ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସକୁ ଲକ୍ଷୌ ସୁପର ଜିଆଣ୍ଟସ୍ 8 ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ 20 ଓଭରରେ 6 ୱିକେଟ୍ ହରାଇ 176 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଲକ୍ଷ୍ନୌ 19 ଓଭରରେ 2 ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। କେଏଲ ରାହୁଲ 53 ବଲରେ 82 ରନ୍ ସଂଗ୍ରହ କରିଥିଲେ। ଡି କକ୍ 43 ବଲରେ 54 ରନ୍ ସଂଗ୍ରହ କରିଥିଲେ। 23 ରନ୍ ସ୍କୋର କରି ପୁରନ ଅପରାଜିତ ରହିଥିଲେ। ଏହି ସମୟରେ ମୁସ୍ତାଫିଜୁର ରହମାନ ଏବଂ ପଥୀରାନା ଚେନ୍ନାଇ ପାଇଁ 1-1 ୱିକେଟ୍ ନେଇଥିଲେ। ଚେନ୍ନାଇ ପାଇଁ ରବିନ୍ଦ୍ର ଜାଡେଜା ଅପରାଜିତ 57 ରନ୍ ସଂଗ୍ରହ କରିଥିଲେ। ସେ 40 ବଲରେ 5 ଚୌକା ଓ 1 ଛକା ମାରିଥିଲେ। ଧୋନି 9 ବଲରେ ଅପରାଜିତ 28 ରନ ସ୍କୋର କରିଥିଲେ। ରାହାନେ 36 ରନ୍ ସଂଗ୍ରହ କରିଥିଲେ।…
Author: SM Network
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ହିଂସା ସମ୍ପର୍କରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ସରକାର ବିରୋଧରେ ବିଜେପି ନେତା ଅଗ୍ନିମିତ୍ର ପାଲ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ବଙ୍ଗଳା ବିହାରରେ ପରିଣତ ହୋଇଛି। ଅଗ୍ନିମିତ୍ର ପାଲ ଆହୁରି ମଧ୍ୟ କହିଛନ୍ତି ଯେ, ଧମକ କିମ୍ବା ହତ୍ୟା କରି ବିରୋଧୀଙ୍କୁ ଚୁପ୍ କରିବାକୁ ଚେଷ୍ଟା କରାଯାଉଛି। ବେଙ୍ଗଲ ବର୍ତ୍ତମାନ ନୂଆ ବିହାରରେ ପରିଣତ ହୋଇଛି। ଅଗ୍ନିମିତ୍ର ପାଲଙ୍କ ଅନୁଯାୟୀ, “କିଛି ବର୍ଷ ପୂର୍ବେ ଆମେ ବିହାରରେ ଏପରି ଜିନିଷ ଦେଖୁଥିଲୁ କିନ୍ତୁ ବର୍ତ୍ତମାନ ବେଙ୍ଗଲ ନୂଆ ବିହାର ଏବଂ କାଶ୍ମୀରରେ ପରିଣତ ହୋଇଛି। ଏଠାରେ ବୁଥ ସଭାପତିଙ୍କୁ ଅପହରଣ କରାଯାଉଛି। ବୁଥରେ ଅନିୟମିତତା କରାଯାଉଛି। ବିରୋଧୀଙ୍କୁ ଧମକ ଦିଆଯାଉଛି। କିମ୍ବା ହତ୍ୟା ଦ୍ୱାରା ଚୁପ କରାଯାଉଛି। ଏହା ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ରାଜନୀତି। କେତେ ପ୍ରତିଶତ ମତଦାନ ହୋଇଛି?: ଜଣେ ବରିଷ୍ଠ…
ନୂଆଦିଲ୍ଲୀ: ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ଅଧିକ ମତଦାନ ହୋଇଛି। ନାଗରିକ ଦାୟିତ୍ୱ ଓ ଗୌରବର ଚମତ୍କାର ପ୍ରଦର୍ଶନ ସହିତ ବିଭିନ୍ନ ବର୍ଗର ଭୋଟରମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିବାରୁ ମତଦାନ ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ରହିଛି। ୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଅଷ୍ଟାଦଶ ଲୋକସଭା ନିର୍ବାଚନ ସହ ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ପାଇଁ ମତଦାନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟର ଭୋଟର ଓ ସମଗ୍ର ନିର୍ବାଚନ ବ୍ୟବସ୍ଥାକୁ ଆୟୋଗ ଧନ୍ୟବାଦ ଜଣାଇଛନ୍ତି। ସନ୍ଧ୍ୟା ୭ଟା ସୁଦ୍ଧା ୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହାର ୬୦% ରୁ ଅଧିକ ରହିଛି। ରାଜ୍ୟଭିତ୍ତିକ ତଥ୍ୟ ସଂଲଗ୍ନକ-କରେ ଦିଆଯାଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଭିନ୍ନ ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବାକୁ ଥିବାରୁ ସମସ୍ତ ମତଦାନ କେନ୍ଦ୍ରରୁ ରିପୋର୍ଟ ମିଳିବା ପରେ ମତଦାନ ହାର ବଢ଼ିବାର ସମ୍ଭାବନା ରହିଛି। ଏଥିସହ…
କେନ୍ଦ୍ରାପଡା: ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ କୁହାଯାଉଥିବା କେନ୍ଦ୍ରାପଡା ଲୋକସଭା ଆସନକୁ ନେଇ ଏବେ ଚର୍ଚ୍ଚା ଜୋର ଜୋର ଧରିଛି। କେନ୍ଦ୍ରାପଡା ଲୋକସଭା ଆସନରୁ କଂଗ୍ରେସ ଏଥର ଯୁବନେତା ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ପ୍ରାର୍ଥୀ କରିଛି। ରାହୁଲ ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ସିଦ୍ଧାର୍ଥ ଆଜି ଠାରୁ ପ୍ରଚାର ମୈଦାନକୁ ଓହ୍ଲାଇବେ। ପ୍ରଥମେ କେନ୍ଦ୍ରାପଡାର ପ୍ରସିଦ୍ଧ ତଥା ବଡ ଠାକୁର ଶ୍ରୀବଳଦେବଜୀଉଙ୍କ ଆର୍ଶିବାଦ ନେବା ସହିତ ସିଦ୍ଧାର୍ଥ ପ୍ରଚାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। କଂଗ୍ରେସର ସାଂସଦ ପ୍ରାର୍ଥୀ ଭାବେ ସିଦ୍ଧାର୍ଥଙ୍କ ନାଁ ଘୋଷଣା ପରେ ସେ ଶନିବାର ଶ୍ରୀବଳଦେବଜୀଉଙ୍କ ଆର୍ଶିବାଦ ନେବା ପାଇଁ କେନ୍ଦ୍ରାପଡା ଗସ୍ତ କରୁଛନ୍ତି। ଏଥିପାଇଁ ତାଙ୍କର ସମର୍ଥକମାନେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରିଛନ୍ତି। କେନ୍ଦ୍ରାପଡା ସଂସଦୀୟ କ୍ଷେମ୍ର ପରିସୀମା ଆରମ୍ଭ ତଥା ପୀରବଜାର ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସାଲେପୁର କଂଗ୍ରେସ ଭବନ, ନିଶ୍ଚିତକୋଇଲି, ଅସୁରେଶ୍ୱର, ଚାନ୍ଦୋଳ ବଜାର, ଦୁହୁରିଆ ଛକ, ତିନିମୁହାଣୀ ଛକ,…
ମେଷ: – ଚାକିରୀ କରିଥିବା ବ୍ୟକ୍ତିମାନେ ଅଭିବୃଦ୍ଧି ପାଇଁ ସୁଯୋଗ ପାଇବେ ଏବଂ ଆୟ ବୃଦ୍ଧି ପାଇବ । ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ଖୁସିରେ ସେମାନଙ୍କ ସହିତ ସମୟ ବିତାଇବେ । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ,, ଯାହା ସମାଜରେ ସମ୍ମାନ ବୃଦ୍ଧି କରିବ । ଧର୍ମ ଉପରେ ବିଶ୍ୱାସ ବୃଦ୍ଧି ପାଇବ। ବୃଷ: – ବ୍ୟବସାୟର ସ୍ଥିତି ଗୁରୁତ୍ୱପୂର୍ଣ୍ଣ ହେବ । ସମସ୍ତ କାର୍ଯ୍ୟ କଠିନ ପରିଶ୍ରମ ଏବଂ ସାଙ୍ଗମାନଙ୍କ ପୂର୍ଣ୍ଣ ସମର୍ଥନ ସହିତ ସଫଳ ହେବ, ଅନାବଶ୍ୟକ ଖର୍ଚ୍ଚ ବଢିବା କାରଣରୁ ଚାପରେ ରହିପାରେ । ବିବାହିତ ଜୀବନ ଭଲ ହେବ । ଧର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ମାଙ୍ଗଳିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଆପଣ ପରିବାରର ଗୁରୁଜନମାନଙ୍କ ସ୍ନେହ ଏବଂ ବିଶ୍ୱାସ ପାଇବେ । ମିଥୁନ: – ବ୍ୟବସାୟରେ ସାଙ୍ଗମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ପରିବାରରେ ଆନନ୍ଦ ଏବଂ ସୁଖର ପରିବେଶ ରହିବ…
ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଆଜି ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି। ବିଶାଳ ଭାରତର କୋଣଅନୁକୋଣରେ ମତଦାନ କେନ୍ଦ୍ରଗୁଡିକରେ ଗଣତନ୍ତ୍ରର ଏହି ଉତ୍ସବ ଆରମ୍ଭ ହୋଇଛି। ଜମ୍ମୁ-କଶ୍ମୀରର ଉଧମପୁର ଭଳି କେତେକ ସ୍ଥାନରେ ବର୍ଷା ସତ୍ତ୍ୱେ ଲୋକେ ଦୃଢ଼ତାର ସହିତ ମତଦାନ ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଅପେକ୍ଷା କରିଥିଲେ। ଉତ୍ତର-ପୂର୍ବରାଜ୍ୟ ଅରୁଣାଚଳ ପ୍ରଦେଶ ଓ ସିକ୍କିମର ୧୦୨ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଏବଂ ୯୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଏକାସାଙ୍ଗରେ ମତଦାନ ହେଉଛି। ଅପରାହ୍ନ ୧ଟା ସୁଦ୍ଧା ଅନେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଯଥେଷ୍ଟ ଉଲ୍ଲେଖନୀୟ ହାରରେ ମତଦାନ ହୋଇଛି। ରାଜ୍ୟଭିତ୍ତିକ ମତଦାନ ହାର ସଂଲଗ୍ନକ-୧ରେ ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସମସ୍ତ ୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ଚାଲିଛି। ଆଜି ସକାଳ ୭ଟାରୁ ୧୦୨ଟି ସଂସଦୀୟ କ୍ଷେତ୍ରରେ ଏକାସାଙ୍ଗରେ ମତଦାନ ଆରମ୍ଭ ହୋଇଥିବାରୁ ମତଦାନ କେନ୍ଦ୍ରରେ ଭୋଟରମାନେ ଲମ୍ବା…
ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଧଳପୁର ନିକଟରେ ଏକ ହାଇୱା ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ହାଇୱା ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଡୁଡୁମ ଗ୍ରାମର ରଞ୍ଜନ ବେହେରା ବୋଲି ଜଣାପଡିଛି। ସୂଚନା ଅନୁସାରେ ଏକ ରାସ୍ତା ନିର୍ମାଣ କାରୀ ସଂସ୍ଥାର ଓଡ଼ି-୧୫ ଏକ୍ସ ୪୬୬୮ ନମ୍ବର ବିଶିଷ୍ଟ ହାଇୱା ମେଟାଲ ନେଇ ସମ୍ବଲପୁର ପଟରୁ କିସିଣ୍ଡା ଅଭିମୁଖେ ଆସୁଥିବା ବେଳେ ଧଳପୁର ଛକରେ ଭରସାମ୍ୟ ହରାଇ ଓଲଟି ପଡ଼ି ରାସ୍ତା ଡ଼ିଭାଇଡ଼ରରେ ପିଟି ହୋଇଥିଲା ଫଳରେ ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ କିସିଣ୍ଡା ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡି ଭିତରୁ ଶବକୁ ଉଦ୍ଧାର କରି ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇଥିବା କିସିଣ୍ଡା ଥାନାଧିକାରିଣୀ ଅଞ୍ଜଳି କୁମ୍ଭାର ପ୍ରକାଶ କରି ଅଛନ୍ତି।
ଭୁବନେଶ୍ୱର: ମୃତ୍ୟୁ ପରେ ବି ଜୀବନ। ଏହି ଉକ୍ତିକୁ ପାଥେୟ କରି ଅଂଗଦାନ ଭଳି ମହତ୍ କାର୍ଯ୍ୟକୁ ଅବିରତ ଭାବେ ପ୍ରୋତ୍ସାହନ ଦେଇଚାଲିଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାର। ରାଜ୍ୟ ତଥା ଦେଶରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାଇଲ ଖୁଂଟ ଭାବେ ଉଭା ହୋଇଥିବା ଏହି ଦୁଇ ହସ୍ପିଟାଲ ଅଂଗଦାନ ଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରୁଥିବାର ଉଦାହରଣ ନିୟମିତ ଭାବେ ସାମ୍ନାକୁ ଆସିବାରେ ଲାଗିଛି। ନିକଟରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା କେଉଁଝର ଅଂଚଳର ୫୦ ବର୍ଷୀୟା ମହିଳା ସଂଯୁକ୍ତା ପାତ୍ରଙ୍କର ମୃତ୍ୟୁ ହେବା ପରେ ତାଙ୍କର ୩ଟି ଅଂଗ ପରିବାର ପକ୍ଷରୁ ଦାନ କରାଯାଇଛି। ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ହୋଇ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଦ୍ୱାରା ଗୁରୁତର ଅବସ୍ଥାରେ ଗତ ଏପ୍ରିଲ ୧୨ ତାରିଖରେ ସଂଯୁକ୍ତା ସମ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ନ୍ୟୁରୋ ସର୍ଜରୀ…
ପୁରୀ: ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର ସତ୍ୟବାଦୀ ବିଧାନସଭା କ୍ଷେତ୍ରରେ ଆୟୋଜିତ ‘ବୁଥ୍ ଅଧ୍ୟକ୍ଷ ସମ୍ମିଳନୀ’ରେ ଯୋଗ ଦେଇଛନ୍ତି। ସତ୍ୟବାଦୀ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡକ୍ଟର ସମ୍ବିତ ପାତ୍ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ପ୍ରତି ବୁଥରେ ପଦ୍ମ ଫୁଟାଇବା ପାଇଁ ଆହ୍ବାନ କରିଛନ୍ତି। ଡକ୍ଟର ସମ୍ବିତ ପାତ୍ର ଏହି ଅବସରରେ କହିଛନ୍ତି, “ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଏଥର ୪୦୦ ପାର” ସଂକଳ୍ପକୁ ପୁରା କରିବା ପାଇଁ ଉତ୍ସାହର ସହିତ କାର୍ଯ୍ୟ କରିବା ସହିତ ମୋଦୀଜୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଦୃଢ଼ ସଙ୍କଳ୍ପିତ ହୋଇଛନ୍ତି।” ଏହି ଅବସରରେ ତାଙ୍କ ସହିତ ସତ୍ୟବାଦୀ ବିଧାନସଭାର ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।
ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାଗୀରଥୀ ପ୍ରଧାନଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳୀନୀକାନ୍ତ ପ୍ରଧାନ, ଅନୁଗୁଳ ଜିଲ୍ଲା ସହପର୍ଯ୍ୟବେକ୍ଷକ କୁନାବିହାରୀ ଦାସ, ଆଠମଲ୍ଲିକ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ବିଜେପି ନେତା ଭାଗୀରଥୀ ପ୍ରଧାନଙ୍କ ସହ ଶତାଧିକ ବିଜେପି କର୍ମୀଙ୍କୁ ଶ୍ରୀ ପ୍ରଧାନ, ଶ୍ରୀ ଦାସ, ଶ୍ରୀ ସାହୁ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ପ୍ରଧାନ, ଶ୍ରୀ ଦାସ, ଶ୍ରୀ ସାହୁ ଓ ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ…
ନୂଆଦିଲ୍ଲୀ: ଡିଆରଡିଓର ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି (ଏଡିଏ) ସ୍ୱଦେଶୀ ଲିଡିଂ ଏଜ୍ ଆକ୍ଚୁଏଟର୍ସ ଏବଂ ଏୟାରବ୍ରେକ୍ କଣ୍ଟ୍ରୋଲ ମଡ୍ୟୁଲର ପ୍ରଥମ ବ୍ୟାଚ୍ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍)କୁ ହସ୍ତାନ୍ତର କରିଛି। ବର୍ତ୍ତମାନର ୮୩ ଏଲସିଏ ତେଜସ ଏମକେ1ଏ ଅର୍ଡର ପାଇଁ ଲକ୍ଷ୍ନୌସ୍ଥିତ ହାଲ୍ ଏହି ୟୁନିଟ୍ ଗୁଡ଼ିକର ଉତ୍ପାଦନ ପାଇଁ ପ୍ରସ୍ତୁତି କରିସାରିଛି। ଲିଡିଂ ଏଜ୍ ସ୍ଲାଟ୍ସ ଏବଂ ଏୟାରବ୍ରେକ୍ସ ଥିବା ଏଲସିଏ-ତେଜସ୍ ର ସେକେଣ୍ଡାରୀ ଫ୍ଲାଇଟ୍ କଣ୍ଟ୍ରୋଲରେ ବର୍ତ୍ତମାନ ଅତ୍ୟାଧୁନିକ ସର୍ଭୋ-ଭାଲ୍ଭ ଆଧାରିତ ଇଲେକ୍ଟ୍ରୋ-ହାଇଡ୍ରୋଲିକ୍ ସର୍ଭୋ ଆକ୍ଚୁଏଟର୍ସ ଏବଂ ନିୟନ୍ତ୍ରଣ ମଡ୍ୟୁଲ୍ ରହିଛି। ଏହିସବୁ ଉଚ୍ଚ ଚାପଯୁକ୍ତ, ଅତିରିକ୍ତ ସର୍ଭୋ ଆକ୍ଚୁଏଟର ଏବଂ ନିୟନ୍ତ୍ରଣ ମଡ୍ୟୁଲରେ କୁଶଳୀ ଡିଜାଇନ, ସଠିକ ଉତ୍ପାଦନ, ଆସେମ୍ବଲି ଏବଂ ପରୀକ୍ଷଣ, ସ୍ୱଦେଶୀ ବୈଷୟିକ ଦକ୍ଷତାର ସମାହାର ରହିଛି ଯାହାକି ଏଡିଏର ନିରନ୍ତର ଅନୁସନ୍ଧାନର ପରିଣାମକୁ ପ୍ରତିନିଧିତ୍ୱ କରେ। ହାଇଦ୍ରାବାଦର ରିସର୍ଚ୍ଚ ସେଣ୍ଟର ଇମାରତ (ଆରସିଆଇ) ଏବଂ ବେଙ୍ଗାଲୁରୁର ସେଣ୍ଟ୍ରାଲ ମ୍ୟାନୁଫାକ୍ଚରିଂ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ୍ (ସିଏମଟିଆଇ)…
ଭୁବନେଶ୍ଵର: ଯାତ୍ରୀମାନଙ୍କ ଯାତ୍ରା ସୁବିଧା ସୁନିଶ୍ଚିତ କରିବା ଏବଂ ଗ୍ରୀଷ୍ମ ସମୟରେ ଭ୍ରମଣ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ଗ୍ରୀଷ୍ମ ଋତୁରେ ରେକର୍ଡ ସଂଖ୍ୟକ 9111 ଟ୍ରିପ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଅଛି। 2023 ର ଗ୍ରୀଷ୍ମ ଋତୁ ତୁଳନାରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ବୃଦ୍ଧିକୁ ଚିହ୍ନିତ କରୁଛି ଯେଉଁଠାରେ ସମୁଦାୟ 6369 ଟ୍ରିପ ଟ୍ରେନ ଚଳାଚଳ କରାଯାଇଥିଲା। ଯାତ୍ରୀଙ୍କ ଚାହିଦାକୁ ସଫଳତାର ସହ ପୂରଣ କରିବା ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ଦର୍ଶାଇ ଏହା 2742 ଟ୍ରିପ ଅଧିକ ଟ୍ରେନ ଚଳାଚଳ କରୁଅଛି। ପ୍ରମୁଖ ରେଳ ମାର୍ଗରେ ନିରାପଦ ଯାତ୍ରା ସୁନିଶ୍ଚିତ କରି ଦେଶର ପ୍ରମୁଖ ଗନ୍ତବ୍ୟସ୍ଥଳକୁ ସଂଯୋଗ କରିବା ପାଇଁ ଅତିରିକ୍ତ ଟ୍ରେନ୍ ଗୁଡିକ ଯତ୍ନର ସହ ଚଳାଚଳ ପାଇଁ ଯୋଜନା କରାଯାଇଛି। ଭାରତର ସମସ୍ତ ଜୋନାଲ ରେଳପଥ ଦେଶସାରା ବ୍ୟାପିଛି ଯେଉଁଥିରେ ପ୍ରତ୍ୟକ ଜୋନାଲ ରେଳପଥ ଦେଶର ବିଭିନ୍ନ ପ୍ରାନ୍ତକୁ ଟ୍ରେନ…
ଭୁବନେଶ୍ୱର: ବଙ୍ଗୋପସାଗରରେ ଆଂଟି ସାଇକ୍ଲୋନ ସୃଷ୍ଟି ହେବାର ସମ୍ଭାବନା କାରଣରୁ ଓଡ଼ିଶାରେ ଆସନ୍ତା ୨୧ ତାରିଖ ଠାରୁ ପ୍ରଚଣ୍ଡ ଖରା ତାତିରୁ କିଛିଟା ଆଶ୍ୱସ୍ତି ମିଳିପାରେ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଜାରି ରହିଥିବା ଖରା ତାତି ଆଉ ଗୋଟିଏ ଦିନ ରହିବାର ସମ୍ଭାବନା ଥିବା ବେଳେ ଏପ୍ରିଲ ୨୧ ତାରିଖରୁ ସମୁଦ୍ର ଆଡୁ ଉପକୂଳ ଅଂଚଳକୁ ଦୁର୍ବଳ ବାୟୁ ପ୍ରବାହ ହେବ। ଏହା ଏପ୍ରିଲ ୨୫ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି। ଏପ୍ରିଲ୍ ୨୧ ଏବଂ ଏହାର ପରବର୍ତ୍ତୀ ଦିନ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତୋଟି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ତେବେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଦିନର ତାପମାତ୍ରା ୩୮ ଡିଗ୍ରୀରୁ ୪୧ ଡିଗ୍ରୀ ସେଲ୍ସିଅସ ମଧ୍ୟରେ ରହିବାର…
ଭୁବନେଶ୍ବର: ଝାରସୁଗୁଡା ଜିଲ୍ଲା ଲଖନପୁରର ଶରଧାରେ ମହାନଦୀରେ ଏକ ନୌକା ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହାସହିତ ଉଦ୍ଧାର କରାଯାଇଥିବା ସମସ୍ତ ବ୍ୟକ୍ତି ଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଘଟଣା ସ୍ଥଳରେ RDC ଝାରସୁଗୁଡା ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ SRC ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିଖୋଜ ମାନଙ୍କୁ ଉଦ୍ଧାର କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ ଜଣ ସ୍କ୍ୟୁବା ଓ ୨…
ନୂଆଦିଲ୍ଲୀ: ଭାରତ ସହିତ ବିବାଦ ଯୋଗୁଁ ବର୍ତ୍ତମାନ ମାଲଦ୍ୱୀପ ପାଇଁ ମହଙ୍ଗା ପଡୁଛି। ପର୍ଯ୍ୟଟକଙ୍କ ଅଭାବ ହେତୁ ମାଲଦ୍ୱୀପର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଛି। ଗତ ବର୍ଷ ତୁଳନାରେ ମାଲଦ୍ୱୀପ ପରିଦର୍ଶନ କରୁଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ୩୮ ପ୍ରତିଶତ ହ୍ରାସ ପାଇଛି। ପର୍ଯ୍ୟଟନ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ତ୍ରୟମାସରେ କେବଳ ୩୪,୮୪୭ ଭାରତୀୟ ମାଲଦ୍ୱୀପରେ ପହଞ୍ଚିଥିବାବେଳେ ଗତ ବର୍ଷ ସମାନ ତ୍ରୟମାସରେ ୫୬,୨୦୮ ଭାରତୀୟ ଯାତ୍ରୀ ଯାଇଥିଲେ। ଏହା ପ୍ରାୟ ୩୮ ପ୍ରତିଶତ ହ୍ରାସ। ୨୦୨୧ ରୁ ୨୦୨୩ ପର୍ଯ୍ୟନ୍ତ ମାଲଦ୍ୱୀପ ପାଇଁ ଭାରତ ଏକ ନମ୍ବର ଉତ୍ସ ହୋଇଥିବାବେଳେ ଚଳିତ ବର୍ଷ ହ୍ରାସ ଘଟିଛି। ବାସ୍ତବରେ, ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ “ଇଣ୍ଡିଆ ଆଉଟ୍” ଅଭିଯାନ ଏବଂ ଏହାପରେ ଭାରତୀୟଙ୍କ ଦ୍ଵାରା ମାଲଦ୍ୱୀପ ବହିସ୍କାର କରିବା ମଧ୍ୟରେ ଏହି ପ୍ରସଙ୍ଗ ଆସିଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷଦ୍ୱୀପ ପରିଦର୍ଶନ କରିବା…
ଭୁବନେଶ୍ଵର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ୧୮ ଏପ୍ରିଲ, ୨୦୨୪ ରେ ଓଡ଼ିଶା ଉପକୂଳର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର୍)ରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ର (ଆଇଟିସିଏମ୍)ର ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଥିଲା। ଏହା ପରୀକ୍ଷା ସମୟରେ ସମସ୍ତ ଉପପ୍ରଣାଳୀ ଆଶାନୁରୂପ ପ୍ରଦର୍ଶନ କରିଥିଲା। ଏହି କ୍ଷେପଣାସ୍ତ୍ରର କାର୍ଯ୍ୟଦକ୍ଷତାକୁ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ (ଇଓଟିଏସ) ଏବଂ ଆଇଟିଆର ଦ୍ୱାରା ବିଭିନ୍ନ ସ୍ଥାନରେ ନିୟୋଜିତ ଟେଲିମେଟ୍ରି ଦ୍ୱାରା ନିରୀକ୍ଷଣ କରାଯାଇଥିଲା। ଭାରତୀୟ ବାୟୁସେନାର ଏସୟୁ-୩୦-ଏମକେ-୧ ବିମାନରୁ ମଧ୍ୟ ଏହି କ୍ଷେପଣାସ୍ତ୍ରର ଉଡ଼ାଣ ଉପରେ ନଜର ରଖାଯାଇଥିଲା। ଏହି କ୍ଷେପଣାସ୍ତ୍ର ମାର୍ଗଦର୍ଶକ ସାମୁଦ୍ରିକ ପ୍ରଣାଳୀର ଉପଯୋଗ କରି ବ୍ୟବହାର କରି ନିର୍ଦ୍ଧାରିତ ମାର୍ଗ ଅନୁସରଣ କରିଥିଲା ଏବଂ ଅତ୍ୟନ୍ତ ନିମ୍ନ ଉଚ୍ଚତା ବିଶିଷ୍ଟ ସାମୁଦ୍ରିକ-ସ୍କିମିଂ ଉଡ଼ାଣ ପ୍ରଦର୍ଶନ କରିଥିଲା। ଏହି ସଫଳ ଉଡ଼ାଣ ପରୀକ୍ଷଣ ବେଙ୍ଗାଲୁରୁସ୍ଥିତ ଗ୍ୟାସ୍ ଟର୍ବାଇନ୍ ରିସର୍ଚ୍ଚ ଏଷ୍ଟାବ୍ଲିସମେଣ୍ଟ (ଜିଟିଆରଇ)…
ନୂଆଦିଲ୍ଲୀ: ଆଜି ଆଇପିଏଲ୍ 2024 ରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। କେ.ଏଲ୍ ରାହୁଲ ଏବଂ ରୁତୁରାଜ ଗାଇକ୍ଵାଡଙ୍କ ଦ୍ୱାରା ନେତୃତ୍ଵାଧୀନ ଦଳ ମଧ୍ୟରେ ଏହି ସଂଘର୍ଷ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ହେବ। ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଗୋଟିଏ ପଟେ ଚେନ୍ନାଇ ଜିତି ଟପ୍ -4 ରେ ରହିବାକୁ ଚାହୁଁଛି ଏବଂ ଅନ୍ୟ ପଟେ ଲକ୍ଷ୍ନୌ ବିଜୟ ସହ ଟପ୍ -4 ପ୍ରବେଶ କରିବାକୁ ଚେଷ୍ଟା କରିବ। ଚେନ୍ନାଇ ଏପର୍ଯ୍ୟନ୍ତ 6 ଟି ମ୍ୟାଚ୍ ଖେଳିଛି, ଯେଉଁଥିରେ ସେମାନେ 4 ଟି ଜିତିଛନ୍ତି। ଅନ୍ୟପକ୍ଷରେ ଲକ୍ଷ୍ନୌ ଏପର୍ଯ୍ୟନ୍ତ 6 ଟି ମ୍ୟାଚ ମଧ୍ୟରୁ 3 ଟି ଜିତିଛି। ଚେନ୍ନାଇ ଶେଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିବାବେଳେ ଲକ୍ଷ୍ନୌ ଗତ ମ୍ୟାଚରେ କୋଲକାତା ବିପକ୍ଷରେ ହାରି ଯାଇଥିଲା। ତେବେ ଆସନ୍ତୁ ଜାଣିବା ଆଜି ଖେଳାଯିବାକୁଥିବା ମ୍ୟାଚରେ ଚେନ୍ନାଇ…
ନୂଆଦିଲ୍ଲୀ: ଆଜି ଭାରତ ଫିଲିପାଇନ୍ସକୁ ଶକ୍ତିଶାଳୀ ବ୍ରାହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟାଚ୍ ବିତରଣ କରିଛି। ଦେଶର ପ୍ରତିରକ୍ଷା ରପ୍ତାନିରେ ଏହା ଏକ ବଡ ପଦକ୍ଷେପ ଭାବରେ ଦେଖାଯାଉଛି। ଏହି ସମୟରେ ଭାରତ ଏବଂ ଫିଲିପାଇନ୍ସର ଅଧିକାରୀମାନେ ପରସ୍ପରକୁ ମିଠା ଖାଇବାକୁ ଦେଇଥିଲେ। ଚୀନ୍ ସହିତ ବିବାଦ ଥିବାବେଳେ ଫିଲିପାଇନ୍ସ ଭାରତରୁ କ୍ରୁଜ୍ କ୍ଷେପଣାସ୍ତ୍ର ଗ୍ରହଣ କରିଛି। ଦକ୍ଷିଣ ଚୀନ୍ ସାଗରରେ ଫିଲିପାଇନ୍ସ ଏବଂ ଚୀନ୍ର ନୌସେନା ପ୍ରତିଦିନ ମୁହାଁମୁହିଁ ହେଉଛନ୍ତି। ବିଶ୍ୱାସ କରାଯାଏ ଯେ, ଫିଲିପାଇନ୍ସ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଚୀନ୍ ଆଡକୁ ନିୟୋଜିତ କରିପାରେ, ଯାହା ଦ୍ଵାରା ଏହା ଚୀନ୍ ସେନା ଠାରୁ ନିଜକୁ ରକ୍ଷା କରିପାରିବ। ଦୁଇ ବର୍ଷ ପୂର୍ବେ ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ କ୍ରୁଜ୍ କ୍ଷେପଣାସ୍ତ୍ର ପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଡିଲର ମୂଲ୍ୟ ୩୭୫ ନିୟୁତ ଡଲାର ଥିଲା (ପ୍ରାୟ ୩୦୦୦ କୋଟି ଟଙ୍କା)।
ନୂଆଦିଲ୍ଲୀ: ଆଜିଠାରୁ 2024 ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। 21 ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 102 ଟି ଆସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ତେବେ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ଅପରାହ୍ନ 1 ଟା ପର୍ଯ୍ୟନ୍ତ ତ୍ରିପୁରାରେ ଅପରାହ୍ନ 1 ଯାଏଁ ସର୍ବାଧିକ 53.04% ଭୋଟ ପଡିଛି। ସେହିଭଳି ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ମତଦାନ ଜାରି ରହିଛି। ଆସନ୍ତୁ ଜାଣିବା ଅନ୍ୟ ରାଜ୍ୟର ସ୍ଥିତି…… ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ 35.70%, ଅରୁଣାଚଳ ପ୍ରଦେଶରେ 35.65%, ଆସାମରେ 45.12%, ବିହାରରେ 32.41%, ଛତିଶଗଡରେ 42.57%, ଜମ୍ମୁ କାଶ୍ମୀରରେ 43.11%, ଲକ୍ଷ୍ମୀଦୀପରେ 29.91% , ମଧ୍ୟପ୍ରଦେଶରେ 44.43%, ମହାରାଷ୍ଟ୍ରରେ 32.36%, ମଣିପୁରରେ 46.92%, ମେଘାଳୟରେ 48.91%, ମିଜୋରାମରେ 37.03%, ନାଗାଲାଣ୍ଡରେ 39.33%, ପୁଡୁଚେରୀରେ 44.95%, ରାଜସ୍ଥାନରେ 33.73%, ସିକ୍କିମରେ 36.82% ତାମିଲନାଡୁରେ 39.51%, ଉତ୍ତରପ୍ରଦେଶରେ 36.96%,…
ନୂଆଦିଲ୍ଲୀ: ମଣିପୁରରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଚାଲିଥିବା ଭୋଟ୍ ସମୟରେ ହିଂସା ହେବାର ଖବର ରହିଛି। ଏଠାରେ ବିଷ୍ଣୁପୁର ନିର୍ବାଚନମଣ୍ଡଳୀରେ ମତଦାନ ବୁଥରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ପରେ ଉତ୍ତେଜିତ ଭୋଟର ଇଭିଏମ୍ ଭାଙ୍ଗିଦେଇଛନ୍ତି। କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ମଣିପୁର ଲୋକସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ସମୟରେ ହିଂସା ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମଣିପୁରର ମୋଇରଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଥମନପୋକପିରେ ଥିବା ଏକ ମତଦାନ କେନ୍ଦ୍ରରେ ଗୁଳି ବିନିମୟ ହୋଇଛି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବୈଦ୍ୟନାଥ ନଗର ପୋଲିସ ଥାନା ଅନ୍ତର୍ଗତ ବ୍ରହ୍ମା ନଗର ସାହି ଭିତରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଯୁବକଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକ କର୍ପୋରେଟର ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ଖବର ଦେଇଥିଲେ। ଏହାପରେ କର୍ପୋରେଟର ପ୍ରଶାନ୍ତ ତୁରନ୍ତ ପୋଲିସକୁ ଏନେଇ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଞ୍ଚନାମା କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

