ଭୁବନେଶ୍ୱର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଆଜି ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ପଂଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତ୍ତେ ୪ମାସିଆ କାମଚଳା ବଜେଟକୁ ଗତ ମାର୍ଚ୍ଚ ମାସରେ ଗୃହରେ ଅନୁମୋଦନ କରାଯାଇଥିଲା। ଆଜି ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଚଳିତବର୍ଷର ବଜେଟ ପରିମାଣ ପ୍ରଥମ ଥର ପାଇଁ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି।
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ଶୋଇଥିବା ଅବସ୍ଥାରେ ଘରୁ କଳାକନା ବୁଲାଇଲେ ଦୁର୍ବୁତ୍ତ। ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନକଦ ଟଙ୍କା। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। ଅଭିଯୋଗ ମୁତାବକ ଗତକାଲି ଚିଆଁଙ୍କ ସାହି ସ୍ଥିତ ଅଜୟ କୁମାର ପଣ୍ଡାଙ୍କ ପୁତ୍ରଙ୍କ ବ୍ରତୋପନୟନ କାର୍ଯ୍ୟକ୍ରମ ଥିଲା। ତେବେ କାର୍ଯ୍ୟକ୍ରମ ସଂନ୍ଧ୍ୟାରେ ସରିଥିବା ବେଳେ ବନ୍ଦାଣ ରେ ମିଳିଥିବା ୧୨ ଗୋଟି ସୁନା ମୁଦି ଏବଂ ପାଖାପାଖି ୩ ଲକ୍ଷ ଟଙ୍କା ସମେତ ଗୋଟେ ମୋବାଇଲକୁ ଏକ ବ୍ୟାଗରେ ରଖି ଅଜୟ ଏବଂ ପରିବାରବର୍ଗ ରାତି ୧୧ ଘଟିକାରେ ଶୋଇପଡ଼ିଥିଲେ। ତେବେ ବିଳମ୍ବିତ ରାତ୍ରିରେ କୌଣସି ଦୁର୍ବୁତ୍ତ ଅଜୟଙ୍କ ଘର ପଛପଟ ତାଲା ଭାଙ୍ଗି ଉକ୍ତ ବ୍ୟାଗର ସମସ୍ତ ସୁନା ମୁଦି, ଟଙ୍କା ଏବଂ ମୋବାଇଲ ଲୁଟି ଫେରାର ହୋଇଯାଇଛି। ଏ ନେଇ ଅଜୟ ଜାଣିଲା ପରେ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ…
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଏଜବାଷ୍ଟନରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଏକ ଚମତ୍କାର ଇନିଂସ ଖେଳିଛନ୍ତି। ସେ ୧୧୧ ବଲରେ ୧୪୬ ରନ୍ ସ୍କୋର କରିଛନ୍ତି। ଋଷଭ ପନ୍ତ ତାଙ୍କ ଇନିଂସ ସମୟରେ ୨୦ ଟି ଚୌକା ଓ ୪ ଟି ଛକା ମାରିଛନ୍ତି। ଏହି ମ୍ୟାଚ୍ରେ ଭାରତୀୟ ଦଳ ୫ ୱିକେଟ୍ ହରାଇ୯୭ ରନ୍ ପାଇଁ ସଂଘର୍ଷ କରୁଥିଲା। କିନ୍ତୁ ଦଳକୁ ଋଷଭ ପନ୍ତ ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସମ୍ଭାଳିଥିଲେ। ଷଷ୍ଠ ୱିକେଟ୍ ପାଇଁ ଦୁଇ ଖେଳାଳିଙ୍କ ମଧ୍ୟରେ ୨୦୦ ରୁ ଅଧିକ ରନ୍ ଭାଗିଦାରୀ ହୋଇଥିଲା। ୧୧୧ ବଲରୁ ୧୪୬ ରନ୍ର ଚମତ୍କାର ଇନିଂସ ଖେଳିବା ପରେ ଜୋ ରୁଟ୍ଙ୍କ ବଲରେ ଋଷଭ ପନ୍ତ ଆଉଟ ହୋଇଥିଲେ। ଏଥି ସହିତ ଏହି ମ୍ୟାଚରେ ଚମତ୍କାର ଇନିଂସ ଖେଳିଥିବା ଋଷଭ ପନ୍ତଙ୍କ…
ଭୁବନେଶ୍ବର: ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ଶ୍ରାବଣ ମାସ ଅତ୍ୟନ୍ତ ପବିତ୍ର ଏବଂ ବିଶେଷ ଅଟେ। ଶ୍ରାବଣ ମାସ ୨୦୨୨ ର ସମଗ୍ର ଅବଧିରେ, ଶିବଙ୍କ ଭକ୍ତମାନେ ପୂର୍ଣ୍ଣ ଭକ୍ତି ଓ ଉତ୍ସର୍ଗ ସହିତ ଭୋଲେନାଥଙ୍କୁ ପୂଜା କରନ୍ତି। ଏହା ଏକ ଧାର୍ମିକ ବିଶ୍ୱାସ ଯେ, ଶ୍ରାବଣ ମାସରେ କରାଯାଇଥିବା ଶିବ-ପୂଜା ଅଧିକ ଫଳ ଦେଇଥାଏ। ଏହି କାରଣରୁ ଶିବଙ୍କ ଭକ୍ତମାନେ ଶ୍ରାବଣର ପ୍ରତ୍ୟେକ ସୋମବାର ଦିନ ଭଗବାନ ଶିବଙ୍କ ରୁଦ୍ରାଭିଷେକ କରନ୍ତି। ଏହି ବର୍ଷ ଶ୍ରାବଣ ଜୁଲାଇ ୧୪ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଶ୍ରାବଣର ପ୍ରଥମ ସୋମବାର ଜୁଲାଇ ୧୮ ତାରିଖରେ ପଡୁଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ଶ୍ରାବଣରେ ୩ ଟି ରାଶିର ଲୋକଙ୍କୁ ଭଗବାନ ଶିବଙ୍କ ବିଶେଷ ଆଶୀର୍ବାଦ ମିଳିବ। ଆସନ୍ତୁ ଜାଣିବା ୩ ଟି ରାଶି ମଧ୍ୟରୁ କେଉଁଟି ଶ୍ରାବଣରେ ଶିବଙ୍କ ବିଶେଷ ଆଶୀର୍ବାଦ ପାଇବାକୁ…
ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ…
ଭୁବନେଶ୍ବର: ଜୀ ସାର୍ଥକ ଓଡିଆ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି “ସିନେ ମହାମିଳନ”। ଏଇ ରବିବାର ସଂଧ୍ୟା ୬ଟା ୩୦ରେ ଏହାର ପ୍ରସାରଣ ହେବ। ଏହି ମହାମଞ୍ଚରେ ଓଡିଶା ସିନେ ଇଣ୍ଡଷ୍ଟ୍ରିର ସବୁ ମେଗାଷ୍ଟାରମାନଙ୍କୁ ଦେଖିବାକୁ ପାଇବେ। ଯେଉଁମାନେ ଦର୍ଶକଙ୍କୁ ଭରପୁର ମନୋରଂଜନ ଯୋଗାଇବେ। ସିଦ୍ଧାନ୍ତ, ବାବୁସାନ, ଅରିନ୍ଦମ, ସବ୍ୟସାଚ୍ଚୀ,ଶ୍ରୀତମ ଦାସ, ବୁଦ୍ଧାଦିତ୍ୟ, ସ୍ୱରାଜ, ଜ୍ୟୋତି, ଦେବାଶୀଷ, ଆକାଶ, ପୁପିନ୍ଦର ଓ ରାକେଶଙ୍କ ସହ ମହାଶ୍ୱେତା ରାୟ, ଅନୁ ଚୌଧୁରୀ, ଭୂମିକା, ଶିବାନୀ, ନିକିତା ମିଶ୍ର, ଶୀତଳ, ସୂର୍ଯ୍ୟମୟୀ, ପ୍ରକୃତି, ଏଲି, ତମ୍ମନା ବ୍ୟାସ, ଦିବ୍ୟା, ବିଦୁସ୍ମିତା ଓ ଉଷସୀ ମିଶ୍ରଙ୍କ ଏମିତି ବହୁତସାରା ମେଗାଷ୍ଟାରଙ୍କୁ ଗୋଟିଏ ମଂଚରେ ଦେଖିବାକୁ ପାଇବେ। ଧମାକାଦାର ପରଫମାନ୍ସ ସହ ନାଚଗୀତର ଆସରରେ ଝୁମିବ ପୁରା ଓଡିଶା। ସବୁ ମେଗାଷ୍ଟାରମାନଙ୍କୁ ଏକାଠି ଗୋଟିଏ ମଂଚରେ ଦେଖିବାକୁ ସମସ୍ତଙ୍କର ଆଗ୍ରହ ଓ ଉତ୍ସାହ ବଢ଼ିଚାଲିଛି। ଏହି କାର୍ଯ୍ୟକ୍ରମରେ ନାଚଗୀତ ସାଙ୍ଗକୁ ଆହୁରି ବହୁତ କିଛି ମଜାମସ୍ତୀ ଦେଖିବାକୁ…
ଭୁବନେଶ୍ବର/ପୁରୀ: ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେମାନଙ୍କର ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ପୁରୀ ରେଳ ଷ୍ଟେସନ ଠାରେ ରେଳବାଇ ପକ୍ଷରୁ ତୀର୍ଥ ଯାତ୍ରୀ ମାନଙ୍କ ପାଇଁ ଆୟୋଜିତ ବିସ୍ତୃତ ରଥଯାତ୍ରା ପ୍ରସ୍ତୁତିକୁ ନୀରିକ୍ଷଣ କରିବା ସହିତ ରଥ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ସୁବିଧାର ସଦୁପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ବୈଷ୍ଣବ ମଧ୍ୟ ସାଧାରଣ ଜନତା ତଥା ତୀର୍ଥଯାତ୍ରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବହୁତ ଖୁସି ଏବଂ ସ୍ମରଣୀୟ ରଥଯାତ୍ରାର ଅନୁଭୂତି ନେବାକୁ କହିଛନ୍ତି। ପୁରୀ ଷ୍ଟେସନ ଠାରେ ରେଳବାଇର ବିସ୍ତୃତ ରଥଯାତ୍ରା ପ୍ରସ୍ତୁତିକୁ ନୀରିକ୍ଷଣ କରିବା ସହିତ ଓଡ଼ିଶାବାସୀ ଏବଂ ଚଳିତ ବର୍ଷ ପୁରୀକୁ ଆସିଥିବା ତୀର୍ଥଯାତ୍ରୀ ମାନଙ୍କୁ ଶୁଭେଚ୍ଛା ବାର୍ତା ସହ ଉଦବୋଧନ ଦେଇ…
ନୂଆଦିଲ୍ଲୀ: ‘ସ୍ୱୟଂଶାସିତ ଫ୍ଲାଇଙ୍ଗ ୱିଙ୍ଗ ଟେକ୍ନୋଲୋଜି ଡେମନଷ୍ଟ୍ରେଟର’ର ପ୍ରଥମ ସଫଳ ବିମାନକୁ DRDO ସଞ୍ଚାଳିତ କରିଛି। ଏହି ଉଡ଼ାଣ ନିକଟ ଭବିଷ୍ୟତରେ ମାନବ ବିହୀନ ବିମାନର ବିକାଶ ଦିଗରେ ଏକ ପ୍ରଭାବଶାଳୀ ପଦକ୍ଷେପ ବୋଲି ବିବେଚନା କରାଯାଏ। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) କର୍ଣ୍ଣାଟକର ଚିତ୍ରଦୁର୍ଗ ଠାରେ ଥିବା ଏରୋନେଟିକାଲ୍ ଟେଷ୍ଟ ରେଞ୍ଜରୁ ସ୍ୱୟଂଶାସିତ ଫ୍ଲାଇଙ୍ଗ ୱିଙ୍ଗ ଟେକ୍ନୋଲୋଜି ଡେମନଷ୍ଟ୍ରେଟରର ପ୍ରଥମ ବିମାନକୁ ସଫଳତାର ସହ ପରିଚାଳନା କଲା। ସ୍ଵତଃ ପ୍ରବୃତ୍ତ ଭାବରେ କାର୍ଯ୍ୟକରି, ସ୍ୱୟଂଶାସିତ-ବିମାନ ଏକ ଉଡ଼ାଣ ପ୍ରଦର୍ଶନ କଲା, ଯେଉଁଥିରେ ଟେକ୍ ଅଫ୍, ୱେ ପଏଣ୍ଟ ନେଭିଗେସନ୍ ଏବଂ ଏକ ସୁଗମ ଟଚ୍ ଡାଉନ୍ ସାମିଲ ଅଛି। ସ୍ୱୟଂଶାସିତ ଫ୍ଲାଇଙ୍ଗ ୱିଙ୍ଗ ଟେକ୍ନୋଲୋଜି ପ୍ରଦର୍ଶକଙ୍କ ଏହି ଉଡ଼ାଣ ଭବିଷ୍ୟତର ମାନବ ବିହୀନ ବିମାନର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବାରେ ଏକ ପ୍ରଭାବଶାଳୀ ପଦକ୍ଷେପ ଏବଂ ଏହିପରି ରଣନୀତିକ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟାରେ ଆତ୍ମନିର୍ଭରଶୀଳତା ପାଇଁ…
ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…
ପୁରୀ: ବେଶ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ରଥଯାତ୍ରା। ତିନି ଠାକୁର ଏଥର ଭକ୍ତମାନଙ୍କୁ ସିଧା ଦର୍ଶନ ଦେଇଛନ୍ତି। କାରଣ ଦୀର୍ଘ ଦୁଇ ବର୍ଷ ଧରି କରୋନା ପାଇଁ ରଥରେ ଠାକୁରଙ୍କୁ ଦେଖିବା ପାଇଁ ଭକ୍ତଙ୍କୁ କରାଯାଇଥିଲା ବାରଣ। ସେଥିପାଇଁ ଭକ୍ତ ଭଗବାନଙ୍କର ମିଳନ ହୋଇପାରି ନ ଥିଲା। ଆଜି ତିନି ଠାକୁର ସଅଳ ସଅଳ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଜାରୀ ହୋଇଥିବା ସମୟ ନିର୍ଘଣ୍ଟ ପୂର୍ବରୁ ତିନି ଠାକୁରଙ୍କ ସମସ୍ତ ନିତି ସମାପନ ହୋଇଥିଲା। ସେବକମାନେ ପ୍ରଭୃ ସେବାକୁ ବେଶ୍ ମନଧ୍ୟାନ ଦେଇ କରିଥିଲେ। ଫଳରେ ତିନିଠାକୁର ସଂଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟକୁ ଆସିଥିଲେ। ଆଜି ସକାଳ ୬ଟା ୧୫ରେ ପହଣ୍ଡି ଆରମ୍ଭ ହୋଇଥିଲା। ଏଥିରେ ଜଣଙ୍କ ପରେ ଜଣେ ତିନି ଭାଇ ଭଉଣୀ ରଥାଋଢ ହୋଇଥିଲେ। ଏହାପରେ ଶଙ୍କରାଚାର୍ଯ୍ୟ ତିନିରଥରେ ଚଢି ପ୍ରଭୃଙ୍କ ଦର୍ଶନ କରିଥିଲେ। ଶେଷରେ ଗଜପତି ଦିବ୍ୟସିଂହ…
ଭୁବନେଶ୍ବର: ଜୁଲାଇ ୮ ପବିତ୍ର ବାହୁଡା ଯାତ୍ରା ଅବସରରେ ମୁକ୍ତିଲାଭ କରିବ ଦ୍ୱିଭାଷୀ ଚଳଚ୍ଚିତ୍ର ମାୟାଦର୍ପଣ। ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ପ୍ରସ୍ତୁତ ଏହି ସିନେମାଟି ପ୍ରଥମେ ହିନ୍ଦୀ ଭାଷାରେ ବାହୁଡା ଯାତ୍ରା ଅବସରରେ ସାରା ଭାରତରେ ବଡ ପରଦାକୁ ଆସିବ ବୋଲି ଏହାର ପ୍ରଯୋଜିକା ଝରଣା ସାମଲ କହିଛନ୍ତି। ଭୁବନେଶ୍ୱର ଆର୍ଯ୍ୟ ପ୍ୟାଲେସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂୂଚନା ଦିଆଯାଇଛି। ସାରା ଭାରତରେ ୫୦ଟି ପ୍ରେକ୍ଷାଳୟରେ ମାୟାଦର୍ପଣ ମୁକ୍ତିଲାଭ କରିବ ବୋଲି କୁହାଯାଇଛି। ମା’ର ସ୍ନେହ ମମତାକୁ ନେଇ ସିନେମାଟି ନିର୍ମାଣ କରାଯାଇଛି। ପ୍ରତିଟି ପରିବାରରେ ଘଟୁଥିବା ଘଟଣାକୁ ଏଥିରେ ସ୍ଥାନ ଦିଆଯାଇଛି। ଏହା ସମ୍ପୂର୍ଣ୍ଣ ପାରିବାରିକ ସିନେମା ଓ ପରିବାର ସହ ଏହାକୁ ଦେଖିହେବ ବୋଲି ପ୍ରଯୋଜନା ସଂସ୍ଥା କହିଛି। ଅଭିନେତ୍ରୀ ପ୍ରତିଭା ପଣ୍ଡା ଏହି ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜିକା ଥିବା ବେଳେ ମା’ ଭୂମିକାରେ ନିଖୁଣ ଅଭିନୟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ…
ପୁରୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରଥଯାତ୍ରାରେ ସାମିଲ ହେବା ଅବସରରେ ସାମାଜିକ ସଂଗଠନ “ଆମେ ଓଡ଼ିଆ” ପକ୍ଷରୁ ଆୟୋଜିତ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ହ୍ରାସ କରିବା ପାଇଁ ଜନସଚେତନ ଅଭିଯାନରେ ସାମିଲ ହୋଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ଆମେ ଓଡ଼ିଆ ପରିବାରର ସ୍ୱେଚ୍ଛାସେବୀଙ୍କ ସହ ପ୍ଲାଷ୍ଟିକ୍ ସଫେଇ କରି ସେମାନଙ୍କ ମନୋବଳ ଦୃଢ଼ କରିଥିଲେ। ପ୍ରତ୍ୟେକ ସ୍ୱେଚ୍ଛାସେବୀଙ୍କୁ ରଥଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଭିଯାନରେ ସାମିଲ ପାଇଁ ସାଧୁବାଦ ଜଣାଇବା ସହ କହିଛନ୍ତି ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ପରିବେଶ ପାଇଁ କ୍ଷତିକାରକ। ଏ ସବୁ ଲୋକମାନେ ବର୍ଜନ କରିବା ସହ ଅଭ୍ୟାସରେ ପରିଣତ କରିବା ଦରକାର। ଭାରତ ସରକାର ମଧ୍ୟ ଏହି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ସାମଗ୍ରୀକୁ ବନ୍ଦ କରିବା ଉପରେ ଆଜି ଠାରୁ ନିଷ୍ପତି ନେଇଛନ୍ତି। ରଥ ଦେଖିବା ପାଇଁ ପୁରୀକୁ ଆସୁଥିବା ଅଗଣିତ ଭକ୍ତମାନେ ମଧ୍ୟ ପ୍ଲାଷ୍ଟିକ ବ୍ୟବହାରକୁ ହ୍ରାସ କରିବା…
ମୁମ୍ବାଇ: ରିଲାଏନ୍ସ ଜୁଏଲ୍ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ନୂଆ ସ୍ୱତନ୍ତ୍ର ବେଲା କଲେକ୍ସନର ଶୁଭାରମ୍ଭ କରିଛି। ଏହି ସ୍ୱତନ୍ତ୍ର କଲେକ୍ସନ ଆଜିର ମିଲେନିଆଲ୍ ଓ ଜେନ୍ ଜେଡ୍ ମହିଳାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯାହାକି ସେମାନଙ୍କର ଜୀବନରେ ରଙ୍ଗ ଭରିଦେବ ଓ ପ୍ରତ୍ୟେକ ଦିନକୁ ଏକ ସ୍ୱତନ୍ତ୍ର ଅବସରରେ ପରିଣତ କରିବ। ଏହି ନୂତନ ରୋଜ୍ ଗୋଲ୍ଡ ଓ ସେମି-ପ୍ରିସିୟସ କଳର ସହିତ ଜୁଏଲାରୀକୁ ମହିଳାମାନଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ଏହାର ଡିଜାଇନ୍ ଅତ୍ୟନ୍ତ ସୂକ୍ଷ୍ମ ଓ ଆଧୁନିକ ଅଟେ। ବେଲା ହେଉଛି ଆତ୍ମବିଶ୍ୱାସ! ଏକ ସକାରାତ୍ମକ ଭାବନା! ଏହା ସହାୟତାରେ ଆପଣ ନିଜକୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିପାରିବେ। ଏହି ସ୍ପେଶିଆଲ୍ କଲେକ୍ସନ ଆପଣଙ୍କ ଜୀବନରେ ରଙ୍ଗ ଭରିଦେବ ଓ ସବୁ ଦିନକୁ ସ୍ୱତନ୍ତ୍ର କରିବ। ଏହି ବେଲାର ପିସ୍ ଗୁଡ଼ିକ ହେଉଚି ମିନିମାଲିଷ୍ଟିକ୍ ଯାହାକୁ ଆପଣ ଡିନର ପାଇଁ ମଧ୍ୟ ଆପଣ ବ୍ୟବହାର କରିପାରିବେ।…
ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ କମିଟିର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏହା ଅନ୍ତର୍ଗତ ଜୀବନ ହରାଇଥିବା ୩୫ ଜଣ ସାମ୍ବାଦିକ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଥିରେ ଅନ୍ତର୍ଭୁକ୍ତ ରହିଛନ୍ତି ୧୬ ଜଣ ସାମ୍ବାଦିକଙ୍କ ପରିବାର ଯେଉଁମାନେ କୋଭିଡ-୧୯ ହେତୁ ଜୀବନ ହରାଇଛନ୍ତି। ଏହି ସହାୟତା ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ୍ (ଜେଡବ୍ଲୁଏସ) ଅନ୍ତର୍ଗତ ପ୍ରଦାନ କରାଯିବ। ଏହି ପରିବାରଗୁଡ଼ିକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ। ଜେଡବ୍ଲୁଏସ୍ କମିଟି ସ୍ଥାୟୀ ଭିନ୍ନକ୍ଷମତାରେ ପୀଡ଼ିତ ଥିବା ଦୁଇ ଜଣ ସାମ୍ବାଦିକଙ୍କୁ ଓ ଗୁରୁତର ରୋଗରେ ପୀଡ଼ିତ ଥିବା ପାଞ୍ଚ ଜଣ ସାମ୍ବାଦିକଙ୍କ ପାଇଁ ଜେଡବ୍ଲୁଏସ୍ ନିୟମାବଳୀ ଅନୁସାରେ ସହାୟତା ପାଇଁ ସୁପାରିଶ୍ କରିଛନ୍ତି। ଏହି ମିଟିଂରେ କମିଟି ସମୁଦାୟ ଟ.୧.୮୧ କୋଟିର ସହାୟତା ମଞ୍ଜୁର କରିଛନ୍ତି। ଏପର୍ଯ୍ୟନ୍ତ କୋଭିଡ୍-୧୯ ହେତୁ ଜୀବନ ହରାଇଥିବା ୧୨୩…
ଦିଲ୍ଲୀ: ଜୁନ୍ ୨୦୨୨ରେ ସମୁଦାୟ ସଂଗୃହୀତ ଜିଏସ୍ଟି ରାଜସ୍ୱ ୧,୪୪,୬୧୬ କୋଟି ଟଙ୍କା ରହିଛି, ଯେଉଁଥିରେ ସିଜିଏସ୍ଟିର ପରିମାଣ ୨୫,୩୦୬ କୋଟି ଟଙ୍କା, ଏସ୍ଜିଏସ୍ଟିର ପରିମାଣ ୩୨,୪୦୬ କୋଟି ଟଙ୍କା, ଆଇଜିଏସ୍ଟିର ପରିମାଣ ୭୫,୮୮୭ କୋଟି ଟଙ୍କା (ମାଲ୍ ଆମଦାନୀ ଊପରେ ସଂଗୃହୀତ ୪୦,୧୦୨ କୋଟି ଟଙ୍କା ସମେତ) ଏବଂ ସେସ୍ (ମାଲ୍ ଆମଦାନୀ ଉପରେ ସଂଗୃହୀତ ୧୧୯୭ କୋଟି ଟଙ୍କା ସହିତ) ୧୧,୦୧୮ ଟଙ୍କା ରହିଛି । ଜୁନ୍ ୨୦୨୨ରେ ସମୁଦାୟ ଜିଏସ୍ଟି ସଂଗ୍ରହ ଏପ୍ରିଲ୍ ୨୦୨୨ର ୧,୬୭,୫୪୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ପରେ ଦ୍ୱିତୀୟ ସର୍ବାଧିକ ଜିଏସ୍ଟି ସଂଗ୍ରହ ଅଟେ। ସରକାର ଆଇଜିଏସ୍ଟିରୁ ୨୯,୫୮୮ କୋଟି ଟଙ୍କା ସିଜିଏସ୍ଟି ବାବଦକୁ ଏବଂ ୨୪,୨୩୫ କୋଟି ଟଙ୍କା ଏସ୍ଜିଏସ୍ଟି ବାବଦକୁ ବନ୍ଦୋବସ୍ତ କରିଛନ୍ତି। ଏହା ସହିତ, କେନ୍ଦ୍ର ସରକାର ମଧ୍ୟ ଅସ୍ଥାୟୀ ଭିତିରେ ୫୦:୫୦ ଅନୁପାତରେ ଆଇଜିଏସ୍ଟିର ୨୭,୦୦୦ କୋଟି ଟଙ୍କାକୁ କେନ୍ଦ୍ର ଏବଂ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ…
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶିରୋମଣି ଅକାଳି ଦଳ ସମର୍ଥନ ଘୋଷଣା କରିଛି। ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବେ, ସେନେଇ ଦଳରେ ଆଲୋଚନା ହୋଇଛି ବୋଲି ଶିରୋମଣି ଅକାଳି ଦଳର ସଭାପତି ସୁଖବୀର ସିଂ ବାଦଲ କହିଛନ୍ତି। ଯେଉଁଥିପାଇଁ ଆମେ ଆମର ସମସ୍ତ ରାଜନୈତିକ ମତଭେଦକୁ ଭୁଲି ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛୁ। ସେ କହିଛନ୍ତି ଯେ, ତିନୋଟି କୃଷି ଆଇନ ଏବଂ କୃଷକ ପ୍ରସଙ୍ଗରେ ଆମର ବିଜେପି ସହ ମତଭେଦ ରହିଛି, ତଥାପି ଏହା ସତ୍ତ୍ୱେ ଆମ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ। ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ପାଇଁ ଆଜି ତାଙ୍କୁ ଦ୍ରୌପଦୀ ମୁର୍ମୁ ଏବଂ ଜେପି ନଡ୍ଡାଙ୍କ ନିକଟକୁ ଏକ ଫୋନ ଆସିଥିବା ସୁଖବୀର ବାଦଲ କହିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିବା ପ୍ରଶ୍ନରେ ସେ କହିଛନ୍ତି…
ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ତିନିଠାକୁରଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କେ ପାଣ୍ଡିୟାନ ମଧ୍ୟ ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ କଡା ସୁରକ୍ଷା ମଧ୍ୟରେ ପୁରୀ ଗସ୍ତ କରିଥିଲେ। ସେଠାକୁ ଯିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ତଥା ସେବକଙ୍କ ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ସେ ସୂଚନା କେନ୍ଦ୍ର ଉପରେ ବସି ରଥଯାତ୍ରାର ସମସ୍ତ ବିଧି ଦର୍ଶନ କରିଥିଲେ। ଏହାପରେ ରଥଟଣା ପ୍ରସ୍ତୁତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥଙ୍କ ରଥ ଦଉଡି ଛୁଇଁଥିଲେ। ସେ ତଳକୁ ଓହ୍ଲାଇ ଭିଡ ଭିତରେ ପଶି ରଥ ଦଉଡି ଛୁଇଁ ନିଜକୁ ଧନ୍ୟ ମନେ କରିଥିଲେ। ଏଥିସହିତ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ମଧ୍ୟ ରଥ ଦଉଡି ସ୍ପର୍ଶ କରିଥିଲେ। ଗତକାଲି ରାତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ତେର ଦିନିଆ ବିଦେଶ ଗସ୍ତରୁ ଫେରି ଆଜି…
ଭୁବନେଶ୍ବର/ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀ ଠାରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀ ଉଦଘାଟିତ ହୋଇଛି। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ‘୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ’ ବିଷୟବସ୍ତୁକୁ ନେଇ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ପ୍ରଦର୍ଶନୀରେ ବିଗତ ୮ ବର୍ଷ ମଧ୍ୟରେ ଦେଶର ବିକାଶ ଏବଂ ଦେଶବାସୀଙ୍କ କଲ୍ୟାଣ ପାଇଁ ମୋଦୀ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କ ପାଇଁ ସୂଚନା ପ୍ରଦର୍ଶିତ ହୋଇଛି। ଏହାକୁ ଉଦଘାଟନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଏହି…
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ପରେ ଭାରତୀୟ ଦଳ ୩ ଟି-୨୦ ଏବଂ ଦିନିକିଆ ମ୍ୟାଚ୍ ଖେଳିବ। ଏହି ସିରିଜ ପାଇଁ ଭାରତୀୟ ଦଳରେ ନିୟମିତ ଅଧିନାୟକ ରୋହିତ ଶର୍ମା ପ୍ରତ୍ୟାବର୍ତ୍ତନ କରିଛନ୍ତି। କିନ୍ତୁ ଟି-୨୦ ଏବଂ ଦୁଇଟି ଦିନିକିଆ ପାଇଁ ଏକ ପୃଥକ ଦଳ ଘୋଷଣା କରାଯାଇଛି। ପୂର୍ବତନ ଅଧିନାୟକ ବିରାଟ କୋହଲି, ଋଷଭ ପନ୍ତଙ୍କ ସମେତ କିଛି ତାରକା ଖେଳାଳି ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ମନୋନୀତ ଦଳରୁ ବାଦ ପଡିଛନ୍ତି। ପ୍ରଥମ ଟି-୨୦ ପାଇଁ ସ୍କ୍ବାଡ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ରିତୁରାଜ ଗାଇକ୍ଵାଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ (ୱି.କି), ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଆବେଶ ଖାନ, ଅର୍ଶଦୀପ ସିଂ ଏବଂ ଉମରନ ମଲିକ ଦ୍ୱିତୀୟ ଏବଂ…
ମୁମ୍ବାଇ: ‘ପୁଷ୍ପା – ଦି ରାଇଜ୍’ରେ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଅଭିନୟ ‘ଶ୍ରୀବାଲ୍ଲୀ’ ଭାବରେ ତାଙ୍କୁ ଏକ ରାତାରାତି ଲୋକପ୍ରିୟ କରିଛି। ତାଙ୍କର ପ୍ରସିଦ୍ଧ ‘ସାମି ସାମି’ ସୋସିଆଲ ମିଡିଆରେ ସବୁଠାରୁ ଟ୍ରେଣ୍ଡୀ ଷ୍ଟେପ୍ ହୋଇ ରହିଛି। ‘ପୁଷ୍ପା’ରେ ଚିତ୍ତାକର୍ଷକ ଅଭିନୟ ପରେ ରଶ୍ମିକା ମନ୍ଦନା ବର୍ତ୍ତମାନ ଏକ ବଡ ବଲିଉଡ ଫିଲ୍ମ ମିଳିଛି। ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ‘ଆନିମଲ’ ପାଇଁ ରଣବୀର କପୁରଙ୍କ ସହ ତାଙ୍କୁ ଚୟନ କରାଯାଇଛି। ଆଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା – ଦି ରାଇଜ୍’ ୨୦୨୧ ର ଆଶ୍ଚର୍ଯ୍ୟଜନକ ହିଟ୍ ଥିଲା ଏବଂ ଟଲିଉଡରେ ନିର୍ମିତ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର ପାଇଁ ଏହା ଏକ ନୂତନ ପ୍ରେରଣା। ରଶ୍ମିକା ଆତ୍ମବିଶ୍ୱାସରେ ଏହି ଚଳଚ୍ଚିତ୍ରରେ ଜଣେ ଗ୍ରାମୀଣ ଝିଅର ଭୂମିକା ଗ୍ରହଣ କରିଥିଲେ ଏବଂ ଏକ ପ୍ରାକୃତିକ ଅଭିନୟ କରିଥିଲେ। ଯାହା ତାଙ୍କୁ ଭାରତର ‘ରାଷ୍ଟ୍ରୀୟ କ୍ରସ୍’ ଭାବରେ ଏକ ଘରୋଇ ନାମରେ ପରିଣତ କରିଥିଲା। ରଶ୍ମିକା…
ବାସ୍ତୁଶାସ୍ତ୍ର: ଯଦି ସବୁକିଛି ବାସ୍ତୁ ଅନୁଯାୟୀ ରଖାଯାଏ, ତେବେ ଘରେ ସମୃଦ୍ଧି ଆସେ। ଏହା କରିବା କେବଳ ଜୀବନର ସମସ୍ୟାକୁ ହ୍ରାସ କରେ ନାହିଁ, ବରଂ ବାସ୍ତୁ ଦୋଷ, ପିତୃ ଦୋଷ, ଗ୍ରହମାନଙ୍କର ଅପ୍ରାକୃତିକ ପ୍ରଭାବରୁ ମୁକ୍ତି ପାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ସେହିଭଳି ଘରେ ଚାରା ରୋପଣ ପାଇଁ ଏହାର ନିୟମ ଶାସ୍ତ୍ରରେ ମଧ୍ୟ କୁହାଯାଇଛି। ଏପରି କିଛି ଗଛ ଏବଂ ଉଦ୍ଭିଦ ଅଛି ଯେଉଁଠାରେ ଦେବୀ ଲକ୍ଷ୍ମୀ ବାସ କରନ୍ତି। ଯଦି ସେଗୁଡ଼ିକର ଯତ୍ନ ନିଆଯାଏ, ତେବେ ମାତା ଲକ୍ଷ୍ମୀ ଖୁସି ହୋଇ ଘରେ ଧନ ଏବଂ ଶସ୍ୟ ଭରନ୍ତି। ଏହି ଉଦ୍ଭିଦ ହେଉଛି ଗଙ୍ଗଶିଉଳି। ଆସନ୍ତୁ ଜାଣିବା ଏହି ଉଦ୍ଭିଦର ବିଶେଷତା ଏବଂ ଏହାକୁ ଘରେ ଲଗାଇବା ପାଇଁ ସଠିକ୍ ଦିଗ। ମାତା ଲକ୍ଷ୍ମୀଙ୍କ ବାସସ୍ଥାନ: ଗଙ୍ଗଶିଉଳି ଫୁଲ ଦେବୀ ଲକ୍ଷ୍ମୀଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। ଏହାର ଫୁଲଗୁଡ଼ିକ ସୁଗନ୍ଧିତ, ବିଶେଷ କଥା ହେଉଛି ସେମାନେ ସ୍ୱୟଂଚାଳିତ ଭାବରେ…

