Author: Samikhsya Bureau

ଭୁବନେଶ୍ବର: ମୁକ୍ତିଲାଭ ଅପେକ୍ଷାରେ ଆଉ ଏକ ନୂଆ ଓଡିଆ ଚଳଚ୍ଚିତ୍ର। ଯାହାର ନାଁ ରହିଛି ‘କହିବିନି ତତେ ଆଇ ଲଭ ୟୁ’। ଆଜି ହୋଟେଲ ଆର୍ଯ୍ୟ ପ୍ୟାଲେସ ପରିସରରେ ଏହି ଚଳଚ୍ଚିତ୍ରର ଅଡିଓ ରିଲିଜ୍ ଅନୁଷ୍ଠିତ ହୋଇଛି। ତିତିଲୀ ପ୍ରଡକ୍ସନ ଓ ଏଲ-ଟି ପ୍ରଡକ୍ସନ ବ୍ୟାନର ସହଯୋଗ ରେ ନିର୍ମିତ ଏହି ନୂଆ ଓଡିଆ ସିନେମାଟି ଆଗାମୀ ଜୁଲାଇ ୧୭ ତାରିଖରେ ମୁକ୍ତିଲାଭ କରିବ ବୋଲି ଘୋଷଣା କରାଯାଇଛି। ଏଥିସହିତ ଏହି ବ୍ୟାନରରେ ଆଉ ଏକ ନୂଆ ଚଳଚ୍ଚିତ୍ରର ନାଁ ମଧ୍ୟ ଘୋଷଣା କରାଯାଇଛି। ‘ମୋ କାହାଣୀରେ ତୋରି ନାଁ’ ନାମରେ ଏହି ନୂଆ ଚଳଚ୍ଚିତ୍ର ସମ୍ପର୍କରେ ଖୁବଶୀଘ୍ର ଆହୁରି ଅଧିକ ଅପଡେଟ ପ୍ରଯୋଜନା ସଂସ୍ଥା ଯୋଗାଇ ଦେବ ବୋଲି କୁହାଯାଇଛି। ଆଲବମ ଓ ମ୍ୟୁଜିକ ଭିଡିଓ ଦୁନିଆର ଚର୍ଚ୍ଚିତ ଲୁବୁନ-ଟୁବୁନ ଯୋଡି ଏଥର ବଡପରଦାରେ କମାଲ କରିଛନ୍ତି। ‘କହିବିନି ତତେ ଆଇ ଲଭ ୟୁ’ର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି…

Read More

ଜୀବନ ଶୈଳୀ: ଅନେକ ଲୋକ ଅଛନ୍ତି ଯେଉଁମାନେ ଅକାଳ ଧଳା କେଶ ଦ୍ୱାରା ଅସୁବିଧାରେ ପଡ଼ନ୍ତି। ଜୀବନଶୈଳୀ, ଖାଦ୍ୟ, ଚାପ କିମ୍ବା ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସହିତ ଅନେକ କାରଣରୁ କେଶ ଧଳା ହୋଇଯାଏ। ଆଜିକାଲି ୨୦ ବର୍ଷର ଲୋକଙ୍କ ମୁଣ୍ଡରେ ୨-୩ ଧଳା କେଶ ଦେଖାଯାଏ। ଏପରି ପରିସ୍ଥିତିରେ, କେଶଗୁଡିକୁ ପୁନର୍ବାର ଏହି ଧଳାରୁ କଳା କରିବା ପାଇଁ ଏହି କଳା ମଞ୍ଜି ଆପଣଙ୍କ ପାଇଁ ବହୁତ ଉପଯୋଗୀ ହେବ। ଏହି କଳା ମଞ୍ଜିଗୁଡିକ ହେଲା ରୋଷେଇ ଘରେ ମିଳୁଥିବା କଳା ଜୀରା। କଳା ଜୀରା ସାଧାରଣତଃ ରୋଷେଇରେ ବ୍ୟବହୃତ ହୁଏ, କିନ୍ତୁ ଆପଣ କେଶକୁ କଳା ରଙ୍ଗ କରିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା ଧଳା କେଶରୁ ମୁକ୍ତି ପାଇବା ପାଇଁ କଳା ଜୀରାକୁ କିପରି ପ୍ରୟୋଗ କରିବେ…. ଧଳା କେଶ ପାଇଁ କଳା ଜୀରାର ଘରୋଇ ଉପଚାର: – କେଶକୁ ଗାଢ…

Read More

ନୂଆଦିଲ୍ଲୀ: ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଇଣ୍ଡୋନେସିଆରେ ତାଙ୍କର ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ସୀମାର ସଦ୍ୟତମ ପରିସ୍ଥିତି ଉପରେ ଆଲୋଚନା କରାଯାଇଛି। ଏଥିରେ ଲଦାଖ ଅଞ୍ଚଳରେ ସାମରିକ ବିବାଦ ପ୍ରସଙ୍ଗ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। ପୂର୍ବ ଲଦାଖରେ ଭାରତୀୟ ସେନା ଏବଂ ଚୀନ୍ ସେନା ମଧ୍ୟରେ ଚାଲିଥିବା ବିବାଦକୁ ଶେଷ କରିବା ପାଇଁ ଚାଲିଥିବା ଆଲୋଚନା ଉପରେ ବୈଦେଶିକ ମନ୍ତ୍ରୀମାନେ ଏହି ଅବରୋଧକୁ ଦୂର କରିବାର ଉପାୟ ଉପରେ ଆଲୋଚନା କରିଥିଲେ। ଜୟଶଙ୍କର ଏବଂ ୱାଙ୍ଗ ୟି ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ଜାରି ରଖିଥିଲେ। ଏପ୍ରିଲ୍-ମେ ୨୦୨୦ରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ବିବାଦ ଆରମ୍ଭ ହେବା ପରେ ଜୟଶଙ୍କର ଏବଂ ୱାଙ୍ଗଙ୍କ ମଧ୍ୟରେ ଏହା ହେଉଛି ଚତୁର୍ଥ ବୈଠକ। ଏହି ବୈଠକ ବିଷୟରେ ସୂଚନା ଦେଇ ଜୟଶଙ୍କର ତାଙ୍କ ଅଫିସିଆଲ୍ ଟ୍ୱିଟର…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ପରଟାରେ ଦେଖାଦେଲେ ମହାପ୍ରଭୁ ଜଗନ୍ନାଥ। ହଁ, କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଏକ ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ଫୋଟୋ ସଦୃଶ ଦୃଶ୍ୟ ଦେଖିବାକୁ ମିଳିଛି।  ତେବେ ତଦନ୍ତରୁ ଜଣାପଡ଼ିଛି କି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରୁ ଉକ୍ତ ଫୋଟୋଟି ଭାଇରାଲ ହେଉଛି। ପାଟଣା ସାହି ଜଗନ୍ନାଥ ମନ୍ଦିର ସମ୍ମୁଖରେ ରହୁଥିବା ରବୀନ୍ଦ୍ର ସୁବୁଦ୍ଧିଙ୍କ ପରିବାରବର୍ଗ ପରଟା ତିଆରି କଲା ସମୟରେ ଗୋଟାଏ ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ସଦୃଶ ଏକ ପ୍ରତିଛବି ଦେଖିବାକୁ ପାଇଥିଲେ। ଦେଖୁ ଦେଖୁ ତାହା ସୋସିଆଲ ମିଡିଆରେ ଭାଇରଲ ହେଇଗଲା। ସମ୍ପ୍ରତି ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପର୍ବ ଜାରି ରହିଥିବା ବେଳେ ଏହି ସମୟରେ ଏପରି ଦୃଶ୍ୟ ସାମ୍ନାକୁ ଆସିବା ଭକ୍ତମାନଙ୍କ ଆସ୍ଥାକୁ ଆହୁରି ବଢ଼ାଇଦେଇଛି। ଅନେକ ଭକ୍ତ ମାନେ ବର୍ତ୍ତମାନ ଉକ୍ତ ପରଟାକୁ ପୂଜା କରୁଥିବାର ମଧ୍ୟ ଦେଖାଯାଇଛି। ତେବେ…

Read More

ନୂଆଦିଲ୍ଲୀ: କାଳୀ ମା’ ବିବାଦକୁ ଜନ୍ମ ଦେଇଥିବା ଚଳଚ୍ଚିତ୍ର ନିର୍ଦ୍ଦେଶକ ଲୀନା ମଣିମେକଲଇ ପୁଣି ଥରେ ଟ୍ୱିଟ୍ କରିଛନ୍ତି। ଲୀନାଙ୍କ ଏହି ଟ୍ୱିଟରେ ଭଗବାନ ଶିବ ଏବଂ ମା ପାର୍ବତୀ ଧୂମପାନ କରୁଥିବା ଦେଖାଯାଇଛି। ଲୀନାଙ୍କ ଟ୍ୱିଟରେ ଲୋକମାନେ ତାଙ୍କୁ ଏହି ଘଟଣାରେ ଆହୁରି ବିରୋଧ କରୁଥିବା ନଜର ଆସିଛନ୍ତି। ଆଜି ସକାଳ ୭.୧୫ ରେ ଟ୍ୱିଟ୍ କରି ଲୀନା ଏକ ଫଟୋ ସେୟାର କରିଛନ୍ତି। ଏହି ଟୁଇଟ୍‌ରେ ସେ ଲେଖିଛନ୍ତି ଯେ ଅନ୍ୟ କେଉଁଠାରେ … ଲୀନାଙ୍କ ଏହି ଟ୍ୱିଟରେ ସାଧାରଣ ଜନତାଙ୍କ ଠାରୁ ରାଜନେତାଙ୍କ ଉପରେ କ୍ରୋଧ ଦେଖାଯାଉଛି। https://twitter.com/LeenaManimekali/status/1544860079945646080?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1544860079945646080%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Findia%2Fleena-manimekalai-now-showed-lord-shiva-mother-parvati-smoking-a-cigarette-tweeted-and-said-2162606 ବିଜେପି ନେତା ଶାହାଜାଦ ପୁନାୱାଲା ଲୀନାଙ୍କ ଟ୍ୱିଟକୁ ନେଇ ନିଜର କ୍ରୋଧ ପ୍ରକାଶ କରି କହିଛନ୍ତି ଯେ, ଏହା ସୃଜନଶୀଳ ଅଭିବ୍ୟକ୍ତି ନୁହେଁ ବରଂ ଏହା ସୁଚିନ୍ତିତ ଉତ୍ତେଜନା ମାମଲା। ହିନ୍ଦୁମାନଙ୍କୁ ଦୁର୍ବ୍ୟବହାର କରିବା ମାନେ ଧର୍ମନିରପେକ୍ଷତା? ହିନ୍ଦୁ ବିଶ୍ୱାସକୁ ଅପମାନିତ କରିବା ମାନେ ଉଦାରବାଦୀ? ଲୀନାଙ୍କ…

Read More

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ ନେତା ସ୍ଵପନ ମାଝିଙ୍କୁ ଆଜି ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ଦକ୍ଷିଣ ୨୪ ପରଗାନାରୁ ଆସିଛି। ଏଥିରେ ଟିଏମସି ନେତାଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗୁଳି କରାଯାଇଛି। ସ୍ଥାନୀୟ ଟିଏମସି ନେତା ସ୍ଵପନ୍ ମାଝି ତାଙ୍କ ଦୁଇ ସାଥୀଙ୍କ ସହ ବାଇକ୍ ଯୋଗେ କୌଣସି ସ୍ଥାନକୁ ଯାଉଥିଲେ। ତା’ପରେ କିଛି ଲୋକ ବାଇକକୁ ଅଟକାଇ ତିନିଜଣଙ୍କ ଉପରେ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ବହୁ ସଂଖ୍ୟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁଳି ଓ ବୋମା ଉଦ୍ଧାର କରିଛନ୍ତି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣାସୀ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୨ ଟା ସମୟରେ ପ୍ରଧାନମନ୍ତ୍ରୀ ବାରାଣାସୀର ଏଲଟି କଲେଜରେ ଅକ୍ଷୟ ପାତ୍ର ମଧ୍ୟାହ୍ନ ଭୋଜନ ରୋଷେଇର ଉଦଘାଟନ କରିବେ, ଯେଉଁଥିରେ ପ୍ରାୟ ଏକ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରାନ୍ଧିବାର କ୍ଷମତା ରହିଛି । ଅପରାହ୍ନ ପ୍ରାୟ ୨.୪୫ ରେ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତୀୟ ସହଯୋଗ ଏବଂ ସମ୍ମିଳନୀ କେନ୍ଦ୍ର-ରୁଦ୍ରାକ୍ଷ ପରିଦର୍ଶନ କରିବେ, ଯେଉଁଠାରେ ସେ ଜାତୀୟ ଶିକ୍ଷା ନୀତିର କାର‌୍ୟ୍ୟକାରିତା ଉପରେ ଅଖିଳ ଭାରତୀୟ ଶିକ୍ଷା ସାମାଗାମର ଉଦଘାଟନ କରିବେ । ଏହା ପରେ, ଅପରାହ୍ନ ପ୍ରାୟ ୪ ଟା ସମୟରେ ପ୍ରଧାନମନ୍ତ୍ରୀ ସିଗ୍ରା ସ୍ଥିତ ଡକ୍ଟର ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟସ ଷ୍ଟାଡିୟମରେ ପହଞ୍ଚିବେ ଯେଉଁଠାରେ ସେ ୧୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ ।

Read More

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୪୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୪୨୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୫୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୫୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୭୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୨୨ ଭଦ୍ରକ ଜିଲ୍ଲାରୁ- ୫ କଟକ ଜିଲ୍ଲାରୁ- ୮୮ ଦେବଗଡ ଜିଲ୍ଲାରୁ- ୧ ଗଞ୍ଜାମ ଜିଲ୍ଲାରୁ- ୧ ଜଗତସିଂହପୁର ଜିଲ୍ଲାରୁ- ୬ ଯାଜପୁର ଜିଲ୍ଲାରୁ- ୫ ଝାରସୁଗୁଡା ଜିଲ୍ଲାରୁ- ୪ କଳାହାଣ୍ଡି ଜିଲ୍ଲାରୁ- ୧ କନ୍ଧମାଳ ଜିଲ୍ଲାରୁ- ୧ କେନ୍ଦ୍ରପଡା ଜିଲ୍ଲାରୁ- ୨ ଖୋର୍ଦ୍ଧା ଜିଲ୍ଲାରୁ- ୧୮୩ କୋରାପୁଟ ଜିଲ୍ଲାରୁ- ୧ ମାଲକାନଗିରି ଜିଲ୍ଲାରୁ- ୨ ମୟୂରଭଞ୍ଜ ଜିଲ୍ଲାରୁ- ୮ ନୟାଗଡ ଜିଲ୍ଲାରୁ- ୪ ନୂଆପଡା…

Read More

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନୋଟି ଟି-୨୦ ମ୍ୟାଚ୍ ସିରିଜର ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ। ସାଉଥମ୍ପଟନ୍‌ର ଦ ରୋଜ୍ ବାଉଲରେ ରାତି ୧୦.୩୦ ରେ ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳ ଅଭ୍ୟାସ ଆରମ୍ଭ କରିଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଟି-୨୦ ସିରିଜରେ ଅଧିନାୟକ ନଜର ଆସିବେ। ଆସନ୍ତୁ ଜାଣିବା ପିଚ୍ ର ମନୋବଳ କିପରି ରହିବ ଏବଂ ମ୍ୟାଚ୍ ସମୟରେ ପାଗ କିପରି ହେବ… ପିଚ୍ ରିପୋର୍ଟ: ସାଉଥମ୍ପଟନ୍‌ର ଦ ରୋଜ୍ ବାଉଲ୍‌ ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ମୋଟ ୯ ଟି-୨୦ ମ୍ୟାଚ୍ ଖେଳାଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦଳ ୫ ଟି ମ୍ୟାଚ୍ ଏବଂ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୪ ଟି ମ୍ୟାଚ୍ ଜିତିଛି। ଏହି ଗ୍ରାଉଣ୍ଡରେ ପ୍ରଥମ ଇନିଂସର ହାରାହାରି ସ୍କୋର ୧୬୮ ଏବଂ ଦ୍ୱିତୀୟ ଇନିଂସ ୧୪୩ ରନ୍ ଅଟେ। ଏଠାରେ ଥିବା ପିଚ୍ ବ୍ୟାଟିଂ…

Read More

ନୂଆଦିଲ୍ଲୀ: ବାଂଲାଦେଶୀ ଲେଖକ ତସଲିମା ନାସ୍ରିନ୍ ‘କାଳୀ’ ବିବାଦ ଏବଂ ନପୁର ଶର୍ମାଙ୍କ ବିଷୟକୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ସ୍ୱାଧୀନତା ଉପରେ ବିଶ୍ଵାସ କରନ୍ତି, ତେବେ ସେ ନୁପୁର ଶର୍ମା ଏବଂ ମହୁଆ ମୋଇତ୍ରାଙ୍କ ମତକୁ ସମ୍ମାନ କରିବେ। ଏକାସାଙ୍ଗରେ, ଯଦି କେହି ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ୍ ଉପରେ ବିଶ୍ୱାସ କରନ୍ତି ନାହିଁ, ତେବେ ଉଭୟ ଦିଆଯାଇଥିବା ବିବୃତ୍ତି ଆପଣଙ୍କ ପାଇଁ ଭୁଲ ହେବ। ଉଲ୍ଲେଖ ଯୋଗ୍ୟ ଯେ, ଚଳଚ୍ଚିତ୍ର ‘କାଳୀ’ ପୋଷ୍ଟରକୁ ନେଇ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା କହିଥିଲେ ଯେ, କାଳୀ ମା’ ମାଂସକୁ ଭଲ ପାଆନ୍ତି ଏବଂ ସେ ମଦ୍ୟପାନକୁ ସ୍ଵୀକାର କରନ୍ତି। ଏଥି ସହିତ ମହମ୍ମଦଙ୍କ ଉପରେ ନୁପୁର ଶର୍ମା ମନ୍ତବ୍ୟ ଦେଇଥିଲେ, ଯାହା ପରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ତସଲିମା ନାସିରିନ୍ ଆହୁରି ମଧ୍ୟ କହିଛନ୍ତି ଯେ, “ଅଭିବ୍ୟକ୍ତିର…

Read More

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ…

Read More

ନୂଆଦିଲ୍ଲୀ:  ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ୍)ଅନ୍ତର୍ଗତ ହେଲ୍ଥ ଫ୍ୟାସିଲିଟି ରେଜିଷ୍ଟ୍ରୀ(ଏଚଏଫ୍ଆର୍)ରେ ଏକ ଲକ୍ଷରୁ ଅଧିକ ସରକାରୀ ଓ ଘରୋଇ କ୍ଷେତ୍ରର ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କେନ୍ଦ୍ର( ହେଲଥ୍ କେୟାର ଫ୍ୟାସିଲିଟି) ସଫଳତାର ସହ ସଂଯୁକ୍ତ ହୋଇଛି। ଏହି ଐତିହାସିକ ସଫଳତା ଦେଶରେ ଡିଜିଟାଲ ହେଲ୍ଥ ପ୍ଲାଟଫର୍ମ ଓ ସେବାକୁ ଅଧିକରୁ ଅଧିକ ପ୍ରସାରିତ କରିବାରେ ବିଶେଷ ସହାୟକ ହେବ। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବା ନେଶନାଲ ହେଲଥ ଅଥରିଟି (ଏନଏଚ୍ଏ)ପକ୍ଷରୁ ଆଜି ଏହା ଘୋଷଣା କରାଯାଇଛି। ସୂଚନାଯୋଗ୍ୟ ଯେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଭାରତ ସରକାରଙ୍କ ଏକ ଧ୍ୱଜାଧାରୀ କାର‌୍ୟ୍ୟକ୍ରମ। ଏହା ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଦ୍ୱାରା କାର‌୍ୟ୍ୟକାରୀ ହେଉଛି । ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ଯେଉଁ ହେଲଥ ଫ୍ୟାସିଲିଟି ରେଜିଷ୍ଟ୍ରୀ ବା ଏଚଏଫ୍ଆର୍ ତିଆରି ହେଉଛି ସେଥିରେ ଦେଶର ପାରମ୍ପରିକ ଓ ଆଧୁନିକ ଚିକିତ୍ସା ସେବା ପ୍ରଦାନ କରୁଥିବା କେନ୍ଦ୍ରଗୁଡିକର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ…

Read More

ନୂଆଦିଲ୍ଲୀ: ଜେଇଇ ମେନ 2022 ସେସନ ଦୁଇ ପାଇଁ ବର୍ତ୍ତମାନ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି। ଜାତୀୟ ଟେଷ୍ଟିଂ ଏଜେନସି ଏହି ସୂଚନା ଦେଇଛି। ସେହି ଅନୁସାରେ ଯେଉଁମାନେ ଆବେଦନ କରିବେ ସେମାନେ ଆସନ୍ତା ଜୁଲାଇ 9 ତାରିଖ ପର୍ଯ୍ୟନ୍ତ କରିପାରିବେ। କାରଣ 9 ତାରିଖ ରାତି 11ଟା 50 ପରେ ଏହି ରେଜିଷ୍ଟ୍ରେସନ ବନ୍ଦ ହୋଇଯିବ। ଯେଉଁମାନେ ଏହି ରେଜିଷ୍ଟ୍ରେସନ କରିବା ପାଇଁ ଚାହାଁନ୍ତି ସେମାନେ ଜେଇଇ ପୋର୍ଟାଲ ବା ୱେବସାଇଟ jeemain.nta.nic.in କୁ ଯାଇ ଲଗଅନ କରିପାରିବେ। ଯେଉଁମାନେ ସେସନ-1 ରେ ଆବେଦନ କରିଛନ୍ତି କିନ୍ତୁ ସେମାନେ ସେସନ-2 ରେ ରେଜିଷ୍ଟ୍ରେସନ କରିବା ପାଇଁ ଚାହାଁନ୍ତି ସେମାନେ ପୂର୍ବ ନମ୍ବର ଏଥିରେ ଦେବାକୁ ପଡିବ। ଏହି ରେଜିଷ୍ଟ୍ରେସନ ପକ୍ରିୟା 9 ତାରିଖ ରାତି 11ଟା 50 ରେ ଶେଷ ହେବ।

Read More

ଚାଣକ୍ୟ ନୀତି: ମଣିଷ ଜୀବନ କାଳ ମଧ୍ୟରେ ଅନେକ କାର୍ଯ୍ୟ କରିଥାଏ। ହେଲେ କେତେବେଳେ ସଫଳ ହୁଏ କେତେବେଳେ ବିଫଳ ହୁଏ। ହେଲେ ଏହି କାର୍ଯ୍ୟଗୁଡିକରୁ ସଫଳତା ହାସଲ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଭଲ ଉପଦେଶଟିଏ ଦେଇଛନ୍ତି। ସେ କହିଛନ୍ତି ଯେ, ମଣିଷ କୌଣସି କାର୍ଯ୍ୟ କରିବା ବେଳେ ସେ ସିଂହ ଠାରୁ କିଛି ଶିକ୍ଷା ଲାଭ କରିବା ଉଚିତ। ଏହାକୁ ପ୍ରାଞ୍ଜଳ ଭାବେ ଏହା କୁହାଯାଇ ପାରେ ଯେ, ସିଂହ ଯେତେବେଳେ ଶିକାର କରେ ସେତେବେଲେ ସେ ଭାବି ଚିନ୍ତି କରିଥାଏ। ସେ ଶିକାରଟି ଛୋଟ ହେଉ କିମ୍ବା ବଡ। ହେଲେ ଶୀକାର କରିବା ପୂର୍ବରୁ ପ୍ରଥମେ ସିଂହ କିଛି ସମୟ ଛକି କରି ରୁହେ। ଶିକାର କରିବାକୁ ଥିବା ଜନ୍ତୁର ଗତିବିଧିକୁ ସେ ଭଲଭାବେ ନୀରିକ୍ଷଣ କରେ। ସେ ଶିକାର ବେଳେ କେବେ ବି ବ୍ୟସ୍ତ ହୁଏ ନାହିଁ। ସମୟକୁ ଅପେକ୍ଷା କରେ।…

Read More

ମେଷ- ବକେୟା ରାଶି ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ଆସିବ । ବ୍ୟବସାୟ କାର୍ଯ୍ୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ଏବଂ ସୁଖ ରହିବ। ଶାରୀରିକ କଷ୍ଟ ସମ୍ଭବ ହୋଇପାରେ। ଏକ ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ। ଅର୍ଥ ଏବଂ ବିଶ୍ରାମ ସମୟ ଯଥେଷ୍ଟ ହେବ । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ବୃଷ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ । ସମ୍ମାନ ପାଇବେ । ନୂତନ ବ୍ୟବସାୟ ଚୁକ୍ତି ହୋଇପାରେ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଦୁଷ୍ଟମାନଙ୍କଠାରୁ ଦୂରରେ ରୁହନ୍ତୁ । ବିନିଯୋଗରେ ଚତୁରତାର ସହ କାର୍ଯ୍ୟ କରନ୍ତୁ। ନୂତନ ଚାକିରି କରିବାକୁ ସକ୍ଷମ ହେବେ । ମିଥୁନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ…

Read More

ଭୁବନେଶ୍ବର: ପୁଣି ଥରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କ୍ଷୁବ୍ଧ ହୋଇଛନ୍ତି। ପୂର୍ବରୁ ସେହିପରି ଉତ୍କଳ ଦିବସରେ ତାଙ୍କୁ ରାଜ୍ୟ ସରକାର ସ୍ଥାନୀୟ ସାଂସଦ ଭାବେ ନିମନ୍ତ୍ରଣ କରି ନ ଥିଲେ। ତାହାକୁ ନେଇ ସେ ତୁମ୍ବିତୋଫାନ କରିଥିଲେ। ଏଥର ମଧ୍ୟ ସେହିପରି ରାଜ୍ୟ ସରକାର ଗଣ୍ଡାଗଣ୍ଡା ମନ୍ତ୍ରୀ ବିଧାୟକଙ୍କୁ ଭୁବନେଶ୍ବର କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି। ହେଲେ ତାଙ୍କୁ ସ୍ଥାନୀୟ ସାଂସଦ ହିସାବରେ ଡକାଯାଇ ନାହିଁ। ଘଟଣାଟି ହେଉଛି ଆସନ୍ତାକାଲି ଗୁରୁବାର ଦିନ ହେଉଛି ବନ୍ୟ ମହୋତ୍ସବ। ରାଜ୍ୟ ସ୍ତରୀୟ ଏହି ଉତ୍ସବ ଭୁବନେଶ୍ବରର ବରମୁଣ୍ଡା ବିଏମସ ସରକାରୀ ସ୍କୁଲରେ ପାଳନ ହେବ। ସେହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ନିମନ୍ତ୍ରଣ ପତ୍ରରେ ରହିଛି। ଏଥିସହିତ ଦୁଇଜଣ ମନ୍ତ୍ରୀ, ଦୁଇଜଣ ବିଧାୟକ ଏବଂ ଭୁବନେଶ୍ବର ମେୟର ଯୋଗଦେବେ। ହେଲେ ସେଥିରେ ସାଂସଦଙ୍କୁ ଡକାଯାଇ ନାହିଁ। ଏପରିକି ଯେଉଁ ୱାର୍ଡରେ ଏହି ଉତ୍ସବ ହେଉଛି ତାହାର ବିଜେରି କରର୍ପୋରେଟରଙ୍କୁ ମଧ୍ୟ…

Read More

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ଆନୁଷ୍ଠାନିକ ଭାବେ ମାଧ୍ୟମିକ ଶିକ୍ଷା ପରିଷଦ, କଟକ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ ଘୋଷଣା କରିଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୧୭୮୪୭ ଜଣ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ତନ୍ମଧ୍ୟରେ ୨୫୬୮୭୭ ଜଣ ଛାତ୍ର ଓ ୨୬୦୯୭୦ ଜଣ ଛାତ୍ରୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୮୧୧୯ ଜଣ ଏ-୧ ବର୍ଗରେ, ୫୪୮୮୯ ଜଣ ଏ-୨ ବର୍ଗରେ, ୧୨୦୩୧୨ ଜଣ ବି-୧ ବର୍ଗରେ ଏବଂ ୧୪୨୫୯୯ ଜଣ ବି-୨ ବର୍ଗରେ ଉନ୍ନିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧.୪୨ ପ୍ରତିଶତ ବିଦ୍ୟାର୍ଥୀ ୯୦ ଶତକଡ଼ାରୁ ଊଦ୍ଧ୍ୱର୍ ମାର୍କ ରଖିଛନ୍ତି । ଚଳିତ ବର୍ଷ ଛାତ୍ରମାନଙ୍କ ପାସ୍‌ ହାର ୮୮.୭୭ ପ୍ରତିଶତ ଥିବାବେଳେ ଛାତ୍ରୀମାନଙ୍କ ପାସ ହାର ୯୨.୩୭ ପ୍ରତିଶତ ରହିଛି ଏବଂ ମୋଟ ପାସ୍‌ ହାର ୯୦.୫୫ ପ୍ରତିଶତ ରହିଛି ।…

Read More

ଭୁବନେଶ୍ୱର : ସମଗ୍ର ଶିକ୍ଷା ଅଧୀନରେ କାର୍ଯ୍ୟରତ ପାର୍ଟ ଟାଇମ୍‌ ଇନ୍‌ଷ୍ଟ୍ରକ୍‌ଟରମାନଙ୍କୁ ଚଳିତ ବର୍ଷ ମଇ ଓ ଜୁନ୍‌ ମାସର ପାରିଶ୍ରମିକ ପ୍ରଦାନ କରାଯିବାକୁ ସରକାର ସ୍ଥିର କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଏ ନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଏବଂ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବା ପରେ ଏହି ଘୋଷଣା କରାଯାଇଛି । ପୂର୍ବବର୍ଷମାନଙ୍କରେ ମଇ ଓ ଜୁନ୍‌ ମାସରେ ବିଦ୍ୟାଳୟ ବନ୍ଦ ରହୁଥିବାରୁ ପାର୍ଟ ଟାଇମ୍‌ ଇନ୍‌ଷ୍ଟ୍ରକଫରମାନଙ୍କୁ ପାରଶ୍ରମିକ ଦିଆଯାଉନଥିଲା । କିନ୍ତୁ ଚଳିତ ବର୍ଷ ମଇ ଓ ଜୁନ୍‌ ମାସରେ ବିଦ୍ୟାଳୟ ଖୋଲା ରହିଥିବାରୁ ଏହି ଦୁଇମାସ ପାଇଁ ପାରିଶ୍ରମିକ ପ୍ରଦାନ କରାଯିବ । ଜିଲ୍ଲାଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ଦାଶ ଏ ବିଷୟ ହୃଦୟଙ୍ଗମ କରି ଉପଯୁକ୍ତ ପଦକ୍ଷେପ ନେବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Read More

ଦିଲ୍ଲୀ: ଭାରତର କୋଇଲା ଉତ୍ପାଦନ ଜୁନ୍ ୨୦୨୧ରେ ୫୦.୯୮ ମିଲିୟନ୍ ଟନ୍ (ଏମ୍‌ଟି) ଥିବା ବେଳେ ଜୁନ୍ ୨୦୨୨ରେ ତାହା ୩୨. ୫୭ ପ୍ରତିଶତ ବୃଦ୍ଧି ପାଇ ୬୭.୫୯ ଏମ୍‌ଟି ହୋଇ ଯାଇଛି। କୋଇଲା ମନ୍ତ୍ରଣାଳୟର ଅସ୍ଥାୟୀ ପରିସଂଖ୍ୟାନ ଅନୁସାରେ, ଏହି ବର୍ଷ ଜୁନ୍ ମାସରେ, କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍‌), ସିଙ୍ଗାରେନୀ କୋଲିଆରିଜ୍ କମ୍ପାନୀ ଲିମିଟେଡ୍ (ଏସ୍‌ସିସିଏଲ୍‌) ଏବଂ କାପଟିଭ କୋଇଲା ଖଣି ଗୁଡିକ ୫୧.୫୬ ଏମ୍‌ଟି, ୫.୫୬ ଏମ୍‌ଟି ଏବଂ ୧୦.୪୭ ଏମ୍‌ଟି ଉତ୍ପାଦନ କରି ଯଥାକ୍ରମେ ୨୮.୮୭ ପ୍ରତିଶତ, ୫.୫୦ ପ୍ରତିଶତ ଏବଂ ୮୩.୫୩ ପ୍ରତିଶତର ଅଭିବୃଦ୍ଧି ଉଲ୍ଲେଖ କରିଛନ୍ତି। ଶୀର୍ଷ ୩୭ଟି କୋଇଲା ଖଣି ଗୁଡିକ ମଧ୍ୟରୁ ୨୨ଟି ଖଣିରୁ ୧୦୦ ପ୍ରତିଶତରୁ ଅଧିକ ଉତ୍ପାଦନ କରାଯାଇଥିବା ବେଳେ ଅନ୍ୟ ନଅଟି ଖଣି ଗୁଡିକର ଉତ୍ପାଦନର ପରିମାଣ ୮୦ରୁ ୧୦୦ ପ୍ରତିଶତ ମଧ୍ୟରେ ରହିଛି। ସମାନ ସମୟରେ , ଅର୍ଥାତ୍ ଜୁନ୍ ୨୦୨୨ରେ କୋଇଲା ଯୋଗାଣରେ ୨୦.୬୯…

Read More

ନୂଆଦିଲ୍ଲୀ: ରେଳ ଷ୍ଟେସନ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ 15 ଟି ଷ୍ଟେସନ ସମେତ ଦେଶର 756 ରେଲୱେ ଷ୍ଟେସନରେ ନିର୍ଭୟା ପାଣ୍ଠି ଅଧୀନରେ ଭିଡିଓ ସର୍ଭିଲାନ୍ସ ସିଷ୍ଟମ (ଭିଏସଏସ) ପ୍ରୋଜେକ୍ଟ (ସିସିଟିଭି କ୍ୟାମେରା ନେଟୱାର୍କ) କାର୍ଯ୍ୟକାରୀ କରିବାକୁ ଯାଉଛି। ଏଜେନ୍ସି ମାଧ୍ୟମରେ ଏହି କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଚୂଡାନ୍ତ ହୋଇଛି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ A1, A, B, C ନମ୍ବର 756 (ଷ୍ଟେସନଗୁଡିକର ତାଲିକା ସଂଲଗ୍ନ) ର ପ୍ରମୁଖ ଷ୍ଟେସନଗୁଡିକ ଅନ୍ତର୍ଭୁକ୍ତ ହେବ ଏବଂ ଜାନୁୟାରୀ 2023 ସୁଦ୍ଧା ଶେଷ ହେବାର ସମ୍ଭାବନା ଅଛି। ଅବଶିଷ୍ଟ ଷ୍ଟେସନଗୁଡିକ ଠାରେ ଏହି ପ୍ରଣାଳୀର କାର୍ଯ୍ୟକାରୀ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହେବ। ଯାତ୍ରୀଙ୍କ ସୁରକ୍ଷା ରେଳ ମନ୍ତ୍ରଣାଳୟର ଏକ ପ୍ରମୁଖ କାର୍ଯ୍ୟ କ୍ଷେତ୍ର ଅଟେ। ରେଳ ଷ୍ଟେସନ ଯାହାକି ପରିବହନର ଏକ ପ୍ରମୁଖ ହବ୍ ଅଟେ, ସେଠାରେ…

Read More

ନୂଆଦିଲ୍ଲୀ: ପ୍ରଖ୍ୟାତ ଆଥଲେଟ୍ ପି.ଟି ଉଷା ଏବଂ ରଚନା, ଗୀତିକାର ତଥା ଗାୟକ ଇଲୟାରାଜାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି। ସାମାଜିକ କର୍ମୀ ବିରେନ୍ଦ୍ର ହେଗଡେ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭି ବିଜୟେନ୍ଦ୍ର ପ୍ରସାଦ ମଧ୍ୟ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Read More