Author: Samikhsya Bureau

ଭୁବନେଶ୍ବର: ତିନିଠାକୁର ଯେତେବେଳେ ମନ୍ଦିର ବାହାରକୁ ଆସନ୍ତି ସେତେବେଳେ ତାଙ୍କ ମସ୍ତକରେ ଶୋଭା ପାଇଥାଏ ଟାହିଆ ବା ମୁକୁଟ। ଏହି ଟାହିଆ ଯେତେବେଳେ ଝୁଲେ ସେତେବେଳେ ଭକ୍ତର ମନପ୍ରାଣ ଉଲ୍ଲସିତ ହୋଇଯାଏ। ସାଧାରଣତଃ ସ୍ନାନ ପୂର୍ଣ୍ଣିମା ବେଳେ କିମ୍ବା ରଥକୁ ତିନିଠାକୁର ବିଜେ ବେଳେ ଏହି ଟାହିଆ ଲାଗି ହୋଇଥାଏ। ପୁରୀର ରାଘବ ଦାସ ମଠରେ ଟାହିଆକୁ ଶିଳ୍ପୀମାନେ ପାରମ୍ପରିକ ଶୈଳୀରେ ନିର୍ମାଣ କରିଥାନ୍ତି। ଏହା ବାଉଁଶ କାଠି, କଦଳି ପଟୁକା, ସୋଲ, ଜରି, ରଙ୍ଗୀନ କନା, ସୁତାରେ ଏହି ଟାହିଆ ପ୍ରସ୍ତୁତି କାରାଯାଇଥାଏ। ପ୍ରଥମେ ବାଉଁଶ କାଠିକୁ ସ୍ୱତନ୍ତ୍ର କାଠ ନିର୍ମିତ ଯନ୍ତାରେ ଖଞ୍ଜାଯାଏ। ଟାହିଆର ସମସ୍ତ କାମ ସରିବା ପର୍ଯ୍ୟନ୍ତ ଏହା ଯନ୍ତାରେ ରହିଥାଏ। ସବୁ କାର୍ଯ୍ୟ ସମ୍ପନ୍ନ ହେବା ପରେ ଏହାକୁ ଯନ୍ତାରୁ କାଢ଼ିନିଆଯାଏ। ଟାହିଆ ସମ୍ପୁର୍ଣ୍ଣ ହେବା ପୂର୍ବରୁ ଏଥିରେ ମଲ୍ଲୀ, ମାଳତୀ, ଟଗର, ପଦ୍ମ, ଏବଂ ଦୂବ  ଆଦି ଖଞ୍ଜା ଯାଇଥାଏ। ଟାହିଆର ଅଗ୍ରଭାଗରେ…

Read More

ଚେନ୍ନାଇ, ତାମିଲନାଡୁର ଦିବ୍ୟ ତ୍ରିମୂର୍ତ୍ତି ଭାବେ ପରିଚିତ ହେଉଛନ୍ତି ପ୍ରଭୃ ଶ୍ରୀଜଗନ୍ନାଥ, ପ୍ରଭୃ ବଳଭଦ୍ର ଏବଂ ମା ସୁଭଦ୍ରା। ତାଙ୍କରି ପୂଜା ବିଧି ପାଇଁ ତାମିଲନାଡୁରେ ନିର୍ମାଣ କରାଯାଇଛି ଏହି ଶ୍ରୀଜଗନ୍ନାଥ ମନ୍ଦିର। ସମୁଦ୍ର କୂଳର ପୂର୍ବ ତଟ ରାସ୍ତାର କନ୍ନଥୁରଠାରେ ଅବସ୍ଥିତ ଏହି ଜଗନ୍ନାଥ ମନ୍ଦିର ପୁରୀର ସ୍ମୃତିଚାରଣ କରୁଥିବା କଳିଙ୍ଗ ସ୍ଥାପତ୍ୟରେ ନିର୍ମିତ ହୋଇଛି। ଏହି ମନ୍ଦିର ଶିବ, ଗଣେଷ ଏବଂ ବିମଳାଙ୍କ ପାଇଁ ମଧ୍ୟ ସମର୍ପିତ କରାଯାଇଛି। 2001 ମସିହାରେ ନିର୍ମିତ ଏହି ମନ୍ଦିର ସଂପୂର୍ଣ୍ଣ ଭାବେ ଓଡିଆ ସ୍ଥାପତ୍ୟ ଢାଞ୍ଚାରେ କରାଯାଇଛି। ସେହିପରି ଶ୍ରୀଜୀୟୁଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୁରୀ ଢାଞ୍ଚାରେ ନିମ୍ବ କାଠରେ ନିର୍ମାଣ କରାଯାଇଛି। ସେଠାରେ ପ୍ରତିବର୍ଷ ରଥଯାତ୍ରାର ମଧ୍ୟ ଆୟୋଜନ କରାଯାଇଥାଏ। ତେବେ ଏହି ରଥଯାତ୍ରାରେ ରଥ କାଠ ପରିବର୍ତ୍ତେ ଷ୍ଟିଲ ରଡରେ ନିର୍ମାଣ କରାଯାଇଛି।

Read More

ମେଷ: – ଆପଣଙ୍କ ପରିବାରର ମଙ୍ଗଳ ପାଇଁ କଠିନ ପରିଶ୍ରମ କରନ୍ତୁ ।  ଆପଣଙ୍କ କାର୍ଯ୍ୟ ପଛରେ ଲୋଭର ବିଷ ନୁହେଁ, ପ୍ରେମ ଏବଂ ଦର୍ଶନର ଭାବନା ରହିବା ଉଚିତ୍। ଯଦି ଆପଣ କଥାକୁ ଖୋଲା ହୃଦୟରେ ରଖନ୍ତି, ତେବେ ପ୍ରେମ ଆଜି ପ୍ରେମର ଦୂତ ଭାବରେ ଆପଣଙ୍କ ସାମ୍ନାକୁ ଆସିବ । ଏକ ମୋବାଇଲ୍ ଫୋନ୍ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ । ଏହାର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ । ଲୁକ୍କାୟିତ ଶତ୍ରୁମାନେ ଆପଣଙ୍କର ବିଷୟରେ ଗୁଜବ ପ୍ରଚାର କରିବା ଦ୍ବାରା ଧର୍ଯ୍ୟହରା ହେବେ । ବୃଷ: – ଅଟକି ରହିଥିବା ବିଷୟଗୁଡିକ ଅଧିକ ଦୃଢ ହେବ ଏବଂ ଖର୍ଚ୍ଚ ଆପଣଙ୍କ ମନରେ ଆବୃତ ହେବ । ଲୋକମାନେ ଆପଣଙ୍କୁ ଆଶା ଏବଂ ସ୍ୱପ୍ନ ଦେବେ, କିନ୍ତୁ ବାସ୍ତବରେ ସମସ୍ତେ ଆପଣଙ୍କ ଉଦ୍ୟମର ବିରୋଧରେ ରହିବ । ଏକପାଖିଆ ପ୍ରେମ ସଂପର୍କରେ ସମୟ ନଷ୍ଟ କରନ୍ତୁ ନାହିଁ । ଅଫିସରେ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ପ୍ରଭୁ ବଳଭଦ୍ର ମା’ ସୁଭଦ୍ରା ଓ ଜଗନ୍ନାଥ ମହାପ୍ରଭୁଙ୍କର ଉଚ୍ଚତମ ସୁନ୍ଦର ପଟ୍ଟ ଚିତ୍ର ତିଆରି କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଜୁନାଗଡ଼ର ପ୍ରଚେତା ପ୍ରଜ୍ଞା ପଣ୍ଡା (ଶ୍ରେୟା )। ସେ ୧୪ ଇଞ୍ଚ ଲମ୍ବ ଓ ୧୮ ଇଞ୍ଚ ଚଉଡା ବିଶିଷ୍ଟ ଏହି ପଟ୍ଟ ଚିତ୍ର ଆଙ୍କିଛନ୍ତି, ଯାହା କି ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସବୁଠୁ ଉଚ୍ଚତମ ପଟ୍ଟ ଚିତ୍ର। ପ୍ରଚେତା ହେଉଛନ୍ତି ପୂର୍ବତନ ଇ ଟିଭି ଜ଼ିଲ୍ଲା ପ୍ରତିନିଧି ତଥା ବର୍ତ୍ତମାନ ବଡ଼ ଖବର ପ୍ରତିନିଧି ପ୍ରଶାନ୍ତ ପଣ୍ଡାଙ୍କ ଏକମାତ୍ର କନ୍ୟା। ସୁନ୍ଦର ପଟ୍ଟ ଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଥିବାରୁ ତାଙ୍କୁ ଜ଼ିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟୁଛି। ଭବିଷ୍ୟତରେ ଏହିଭଳି ପଟ୍ଟ ଚିତ୍ର ଆଙ୍କି ଗିନିସ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇବା ପାଇଁ…

Read More

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଆଜି ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ କରିଛନ୍ତି।  ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମୋଟ୍ ୨ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତେବେ ଏଥର ବଜେଟରେ ସେ କୃଷି ଏବଂ ସ୍ବାସ୍ଥ୍ୟ ପାଇଁ ଅଧିକ ବ୍ୟୟ ବରାଦ କରିଛନ୍ତି। ଏଥର କୃଷି ପାଇଁ ମୋଟ୍ ୨୧ ହଜାର ୧ ଶହ ୬୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିରେ କାଳିଆ ଯୋଜନା ପାଇଁ ୧ ହଜାର ୮ ଶହ ୭୪ କୋଟି ଟଙ୍କା, କୃଷି ଶିକ୍ଷା ଓ ଗବେଷଣା ପାଇଁ ୧୬୧ କୋଟି ବ୍ୟୟ ବରାଦ କରାଯାଇଛି। ସେହିପରି ଉଦ୍ୟାନ କୃଷି ପାଇଁ ୩୧୨ କୋଟି ପ୍ରବଧାନ କରାଯାଇଛି। କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୨୨ କୋଟି ଏବଂ ଚାଷୀଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ କରାଯାଇଛି । ସେହିପରି ଏହି ବଜେଟରେ…

Read More

ଭୁବନେଶ୍ୱର: ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ତେବେ ଏହି ବଜେଟ୍‌କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଚଳିତ ବଜେଟ୍ ଗରିବଙ୍କ ସହାୟତା ଓ ବିକାଶମୁଖୀ। ସ୍ବାସ୍ଥ୍ୟ ସେବାର ଗୁଣାତ୍ମକ ମାନବୃଦ୍ଧି ପାଇଁ ବଜେଟରେ ପ୍ରାଥମିକତା ଦିଆଯାଇଛି। ଗୁଣାତ୍ମକ ଶିକ୍ଷା ଭିତ୍ତିଭୂମିର ବିକାଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି ବୋଲି ସେ କହିଛନ୍ତି। ୫-ଟି ଓ ମୋ’ ସରକାର କାର୍ଯ୍ୟକ୍ରମକୁ ଆଖିରେ ରଖି ବଜେଟ ପ୍ରସ୍ତୁତ କରାଯାଇଛି। ରାଜ୍ୟର ସର୍ବଙ୍ଗୀନ ବିକାଶରେ ବଜେଟ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଚଳିତ ବଜେଟରେ କେଉଁ ବିଭାଗ ପାଇଁ କେତେ ଅଟକଳ କରାଯାଇଛି, ଆସନ୍ତୁ ଜାଣିବା… କୃଷି- ୨୧, ୧୬୬ କୋଟି: କାଳିଆ ଯୋଜନା ପାଇଁ ୧ ହଜାର ୮ ଶହ ୭୪ କୋଟି…

Read More

ହାଇଦ୍ରାବାଦ/ଭୁବନେଶ୍ୱର: ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦(ଏନଇପି) ବିଶ୍ୱର ପରିବର୍ତିତ ଦୃଶ୍ୟପଟ୍ଟରେ ଭାରତକୁ ଶିଖରରେ ରଖିବା ପାଇଁ ଏକ ରୋଡ଼ମ୍ୟାପ୍ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ଆଇଆଇଟି ହାଇଦ୍ରାବାଦ ଠାରେ ଟେକ୍ନୋଲୋଜି ଇନୋଭେସନ ପାର୍କ ଓ ରିସର୍ଚ୍ଚ ସେଂଟର କମ୍ପଲେକ୍ସ ଉଦ୍‌ଘାଟନ  ସହ ବିଭିଆର୍ ମୋହନ ରେଡ୍ଡୀ ନବସୃଜନ ଏବଂ ଉଦ୍ୟମିତା ସ୍କୁଲର ଶିଳାନ୍ୟାସ କରିବା ଅବସରରେ ଏହା କହିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଗ୍ରୀନକୋ ସ୍କୁଲ୍ ଅଫ୍ ସଷ୍ଟେନେବଲ ସାଇନ୍ସ ଏଣ୍ଡ୍ ଟେକ୍ନୋଲୋଜି ପ୍ରତିଷ୍ଠା ପାଇଁ ଆଇଆଇଟି ହାଇଦ୍ରାବାଦ୍ ଏବଂ ଗ୍ରୀନକୋ ଗ୍ରୁପ୍ ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା। ଆଇଆଇଟି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଶିଳ୍ପ ବିପ୍ଳବ ୪.୦ ରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଯାଉଛି। ଏହି…

Read More

ନୂଆଦିଲ୍ଲୀ: ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡିଇ) ପକ୍ଷରୁ ଆଜି ଜାତୀୟ ଆପ୍ରେଣ୍ଟିସସିପ୍‌ ପ୍ରୋତ୍ସାହନ ଯୋଜନା (ଏନଏପିଏସ) ଶୁଭାରମ୍ଭ କରାଯାଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନାର ଅଂଶବିଶେଷ ଭାବେ ଏନଏପିଏସ ସ୍କିମ୍‌ ମାଧ୍ୟମରେ ସବୁ ଆପ୍ରେଣ୍ଟିସମାନଙ୍କୁ ସରକାରଙ୍କ ପକ୍ଷରୁ ସିଧାସଳଖ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏଥିପୂର୍ବରୁ କମ୍ପାନୀମାନେ ଆପ୍ରେଣ୍ଟିସ୍‌ ବା ବୃତ୍ତିଗତ ପ୍ରଶିକ୍ଷାର୍ଥୀମାନଙ୍କୁ ପାରିଶ୍ରମିକ ବାବଦ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରୁଥିଲେ ଏବଂ ଏହାପରେ ସରକାରଙ୍କ ଠାରୁ ଆର୍ଥିକ ପରିଶୋଧ ଦାବି କରୁଥିଲେ। ଏବେ ଡିବିଟି ଯୋଜନା ଆରମ୍ଭ ହେବା ପରେ ସରକାର ଜାତୀୟ କୌଶଳ ବିକାଶ ନିଗମ (ଏନଏସଡିସି) ଜରିଆରେ ସିଧାସଳଖ ଆପ୍ରେଣ୍ଟିସମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥରାଶି ହସ୍ତାନ୍ତର କରିବେ। ସେମାନଙ୍କୁ ୧୫୦୦/- ଟଙ୍କା ପର୍ଯ୍ୟନ୍ତ ମାସିକ ଷ୍ଟାଇପେଣ୍ଡର ୨୫% ପ୍ରତିଶତ ପ୍ରଦାନ କରାଯିବ। ସରକାରଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି…

Read More

ଭୁବନେଶ୍ୱର: ଆଦିକବି ସାରୋଳ ଦାସଙ୍କ ଭଳି ସନ୍ଥ କବିଙ୍କର କୃତି ଭାରତୀୟ ସାହିତ୍ୟ ଓ ସଂସ୍କୃତିକୁ ନୂତନ ଦିଗ ଦେଖାଇବା ସହ ଲୋକମାନଙ୍କୁ କାଳାତୀତ ଶାସ୍ତ୍ରକୁ ସକ୍ରିୟ ଏବଂ ସଶକ୍ତ କରାଇବାରେ ବାଟ କଢ଼ାଇଛି। ନୂତନ କଳ୍ପନା ଓ ରୂପାନ୍ତର ବିଭିନ୍ନ ଭାଷାର ସାହିତ୍ୟିକ ଏବଂ କବିମାନଙ୍କୁ ଚିରାଚରିତ ପୁରାତନ ପଥ ଠାରୁ ଅଲଗା କରି ନିଜର ଭାବନାକୁ ପରିପ୍ରକାଶ କରିବା ନେଇ ନୂତନ ଦିଗ ଦେଖାଇଥାଏ ବୋଲି ଶନିବାର ମତ ରଖିଛନ୍ତି କେନ୍ଦ୍ର ସାହିତ୍ୟ ଅକାଦମିର ସଭାପତି ଡକ୍ଟର ଚନ୍ଦ୍ର ଶେଖର କମ୍ବର। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରକାଶିତ ଆଦିକବି ସାରୋଳଦାସଙ୍କ ପୁସ୍ତକ ‘ସାରୋଳଦାସ ମହାଭାରଥ’ ର ପାଠ ଆଧାରିତ ପ୍ରସ୍ତୁତି ଦଶଟି ପର୍ବ ସମ୍ବଳିତ ପୁସ୍ତକର ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି ଡକ୍ଟର କମ୍ବର। ପ୍ରତ୍ୟେକ ଧର୍ମ, ଭାଷା ଓ ସମାଜ ଅନ୍ୟ ଦେଶର ସଂସ୍କୃତି ଓ ଭାଷାକୁ ଭଲ ଭାବରେ ବୁଝିଥାଏ। ତେଣୁ…

Read More

ସ୍ୱାସ୍ଥ୍ୟ ଟିପ୍ସ: ସ୍ୱାଦ ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଜାମ୍ମୁ କୋଳି ଏକ ଭଲ ଫଳ ​​ଭାବରେ ବିବେଚନା କରାଯାଏ। ଏହାକୁ ଖାଇବା ଦ୍ଵାରା ଶରୀରକୁ ଅନେକ ଲାଭ ମିଳିଥାଏ। କିନ୍ତୁ, ଯେପରି ପ୍ରତ୍ୟେକ ମୁଦ୍ରାର ଦୁଇଟି ପାର୍ଶ୍ୱ ଅଛି, ଜାମ୍ମୁ କୋଳିର ମଧ୍ୟ କିଛି ଅସୁବିଧା ଅଛି। ଏପରି ଅନେକ ଖାଦ୍ୟ ସାମଗ୍ରୀ ଅଛି ଯାହା ଜାମ୍ମୁ କୋଳି ସହିତ ଖାଇଲେ ମଧ୍ୟ ଶରୀର ପାଇଁ କ୍ଷତି ହୋଇପାରେ। ଏଥି ସହିତ, ଜାମ୍ମୁ କୋଳି ମଧ୍ୟ ଖାଲି ପେଟରେ ଖାଆନ୍ତି ନାହିଁ। କାରଣ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା, ଏହି ଖାଦ୍ୟଗୁଡିକ କେଉଁଗୁଡିକ ଯାହାକୁ ଜାମ୍ମୁ କୋଳି ସହିତ ଖାଇ ଏଡାଇବା ଆବଶ୍ୟକ… ହଳଦୀ: ହଳଦୀ ଅନେକ ଲାଭରେ ପରିପୂର୍ଣ୍ଣ। ଏହା ଔଷଧ ଭାବରେ ମଧ୍ୟ ବ୍ୟବହୃତ ହୁଏ। କିନ୍ତୁ ଜାମ୍ମୁ କୋଳି ସହିତ ହଳଦୀ ଖାଇଲେ ସବୁ ଗୋଳମାଳ ହୋଇଯାଏ। ଜାମ୍ମୁ କୋଳି ଏବଂ…

Read More

ସ୍ୱାସ୍ଥ୍ୟ ଟିପ୍ସ: ମାନସିକ ସ୍ୱାସ୍ଥ୍ୟ, ଜୀବନର ଗୁଣର ମୂଖ୍ୟ ନିର୍ଣ୍ଣୟକାରୀ ହେବା ସହିତ ସାମାଜିକ ସ୍ଥିରତାର ଆଧାର ଅଟେ। ଯେଉଁ ସମାଜରେ ମାନସିକ ରୋଗୀଙ୍କ ସଂଖ୍ୟା ଅଧିକ, ସିଷ୍ଟମ ଏବଂ ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ। ଯଦି ଆମେ ଭାରତ ବିଷୟରେ ଆଲୋଚନା କରିବା, ତେବେ ରାଷ୍ଟ୍ରୀୟ ମାନସିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୫-୧୬ ଅନୁଯାୟୀ, ୧୮ ବର୍ଷରୁ ଅଧିକ ବୟସର ଜନସଂଖ୍ୟାରୁ ୧୦.୬ ପ୍ରତିଶତ ଅର୍ଥାତ୍ ପ୍ରାୟ ୧୫୦ ନିୟୁତ ଲୋକ ଏକ ପ୍ରକାର ମାନସିକ ରୋଗରେ ପୀଡିତ, ପ୍ରତ୍ୟେକ ଷଷ୍ଠ ଭାରତୀୟ ମାନସିକ ସ୍ୱାସ୍ଥ୍ୟ ପାଇଁ ସାହାଯ୍ୟ ଆବଶ୍ୟକ କରନ୍ତି। ମାନସିକ ରୋଗୀ ହେବା ପଛରେ ଅନେକ କାରଣ ଦାୟୀ, ଆସନ୍ତୁ ଜାଣିବା ଲକ୍ଷଣ…. ୧- ଅତ୍ୟଧିକ ଖାଇବା: ନକାରାତ୍ମକ ଚିନ୍ତାଧାରା ଏବଂ ଅଭ୍ୟାସ ଅତ୍ୟଧିକ ଖାଦ୍ୟ ଖାଇବାକୁ ଦେଇପାରେ। ଅତ୍ୟଧିକ ଖାଦ୍ୟ ଖାଇବା ଏହି ଲକ୍ଷଣରେ ସାମିଲ। ଏକାସାଙ୍ଗରେ ଅଧିକ ଖାଇବା ଏବଂ ପରେ ଅନୁଭବ କରାଯାଏ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ବେଗୁନିଆ ଥାନା ଅନ୍ତର୍ଗତ ମଣିବନ୍ଧ ଏବଂ ଦଦରାକାନ୍ଥ ଗ୍ରାମର ତିନି ଗୋଟି ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅବକାରୀ ବିଭାଗ ୬ ହଜାର ୮ ଶହ ଲିଟର ଗୁଡ଼ ମିଶ୍ରିତ ପୋଚ ଏବଂ ୪୧୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦେଇଛି। ଜବତ ଜିନିଷର ଆନୁମାନିକ ମୂଲ୍ୟ ୩ ଲକ୍ଷ ୮୧ ହଜାର ହେବ ବୋଲି ଜଣାପଡିଛି। ତେବେ ଜଙ୍ଗଲର ସୁଯୋଗ ନେଇ ମଦ ବେପାରି ମାନେ ଘଟଣାସ୍ଥଳରୁ ଫେରାର ହେବାକୁ ସକ୍ଷମ ହୋଇଥିଲେ। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ଖୋର୍ଦ୍ଧା ଅବକାରୀ ଅଧିକାରୀ ବି. ମନୋଜ କୁମାର, ଜଟଣୀ ଅବକାରୀ ଅଧିକାରୀଣି ଗୀତାଞ୍ଜଳି ବେହେରା, ବେଗୁନିଆ ଅବକାରୀ ଅଧିକାରୀ ବିରଞ୍ଚି ନାରାୟଣ ମହାନ୍ତି ଏବଂ…

Read More

ନୂଆଦିଲ୍ଲୀ: ଦେଶର ବରିଷ୍ଠ ସାମ୍ବାଦିକ ତଥା ଜୀ ନ୍ୟୁଜର ଏଡିଟର ଇନ ଚିଫ ସୁଧୀର ଚୌଧୁରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ଜୀ ମିଡିଆ କ୍ଲଷ୍ଟର ୱାନ୍ ର ସିଇଓ ଥିଲେ। ତାଙ୍କ ଅଧିନରେ ଜୀ ନ୍ୟୁଜ, ଉଏନ୍, ଜୀ ବିଜିନେସ୍ ଏବଂ ଜୀ 24 ତାସ ଚ୍ୟାନେଲ ଥିଲା। ଏକ ମେଲ କରି ସେ ଜୀ ମିଡିଆ କରପୋରେସନର ଅଧ୍ୟକ୍ଷ ସୁବାଷ ଚନ୍ଦ୍ରାଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଗତକାଲି ଥିଲା ତାଙ୍କର ଶେଷ କାର୍ଯ୍ୟ ଦିବସ। ମୁଖ୍ୟତଃ ସୁଧୀରଙ୍କ ‘ଡିଏନଏ’ କାର୍ଯ୍ୟକ୍ରମ ସାରା ଭାରତରେ ବେଶ ଲୋକପ୍ରିୟ ହୋଇପାରିଛି। ତାଙ୍କର ଉପସ୍ଥାପନା ଶୈଳୀ ସହିତ ବିସ୍ତୁତ ତଥ୍ୟ ସଂଗ୍ରହ ଏହି କାର୍ଯ୍ୟକ୍ରମକୁ ଲୋକପ୍ରିୟ କରାଇ ପାରିଛି। ସୁଧୀର ପ୍ରଥମେ ଜୀରେ ଯୋଗ ଦେବା ପରେ 2003 ମସିହାରେ ଏହି ସଂସ୍ଥା ଛାଡିଥିଲେ। ଏହାପରେ ସେ ସାହାର ଗ୍ରୁପରେ ଯୋଗ ଦେଇ ବିଭିନ୍ନ ଚ୍ୟାନେଲ କରିବା କାର୍ଯ୍ୟରେ…

Read More

ମୁମ୍ବାଇ: ମହାରାଷ୍ଟ୍ରର ଅମ୍ରାବତୀରେ ଜୁନ୍ ୨୨ ତାରିଖ ଦିନ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ଏହା ପରେ ଅମ୍ରାବତୀ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ପୋଲିସ ସୂତ୍ର ଅନୁଯାୟୀ, ପୀଡିତା ଏକ ମେଡିକାଲ ଷ୍ଟୋର୍‌ ଚଳାନ୍ତି ଏବଂ ସେ ନୁପୁର ଶର୍ମାଙ୍କୁ ସମର୍ଥନ କରିଥିଲେ। କୁହାଯାଉଛି ଯେ, ହତ୍ୟା ପଛର କାରଣ ହୋଇପାରେ ଯେ ବ୍ୟକ୍ତି ଜଣକ ଫେସବୁକରେ ନୁପୁରଙ୍କ ସମର୍ଥନରେ ଏକ ପୋଷ୍ଟ ଲେଖିଥିଲେ। ଏଥି ସହିତ ଏନ୍ଆଇଏର ଏକ ଟିମ୍ ଆଜି ଅମ୍ରାବତୀରେ ପହଞ୍ଚି ଏହି ଘଟଣାର ଅନୁସନ୍ଧାନ କରିଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏହି ଚାରି ଅଭିଯୁକ୍ତ ଜଣକ କହିଛନ୍ତି ଯେ ସେମାନେ ଜଣେ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ଏହି ଘଟଣା କରିଛନ୍ତି। ବର୍ତ୍ତମାନ ପୋଲିସ ସେହି ମାଷ୍ଟର ମାଇଣ୍ଡକୁ ଖୋଜୁଛି। ଏଥି ସହିତ ହତ୍ୟା ପରେ ଆଖପାଖର ଲୋକମାନେ ଉତ୍ତେଜିତି ହୋଇପଡିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି…

Read More

ପୁରୀ: ପୁଣି ପୁରୀରେ ଅଭାବନୀୟ ଘଟଣା ଘଟିଛି। ଗୁଣ୍ଡିଚା ମନ୍ଦିରର ରୋଷଘର ଚୂଲି ଭାଙ୍ଗିଥିବା ସୂଚନା ରହିଛି। ୨୦ରୁ ଅଧିକ ଚୂଲି ଭାଙ୍ଗିଥିବା ସୂଚନା ମିଳିଛି। ଆଡପ ଅବଢା ପାଇଁ ତିଆରି ହୋଇଥିବା ଚୂଲିକୁ ଦୁର୍ବୃତ୍ତମାନେ ଭାଙ୍ଗିଦେଇଛନ୍ତି। କିନ୍ତୁ କୋଠଭୋଗ ଚୂଲି ସୁରକ୍ଷିତ ଥିବା ବେଳେ ଆଉ ବାକି ସବୁ ଚୂଲିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଏହି ଘଟଣା ପରେ ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚିଛନ୍ତି। ଏହାକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି। ତେବେ ଏହି ସମୟରେ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ରୁଣ୍ଡ ହୋଇଥିବା ବେଳେ ଆଡପ ଅବଢା ପାଇଁ ଚାହିଁବସିଛନ୍ତି। ତେଣୁ ଚୂଲିଗୁଡିକ କିପରି ଯଥାଶୀଘ୍ର ମରାମତି ହେଇପାରିବ ସେ ନେଇ ତତ୍ପରତା ପ୍ରକାଶ ପାଇଛି। ବର୍ତ୍ତମାନ ଚୂଲି ଗୁଡିକର ମରାମତି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯାଇଥିବା ଜଣାପଡିଛି।

Read More

ମୁମ୍ବାଇ: ଏକନାଥ ସିନ୍ଦେଙ୍କ ବିଦ୍ରୋହ ଏବଂ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଶିବସେନା ବର୍ତ୍ତମାନ ଏକ ରାଜନୈତିକ ଦୋଛକିରେ ଅଛି। ଏହି ସମୟରେ ଦଳ ପୁଣିଥରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରେ। ଶିବସେନାର ସଂସଦୀୟ ଦଳରେ ସମାନ୍ତରାଳ ବିଦ୍ରୋହ ହେବ ବୋଲି ବିଜେପିର ଜଣେ ବରିଷ୍ଠ ନେତା ଦାବି କରିଛନ୍ତି। ସେ କହିଛନ୍ତି ଯେ, ଏଥିପାଇଁ ରାଷ୍ଟ୍ରପତି ଭୋଟ୍ ପାଇଁ ଅପେକ୍ଷା କରନ୍ତୁ, ସୂତ୍ର ଅନୁଯାୟୀ ଅତି କମରେ ୧୪ ଜଣ ସାଂସଦ ଶିବସେନା ବିରୁଦ୍ଧରେ ବିଦ୍ରୋହ କରିପାରନ୍ତି। ଶିବସେନା ସାଂସଦ ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଏବଂ ଅନ୍ୟ କିଛି ସାଂସଦ ଶିବସେନାରେ ବିଦ୍ରୋହ କରିପାରନ୍ତି। ଶ୍ରୀକାନ୍ତ ସିନ୍ଦେ ନିଜ ପିତାଙ୍କ ଦଳ ସହିତ ଶିବସେନାଠାରୁ ଅଲଗା ହୋଇସାରିଛନ୍ତି। ବିଜେପିର ଜଣେ ବରିଷ୍ଠ ନେତା ଗଣମାଧ୍ୟମକୁ କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନ ଦିନ ଅତି କମରେ ୧୪ ଜଣ ସାଂସଦ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ…

Read More

ବାଣପୁର: ଘରୋଇ ଟିଭି ଚ୍ୟାନେଲ ବଡ଼ ଖବରର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ନିକଟରେ ଇଓଡବ୍ଲୁ ଗିରଫ କରିଛି। କିନ୍ତୁ ଏହି ଗିରଫଦାରୀକୁ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଶାଳିଆ ପ୍ରେସ କ୍ଲବ ନିନ୍ଦା କରିଛି। ଅର୍ଦ୍ଧେନ୍ଦୁଙ୍କୁ ଜାଣିଶୁଣି ଷଡଯନ୍ତ୍ର କରି ଗିରଫ କରାଯାଇଛି ବୋଲି ପ୍ରେସ କ୍ଲବର କର୍ମକର୍ତ୍ତାମାନେ କହିଛନ୍ତି। ଏକ ଚୁକ୍ତିଭିତିକ ଟଙ୍କା ନେଣ ଦେଣ ବ୍ୟବସାୟକୁ ଅପରାଧର ରଙ୍ଗ ଦିଆଯାଇ ଜାଣିଶୁଣି ଜନୈକ ବ୍ୟବସାୟୀ ଇଓଡବ୍ଲୁ ରେ ଏତଲା ଦେବା ସନ୍ଦେହଜନକ ଏବଂ ଏହାପଛରେ ଏକ ବଡ଼ ଚକ୍ରାନ୍ତ ହୋଇଥିବାର ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି। ରାଜ୍ୟର କୋଣ ଅନୁକୋଣରୁ ଏହା ବିରୁଦ୍ଧରେ ଜନସାଧାରଣଙ୍କ ସ୍ୱର ଶାଣିତ ହେବାରେ ଲାଗିଥିବା ବେଳେ ଜଣେ ବରିଷ୍ଠ ସଚ୍ଚୋଟ ସାମ୍ବାଦିକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫସାଯାଇ ଏହିପରି ରାତିଅଧିଆ ଗିରଫ କରିବା ଏବଂ ଗଳାକୁ ଧରି ଭିଡି ଭିଡି ନେବା ଘଟଣାକୁ ସବୁ ମହଲରୁ ନିନ୍ଦା…

Read More

ଭୁବନେଶ୍ବର: ନୂଆ ବାଚସ୍ପତି ଭାବେ ନିର୍ବାଚତ ହେବ ପରେ ଆଜି ପ୍ରଥମ ଥର ପାଇଁ ଗୃହ ପରିଚାଳନା କରିଛନ୍ତି ବିକ୍ରମ ଆରୁଖ। ଆଜି ପୂର୍ବ ନିର୍ଦ୍ଧାରିତ ସମୟରେ ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନଫ୍ରେସିଂ ଜରିଆରେ ସାମିଲ ହୋଇ ଶୋକ ପ୍ରସ୍ତାବ ଆଗତ କରିଥିଲେ। ସେ ଗୃହର ସଦସ୍ୟ ଥିବା ସୁରେନ୍ଦ୍ର କଅଁରଙ୍କ ପରଲୋକରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା, କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଲକ୍ଷ୍ମଣ ମୁଣ୍ଡା ଶୋକ ପ୍ରସ୍ତାବକୁ ସମର୍ଥନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

Read More

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣର ଗତି ପୁଣି ଥରେ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭ ହଜାରରୁ ଅଧିକ ନୂତନ କରୋନା ମାମଲା ପଞ୍ଜିକୃତ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାର ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୨୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ ହଜାର ୬୮୪ ରୋଗୀ ସୁସ୍ଥ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ସକ୍ରିୟ ମାମଲା ୧ ଲକ୍ଷ ୯ ହଜାର ୫୬୮ ରେ ପହଞ୍ଚିଛି। ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସଂକ୍ରମିତ ରୋଗୀ ଅଛନ୍ତି: ଏହି ରାଜ୍ୟଗୁଡିକ ମଧ୍ୟରେ କେରଳ ପ୍ରଥମ ସ୍ଥାନରେ ରହିଛି। କାରଣ ଏଠାରେ ୩ ହଜାର ୯୦୪ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଏହା ପରେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ଅଛି ଯେଉଁଠାରେ ୩…

Read More

ନୂଆଦିଲ୍ଲୀ: ଦିଲ୍ଲୀରୁ ଜବଲପୁର ଯାଉଥିବା ସ୍ପାଇସଜେଟ ବିମାନର ଜରୁରୀ ଅବତରଣ କରାଯାଇଛି। କୁହାଯାଉଛି ଯେ, ଯେତେବେଳେ ବିମାନଟି ଉଡ଼ିବା ଆରମ୍ଭ କଲା, କିଛି ସମୟ ପରେ ବିମାନ ଭିତରେ କଳା ଧୂଆଁ ବାହାରିବା ଆରମ୍ଭ କଲା। ଧୂଆଁ ଦେଖିବା ପରେ ସମସ୍ତ ଯାତ୍ରୀ ଆତଙ୍କିତ ହୋଇପଡିଥିଲେ ଏବଂ ପାଇଲଟ୍ ଦିଲ୍ଲୀରେ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଉଛି। ସୂଚନା ଅନୁଯାୟୀ ଏହି ସ୍ପାଇସଜେଟ ବିମାନରେ ୫୦ ରୁ ଅଧିକ ଯାତ୍ରୀ ଥିଲେ। ଯେତେବେଳେ ବିମାନଟି ପ୍ରାୟ ୫୦୦୦ ଫୁଟ ଉଚ୍ଚତାକୁ ଗଲା, ହଠାତ୍ ଧୂଆଁ ବାହାରିବାକୁ ଲାଗିଲା। ପ୍ରଥମେ ଯାତ୍ରୀମାନେ କ’ଣ ହେଲା ବୁଝିପାରିଲେ ନାହିଁ, କିନ୍ତୁ ଧୂଆଁ ବଢିବା ସହିତ ଲୋକମାନେ ଚିନ୍ତିତ ହେବାକୁ ଲାଗିଲେ। କିନ୍ତୁ ଯେତେବେଳେ ବିମାନଟି ଦିଲ୍ଲୀ ବିମାନବନ୍ଦରରେ ନିରାପଦରେ ଅବତରଣ କଲା, ସେତେବେଳେ ଲୋକମାନେ ଦୀର୍ଘ ନିଶ୍ୱାସ ଛାଡିଥିଲେ। ବର୍ତ୍ତମାନ ବିମାନଟି ରନୱେରେ ପାର୍କିଂ କରାଯାଇଛି ଯେଉଁଠାରେ ଏହାର…

Read More

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୩୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୩୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧୩ ବରଗଡ ଜିଲ୍ଲାରୁ- ୩ ଭଦ୍ରକ ଜିଲ୍ଲାରୁ- ୫ ବଲାଙ୍ଗୀରି ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୩୫ ଦେବଗଡ ଜିଲ୍ଲାରୁ- ୩ ଜଗତସିଂହପୁର ଜିଲ୍ଲାରୁ- ୨ ଯାଜପୁର ଜିଲ୍ଲାରୁ- ୨ ଝାରସୁଗୁଡା ଜିଲ୍ଲାରୁ- ୧ କଳାହାଣ୍ଡି ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୯୯ ମାଲକାନଗିରି ଜିଲ୍ଲାରୁ- ୧ ମୟୂରଭଞ୍ଜ ଜିଲ୍ଲାରୁ- ୧ ନୂଆପଡା ଜିଲ୍ଲାରୁ- ୮ ପୁରୀ ଜିଲ୍ଲାରୁ- ୫ ରାୟଗଡା ଜିଲ୍ଲାରୁ- ୧ ସମ୍ବଲପୁର ଜିଲ୍ଲାରୁ-…

Read More