ନୂଆଦିଲ୍ଲୀ: ଭାରତ-ମଧ୍ୟପ୍ରାଚ୍ୟ ୟୁରୋପ୍ ଆର୍ଥିକ କରିଡର୍ (ଆଇଏମ୍ଇସି)ର ସଶକ୍ତିକରଣ ଓ ପରିଚାଳନା ପାଇଁ ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ଆନ୍ତଃସରକାରୀ ବ୍ୟବସ୍ଥା ରାଜିନାମା (ଆଇଜିଏଫଏ)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପିଛିଲା ଭାବେ ମଞ୍ଜୁରି ମିଳିଛି। କରିଡର ପରିଚାଳନା ପାଇଁ ସହଯୋଗ ଉପରେ ଉଚ୍ଚସ୍ତରୀୟ ଗସ୍ତ ସମୟରେ ଭାରତ ଏବଂ ୟୁଏଇ ମଧ୍ୟରେ ୧୩ ଫେବୃଆରୀ ୨୦୨୪ରେ ଆଇଜିଏଫଏ ସ୍ୱାକ୍ଷରିତ ହୋଇଥିଲା। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଏବଂ ବନ୍ଦର, ସାମୁଦ୍ରିକ ଏବଂ ଲଜିଷ୍ଟିକ୍ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଆଇଜିଏଫ୍ଏର ଲକ୍ଷ୍ୟ। ଆଇଏମଇସିର ବିକାଶ କ୍ଷେତ୍ରରେ ଭବିଷ୍ୟତର ମିଳିତ ପୁଞ୍ଜିନିବେଶ ଏବଂ ସହଯୋଗର ଅଧିକ ସମ୍ଭାବନା ଖୋଜିବା ଉଦ୍ଦେଶ୍ୟରେ ଦୁଇ ଦେଶ ମଧ୍ୟରେ ସହଯୋଗର କ୍ଷେତ୍ରଗୁଡ଼ିକୁ ଆଇଜିଏଫ୍ଏରେ ସାମିଲ କରାଯାଇଛି। ଏହି ରାଜିନାମାରେ ଦୁଇ ଦେଶ ମଧ୍ୟରେ ସହଯୋଗର ବିସ୍ତୃତ ଢାଞ୍ଚା ରହିଛି। ଏହି…
Author: SM Network
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ହାଇକୋର୍ଟ ୧୦୫ କୋଟି ଟଙ୍କାର ବକେୟା ଟିକସ ପୁନରୁଦ୍ଧାର ପାଇଁ ଆୟକର ନୋଟିସ ଉପରେ ରୋକ ଲଗାଇବାକୁ ଦଳର ଆବେଦନକୁ ଖାରଜ କରି କଂଗ୍ରେସକୁ ଝଟକା ଦେଇଛନ୍ତି। ମାର୍ଚ୍ଚ ୨୦୨୪ ରେ କଂଗ୍ରେସ ଦଳ ଏହି ମାମଲାରେ କୋର୍ଟଙ୍କ ନିକଟରେ ପହଞ୍ଚିଥିଲା। ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ନେତୃତ୍ୱରେ ଖଣ୍ଡପୀଠ କହିଛନ୍ତି ଯେ, ଦିଆଯାଇଥିବା ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। ମାର୍ଚ୍ଚ ୮ ତାରିଖରେ ଏହି ଆବଦେନକୁ ଖାରଜ କରିବା ପରେ କଂଗ୍ରେସ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା, ଯେଉଁଥିରେ ପାର୍ଟି ବିରୋଧରେ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଆୟକର ବିଭାଗର ଫେବୃଆରୀ ୧୩ ନୋଟିସ ଉପରେ ରୋକ ଲଗାଇବାକୁ ଦାବି କରାଯାଇଥିଲା। ଦିଲ୍ଲୀ ହାଇକୋର୍ଟଙ୍କ ତରଫରୁ କଂଗ୍ରେସ ପାର୍ଟିକୁ ପୁଣିଥରେ ITAT ରେ ଉପସ୍ଥାପନ କରିବାକୁ କୁହାଯାଇଛି। ଫେବୃଆରୀ ମାସରେ, ଆୟକର ବିଭାଗ କଂଗ୍ରେସ ଦଳର ଚାରୋଟି ମୁଖ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରି…
ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ପାଣ୍ଠିର କାର୍ଯ୍ୟାଦେଶ ପାଇବା ଦାବିରେ ଧାରଣାରେ ଦୀର୍ଘ ସମୟ ଧରି ବସି ରହିଥିଲେ ଏକାଧିକ କାର୍ଯ୍ୟଗ୍ରାହୀ। ତେବେ ବ୍ଲକ ଅଧ୍ୟକ୍ଷଙ୍କ ହସ୍ତକ୍ଷେପକ୍ରମେ ଉକ୍ତ ଧାରଣ ସ୍ଥଗିତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଦୀର୍ଘ ୬ ମାସ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଧାୟକ ପାଣ୍ଠିରୁ ଏକାଧିକ କାର୍ଯ୍ୟାଗ୍ରାହୀଙ୍କୁ ବ୍ଲକ ଓ ଏନଏସି ର ବିଭିନ୍ନ କାର୍ଯ୍ୟ କରିବା ପାଇଁ ଅନୁମୋଦନ ପତ୍ର ଦେଇଥିବା ବେଳେ ଅଦ୍ୟାବଧି ସେମାନଙ୍କୁ ବ୍ଲକ ପ୍ରଶାସନ ତରଫରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇନାହିଁ। ସେହି ପ୍ରତିବାଦରେ ଆଜି ବାଣପୁର ବ୍ଲକ ଓ ଏନଏସି ର ଏକାଧିକ କାର୍ଯ୍ୟାଗ୍ରାହୀ ମାନେ ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ନାରାବାଜି କରିଥିଲେ। ଏ ନେଇ ପୁର୍ବରୁ ସେମାନେ ବାରମ୍ବାର ବ୍ଲକ ଓ ଜିଲ୍ଲା ପ୍ରଶାସନର…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବାଞ୍ଚଳରୁ ବାହୁବଳୀ ନେତା ମୁଖତାର୍ ଅନସାରୀଙ୍କୁ ପୁଣି ଥରେ ଏକ ବଡ଼ ଝଟକା ଲାଗିଛି। ୨୦୨୪ର ସାଧାରଣ ନିର୍ବାଚନ ପୂର୍ବରୁ ଏହି ଝଟକା ଆସିଛି। ନକଲି ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ବାହୁବଳୀ ମୁଖତାର୍ ଅନସାରୀଙ୍କୁ ଆଜୀବନ କାରାଦଣ୍ଡ ଏବଂ ୨.୨୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ବାରାଣାସୀର ସ୍ୱତନ୍ତ୍ର ଜଜ୍ (ଦୁର୍ନୀତି ନିବାରଣ ଆଇନ) ଅବନିଶ ଗୌତମ ବାହୁବଳୀ ବିଧାୟକ ମୁଖତାର ଅନସାରୀଙ୍କୁ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ନୂଆଦିଲ୍ଲୀ: ଭୋଜପୁରୀ ସୁପରଷ୍ଟାର ପୱନ ସିଂ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଏକ୍ସ ହ୍ୟାଣ୍ଡେଲରୁ ସୂଚନା ଦେବାବେଳେ ପାୱାରଷ୍ଟାର ପୱନ ସିଂ ନିଜେ ଏହା ଘୋଷଣା କରିଛନ୍ତି। ପୱନ ସିଂ ଲେଖିଛନ୍ତି ଯେ, “ମୁଁ ମୋର ସମାଜ, ଜନତା ଜନାର୍ଦ୍ଦନ ଏବଂ ମା’ଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ନିର୍ବାଚନ ଲଢିବି। ଆପଣ ସମସ୍ତଙ୍କ ଆଶୀର୍ବାଦ ଏବଂ ସହଯୋଗ ଆଶା କରେ। ଜୟ ମାତା ଦି।” ପ୍ରକାଶ ଯୋଗ୍ୟ ଯେ, ମାର୍ଚ୍ଚ ୨ ତାରିଖରେ ପୱନ ସିଂଙ୍କୁ ଟିକେଟ୍ ଦେବାକୁ ବିଜେପି ଘୋଷଣା କରିଥିଲା। ତାଙ୍କୁ ପଶ୍ଚିମବଙ୍ଗର ଆସନସୋଲ ଆସନରୁ ବିଜେପି ପ୍ରାର୍ଥୀ କରିଥିଲା। ତେବେ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ପରେ ସେ ତାଙ୍କ ପ୍ରାର୍ଥୀ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ। ଏହା ସହିତ ସେ ବିଜେପି ସଭାପତି ଜେ.ପି ନଡ୍ଡାଙ୍କୁ ଭେଟିଥିଲେ। ଏହି ସମୟ ମଧ୍ୟରେ ସେ କାହିଁକି…
ନୂଆଦିଲ୍ଲୀ: ଜୁନ୍ ମାସରେ ଟି -୨୦ ବିଶ୍ୱକପ୍ ଖେଳାଯିବ। ଟି -୨୦ ବିଶ୍ୱକପରେ ଭାରତୀୟ ଦଳ କିପରି ରହିବ ସେନେଇ ଆଲୋଚନା ଆରମ୍ଭ ହୋଇସାରିଛି। ଆଲୋଚନା ମଧ୍ୟରେ କୋହଲିଙ୍କୁ ଟି -୨୦ ବିଶ୍ୱକପ ଦଳରେ ସାମିଲ କରାଯିବ ନାହିଁ ବୋଲି ଖବର ମଧ୍ୟ ଆସୁଛି। ବାସ୍ତବରେ ୱେଷ୍ଟଇଣ୍ଡିଜ୍ ଏବଂ ୟୁଏଇରେ ଟି -୨୦ ବିଶ୍ୱକପ୍ ଆୟୋଜିତ ହେବ। ସେଠାରେ ଥିବା ପିଚ୍ ଧୀର ଅଟେ। କୋହଲିଙ୍କ ବ୍ୟାଟିଂ ଶୈଳୀକୁ ଦେଖିଲେ ଚୟନକର୍ତ୍ତାମାନେ ତାଙ୍କ ସ୍ଥାନରେ ଜଣେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚିନ୍ତା କରୁଛନ୍ତି। ଯଦିଓ ଏହି ବିବୃତ୍ତି କେତେ ସତ ତାହା ଉପରେ କୌଣସି ପ୍ରମାଣ ମିଳିନାହିଁ, କିନ୍ତୁ ଯଦି ରିପୋର୍ଟକୁ ବିଶ୍ଵାସ କରାଯାଏ, ଚୟନକର୍ତ୍ତା ଅଜିତ ଅଗରକର ନିଜେ ବିରାଟ କୋହଲିଙ୍କ ସହ କଥା ହେବାକୁ ଯାଉଛନ୍ତି। ଟେଲିଗ୍ରାଫରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚୟନକର୍ତ୍ତା ଅଗରକର କୋହଲିଙ୍କ ସହ କଥା ହୋଇସାରିଛନ୍ତି, କୋହଲିଙ୍କୁ କହିଛନ୍ତି ଯେ, ତାଙ୍କୁ ବ୍ୟାଟିଂରେ…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସ କୁ ଝଟକା ଲାଗିଛି। କଂଗ୍ରେସର ବରିଷ୍ଠ ନେତା ତଥା ତିନିଥର ବିଧାୟକ ଅଜୟ କପୁର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗଦେବା ପରେ ଅଜୟ କପୁର କହିଛନ୍ତି ଯେ, ଆଜି ପୁନର୍ବାର ଜନ୍ମ ଭଳି, ମୁଁ ଦେଶର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିବାରରେ ଯୋଗ ଦେଇ ଅତ୍ୟଧିକ ଖୁସି। ବିଜେପିରେ ଯୋଗଦେବା ପରେ ଅଜୟ କପୁରଙ୍କ କଂଗ୍ରେସ ସହିତ ୩୫ ବର୍ଷର ଯାତ୍ରା ଶେଷ ହୋଇଛି। ବିଜେପିରେ ଯୋଗଦେବା ପୂର୍ବରୁ ଅଜୟ କପୁର ତାଙ୍କ ଇସ୍ତଫା ଭାରତୀୟ ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଛନ୍ତି। ସେ ଲେଖିଛନ୍ତି ଯେ, ନିବେଦନ କି ମୁଁ ୩୫ ବର୍ଷ ଧରି ନିସ୍ୱାର୍ଥପର ଭାବରେ କଂଗ୍ରେସ ପାର୍ଟିର ସେବା କରିଛି। ବର୍ତ୍ତମାନ ମୁଁ ମୋର ପଦବୀ ଏବଂ ପାର୍ଟି ସଦସ୍ୟତାରୁ ଇସ୍ତଫା ଦେଉଛି। ଆପଣଙ୍କୁ ଅନୁରୋଧ କି ଦୟାକରି…
ମୁମ୍ବାଇ: ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ନିକଟରେ ଅନୁଷ୍ଠିତ ୭୧ତମ ମିସ୍ ୱାର୍ଲ୍ଡ ଫାଇନାଲ୍ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ସମ୍ମାନଜନକ ମାନବବାଦୀ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପ୍ରଖ୍ୟାତ ଆନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ପୁରସ୍କାର ଗ୍ରହଣ କରି ସେ ବିଶ୍ୱକୁ ଏକ ଉନ୍ନତ ସ୍ଥାନରେ ପରିଣତ କରିବାରେ ମହିଳା ସଶକ୍ତିକରଣର ଗୁରୁତ୍ୱ ଉପରେ ଆଲୋକପାତ କରି ଏହି ଦିଗରେ ନିଜର ଆଜୀବନ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପୂର୍ବରୁ ଏହି ପୁରସ୍କାର ଦକ୍ଷିଣ ଆଫ୍ରିକାର ପୂର୍ବ ରାଷ୍ଟ୍ରପତି ସ୍ୱର୍ଗତ ନେଲସନ ମଣ୍ଡେଲା ଏବଂ ଅପରେସନ୍ ହଙ୍ଗର୍ ପ୍ରତିଷ୍ଠାତା ଇନା ପର୍ଲମ୍ୟାନଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଗ୍ରହଣ କରିଥିଲେ। ଏହି ପୁରସ୍କାର ଶିକ୍ଷା, ସ୍ୱାସ୍ଥ୍ୟସେବା, କଳା ଏବଂ ସଂସ୍କୃତି, କ୍ରୀଡା, ସମାଜସେବା ଭଳି ଅନେକ କ୍ଷେତ୍ରରେ ଭାରତୀୟ ମହିଳା ଏବଂ ବାଳିକାମାନଙ୍କ ସହିତ ନୀତା ଅମ୍ବାନୀଙ୍କ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରିଛି। ଏହି ପୁରସ୍କାର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ରାଜଧାନୀ ଗାନ୍ଧିନଗରରେ ଅବସ୍ଥିତ ତାଙ୍କ ଜମିକୁ ନାଦବ୍ରହ୍ମା କଳା କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାନ କରିଛନ୍ତି। ଭାରତର ସାଂସ୍କୃତିକ ଐତିହ୍ୟ ପ୍ରତି ତାଙ୍କର ସମ୍ମାନ ଏବଂ ପ୍ରତିବଦ୍ଧତା ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ଜମି ଦାନ କରିଛନ୍ତି। ଏହି ଜମି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦିବଙ୍ଗତ ବିଜେପି ନେତା ଅରୁଣ ଜେଟଲୀଙ୍କୁ ଦିଆଯାଇଥିଲା। ତେବେ ସଂଗୀତ ପରମ୍ପରାକୁ ପ୍ରୋତ୍ସାହିତ ତଥା ସଂରକ୍ଷଣ କରିବା ପାଇଁ ପିଏମ ମୋଦୀ ଏହାକୁ ଦାନ କରିଛନ୍ତି। ପିଏମ ମୋଦୀଙ୍କ ଦ୍ୱାରା ଦାନ କରାଯାଇଥିବା ଜମି ଗାନ୍ଧିନଗରର ସେକ୍ଟର -୧ ରେ ଅବସ୍ଥିତ। ବର୍ତ୍ତମାନ ଏଠାରେ ନାଦବ୍ରହ୍ମା କଳା କେନ୍ଦ୍ର ପ୍ରତିଷ୍ଠା ହେବ, ଯାହା ସଙ୍ଗୀତ କ୍ଷେତ୍ରର ଉନ୍ନତି ପାଇଁ ଏକ କୋଠା ହେବ। ଏହି ଜମି ସରକାରଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ନେତା ଅରୁଣ ଜେଟଲୀଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ବର୍ତ୍ତମାନ ଏହାକୁ ମାନମନ୍ଦିର…
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ୪୦୦ ଟି ଆସନ ହାସଲ କରିବାକୁ ଚେଷ୍ଟା କରୁଥିବା ଭାରତୀୟ ଜନତା ପାର୍ଟି ଦକ୍ଷିଣ ଭାରତରେ ନିଜର ଉପସ୍ଥିତି ବଢାଇବାକୁ ଚାହୁଁଛି। ଏହି କାରଣରୁ ନିକଟରେ ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁ ଗସ୍ତ କରିଛନ୍ତି। ଏହି ସମୟ ମଧ୍ୟରେ ସେ ରାଜ୍ୟକୁ ଅନେକ ବିକାଶମୂଳକ ଯୋଜନା ଉପହାର ଦେଇଛନ୍ତି। କେବଳ ଏତିକି ନୁହେଁ, ପରିବାରବାଦକୁ ନେଇ ସେ ଶାସକ ଡିଏମକେ ଉପରେ କଡ଼ା ଆକ୍ରମଣ କରିଛନ୍ତି। ତାମିଲନାଡୁରେ ପଦ୍ମ ଫୁଲ ଫୁଟାଇବାକୁ ଚେଷ୍ଟା କରୁଥିବା ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଏପର୍ଯ୍ୟନ୍ତ ୪ ଥର ତାମିଲନାଡୁ ଗସ୍ତ କରିଛନ୍ତି। ଏହା ସତ୍ତ୍ୱେ ବିଜେପି ଏଠାରେ କୌଣସି ଲାଭ ପାଇବା ଭଳି ମନେ ହେଉନାହିଁ। ଏଥର ମଧ୍ୟ ପାର୍ଟି ଏଠାରେ ଖାତା ଖୋଲିବାକୁ ସକ୍ଷମ ହେବ ନାହିଁ। ବାସ୍ତବରେ, ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ସି ଭୋଟର ଏବିପି ନ୍ୟୁଜ୍ ଦେଶର ସର୍ବବୃହତ ସର୍ଭେ କରିଛି। ଏହି ସର୍ଭେରେ କଂଗ୍ରେସ…
ନୂଆଦିଲ୍ଲୀ: ହରିୟାଣାରେ ଭାରତୀୟ ଜନତା ପାର୍ଟି ନିଜର ସହଯୋଗୀ ଜନନାୟକ ଜନତା ପାର୍ଟି (ଜେଜେପି) ସହିତ ମେଣ୍ଟ ଭାଙ୍ଗିଛି ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସ୍ଥାନରେ ନାୟବ ସିଂଙ୍କୁ ନୂତନ ମୁଖ୍ୟମନ୍ତ୍ରୀ କରିଛି। ମଙ୍ଗଳବାର ଦିନ ନାୟବ ସିଂ ସୈନି ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବର୍ତ୍ତମାନ ହରିୟାଣାର ନୂତନ ସରକାରଙ୍କୁ ଆଜି ସକାଳ ୧୧ ଟାରେ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ। ମାମଲା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: ମଙ୍ଗଳବାର ସନ୍ଧ୍ୟାରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ଏକ ସମାରୋହରେ ବିଜେପିର ନାୟବ ସିଂ ସୈନି (୫୪) ହରିୟାଣାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୈନି ୪୮ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି। ଗତକାଲି ସୈନି ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ରାଜ୍ୟପାଳଙ୍କୁ ବିଧାନସଭା ଅଧିବେଶନ ଡାକିବାକୁ ଅନୁରୋଧ କରିଛୁ। ଏହି ସମୟ ମଧ୍ୟରେ ଆମେ ମଧ୍ୟ ଆମର ସଂଖ୍ୟାଗରିଷ୍ଠତା ପ୍ରମାଣ…
ନୂଆଦିଲ୍ଲୀ: ଅନେକ ଦିନ ଧରି ଆଲୋଚନା ପରେ ମହାରାଷ୍ଟ୍ରର ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାର ଏନସିପି ମେଣ୍ଟ ଏହାର ଆସନ ବାଣ୍ଟିବା ନେଇ କିଛି ସିଟ୍ ଉପରେ ଚୁକ୍ତି ହୋଇଛି। ସୂଚନା ଅନୁଯାୟୀ ଅଜିତ ପାୱାର ଯେଉଁଠାରୁ ପ୍ରାର୍ଥୀ ଦେବେ ସେଠାରୁ ଚାରିଟି ଆସନରେ ସହଯୋଗୀ ଦଳ ସହମତ ହୋଇଛି। ଶରଦ ପାୱାରଙ୍କ ପୁତୁରା ତଥା “ଅସଲି” ଏନସିପି ନେତା ବାରାମତୀ, ରାୟଗଢ, ଶିରୁର ଏବଂ ପରଭଣିରୁ ପ୍ରାର୍ଥୀ କରିବେ। ବିଜେପି ୩୧ ଟି ଆସନ ପାଇବ ଏବଂ ଶିବସେନା ୧୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରକାଶ ଯେ ବାରାମତୀ ହେଉଛି ଅଜିତ ପାୱାରଙ୍କ ଗଡ଼। ପୱାର ପରିବାର ଏହି ଆସନରୁ ଦଶନ୍ଧି ଧରି ପ୍ରତିଦ୍ୱନ୍ଦ୍ୱିତା କରି ଜିତିଛନ୍ତି। ତେବେ ଅଜିତ ପାୱାର ଏବଂ ତାଙ୍କ ସମର୍ଥକମାନେ ଦଳରୁ ଅଲଗା ହେବା ପରେ ଚଳିତ ବର୍ଷ ବାରମତୀ ଆସନ ଗୋଟିଏ ପରିବାରର ସଦସ୍ୟଙ୍କ ମଧ୍ୟରେ ପ୍ରତିଯୋଗିତା…
ନୂଆଦିଲ୍ଲୀ: ସମସ୍ତ ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଲି ଆୟୋଜନ କରୁଥିବାବେଳେ ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା ମାଧ୍ୟମରେ କେନ୍ଦ୍ରରେ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ପୂର୍ବରୁ ଏବିପି ନ୍ୟୁଜ୍ ସି ଭୋଟର ଆସନ୍ତା ଲୋକସଭା ନିର୍ବାଚନ ସମ୍ପର୍କରେ ଏକ ସର୍ବେକ୍ଷଣ କରିଛି। ଦେଶର ପ୍ରଧାନମନ୍ତ୍ରୀ ବିଭିନ୍ନ ମଞ୍ଚରୁ କହୁଛନ୍ତି ଯେ, ଏନଡିଏ ୪୦୦ ଟି ଆସନ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ଆସନ୍ତା ଲୋକସଭା ନିର୍ବାଚନରେ ୩୭୦ ଟି ଆସନ ପାଇବ। ଏଭଳି ପରିସ୍ଥିତିରେ ମତାମତ ସର୍ଭେ ଜନସାଧାରଣଙ୍କ ମୁଡକୁ ବହୁ ପରିମାଣରେ ପ୍ରକାଶ କରିଥାଏ। ଆସନ୍ତୁ ଜାଣିବା କେଉଁ ରାଜ୍ୟରେ ଏବିପି ସି ଭୋଟର ମତଦାନରେ କେଉଁ ଦଳ କେତେ ସିଟ୍ ପାଇବେ ବୋଲି…
ନାଗରିକତା (ସଂଶୋଧନ) ଆଇନ (ସିଏଏ) – 2019 ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରେ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ 31 ଡିସେମ୍ବର, 2014ରେ କିମ୍ବା ତା’ପୂର୍ବରୁ ଭାରତ ଆସିଥିବା ଶରଣାର୍ଥୀ ମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଆବେଦନ କରିବାର ଯୋଗ୍ୟତା ହାସଲ ଅବଧିକୁ 11ରୁ 5 ବର୍ଷକୁ ହ୍ରାସ କରିଛି। ପଡ଼ୋଶୀ ଦେଶରେ ଧର୍ମ ଆଧାରରେ ପୀଡ଼ିତ ଏଭଳି ଲୋକଙ୍କ ପ୍ରତି ଉଦାର ବ୍ୟବହାର ଦେଖାଇବା ପାଇଁ ଏହି ଆଇନ ଉଦ୍ଦିଷ୍ଟ। ଏହା ସ୍ୱାଧୀନତା ପରେ ଅନ୍ୟ ଧର୍ମର ଭାରତୀୟ ନାଗରିକଙ୍କ ଭଳି ଭାରତୀୟ ମୁସଲିମ୍ମାନେ ସ୍ୱାଧୀନ ଭାବେ ଉପଭୋଗ କରୁଥିବା ଅଧିକାର ଏବଂ ସେମାନଙ୍କୁ ମିଳୁଥିବା ସୁଯୋଗକୁ କୌଣସି ପ୍ରକାରରେ ହାନି ପହଞ୍ଚାଇବ ନାହିଁ। ଭାରତରେ ରହୁଥିବା ମୁସଲିମଙ୍କ ପାଇଁ ଏହି ଆଇନରେ କୌଣସି ଚିନ୍ତାଜନକ ବିଷୟ ରହିଛି? ଭାରତୀୟ ମୁସଲମାନ୍ମାନେ ଚିନ୍ତିତ ହେବା ଅନାବଶ୍ୟକ କାରଣ ଏହି ଆଇନରେ ସେମାନଙ୍କ ନାଗରିକତାକୁ ପ୍ରଭାବିତ କରିବା ଭଳି…
ଭୁବନେଶ୍ୱର/ପୁରୀ: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସଡିଏ) ସହଯୋଗିତାରେ ଓୟୋ ରୁମ୍ସ (ଓୱାଇଓ) ପକ୍ଷରୁ ରାଜ୍ୟରେ ପ୍ରଥମ “ହୋମ୍ ଷ୍ଟେ” ହୋଟେଲ ସେବା ଆରମ୍ଭ ହୋଇଛି। ଐତିହ୍ୟ ସହର ପୁରୀରେ ଏହି ସେବାକୁ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି। ପୁରୀ ସହରର ସାରଦା ଦେବୀ ରୋଡରେ ଓୟୋ ସୁଶିଳା ନିବାସରେ “ହୋମ୍ ଷ୍ଟେ” ସେବା ଖୋଲିଛି। ପୁରୀକୁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ ସୁବିଧାରେ ରହିପାରିବେ। ଆଗାମୀ ଦିନରେ ଓୟୋ ପକ୍ଷରୁ ପୁରୀ, କୋଣାର୍କ ଭଳି ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ୫୦ଟି ହୋମ୍ ଷ୍ଟେ ସେବା ଖୋଲିବାକୁ ଯାଉଛି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଏସଡିଏ ଏବଂ ଓୟୋ ଭିତରେ ଏକ ବୁଝାମଣା ସ୍ୱାକ୍ଷର ହୋଇଥିଲା। ଏହି ବୁଝାମଣା ଅନୁଯାୟୀ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ବିଭିନ୍ନ…
ବାଣପୁର (ସୀତାରାମ ଅଗ୍ରୱାଲ): ଆସନ୍ତା ୩୦ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ହେବାକୁ ଥିବା ଐତିହାସିକ ପଞ୍ଚୁଦୋଳ ନିମନ୍ତେ ପଲଟନ ପଡିଆସ୍ଥିତ ଛାୟା ମଣ୍ଡପଠାରେ କମିଟି ସଭାପତି ତହସିଲଦାର ଟି.ପଦ୍ମନାଭ ଦୋରାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ କମିଟି ଉପ ସଭାପତି, ସମ୍ପାଦକ ବାଣପୁର ଆଇଆଇସି, ପୂର୍ତ୍ତବିଭାଗ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ, ଜନ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ସହ ବାଣପୁର ଅଂଚଳର ବୁଦ୍ଧିଜୀବୀ ଏବଂ ଗ୍ରାମ ମୁଖିଆମାନେ ଉପସ୍ଥିତ ଥିଲେ। ଚଳିତ ପଞ୍ଚୁଦୋଳରେ ଲକ୍ଷାଧିକ ଶ୍ରଦ୍ଧାଳୁମାନଙ୍କ ସମାଗମ ସହ ଗ୍ରାମ ଦେବତାମାନଙ୍କର ଉପସ୍ଥିତିକୁ ଲକ୍ଷ୍ୟ କରି ଉକ୍ତ ସମୟରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ଆଇଆଇସି ପ୍ରତିଶୃତି ଦେଇଥିଲେ। ରାସ୍ତା ମରାମତି, ନିରବଛିନ୍ନ ବିଦ୍ୟୁତ ସେବା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଆଲୋକ ନଥିବା ଖୁଣ୍ଟ ଗୁଡିକରେ ବିଦ୍ୟୁତ ବିଭାଗକୁ ଯଥାଶୀଘ୍ର ଆଲୋକ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଥିଲା। ସମସ୍ତ…
ମେଷ: – ଆଜି ଦିନଟି ସ୍ୱାଭାବିକ ହେବ । କଠିନ ପରିଶ୍ରମ ସତ୍ତ୍ବ କାର୍ଯ୍ୟରେ କୌଣସି ଆଶା କରାଯାଉଥିବା ସଫଳତା ମିଳିବ ନାହିଁ, ଯେଉଁ କାରଣରୁ ମନ ଉଦାସ ହୋଇପାରେ । ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଘରୋଇ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି । ଚାକିରୀ କିମ୍ବା ବ୍ୟବସାୟରେ ମଧ୍ୟ ସଫଳତା ପାଇଁ ସୁଯୋଗ ମିଳିବ, କିନ୍ତୁ କାର୍ଯ୍ୟଭାରର ଅତ୍ୟଧିକତା ହେତୁ, ଏପରି ସୁଯୋଗ ହାତରୁ ବାହାରିପାରେ । ପରିବାରକୁ ପୂର୍ଣ୍ଣ ସମର୍ଥନ ମିଳିବ । ସାଙ୍ଗମାନଙ୍କ ସହିତ ସାକ୍ଷାତ ହୋଇପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଭ୍ରମଣରୁ ଦୂରେଇ ରୁହନ୍ତୁ । ବୃଷ : – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ହେବ । କଣ୍ଟିଜେଣ୍ଟ୍ ଲାଭର ରାଶି ମିଳିବ । ଅଧିକ କାର୍ଯ୍ୟ ଭାର ରହିବ ଏବଂ କଠିନ ପରିଶ୍ରମର ପୁରସ୍କାର ମଧ୍ୟ ମିଳିବ । କୌଣସି ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ…
ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ରହିଛି ଅନନ୍ୟ ଦକ୍ଷତା। ଏହାକୁ ପ୍ରଦର୍ଶନ କରିବା ସହ ସେମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତାରେ ସୁଯୋଗ ଦେବା ପାଇଁ ପ୍ରତିବର୍ଷ କରାଯାଉଛି “ଓଡ଼ିଶା ସ୍କିଲ୍ସ” କାର୍ଯ୍ୟକ୍ରମ। ମଙ୍ଗଳବାରଠାରୁ ବିଶ୍ୱ ଦକ୍ଷତା କେନ୍ଦ୍ର ସହିତ ୮ଟି ସ୍ଥାନରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ରାଜ୍ୟ ସରକାରଙ୍କ “ସ୍କିଲ୍ଡ ଇନ୍ ଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ “ଓଡ଼ିଶା ସ୍କିଲ୍ସ” ପ୍ରତିଯୋଗିତା କରାଯାଉଛି। ଏଥିରେ ୬ଟି ପ୍ରମୁଖ କ୍ଷେତ୍ରରେ ମୋଟ ୪୫ଟି ସ୍କିଲକୁ ନେଇ ଚଳିତ ବର୍ଷ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ହେଉଛି। ମଙ୍ଗଳବାର ଦିନ ହୋଇଥିବା ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଆଇଟିଆଇ ଏବଂ ପଲିଟେକ୍ନିକ୍ ତଥା ବିଭିନ୍ନ ଦକ୍ଷତା ବିକାଶ ବିକାଶ ତାଲିମ ଅନୁଷ୍ଠାନରୁ ଆସିଥିବା ୭୦୦ରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ପାରଦର୍ଶିତା ଦେଖାଇଥିଲେ। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ୧୬ଟି ସ୍କିଲକୁ ନେଇ ପ୍ରତିଯୋଗିତା କରାଯାଉଛି। ସେହିପରି ଭୁବନେଶ୍ୱରର…
ନୂଆଦିଲ୍ଲୀ: ୯ ରୁ ୧୮ ବର୍ଷ ବୟସର ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଭା ଅନ୍ୱେଷଣ ଉଦ୍ଦେଶ୍ୟରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଚଣ୍ଡିଗଡ଼ରେ ‘କୀର୍ତ୍ତି’ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମଙ୍ଗଳବାର ଚଣ୍ଡିଗଡ଼ସ୍ଥିତ ସେକ୍ଟର-୭ କ୍ରୀଡ଼ା ପରିସରରେ ବହୁ ଉତ୍ସାହର ସହ ଅନନ୍ୟ ଖେଲୋ ଇଣ୍ଡିଆ ରାଇଜିଂ ଟ୍ୟାଲେଣ୍ଟ ଆଇଡେଣ୍ଟିଫିକେସନ୍ (କୀର୍ତ୍ତି) କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ୯ ରୁ ୧୮ ବର୍ଷ ବୟସ୍କ ସ୍କୁଲ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ରହିବ: ଦେଶର କୋଣ ଅନୁକୋଣରୁ ପ୍ରତିଭା ଖୋଜିବା ଏବଂ ନିଶା ଓ ଅନ୍ୟାନ୍ୟ ଗ୍ୟାଜେଟ୍ ଜନିତ ବିଭ୍ରାନ୍ତି କୁ ରୋକିବା ପାଇଁ କ୍ରୀଡ଼ାକୁ ଏକ ଉପକରଣ ଭାବେ ବ୍ୟବହାର କରିବା। ଶ୍ରୀ ଠାକୁର କହିଥିଲେ ଯେ କ୍ରୀଡ଼ା ସଂସ୍କୃତି ଗଠନ କରିବା ଏବଂ ଅଲିମ୍ପିକ୍ସ ଏବଂ ଏସୀୟ କ୍ରୀଡ଼ା…
ଭୁବନେଶ୍ଵର: ବଲାଙ୍ଗୀର ପାର୍ଶ୍ୱରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ କାର୍ଯ୍ୟକ୍ଷମ ହେବା ଏବଂ ସ୍ଥାନୀୟ ଲୋକଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଏକ୍ସପ୍ରେସକୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଏହି ଟ୍ରେନର ପ୍ରାରମ୍ଭିକ ଚଳାଚଳ ଦିବସରେ ବଲାଙ୍ଗୀର ସାଂସଦ ସଂଗୀତ କୁମାରୀ ସିଂଦେଓ ସୋନପୁର ଷ୍ଟେସନ ଠାରେ ଏହି ଟ୍ରେନକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିଛନ୍ତି। 12893 ଭୁବନେଶ୍ୱର-ବଲାଙ୍ଗୀର-ସୋନପୁର ଏକ୍ସପ୍ରେସ ବାଲାଙ୍ଗୀରରେ ପହଞ୍ଚିବା ପରେ ଅପରାହ୍ନ 01ଘ.45ମି.ରେ ସୋନପୁର ଅଭିମୁଖେ ଯାତ୍ରା କରିବ ଏବଂ ଅପରାହ୍ନ 03ଘ.15ମି.ରେ ସୋନପୁରରେ ପହଞ୍ଚିବ। ଫେରିବା ମାର୍ଗରେ 12894 ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସ ସୋନପୁରରୁ ଅପରାହ୍ନ 01 ଘଟିକାରେ ଛାଡି ଅପରାହ୍ନ 02ଘ.25ମି.ରେ ବାଲାଙ୍ଗୀରରେ ପହଞ୍ଚିବ। ଏହି ଟ୍ରେନ୍ ଅପରାହ୍ନ 02ଘ.45ମି.ରେ ବାଲାଙ୍ଗୀର ଷ୍ଟେସନରୁ ଛାଡି ରାତ୍ରି 09ଘ.45ମି.ରେ ଭୁବନେଶ୍ୱରରେ ପହଞ୍ଚିବ। ଏହି ଟ୍ରେନ 14.03.2024 ଠାରୁ ସୋନପୁର ରୁ ଏବଂ 15.03.2024 ଠାରୁ ଭୁବନେଶ୍ୱରରୁ ନିୟମିତ ଚଳାଚଳ କରି ସେବା ପ୍ରଦାନ କରିବ।…
ନୂଆଦିଲ୍ଲୀ: ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ବିରୋଧରେ ଗୁଜରାଟ ପୋଲିସର ଏକ ବଡ ଅପରେସନ୍ ସଫଳ ହୋଇଛି। ଆରବ ସାଗରରେ ପୋରବନ୍ଦରରୁ ମିଳିତ ଅପରେସନ୍ ବେଳେ ଏଟିଏସ୍, ଗୁଜୁରାଟ ପୋଲିସ୍, ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଏବଂ କୋଷ୍ଟଗାର୍ଡ ଏକ ବଡ ଅପରେସନରେ ପ୍ରାୟ ୪୮୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିଛନ୍ତି। ସୂଚନାନୁସାରେ, ମାର୍ଚ୍ଚ ୧୧ ତାରିଖ ରାତିରେ ଏକ ଗୁପ୍ତ ତଥ୍ୟକୁ ଆଧାର କରି ମିଳିତ ଅପରେସନରେ ଏକ ପାକିସ୍ତାନୀ ଡଙ୍ଗା ସମୁଦ୍ରରେ ଧରାଯାଇଥିଲା, ଯେଉଁଥିରେ ପ୍ରାୟ ୪୮୦ କୋଟି ଟଙ୍କା ମୂଲ୍ୟର ନିଶା ସାମଗ୍ରୀ ଜବତ କରାଯାଇଥିଲା। ଏହି ଅପରେସନରେ ଆଇସିଜି ଜାହାଜ ଏବଂ ଡୋର୍ନିୟରର ସହାୟତା ନିଆଯାଇଥିଲା। ଡୋର୍ନିଅର୍ ବିମାନକୁ ସ୍କାନିଂ ଏବଂ ସମ୍ଭାବ୍ୟ ଅଞ୍ଚଳରେ ଡଙ୍ଗା ଖୋଜିବା ଦାୟିତ୍ଵ ଦିଆଯାଇଥିଲା। ଏହି ଅପରେସନରେ ଆଇସିଜି, ଏନସିବି ଏବଂ ଏଟିଏସ୍ ଗୁଜୁରାଟ ମଧ୍ୟରେ ଭଲ ସମନ୍ୱୟ ଦେଖିବାକୁ ମିଳିଥିଲା। ଏଜେନ୍ସି ୬ ଜଣ ଚାଳକଙ୍କୁ ମଧ୍ୟ ଗିରଫ…

