ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାପାଳ ଭାବେ ପି. ଅନ୍ୱେଷା ରେଡ୍ଡୀ ଆଇ.ଏ.ଏସ. ଦାୟିତ୍ଵ ନେଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ପୂର୍ବରୁ ପାଂଚ ଜଣ ମହିଳା ଜିଲ୍ଲାପାଳ କାର୍ଯ୍ୟ କରିସାରିଥିବା ବେଳେ ଷଷ୍ଠ ମହିଳା ଜିଲ୍ଲାପାଳ ଭାବେ ପି. ଅନ୍ୱେଷା ରେଡ୍ଡୀ ଯୋଗ ଦେଇଛନ୍ତି। ୨୦୧୭ ବେଚର ଆଇଏଏସ ଅଧିକାରିଣୀ ମୟୁରଭଂଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ। କଳାହାଣ୍ଡିରେ ଦୀର୍ଘ ସମୟ ଧରି କାର୍ଯ୍ୟରତ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲିଙ୍କ ବଦଳି ହେବା ପରେ ପି. ଅନ୍ୱେଷା ରେଡ୍ଡୀ କଳାହାଣ୍ଡି ଜିଲ୍ଲାପାଳ ଭାବେ ବଦଳି ହୋଇଥିଲେ। ଦାୟିତ୍ଵ ଗ୍ରହଣ ପରେ ନୂତନ ଜିଲ୍ଲାପାଳଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ସରକାରୀ ଯୋଜନା ଗୁଡିକ କିପରି ତୃଣମୂଳ ସ୍ତରକୁ ପହଂଚି ପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯିବା ସହିତ ଆଦିବାସୀ ଅଧ୍ୟୁଷିତ ଅଂଚଳକୁ ବିଶେଷ ଗୁରୁତ୍ୱ ଦିଆଯିବ…
Author: Samikhsya Bureau
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ନୂତନ ବ୍ରାଉନ ସୁଗାର ହବ ପାଲଟିଥିବା ବେଳେ ପ୍ରତିଦିନ ପୋଲିସ, ଅବକାରୀ, ଏସଟିଏଫ ବିଭିନ୍ନ ଅଞ୍ଚଳରୁ ବ୍ରାଉନ ସୁଗାର ଜବତ କରୁଛି। ଆଜି ପୁଣି ଖୋର୍ଦ୍ଧାରୁ ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଟାଉନ ଥାନା ଅନ୍ତର୍ଗତ ବରୁଣେଇ ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୪୨ ଗ୍ରାମ ବ୍ରାଉନ ସୁଗାର ଓ ଗୋଟାଏ ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜଟଣୀ ଥାନା ରଥିପୁର ଗ୍ରାମର ଶେଖ ମୁମତାଜ (୨୨)। ଜବତ ବ୍ରାଉନ ସୁଗାର ମୂଲ୍ୟ ୪ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଅବକାରୀ ଏନଡ଼ିପିଏସ ଧାରା ୨୧ (ଖ) ଅଧିନିୟମ ଅନୁଯାୟୀ ପିଆର ନମ୍ବର ୨୨/୨୦୨୨-୨୩ ରେ…
ନୂଆଦିଲ୍ଲୀ: ସମଗ୍ର ଇରାନରେ ହିଜାବ ବିଷୟ ଚର୍ଚ୍ଚାରେ ରହିଛି। କଟ୍ଟରପନ୍ଥୀ ଏବଂ ଝିଅମାନେ ମୁହାଁମୁହିଁ ହୋଇଛନ୍ତି। ଇରାନର ଝିଅମାନେ ହିଜାବ ବିଷୟରେ ସ୍ୱର ଉତ୍ତୋଳନ କରି ଏହାକୁ ଫିଙ୍ଗିବା ଆରମ୍ଭ କରିଛନ୍ତି। ଏହା ବିରୋଧରେ ପୋଲିସ ଅନେକ ଝିଅଙ୍କୁ ଗିରଫ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦକ୍ଷିଣ ସହରର ଶିରାଜ ସହରରେ ଏକ ସ୍କାଏଟ୍ ବୋର୍ଡିଂ ଇଭେଣ୍ଟରେ ହିଜାବ୍ ପିନ୍ଧି ନ ଥିବାରୁ ଇରାନ ପୋଲିସ୍ ଅନେକ ଝିଅ ଏବଂ କାର୍ଯ୍ୟକ୍ରମର ଆୟୋଜକଙ୍କୁ ଅଟକ ରଖିଛି। ଯେତେବେଳେ ଘଟଣାର ଭିଡିଓ ଭାଇରାଲ ହେଲା, ଏଠାରେ କଟ୍ଟରାପନ୍ଥୀମାନେ କ୍ରୋଧିତ ହୋଇଥିଲେ। ସୂଚନା ଅନୁଯାୟୀ, ଅନେକ ଝିଅ କ୍ରୀଡା ଇଭେଣ୍ଟ ଶେଷରେ ଧାର୍ମିକ ବିଶ୍ବାସ ଏବଂ ଆଇନଗତ ନିୟମ ଭଙ୍ଗ କରି ହିଜାବ୍ କାଢିଥିଲେ। ଏହି ମାମଲାରେ ପୋଲିସ ଅନେକ ଆୟୋଜକଙ୍କୁ ମଧ୍ୟ ଗିରଫ କରିଛି। ଶୋଜାଇ ପୋଲିସ୍ ମୁଖ୍ୟ ଫରାଜ କହିଛନ୍ତି ଯେ କ୍ରୀଡ଼ା ଇଭେଣ୍ଟ ଶେଷରେ ଅନେକ ଝିଅ ଧାର୍ମିକ ବିଚାର…
ସ୍ୱାସ୍ଥ୍ୟ ଟିପ୍ସ: ବଦଳୁଥିବା ଏହି ଦ୍ରୁତ ଗତିଶୀଳ ଜୀବନରେ ଲୋକମାନେ ପ୍ରାୟତଃ ନିଜ ଯତ୍ନ ନେବାକୁ ଅସମର୍ଥ। ଏହାର ପ୍ରଭାବ ଅନେକ ରୋଗ ପାଇଁ ଆମନ୍ତ୍ରଣ ହୋଇପାରେ। କଳାଜୀରା ବିଷୟରେ କୁହାଯାଏ ଯେ ଏହା ଏକ ସଞ୍ଜୀବନୀ ଔଷଧ ପରି କାର୍ଯ୍ୟ କରେ। ଏହାକୁ ଖାଇବା ଦ୍ୱାରା ଆପଣ ସବୁଠାରୁ ବଡ ରୋଗରୁ ମୁକ୍ତି ପାଇପାରିବେ। ଭାରତୀୟ ରୋଷେଇ ଘରର ଏପରି ଏକ ମସଲା, ଯାହା ଆପଣଙ୍କୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଖାଦ୍ୟରେ ସ୍ୱାଦ ବଢାଇବା ସହିତ ଅନେକ ଉପାୟରେ ଉପକୃତ ହୋଇପାରେ। ଆମେ କଳାଜୀରା ବିଷୟରେ କହୁଛୁ, ଯାହାକୁ କ୍ଷୀରରେ ମିଶାଇ ପିଇବା ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିପାରିବ। କଳାଜୀରା ସହିତ ଜଡିତ ଏହିପରି କିଛି ଲାଭ, ଯାହା ଦ୍ଵାରା ଆପଣ ଆପଣଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଅନୁସରଣ କରି ନିଜର ଯତ୍ନ ନେଇପାରିବେ। ଏହି ରୋଗରେ କଳାଜୀରା ଲାଭଦାୟକ ଅଟେ: – ଖରାପ କୋଲେଷ୍ଟ୍ରଲର ସ୍ତରକୁ ହ୍ରାସ କରିବାରେ କଳାଜୀରା ମଧ୍ୟ…
କନ୍ଦର୍ପ ବେହେରା ରେଢ଼ାଖୋଲ: କିସିଣ୍ଡା ଥାନା ରେ ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ଵାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା। ଏହି ଶିବିରକୁ ଏସଡିପିଓ ରେଢ଼ାଖୋଲ ପ୍ରଶାନ୍ତ କୁମାର ମେହେର ଉଦଘାଟନ କରିଥିବାବେଳେ ଆଇଆଇସି ପ୍ରଶାନ୍ତ ସାମଲ ଉପସ୍ଥିତ ଥିଲେ। ଏହି ଶିବିରରେ ସର୍ବମୋଟ ୮୨ ୟୁନିଟ ରକ୍ତ ସଂଗ୍ରହ କରା ଯାଇଛି। ଏହି ଶିବିରକୁ ବୁର୍ଲା ରକ୍ତ ଭଣ୍ଡାରର ଡାକ୍ତର ପ୍ରତୀକ ପ୍ରିୟବ୍ରତ, ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ, ପାଇନୁ ଭୋଇ, ସ୍ମୃତି ପଟ୍ଟନାୟକ ଏବଂ ଜନକ ବେହେରା ପରିଚାଳନା କରିଥିଲେ। ହାବିଲଦାର ଏବଂ କନେଷ୍ଟବଳ ଶାଖା ସଂଘ ସଭାପତି ରାମଦାସ ପଣ୍ଡାଙ୍କ ସଂଯୋଜନାରେ ଏହି ଶିବିର ଆୟୋଜନ କରାଯାଇଥିଲl। ଏହି ଶିବିରକୁ ପାଣିମୋରା ସରପଞ୍ଚ ଜଗନ୍ନାଥ ସାହୁ, ଗିରିଶ୍ଚନ୍ଦ୍ରପୂର୍ ସରପଞ୍ଚ ଶୁଭେନ୍ଦୁ ପ୍ରଧାନ, କିସିଣ୍ଡା ଥାନାର ସମସ୍ତ କର୍ମଚାରୀ, ସ୍ଵାଧୀନ ପ୍ରଧାନ ଏବଂ ସ୍ଥାନୀୟ ଲୋକ ସହଯୋଗ କରିଥିଲେ। ଏସଡିପିଓ ପ୍ରଶାନ୍ତ…
ଖୋର୍ଦ୍ଧା: ବିଗତ କିଛି ବର୍ଷ ହେଲା ଓଡିଶା ପୋଲିସ୍ ଦ୍ୱାରା ନିଶା କାରବାର ବିଶେଷ ଭାବରେ ଗଞ୍ଜେଇ ଏବଂ ବ୍ରାଉନ୍ ସୁଗାର ବିରୁଦ୍ଧରେ ବ୍ୟାପକ ଅଭିଯାନ ଜାରି ରହିଛି। ଏହି ସମୟରେ ଜବତ ହେଉଥିବା ନିଶା ଜାତୀୟ ଦ୍ରବ୍ୟଗୁଡ଼ିକ ବିଭିନ୍ନ ଥାନା ଏବଂ କୋର୍ଟ ମାଲଖାନାରେ ଠୁଳ ହୋଇ ରହିଛି। ଯାହାକି ଭବିଷ୍ୟତ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ। ସାଧାରଣତଃ ଏନଡ଼ିପିଏସ ମାମଲାଗୁଡିକର ବିଚାର ପାଇଁ ବହୁ ସମୟ ଲାଗୁଥିବାରୁ ଜବତ ନିଶା ଜାତୀୟ ଦ୍ରବ୍ୟ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟୁଛି। ତେବେ ଜବତ ନିଶା ଜାତୀୟ ଦ୍ରବ୍ୟକୁ ନଷ୍ଟ କରିବା ପାଇଁ ଏକାଧିକ କଟକଣା ଥାଏ ଯାହାଦ୍ୱାରା ପୋଲିସକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ପରିପ୍ରେକ୍ଷୀରେ ଉକ୍ତ ସମସ୍ୟାର ସମାଧାନ ପାଇଁ ପୁର୍ବରୁ ଏସଟିଏଫ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏକ ଆବେଦନ କରିଥିଲା। ଏହାକୁ ଗୁରୁତ୍ୱ ଦେଇ ଉଚ୍ଚ ନ୍ୟାୟାଳୟ ଜବତ ନିଶା ଦ୍ରବ୍ୟ ଗୁଡିକୁ…
ଭୁବନେଶ୍ବର: ଆସନ୍ତାକାଲି ଦୁବାଇରେ ହେବ ବହୁ ପ୍ରତିକ୍ଷିତ ଇନଭେଷ୍ଟର ମିଟ୍। ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସହିତ ଆଲୋଚନା କରିବେ। ସେଥିପାଇଁ ଦୁବାଇରେ ଲାଗିଲାଣି ସ୍ବାଗତଂ ଗେଟ। ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ଗତକାଲିଠାରୁ ଦୁବାଇରେ ପହଞ୍ଚିସାରିଛନ୍ତି। ଏଥିସହିତ ଓଡିଶାରୁ ଯାଇଥିବା ଶିଳ୍ପ ସଚିବ ମଧ୍ୟ ଦୁବାଇରେ ଅଛନ୍ତି। ଏହି ନିବେଶକ ସମ୍ମିଳନୀ ଓଡ଼ିଶା ସରକାର ଓ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ମିଳିତ ଭାବେ ଆୟୋଜିତ ହେବ। ଓଡିଶାରେ ଭରପୁର ଖଣିଜ ପଦାର୍ଥ ରହିଛି ଏହାର ସୁଯୋଗ ନେବା ଲାଗି ସେଠାରେ ନବୀନ ଶିଳ୍ପପତିଙ୍କୁ ଆହ୍ୱାନ ଦେଇଛନ୍ତି। ନିବେଶକ ସମ୍ମିଳନୀ ପରେ ଆସନ୍ତାକାଲି ସନ୍ଧ୍ୟାରେ ପ୍ରବାସୀ ଓଡ଼ିଆଙ୍କୁ ନବୀନ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ସେ ୩୦ ତାରିଖ ୩ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ। ସେ ରାତି ୮ଟା ୨୦ରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ରାତି…
ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କ ଗିରଫଦାରୀକୁ ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱାଇସି ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ମହମ୍ମଦ ଜୁବେରଙ୍କ ସହ କିଛି ଘଟେ ତେବେ ଏହା ମୋଦୀ ସରକାର ଦାୟୀ ରହିବେ। ପୌରାଞ୍ଚଳ ନିର୍ବାଚନ ପାଇଁ ତାଙ୍କ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପାଇଁ ଓୱାଇସି ସୋମବାର ଜବଲପୁରକୁ ଆସିଥିଲେ। ସେଠାରେ ସେ କହିଥିଲେ ଯେ, “ମୁଁ ଦେଶର ପ୍ରଧାନମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛି ଯେ ନୁପୁର ଶର୍ମାଙ୍କୁ କାହିଁକି ଗିରଫ କରାଯାଇ ନାହିଁ? ଭାରତର ପ୍ରଧାନମନ୍ତ୍ରୀ ନୁପୁର ଶର୍ମାଙ୍କୁ କାହିଁକି ରକ୍ଷା କରୁଛନ୍ତି ଏବଂ ମହମ୍ମଦ ଜୁବେରଙ୍କୁ ଜେଲରେ ରଖିଛନ୍ତି।” AIMIM ସଭାପତି ଓୱାଇସି କହିଛନ୍ତି ଯେ, ଅଲ୍ଟ ନ୍ୟୁଜ୍ ର ଜୁବେରଙ୍କୁ ଦିଲ୍ଲୀରେ ପୋଲିସ ଗିରଫ କରିଛି। ଏକ ମିଥ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଯଦି ଜୁବେରଙ୍କ ସହ କିଛି ଘଟେ ତେବେ ମୋଦୀ…
ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କର ନବଯୌବନ ଦର୍ଶନ ହେବ। ଏହାପରେ ମହାପ୍ରଭୁଙ୍କର ନେତ୍ରୋତ୍ସବ ପାଳିତ ହେବ। ତେବେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମୟ ନିର୍ଘଣ୍ଟ ଜାରି କରିଛି। ଆସନ୍ତାକାଲି ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ। ପରେ ସକାଳ ୯ ଟାରୁ ୧୦ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ହେବ। ଦିନ ୨ଟାରୁ ୩ଟା, ସନ୍ଧ୍ୟା ୬ ଟାରୁ ୬ ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ରାତି ୯ଟାରୁ ୧୦ଟା ୩୦ ଓ ରାତି ସାଢ଼େ ୧୧ରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା ହୋଇଛି। ବିଶେଷ ନୀତି ପାଇଁ ସକାଳ ସାଢ଼େ ୧୦ରୁ ଦିନ ୨ଟା, ୩ଟାରୁ ୬ଟା ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ସାଢ଼େ ୬ଟାରୁ ରାତି ୯ଟା ଓ ରାତି ସାଢ଼େ ୧୦ରୁ ସାଢ଼େ ୧୧ ଦର୍ଶନ ବନ୍ଦ…
ନୂଆଦିଲ୍ଲୀ: ଆଜିକାଲି ଆଧାର କାର୍ଡ ଏବଂ ପାନ୍ କାର୍ଡ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦଲିଲରେ ପରିଣତ ହୋଇଛି। ଏହି ଦୁଇଟି ଡକ୍ୟୁମେଣ୍ଟ ବିନା କୌଣସି କାମ କରିବା ସହଜ ନୁହେଁ। ଆଧାର କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ID ପ୍ରୁଫ୍ ଡକ୍ୟୁମେଣ୍ଟ୍, ଯେତେବେଳେ କି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାର୍ଯ୍ୟ ପାଇଁ ପାନ୍ କାର୍ଡ ବ୍ୟବହୃତ ହୁଏ। ଇନକମ ଟ୍ୟାକ୍ସର ନିୟମ ଅନୁଯାୟୀ, ପାନ୍ କାର୍ଡ ଏବଂ ଆଧାର କାର୍ଡକୁ ଲିଙ୍କ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଯଦି କୌଣସି ବ୍ୟକ୍ତି ଏପର୍ଯ୍ୟନ୍ତ ଉଭୟକୁ ଲିଙ୍କ୍ କରିନାହାଁନ୍ତି, ତେବେ ଯଥାଶୀଘ୍ର ଲିଙ୍କ୍ କରିନିଅନ୍ତୁ। ଜୁନ୍ ୩୦ ତାରିଖ ୨୦୨୨ ପର୍ଯ୍ୟନ୍ତ ଆପଣ ଆଧାର ଏବଂ PAN କୁ କମ୍ ଜରିମାନା ସହିତ ଲିଙ୍କ୍ କରିପାରିବେ। ଜୁଲାଇ ୧ ତାରିଖରୁ ଆପଣଙ୍କୁ ଏହି କାମ ପାଇଁ ଦୁଇଗୁଣ ଜରିମାନା ଦେବାକୁ ପଡିବ। ନିୟମ ଅନୁଯାୟୀ, ଆୟକର ବିଭାଗ ଦ୍ଵାରା ମାର୍ଚ୍ଚ ୩୧ ତାରିଖ ୨୦୨୨…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ବଜରଙ୍ଗ ଦଳ ବାଣପୁର-ବାଲୁଗାଁ ପକ୍ଷରୁ ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ବଜାରସ୍ଥିତ ହନୁମାନ ମନ୍ଦିର ପରିସରରେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଶତାଧିକ ହିନ୍ଦୁମାନେ ସ୍ୱତଃପ୍ରବୃତ୍ତ ଭାବେ ଯୋଗଦେଇଥିଲେ। ଏଥି ନିମନ୍ତେ ପୂବରୁ ବଜରଙ୍ଗ ଦଳ ପକ୍ଷରୁ ସମସ୍ତ ହିନ୍ଦୁମାନଙ୍କୁ ଆହ୍ଵାନ ଦିଆଯାଇଥିଲା। ପରିଶେଷରେ ସମସ୍ତ କର୍ମକର୍ତ୍ତାମାନେ ଏକ ବାଇକ ରାଲିରେ ମାମୁଁ ଭଣଜା ପାହାଡ଼ ନିକଟରେ ଏକତ୍ରିତ ହୋଇ ଜୟ ଶ୍ରୀରାମ ନାରା ଦେଇଥିଲେ। ତେବେ ବାଣପୁର ବାଲୁଗାଁରେ ପ୍ରତି ମଙ୍ଗଳବାର ଦିନ ସକାଳ ୭ ଘଟିକାରେ ଏହିପରି ଭାବେ ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ୱର: ସ୍ଥାପନା ହେବାର ପ୍ରଥମ ଦଶନ୍ଧି ମଧ୍ୟରେ ପାଇଥିବା ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଦେଶର ସର୍ବୋତ୍ତମ ୨୦ ଶ୍ରେଷ୍ଠ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଏହି ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ। ଇଣ୍ଡିଆ ଟୁଡେ ସର୍ଭେ- ୨୦୨୨ ମେଡିକାଲ୍ ବର୍ଗରେ ଏମ୍ସ ଭୁବନେଶ୍ୱରକୁ ୨୦ତମ ସ୍ଥାନ ମିଳିଛି। ଗତବର୍ଷ ତୁଳନାରେ ଏହା ଏକ ବିରାଟ ଉପଲବ୍ଧି। କାରଣ ଗତବର୍ଷ ଏମ୍ସ ୨୫ତମ ସ୍ଥାନରେ ସ୍ଥାନିତ ହୋଇଥିଲା। ‘ଇଣ୍ଟେକ୍ କ୍ୱାଲିଟି ଆଣ୍ଡ ଗଭର୍ନାନ୍ସ’, ‘ଏକାଡେମୀକ ଉତ୍କର୍ଷତା’, ‘ଭିତ୍ତିଭୂମି ଏବଂ ଅଭିଜ୍ଞତା’, ‘ବ୍ୟକ୍ତିତ୍ୱ ଏବଂ ନେତୃତ୍ୱ ବିକାଶ’, ‘ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଆଦି ଭଳି ପାଞ୍ଚଟି ବ୍ୟାପକ ପାରାମିଟରକୁ ନେଇ ଗଠିତ ମାପଦଣ୍ଡ ଆଧାରରେ ସାରା ଦେଶରେ ଥିବା ମେଡିକାଲ କଲେଜଗୁଡିକୁ ନେଇ ଏହି ସର୍ଭେ କରାଯାଇଥିଲା। ଇଣ୍ଡିଆ ଟୁଡେ ପକ୍ଷରୁ ଏହି ସମ୍ମାନଜନକ ସର୍ଭେ ଖ୍ୟାତନାମା ଅନୁସନ୍ଧାନ ଏଜେନ୍ସି ମାର୍କେଟିଂ ଆଣ୍ଡ ଡେଭଲପମେଣ୍ଟ ରିସର୍ଚ୍ଚ ଆସୋସିଏଟ୍ସ…
ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।…
ନୂଆଦିଲ୍ଲୀ: ସାଧାରଣ ଲୋକମାନେ କ୍ରମାଗତ ଭାବରେ ମହଙ୍ଗା ମାଡ ଅନୁଭବ କରୁଛନ୍ତି ଏବଂ ଆଜି LPG ସଂଯୋଗ ବିଷୟରେ ଏକ ଚିନ୍ତାଜନକ ଖବର ଆସିଛି। ବର୍ତ୍ତମାନ ଏକ ନୂତନ LPG ସଂଯୋଗ ପାଇବା ପାଇଁ, ଲୋକଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ତୈଳ ମାର୍କେଟିଂ କମ୍ପାନୀଗୁଡିକ ବ୍ୟବସାୟିକ LPG ସିଲିଣ୍ଡର (୧୯ କିଲୋଗ୍ରାମ) ନେବା ପାଇଁ ସୁରକ୍ଷା ଜମା ଶୁଳ୍କ ବୃଦ୍ଧି କରିଛନ୍ତି। ନୂତନ ଦର ମଧ୍ୟ ଆଜି ଠାରୁ ଅର୍ଥାତ୍ ଜୁନ୍ ୨୮ ତାରିଖରୁ କାର୍ଯ୍ୟକାରୀ ହୋଇଛି। ୧୯ କିଲୋଗ୍ରାମ ଏସସି ଭଲଭ ସହିତ ସିଲିଣ୍ଡରର ସୁରକ୍ଷା ଜମା ମୂଲ୍ୟ ୧୭୦୦ ରୁ ୨୪୦୦ ଟଙ୍କା, ଶୁଳ୍କ ହାର ୧୭୦୦ ରୁ ୨୪୦୦ ଟଙ୍କା ଏବଂ ପ୍ୟାନେଲ ରେଟ ୨୫୫୦ ରୁ ୩୬୦୦ ଟଙ୍କାକୁ ବୃଦ୍ଧି ପାଇଛି। ୪୭.୫ କିଲୋଗ୍ରାମ ଏସସି ଭଲଭ ସହିତ ସିଲିଣ୍ଡରର ସୁରକ୍ଷା ଜମା ଦର ୪୩୦୦ ରୁ୪୯୦୦ ଟଙ୍କା, ଶୁଳ୍କ…
ନୂଆଦିଲ୍ଲୀ: ଦୁନିଆର ଅନେକ ଦେଶ ଏବେବି କରୋନା ବିରୋଧରେ ଲଢେଇ ଜାରି ରଖିଛନ୍ତି। ଭାରତରେ ମଧ୍ୟ କୋଭିଡ ମାମଲାରେ ବୃଦ୍ଧି ହେତୁ ଲୋକଙ୍କ ଚିନ୍ତା ବୃଦ୍ଧି ପାଇଛି। ଅବଶ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ମାମଲାରେ ହ୍ରାସ ଘଟିଥିବାର ଦେଖାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୭୯୩ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହି ସମୟରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଏହାପୂର୍ବରୁ ସୋମବାର ଦିନ କରୋନା ମାମଲାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ସୋମବାର ଦିନ ୧୭ ହଜାର ୭୩ ନୂତନ ମାମଲା ରୁଜୁ ହୋଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସକ୍ରିୟ ମାମଲା ୯୬ ହଜାର ୭୦୦ କୁ ବୃଦ୍ଧି ପାଇଛି। ଦେଶରେ କରୋନାର ସର୍ବଶେଷ ଆକଳନ: – ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ମାମଲା- ୧୧ ହଜାର ୭୯୩ – ଗତ ୨୪…
ସୀତାରାମ ଅଗ୍ରୱାଲ ଖୋର୍ଦ୍ଧା: ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳୁ ଖୋର୍ଦ୍ଧା ସଦର ଥାନା ଆଇଆଇସି ଅନିତା ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଦଧିମାଛଗାଡ଼ିଆ ଠାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ଦୁଇ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୧.୨୮ ଗ୍ରାମ ବ୍ରାଉନ ସୁଗାର ଓ ଗୋଟେ ବାଇକ ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ଏକ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ପୁରି ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁର ଗ୍ରାମର ରୋହିତ କୁମାର ବେହେରା (୩୨) ଏବଂ ଖୋର୍ଦ୍ଧା ସଦର ଥାନା ଦଧିମାଛ ଗାଡ଼ିଆ ଗ୍ରାମର ବିଶ୍ୱନାଥ ବେହେରା (୨୧)। ଏହି ପରିପ୍ରେକ୍ଷୀରେ ସଦର ଥାନାରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୧୧୪/୨୨ ରେ ଏକ ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ।
ନୂଆଦିଲ୍ଲୀ/ଭୁବନେଶ୍ୱର: ପତିତ ଜମିର ପୁନରୁଦ୍ଧାର କରି ତାହାକୁ ଚାଷ ଉପଯୋଗୀ କରିବା ସହ ଆଧୁନିକ ପ୍ରଣାଳିରେ ଚାଷ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃଷି ମନ୍ତ୍ରଣାଳୟ ଓ ଅନ୍ତରାଷ୍ଟ୍ରୀୟ ଫସଲ ଅନୁସନ୍ଧାନ ସଂସ୍ଥାନ(ଆଇସିଆରଆଇଏସଏଟି)ର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ଓଡ଼ିଶାର ଖଣି ବହୁଳ ଅଞ୍ଚଳ ଗୁଡ଼ିକରେ ପୁରୁଣା ଖଣି ଓ ଖାଦାନ, ବର୍ତ୍ତମାନର ପାଉଁଶ ଗଦା ଏବଂ ପ୍ରଦୂଷଣ ଯୋଗୁଁ ବହୁ ଜମି ଯାହା ପୂର୍ବରୁ ଚାଷ ଉପଯୋଗୀ ଥିଲା ବର୍ତ୍ତମାନ ସମୟରେ ପତିତ ଜମିରେ ପରିବର୍ତ୍ତିତ ହୋଇଛି। ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ଉଦ୍ଦେଶ୍ୟରେ ମନ୍ତ୍ରୀ ଶ୍ରୀ ପ୍ରଧାନ, କୃଷି ମନ୍ତ୍ରଣାଳୟ ତଥା ଆଇସିଆରଆଇଏସଏଟିର ଧ୍ୟାନ ଆକର୍ଷଣ କରିଥିଲେ। ପରୀକ୍ଷାମୂଳକ ଭାବେ ଏହି ଗବେଷଣା କେନ୍ଦ୍ର ଅନୁଗୋଳ ଜିଲ୍ଲାର ତାଳଚେର ବଲଣ୍ଡା ଅଞ୍ଚଳରେ ପତିତ ଜମି ପୁନରୁଦ୍ଧାର ପ୍ରକଳ୍ପ ହାତକୁ ନେବା ଦିଗରେ ଆଲୋଚନା କରାଯାଇଛି।…
ନୂଆଦିଲ୍ଲୀ/ଭୁବନେଶ୍ବର: ବାଣିଜ୍ୟିକ କୋଇଲା ଖଣି ନିଲାମୀର ତିନୋଟି ପର୍ଯ୍ୟାୟରେ କୋଇଲା ମନ୍ତ୍ରଣାଳୟକୁ ମୋଟ୍ ୩୮ଟି ଅଫଲାଇନ୍ ବିଡ୍ ମିଳିଛି। ନିଲାମୀର ପଞ୍ଚମ ପର୍ଯ୍ୟାୟରେ, ୧୫ଟି କୋଇଲା ଖଣି ପାଇଁ ୨୮ଟି ଅଫଲାଇନ୍ ବିଡ୍ ହସ୍ତଗତ ହୋଇଛି। ଅନ୍ୟପକ୍ଷରେ ୮ଟି କୋଇଲା ଖଣି ପାଇଁ ୨ କିମ୍ବା ତତୋଧିକ ବିଡ୍ ପ୍ରାପ୍ତ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ତୃତୀୟ ପର୍ଯ୍ୟାୟ ନିଲାମୀର ଦ୍ୱିତୀୟ ପ୍ରୟାସ ଅଧୀନରେ ମୋଟ ୯ଟି କୋଇଲା ଖଣି ନିଲାମ ପାଇଁ ରଖାଯାଇଥିଲା। ଏଥିରେ ୬ଟି କୋଇଲା ଖଣି ପାଇଁ ୬ଟି ବିଡ୍ ମିଳିଛି। ଚତୁର୍ଥ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ଅଧୀନରେ, ମୋଟ୍ ୪ଟି କୋଇଲା ଖଣି ନିଲାମ ପାଇଁ ରଖାଯାଇଥିଲା। ୩ଟି କୋଇଲା ଖଣି ପାଇଁ ୪ଟି ବିଡ ହସ୍ତଗତ ହୋଇଛି। ବାଣିଜ୍ୟିକ କୋଇଲା ନିଲାମୀର ପଞ୍ଚମ ପର୍ଯ୍ୟାୟ, ଚତୁର୍ଥ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ଏବଂ ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସ ଅଧୀନରେ କ୍ଷମତାପ୍ରାପ୍ତ ପ୍ରାଧିକରଣ ଭାବେ…
ଭୁବନେଶ୍ୱର: ତୀର୍ଥଯାତ୍ରୀମାନଙ୍କ ଗମନାଗମନ ଏବଂ ସୁବିଧା ପାଇଁ ରଥଯାତ୍ରା (କାର୍ ଫେଷ୍ଟିଭାଲ୍) ଅବଧି ସମୟରେ ପୁରୀକୁ ଏବଂ ପୁରୀ ଠାରୁ 205 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା କରିଛି। କୋଭିଡ 19 ପ୍ରୋଟୋକଲ ଯୋଗୁଁ ଗତ ଦୁଇ ବର୍ଷରୁ ତୀର୍ଥଯାତ୍ରୀଙ୍କ ବିନା ରଥ ଯାତ୍ରା ଆୟୋଜିତ ହୋଇଥିବାରୁ ଚଳିତ ବର୍ଷ ପୁରୀରେ ବହୁ ତୀର୍ଥଯାତ୍ରୀ ଏକାଠି ହେବେ ବୋଲି ରେଲୱେ ଆକଳନ କରୁଛି। ଏହା ବ୍ୟତୀତ ପୂର୍ବ ତଟ ରେଳପଥ ପଡୋଶୀ ରାଜ୍ୟଗୁଡିକର ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ ପୁରୀକୁ ଆସୁଥିବା ଏବଂ ପୁରୀ ଠାରୁ ଛାଡୁଥିବା ଅନେକ ବିଶେଷ ଟ୍ରେନ୍ଗୁଡିକରେ ତୀର୍ଥଯାତ୍ରୀମାନଙ୍କୁ ସଂରକ୍ଷିତ କ୍ଲାସ୍ ଯାତ୍ରା ସୁବିଧା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି। 02837/02838 ଶାଲିମାର-ପୁରୀ-ଶାଲିମାର ରଥ ଯାତ୍ରୀ ସ୍ପେଶାଲ ଏକ୍ସପ୍ରେସ ଶାଲିମାର ଠାରୁ 29.06.2022 ଅପରାହ୍ନ 12ଘ.45ମି.ରେ ଛାଡି ସେହିଦିନ ରାତ୍ରି 10ଘ.30ମି.ରେ ପୁରୀରେ ପହଞ୍ଚିବ। ଫେରିବା ମାର୍ଗରେ ଏହା 30.06.2022 ସକାଳ 05ଘ.30ମି.ରେ…
ମେଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ବୃଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ମିଥୁନ- ଆପଣ ଏକାସାଙ୍ଗରେ ଅନେକ…
ଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଆଜି ୨୦୧୮ – ୧୯ ଏବଂ ୨୦୧୯ – ୨୦୨୦ ନିମନ୍ତେ ଜିଲ୍ଲା ମାନଙ୍କର ପ୍ରଦର୍ଶନ ମାନକ ସୂଚକାଙ୍କ (ପିଜିଆଇ – ଡି) ପ୍ରକାଶ କରିଛନ୍ତି, ଯାହା ଜିଲ୍ଲା ସ୍ତରରେ ବିସ୍ତୃତ ବିଶ୍ଲେଷଣ ପାଇଁ ଏକ ସୂଚକାଙ୍କ ସୃଷ୍ଟି କରି ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ପ୍ରଦର୍ଶନକୁ ଆକଳନ କରିଥାଏ। ପ୍ରାୟ ୧୫ ଲକ୍ଷ ବିଦ୍ୟାଳୟ, ୯୭ ଲକ୍ଷ ଶିକ୍ଷକ ଏବଂ ବିଭିନ୍ନ ସାମାଜିକ – ଅର୍ଥନୈତିକ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୨୬ କୋଟି ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିବା ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ବୃହତମ ଶିକ୍ଷା ବ୍ୟବସ୍ଥା ଅଟେ। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ରାଜ୍ୟ ଗୁଡିକ ପାଇଁ ପ୍ରଦର୍ଶନ ମାନକ ସୂଚକାଙ୍କ (ପିଜିଆଇ) ପ୍ରସ୍ତୁତ କରିଛନ୍ତି ଏବଂ ୨୦୧୭ – ୧୮ ଠାରୁ ୨୦୧୯ – ୨୦ ପର୍ଯ୍ୟନ୍ତ ସମୟର ସନ୍ଦର୍ଭ (ରେଫରେନ୍ସ) ବର୍ଷ ଗୁଡିକ ପାଇଁ…

