କରୁଣାଶାନ୍ତି ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଗ୍ରାଜୁଏସନ ସମାରୋହ ଅନୁଷ୍ଠିତ

Published: Mar 12, 2024, 7:59 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କରୁଣାଶାନ୍ତି ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଗ୍ରାଜୁଏସନ ସମାରୋହ ଅନୁଷ୍ଠିତ। ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲ ବ୍ରହ୍ମପୁର ବିଶ୍ୱଦ୍ୟାଳୟ ର କୁଳପତି ତଥା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ର ଭାର ପ୍ରାପ୍ତ କୁଳପତି ପ୍ରଫେସର ଡଃ ଗୀତାଞ୍ଜଳି ଦାଶ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ଼ଃ ସିଦ୍ଧାର୍ଥ ଶଙ୍କର ପାଢୀ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଡେପୁଟି ରେଜିଷ୍ଟ୍ରlର ବାପୁଜୀ ସାମଲ, ବ୍ରହ୍ମପୁର କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ ଏବଂ ସେହି ମହାବିଦ୍ୟାଳୟ ର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ ଓ ମହାବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଡଃ ରଶ୍ମିତା ମିଶ୍ର ଏବଂ ସମସ୍ତ ଛାତ୍ର, ଛାତ୍ରୀ, ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମ ସମ୍ପାଦନ ହୋଇଛି l ସନ୍ନମ୍ମାନୀୟ ଅତିଥିମାନଙ୍କର ପ୍ରେରଣା ଦାୟକ ବକ୍ତବ୍ୟ ଏବଂ ପିଲାମାନଙ୍କ ପାଇଁ ସୁନ୍ଦର ଉପଦେଶ ମହାବିଦ୍ୟାଳୟ ର ପରିବେଶ କୁ ଆହୁରି ଭାବାତ୍ମକ କରିଥିଲା।

ପିଲାମାନଙ୍କ ର ଭବିଷ୍ୟତ କିପରି ଆହୁରି ଉଜ୍ୱଳ ହେବ ସେହି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସନ୍ନମ୍ମାନୀୟ ପ୍ରଫେସର ଡଃ ଗୀତାଞ୍ଜଳି ଦାଶ ଝିଅ ମାନେ ବର୍ତ୍ତମାନ କାହାଠାରୁ କମ ରେ ନାହାନ୍ତି ଓ ବେଶି ଭାଗ ଝିଅମାନେ ପାଠ ପଢୁଛନ୍ତି ଏବଂ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରୁଛନ୍ତିି ବୋଲି ବକ୍ତବ୍ୟ ପ୍ରଦାନ କରିବା ସହ ଅନୁଷ୍ଠାନ ଓ ଶିକ୍ଷାର୍ଥୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

Related posts