Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜୟ କୁମାର କର ଜିଏସଟି ଭୁବନେଶ୍ୱର ଜୋନର ନୂତନ ଚିଫ କମିଶନର
ଆଜିର ଖବର

ବିଜୟ କୁମାର କର ଜିଏସଟି ଭୁବନେଶ୍ୱର ଜୋନର ନୂତନ ଚିଫ କମିଶନର

July 9, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ୧୯୮୯ ବ୍ୟାଚର ଆଇଆରଏସ ଅଧିକାରୀ ବିଜୟ କୁମାର କର ନୂତନ ଚିଫ କମିଶନର, ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ୍ସ, ଭୁବନେଶ୍ୱର ଜୋନ ଭାବେ ଯୋଗ ଦେଇଛନ୍ତି। ଚିଫ କମିଶନର ଭାବେ ଯୋଗ ଦେବା ପୂର୍ବରୁ ଶ୍ରୀ କର ଭୁବନେଶ୍ୱର ଜିଏସଟି ଓ ସେଣ୍ଟ୍ରାଲ ଏକ୍ସାଇଜ କମିଶନରେଟର ପ୍ରିନ୍ସିପାଲ କମିଶନର ଭାବେ କାର୍ଯ୍ୟରତ ଥିଲେ।

୧୯୮୯ରେ ଆସିଷ୍ଟାଣ୍ଟ କମିଶନର ଭାବେ ବିଭାଗରେ ଯୋଗ ଦେଇ ସେ କୋଲକାତା, ବେଙ୍ଗାଲୁରୁ, ଭାଇଜାଗ, ହାଇଦ୍ରାବାଦ ଆଦି ସ୍ଥାନରେ କାମ କରିଥିଲେ। ୨୦୧୮ରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିଥିଲା। ପ୍ରିନ୍ସିପାଲ କମିଶନର, ଭୁବନେଶ୍ୱର ଜିଏସଟି କମିଶନରେଟ ସହ ସେ ଅତିରିକ୍ତ ଭାବେ ଭୁବନେଶ୍ୱର ଅଡିଟ କମିଶନରେଟର ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ତାଙ୍କ ନେତୃତ୍ୱରେ ଭୁବନେଶ୍ୱର ଅଡିଟ କମିଶନରେଟରେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ  ୨୦୨୧-୨୨ ଆର୍ଥିକ ବର୍ଷରେ ୪୨.୪୫ ପ୍ରତିଶତ ଅଧିକ ଟିକସ ଫାଙ୍କି ଚିହ୍ନଟ ହୋଇଥିବା ବେଳେ ସେହି ଆର୍ଥିକ ବର୍ଷରେ ଟିକସ ଆଦାୟ ପରିମାଣ ପ୍ରାୟ ୭୦୦ ପ୍ରତିଶତ ବୃଦ୍ଧି ପାଇଥିଲା।

ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ଭୁବନେଶ୍ୱର ଜିଏସଟି କମିଶନରେଟରେ ୯୭.୫୭ ପ୍ରତିଶତ ଜିଏସଟି ରାଜସ୍ୱ ବୃଦ୍ଧି ହୋଇଥିଲା। ପ୍ରିନ୍ସିପାଲ କମିଶନର ଭାବେ ଶ୍ରୀ କରଙ୍କ ନେତୃତ୍ୱରେ ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନରେ ଜିଏସଟି ସେବା କେନ୍ଦ୍ର ଖୋଲିବା ସହ ୱାକାଥନ, ବୃକ୍ଷରୋପଣ, ଯୋଗ ଶିବିର, ବିଭିନ୍ନ ସ୍କୁଲ ଓ କଲେଜରେ ସେମିନାର, ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମକ ପାର୍ଲିଆମେଣ୍ଟ ଆୟୋଜିତ ହୋଇଥିଲା। ଭୁବନେଶ୍ୱର ଜିଏସଟି କମିଶନରେଟରେ ଶ୍ରୀ କରଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଆଜାଦି କା ଅମୃତ ମହୋତ୍ସବ ସପ୍ତାହ ସଫଳତାର ସହ ପାଳିତ ହୋଇଥିଲା।

ଆଇଆରଏସ ଅଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026
Latest News

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.