Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜୀ ନ୍ୟୁଜ ଛାଡିଲେ ବରିଷ୍ଠ ସାମ୍ବାଦିକ ସୁଧୀର ଚୌଧୁରୀ, ଜାଣନ୍ତୁ କଣ ଏହାର କାରଣ ?
ଜାତୀୟ ଖବର

ଜୀ ନ୍ୟୁଜ ଛାଡିଲେ ବରିଷ୍ଠ ସାମ୍ବାଦିକ ସୁଧୀର ଚୌଧୁରୀ, ଜାଣନ୍ତୁ କଣ ଏହାର କାରଣ ?

July 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜୀ ନ୍ୟୁଜ ଛାଡିଲେ ବରିଷ୍ଠ ସାମ୍ବାଦିକ ସୁଧୀର ଚୌଧୁରୀ, ଜାଣନ୍ତୁ କଣ ଏହାର କାରଣ ?

ନୂଆଦିଲ୍ଲୀ: ଦେଶର ବରିଷ୍ଠ ସାମ୍ବାଦିକ ତଥା ଜୀ ନ୍ୟୁଜର ଏଡିଟର ଇନ ଚିଫ ସୁଧୀର ଚୌଧୁରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ଜୀ ମିଡିଆ କ୍ଲଷ୍ଟର ୱାନ୍ ର ସିଇଓ ଥିଲେ। ତାଙ୍କ ଅଧିନରେ ଜୀ ନ୍ୟୁଜ, ଉଏନ୍, ଜୀ ବିଜିନେସ୍ ଏବଂ ଜୀ 24 ତାସ ଚ୍ୟାନେଲ ଥିଲା।

ଏକ ମେଲ କରି ସେ ଜୀ ମିଡିଆ କରପୋରେସନର ଅଧ୍ୟକ୍ଷ ସୁବାଷ ଚନ୍ଦ୍ରାଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଗତକାଲି ଥିଲା ତାଙ୍କର ଶେଷ କାର୍ଯ୍ୟ ଦିବସ। ମୁଖ୍ୟତଃ ସୁଧୀରଙ୍କ ‘ଡିଏନଏ’ କାର୍ଯ୍ୟକ୍ରମ ସାରା ଭାରତରେ ବେଶ ଲୋକପ୍ରିୟ ହୋଇପାରିଛି। ତାଙ୍କର ଉପସ୍ଥାପନା ଶୈଳୀ ସହିତ ବିସ୍ତୁତ ତଥ୍ୟ ସଂଗ୍ରହ ଏହି କାର୍ଯ୍ୟକ୍ରମକୁ ଲୋକପ୍ରିୟ କରାଇ ପାରିଛି।

ସୁଧୀର ପ୍ରଥମେ ଜୀରେ ଯୋଗ ଦେବା ପରେ 2003 ମସିହାରେ ଏହି ସଂସ୍ଥା ଛାଡିଥିଲେ। ଏହାପରେ ସେ ସାହାର ଗ୍ରୁପରେ ଯୋଗ ଦେଇ ବିଭିନ୍ନ ଚ୍ୟାନେଲ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସାହାରା ଗ୍ରୁପର ବିଭିନ୍ନ ଭାଷାରେ ‘ସାହାର ସମୟ’ ତାଙ୍କ ସମୟରେ ଆରମ୍ଭ ହୋଇଥିଲା। ଏହାପରେ ସେ ଇଣ୍ଡିଆ ଟିଭି ରେ କିଛି ମାସ ପାଇଁ କାର୍ଯ୍ୟ କରିଥିଲେ। ସୁଧୀର ପୁଣି 2012 ରେ ଜୀ ମିଡିଆରେ ଯୋଗ ଦେଇ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ।

ତାଙ୍କ ଇସ୍ତଫା ପତ୍ର ପାଇବା ପରେ ସୁବାଷ ଚନ୍ଦ୍ରା ତାଙ୍କୁ ଡାକି ଦୁଇଦିନ ଧରି ଆଲୋଚନା କରିଥିଲେ। ମୁଖ୍ୟତଃ ସେ ଏହି କଂପାନୀରେ ତାଙ୍କର କାର୍ଯ୍ୟ ଜାରୀ ରଖନ୍ତୁ ବୋଲି କହିଥିଲେ।ହେଲେ ସୁଧୀର ମିଡିଆ କ୍ଷେତ୍ରରେ ନିଜେ କିଛି କରିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ। ଫଳରେ ସୁବାଷ ଚନ୍ଦ୍ରା ତାଙ୍କର ଇସ୍ତଫାକୁ ଗ୍ରହଣ କରି କାର୍ଯ୍ୟରୁ ମୁକ୍ତ କରିଥିଲେ।

ତେବେ ବର୍ତ୍ତମାନ ସୁଧୀର ନିଜେ କଣ କରିବେ ସେ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ହେଲେ ନିଜେ ସୁଧୀର ନୂଆ କଂପାନୀ ସଂପର୍କରେ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରି ନାହାଁନ୍ତି।

ଜୀ ନ୍ୟୁଜ ଜୀ ମିଡିଆ ସୁଧୀର ଚୌଧୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନ ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା?: କୋହଲିଙ୍କ ପରେ ରୋହିତ ଶର୍ମା ଆଉଟ!

June 4, 2026

“ଆମେ ଦ୍ୱାର ବନ୍ଦ କରିଦେଇଛୁ, ଭୁଲରେ ଆସନ୍ତୁ ନାହିଁ’: ଟିଏମସି ନେତାଙ୍କୁ ବିଜେପି ର କଟାକ୍ଷ

June 4, 2026

ରାଜ୍ୟସଭା ନିର୍ବାଚନ: ଓଡିଶା ସମେତ ୬ ଟି ରାଜ୍ୟ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

June 4, 2026

ଉତ୍ତେଜନାମୂଳକ ମନ୍ତବ୍ୟ ମାମଲା: ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ

June 4, 2026
Latest News

ଆଫଗାନିସ୍ତାନ ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା?: କୋହଲିଙ୍କ ପରେ ରୋହିତ ଶର୍ମା ଆଉଟ!

June 4, 2026

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ

June 4, 2026

“ଆମେ ଦ୍ୱାର ବନ୍ଦ କରିଦେଇଛୁ, ଭୁଲରେ ଆସନ୍ତୁ ନାହିଁ’: ଟିଏମସି ନେତାଙ୍କୁ ବିଜେପି ର କଟାକ୍ଷ

June 4, 2026

ପୂର୍ବତଟ ରେଳପଥର ଅଣ-ଭଡ଼ା ରାଜସ୍ୱରେ ଉଲ୍ଲେଖନୀୟ ଅଭିବୃଦ୍ଧି

June 4, 2026

ରାଜ୍ୟସଭା ନିର୍ବାଚନ: ଓଡିଶା ସମେତ ୬ ଟି ରାଜ୍ୟ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.