ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ପ୍ରକଳ୍ପ ଯାଞ୍ଚ କରିବେ ଏବଂ ନୂଆଗାଁ ରୋଡ ଷ୍ଟେସନରେ ମହିପୁର-ନୂଆଗାଁ ରୋଡ ରେଳ ସେକ୍ସନ ର ଶୁଭାରମ୍ଭ କରାଇବେ। ଏହା ସହିତ ମହିପୁର ଷ୍ଟେସନ ଠାରୁ ସେ 08429/08430 ଭୁବନେଶ୍ୱର-ମହୀପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେସିଆଲ ଟ୍ରେନକୁ ନୂଆଗାଁ ରୋଡ ଷ୍ଟେସନ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ଶୁଭାରମ୍ଭ କରାଇବା ସହିତ ବୋଲଗଡ ପାସେଞ୍ଜର ହଲଟ ଠାରେ ସେବା ଏକ୍ସପ୍ରେସର ରହଣୀକୁ ଏବଂ ନୂଆଗାଁ ରୋଡ ଠାରୁ ପୁରୀ ପର୍ଯ୍ୟନ୍ତ ନୂତନ ଟ୍ରେନ ଚଳାଚଳର ଘୋଷଣା କରିବେ। ସନ୍ଧ୍ୟାରେ ଶ୍ରୀ ବୈଷ୍ଣବ ଖୋର୍ଦ୍ଧା ରୋଡ ଷ୍ଟେସନ ଠାରେ ନୂତନ ଷ୍ଟେସନ ବିଲଡିଂର ଉଦଘାଟନ କରିବା ସହିତ ଭୁବନେଶ୍ୱର-ନୂଆଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସର LHB କୋଚ୍ ସହିତ ଚଳାଚଳକୁ ଶୁଭାରମ୍ଭ କରାଇବେ। ଏହା ବ୍ୟତୀତ ଖୋର୍ଦ୍ଧା ରୋଡ…
Author: Samikhsya Bureau
ଭୁବନେଶ୍ବର, ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ପରଂପରା କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି। ଏହାର ପ୍ରମାଣ ବିଭିନ୍ନ ସମୟରେ ଐତିହାସିକମାନେ ବର୍ଣ୍ଣନା କରିଛନ୍ତି। ସେହିପରି ବହୁ ପ୍ରାଚୀନ ପୁରାଣରେ ମଧ୍ୟ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ମଧ୍ୟ ରହିଛି। ସେଗୁଡିକ ମଧ୍ୟରେ ରହିଛି ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା ଏବଂ ଶାରଦା ପୁରାଣ ପରି ଅସଂଖ ପୁରାଣ ପୋଥୀରେ ଏହାର ବର୍ଣ୍ଣନା ରହିଛି। ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି ଯେ, ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା…
ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୫୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୯୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୮ ବରଗଡ ଜିଲ୍ଲାରୁ- ୩ ଭଦ୍ରକ ଜିଲ୍ଲାରୁ- ୪ କଟକ ଜିଲ୍ଲାରୁ- ୧୬ ଢେଙ୍କାନାଳ ଜିଲ୍ଲାରୁ- ୧ ଝାରସୁଗୁଡା ଜିଲ୍ଲାରୁ- ୧ କେନ୍ଦ୍ରାପଡା ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୬୯ ମାଲକାନଗିରି ଜିଲ୍ଲାରୁ- ୧ ମୟୂରଭଞ୍ଜ ଜିଲ୍ଲାରୁ- ୧ ପୁରୀ ଜିଲ୍ଲାରୁ- ୯ ରାୟଗଡା ଜିଲ୍ଲାରୁ- ୧ ସମ୍ବଲପୁର ଜିଲ୍ଲାରୁ- ୩ ସୋନପୁର ଜିଲ୍ଲାରୁ- ୨ ସୁନ୍ଦରଗଡ ଜିଲ୍ଲାରୁ- ୧୨ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୯ ହଜାର ୭୫୭ ରେ ପହଞ୍ଚିଥିବା…
ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ସମେତ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ରାଜ୍ୟର ୨୦ ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବା ବେଳେ ୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼କୁ ସତର୍କତା ଜାରି କରାଯାଇଛି। ଉପକୂଳ ଓଡ଼ିଶା ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗିରହିବ।
ଭୁବନେଶ୍ଵର: ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ର ବଡ କାର୍ଯ୍ୟାନୁଷ୍ଠାନ। ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଇଓଡ଼ବ୍ଲ୍ୟୁ ଗିରଫ କରିଛି। ଓଡ଼ିଆ ଟିଭି ଚ୍ୟାନେଲ ‘ବଡ଼ ଖବର’ ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଠକେଇ ଓ ଜାଲିଆତି ଅଭିଯୋଗରେ ଗିରଫ କରାଯାଇଛି। ନୟାଗଡ଼ ଓଡ଼ଗାଁରୁ ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁ ଗିରଫ କରିଛି। ଏନେଇ ଇଓଡ଼ବ୍ଲ୍ୟୁ ଏସପି ସୂଚନା ଦେଇଛନ୍ତି। ଆସନ୍ତା କାଲି ଅର୍ଦ୍ଧେନ୍ଦୁ ଦାସଙ୍କୁ ଇଓଡ଼ବ୍ଲ୍ୟୁ ନୋଟିସ୍ ଜାରି କରିବା ସହ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ହାଜର ହୋଇନଥିଲେ। ଏହାପରେ ଗତକାଲି ତାଙ୍କ ବାସଭବନ ଉପରେ ଇଓଡ଼ବ୍ଲ୍ୟୁ ଚଢ଼ାଉ କରିଥିଲେ ମଧ୍ୟ ଅର୍ଦ୍ଧେନ୍ଦୁ ଦାସ ଫେରାର ହୋଇଯାଇଥିଲେ। ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ସହ ଯୋଗାଯୋଗ ସମ୍ଭବ ନହେବାରୁ ଗତକାଲି ଅପରାହ୍ନରେ ଇଓଡ଼ବ୍ଲ୍ୟୁ ର ଏକ ପାଞ୍ଚ ଜଣିଆ ଟିମ୍ ବଡ଼ଗଡ଼ ଟଙ୍କପାଣି ରୋଡ୍ ସ୍ଥିତ ‘ବଡ଼ ଖବର’ ଅଫିସରେ ଚଢାଉ କରିଥିଲା।
ନୂଆଦିଲ୍ଲୀ: ଆଜିଠାରୁ ଅମରନାଥ ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ପ୍ରାୟ ୧୦ ହଜାର ତୀର୍ଥଯାତ୍ରୀ ପହଲଗାମ ବେସ କ୍ୟାମ୍ପରେ ପହଞ୍ଚିଛନ୍ତି। ଦୁଇ ବର୍ଷ ପରେ ଅମରନାଥ ଯାତ୍ରା ବିଷୟରେ ଭକ୍ତଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଅମରନାଥ ଯାତ୍ରା ୪୩ ଦିନ ପର୍ଯ୍ୟନ୍ତ ଚାଲିବ। ଆଜିଠାରୁ ଆରମ୍ଭ ହୋଇଥିବା ଯାତ୍ରା ଅଗଷ୍ଟ ୧୧ ତାରିଖରେ ଶେଷ ହେବ। ୭-୮ ଲକ୍ଷ ଭକ୍ତ ଦର୍ଶନ କରିବେ ବୋଲି ଆଶା କରାଯାଉଛି। ପ୍ରତିଦିନ ୧୦-୧୦ ହଜାର ଭକ୍ତ ପହଲଗାମ ଏବଂ ବାଲଟାଲ ବେସ କ୍ୟାମ୍ପରୁ ବାବା ବରଫାନିଙ୍କୁ ଦେଖିବାକୁ ଯିବେ। ଆତଙ୍କବାଦୀ ଆକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି। ଅଧିକାରୀ କହିଛନ୍ତି ଯେ ପବିତ୍ର ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗର ଦର୍ଶନ ପାଇଁ ଶ୍ରୀ ଅମରନାଥ ଶ୍ରୀମନ୍ଦିର ବୋର୍ଡ (SASB) ସମସ୍ତ ପ୍ରସ୍ତୁତି କରିଛି। ଜମ୍ମୁ କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ବୁଧବାର ଦିନ ଜମ୍ମୁ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବିଦେଶ ଗସ୍ତ ସାରି ଭୁବନେଶ୍ବରରେ ପହଞ୍ଚିବେ। ସେ ଆଜି ସେ ୩ ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ। ରାତି ୮ଟା ୨୦ମିନଟରେ ସେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ରାତି ୯ ଟା ୩୦ମିନିଟରେ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଭୁବନେଶ୍ବରରେ ସେ ସାଢ଼େ ୧୧ଟାରେ ପହଂଚିବେ ବୋଲି ଜଣାପଡିଛି। ନବନୀ ଗତ ୨୦ ତାରିଖରୁ ବିଦେଶ ଗସ୍ତରେ ଥିଲେ। ସେ ଦୁଇଟି ଦେଶ ରୋମ ଏବଂ ଦୁବାଇ ଗସ୍ତ କରିଥିଲେ। ସେ ରୋମରେ ଜାତିସଂଘର WFP ମୁଖ୍ୟାଳୟରେ ଓଡିଶାର ଖାଦ୍ୟ ସୁରକ୍ଷା ଉପରେ ନିଜର ମତ ରଖିଥିଲେ। ସେହିପରି ସେ ଭାଟିକାନସିଟି ଯାଇ ଖ୍ରୀଷ୍ଟୀୟ ଧର୍ମଗୁରୁ ପୋପଙ୍କୁ ସାକ୍ଷାତ କରିଥିଲେ। ସେଠାରୁ ନବୀନ ଗତ ୨୬ ତାରିଖ ଅପରାହ୍ନ ୩ ଟା ୨୫ରେ ଦୁବାଇ ଗସ୍ତ କରିଥିଲେ। ସେ ଦୁବାଇରେ ପାଞ୍ଚଦିନ ଅବସ୍ଥାନ କରିଥିଲେ। ଏହି ରହଣି ସମୟରେ…
ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲରେ ଏକ ସିପିଆଇର ମାଓ କ୍ୟାମ୍ପ ଥିବା ସୂଚନାପାଇ ଶନିବାର କଳାହାଣ୍ଡି ଏସପିଙ୍କ ତତ୍ତ୍ବାବଧାନରେ ଏସଓଜି ଏବଂ ସିଆରପିଏଫ ମିଳିତ ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହେଇଥିବାବେଳେ ୩ଟି ବୋମାକୁ ନିଷ୍କ୍ରିୟ କରାଯାଇଥିଲା ବୋଲି ଏସପି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମାଓବାଦୀଙ୍କଠାରୁ ୪ଟି ଏକେ୪୭ ବନ୍ଧୁକ, ୪ଟି ଗୋଳା ବାରୁଦ, ୨ଟି ବାରୁଦ ପ୍ୟାକେଟ, ୨ଟି ଇଲେକ୍ଟ୍ରୋନିକ ଡିଟୋନେଟର, ୨ଟି ସୋଲାର ପ୍ୟାନେଲ, ୩ଟି ରେଡ଼ିଓ ଟ୍ରାନଜିଷ୍ଟର୍, ୨ଟି ମଲ୍ଟି ମିଟର, ୫ଟି ଆଇଇଡି ମେକାନିଜମ, ୧୦ମିଟର ଇଲେକ୍ଟ୍ରୋନିକ ତାର, ୫ଟି ମାଓ ଡ୍ରେସ, ୪ଟି ଡ୍ରେସ, ୫ଟି କିଟ ବ୍ୟାଗ, ୪ଟି ମାଓ ବ୍ୟାନର, ୩ଟି ମଓଆ ବେଲ୍ଟ, ୬ଟି ଚପ୍ପଳ, ୪ଟି ଜୋତା, ୧ଟି ମଶାରୀ, ୮ଟି ପଲିଥିନ ଜରି,…
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଅନୁଗୋଳ ଏବଂ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବିଭିନ୍ନ ଲୋକଭିମୁଖୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ଶିକ୍ଷା ଓ ରେଳ ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଭୂମିପୂଜନ ଓ ଶୁଭାରମ୍ଭ କରିବେ। ଏହା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରଥଯାତ୍ରା ଦିନ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସନ୍ତାକାଲି(ଗୁରୁବାର) ସକାଳେ ଭୁବନେଶ୍ୱରରେ ପହଞ୍ଚିବା ପରେ ଅନୁଗୋଳ ଜିଲ୍ଲା ତାଳଚେର ଗସ୍ତ କରିବେ। ଏମସିଏଲର ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିବା ସହ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଭୂମିପୂଜନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡ଼ିଓ କନଫରେନ୍ସିଂରେ ଯୋଗଦେବେ। ପରବର୍ତ୍ତୀ ପର୍ଯ୍ୟାୟରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ)ର କମ୍ପ୍ୟୁଟରୀକରଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ନିଷ୍ପତ୍ତି ପ୍ୟାକ୍ସଗୁଡ଼ିକର ଦକ୍ଷତା ବଢ଼ାଇବା ସହିତ ପରିଚାଳନାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ଆଣିବ। ପ୍ୟାକ୍ସଗୁଡ଼ିକର କାରବାରରେ ବିବିଧତା ଆସିବା ସହିତ ବିଭିନ୍ନ ଗତିବିଧି/ସେବା ଆରମ୍ଭ କରିବା କ୍ଷେତ୍ରରେ ସୁବିଧା ମିଳିବ। ଏହି ପ୍ରକଳ୍ପ ପାଇଁ ମୋଟ ୨୫୧୬ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରାଯାଇଛି। ଭାରତ ସରକାର ଏଥିରେ ୧୫୨୮ କୋଟି ଟଙ୍କା ଖର୍ଚ୍ଚ କରିବେ। ମୋଟ ୫ ବର୍ଷର ଅବଧି ମଧ୍ୟରେ ପ୍ରାୟ ୬୩ ହଜାର କାର୍ଯ୍ୟକ୍ଷମ ପ୍ୟାକ୍ସର କମ୍ପ୍ୟୁଟରୀକରଣ କରାଯିବ। ଦେଶରେ ସ୍ବଳ୍ପକାଳୀନ ସମବାୟ ଋଣ (ଏସଟିସିସି) ଯୋଗାଇ ଦେବାର ତ୍ରିସ୍ତରୀୟ ବ୍ୟବସ୍ଥାରେ ସବୁଠୁ ତୃଣମୂଳସ୍ତରରେ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ଗୁଡ଼ିକ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ପ୍ରାୟ ୧୩ କୋଟି ଚାଷୀ ପ୍ୟାକ୍ସର ସଦସ୍ୟ ଭାବେ…
ବିଛା : – ଆଜି ଆପଣଙ୍କ ମନସ୍ତାପକୁ ହସି ହସି ହେୟଜ୍ଞାନ କରି ଉଡାଇ ଦିଅନ୍ତୁ। କୌଣସି ଗୁରୁତ୍ବ ଦିଅନ୍ତୁ ନାହିଁ। କାରଣ ଏପରି ନ କଲେ ଆପଣ ବିରକ୍ତ ହୋଇପାରନ୍ତି । କେହି କେହି ଆଜି ଆପଣଙ୍କ ଜୀବନସାଥୀଙ୍କ ପ୍ରତି ବହୁତ ଆଗ୍ରହ ଦେଖାଇ ପାରନ୍ତି, କିନ୍ତୁ ଦିନ ଶେଷ ସୁଦ୍ଧା ଆପଣ ଅନୁଭବ କରିବେ ଯେ ଏଥିରେ କିଛି ଭୁଲ୍ ନାହିଁ। ଧନୁ: – ଆଗାମୀ କିଛି ଦିନ ମଧ୍ୟରେ, ଆପଣ ଅନେକ ଭଲ ସୁଯୋଗ ପାଇବେ। ଯେଉଁମାନେ ଆପଣଙ୍କୁ ଭୁଲ ପଥରେ ନେଇପାରନ୍ତି କିମ୍ବା ଏପରି ସୂଚନା ଦେଇପାରିବେ, ଯାହା ଆପଣଙ୍କ ପାଇଁ କ୍ଷତିକାରକ ବୋଲି ପ୍ରମାଣ କରିପାରେ । ଆପଣଙ୍କ ସାଥୀଙ୍କ କିଛି କାମ ପାଇଁ ଆପଣ କିଛି ଲଜ୍ଜା ଅନୁଭବ କରିପାରନ୍ତି । କିନ୍ତୁ ପରେ ଆପଣ ଅନୁଭବ କରିବ ଯେ ଯାହା ଘଟିଲା ତାହା ଭଲ ପାଇଁ ଘଟିଲା । ମକର :…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ସ୍ଥିତ ସଂସ୍କୃତି ଭବନ ଠାରେ ନବଗଠିତ କଳାହାଣ୍ଡି ଜନବାଦି ଲୋକମଞ୍ଚ ପକ୍ଷ ରୁ କଳାହାଣ୍ଡି ର ପ୍ରାକୃତିକ ସୌନ୍ଦର୍ଯ୍ୟ ଜଳ, ଜଙ୍ଗଲ, ତଥା ଖଣ୍ଡୁଆଲ ମାଳି ପର୍ବତ ମାଳା ର ସୁରକ୍ଷା ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀ ରେ ଆବାହକ ଦାମୋଦର ବେହେରା ସଭାପତିତ୍ବ କରିଥିଲେ ଏବଂ ଆଦିବାସୀ ମହାସଂଘ ର କଳାହାଣ୍ଡି ଜିଲ୍ଲା ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ଭୋଇ, ଉପେନ୍ଦ୍ର ଦ୍ରାବିଡ, ସତ୍ୟ ମାହାର, କ୍ରାନ୍ତି କାରି ସଙ୍ଗୀତଜ୍ଞ ରାଜ କିଶୋର ସୁନାନି, କର୍ଲାପାଟ ସରପଞ୍ଚ ବିଶ୍ଵ ନାଥ ମାଝୀ, ସୁରେଶ ସଂଗ୍ରାମ, ଆଜାଦ ସ୍ଵାତୀ, ସୁରେଶ ସଂଗ୍ରାମ, ବରିଷ୍ଠ ଆଇନଯିବି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଅଖିଳ ଭାରତ ଛାତ୍ର ସଙ୍ଘ ଜିଲ୍ଲା ସଭାପତି ରାଜାରାମ ଡଙ୍ଗରି, ଅଖିଳ ଭାରତ ଯୁବ ସଙ୍ଘ ଜିଲ୍ଲା ସମ୍ପାଦକ ସଞ୍ଜୟ ଶୁନାନି, ଲକ୍ଷ୍ମଣ ରଣବୀର, ଜୁନାଗଡ…
ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶର ୪୨ଟି ଏକ ନିୟୁତରୁ ଅଧିକ ଜନସଂଖ୍ୟା ବହୁଳ ନଗରୀ ଓ ଜନବସତିପୂର୍ଣ୍ଣ ସହରରେ ମୁକ୍ତ ବାୟୁ ପରିଚାଳନା ତଥା ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକର ବର୍ଜନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପରିବେଶ ବିଭାଗର ବରିଷ୍ଠ ଅଧିକାରୀ ଓ ପୌର ଆୟୁକ୍ତ, ସହରାଞ୍ଚଳ ବିକାଶ ଓ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବୈଠକରେ ଜୁଲାଇ ପହିଲା ୨ଠ୨୨ରୁ ଚିହ୍ନଟ ହୋଇଥିବା ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ (ଏସୟୁପି) ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ଉପରେ ପୌର ଆୟୁକ୍ତମାନଙ୍କୁ କୁହାଯାଇଥିଲା। ଏ ସଂକ୍ରାନ୍ତ ବିଜ୍ଞପ୍ତି ଅଗଷ୍ଟ ୧୨, ୨ଠ୨୧ରେ ପ୍ରକାଶିତ ହୋଇଛି। ପୌର ଆୟୁକ୍ତଗଣ ସେମାନଙ୍କ ଅଞ୍ଚଳ ପରିସୀମା ମଧ୍ୟରେ ଏହାକୁ ନିଜର ସ୍କ୍ୱାର୍ଡ ସହ ଲାଗୁ କରିବାକୁ ଅନୁରୋଧ କରାଯାଇଛି। ବ୍ୟବସାୟୀ, ବଣ୍ଟନକାରୀ, ପାଇକାରୀ ଓ ଖାଉଟି ଓ ଏଥିସହ ସଂଶ୍ଳିଷ୍ଟ ଅନ୍ୟମାନଙ୍କୁ ନିଷେଧ ଏସୟୁପି ପରିବର୍ତ୍ତେ ବିକଳ୍ପ…
ଭୁବନେଶ୍ୱର: ଲକଡାଉନ ସମୟରେ ବାତିଲ ହୋଇଥିବା କିଛି ଟ୍ରେନ୍ ପୁନଃ ପ୍ରଚଳନ ପାଇଁ ନିକଟରେ ଓଡିଶା ଗସ୍ତ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବ ତଟ ରେଳବାଇର ଚାରି ଯୋଡି ଟ୍ରେନ୍ ପୁନ ପ୍ରଚଳନ କରିବାକୁ ଘୋଷଣା କରିଥିଲେ। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ପୂର୍ବ ତଟ ରେଲୱେ ଅଧୀନରେ ସାତ ଯୋଡି ଟ୍ରେନକୁ ପୁନଃ ପ୍ରଚଳନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ଟ୍ରେନ୍ ଗୁଡିକ ହେଉଛି, ପୁରୀ-ସାଇ ନାଗର ସିରିଡ଼ି-ପୁରୀ ଏକ୍ସପ୍ରେସ, ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ, କଟକ-ଭଦ୍ରକ-କଟକ ମେମୁ ସ୍ପେଶାଲ, ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ଇଣ୍ଟରସିଟି, ବିଶାଖାପାଟନମ୍-ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ, କଟକ-ପଲାସା-କଟକ ସ୍ପେଶାଲ୍ଏ ବଂ ପୁରୀ-ତାଳଚେର-ପୁରୀ ମେମୁ ସ୍ପେଶାଲ। ୧୮୪୧୪/୧୮୪୧୩ ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ ୨୭ ଜୁନ୍ ୨୦୨୨ ଠାରୁ ଉଭୟ ପାର୍ଶ୍ୱରୁ ଚଳାଚଳ କରୁଛି। ଏହା ପୁରୀରୁ ସକାଳ ୬ଘ.୧୫ମି.ରେ ଛାଡୁଥିବାବେଳେ ପାରାଦୀପରୁ ସନ୍ଧ୍ୟା ୬ ଘଟିକାରେ ଛାଡ଼ୁଛି। ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ସ୍ପେଶାଲ୍ ୨୭ ଜୁନ୍ ୨୦୨୨ ଠାରୁ ଉଭୟ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଉପ କାରାଗାର ପରିସରରେ ଏକ ପାଠାଗାର ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ସେଣ୍ଟ ଜାଭିଅର ହାଇସ୍କୁଲ ପକ୍ଷରୁ ଉକ୍ତ ପାଠାଗାରକୁ ଉପ କାରାଗାର ପରିସରରେ ଖୋଲାଯାଇଛି। ଉକ୍ତ ମହତ କାର୍ଯ୍ୟରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ଜେଲ ସୁପରିଟେଣ୍ଡେଣ୍ଟ ଜଗତ ବିହାରୀ ରାଉତରାୟ। ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବାଣପୁର ସେଣ୍ଟ ଜାଭିଅର ହାଇସ୍କୁଲ ପରିଚାଳକ ଡାକ୍ତର ଶକ୍ତି ପ୍ରସାଦ ମହାନ୍ତି, ବିଶିଷ୍ଟ ବାସ୍ତୁବିଦ, ରାଜ୍ୟ ସମାଜସେବୀ ମହାସଂଘର ପ୍ରତିଷ୍ଠାତା ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ବିଦ୍ୟାଳୟର ସଦସ୍ୟ ରବି ନାରାୟଣ ହୋତା ଏବଂ ସତ୍ୟ ନାରାୟଣ ପ୍ରଧାନ ଆଦି ଉପସ୍ଥିତ ଥିଲେ। ତେବେ ଜେଲ ସୁପରିଟେଣ୍ଡେଣ୍ଟଙ୍କ ପ୍ରଚେଷ୍ଟା ଲାଗି ଏହା ସମ୍ଭବ ହୋଇପାରିଛି ବୋଲି ବିଦ୍ୟାଳୟ ପରିଚାଳକ ଡ଼ା ମହାନ୍ତି କହିବା ସହ ଏଥିନିମନ୍ତେ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ଆଗକୁ ମଧ୍ୟ କାରାଗାରରେ ଏପରି ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି…
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଝଟକା ପରେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବାବେଳେ ସେ ଏହା ଘୋଷଣା କରିଛନ୍ତି। ଏଥି ସହିତ, ଠାକରେ ଏହା ସ୍ପଷ୍ଟ କରିଛନ୍ତି ଯେ, ମୋ ପାଖରେ ଥିବା ଶିବସେନାକୁ କେହି ଛଡ଼ାଇ ନେଇ ପାରିବେ ନାହିଁ। ମୁଁ ବିଧାନ ପରିଷଦର ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଉଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଆମର ଭଲ କାର୍ଯ୍ୟଗୁଡ଼ିକ ପ୍ରତି ନଜର ଲାଗିଗଲା। ଆମେ ସହରଗୁଡ଼ିକର ନାମ ପରିବର୍ତ୍ତନ କରିବାକୁ ସ୍ଥିର କଲୁ। ଏହି ସମୟରେ ସୋନିଆ ଗାନ୍ଧୀ ଏବଂ ଶରଦ ପାୱାରଙ୍କୁ ଉଦ୍ଧବ ଠାକରେ ପ୍ରଶଂସା କରିଥିଲେ। ଉଦ୍ଧବ ଠାକରେ କହିଛନ୍ତି ଯେ, ନ୍ୟାୟ ଦେବତା ଏହି ରାୟ ଦେଇଛନ୍ତି, ଫ୍ଲୋର ଟେଷ୍ଟ ପାଇଁ କହିଛନ୍ତି। ରାଜ୍ୟପାଳଙ୍କୁ ମଧ୍ୟ ଧନ୍ୟବାଦ।…
ସୁଧାଶ୍ରୀ ଦାସ, ଦୁବାଇ ୟୁଏଇ ଏବଂ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକା ଅଞ୍ଚଳର କମ୍ପାନୀଗୁଡିକରୁ ଓଡିଶାକୁ ଆସିବ ୨୧,୦୦୦ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି। ଏଥିରେ ପ୍ରାୟ ୧୯,୦୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାର ସମ୍ଭାବନା ରହିଛି। ଆଜି ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ପ୍ରତିଶୃତି ଦେଇଛନ୍ତି ଆରବ ଦେଶର ବିଭିନ୍ନ କଂପାନୀ। ବୁଧବାର ଦୁବାଇର ଓବରାଇ ହୋଟେଲରେ ଉଦଘାଟିତ ହୋଇଥିବା ଓଡିଶା ଇନଭେଷ୍ଟର ମିଟରେ କମ୍ପାନୀଗୁଡିକ ଭିତ୍ତିଭୂମି, ଆତିଥ୍ୟ, ଲଜିଷ୍ଟିକ୍ସ, ରାସାୟନିକ ପଦାର୍ଥ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ରଗୁଡିକରେ ରାଜ୍ୟରେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିବାର ଜଣାପଡିଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ତରଫରୁ କଂପାନୀଗୁଡିକୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଦୁବାଇର ଏହି ବୈଠକରେ ପ୍ରାୟ ୧୫୦ ରୁ ଅଧିକ ବଡ କମ୍ପାନୀର ଅଧିକାରୀ ଯୋଗ ଦେଇଥିଲେ। ସେମାନଙ୍କୁ…
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଯଦି ଆବଶ୍ୟକ ହୁଏ ତେବେ ଅଗଷ୍ଟ ୬ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଉପରାଷ୍ଟ୍ରପତି ନିର୍ବାଚନ-୨୦୨୨ ପାଇଁ ବିଜ୍ଞପ୍ତି ଜୁଲାଇ ୫ ତାରିଖରେ ଜାରି କରାଯିବ। ନାମାଙ୍କନ ପତ୍ର ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ହେବ। ପ୍ରାର୍ଥୀମାନେ ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିବାକୁ ସମର୍ଥ ହେବେ। ନିର୍ବାଚନ ଆୟୋଗ ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଦେବାର ତାରିଖ ସ୍ଥିର କରିଛନ୍ତି ଏବଂ ସେହି ଦିନ ଭୋଟ୍ ଗଣନା ମଧ୍ୟ ହେବ। ଦେଶର ବର୍ତ୍ତମାନର ଉପରାଷ୍ଟ୍ରପତି ହେଉଛନ୍ତି ଭେଙ୍କୟା ନାଇଡୁ, ଯାହାର କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେବ। ଏହାପୂର୍ବରୁ ନୂତନ ଉପ-ରାଷ୍ଟ୍ରପତି ନିର୍ବାଚିତ ହେବେ। ଉପରାଷ୍ଟ୍ରପତି ନିର୍ବାଚନରେ କିଏ ପ୍ରତିଦ୍ୱନ୍ଦ୍ୱିତା କରିପାରିବ?: ଭାରତର ଯେକୌଣସି ନାଗରିକ ଯିଏ ୩୫ ବର୍ଷ ବୟସ ହାସଲ କରିଛନ୍ତି, ସେ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ।…
ଭୁବନେଶ୍ବର: ଆସନ୍ତା ୧ ତାରିଖରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଓଡିଶା ଡାକ ପରିମଣ୍ଡଳ ସମସ୍ତ ପ୍ରଧାନ ଡାକଘରମାନଙ୍କରେ ଏକ ସ୍ଵତନ୍ତ୍ର ରଦ୍ଦକରଣ ମୋହର ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ପ୍ରଧାନ ଡାକ ଘରେ ରେଜିଷ୍ଟ୍ରୀ ପୋଷ୍ଟ/ସ୍ପିଡ ପୋଷ୍ଟ ଡାକ ବୁକିଙ୍ଗ କରିବା ପାଇଁ ଦିନ ୧୦ ଘଟିକା ଠାରୁ ଅପରାହ୍ନ ୦୧ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ଏହି ସମୟ ମଧ୍ୟରେ “ସ୍ଵତନ୍ତ୍ର ରଦ୍ଦକରଣ ମୋହର” ଡାକଘର ମାନଙ୍କରେ ଉପଲବ୍ଧ ହେବ।
ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ କୋଇଲା କ୍ଷେତ୍ର ଅଧିକରୁ ଅଧିକ କୋଇଲା ଉତ୍ପାଦନ ମାଧ୍ୟମରେ ଦ୍ରୁତ ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରିବା ନିମନ୍ତେ ନିରନ୍ତର ପ୍ରୟାସ କରି ଆସୁଛି। ଅନୁରୂପ ଭାବେ, ଦେଶର କୋଇଲା କ୍ଷେତ୍ର ପରିବେଶ ସୁରକ୍ଷା ଉପରେ ଜୋର ଦେବା ସହିତ ଜଙ୍ଗଲ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରୁଛି। ଦୀର୍ଘସ୍ଥାୟୀ ବିକାଶ ମାର୍ଗକୁ ଗ୍ରହଣ କରିବାର ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ନିଆଯାଉଛି। ବିଭିନ୍ନ ଦୀର୍ଘସ୍ଥାୟୀ କାର୍ଯକ୍ରମ ଅଧୀନରେ, କୋଲ୍ ଇଣ୍ଡିଆ ଲିମିଟେଡ (ସିଆଇଏଲ) ପକ୍ଷରୁ ସମ୍ପୃକ୍ତ ରାଜ୍ୟ ସରକାର ଏବଂ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମଓଇଏଫସିସି)ର ସହାୟତାରେ କେତେକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଏସବୁ ପଦକ୍ଷେପ ମଧ୍ୟରେ ରହିଛି କୋଇଲା ଖଣି ଗର୍ତ୍ତ ହ୍ରଦ ବା ପିଟ୍ ଲେକ୍ର ସଂରକ୍ଷଣ, ଆର୍ଦ୍ର ଭୂମିର ପ୍ରାକୃତିକ ସ୍ବରୂପକୁ ବଜାୟ ରଖିବା ଏବଂ ପିଟ୍ ଲେକ୍ଗୁଡ଼ିକୁ…

