ଓଡିଶା ଭବନରୁ ସଂସଦ ଭବନରେ ପହଞ୍ଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଭରିବେ ନାମାଙ୍କନ

Published: Jun 24, 2022, 11:48 am IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ସଂସଦ ଭବନରେ ପହଞ୍ଚିଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ସେ କଡା ସୁରକ୍ଷା ମଧ୍ୟରେ ଦିନ 11ଟା 30ରୁ ଓଡିଶା ଭବନରୁ ବାହାରି ସଂସଦ ଅଭିମୁଖେ ଯାଇଥିଲେ। ସେଠାରେ ବିଜେପିର ବରିଷ୍ଠ ନେତା ଓ ମନ୍ତ୍ରୀ ତାଙ୍କୁ ସ୍ବାଗତ କରିଥିଲେ।

ଆଜି ଦିନ 12ଟା 30 ମିନଟରେ ସେ ପ୍ରାର୍ଥୀପତ୍ର ଦାଖଲ କରିବେ। ତାଙ୍କ ନାମାଙ୍କନ ପତ୍ରରେ 50 ଜଣ ପ୍ରସ୍ତାବକ ରହିଛନ୍ତି। ଏଥିରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ପ୍ରସ୍ତାବକ ଅଛନ୍ତି। ଦ୍ରୌପଦୀ ରାଜ୍ୟସଭାର ମହାସଚିବଙ୍କ ନିକଟରେ ଏହି ପ୍ରାର୍ଥୀପତ୍ର ଦାଖଲ କରିବେ। ଏଥିରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଓଡିଶାର ଦୁଇ ମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ।

Related posts