Author: SM Network

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କରୁଣାଶାନ୍ତି ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଗ୍ରାଜୁଏସନ ସମାରୋହ ଅନୁଷ୍ଠିତ। ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲ ବ୍ରହ୍ମପୁର ବିଶ୍ୱଦ୍ୟାଳୟ ର କୁଳପତି ତଥା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ର ଭାର ପ୍ରାପ୍ତ କୁଳପତି ପ୍ରଫେସର ଡଃ ଗୀତାଞ୍ଜଳି ଦାଶ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ଼ଃ ସିଦ୍ଧାର୍ଥ ଶଙ୍କର ପାଢୀ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଡେପୁଟି ରେଜିଷ୍ଟ୍ରlର ବାପୁଜୀ ସାମଲ, ବ୍ରହ୍ମପୁର କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ ଏବଂ ସେହି ମହାବିଦ୍ୟାଳୟ ର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ ଓ ମହାବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଡଃ ରଶ୍ମିତା ମିଶ୍ର ଏବଂ ସମସ୍ତ ଛାତ୍ର, ଛାତ୍ରୀ, ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମ ସମ୍ପାଦନ ହୋଇଛି l ସନ୍ନମ୍ମାନୀୟ ଅତିଥିମାନଙ୍କର ପ୍ରେରଣା ଦାୟକ ବକ୍ତବ୍ୟ ଏବଂ ପିଲାମାନଙ୍କ ପାଇଁ ସୁନ୍ଦର ଉପଦେଶ ମହାବିଦ୍ୟାଳୟ ର ପରିବେଶ କୁ ଆହୁରି ଭାବାତ୍ମକ କରିଥିଲା।…

Read More

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଆଜି ନିର୍ବାଚନ ଆୟୋଗଙ୍କୁ ନିର୍ବାଚନୀ ଚାନ୍ଦାର ସମ୍ପୂର୍ଣ୍ଣ ତଥ୍ୟ ପଠାଇଛି। ସୋମବାର ଦିନ ଏସବିଆଇକୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି ଏବଂ ନିର୍ବାଚନୀ ଚାନ୍ଦା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବାର ସମୟସୀମା ବୃଦ୍ଧି କରିବା ଆବେଦନକୁ ଖାରଜ କରିଛନ୍ତି। ଶୁଣାଣି ସମୟରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ଏସବିଆଇ ନିର୍ବାଚନ ଆୟୋଗକୁ ନିର୍ବାଚନୀ ଚାନ୍ଦା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବା ଉଚିତ୍। ତଦନୁସାରେ, ଏସବିଆଇ ଆଜି ଅପରାହ୍ନ ୫.୩୦ ସୁଦ୍ଧା ନିର୍ବାଚନୀ ଚାନ୍ଦାର ସମ୍ପୂର୍ଣ୍ଣ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇଛି। ମାର୍ଚ୍ଚ ୧୫ ସୁଦ୍ଧା ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ରେ ଅପଡେଟ୍ ହେବ: ସୁପ୍ରିମକୋର୍ଟରେ ସିଜେଆଇ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ମଧ୍ୟ ନିର୍ବାଚନ ଆୟୋଗଙ୍କୁ ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ୫ ଟା ସୁଦ୍ଧା ଅଫିସିଆଲ ୱେବସାଇଟରେ ପ୍ରକାଶ କରିବାକୁ…

Read More

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଏସପି ବି ଯୁଗଳ କିଶୋରଙ୍କ ନିର୍ଦ୍ଦେଶକ୍ରମେ ଆଜି ବାଣପୁର ଥାନା ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ କରାଯାଇଛି। ଉକ୍ତ ଚଢ଼ାଉରେ ବାଣପୁର ପୋଲିସ, ଏକ ପ୍ଲାଟୁନ ଫୋର୍ସ ସମସ୍ତ ଖୋର୍ଦ୍ଧା, ଟାଙ୍ଗୀ ଏବଂ ବାଲୁଗାଁ ଅବକାରୀ ମାନେ ସାମିଲ ଥିଲେ। ବାଣପୁର ଥାନାର ଦାଶରଥିପୁର, ନୀଳାଦ୍ରି, କୋଷରଡ଼ା ଏବଂ ଦାମିଆ ବରବରା ଗ୍ରାମରେ ଏହି ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ଜଙ୍ଗଲ ଅଞ୍ଚଳରୁ ସମୁଦାୟ ୧୫୫୦୦ ଲିଟର ପୋଚ ଏବଂ ୧୨୦୦ ଲିଟର ଦେଶୀମଦ ଜବତ କରାଯାଇ ନଷ୍ଟ କରାଯାଇଥଲା। ଅନୁରୂପ ଭାବେ ଗ୍ରାମାଞ୍ଚଳରୁ ସମୁଦାୟ ୨୧୭ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ୭ ଅଭିଯୁକ୍ତଙ୍କୁ ପୋଲିସ ଏବଂ ଅବକାରୀ ଗିରଫ କରିଛି। ଉଭୟ ବିଭାଗ ଏହି ପରିପ୍ରେକ୍ଷୀରେ ୭ ଗୋଟି ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବାଣପୁର ଆଇଆଇସି ରମେଶ କୁମାର…

Read More

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଉପୁଜୁଥିବା ସମସ୍ୟାକୁ ସାମ୍ନାକୁ ଆଣି ଏହାର ଦୀର୍ଘସ୍ଥାୟୀ ସମାଧାନର ବାଟ ବାହାର କରିବାର ସମୟ ଆସିଛି ବୋଲି ମଙ୍ଗଳବାର କହିଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଆୟୋଜିତ ୩ ଦିନିଆ ‘ସୋଆ ଏଗ୍ରି କନ୍‌ଫ୍ଲୁଏନ୍ସ’ ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ରାଉଳ କହିଛନ୍ତି ଯେ କୃଷି ଉତ୍ପାଦନ କ୍ଷେତ୍ରରେ ବିଭିନ୍ନ ସମସ୍ୟା କୁ ଅନୁଧ୍ୟାନ କରି ଏହାର ସମାଧାନର ବାଟ ବାହାର କରିବାର ଦରକାର। ମୃତ୍ତିକା କ୍ଷୟ ହେଉଛି। ଜଳସ୍ତରର ପତ୍ତନ ଏବଂ ବାୟୂ ପ୍ରଦୂଷଣ ଯୋଗୁଁ କୃଷି କ୍ଷେତ୍ରରେ ଅବକ୍ଷୟ ଘଟୁଛି ବୋଲି ପ୍ରଫେସର ରାଉଳ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ଅନେକ ସଂଖ୍ୟକ କୃଷକ ଯୋଗ ଦେଇଥିବା ବେଳେ…

Read More

ନାଚୁଣୀ (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଠାରେ ବିଜେପି ପକ୍ଷରୁ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ସମସ୍ତ ବୁଥ୍ ସଭାପତି ଓ ସଂପାଦକ ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ରାଜ୍ୟ ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚ଼ନ୍ଦନ, ଚ଼ିଲିକା ବିଧାନସଭା କ୍ଷେତ୍ରର ପ୍ରଭାରୀ ବିକାଶ ପଟ୍ଟନାୟକ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବରିଷ୍ଠ କାର୍ଯ୍ୟକର୍ତ୍ତା ସଞ୍ଜୟ ସାହୁ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରାଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇ ଆଗାମୀ ସାଧାରଣ ନିର୍ବାଚ଼ନ ପାଇଁ ସାଂଗଠନିକ ଆଲୋଚ଼ନା କରିବା ସହ ବୁଥ୍ ସ୍ତରରେ ଦଳର ସଂଗଠନକୁ ସୁଦୃଢ କରିବା ନିମିତ୍ତ ରୋଡ଼ମ୍ୟାପ ପ୍ରସ୍ତୁତ କରିଥିଲେ। ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ଚିଲିକା ନିର୍ବାଚନମଣ୍ଡଳିରେ ବିଜେପି ପୁଣି କିପରି ଉକ୍ତ ଆସନ ଦଖଲ କରିବ ସେ…

Read More

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏଥିରେ ୪୩ ଜଣ ପ୍ରାର୍ଥୀ ସ୍ଥାନ ପାଇଛନ୍ତି। ଏହା ପୂର୍ବରୁ କଂଗ୍ରେସ ୩୯ ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ପ୍ରଥମ ତାଲିକାରେ ରାହୁଲ ଗାନ୍ଧୀଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। ସେ ୱାୟାନାଡରୁ ନିର୍ବାଚନ ଲଢିବେ। ସେମାନଙ୍କ ବ୍ୟତୀତ ଶଶି ଥରୁର ଥିରୁବନନ୍ତପୁରମ୍ ଏବଂ ଭୁପେଶ ବଘେଲ ରାଜନାନ୍ଦଗାଓଁରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆଜି କଂଗ୍ରେସ ୪ ଟି ରାଜ୍ୟରେ ୪୩ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ନକୁଲ ନାଥଙ୍କୁ ପୁଣି ଥରେ ଛିନ୍ଦଣ୍ଡୱାଡା ରେ ଟିକେଟ ଦିଆଯାଇଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୁଅ ବୈଭବ ଗେହଲୋଟ୍ ଜାଲୋରରୁ ନିର୍ବାଚନ ଲଢିବେ। ଆସାମର ଜୋରହାଟରୁ ଗୌରବ ଗୋଗୋଇ ପ୍ରାର୍ଥୀ ହେବେ। ଏହା ବ୍ୟତୀତ ଚରୁରୁ ରାହୁଲ କସଂଭାଙ୍କୁ ମଧ୍ୟ…

Read More

ନୂଆଦିଲ୍ଲୀ: ନାୟବ ସିଂ ସୈନି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଶପଥ ନେବା ପୂର୍ବରୁ ମନୋହର ଲାଲ ଖଟ୍ଟରଙ୍କ ପାଦ ଛୁଇଁ ନାୟବ ସିଂ ସୈନି ଆଶୀର୍ବାଦ ନେଇଥିଲେ। କୌତୁହଳର ବିଷୟ, ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଚାରିଜଣ ଜେଜେପି ବିଧାୟକ ଦେବେନ୍ଦ୍ର ବବଲି, ଇଶ୍ୱର ସିଂ, ଯୋଗୀରାମ ଏବଂ ରାମ ନିୱାସ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ଅନିଲ ବିଜ ଏହି କାର୍ଯ୍ୟକ୍ରମର ଅଂଶଗ୍ରହଣ କରିନଥିଲେ। ସେ ତାଙ୍କ ଜୁନିଅର ସହିତ କାମ କରିପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ଦଳ ହାଇକମାଣ୍ଡକୁ କହିଛନ୍ତି। ଆଜି ନାୟବ ସିଂ ସୈନି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ। ପରେ ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ। ଆଜି ହରିୟାଣାରେ ନିଷ୍ପତ୍ତି ନେଇ ବିଜେପି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମନୋହର ଲାଲ ଖଟ୍ଟରଙ୍କ ସମେତ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଏହିପରି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ଅହମ୍ମଦାବାଦଠାରେ ଡେଡିକେଟେଡ୍ ଫ୍ରେଟ୍ କରିଡରର ଅପରେସନ୍ କଣ୍ଟ୍ରୋଲ ସେଣ୍ଟରରେ ୧,୦୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଆଜିର ବିକାଶ ପ୍ରକଳ୍ପଗୁଡିକରେ ରେଳ ଭିତ୍ତିଭୂମି, ଯୋଗାଯୋଗ ଏବଂ ପେଟ୍ରୋକେମିକାଲ ସମେତ ଏକାଧିକ କ୍ଷେତ୍ର ଅନ୍ତର୍ଭୁକ୍ତ। ଏଥିସହ ସେ ୧୦ଟି ନୂଆ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ୨୦୦ ରୁ ଅଧିକ ବିଭିନ୍ନ ସ୍ଥାନରୁ ଏହି କାର୍ଯ୍ୟକ୍ରମ ସହ ଜଡ଼ିତ ଲକ୍ଷ ଲକ୍ଷ ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମର ଆକାରକୁ ରେଳବାଇ ଇତିହାସରେ ଅନ୍ୟ କୌଣସି କାର୍ଯ୍ୟକ୍ରମ ସହିତ ତୁଳନା କରାଯାଇପାରିବ ନାହିଁ। ଆଜିର କାର୍ଯ୍ୟକ୍ରମ ପାଇଁ ସେ ରେଳବାଇକୁ ଅଭିନନ୍ଦନ ଜଣାଇଛନ୍ତି। ସମଗ୍ର ଦେଶରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହିତ ବିକଶିତ ଭାରତ ଗଠନ ପାଇଁ…

Read More

ଭୁବନେଶ୍ଵର: ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ତରଫରୁ ଏକ ବଡ଼ ଧରଣର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସମସ୍ତ ସଭ୍ୟ ଏହି ଶିବିର ରେ ଯୋଗଦାନ କରିଥିଲେ। ଅନେକ ବର୍ଷ ବ୍ୟବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିବାରୁ ଅନୁଷ୍ଠାନର ସମସ୍ତ ସଭ୍ୟମାନଙ୍କ ମନରେ ରକ୍ତଦାନ ପ୍ରତି ଆଗ୍ରହ ଥିଲା ତେଣୁ ସମୁଦାୟ ୬୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଅନୁଷ୍ଠାନର ୟୁସିସିସି ସଭାପତି ପ୍ରଯୋଜକ ବିଜୟ କାଣ୍ଡୋଇ, ସଂପାଦକ ଜୁବୁଲି ସୁନ୍ଦର ରାୟ, ନିର୍ଦ୍ଦେଶକ ବସନ୍ତ ସାହୁ, କ୍ୟାମେରା ମ୍ୟାନ ଅଶୋକ ମହାନ୍ତି, ଅଭିନେତା ବବି ମିଶ୍ର, ବରଦା ପ୍ରସନ୍ନ ପାତ୍ର, ବୁଲୁ ପଣ୍ଡା, କୁଇନ୍, ରାଜଲକ୍ଷ୍ମୀ, ଭବାନୀ, ଵିଶାଲ, କୁସୁମ, ବୈକୁଣ୍ଠ ତ୍ରିପାଠୀ, ମିଥୁନ,ପ୍ରଯୋଜକ ରଣଜିତ ରାଉତ, ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା, ପ୍ରଣୟ ଜେଠୀ, ଅଜୟ ମହାନ୍ତି,ଚନ୍ଦନ ତ୍ରିପାଠୀ, ଅଜୟ ରାଉତରାୟ, ଦିଲ୍ଲୀପ ମିଶ୍ର, ଅତୀଶ କୁମାର ରାଉତ, ଡାକ୍ତର ଚିତ୍ତରଞ୍ଜନ ମିଶ୍ର ଙ୍କ ବ୍ୟତୀତ ଆହୁରି…

Read More

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ତେଜସ୍ ବିମାନ ଜୈସଲମେରର ପୋଖରାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜୈସଲମେର ସହରର ଲକ୍ଷ୍ମୀଚାନ୍ଦ ସାୱଲ କଲୋନୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ବିମାନଟି ସିଧାସଳଖ ମେଘୱାଲ ହଷ୍ଟେଲରେ ପଡ଼ିଥିଲା ଏବଂ ପରେ ଏହା ବିସ୍ଫୋରଣ ହେଲା। ଅଧିକାରୀ କହିଛନ୍ତି ଯେ, ବିମାନରେ ଉପସ୍ଥିତ ପାଇଲଟଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଟ୍ରେନିଂ ଅପରେସନ୍ ସମୟରେ ଭାରତୀୟ ବାୟୁସେନା ବିମାନ ତେଜସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି।

Read More

ଭୁବନେଶ୍ବର: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ସମ୍ବଲପୁର ଜିଲ୍ଲାରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଅଇଁଠାପାଲି ଜଙ୍କସନ୍‌ ଠାରେ ୬ ଲେନ୍‌ ବିଶିଷ୍ଟ ୩.୫ କିଲୋମିଟର ଲମ୍ବା ଫ୍ଲାଏଓଭର ଏବଂ ୫୩ ନମ୍ବର ଜାତୀୟ ରାଜପଥ (ପୂର୍ବରୁ ୬ ନମ୍ବର ଜାତୀୟ ରାଜପଥ ନାମରେ ପରିଚିତ) ଉପରେ ଦୁଇ ଲେନ୍‌ ବିଶିଷ୍ଟ ଗୋଟିଏ ସଡ଼କ ଓଭର ବ୍ରିଜ୍‌ (ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ) ବା ଆରଓବି (ଏଲ୍‌ଏଚ୍‌ଏସ୍‌) ନିର୍ମାଣ କରାଯିବ ବୋଲି ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରସ୍ତାବିଜ ୬ ଲେନ୍‌ ବିଶିଷ୍ଟ ଫ୍ଲାଏଓଭର ନିର୍ମାଣ ଦ୍ୱାରା ଅଇଁଠାପାଲି ଛକରେ ହେଉଥିବା ଟ୍ରାଫିକ୍‌ ଭିଡ଼ ହ୍ରାସ ପାଇବ। ଏହାବ୍ୟତୀତ, ୫୩ ନମ୍ବର ଜାତୀୟ ରାଜପଥ ଉପରେ ତେଲେଇବଣି-ସମ୍ବଲପୁର ୪ ଲେନ୍‌ ବିଶିଷ୍ଟ…

Read More

ନୂଆଦିଲ୍ଲୀ: ହରିୟାଣାର ବିଜେପି ସଭାପତି ନାୟବ ସିଂ ସୈନି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ନାୟବ ସିଂ ବର୍ତ୍ତମାନ କୁରୁକ୍ଷେତ୍ରର ବିଧାୟକ ଅଟନ୍ତି। ବିଜେପି ବିଧାୟକ ଦଳର ନେତା ଭାବରେ ନାୟବ ସିଂ ସୈନି ମନୋନୀତ ହୋଇଛନ୍ତି। ସେ ଆଜି ନିଜେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ବିଧାୟକ ଦଳ ବୈଠକ ପରେ ହରିୟାଣା ବିଜେପି ବିଧାୟକ କୃଷ୍ଣଲାଲ ମିଢା କହିଛନ୍ତି ଯେ, ନାୟବ ସିଂ ସୈନି ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଏବେ ସମସ୍ତେ ରାଜ୍ୟପାଳଙ୍କୁ ଭେଟିବେ। ନାୟବ ସିଂ ସୈନି ହରିୟାଣା ବିଜେପିର ସଭାପତି। ହରିୟାଣା ସରକାରରେ ଜଣେ ମନ୍ତ୍ରୀ ଥିଲେ। ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ସେ ବିଧାୟକ ଥିଲେ। ଓବିସିର ସୈନି ସମ୍ପ୍ରଦାୟରୁ ଆସିଥିବା ନାୟବ ସିଂ ସୈନି ମଧ୍ୟ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ହରିୟାଣା ସରକାରରେ ମନ୍ତ୍ରୀ ରହିଥିଲେ।

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବଡ଼ଖଇରଖମା ଗ୍ରାମ ର ଦୁର୍ଦ୍ଦାନ୍ତ ଅପରାଧୀ ଭାବେ ପରିଚିତ ମନୋଜ ଡାଙ୍ଗୁଆକୁ ବେଗୁନିଆପଡ଼ା ପୋଲିସ ଗିରଫ କରିଛି। ଏବଂ ତାଙ୍କଠାରୁ ଦୁଇଟି ମାରଣାସ୍ତ୍ର, ଗୋଟିଏ ବନ୍ଧୁକ ଓ ତିନୋଟି ଜୀବନ୍ତ ଗୁଳି ଜବତ କରିଛି। ସୁଚନା ଅନୁଯାୟୀ ଗିରଫ ମନୋଜ ନାମରେ ଖଲିକୋଟ ଥାନା ଓ ବେଗୁନିଆପଡ଼ା ଥାନା ରେ ହତ୍ୟା, ହତ୍ୟା ଉଦ୍ୟମ, ଚୋରି ରାହାଜାନୀ ଭଳି ବହୁ ସାଂଘାତିକ ଅଭିଯୋଗକୁ ଭିତ୍ତି କରି ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଯାହାପରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଜାଲ ବିଛାଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଲିକୋଟ ଥାନା ଏସ୍ ଆଇ ଟୁନା ପିଡିକାଙ୍କ ନେତୃତ୍ୱରେ ପୋଲିସ ଟିମ ଖଲିକୋଟ ଥାନା ଅନ୍ତର୍ଗତ ନୁଆଁପଲୀ ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ମନୋଜକୁ କାବୁ କରିଥିଲା। ଥାନାରେ ଜେରା କରିବା ପରେ ତାଙ୍କଠାରୁ ବହୁ ତଥ୍ୟ ହାସଲ…

Read More

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଛନ୍ତି। କୋର୍ଟ କହିଛନ୍ତି ଯେ, ଆବେଦନକାରୀ ଜାଣିବା ଉଚିତ ଯେ ହାଇକୋର୍ଟ ଏହି ମାମଲାର ଶୁଣାଣି କରୁଛନ୍ତି। ଯେତେବେଳେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି, ତେବେ ଆପଣ କାହିଁକି ସୁପ୍ରିମକୋର୍ଟରେ ସମାନ୍ତରାଳ କାର୍ଯ୍ୟାନୁଷ୍ଠାନ ଚାହୁଁଛନ୍ତି? ସୁପ୍ରିମକୋର୍ଟ କହିଛନ୍ତି ଯେ, ଆବେଦନକାରୀ ଚଣ୍ଡିଗଡ଼ଠାରୁ କିଛି ଦୂରରେ, ତେଣୁ ସେ ହାଇକୋର୍ଟ ଯାଇ ତାଙ୍କ ମତାମତ ଉପସ୍ଥାପନ କରିପାରିବେ। କୋର୍ଟର ଏହି ମନ୍ତବ୍ୟ ପରେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଆବେଦନକୁ ଫେରାଇ ନେଇଛନ୍ତି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ପୂର୍ବତନ ବିଧାୟକ ଡକ୍ଟର ନନ୍ଦକିଶୋର ଗର୍ଗ କହିଛନ୍ତି ଯେ, କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଚାଷୀମାନେ ସେମାନଙ୍କର ଦାବି ପୂରଣ ପାଇଁ ସର୍ବସାଧାରଣ ସ୍ଥାନ ଏବଂ ରାଜପଥ ଅବରୋଧ ବନ୍ଦ କରିବା ଉଚିତ୍। ଆବେଦନକାରୀ…

Read More

ଭୁବନେଶ୍ବର: ରାଜ୍ୟର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ ଯେ, ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ପଞ୍ଚାୟତିରାଜ ପ୍ରତିନିଧିମାନେ ତାଙ୍କୁ ଭେଟି ଏହି ପାରିତୋଷିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ। ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ପରିଷଦ ସଭାପତିମାନେ ୯,୩୮୦ ଟଙ୍କା ପରିବର୍ତ୍ତେ ୩୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ। ସେମାନଙ୍କ ଦୈନିକ ଭତ୍ତା DA+Sitting fee ମଧ୍ୟ ୩୦୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ଉପ-ସଭାପତି ମାନଙ୍କ ପାରିତୋଷିକ ୭,୦୪୦ ଟଙ୍କାରୁ ୨୦,୦୦୦ ଟଙ୍କା କୁ ବୃଦ୍ଧି କରାଯାଇଛି ଏବଂ ସେମାନଙ୍କ ଭତ୍ତା DA+SF ମଧ୍ୟ ୩୦୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ସଦସ୍ୟମାନେ ପୂର୍ବରୁ ୩,୫୩୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ ଏବଂ ସେମାନଙ୍କ…

Read More

ନୂଆଦିଲ୍ଲୀ: ହରିୟାଣାରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି। ସୂଚନାନୁସାରେ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ରାଜ୍ୟପାଳଙ୍କ ନିକଟରେ ଦାଖଲ କରିଛନ୍ତି। ନାୟବ ସିଂ ସୈନି ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବେବେ ବୋଲି ବିଶ୍ୱାସ ରହିଛି। ଇସ୍ତଫା ପରେ ଆଜି ହରିୟାଣାରେ ଏକ ନୂତନ ସରକାର ଗଠନ ହୋଇପାରେ। ନାୟବ ସିଂ ସୈନି ହରିୟାଣା ବିଜେପିର ସଭାପତି। ଏହା ବ୍ୟତୀତ ନାୟବ ସିଂ କୁରୁକ୍ଷେତ୍ର ଲୋକସଭା ଆସନରୁ ସାଂସଦ ମଧ୍ୟ ଅଛନ୍ତି। ହରିୟାଣା ସରକାରରେ ଜଣେ ମନ୍ତ୍ରୀ ଥିଲେ। ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ସେ ବିଧାୟକ ଥିଲେ। ଓବିସିର ସୈନି ସମ୍ପ୍ରଦାୟରୁ ଆସିଥିବା ନାୟବ ସିଂ ସୈନି ମଧ୍ୟ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ହରିୟାଣା ସରକାରରେ ମନ୍ତ୍ରୀ ରହିଥିଲେ। ନାୟବ ସିଂ ସୈନିଙ୍କ ବ୍ୟତୀତ ସଞ୍ଜୟ ଭାଟିଆଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ଅଛି। ଭାଟିଆ କରନାଲ ଲୋକସଭା ଆସନରୁ ସାଂସଦ।…

Read More

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ଷିକ ୨୫ ଦିନର ସାମୟିକ ଛୁଟି ଘୋଷଣା କରିଛନ୍ତି। ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣତଃ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଦିଆଯାଉଥିବା ବେଳେ ମହିଳା ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆଉ ଅଧିକ ୧୦ ଦିନର ଛୁଟି ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ ମହିଳା କର୍ମଚାରୀମାନେ ବର୍ଷକୁ ୨୫ ଦିନର ସାମୟିକ ଛୁଟି ଉପଭୋଗ କରିପାରିବେ। ମହିଳାମାନଙ୍କ ପାରିବାରିକ ଦାୟିତ୍ୱ ଓ ବିଭିନ୍ନ ସମସ୍ୟକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ ୯୦ ଦଶକରେ ମହିଳାମାନଙ୍କ ପାଇଁ ସରକାରୀ ଚାକିରିରେ ୩୩% ସ୍ଥାନ ସଂରକ୍ଷଣ ଭଳି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିବାରେ ଓଡିଶା ଥିଲା ଦେଶର ପ୍ରଥମ ରାଜ୍ୟ।

Read More

ନୂଆଦିଲ୍ଲୀ: ହରିୟାଣାରେ ରାଜନୈତିକ ସଙ୍କଟ ଦେଖାଯାଇଛି। ବିଜେପି-ଜେଜେପି ମେଣ୍ଟ ଭାଙ୍ଗିବା ସହ ନେତୃତ୍ୱ ପରିବର୍ତ୍ତନର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି। ହରିୟାଣାରେ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତନ ହେବାର ସମ୍ଭାବନା ଥିବା ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ବଦଳାଇବା ପାଇଁ ପ୍ରସ୍ତୁତି ଚାଲିଛି ଏବଂ ତାଙ୍କ ସ୍ଥାନରେ ନାୟବ ସୈନି ଏବଂ ସଞ୍ଜୟ ଭାଟିଆଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ। ଉଭୟ ଅଣ-ଜାଟ ଏବଂ ଉଭୟ ସାଂସଦ। ମନୋହର ଲାଲ ଖଟ୍ଟର ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ଏହି କାରଣରୁ ଆଜି ଅପରାହ୍ନରେ ବିଜେପି ବିଧାନସଭା ଦଳର ଏକ ବୈଠକ ଡକାଯାଇଛି। ଆଜି ଅର୍ଜୁନ ମୁଣ୍ଡା ଏବଂ ତରୁଣ ଚୁଗ୍ ପର୍ଯ୍ୟବେକ୍ଷକ ଭାବରେ ସେଠାକୁ ଯାଉଛନ୍ତି। ପ୍ରକାଶ ଯେ, ହରିୟାଣାରେ ବିଜେପି ଏବଂ ଜେଜେପି ମେଣ୍ଟ ଭାଙ୍ଗିବାର ସମ୍ଭାବନା ଅଛି। ହରିୟାଣାର ବିଜେପି ସରକାରର ମନ୍ତ୍ରିମଣ୍ଡଳ ଆଜି ସାମୁହିକ ଭାବେ ଇସ୍ତଫା ଦେଇପାରନ୍ତି। ଏହା ପରେ ହରିୟାଣା ସରକାରଙ୍କ ମନ୍ତ୍ରିମଣ୍ଡଳ ଗଠନ ହେବ।…

Read More

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ‘ସ୍ୱକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ଉଦ୍ୟୋଗୀ ପରାମର୍ଶ ଶିବିର ଆୟୋଜନ କରାଯାଇଛି। ସୋମବାର ଦିନ ଭୁବନେଶ୍ୱରସ୍ଥିତ ଗଙ୍ଗନଗର ଗୋଷ୍ଠୀ କେନ୍ଦ୍ରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ମହିଳା ଉଦ୍ୟୋଗୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ‘ସ୍ୱକଳ୍ପ’ ପକ୍ଷରୁ ସେମାନଙ୍କୁ ବ୍ୟବସାୟ ସ୍ଥାପନା ଲାଗି ଆବଶ୍ୟକ ସହାୟତା ପ୍ରଦାନ କରାଯାଇଥିଲା। ପାଲାଡିୟମ ଇଣ୍ଡିଆ ଏବଂ ହମାରା ବଚପନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ବ୍ୟବସାୟକୁ ଆଗକୁ ନେବାରେ ଏହି କାର୍ଯ୍ୟକ୍ରମ ବେଶ୍ ସହାୟକ ହେବ। ଏହି କାର୍ଯ୍ୟକ୍ରମରେ ଡିଏନ୍ ହୋମ୍ସର ନିର୍ଦ୍ଦେଶକ ରତ୍ନମାଳା ସ୍ୱାଇଁ ମୁଖ୍ୟ ଅତିଥି ଯୋଗ ଦେଇଥିଲେ। ସେ କହିଥିଲେ ଯେ, ‘‘ଆଗ ଭଳି ଆଉ ମହିଳାମାନେ ଘର ଭିତରେ ସୀମିତ ହୋଇ ରହି ନାହାନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଆଜି ସେମାନଙ୍କୁ ଉଦ୍ୟୋଗୀ କରିବା ପାଇଁ…

Read More

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଦେଶରେ ୧୦ ଗୋଟି ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିବା ବେଳେ ଓଡ଼ିଶାକୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ମିଳିଛି। ଭୁବନେଶ୍ୱରରୁ ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି। ତେବେ ଉକ୍ତ ଟ୍ରେନ ଆଜି ସକାଳ ୬.୨୩ ମିନିଟରେ ବାଲୁଗାଁ ଷ୍ଟେସନ ଠାରେ ରହଣି କରିଛି। ରେଳ ମନ୍ତ୍ରାଳୟ ସୂଚୀ ମୁତାବକ ବାଲୁଗାଁ ଷ୍ଟେସନରେ ଉକ୍ତ ଟ୍ରେନ ପ୍ରତିଦିନ ସକାଳ ୬.୨୩ ମିନିଟରେ ପହଁଚି ୬.୨୫ ମିନିଟରେ ଛାଡିବ। ସେହିପରି ଭାବେ ରାତିରେ ବିଶାଖାପାଟଣାରୁ ଆସି ୭.୨୩ ମିନିଟରେ ବାଲୁଗାଁ ଷ୍ଟେସନ ପହଞ୍ଚି ୭.୨୫ ମିନିଟରେ ଛାଡିବ। ତେବେ ଆଜି ଟ୍ରାଇଲ ରନ ହୋଇଥିବା ବେଳେ ଆସନ୍ତାକାଲିଠାରୁ ନିୟମିତ ଭାବେ ଉକ୍ତ ଟ୍ରେନ ବାଲୁଗାଁରେ ରହିବ ବୋଲି ଷ୍ଟେସନ ମ୍ୟାନେଜର ଶଙ୍କର ନାୟକ ସୂଚନା ଦେଇଛନ୍ତି।  ତେବେ ଉକ୍ତ ଖବର ଜାଣିବା ପରେ ବାଲୁଗାଁ ଓ ବାଣପୁରବାସୀ ଖୁସି ବ୍ୟକ୍ତ…

Read More

ନୂଆଦିଲ୍ଲୀ: ହରିୟାଣାରୁ ବଡ ଖବର ଆସୁଛି। ସୂଚନାନୁସାରେ, ବିଜେପି ଏବଂ ଜେଜେପିର ମେଣ୍ଟ ଭାଙ୍ଗିଛି। ବିଧାୟକ ଗୋପାଳ କାଣ୍ଡାଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ମେଣ୍ଟ ପ୍ରାୟ ଭାଙ୍ଗି ଯାଇଛି। ବିଜେପି 10 ଟି ଆସନ ଜିତିବ। ଏହି ସମୟରେ ସୂତ୍ର ଅନୁଯାୟୀ ଅର୍ଜୁନ ମୁଣ୍ଡା ଏବଂ ତରୁଣ ଚୁଘ ପର୍ଯ୍ୟବେକ୍ଷକ ଭାବରେ ଚଣ୍ଡିଗଡ଼ ଯାଉଛନ୍ତି। ଯଦିଓ ହରିୟାଣାରେ ୭ ଜଣ ସ୍ୱାଧୀନ ବିଧାୟକ ଏବଂ ଗୋପାଳ କାଣ୍ଡାଙ୍କୁ ଅନ୍ତର୍ଭୁକ୍ତ କରାଯାଏ, ତଥାପି ବିଜେପିରେ ୪୮ ଜଣ ବିଧାୟକ ଅଛନ୍ତି।

Read More