Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଐତିହାସିକ ବାଣପୁର ପଞ୍ଚୁଦୋଳ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆଞ୍ଚଳିକ

ଐତିହାସିକ ବାଣପୁର ପଞ୍ଚୁଦୋଳ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

March 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଆସନ୍ତା ୩୦ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ହେବାକୁ ଥିବା ଐତିହାସିକ ପଞ୍ଚୁଦୋଳ ନିମନ୍ତେ ପଲଟନ ପଡିଆସ୍ଥିତ ଛାୟା ମଣ୍ଡପଠାରେ କମିଟି ସଭାପତି ତହସିଲଦାର ଟି.ପଦ୍ମନାଭ ଦୋରାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ କମିଟି ଉପ ସଭାପତି, ସମ୍ପାଦକ ବାଣପୁର ଆଇଆଇସି, ପୂର୍ତ୍ତବିଭାଗ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ, ଜନ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ସହ ବାଣପୁର ଅଂଚଳର ବୁଦ୍ଧିଜୀବୀ ଏବଂ ଗ୍ରାମ ମୁଖିଆମାନେ ଉପସ୍ଥିତ ଥିଲେ।

ଚଳିତ ପଞ୍ଚୁଦୋଳରେ ଲକ୍ଷାଧିକ ଶ୍ରଦ୍ଧାଳୁମାନଙ୍କ ସମାଗମ ସହ ଗ୍ରାମ ଦେବତାମାନଙ୍କର ଉପସ୍ଥିତିକୁ ଲକ୍ଷ୍ୟ କରି ଉକ୍ତ ସମୟରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ଆଇଆଇସି ପ୍ରତିଶୃତି ଦେଇଥିଲେ। ରାସ୍ତା ମରାମତି, ନିରବଛିନ୍ନ ବିଦ୍ୟୁତ ସେବା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଆଲୋକ ନଥିବା ଖୁଣ୍ଟ ଗୁଡିକରେ ବିଦ୍ୟୁତ ବିଭାଗକୁ ଯଥାଶୀଘ୍ର ଆଲୋକ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଥିଲା। ସମସ୍ତ ବିଭାଗର ଅଧିକାରୀ ମାନେ ଉକ୍ତ ଦାଇତ୍ୱସବୁ ସୁଚାରୁରୂପେ ତୁଲେଇବାକୁ ବୈଠକରେ ପ୍ରତିଶୃତି ଦେଇଥିଲେ।

ପଞ୍ଚୁଦୋଳ ପ୍ରସ୍ତୁତି ବୈଠକ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ସକାଳ ୯:୧୫ ରେ ପତାକା ଉତ୍ତୋଳନ

July 24, 2026

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026
Latest News

ଲଞ୍ଚ ହେଲା ନୂତନ ଭାରତୀୟ EV ବାଇକ୍: ଗୋଟିଏ ଚାର୍ଜରେ ଚାଲିବ 260 କିମି, ଜାଣନ୍ତୁ ମୂଲ୍ୟ

July 28, 2026

ପ୍ରିୟଙ୍କା ଗାନ୍ଧୀଙ୍କ ବୟାନକୁ ନେଇ ସଂସଦରେ ହଙ୍ଗାମା: କ୍ଷମା ଦାବି କଲେ କିରେନ ରିଜିଜୁ

July 28, 2026

ହଠାତ୍ ଇସ୍ତଫା ଦେଲେ ଭାରତୀୟ ପ୍ରଶିକ୍ଷକ!: KKR ରେ ପୁଣି ଦେବେ ଯୋଗ

July 28, 2026

ଏହି ପ୍ରସଙ୍ଗରେ ଯୋଗୀ ସରକାରଙ୍କୁ ଆକ୍ରମଣ କଲେ ଶଙ୍କରାଚାର୍ଯ୍ୟ: ଆଣିଲେ ଗୁରୁତର ଅଭିଯୋଗ

July 28, 2026

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.