Author: Samikhsya Bureau

ଭୁବନେଶ୍ୱର: ଜୀ ସାର୍ଥକର ନୂଆ ସିନେମା ‘ମୋ ପଣତକାନିରେ ତୁ’ର ଅଡିଓ ରିଲିଜ୍ ହୋଇ ଯାଇଛି। ଜୁନ୍ ୧୨ ରେ ଫିଲ୍ମଟି ଜୀ ସାର୍ଥକ ରେ ଓ୍ଵାର୍ଲଡ ଟେଲିଭିଜନ ପ୍ରିମିୟର ହେଉଥିବା ବେଳେ ଏହାର କାହାଣୀ ଓ ଗୀତଗୁଡିକ‌ ଲୋକାଦୃତ ହେବ ବୋଲି ଜୀ ସାର୍ଥକ ପକ୍ଷରୁ ପ୍ରକାଶ କରାଯାଇଛି। ଫିଲ୍ମର ଗୀତଗୁଡିକୁ ସଂଗୀତରେ ସଜାଇଛନ୍ତି ବୈଦ୍ୟନାଥ ଦାଶ। ଫିଲ୍ମର ସବୁ ଗୀତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପୁରା ଟିମ୍ ଆଶାବାଦୀ। ଗୀତ ଗୁଡ଼ିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ଡ଼ ଶୁଭ ଦାସ, ସୂର୍ଯ୍ୟ ମହାପାତ୍ର, ନିହାର ପ୍ରିୟାଶିଷ୍ ଓ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ, ସୁଭାଶିଷ ସାହୁ, ଅସୀମା ପଣ୍ଡା, ସଞ୍ଜୁ, ଅର୍ପିତା ଚୈଧୁରୀ। ମ୍ୟୁଜିକ ଆରେଞ୍ଜମେଣ୍ଟ କରିଛନ୍ତି ରାଜା ଅନୀଲ। ଜୀ ସାର୍ଥକ ଫିଲ୍ମସ ବ୍ୟାନରରେ ନିର୍ମାଣ ହେଇଛି ଏହି ନୂଆ ସିନେମା ‘ମୋ ପଣତକାନିରେ ତୁ’। ଏହି ଚଳଚ୍ଚିତ୍ରରେ ଦର୍ଶକ ଦେଖିବେ…

Read More

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଉପବାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲୋକମାନେ, ବିଶେଷକରି ମହିଳାମାନେ, ନିଜ ବିଶ୍ୱାସ ଅନୁଯାୟୀ ବିଭିନ୍ନ ଦେବାଦେବୀଙ୍କୁ ସେମାନେ ଉପାସନା କରନ୍ତି। ତା’ପରେ ସପ୍ତାହର ଗୋଟିଏ ଦିନ, କିମ୍ବା ବିଶେଷ ଉତ୍ସବ କିମ୍ବା ପର୍ବରେ, ସେମାନଙ୍କ ଦେବତାମାନଙ୍କ ପାଇଁ ଏକ ଶପଥ ରଖନ୍ତି। ଯେଉଁଥିରେ ସେମାନେ ଦିନ ସାରା କଠିନ ଖାଦ୍ୟ ନ ଖାଇ କେବଳ ଫଳ ଖାଇଥାନ୍ତି । ଧର୍ମ ଏବଂ ଶାସ୍ତ୍ର ବିଶ୍ୱାସ ଅନୁଯାୟୀ, ଉପବାସ ପାଳନ କଲେ ଭଗବାନ ପ୍ରସନ୍ନ ହୁଅନ୍ତି ଏବଂ ସବୁ ସମସ୍ୟା ଦୂର କରି ଇଚ୍ଛା ପୂରଣ କରନ୍ତି। ହେଲେ ଧର୍ମ ଏବଂ ବିଶ୍ୱାସ ସହିତ ସପ୍ତାହରେ ଗୋଟିଏ ଦିନ ଉପବାସ ରହିବା ମଧ୍ୟ ବୈଜ୍ଞାନିକ ଦୃଷ୍ଟିକୋଣରୁ ଲାଭଦାୟକ ଅଟେ। ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ, ଦିନସାରା ଉପବାସ ରହିବା  ସ୍ବାସ୍ଥ୍ୟ ପାଇଁ ହିତକର। କେବଳ ଫଳ ଖାଇବା ଦ୍ବାରା ହଜମ କରିବାରେ ସାହାଯ୍ୟ କରିଥାଏ। ଫଳରେ ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ ଏବଂ…

Read More

ମେଷ: – ଭାଗ୍ୟ ଆଜି ଆପଣଙ୍କୁ ସମର୍ଥନ କରିବାକୁ ଯାଉଛି। କର୍ମ ଜାରି ରଖନ୍ତୁ ଏବଂ ସବୁକିଛି ଭାଗ୍ୟକୁ ଛାଡିଦିଅ । କାର୍ଯ୍ୟରେ ସଫଳତା ମିଳିବ ଏବଂ ସମ୍ମାନର ବୃଦ୍ଧି ସମ୍ଭବ ହେବାରେ ଲାଗିଛି। ନୂତନ ସମ୍ପର୍କ କିମ୍ବା କାର୍ଯ୍ୟ ପ୍ରତିଷ୍ଠା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ । ବୃଷ: – ଆଜି ଭ୍ରମଣରୁ ଦୂରେଇ ରୁହନ୍ତୁ । କାହା ସହିତ ଅନାବଶ୍ୟକ ବିତର୍କରେ ପ୍ରବେଶ କରନ୍ତୁ ନାହିଁ । କୌଣସି ସ୍ଥାନରେ ବିତର୍କ ପରିସ୍ଥିତି ହେତୁ ଦିନସାରା ଦ୍ୱନ୍ଦ୍ୱ ସୃଷ୍ଟି ହେବ । ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ହେବ । ଧାର୍ମିକ କାର୍ଯ୍ୟକଳାପ କିମ୍ବା ଯାତ୍ରା ପଛରେ ଟଙ୍କା ଖର୍ଚ୍ଚ ହୋଇପାରେ । ମିଥୁନ: – ଆଜି ଏକ ଶୁଭ ଦିନ । ଜୀବନସାଥୀ କିମ୍ବା ପ୍ରିୟଜନଙ୍କ ସମର୍ଥନ ପାଇବେ । ମନ ଖୁସି ହେବ । ସ୍ଥଗିତ କାର୍ଯ୍ୟ ସମାପ୍ତ ହେବ । ସ୍ୱାସ୍ଥ୍ୟ ଚିନ୍ତା ବ୍ୟାକୁଳ…

Read More

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦଳର ଅଧିନାୟକ ଭାବେ ନିଯୁକ୍ତ କେ.ଏଲ୍ ରାହୁଲ ଆହତ ହୋଇଛନ୍ତି। କେ.ଏଲ୍ ରାହୁଲଙ୍କ ଆଘାତ ଏତେ ଗୁରୁତର ଯେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଅଂଶ ହେବେ ନାହିଁ। ଏହି ସିରିଜ୍ ପାଇଁ ଦଳର ଅଧିନାୟକ ଭାବରେ ଋଷଭ ପନ୍ତଙ୍କୁ ବିସିସିଆଇ ଦ୍ୱାରା ନିଯୁକ୍ତ କରାଯାଇଛି। କେ.ଏଲ୍ ରାହୁଲଙ୍କ ଆଘାତ ବିଷୟରେ ଏପର୍ଯ୍ୟନ୍ତ ଅଧିକ ସୂଚନା ପ୍ରକାଶ କରାଯାଇ ନାହିଁ। କିନ୍ତୁ ବିସିସିଆଇ ନିଶ୍ଚିତ କରିଛି ଯେ, କେଏଲ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଅଂଶ ହେବେ ନାହିଁ। ତେବେ ଇଂଲଣ୍ଡ ଗସ୍ତରେ କେ.ଏଲ୍ ରାହୁଲ ଟିମ୍ ଇଣ୍ଡିଆର ଅଂଶ ହେବେ କି ନାହିଁ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରେମ ସମ୍ପର୍କକୁ ନେଇ ଦୁଇଜଣ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ସୁଚାନା ଅନୁଯାୟୀ, ବାଲୁଗାଁ ଥାନା ଅନ୍ତର୍ଗତ ଇଂଜନପୁର ଗ୍ରାମର ନୈନା ବାରିକ ଓ ବାଣପୁର ଥାନା ଅନ୍ତର୍ଗତ ଵିଷ୍ଣୁଡିହ ଗ୍ରାମର ବିଘ୍ନେଶ ମାଝୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମସମ୍ପର୍କ ଥିବା କୁହାଯାଉଛି। କିନ୍ତୁ ଉଭୟଙ୍କ ଆତ୍ମହତ୍ୟାର କାରଣ କଣ ହୋଇପାରେ ତାହାର କୌଣସି ସୂଚନା ମିଳିପାରିନାହିଁ। କିନ୍ତୁ ଉଭୟଙ୍କ ଆତ୍ମହତ୍ୟା ସମ୍ପର୍କରେ ବିଭିନ୍ନ ପ୍ରକାରର ଗୁଜବ ହେଉ ଥିବା ବେଳେ ପରିବାର ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ। ବାଲୁଗାଁ ଥାନା ଅନ୍ତର୍ଗତ ନୈନା ଓ ବାଣପୁର ଥାନା ଅନ୍ତର୍ଗତ ବିଘ୍ନେଶ ଦୁହେଁ ମିଶି ଵିଷ୍ଣୁଡିହ ଗ୍ରାମର ପାଣି ଟାଙ୍କି ନିକଟରେ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଉଭୟଙ୍କୁ ବାଲୁଗାଁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା। କିନ୍ତୁ ଡାକ୍ତର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨-୨୩ ବିପଣନ ଋତୁ ପାଇଁ ସମସ୍ତ ଅଧିସୂଚିତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସରକାର ଫସଲ ବିବିଧକରଣକୁ ପ୍ରୋତ୍ସାହିତ କରିବା ଏବଂ ଚାଷୀମାନଙ୍କୁ ସେମାନଙ୍କ ଫସଲ ପାଇଁ ଲାଭକାରୀ ମୂଲ୍ୟ ଯୋଗାଇ ଦେବା ନିମନ୍ତେ ୨୦୨୨-୨୩ ବିପଣନ ଋତୁ ପାଇଁ ଖରିଫ ଫସଲର ଏମଏସପି ବୃଦ୍ଧି କରିଛନ୍ତି, ଯାହାର ତାଲିକା ନିମ୍ନରେ ଦିଆଗଲା। ୨୦୨୨-୨୩ ବିପଣନ ଋତୁ ପାଇଁ ସବୁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (କୁଇଣ୍ଟାଲ ପ୍ରତି ଟଙ୍କା) ଫସଲ  ଏମଏସପି 2014-15  ଏମଏସପି 2021-22  ଏମଏସପି 2022-23 ଉତ୍ପାଦନ ଖର୍ଚ୍ଚ* 2022-23 ଏମଏସପିରେ ବୃଦ୍ଧି (ସମ୍ପୂର୍ଣ୍ଣ) ଉତ୍ପାଦନ ଖର୍ଚ୍ଚ ଉପରେ ଲାଭ (ପ୍ରତିଶତରେ) ଧାନ (ସାଧାରଣ) 1360 1940 2040 1360 100 50 ଧାନ (ଗ୍ରେଡ୍‌ ଏ)^…

Read More

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ନାହିଁ ନ ଥିବା ଗରମ ଅନୁଭୂତ ହୋଇଛି। ଆଜି ରାଜ୍ୟର ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏହି ସହରର ତାପମାତ୍ରା ୪୫.୨ ଡ଼ିଗ୍ରୀ ରହିଥିଲା। ସେହିପରି ୯ ସହରରେ ଦିନ ତାପମାତ୍ରା ୪୩ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ୧୯ ସହର ରେ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ଅଧିକ ଅନୁଭୂତ ହୋଇଛି।  ଆହୁରି ୨ ଦିନ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଆସନ୍ତାକାଲି, ୯ ଜୁନ ରେ ସମ୍ବଲପୁର, ସୋନପୁର, ବରଗଡ, ବଲାଙ୍ଗୀର, ନୂଆପଡା, ବୌଦ୍ଧ, ଝାରସୁଗୁଡା, ଏବଂ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।

Read More

ଭୁବନେଶ୍ୱର: ଶିଶୁମାନେ ହେଉଛନ୍ତି ସମାଜର ସବୁଠାରୁ ସମ୍ବେଦନଶୀଳ ବର୍ଗ। ସେମାନଙ୍କର ଅଧିକାର ସମୂହର ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଏକାନ୍ତ ଆବଶ୍ୟକ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ଏକ ଦିନିକିଆ କର୍ମଶାଳାରେ ଅତିଥିମାନେ ମତପ୍ରକାଶ କରିଛନ୍ତି। ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏହି କର୍ମଶାଳାରେ ଶ୍ରମ ନିର୍ଦ୍ଦେଶକ ଡ. ଏନ୍‌. ତିରୁମାଳା ନାୟକ ଯୋଗଦେଇ କହିଥିଲେ ଯେ ରାଜ୍ୟରେ ଶିଶୁ ଶ୍ରମ ଆଇନ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉଛି। ଯେଉଁଠି ଶିଶୁମାନେ ଅବହେଳିତ ବା ଶୋଷିତ ହେବାର ନଜିର ଆସୁଛି। ଶ୍ରମ ବିଭାଗ ସେମାନଙ୍କୁ ତୁରନ୍ତ ଉଦ୍ଧାର କରୁଛି। ଏହାପରେ ଏହି ଶିଶୁମାନଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଦକ୍ଷତା ବିକାଶ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଥଇଥାନ କରାଯାଉଛି। ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ…

Read More

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରା ନୀତି ସମୀକ୍ଷା ସମିତି ଅନେକଗୁଡ଼ିଏ ମହତ୍ବପୂର୍ଣ୍ଣ ନୀତିଗତ ପଦକ୍ଷେପ ଗ୍ରହଣ କରାଯାଇଛି । ସମିତିର ବୈଠକ ୬-୮ ଜୁନ, ୨୦୨୨ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ବସମ୍ମତିକ୍ରମେ ରେପୋ ରେଟରେ ୫୦ ବେସିସ ପଏଣ୍ଟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି, ଫଳରେ ବର୍ତ୍ତମାନ ରେପୋ ଦର ୪.୯୦%ରେ ପହଞ୍ଚିଛି। ଅନୁରୂପ ଭାବେ, ସ୍ଥାୟୀ ଜମା ସୁବିଧା ଦର ବା ଷ୍ଟାଣ୍ଡିଂ ଡିପୋଜିଟ୍ ଫ୍ୟାସିଲିଟୀ ରେଟକୁ ୪.୬୫% ଏବଂ ସୀମାନ୍ତ ସ୍ଥାୟୀ ସୁବିଧା ଦର ବା ମାର୍ଜିନାଲ ଷ୍ଟାଣ୍ଡିଂ ଫେସିଲିଟୀ ରେଟ୍ ଏବଂ ବ୍ୟାଙ୍କ ଦରକୁ ୫.୧୫%ରେ ରଖାଯାଇଛି । ବିକାଶକୁ ସମର୍ଥନ କରି ମୂଦ୍ରାସ୍ଫୀତି ହାରକୁ ଭବିଷ୍ୟତରେ ନିର୍ଦ୍ଧାରିତ ସୀମା ମଧ୍ୟରେ ରଖିବା ସକାଶେ ହସ୍ତକ୍ଷେପ ହ୍ରାସ କରିବା (ଙ୍ଗସଗ୍ଧଷୟକ୍ସବଙ୍ଗବକ୍ଷ କ୍ଟଲ ବମମକ୍ଟଜ୍ଞଜ୍ଞକ୍ଟୟବଗ୍ଧସକ୍ଟଦ୍ଭ) ପାଇଁ ମୁଦ୍ରା ନୀତି ସମିତି ନିଷ୍ପତ୍ତି ନେଇଛି । ମୁଦ୍ରାସ୍ଫୀତି ୨୦୨୨ ବର୍ଷରେ ସ୍ବାଭାବିକ ମୌସୁମୀ ଏବଂ ଭାରତୀୟ ବାସ୍କେଟରେ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ସାପ କାମୁଡ଼ାରେ ନାକଟିଦେଉଳ ଥାନା ଜଗନ୍ନାଥପ୍ରସାଦ ଗ୍ରାମରେ ଜନୈକ ବୃଦ୍ଧ ମୃତ୍ୟୁବରଣ କରିଥିବା ବେଳେ ପତ୍ନୀ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, ନାକଟିଦେଉଳ ଥାନା ଜଗନ୍ନାଥ ପ୍ରସାଦ ଗ୍ରାମ ଶବରସାହିର ରତନ ଶବର (୭୦) ଓ ତାଙ୍କ ପତ୍ନୀ ଜମ୍ବୁ ଶବର (୬୦) ରାତିରେ ଶୋଇଥିବା ବେଳେ କୌଣସି ଏକ ବିଷଧର ସାପ ଉଭୟଙ୍କୁ କାମୁଡ଼ି ଦେଇଥିଲା। ରାତିରେ ଉଭୟଙ୍କୁ ପ୍ରଥମେ ନାକଟିଦେଉଳ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ରତନ ଶବର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ରତନର ମୃତ୍ୟୁ ହୋଇଯାଇଥିବା ବେଳେ ପତ୍ନୀ ଜମ୍ବୁ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ଜଣା ପଡ଼ିଛି। ଜିଲ୍ଲା ପରିଷଦ ସଭ୍ୟା ଟିକେଶ୍ବରୀ ମେହେର ତଥା ନାକଟିଦେଉଳ ସରପଂଚ ଜିତେନ୍ଦ୍ର କୁମାର ପ୍ରଧାନ ମୃତ୍ୟୁବରଣ କରିଥିବା ପରିବାରକୁ ସମବେଦନା ଜଣାଇବା ସହ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ନବନିର୍ବାଚିତ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଆଜି ସଂଧ୍ୟାବେଳେ ଜନ୍ମମାଟି ବାଣପୁର ଆସି ମା’ ଭଗବତୀଙ୍କ ଆଶୀର୍ବାଦ ଭିକ୍ଷା କାମନା କରିଥିଲେ। ଶ୍ରୀ ମଙ୍ଗରାଜ ମା’ଙ୍କ ପୂଜାର୍ଚ୍ଚନା କରିବା ସହ କିଛି ସମୟ ମନ୍ଦିର ବେଢାରେ ଅତିବାହିତ କରିଥିଲେ। ଏହି ସମୟରେ ମନ୍ଦିର ସେବାୟତମାନେ ମା’ ଭଗବତୀ ମନ୍ଦିରକୁ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସାଂସଦ ଶ୍ରୀ ମଙ୍ଗରାଜଙ୍କ ନିକଟରେ ଦାବି କରିଥିଲେ। ଅନୁରୂପ ଭାବେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ବାଣପୁର ସହରର ଡ୍ରେନେଜ ବ୍ୟବସ୍ଥା ଓ ବଜାର ଉନ୍ନତିକରଣ ପାଇଁ ସାଂସଦଙ୍କୁ ଅନୁରୋଧ କରିଥିଲେ। ସାଂସଦ ଶ୍ରୀ ମଙ୍ଗରାଜ ଖୁବ ଶୀଘ୍ର ୫ଟି ସଚିବ ମା’ ଭଗବତୀ ମନ୍ଦିର ପରିଦର୍ଶନକୁ ଆସିବେ ଏବଂ ମନ୍ଦିରର ନିଶ୍ଚିତ ବିକାଶ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଅନୁରୂପ ଭାବେ ସହରର ଡ୍ରେନେଜ ଓ ବଜାର ଉନ୍ନତିକରଣ କାର୍ଯ୍ୟ ପାଇଁ ସାଂସଦ ନିଜ ପାଣ୍ଠିରୁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭାରତ ଓ ଆମେରିକା ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି। ଭାରତର ବାୟୋ ଟେକ୍‌ନୋଲୋଜି ବିଭାଗ (ଡିବିଟି) ଓ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର), ଆମେରିକାରର ଆନ୍ତର୍ଜାତିକ ପେଡସ୍ ଭ୍ୟାକ୍ସିନ ଇନିସିଏଟିଭ (ଆଇଏଭିଆଇ) ସହିତ ଏହି ଚୁକ୍ତି ସ୍ୱାକ୍ଷର କରିଛି। ଏହି ବୁଝାମଣାପତ୍ରର ସର୍ତ୍ତ ଅନୁସାରେ ଉଭୟପକ୍ଷ ମିଳିତ ଉଦ୍ୟମରେ ନୂଆ, ଉନ୍ନତ ଓ ଅଭିନବ ବାୟୋ ମେଡିକାଲ ଟୁଲ୍ସ ଓ ଟେକ୍‌ନୋଲୋଜି ବିକଶିତ କରିବା ଦିଗରେ କାମ କରିବେ ଏବଂ ଏଚଆଇଭି, ଟିବି, କୋଭିଡ-୧୯ ସମେତ ଅନ୍ୟାନ୍ୟ ନୂଆ ନୂଆ ସଂକ୍ରାମକ ରୋଗର ପ୍ରତିରୋଧ ଏବଂ ଚିକିତ୍ସା ପାଇଁ ଉଦ୍ୟମ କରିବେ। ଏହି ବୁଝାମଣାପତ୍ର ମଧ୍ୟ ଆନ୍ତର୍ଜାତିକ ବୈଜ୍ଞାନିକ ତଥା ଟେକ୍‌ନୋଲୋଜି ସହଯୋଗ ବ୍ୟବସ୍ଥା ମଧ୍ୟରେ ଭାରତ-ଆମେରିକା ପାରସ୍ପରିକ ସ୍ୱାର୍ଥରକ୍ଷା ସମ୍ପର୍କକୁ ଅଧିକ ସୁଦୃଢ କରିବ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭାରତ ଓ ଜାପାନ ମଧ୍ୟରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ରକୁ ଅନୁମୋଦନ ଦିଆଯାଇଛି। ଏହି ବୁଝାମଣାପତ୍ରରେ ଜାପାନର ଜାତୀୟ ପରିବେଶ ଅଧ୍ୟୟନ ସଂସ୍ଥା (ଏନଆଇଇ) ଏବଂ ନୈନତାଲସ୍ଥିତ ଭାରତର ଆର୍ଯ୍ୟଭଟ୍ଟ ପର୍ଯ୍ୟବେକ୍ଷଣ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଏଆରଆଇଇଏସ) ସ୍ୱାକ୍ଷର କରିଛନ୍ତି। ଏଆର୍‌ଆଇଏଏa ଏକ ପେସାଦାର ସଂଗଠନ। ଏହି ଦୁଇ ସଂସ୍ଥା ମିଶି ବାୟୁର ମାନ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଗବେଷଣା କରିବେ। ପ୍ରଧାନମନ୍ତ୍ରୀ ଏହି ବୁଝାମଣାପତ୍ରର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ ହେବା ପରେ କ୍ୟାବିନେଟ ଏହାକୁ ଅନୁମୋଦନ କରିଛି। ବିଦେଶୀ ସଂସ୍ଥା ସହିତ ମିଳିତ ଗବେଷଣା କରିବାରେ ନୈନିତାଲ ଏଆରଆଇଇଏସର ଏହା ପ୍ରଥମ ପଦକ୍ଷେପ। ବୁଝାମଣାପତ୍ର ଅନୁସାରେ ଦୁଇପକ୍ଷ ଯେଉଁ ସବୁ କାମ କରିବେ ତାହାର ସମ୍ଭାବ୍ୟ ରୂପରେଖ ତଳେ ଦିଆଯାଇଛି। କ) ବୈଜ୍ଞାନିକ ଉପକରଣର ମିଳିତ ବ୍ୟବହାର ଓ ପରିଚାଳନା। ଖ) ପର୍ଯ୍ୟବେକ୍ଷଣ ପ୍ରଣାଳୀ…

Read More

ଭୁବନେଶ୍ୱର: ବହୁବିଧ ଗବେଷଣା ନିମନ୍ତେ ବେଙ୍ଗାଲୁରୁ ସ୍ଥିତ ସିଏସ୍‌ଆଇଆର୍ ଫୋର୍ଥ ପାରାଡାଇମ୍‌ ଅନୁଷ୍ଠାନ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ବୁଧବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଡାଟା ସାଇନ୍ସ ଓ ବହୁବିଧ ଗବେଷଣା ଏବଂ ଇଞ୍ଜିନିୟରିଂ ସାଇନ୍ସ ବିଶେଷ ଭାବରେ ସମାଜରେ ବିଜ୍ଞାନ ଏବଂ ଇଞ୍ଜିନିୟରିଂର ପ୍ରଭାବ କ୍ଷେତ୍ରରେ ଗବେଷଣା ନେଇ ସିଏସ୍‌ଆଇଆର ଫୋର୍ଥ ପାରାଡାଇମ୍ ଅନୁଷ୍ଠାନ ହେଉଛି ଏକ ପ୍ରମୁଖ ଅନୁଷ୍ଠାନ। ସିଏସ୍‌ଆଇଆର୍ ଫୋର୍ଥ ପାରାଡାଇମ୍ ଅନୁଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ଜି.କେ. ପାତ୍ର ଏବଂ ସୋଆର ପ୍ରୋ-ଭାଇସ୍ ଚ୍ୟାନ୍‌ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଡକ୍ଟର ପାତ୍ର ଡାଟା ସାଇନ୍ସ କ୍ଷେତ୍ରରେ ଜାରୀ ରହିଥିବା ଅତ୍ୟାଧୁନିକ ଗବେଷଣା ଏବଂ କୃଷି, ସ୍ୱାସ୍ଥ୍ୟ ସେବା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ ପ୍ରଭୃତିର ବ୍ୟବହାର ନେଇ ଗୁରୁତ୍ୱାରୋପ କରିଥିଲେ। ଆର୍ଥ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ଚାରମାଳ ରେଞ୍ଜର ହେମନ୍ତଖୋଳ ଗ୍ରାମରୁ ଏକ କୂଅରେ ପଡ଼ିଯାଇଥିବା ଏକ କଲରାପତରିଆ ବାଘକୁ ଉଦ୍ଧାର କରିଛି ବନବିଭାଗ। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ବଂସାଜାଲ ସେକସନ୍ ଅଧିନସ୍ଥ ହେମନ୍ତଖୋଳ ଗ୍ରାମ ନିକଟସ୍ଥ ଜମି ପାଖରେ ଥିବା ଏକ ପରିତ୍ୟକ୍ତ କୂପରୁ ବନବିଭାଗ ଏକ କଲରା ପତରିଆ ବାଘକୁ ଉଦ୍ଧାର କରି ତାକୁ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ବାଘଟି ଗତକାଲି ରାତିରେ କୂଅ ଭିତରେ ପଡ଼ିଯାଇଥିବା ଅନୁମାନ କରାଯାଉଛି। ଗ୍ରାମର କେହି ବ୍ୟକ୍ତି ବାଘଟି କୂପ ଭିତରେ ପଡ଼ିଥିବାର ବନ ବିଭାଗକୁ ସୂଚନା ଦେଇଥିଲେ।  ବନବିଭାଗ, ପୋଲିସ୍ ବିଭାଗ, ଦମକଳ ବାହିନୀ ସେଇ କୂପ ପାଖକୁ ଯାଇ ବାଘକୁ ଉଦ୍ଧାର କରି ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେଇଥିବାର ସୂଚନା ମିଳିଛି। ରେଢ଼ାଖୋଲ ଡିଏଫ୍ଓ ରମାକାନ୍ତ ନାଏକ, ରେଞ୍ଜର ପ୍ରଦୀପ ସେଠୀ, ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ପ୍ରଧାନ, ବଂଶାଜାଲ ଫରେଷ୍ଟର ବିଜୟ…

Read More

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନଗୁଡ଼ିକ ସବୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୁଯୋଗ ସୃଷ୍ଟି କରିବା ସହ ମୁକ୍ତ ବିଚାରଧାରାକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ପାଠ୍ୟକ୍ରମ ପ୍ରସ୍ତୁତ କରିବାର ସମୟ ଆସିଛି ବୋଲି ବୁଧବାର ନ୍ୟାସ୍‌ନାଲ୍ ବୋର୍ଡ ଅଫ୍ ଆକ୍ରେଡିଟେସନ୍‌ର ଅଧ୍ୟକ୍ଷ ପ୍ରଫେସର କେ. କେ. ଅଗ୍ରୱାଲ୍ କହିଛନ୍ତି। ଏହା ହାସଲ କରିବା ସହ ବହୁ ବିଷୟକ ଶିକ୍ଷା ଉପରେ ମନୋନିବେଶ କରିବା ଦିଗରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଦେବା ହିଁ ଦୀର୍ଘ ୩୪ ବର୍ଷ ପରେ ପ୍ରସ୍ତୁତ ହୋଇଥିବା ନୂଆ ଜାତୀୟ ଶିକ୍ଷାନୀତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ବାର୍ଷିକ ବକ୍ତୃତା ଦେବା ଅବସରରେ ପ୍ରଫେସର ଅଗ୍ରୱାଲ୍ କହିଛନ୍ତି। ବିଗତ ଅନେକ ବର୍ଷ ଧରି ଆମେ ଛାତ୍ରଛାତ୍ରୀମାନଙ୍କୁ ଶିଖାଇଛୁ ଯେ ପାଠ୍ୟ ପୁସ୍ତକରୁ ସେମାନେ ଯାହା ପଢ଼ିଛନ୍ତି ତାହାହିଁ ପରୀକ୍ଷା ଖାତାରେ ଲେଖିବା ଉଚିତ୍। ଏହା ଯଦି ସେମାନେ ନ କରନ୍ତି ତେବେ ପରୀକ୍ଷାରେ କମ୍ ମାର୍କ ମିଳିବ। ଶିକ୍ଷା ବ୍ୟବସ୍ଥାର ଏହା…

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ବଜାରରେ ଏକ ବଡ଼ ଅଘଟଣ ଘଟିଯାଇଛି।  ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣକ ଅବସ୍ଥା ଗୁରୁତର ଅଛି। ଖବର ମୁତାବକ ନାଚୁଣୀ ବଜାର ଅଞ୍ଚଳର ଦେବରାଜ ସେଠି ନାମକ ଜଣେ ବ୍ୟକ୍ତି ଏକ ଲଣ୍ଡ୍ରି ଦୋକାନ ଦେଇଥିଲେ। ତେବେ ଆଜି ଅପରାହ୍ନରେ ଲଣ୍ଡ୍ରି ଦୋକାନ ପାର୍ଶ୍ଵରେ ଥିବା ମନପୁରମ ଗୋଲଡ଼ ଲୋନ ଅଫିସର ଲୁହା ସିଡିରେ ପ୍ରତିଦିନ ଭଳି ବସିଥିବା ବେଳେ ହଠାତ ସିଡିରେ କେଉଁ କାରଣରୁ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା। ଫଳରେ ଦେବରାଜ ଚିତ୍କାର କରିବାରୁ ଉପର ଥିବେ ମନପୁରମ ଅଫିସର ମୁଖ୍ୟ ରାକେଶ ମହାନ୍ତି ତଳକୁ ଆସିଲା ବେଳେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଉଭୟଙ୍କୁ ଟାଙ୍ଗୀ ମେଡିକାଲ ପଠାଯାଇଥିବା ବେଳେ ଦେବରାଜଙ୍କ ମୃତ୍ୟୁ ଘଟିଥିଲା ଏବଂ ରାକେଶଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।  ଘଟଣାସ୍ଥଳରେ ଉତ୍ତେଜନା ଲାଗି…

Read More

ଭୁବନେଶ୍ବର: ସ୍କୁଲ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବା ଆମ ପାଇଁ ଆଗ ଅପେକ୍ଷା ବହୁତ ସହଜ ହୋଇଛି। ଇଣ୍ଟରନେଟ ଜରିଆରେ ସବୁ ବିଷୟରେ ଆମେ ତୁରନ୍ତ ତଥ୍ୟ ପାଇପାରୁଛୁ। ଏହାଦ୍ବାରା ପଢିବାରେ ଆମର ଆଗ୍ରହ ବଢିବା ସହିତ ଆମର ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି ପାଇଛି ବୋଲି ପିଲାମାନେ ମତବ୍ୟକ୍ତ କରିଛନ୍ତି୤ ସେମାନେ କହିଛନ୍ତି ଯେ ନୂତନ ଆଧୁନିକ ସୁବିଧା ସହିତ ସ୍କୁଲକୁ ନୂଆ ରାସ୍ତା, ମାଗଣା ବିଜୁଳି ଓ ଇଣ୍ଟରନେଟ୍‌ ସୁବିଧା ଯୋଗୁ ସ୍କୁଲ ଏବେ ଆମର ସବୁଠାରୁ ପସନ୍ଦର ସ୍ଥାନ ହୋଇଛି। ଆଜି ଦ୍ବିତୀୟ ପର୍ଯ୍ୟାୟର ପଞ୍ଚମ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରି ପିଲାମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ପିଲାଙ୍କ ଖୁସି ଓ ମନୋଭାବରୁ ଏହା ସ୍ପଷ୍ଟ ଜଣାଯାଇଛି । ସମସ୍ତେ ସ୍କୁଲର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ସରକାରଙ୍କ ଠାରୁ ୧୦ଟି ଇନ-ଅର୍ବିଟ୍‌ ସଞ୍ଚାର ଉପଗ୍ରହ ମେସର୍ସ ନ୍ୟୁ ସ୍ପେସ୍‌ ଇଣ୍ଡିଆ ଲିଃ (ଏନଏସଆଇଏଲ)କୁ ହସ୍ତାନ୍ତର କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏନଏଆଇଏଲ ହେଉଛି ଭାରତ ସରକାରଙ୍କ ମହାକାଶ ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଥିବା ଏକ ସମ୍ପୂର୍ଣ୍ଣ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ। ଏନଏସଆଇଏଲର ଅଧିକୃତ ଅଂଶଧନ ପୁଞ୍ଜିକୁ ୧୦୦୦ ଟଙ୍କାରୁ ୭୫୦୦ ଟଙ୍କାକୁ ବଢ଼ାଇବା ଲାଗି ମଧ୍ୟ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । ଏସବୁ ସମ୍ପତ୍ତି ଏନଏସଆଇଏଲକୁ ହସ୍ତାନ୍ତର କରାଯିବା ଫଳରେ ସରକାରୀ ମାଲିକାନାରେ ଥିବା ଏହି କମ୍ପାନୀ ପୁଞ୍ଜି ଆଧାରିତ କାର୍ଯ୍ୟକ୍ରମ/ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ଆର୍ଥିକ କ୍ଷମତା ପାଇପାରିବ। ଏହାଦ୍ବାରା କମ୍ପାନୀରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ପ୍ରଯୁକ୍ତି ବିକାଶ ହୋଇପାରିବ। ଅନ୍ୟ କ୍ଷେତ୍ରରେ ମଧ୍ୟ କମ୍ପାନୀର ବିକାଶ ସମ୍ଭବ ହେବ। ଏହି…

Read More

ଭୁବନେଶ୍ୱର : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ତାଙ୍କୁ ବିଭାଗ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଶର୍ମା ମନ୍ତ୍ରୀଙ୍କ ସହ ଅଧିକାରୀମାନଙ୍କ ପରିଚୟ କରାଇଥିଲେ। ମନ୍ତ୍ରୀ କହିଥିଲେ ଯେ ଆଜିର ପିଢି ନୂତନ ଯୁଗର ପ୍ରଯୁକ୍ତିବିଦ୍ୟାର ସମ୍ମୁଖୀନ ହେଉଛନ୍ତି। ସଂପ୍ରତି ଫିନ୍‌ଟେକ୍‌, ଏଜୁଟେକ୍‌ ଓ ଫୁଡ୍‌ଟେକ୍‌ କ୍ଷେତ୍ରରେ ଅଧିକ ନିଯୁକ୍ତିର ସୁଯୋଗ ରହିଛି। ଆମ ରାଜ୍ୟରେ ମଧ୍ୟ ଏହି ସବୁ କ୍ଷେତ୍ରରେ ସ୍କିଲିଂ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ହେବ। ସ୍କିଲ ହେଉଛି ଆଜିର…

Read More

ଭୁବନେଶ୍ବର: ସଂପ୍ରତି ଆର୍ମି ଏଡୁକେଶନ କର୍ପ କର୍ଣ୍ଣେଲ ବାଲୁ ଭାରଥ ସୈନିକ ସ୍କୁଲ ଭୁବନେଶ୍ୱରର ଅଷ୍ଟାଦଶତମ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତିା ସେ ମହୀଶୂର ବିଶ୍ୱବିଦ୍ୟାଳୟରୁ ରସାୟନ ଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହିତ ଗୁଜୁରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ଚାଇନିଜ୍‍ ଭାଷା ଓ ସଂସ୍କୃତି ବିଷୟରେ ସ୍ନାତକୋତ୍ତର ଉପାଧି ଏବଂ ଭୋପାଲ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମ୍ବନ୍ଧୀୟ ଅନ୍ୟାନ୍ୟ ପ୍ରଶିକ୍ଷଣ ଲାଭ କରିଛନ୍ତି। ସେ ତାଙ୍କର ଅଠର ବର୍ଷର କାର୍ଯ୍ୟକାଳ ଭିତରେ ଇଣ୍ଡିଆନ ମିଲିଟାରୀଏକାଡେମୀ , ପଚମାରୀସ୍ଥିତ ଏଇସିଟ୍ରେନିଙ୍ଗ କଲେଜ ଏବଂ ଅନ୍ୟ କେତେକ ପ୍ରତିରକ୍ଷା ପ୍ରଶିକ୍ଷଣ କେନ୍ଦ୍ରରେ ସଫଳତାର କାର୍ଯ୍ୟ କରି ଆସିଛନ୍ତି। ସୈନିକ ସ୍କୁଲ ଭୁବନେଶ୍ୱରରେ ନୂତନ କରି ଯୋଗ ଦେଇଥିବା ପ୍ରଶାସନିକ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅମିତ ତିୱାରୀ କର୍ଣ୍ଣେଲ ବାଲୁଭାରଥଙ୍କୁ ସ୍ୱାଗତ କରିଏହି ଅନୁଷ୍ଠାନରେ ତାଙ୍କର ସଫଳ କାର୍ଯ୍ୟକାରିତା କାମନା କରିଥିଲେ।

Read More