Author: Samikhsya Bureau

ଭୁବନେଶ୍ବର: ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀ (ଆଇଟିଆର) ଠାରେ ଭୂପୃଷ୍ଠରୁ ଆକାଶକୁ ମାଡ଼ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆର ସାମ୍‌)ର ଭୂଲମ୍ବ ଉତକ୍ଷେପଣ କରାଯାଇଛି। ୨୪ ଜୁନ୍‌ ୨୦୨୨ରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନାର ମିଳିତ ଉଦ୍ୟମରେ ଏହି କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ ବା ଆକାଶମାର୍ଗ ପରୀକ୍ଷଣ ସଫଳ ହୋଇଛି। ଭିଏଲ-ଏସଆର ସାମ୍‌ କ୍ଷେପଣାସ୍ତ୍ର ହେଉଛି ଯୁଦ୍ଧ ଜାହାଜରେ ଖଞ୍ଜା ହେଉଥିବା ଏକ ଅସ୍ତ୍ର ପ୍ରଣାଳୀ, ଯାହାକି ସମୁଦ୍ର ପତନ ଉପରେ କ୍ଷୀପ୍ର ବେଗରେ ଆସୁଥିବା ଲକ୍ଷ୍ୟ ବା ସି ସ୍କିମିଂ ଟାର୍ଗେଟ ସମେତ ଆକାଶମାର୍ଗରୁ ଆସୁଥିବା ବିଭିନ୍ନ ପ୍ରକାର ବିପଦ ଏବଂ ଯୁଦ୍ଧାସ୍ତ୍ରକୁ ନିଷ୍କ୍ରିୟ କରିବାକୁ ସକ୍ଷମ। ଆକାଶମାର୍ଗରେ ଏକ ନକଲି ବିମାନରୁ ଦ୍ରୁତ ଗତିରେ ଆସୁଥିବା ଲକ୍ଷ୍ୟ ବିରୋଧରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀକୁ ଉତକ୍ଷେପଣ କରାଯାଇଥିଲା ଏବଂ ଏହା ସଫଳତା ପୂର୍ବକ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ…

Read More

ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ତଥା ସାମ୍ବାଦିକ ଗୌରହରି ଦାସ ପାଇବେ 2021 ମସିହାର ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଏ ନେଇ ଆଜି ଏକାଡେମୀ ବିଚାରକ ମଣ୍ଡଳୀ ଘୋଷଣା କରିଛନ୍ତି। ତାଙ୍କ ଦ୍ବାରା ଅନୁବାଦିତ ପୁସ୍ତକ ‘ଛେଳି ଚରାଇବାର ଦିନ’ ପାଇଁ ସେ ଏହି ପୁରସ୍କାର ପାଇବେ। ଗୌରହରି ମାଲୟାଲମ ଭାଷାରୁ ଏହି ପୁସ୍ତକ ଓଡିଆରେ ଅନୁବାଦ କରିଛନ୍ତି। ଏହାର ମୂଳ ଲେଖକ ହେଉଛନ୍ତି ମାଲୟାଲମ ସାହିତ୍ୟର ପ୍ରଖ୍ୟାତ ସାହିତ୍ୟିକ ବେନିୟାମିନ। ଏକ ଗରିବ ଘରର ପିଲାର କାହାଣୀ ନେଇ ଏହି ପୁସ୍ତକ କଥା ଗତିଶିଳ ହୋଇଛି। ଏହି ଖବର ଜଣାପଡିବା ପରେ ଓଡିଆ ସାହିତ୍ୟ ଜଗତର ବହୁ ଲେଖକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Read More

ଭୁବନେଶ୍ବର: ଓଡିଶାର ପ୍ରଖ୍ୟାତ ଅଭିନେତା ରାଇମୋହନ ପରିଡା ମୃତ୍ୟୁ ପରେ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ତାହା ହେଲା ତାଙ୍କର ଦୁଇ ଆଖିକୁ ଆଜି ପରିବାର ସଦସ୍ୟ ଦାନ କରିଛନ୍ତି। ଫଳରେ କୌଣସି ଅନ୍ଧ ବ୍ୟକ୍ତି ତାଙ୍କ ଆଖିରେ ଦୁନିଆ ଦେଖିବାକୁ ସକ୍ଷମ ହେବ। ଆଜି ତାଙ୍କର ବିୟୋଗ ଘଟିବା ପରେ ଦୁଇ ଆଖିକୁ ଦାନ କରିବା ପାଇଁ ପରିବାର ସଦସ୍ୟ ରାଜିଥିଲେ। ଫଳରେ ଡାକ୍ତରଙ୍କ ସହାୟତାରେ ତାହା ଅପରେସନ କରି ନିଆଯାଇଛି। ଆଜି ରାଇମୋହନ ପରିଡା ନିଜ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି। ଯାହାକୁ ନେଇ ସାରା ଓଡିଆ ସିନେ ଜଗତ, ଯାତ୍ରା ଜଗତ ସ୍ତବ୍ଧ ହୋଇଯାଇଛି। କଣ ପାଇଁ ସେ ଆତ୍ମହତ୍ୟା କଲେ ତାହାର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ତେବେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିଛି। ଏହା ଉପରେ ଅଧିକ ଅନୁସନ୍ଧାନ ଚାଲିଛି ବୋଲି ପୋଲିସ ସୁତ୍ରରୁ ଜଣାପଡିଛି।

Read More

ରୋମ / ଭୁବନେଶ୍ୱର: ଆଜି ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WFP) ମୁଖ୍ୟାଳୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଖାଦ୍ୟ ସଂଙ୍କଟରୁ କିପରି ମୁକୁଳି ବଳକା ରାଜ୍ୟରେ ପରିଣତ ହୋଇଛି ସେ ନେଇ ବକ୍ତବ୍ୟ ରଖିଛନ୍ତି। WFP ର ନିମନ୍ତ୍ରଣ କ୍ରମେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ରୋମରେ ଅଛନ୍ତି ଏବଂ ଏହାର ମୁଖ୍ୟାଳୟ ପରିଦର୍ଶନ କରିବା ସହ ରାଜ୍ୟର ପରିବର୍ତ୍ତନମୂଳକ ପଦକ୍ଷେପ ସାରା ବିଶ୍ବକୁ ଅବଗତ କରାଇଛନ୍ତି। ସେ WFP କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ବିସ୍ଲି ଏବଂ WFP ର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ନବୀନ ବିସ୍ତୁତ ତଥ୍ୟ ପ୍ରଦାନ କରିଥିଲେ। ବର୍ତ୍ତମାନ WFP ଏବଂ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ରାଜ୍ୟରୁ କ୍ଷୁଧା ଦୂର କରିବା ପାଇଁ ଯେଉଁ କାର୍ଯ୍ୟକ୍ରମ ଚାଲିଛି ତା ଉପରେ ସେ ନିଜର ମତ ରଖିଥିଲେ। “ଗତ ଦୁଇ ଦଶନ୍ଧି ମଧ୍ୟରେ ଖାଦ୍ୟ ଉତ୍ପାଦନ, ଖାଦ୍ୟ ନିରାପତ୍ତା, ଜୀବିକା ନିର୍ବାହ, ବିପର୍ଯ୍ୟୟ ପରିଚାଳନା ଇତ୍ୟାଦି କ୍ଷେତ୍ରରେ…

Read More

ଭୁବନେଶ୍ୱର: ଲୋକପ୍ରିୟ ଅଭିନେତା ରାଇମୋହନ ପରିଡାଙ୍କ ବିୟୋଗରେ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି। ସ୍ତବ୍ଧ ହୋଇଛି ଓଲିଉଡ ଜଗତ। ଏହି ବୟସରେ ସେ ଆତ୍ମହତ୍ୟା କରିବାକୁ ସହଜରେ କେହି ଗ୍ରହଣ କରିପାରୁ ନାହାଁନ୍ତି। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ କରି ନବୀନ କହିଛନ୍ତି ଯେ ’ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ। ନାଟକଠୁ ଆରମ୍ଭ କରି ଯାତ୍ରା, ଚଳଚ୍ଚିତ୍ର ପରି କଳାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ। ତାଙ୍କ ନିଖୁଣ ଅଭିନୟ ପାଇଁ ସେ ସ୍ମରଣୀୟ ରହିବେ। ଅମର ଆତ୍ମାର ସଦଗତି କାମନା ସହ ଶୋକାକୁଳ ପରିବାରବର୍ଗଙ୍କ ପ୍ରତି ମୋ ସମବେଦନା ଜଣାଉଛି ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Read More

ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ରରେ ଘରେ ରଖାଯାଇଥିବା ସମସ୍ତ ଜିନିଷର ଶୁଭ ଏବଂ ଅଶୁଭ ସ୍ଥାନଗୁଡିକ କୁହାଯାଇଛି। କାରଣ ସେଗୁଡ଼ିକ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ। ବାସ୍ତୁ ଅନୁଯାୟୀ, ଯଦି ଘରେ ଛୋଟ ପରିବର୍ତ୍ତନ କରାଯାଏ, ତେବେ ମାନସିକ ଶାନ୍ତି ରହିଥାଏ, ସକରାତ୍ମକ ଶକ୍ତି ବିସ୍ତାର ହୁଏ। ଆର୍ଥିକ ସଙ୍କଟରୁ ମୁକ୍ତି, ଦାମ୍ପତ୍ୟ ଜୀବନରେ ପ୍ରେମ ଏବଂ ଘରେ ସୁଖ ଏବଂ ଶାନ୍ତି ମିଳିଥାଏ। , ଘରେ ଦେବତା ଏବଂ ଦେବୀଙ୍କ ମୂର୍ତ୍ତି ସ୍ଥାପନ କରିବାକୁ ଶାସ୍ତ୍ରରେ କୁହାଯାଇଛି। କିନ୍ତୁ ସେମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ ନିୟମ ଅଛି। ରାଧା-କୃଷ୍ଣଙ୍କୁ ଅତୁଟ ପ୍ରେମର ପ୍ରତୀକ ଭାବରେ ବିବେଚନା କରାଯାଏ। ଘରେ ସେମାନଙ୍କର ଚିତ୍ର ରହିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖୀ ହୋଇଥାଏ। ଆସନ୍ତୁ ଜାଣିବା ରାଧା-କୃଷ୍ଣଙ୍କ ଚିତ୍ର ଘରେ କେଉଁଠାରେ ରଖାଯିବା ଉଚିତ ଏବଂ କେଉଁ ସତର୍କତା ଅବଲମ୍ବନ କରାଯିବା ଉଚିତ୍?: ଦାମ୍ପତ୍ୟ ଜୀବନରେ ମଧୁରତା: ଯଦିଓ ଶୋଇବା…

Read More

ସ୍ୱାସ୍ଥ୍ୟ ଟିପ୍ସ: ଶରୀରକୁ ସୁସ୍ଥ ରଖିବା ପାଇଁ ଠିକ୍ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସମସ୍ତଙ୍କୁ ଜାଣିବା ଉଚିତ୍ ଯେ, କଣ ଖାଇବା ଏବଂ କେଉଁ ଉପାୟରେ ଖାଇବା ଆବଶ୍ୟକ? ଥାଳିରେ ପରଷା ଯାଇଥିବା ଚାଉଳ ଏବଂ ରୋଟିକୁ ଲୋକମାନେ ପ୍ରଥମେ କ’ଣ ଖାଇବେ, ଦ୍ୱନ୍ଦ୍ୱରେ ଥାନ୍ତି। ଲୋକମାନେ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନରେ ଏକତ୍ର ରୋଟି ଏବଂ ଚାଉଳ ଖାଆନ୍ତି, ଯାହା ଭୁଲ୍। ଏହି ଦୁଇଟିକୁ ଖାଦ୍ୟରେ ଏକାଠି ଗ୍ରହଣ କରିବା ଉଚିତ୍ ନୁହେଁ। କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ଏବଂ ଡାକ୍ତରମାନେ ମଧ୍ୟ ଏହି ଜିନିଷକୁ ବାରଣ କରନ୍ତି। ଏଥିରେ ମୋଟାପଣ ହେବାର ସମ୍ଭାବନା ବଢାଇଥାଏ। ଏହା ଖାଇବା ପାଇଁ ଉପଯୁକ୍ତ ନିୟମ: – ଯଦି ଆପଣ ଗୋଟିଏ ଥରରେ କେବଳ ଗୋଟିଏ ଜିନିଷ ଖାଆନ୍ତି, ଯେପରିକି ଆପଣ ରୋଟି ଖାଉଛନ୍ତି, ତେବେ ଚାଉଳ ନିଅନ୍ତୁ ନାହିଁ। ତେବେ ଯଦି ଆପଣ ଏହା ସହିତ…

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗରେ ଏକ ବଡ ଧରଣର ଅଦଳବଦଳ ହୋଇଛି। ବହୁ ଥାନାର ଥାନାଧିକାରୀଙ୍କ ସମେତ ଏସଆଇ ଏବଂ ଏଏସଆଇଙ୍କ ବଦଳି ହୋଇଛି। ଜିଲ୍ଲା ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ମୁଖ୍ୟ ତଥା ଏସପି ସିଦ୍ଧାର୍ଥ କାଟାରିଆଙ୍କ ନିଷ୍ପତ୍ତି କ୍ରମେ ଉକ୍ତ ବଦଳି ହୋଇଛି। ବଦଳି ତାଲିକା: ୧- ବାଣପୁର ଥାନା ଆଇଆଇସି ରଶ୍ମିରଂଜନ ସାହୁଙ୍କୁ ବୋଲଗଡ଼ ଥାନା ଦାୟିତ୍ଵ। ୨- ଜଙ୍କିଆ ଥାନା ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କୁ ଟାଙ୍ଗୀ ଥାନା ଦାୟିତ୍ଵ। ୩- ଖୋର୍ଦ୍ଧା ସଦର ଥାନା ଆଇଆଇସି ଅନିତା ସାହୁଙ୍କୁ ଜଙ୍କିଆ ଥାନା ଦାୟିତ୍ଵ। ୪- ବୋଲଗଡ଼ ଥାନା ଆଇଆଇସି ବିଦିତା ନାୟକଙ୍କୁ ଖୋର୍ଦ୍ଧା ସଦର ଥାନା ଦାୟିତ୍ଵ। ୫- ବାଘମାରି ଥାନା ଆଇଆଇସି ଅର୍ଚ୍ଚନା ମଲ୍ଲିକଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ। ୬- ଖୋର୍ଦ୍ଧା ଟାଉନ ଥାନା ଅତିରିକ୍ତ ଆଇଆଇସି ପ୍ରଜ୍ଞା ରିତମ୍ଭରା କରଙ୍କୁ ବାଘମାରି ଥାନା ଦାୟିତ୍ଵ। ୭- ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ଶମ୍ଭୁନାଥ…

Read More

ଜୀବନଶୈଳୀ: ହିନ୍ଦୁ ଧର୍ମରେ ଜନ୍ମ ସମୟରେ ତିଥୀ ଏବଂ ନକ୍ଷତ୍ରର ମହତ୍ତ୍ଵ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସେମାନେ ବ୍ୟକ୍ତିର ପ୍ରକୃତି ଉପରେ ପ୍ରଭାବ ପକାନ୍ତି। ଯେଉଁ ଦିନ ଆମେ ଜନ୍ମ ହୋଇଥାଉ ସେହି ଦିନ ଆମର ପ୍ରକୃତି ଏବଂ ଆଚରଣ ସେଇଭଳି ହୋଇଥାଏ। ଆଜି ଯୋଗିନୀ ଏକାଦଶୀ ଅଟେ। ଆସନ୍ତୁ ଜାଣିବା ଏକାଦାଶୀରେ ଜନ୍ମ ହୋଇଥିବା ଲୋକ କିପରି ହୋଇଥାନ୍ତି। – ଏକାଦଶୀ ତିଥିରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିମାନଙ୍କର ଚିନ୍ତାଧାରା ଶୁଦ୍ଧ ଅଟେ ଏବଂ ଧାର୍ମିକ କାର୍ଯ୍ୟରେ ସେମାନଙ୍କର ବିଶେଷ ଆଗ୍ରହ ଥାଏ। ଦାନ କରିବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ। – ଏହି ତିଥିରେ ଜନ୍ମ ହୋଇଥିବା ବ୍ୟକ୍ତି ଅତ୍ୟଧିକ ପାଇବା ପାଇଁ ଇଚ୍ଛା କରନ୍ତି ନାହିଁ। ସେମାନେ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି। – ମନର ଚଞ୍ଚଳତା ଥିବାରୁ ଗୋଟିଏ ବିଷୟ ଉପରେ ଧ୍ୟାନ ଦେବା ସେମାନଙ୍କ ପାଇଁ କଷ୍ଟକର। – ଏକାଦଶୀରେ ଜନ୍ମିତ ବ୍ୟକ୍ତିମାନେ ବକ୍ତବ୍ୟରେ କଠୋର…

Read More

ଭୁବନେଶ୍ଵର: ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ପରଲୋକରେ ଓଡିଆ ସିନେମା ଜଗତ ଏବଂ ସିନେପ୍ରେମୀ ସ୍ତବ୍ଧ ହୋଇପଡିଛି। ସେ ଆଜି ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ତାଙ୍କ ପଳାଶୁଣି ପ୍ରାଚୀ ବିହାର ଘରେ ଆତ୍ମହତ୍ୟା କରିଛନ୍ତି। ହେଲେ ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ୯୦ ରୁ ଅଧିକ ଓଡିଆ ଚଳଚ୍ଚିତ୍ରରେ ରାଇମୋହନ ପରିଡା ଅଭିନୟ କରିଥିବା ବେଳେ ଯାତ୍ରାରେ ମଧ୍ୟ ଅନେକ ନାଟକରେ ନିଜର କଳା ପ୍ରଦର୍ଶନ କରିଛନ୍ତି। ରାଇମୋହନ ୧୫ ରୁ ଅଧିକ ବଙ୍ଗାଳୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। ସେ ୧୯୬୩ ମସିହା ଜୁଲାଇ ୧୦ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୫ ମସିହାରୁ ଅଭିନୟରେ ପାଦ ଥାପିଥିଲେ। ଓଡିଶା ଆଉ ପଶ୍ଚିମବଙ୍ଗରେ ରାଇମୋହନ ଘରେ ଘରେ ଲୋକପ୍ରିୟ ଥିବା ବେଳେ ଏଭଳି ଘଟଣା ଶୁଣି ସବୁଆଡେ ଶୋକର ଛାୟା ଖେଳିଯାଇଛି। ସିଦ୍ଧାନ୍ତ ମହାପାତ୍ର- ତାଙ୍କର ବିୟୋଗରେ ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର…

Read More

ଥାନେ: ମରାଠୀ ଅଭିନେତ୍ରୀ କେତକୀ ଚିତଲେ ଜେଲରୁ ମୁକ୍ତ ହୋଇଛନ୍ତି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ବିଷୟରେ ଆପତ୍ତିଜନକ ପୋଷ୍ଟ ସେୟାର କରି ଗତ ମାସରେ କେତକୀ ଚିତଲେ ଗିରଫ ହୋଇଥିଲେ। ସେ ଆଜି ଥାନେ ଜେଲରୁ ବାହାରିଛନ୍ତି। ଜିଲ୍ଲା ଜଜ୍ ଏଚ୍.ଏମ୍ ପଟବର୍ଦ୍ଧନ୍ ତାଙ୍କୁ ୨୦ ହଜାର ବଣ୍ଡରେ ଜାମିନ ପ୍ରଦାନ କରିଥିଲେ। ମରାଠୀ କବିତା ସାର୍ବଜନୀନ କରବା ଯୋଗୁଁ ଚିତଲେଙ୍କୁ ମେ ୧୪ ତାରିଖରେ ଗିରଫ କରାଯାଇଥିଲା। ଯେଉଁଥିରେ ପୱାରଙ୍କୁ ଏକ ଅପମାନଜନକ ଢଙ୍ଗରେ ସମ୍ବୋଧିତ କରାଯାଇଥିଲା। ଜେଲରୁ ବାହାରିବା ପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଚିତଲେ କହିଛନ୍ତି ଯେ, ସେ ଠିକ୍ ସମୟରେ କହିବେ। ସେ “ଜୟ ହିନ୍ଦ, ଜୟ ମହାରାଷ୍ଟ୍ର” ସହିତ ଅଧିକାଂଶ ପ୍ରଶ୍ନର ଉତ୍ତର ଦେଇଥିଲେ।

Read More

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆଜି ଆତ୍ମହତ୍ୟା କରିଛନ୍ତି। ତାଙ୍କର ଭୁବନେଶ୍ୱରସ୍ଥିତ ପ୍ରାଚୀ ବିହାର ବାସଭବନରୁ ତାଙ୍କରର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତାଙ୍କ ପରଲୋକରେ ସିନେ ଜଗତ ସହ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ତେବେ କ’ଣ ପାଇଁ ରାଇମୋହନ ଆତ୍ମହତ୍ୟା କଲେ ସେନେଇ ସ୍ପଷ୍ଟ କାରଣ କିଛି ଜଣାପଡ଼ିନାହିଁ। ତାଙ୍କର ଆତ୍ମହତ୍ୟା ଖବରକୁ ସିନେ ଜଗତ କେହି ବିଶ୍ବାସ କରିପାରୁ ନାହାଁନ୍ତି।

Read More

ନୂଆଦିଲ୍ଲୀ: ଦେଶର ବହୁ ବରିଷ୍ଠ ନେତା ତଥା ମନ୍ତ୍ରୀଙ୍କ ଗହଣରେ ଆଜି ରାଷ୍ଟ୍ରପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ। ଆଜି ରାଜ୍ୟସଭା ମହାସଚିବଙ୍କ ପ୍ରକୋଷ୍ଠରେ ଏହି ନାମାଙ୍କନ ଦାଖଲ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ସାହା, ସଡକ ପରିବହନ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ପ୍ରମୁଖ ଯୋଗ ଦେଇଥିଲେ। ଆଜି ଦ୍ରୌପଦୀ ଓଡିଶା ଭବନ ଛାଡି ସଂସଦ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ କେନ୍ଦ୍ର ସରକାରଙ୍କ ବରିଷ୍ଠମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଦ୍ରୌପଦୀ ସେଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାର କିଛି ସମୟରେ ପରେ ରାଜନାଥ ସିଂ, ଅମିତ ସାହା ସଂସଦ ଭବନକୁ ପ୍ରବେଶ କରିଥିଲେ। ସେହିପରି ମନ୍ତ୍ରୀ ପୀୟୁଶ ଗୋଏଲ ମଧ୍ୟ ସଂସଦ ଭବନକୁ ଆସିଥିଲେ। ଏପରିକି କେତେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସଂସଦ ଗୃହରେ ରାଜ୍ୟସଭା ସଚିବଙ୍କ କାର୍ଯ୍ୟାଳୟରେ ମୁର୍ମୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ସାମିଲ ଅଛନ୍ତି। ନାମାଙ୍କନ ପତ୍ରରେ ଜେଡିୟୁ ରାଷ୍ଟ୍ରୀୟ ସଭାପତି ଲଲନ ସିଂ, ଜଗନ୍ ରେଡ୍ଡୀଙ୍କ YSR କଂଗ୍ରେସ ଏବଂ ବିଜେପିର ସମସ୍ତ ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି। ଜୁନ ୨୧ ତାରିଖ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ସଂସଦୀୟ ଦଳର ବୈଠକ ପରେ ମୁର୍ମୁଙ୍କ ନାମ ଘୋଷଣା କରାଯାଇଥିଲା। ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଯେ, ଏହି ବୈଠକରେ ୨୦ ଜଣଙ୍କ ନାମ ଉପରେ ବିଚାର କରିବା ପରେ ସର୍ବସମ୍ମତି କ୍ରମେ ପୂର୍ବ ଭାରତର ଆଦିବାସୀ ମହିଳା ନେତା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି…

Read More

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ନିରଞ୍ଜନ ବିଶି। ଆଜି ରାଜ୍ୟସଭାରେ ତାଙ୍କୁ ସଭାପତି ତଥା ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଶପଥ କରାଇଥିଲେ। ଆଜି ଦେଶର ବିଭିନ୍ନ ରାଜ୍ୟରୁ ରାଜ୍ୟସଭା ଉପନିର୍ବାଚନରେ ଜିତି ଥିବା ସାଂସଦଙ୍କୁ ଶପଥ ପାଠ କରାଯାଇଥିଲା। ଓଡିଶାରେ ରାଜ୍ୟସଭାର ଗୋଟିଏ ଆସନ ପାଇଁ ଉପନିର୍ବାଚନରେ ହୋଇଥିଲେ। ଏଥିରେ ବିଜେଡିର ନିରଞ୍ଜନ ବିଶି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଫଳରେ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ। ସେହିପରି ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ସସ୍ମିତ ପାତ୍ର ରାଜ୍ୟସଭା ନିର୍ବାଚନରେ ବିଜୟ ହୋଇଛନ୍ତି। ସେମାନଙ୍କ ଶପଥପାଠ ଆସନ୍ତା ମାସ 5 ତାରିଖରେ ହେବାର ସମ୍ଭାବନା ରହିଛି।

Read More

ନୂଆଦିଲ୍ଲୀ: ଜାକିଆ ଜାଫ୍ରିଙ୍କ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ୨୦୦୨ ଗୁଜରାଟ ଦଙ୍ଗାରେ ନିହତ ହୋଇଥିବା ପୂର୍ବତନ କଂଗ୍ରେସ ସାଂସଦ ଏହସାନ ଜାଫ୍ରିଙ୍କ ପତ୍ନୀ ଜାକିଆ ଜାଫ୍ରି ଅଟନ୍ତି। ଦଙ୍ଗା ଷଡଯନ୍ତ୍ରରେ ସେ ମାଜିଷ୍ଟ୍ରେଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଏହି ଦଙ୍ଗାର ଷଡଯନ୍ତ୍ର ଅଭିଯୋଗରେ ତତ୍କାଳୀନ ସିଏମ ନରେନ୍ଦ୍ର ମୋଦୀଙ୍କ ସମେତ ୬୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ଲାଗି ଏସଆଇଟିର ରିପୋର୍ଟକୁ ମାଜିଷ୍ଟ୍ରେଟ ଗ୍ରହଣ କରିଥିଲେ। ହାଇକୋର୍ଟ ମଧ୍ୟ ଏହି ନିଷ୍ପତ୍ତିକୁ ସଠିକ୍ କହି ସମର୍ଥନ କରିଥିଲେ। ଜାକିଆଙ୍କ ଆବେଦନରେ କୌଣସି ଯୋଗ୍ୟତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାପୂର୍ବରୁ ୨୦୦୨ ଗୁଲବର୍ଗା ସୋସାଇଟି ଦଙ୍ଗା ମାମଲାରେ ଗୁଜୁରାଟ ହାଇକୋର୍ଟ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ କ୍ଳିନ୍ ଚିଟ୍ ପ୍ରଦାନ କରିଥିଲେ। ଏହି ମାମଲାରେ ଜାକିଆ ଜାଫ୍ରିଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟମାନଙ୍କୁ ନିମ୍ନ ଅଦାଲତ ଦେଇଥିବା…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସଂସଦ ଭବନରେ ପହଞ୍ଚିଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ସେ କଡା ସୁରକ୍ଷା ମଧ୍ୟରେ ଦିନ 11ଟା 30ରୁ ଓଡିଶା ଭବନରୁ ବାହାରି ସଂସଦ ଅଭିମୁଖେ ଯାଇଥିଲେ। ସେଠାରେ ବିଜେପିର ବରିଷ୍ଠ ନେତା ଓ ମନ୍ତ୍ରୀ ତାଙ୍କୁ ସ୍ବାଗତ କରିଥିଲେ। ଆଜି ଦିନ 12ଟା 30 ମିନଟରେ ସେ ପ୍ରାର୍ଥୀପତ୍ର ଦାଖଲ କରିବେ। ତାଙ୍କ ନାମାଙ୍କନ ପତ୍ରରେ 50 ଜଣ ପ୍ରସ୍ତାବକ ରହିଛନ୍ତି। ଏଥିରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ପ୍ରସ୍ତାବକ ଅଛନ୍ତି। ଦ୍ରୌପଦୀ ରାଜ୍ୟସଭାର ମହାସଚିବଙ୍କ ନିକଟରେ ଏହି ପ୍ରାର୍ଥୀପତ୍ର ଦାଖଲ କରିବେ। ଏଥିରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଓଡିଶାର ଦୁଇ ମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ।

Read More

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ଚାଲିଛି। ଏହି ସମୟରେ, କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନାକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ମଧ୍ୟ ବିରୋଧ କରିଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ବର୍ତ୍ତମାନ ଅଗ୍ନିପଥ ଯୋଜନା ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇବା ପାଇଁ ଘୋଷଣା କରିଛି। କୃଷକ ସଂଗଠନ ସହ ଜଡିତ ଲୋକମାନେ ଆଜି ଦେଶର ଅନେକ ସ୍ଥାନରେ ଏହି ଯୋଜନା ବିରୋଧରେ ପ୍ରଦର୍ଶନ କରିବେ। ପ୍ରଥମେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଅନେକ ସ୍ଥାନରେ ହିଂସା ମଧ୍ୟ ହୋଇଥିଲା। ତା’ପରେ ରାଜନୈତିକ ଦଳମାନେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ଏବଂ ବର୍ତ୍ତମାନ କୃଷକ ସଂଗଠନ ସହ ଜଡିତ ଲୋକମାନେ ଅଗ୍ନିପଥ ଯୋଜନା ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। କୃଷକମାନଙ୍କ ସହ ଜଡିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଆଜି ସାରା ଦେଶରେ ପ୍ରଦର୍ଶନ କରିବେ। ଏହା ହେଉଛି ସମାନ ସଂଗଠନ ଯାହାର ନେତୃତ୍ୱରେ କୃଷି ସଂଶୋଧନ…

Read More

ମୁମ୍ବାଇ: ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। କୁହାଯାଉଛି କି ସିନ୍ଦେଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ସଂଖ୍ୟା ପ୍ରାୟ ୫୦ ରେ ପହଞ୍ଚିଛି ଏବଂ ଏହା ଶୀଘ୍ର ୫୦ ଅତିକ୍ରମ କରିପାରେ। ଅନ୍ୟପକ୍ଷରେ, ଶିବସେନାର ୩୭ ଜଣ ବିଧାୟକ ତାଙ୍କୁ ସମର୍ଥନ କରୁଛନ୍ତି ବୋଲି ସିନ୍ଦେ ଦାବି କରିଛନ୍ତି। ଏନସିପି ଏବଂ କଂଗ୍ରେସ ସହ ମେଣ୍ଟ ଭାଙ୍ଗି ବିଜେପି ସହ ଶିବସେନା ମିଳିତ ସରକାର ଗଠନ କରିବାକୁ ସିନ୍ଦେ ସମର୍ଥନଙ୍କ ଦାବି ହେଉଛି। ତେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦାବି ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ସଦ୍ୟତମ ସୂଚନା ଅନୁଯାୟୀ, ସିନ୍ଦେଙ୍କ ନିକଟରେ ୩୭ ଜଣ ଶିବସେନା ବିଧାୟକ, ପ୍ରହର ଜନକ୍ଷେତ୍ର ପାର୍ଟି (ପିଜେପି) ର ୨ ଜଣ ବିଧାୟକ ଏବଂ ୯ ଜଣ ସ୍ଵାଧୀନ ବିଧାୟକଙ୍କ ସମର୍ଥନ ରହିଛି। ବର୍ତ୍ତମାନ…

Read More

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।…

Read More

ନୂଆଦିଲ୍ଲୀ: ତିନିମାସ ପରେ ନାଲି ବଲ ସହିତ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇଛି। ହେଲେ ପ୍ରତ୍ୟାବର୍ତ୍ତନ (ଅଭ୍ୟାସ ମ୍ୟାଚ) ନୈରାଶ୍ୟଜନକ ଥିଲା। ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ଖେଳିବା ପୂର୍ବରୁ, ପ୍ରଥମ ଦିନରେ ଲେଷ୍ଟେଷ୍ଟେରେଶର୍ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳୁଥିବା ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ଶକ୍ତିଶାଳୀ ବୋଲି କୁହାଯାଉଥିବା ଭାରତର ବ୍ୟାଟିଂ କ୍ରମ ୨୧ ବର୍ଷ ବୟସ୍କ କାଉଣ୍ଟି ବୋଲରଙ୍କ ସମ୍ମୁଖରେ ନତମସ୍ତକ ହେଲା। ଭାରତୀୟ ଦଳ ଲିସେଷ୍ଟରର ଗ୍ରେସ୍ ରୋଡ୍ ଷ୍ଟାଡିୟମରେ ଇଂରାଜୀ କାଉଣ୍ଟି କ୍ଲବ୍ ଲେଷ୍ଟେଷ୍ଟେରେଶର୍ ସହିତ ମୁହାଁମୁହିଁ ହୋଇଛନ୍ତି। ଏହି ଚାରି ଦିନିଆ ୱାର୍ମ ଅପ୍ ମ୍ୟାଚର ପ୍ରଥମ ଦିନରେ ବର୍ଷା ପ୍ରଭାବିତ ହୋଇଥିବା ବେଳେ ଭାରତୀୟ ଦଳ ମାତ୍ର ୨୪୬ ରନ୍ ପାଇଁ ୮ ୱିକେଟ୍ ହରାଇଛି। ଦଳକୁ ଏହି ସ୍ଥାନକୁ ଆଣିବାର ଶ୍ରେୟ ଏକମାତ୍ର ଯୁବ ୱିକେଟ୍ କିପର କେ.ଏସ୍ ଭରତଙ୍କୁ ଦିଆଯାଇଛି। ୭୦ ରନର ଅପରାଜିତ ଇନିଂସ ଖେଳି ଭାରତୀୟ…

Read More