର ଘୋଷଣା ପତ୍ର ଏଭଳି ପ୍ରସ୍ତୁତ ହୋଇଛି ଯାହା ଦ୍ଵାରା ସେମାନେ ପାକିସ୍ତାନରେ ନିର୍ବାଚନରେ ବିଜୟୀ ହୋଇପାରିବେ। ସେ ଦାବି କରିଛନ୍ତି ଯେ, ଏହି ଘୋଷଣା ପତ୍ର ପାକିସ୍ତାନର ଲୋକଙ୍କ ପାଇଁ ଅଧିକ ଏବଂ ଭାରତର ଲୋକଙ୍କ ପାଇଁ କମ୍ ଅଟେ। ଗଣମାଧ୍ୟମକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ସରମା ଏର୍ନାକୁଲମ୍ ଅଞ୍ଚଳରେ କହିଛନ୍ତି ଯେ, କଂଗ୍ରେସ ଦଳର ଘୋଷଣା ପତ୍ର ପ୍ରସ୍ତୁତ ହୋଇଛି, ଯାହା ଦ୍ଵାରା ସେମାନେ ପାକିସ୍ତାନ ନିର୍ବାଚନରେ ସହଜରେ ଜିତି ପାରିବେ। ହିମନ୍ତ କହିଛନ୍ତି ଯେ, କଂଗ୍ରେସ ଘୋଷଣା ପତ୍ର ପାକିସ୍ତାନର ଲୋକଙ୍କ ପାଇଁ ଅଧିକ ଏବଂ ଭାରତର ଲୋକଙ୍କ ପାଇଁ କମ୍। କଂଗ୍ରେସ ଦଳର ଘୋଷଣା ପତ୍ର ସାଧାରଣ ଲୋକଙ୍କ ଠାରୁ ସମ୍ବଳ ଛଡ଼ାଇ ନେଇଛି…
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏକ ରିପୋର୍ଟ ପ୍ରକାଶ କରିଛି ଯେ, ୨୦୧୬-୧୭ ରେ ଚିହ୍ନଟ ହୋଇଥିବା ହିମାଳୟର ୨,୪୩୧ ହ୍ରଦ ମଧ୍ୟରୁ ଅତି କମରେ ୮୯ ପ୍ରତିଶତ ୧୯୮୪ ରୁ ଯଥେଷ୍ଟ ବୃଦ୍ଧି ପାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ISRO ର ବିଶ୍ଳେଷଣର ଫଳାଫଳ ଚିନ୍ତାଜନକ କାରଣ ବିଶ୍ଵର ତାପମାତ୍ରା ହେତୁ ଗ୍ଲାସିଆଲ୍ ହ୍ରଦର ସମ୍ପ୍ରସାରଣ ନିମ୍ନମାନର ଅଞ୍ଚଳରେ ବ୍ୟାପକ ପରିଣାମ ହୋଇପାରେ। ISRO କହିଛି ଯେ, ଗତ ତିନିରୁ ଚାରି ଦଶନ୍ଧିର ଉପଗ୍ରହ ତଥ୍ୟ ଅଭିଲେଖାଗାର ଗ୍ଲାସିଆଲ୍ ପରିବେଶରେ ଘଟୁଥିବା ପରିବର୍ତ୍ତନଗୁଡିକ ବିଷୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁଛି। ISRO ଏହାର ରିପୋର୍ଟରେ କହିଛି ଯେ, ୧୯୮୪ ରୁ ୨୦୨୩ ପର୍ଯ୍ୟନ୍ତ ଭାରତୀୟ ହିମାଳୟ ନଦୀ ଅବବାହିକାରେ ଥିବା ହ୍ରଦଗୁଡ଼ିକରେ ଦୀର୍ଘକାଳୀନ ଉପଗ୍ରହର ଚିତ୍ର ଉଲ୍ଲେଖନୀୟ ପରିବର୍ତ୍ତନ ସୂଚାଇଥାଏ। ISRO ଏହାର ରିପୋର୍ଟରେ କହିଛି ଯେ, ୬୦୧ ଟି ଗ୍ଲାସିଆଲ୍ ହ୍ରଦ ଦୁଇଗୁଣରୁ ଅଧିକ…
ନୂଆଦିଲ୍ଲୀ: ମାଲେସିଆରେ ଏକ ନୌସେନାର ସମାରୋହରେ ଅଭ୍ୟାସ କରୁଥିବା ଦୁଇଟି ହେଲିକପ୍ଟର ମଧ୍ୟଭାଗରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ମାଲେସିଆ ନୌସେନାର ଉଭୟ ହେଲିକପ୍ଟର ରୟାଲ ମାଲେସିଆନ ନେଭି ସେଲିବ୍ରେସନ ପାଇଁ ଅଭ୍ୟାସ କରୁଥିଲେ। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ, ଉଭୟ ହେଲିକପ୍ଟରରେ ଅତି କମରେ ୧୦ ଜଣ କ୍ରୁ ସଦସ୍ୟ ଥିଲେ। ଏଥିରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। https://twitter.com/garyanddino/status/1782629503115862495?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1782629503115862495%7Ctwgr%5E38eaa87753199fbe113b9af3f3d41cc8bcc6213a%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Fworld%2Fmalaysia-two-helicopters-collide-in-air-death-toll-latest-updates-2672231
ଭୁବନେଶ୍ୱର: ଦେଶର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ପକ୍ଷରୁ ଆଜି ୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ଆର୍ଥିକ ବର୍ଷର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ ଲାଭ ୭.୩ ପ୍ରତିଶତ ବୃଦ୍ଧି ସହ ୭୯୦୨୦ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଉପଭୋକ୍ତା ବ୍ୟବସାୟ ଏବଂ ଅପଷ୍ଟ୍ରିମ ବ୍ୟବସାୟରେ ଅଭିବୃଦ୍ଧି ଜାରି ରହିବା ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ବାର୍ଷିକ ରାଜସ୍ୱ ରେକର୍ଡ ୧୦ ଲକ୍ଷ କୋଟିରୁ ଅଧିକ ରହିଥିବା ଜଣାପଡିଛି । କମ୍ପାନୀ ପକ୍ଷରୁ ମାର୍ଚ୍ଚ ୨୦୨୪ ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ ସେୟାର ପ୍ରତି ୧୦ ଟଙ୍କା ଡ଼ିଭିଡ଼େଣ୍ଡ ଘୋଷଣା କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ ର ମୋଟ ବାର୍ଷିକ ରାଜସ୍ୱ ୩ ଲକ୍ଷ କୋଟି ଅତିକ୍ରମ କରିଛି ଏବଂ ନେଟ ଲାଭ ୧୦୦୦୦…
ଭୁବନେଶ୍ବର: ବଗିଚା କାହାକୁ ବା ଭଲ ନ ଲାଗେ। ଯଦିଓ ଆମ ସହରୀ ଜୀବନରେ ଜାଗାର ଅଭାବ ହେତୁ ଆମେ ବଗିଚା କରିପାରୁନାହିଁ, କିନ୍ତୁ କିଚେନ୍ ଗାର୍ଡେନ୍ କରୁଛୁ। ବାଲ୍କୋନୀ ହେଉ ଅଥବା ଟେରେସ୍ ସବୁଠି କୁଣ୍ଡ କିମ୍ବା ଅନ୍ୟ ଉପାୟରେ ଗଛ ଲଗାଉଛୁ। ଆଜିକାଲି ଘର ଭିତରେ ଗଛ ଲଗାଇ ତାକୁ ଏକ ସୁନ୍ଦର ସାଜସଜ୍ଜା ଦିଆଯାଇପାରୁଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଗଛ ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧି ରହିଥାଏ। ମାତାଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ଯଦି ଆପଣ ଘରେ ବଗିଚା ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣ ପ୍ରଥମେ କଦଳୀଗଛ ହିଁ ଲଗାନ୍ତୁ। କଦଳୀ ଗଛ ବହୁତ ଉପକାରୀ। ଏହାର ଯେତିକି ଉପକାରୀ ଏହି ଗଛ ଲଗାଇବା ଦ୍ବାରା ଘରେ ସୁଖ ଶାନ୍ତି ରହିଥାଏ। ତୁଳସୀ ଗଛ ପବିତ୍ର ଓ ପୂଜନୀୟ। ସମସ୍ତେ ଘରେ ଘରେ ତୁଳସୀ ଗଛ ଲଗାଇଥାନ୍ତି। ତୁଳସୀ ପୂଜନ ତ ସମେସ୍ତ…

