Author: Samikhsya Bureau

ଭୁବନେଶ୍ୱର: 14 ଥର ଥୋମାସ କପ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଥିବା ଭାରତୀୟ ପୁରୁଷ ବ୍ୟାଡମିନଟନ ଦଳକୁ ଓଡ଼ିଶା ସମ୍ବର୍ଦ୍ଧିତ କରିବ। ଏଥିଲାଗି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଲୋକସେବା ଭବନ ଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହେଉଛି। ଆସନ୍ତା କାଲି ଅର୍ଥାତ ଜୁନ 8 ତାରିଖରେ ମୁଖମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଜେ ଉପସ୍ଥିତ ରହି ପ୍ରତ୍ୟେକ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ। ଏହି ଉତ୍ସବରେ ପୂର୍ବତନ ବ୍ୟାଡମିଟନ ଖେଳାଳି ତଥା ପୁଲେଲା ଗୋପିଚାନ୍ଦଙ୍କ ସମେତ ଭାରତୀୟ ବ୍ୟାଡ଼ମିଣ୍ଟନ ଦଳକୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି I

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନ ଲାଇନ ଜରିଆରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପ ଲାଇନ (State Animal Helpline) ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଲା ଓ ପରିତ୍ୟକ୍ତ ପ୍ରାଣୀମାନଙ୍କ ଆବଶ୍ୟକତା ପ୍ରତି ପ୍ରତ୍ୟେକ ନାଗରିକ ସମ୍ବେଦନଶୀଳ ହୋଇ ସେମାନଙ୍କ ସେବା ଯୋଗାଇଦେବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ବୁଲା ଓ ଅସହାୟ ପ୍ରାଣୀମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାମ କରୁଛନ୍ତି। ସହରାଞ୍ଚଳରେ ହେଲ୍‌ପ ଲାଇନ ୟୁନିଟ୍‌ ସହିତ ପ୍ରାଣୀ ଆମ୍ବୁଲାନ୍‌ସ ଓ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ଏଥିପାଇଁ କାମ କରୁଥିବା ଅଣ-ସରକାରୀ ଅନୁଷ୍ଠାନ ଗୁଡିକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍‌ପ ଲାଇନ ଦ୍ବାରା ଏହି ପଶୁ…

Read More

ଭୁବନେଶ୍ବର: ଓଡିଶୀ ନୃତ୍ୟକୁ ୟୁରୋପରେ ପ୍ରଚାର ପ୍ରସାର କରିବା ପାଇଁ ଆରମ୍ଭ ହେଲା ଏକ ଅଭିନବ ପଦକ୍ଷେପ। ଯୁବ ଓଡିଶୀ ନୃତ୍ୟଶିଳ୍ପୀ ତଥା ଜାତିସଂଘର ୱାର୍ଲ୍ଡ ଫୁଡ ପୋଗ୍ରାମ ର ଅଫିସର ବୈଶାଳୀ ମହାନ୍ତି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ଲୋବାଲ ସେଣ୍ଟର ଫର ପିସ୍ ଆଣ୍ଡ ପରଫରମିଂ ଆର୍ଟ ସଂସ୍ଥା ମାଧ୍ୟମରେ ଏହି ପଦକ୍ଷେପ ଆରମ୍ଭ କରାଯାଇଛି। ଏଥିରେ ପ୍ରତିବର୍ଷ ୟୁରୋପର ବିଭିନ୍ନ ଦେଶରେ ଓଡିଶୀ ନୃତ୍ୟ ଉତ୍ସବ ଆୟୋଜନ କରିବାର ନିଷ୍ପତି ଗ୍ରହଣ କରାଯାଇଛି। ସେଥିପାଇଁ ଗତ ଚାରି ତାରିଖରେ ସ୍ପେନରେ ଆୟୋଜିତ ହୋଇଥିଲା ଓଡିଶୀ ନୃତ୍ୟ ଉତ୍ସବ। ଏଥିରେ ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ସୁଜାତା ମହାପାତ୍ର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଏଥିସହିତ ଫ୍ରାନ୍ସର ନୃତ୍ୟଶିଳ୍ପୀ କ୍ରାନି ଲିବ୍ଲାନସ, ବାଙ୍ଗାଲାଦେଶର ମ୍ରିତିକା ବରୁଆ ଏବଂ ନିଜେ ବୈଶାଳୀ ମହାନ୍ତି ଓଡିଶୀ ପରିବେଷଣ କରିଥିଲେ। ବିଦେଶୀ ନୃତ୍ୟଶିଳ୍ପୀଙ୍କୁ ଓଡିଶୀ ନୃତ୍ୟ ପ୍ରତି ଆକୃଷ୍ଠ କରିବା ପାଇଁ ଏକ…

Read More

ଭୁବନେଶ୍ବର: ଜୀ ସାର୍ଥକର ‘‘ରଜ କୁଇନ୍’’ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । “ରଜ କୁଇନ୍ ଗାଲା ରାଉଣ୍ଡ” ଆସନ୍ତା ଜୁନ୍ ୧୧ ରାତି ୯ଟା ୩୦ରେ ପ୍ରତି ଶନିବାର ଓ ରବିବାର ପ୍ରସାରିତ ହେବ। ‘‘ରଜ କୁଇନ୍’’ ଅଡିସନ ରାଉଣ୍ଡରେ ଓଡ଼ିଶାର ବିଭିନ୍ନ ସହରରୁ ବଛାଯାଇଥିବା ପ୍ରତିଯୋଗୀ ଗାଲା ରାଉଣ୍ଡକୁ ଆସିଛନ୍ତି। ପ୍ରତ୍ୟେକ ପ୍ରତିଯୋଗୀ ସେମାନଙ୍କର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଛନ୍ତି। ରଜ କୁଇନରେ ଜୀ ସାର୍ଥକ ଖୋଜିଥାଏ ଓଡ଼ିଶାର ପୁରପଲ୍ଲୀରେ ଲୁଚି ରହିଥିବା ଟ୍ୟାଲେଣ୍ଟ ମାନଙ୍କୁ। ସବୁବେଳେ ଓଡ଼ିଶାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଜୀ ସାର୍ଥକ ବିଭିନ୍ନ ସୋ ମାଧ୍ୟମରେ ପ୍ରୟାସ କରି ଦର୍ଶକମାନଙ୍କ ଦ୍ବାରା ଭୂୟସୀ ପ୍ରଶଂସା ପାଇଛି। ଏହି ଗାଲା ରାଉଣ୍ଡରୁ ବଛା ହେବେ ରଜ କୁଇନ୍-୨୦୨୨। ପ୍ରଥମେ ଅଡିସନ ବିଭିନ୍ନ ସହରରେ ହେବା ପରେ ବଛାଯାଇଥିଲେ ଶ୍ରେଷ୍ଠ ପ୍ରତିଯୋଗୀ। ଅଡିସନ ରାଉଣ୍ଡରେ ବିଭିନ୍ନ ଟ୍ୟାଲେଣ୍ଟ ଦେଖାଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଲା…

Read More

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ହନୁମାନ ଜୀଙ୍କୁ ପୂଜା କରାଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ମନ୍ଦିର ବିଷୟରେ ସୂଚନା ଦେଉଛୁ ଯେଉଁଠାରେ ତାଙ୍କୁ ଜଣେ ମହିଳା ଭାବରେ ପୂଜା କରାଯାଏ। ଏହା ଏକ ମନ୍ଦିର ଯେଉଁଠାରେ ହନୁମାନଜୀଙ୍କୁ ମଧ୍ୟ ଦେବୀ ଭାବରେ ପୂଜା କରାଯାଏ। ଆସନ୍ତୁ ଜାଣିବା ଏହି ମନ୍ଦିର କେଉଁଠାରେ ଅବସ୍ଥିତ ଏବଂ ଏହାର ପୁରାଣ କ’ଣ? ଏହି ମନ୍ଦିର ଛତିଶଗଡର ବିଲାସପୁର ଜିଲ୍ଲାଠାରୁ ଦୂରରେ ଏକ ଧାର୍ମିକ ସହର ରତନପୁରର ଗିର୍ଜାବାନ୍ଧରେ ଅବସ୍ଥିତ। ବିଶ୍ଵର ଏକମାତ୍ର ହନୁମାନ ଜୀଙ୍କର ମନ୍ଦିର, ଯେଉଁଠାରେ ହନୁମାନଙ୍କୁ ନାରୀ ରୂପରେ ପୂଜା କରାଯାଏ। ସ୍ଥାନୀୟ ଲୋକ କୁହନ୍ତି ଯେ, ଏହି ମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତ ହଜାର ହଜାର ମାନସିକ ନେଇ ଆସିଥାନ୍ତି ଏବଂ ସେ ଏହି ସ୍ଥାନରୁ ନିରାଶ ହୋଇ ଫେରନ୍ତି ନାହିଁ। ଏହି ମନ୍ଦିର ତତ୍କାଳୀନ ରାଜା ପୃଥ୍ବୀ ଦେବଜୁଙ୍କ ଦ୍ୱାରା ସ୍ଥାପିତ ହୋଇଛି। ଥରେ ରାଜା ପୃଥ୍ବୀ…

Read More

ନୂଆଦିଲ୍ଲୀ: ହନୁମାନ ଜୀ ସର୍ବଦା ଭକ୍ତଙ୍କ ଦୁଃଖ ଦୂର କରନ୍ତି। ଏହି କାରଣରୁ ତାଙ୍କୁ ସଙ୍କଟମୋଚନ୍ ନାମ ମଧ୍ୟ ଦିଆଯାଇଛି। ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରି ଉପବାସ ପାଳନ କରି ହନୁମାନଜୀ ଖୁବ୍ ଶୀଘ୍ର ପ୍ରସନ୍ନ ହୁଅନ୍ତି। ହନୁମାନ ଜୀଙ୍କୁ ପୂଜା କରିବା ପରେ, କର୍ପୂର ଜାଳି ଆରତୀ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ହନୁମାନ ଜୀଙ୍କୁ ପୂଜା କରିବା ଦ୍ୱାରା ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଯିଏ ପ୍ରତିଦିନ ଭକ୍ତି ସହିତ ହନୁମାନଙ୍କ ଆରତୀ ପଢନ୍ତି, ତାଙ୍କୁ ହନୁମାନ ଜୀ ସର୍ବଦା ସୁରକ୍ଷା ଦିଅନ୍ତି। କୌଣସି ଅସୁବିଧା ତାଙ୍କୁ ସ୍ପର୍ଶ କରିପାରିବ ନାହିଁ। ଯଦି ଆପଣ ପ୍ରଭୁ ହନୁମାନଙ୍କ ଦ୍ୱାରା ଆଶୀର୍ବାଦ ପାଇବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ହନୁମାନ ଜିଙ୍କ ଆରତୀ ପାଠ କରନ୍ତୁ।

Read More

ମେଷ: – ଜମିରେ ବିନିଯୋଗ ଲାଭଦାୟକ ହେବ। କଥାକୁ ଅଧିକାରୀମାନଙ୍କୁ ବୁଝାଇବାକୁ ସମର୍ଥ ହେବ। ବୃଷ: – ବ୍ୟବସାୟରେ ପରିବର୍ତ୍ତନ ଆସିବ। ଦୁର୍ଘଟଣାଗ୍ରସ୍ତ ଏବଂ ଅଧିକ ଅର୍ଥରେ ଉପକୃତ ହେବେ। ମିଥୁନ: – କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେତୁ ମନୋବଳ ଭଲ ରହିବ। କାର୍ଯ୍ୟରେ ସଫଳତା ମିଳିପାରିବ। କର୍କଟ: – ଏହି ବର୍ଷ ଆପଣଙ୍କ ପାଇଁ ଏକ ନୂତନ ପ୍ରେମିକର ସନ୍ଧାନ ମିଳିବ। ଆପଣ ନୂଆ ବର୍ଷରେ ଭଲ ସ୍ବାମୀଙ୍କୁ ପାଇବେ। ସିଂହ: – ତୁମେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବ। ଆପଣଙ୍କର ବୈବାହିକ ଜୀବନରେ ସୁଖରେ ପରିପୂର୍ଣ୍ଣ ହେବାକୁ ଯାଉଛି। କନ୍ୟା: – ଆପଣ ବେକାର ଯୁବକମାନଙ୍କର ଚାକିରିର ସୁଯୋଗ ତିଆରି କରିବେ। ପରିଶ୍ରମର ଫଳାଫଳ ପାଇବ। ତୂଳା: – ଯେଉଁମାନଙ୍କର ଚାକିରୀ  ଅଛି ସେମାନେ ପଦବୀ ଏବଂ ସମ୍ମାନର ଲାଭ ପାଇବେ । ଧନର ଆଗମନ ସମ୍ଭାବନା। ବିଛା: – ନିରନ୍ତର ଭଲ କାମ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ଦେବ । ଲାଭ ପାଇବା ପାଇଁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ ଭଗବତୀ ମନ୍ଦିର ଓଡ଼ିଶାର ଅନନ୍ୟ ପ୍ରମୁଖ ଶକ୍ତିପିଠ ଅଟେ। କିନ୍ତୁ ଅଦ୍ୟାବଧି ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟି ମନ୍ଦିର ଉପରେ ପଡୁନି। ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ଏଠି ଶହ ଶହ ଭକ୍ତ ଆସୁଥିଲେ ସୁଦ୍ଧା ଏଠାକାର ସ୍ଥିତି ପୁର୍ବରୁ ଯେମିତି ଏବେବି ସେମିତି। ଗତବର୍ଷ ମନ୍ଦିରକୁ ୨.୫ କୋଟି ଅନୁଦାନ ମିଳିଥିଲେ ସୁଦ୍ଧା ଅଦ୍ୟାବଧି ଉକ୍ତ ଅନୁଦାନର ବିନିଯୋଗ ହୋଇପାରିନାହିଁ। ଏପରିକି କିଛି ମାସ ତଳେ କେଉଁ ଆବାହନ କାଳରୁ ଥିବା ପତିତପାବନ ମଣ୍ଡପକୁ ମଧ୍ୟ ସୌନ୍ଦର୍ଯ୍ୟକରଣ ନିମନ୍ତେ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ଟଙ୍କାଟିଏର ମଧ୍ୟ ଏପର୍ଯ୍ୟନ୍ତ ହୋଇପାରିନାହିଁ। ବର୍ତ୍ତମାନ ଉକ୍ତ ମନ୍ଦିର ବହୁ ସମସ୍ୟା ଦେଇ ଗତିକରୁଥିବା ବେଳେ ପର୍ଯ୍ୟଟକଙ୍କ ନିମନ୍ତେ ମୌଳିକ ସୁବିଧାର ଘୋର ଅଭାବ ଏଠାରେ ଦେଖାଦେଇଛି। ସରକାରଙ୍କ ପକ୍ଷରୁ ପର୍ଯ୍ୟଟକଙ୍କ ନିମନ୍ତେ ମନ୍ଦିର ପଛପଟେ ଏକ ଜନସୁବିଧା କେନ୍ଦ୍ର ପ୍ରତିଷ୍ଠା…

Read More

ବାଲେଶ୍ବର: ଓଡ଼ିଶାର ଏପିଜେ ଅବଦୁଲ କାଲାମ ଦ୍ବୀପରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଆଜି ପ୍ରାୟ ସନ୍ଧ୍ୟା ସାଢ଼େ ସାତଟା ସମୟରେ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା। ରଣନୈତିକ ବାହିନୀ କମାଣ୍ଡ ଅଧୀନରେ ବ୍ୟବହାରକାରୀଙ୍କ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏହି କ୍ଷେପଣାସ୍ତ୍ରର ଏକ ନିୟମିତ ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣ ଆଶାନୁରୂପ ସଫଳତା ହାସଲ କରିଥିଲା। ଏହି କ୍ଷେପଣାସ୍ତ୍ର ଉତକ୍ଷେପଣର ସମସ୍ତ ପରିଚାଳନାଗତ ମାପଦଣ୍ଡ ସହିତ ପ୍ରଣାଳୀର ବିଶ୍ବସନୀୟତାକୁ ପ୍ରମାଣିତ କରିଥିଲା। ‘ଭରସାଯୋଗ୍ୟ ସର୍ବନିମ୍ନ ପ୍ରତିରକ୍ଷା’ କ୍ଷମତା ଧାରଣ ପାଇଁ ଭାରତର ନୀତିକୁ ଏହି ସଫଳ ପରୀକ୍ଷଣ ପୁନଃ ସୁନିଶ୍ଚିତ କରିଛି।

Read More

ଭୁବନେଶ୍ଵର: ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି। ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବାକୁ ଆଗ୍ରହ ମଧ୍ୟ ବଢିବା ସହିତ ଆମର ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି ପାଇଛି ବୋଲି ପିଲାମାନେ ମତବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି ଯେ ନୂତନ ଆଧୁନିକ ସୁବିଧା ସହିତ ସ୍କୁଲକୁ ନୂଆ ରାସ୍ତା, ମାଗଣା ବିଜୁଳି ଓ ଇଣ୍ଟରନେଟ୍‌ ସୁବିଧା ଆମର ପାଠପଢାକୁ ସହଜ କରିଛି। ସଫଳତା ଏବେ ହାତ ମୁଠାରେ ବୋଲି ପିଲାମାନେ କହିଛନ୍ତି। ଆଜି ଦ୍ବିତୀୟ ପର୍ଯ୍ୟାୟର ଚତୁର୍ଥ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରି ପିଲାମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ପିଲାଙ୍କ ଖୁସି ଓ ମନୋଭାବରୁ ଏହା ସ୍ପଷ୍ଟ ଜଣାଯାଇଛି। ସମସ୍ତେ ସ୍କୁଲର ନୂଆ ପରିବେଶରେ ବେସ୍‌ ଖୁସି ହେବା ସହିତ ନିଜ ନିଜର ଭବିଷ୍ୟତକୁ ନେଇ ଗଭୀର ଆତ୍ମବିଶ୍ବାସର ସହ ନିଜର…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ଗତକାଲି ବିଳମ୍ବିତ ରାତିରେ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ନାକଟିଦେଉଳ ବ୍ଲକ୍ ଅଫିସ୍ ପାଖରୁ ଏକ ମିନି ଟ୍ରକ୍ ସହ ୨୪୦ ବଣ୍ଡଲ୍ କେନ୍ଦୁପତ୍ର ବନବିଭାଗ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୩ ଜଣ ଯୁବକଙ୍କୁ ବନବିଭାଗ ଅଟକ ରଖିଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତିରେ ଡଇଁଚା ପଟୁ ଏକ ମିନି ଟ୍ରକ୍ ରେ କେନ୍ଦୁପତ୍ର ଆସୁଥିବାର ଖବର ମିଳିଥିଲା। ତେଣୁ ବ୍ଲକ୍ ଛକରେ ବନବିଭାଗ ଛକି ରହିଥିଲେ।  ଅଶୋକ ଲେଲ୍ୟାଣ୍ଡ କଂପାନୀର ଏକ ମିନି ଟ୍ରକ୍ କୁ ବନବିଭାଗ ଅଟକାଇଥିଲେ। ଟ୍ରକ୍ ରେ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବା ବନବିଭାଗ ଜାଣିପାରିଥିଲା। ଗାଡ଼ିରୁ ୩ ଜଣଙ୍କୁ ବନବିଭାଗ ଅଟକ ରଖିଥିଲା। ଅଟକ ଯୁବକମାନେ ହେଲେ ନିମେଇଁ ସାହୁ ( ୨୩), ସୁଧୀର କିସାନ୍ (୩୧) ଏବଂ ସୁଶୀଲ ସାହୁ (୨୧)। ସେମାନେ ସମସ୍ତେ ରିଆମାଳ ଥାନା ତେଲିମୁଣ୍ଡା ଗ୍ରାମର ବୋଲି…

Read More

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭରଶୀଳ-ଭାରତ’ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଆଜି ୭୬ ହଜାର କୋଟି ଟଙ୍କାର ଟ୍ୟାଙ୍କ, ଟ୍ରକ୍, ଯୁଦ୍ଧ ଜାହାଜ ଏବଂ ବିମାନର ଇଞ୍ଜିନ କ୍ରୟକୁ ଅନୁମୋଦନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏହି ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ କିଣିବା ପାଇଁ ଅନୁମୋଦନ ଦିଆଯାଇଥିଲା, ପ୍ରତିରକ୍ଷା ମନ୍ତ୍ରଣାଳୟର କହିବାନୁସାରେ, ସୋମବାର ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ର ବୈଠକରେ ସେନା, ବାୟୁସେନା, ନୌସେନା ଏବଂ ତଟରକ୍ଷୀ ବାହିନୀ ପାଇଁ ସମୁଦାୟ ୭୬ ହଜାର ୩୯୦ କୋଟି ଟଙ୍କା କ୍ରୟ ପାଇଁ ଆପ୍ରେଣ୍ଟିସ୍ ଅଫ୍ ନେସେସିଟି (AON) କୁ ଅନୁମୋଦନ କରାଯାଇଥିଲା। ଯେକୌଣସି ପ୍ରତିରକ୍ଷା କ୍ରୟ ପାଇଁ AON ହେଉଛି ଟେଣ୍ଡରର ପ୍ରଥମ ପ୍ରକ୍ରିୟା।

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗରରେ ବିନା ଟିକେଟରେ ଯାତ୍ରା କରୁଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବାର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। କ୍ୟାଣ୍ଟ ପୋଲିସ ଅଭିଯୁକ୍ତ ଟିସିଙ୍କ ବିରୋଧରେ ଦୁଷ୍କରମ ମାମଲା ରୁଜୁ କରି ତାଙ୍କୁ ଜିଆରପିକୁ ହସ୍ତାନ୍ତର କରିଛି। ପୀଡିତା ଜଣକ ୪୦ ବର୍ଷ ବୟସ୍କା ଭିନ୍ନକ୍ଷମ ମହିଳା ରାତିରେ ଭାଗଲପୁର ଏକ୍ସପ୍ରେସ ଟ୍ରେନ ଯୋଗେ ସାଗରକୁ ଆସିଥିଲେ। କ୍ୟାଣ୍ଟ ପୋଲିସ୍ ଷ୍ଟେସନର ଦାୟିତ୍ୱରେ ଥିବା ଗୌରବ ତିୱାରୀ କହିଛନ୍ତି ଯେ, ଜଣେ ୪୦ ବର୍ଷ ବୟସ୍କା ଭିନ୍ନକ୍ଷମ ମହିଳା ରବିବାର (ଜୁନ୍ ୫) ରେ ଭାଗଲପୁର ଏକ୍ସପ୍ରେସ ଟ୍ରେନ୍ ଯୋଗେ ଗୁନାକୁ ଆସୁଥିଲେ। ଏହି ଟ୍ରେନ୍ ଶନିବାର ରାତି ପ୍ରାୟ ୮.୩୦ ସମୟରେ ସାଗର ରେଳ ଷ୍ଟେସନରେ ପହଞ୍ଚିଥିଲା। ଟିସି ରାଜୁ ଲାଲ ମୀଣା ତାଙ୍କୁ ଏକ ନମ୍ବର ପ୍ଲାଟଫର୍ମରେ ଅଟକାଇ ଟିକେଟ ମାଗିଥିଲେ। ମହିଳା ଜଣଙ୍କ ପାଖରେ ଟିକେଟ୍ ନଥିଲା। ମହିଳା ଜଣଙ୍କ ଟିସିକୁ କହିଥିଲେ ଯେ,…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିଛନ୍ତି। ‘ଆଜାଦୀ କା ଅମୃତ ମହୋତ୍ସବ (ଏକେଏଏମ) ଅନ୍ତର୍ଗତ ଜୁନ ୬ରୁ ୧୧ ତାରିଖ, ୨୦୨୨ ପର୍ଯ୍ୟନ୍ତ ଆଇକନିକ ସପ୍ତାହ ସମାରୋହ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଋଣଭିତ୍ତିକ ସରକାରୀ ଯୋଜନା ଗୁଡ଼ିକ ପାଇଁ ଜାତୀୟ ପୋର୍ଟାଲ – ଜନ ସମର୍ଥ ପୋର୍ଟାଲର ଶୁଭାରମ୍ଭ କରିଥିଲେ। ବିଗତ ଆଠ ବର୍ଷ ମଧ୍ୟରେ ଦୁଇ ମନ୍ତ୍ରଣାଳୟର ଜୟଯାତ୍ରାକୁ ପ୍ରଦର୍ଶିତ କରୁଥିବା ଏକ ଡିଜିଟାଲ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ। ସେ ମଧ୍ୟ ଟଙ୍କିକିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ମୁଦ୍ରା (କଏନ)ର ସ୍ୱତନ୍ତ୍ର ସିରିଜ୍‌ ଉନ୍ମୋଚନ କରିଥିଲେ। ଏହି ସ୍ୱତନ୍ତ୍ର ସିରିଜ୍‌ର କଏନରେ ଆଜାଦୀ କା ଅମୃତ ମହୋତ୍ସବର ଲୋଗୋ ରହିଛି ଏବଂ ଏହାକୁ ଦୃଷ୍ଟିହୀନ ଲୋକମାନେ ସହଜରେ ଚିହ୍ନଟ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ନୂଆ ମୁଦ୍ରା ଉପସ୍ଥାପନ କରିଛନ୍ତି। ଦୃଷ୍ଟିହୀନମାନଙ୍କ ପାଇଁ ଏହା ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଛି। ଏଥିରେ ୧, ୨,୫,୧୦ ଏବଂ ୨୦ ଟଙ୍କାର ମୁଦ୍ରା ତିଆରି କରାଯାଇଛି। ଏହି ମୁଦ୍ରା ଉପରେ ଆଜାଦୀ କା ଅମୃତ ମହୋତ୍ସବ ର ଡିଜାଇନ୍ ପ୍ରସ୍ତୁତ ହୋଇଛି। ଏହି ମୁଦ୍ରାଗୁଡ଼ିକ ସାଧାରଣ ଚଳନ ପାଇଁ ବ୍ୟବହୃତ ହେବ। ପ୍ରକାଶ ଯୋଗ୍ୟ ଯେ, ଏହି ମୁଦ୍ରାଗୁଡ଼ିକ ସ୍ଵତନ୍ତ୍ର ନୁହେଁ। ସେଗୁଡିକ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେବ। ଏହା ସହିତ ଅନ୍ଧ ଲୋକମାନେ ମଧ୍ୟ ମୁଦ୍ରାଗୁଡ଼ିକୁ ସହଜରେ ଚିହ୍ନିବାରେ ସକ୍ଷମ ହେବେ। ଏହି ମୁଦ୍ରାଗୁଡ଼ିକରେ ବିଶେଷ ଯତ୍ନ ନିଆଯାଇଛି, ଯାହାକୁ ସହଜରେ ଚିହ୍ନଟ କରାଯାଇପାରିବ।

Read More

ଭୁବନେଶ୍ଵର: ରାଜ୍ୟ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଥିବା ନେତା ନବୀନ ନିବାସରେ ପହଁଞ୍ଚିଛନ୍ତି। କେବଳ ବିକ୍ରମ କେଶରୀ ଆରୁକ୍ଷୀଙ୍କୁ ବାଦ ଦେଲେ ବାକି ସମସ୍ତ ନେତା ନବୀନ ନିବାସରେ ପହଞ୍ଚିଛନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଆଗାମୀ କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ନେଇ ସୂଚନା ରହିଛି। ତେବେ ବାଦ ପଡିଥିବ ମନ୍ତ୍ରୀମାନଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି। ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ପଦ୍ମନାଭ ବେହେରା, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂ, ଦିବ୍ୟ ଶଙ୍କର ମିଶ୍ର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ ଓ ପଦ୍ମିନୀ ଦିଆନ ନବୀନ ନିବାସରେ ପହଞ୍ଚିସାରିଛନ୍ତି। ସୂଚନା ମୁତାବକ ବିଜେଡ଼ିର ସଂଗଠନ ପାଇଁ ସେମାନେ କାମ କରିବେ ବୋଲି ଜଣାପଡିଛି।

Read More

ମୁମ୍ବାଇ: ରବିବାର ଦିନ ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଛି। ସଲମାନଙ୍କ ପିତା ସଲିମ ଖାନ ଯେତେବେଳେ ଜଗିଂ କରିବାକୁ ଯାଇଥିଲେ ସେତେବେଳେ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏହି ଚିଠି ପାଇବା ପରେ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାନୁସାରେ, ବର୍ତ୍ତମାନ ମୁମ୍ବାଇ ପୋଲିସ ଏହି ମାମଲାରେ ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କ ସୁରକ୍ଷାକୁ ବୃଦ୍ଧି କରିଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ଏହି ଚିଠି ସଲମାନଙ୍କୁ ପଠାଯାଇଛି। ଯେତେବେଳେ ସଲିମ୍ ଖାନ୍ ସକାଳେ ଜଗିଂ ସାରି ବେଞ୍ଚରେ ବସିଥିଲେ, ସେତେବେଳେ ତାଙ୍କୁ ଏବଂ ତାଙ୍କ ପୁଅ ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଏକ ଚିଠି ମିଳିଥିଲା। ଏହି ଚିଠିରେ ଲେଖାଥିଲା ଯେ, ସଲମାନ ଖାନଙ୍କୁ ମଧ୍ୟ ସିଦ୍ଧୁ ମୋସେୱାଲା କରିଦେବେ। ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ପାଇବା ପରେ ତାଙ୍କ ପ୍ରଶଂସକମାନେ…

Read More

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ରବିବାର ଦିନ କହିଛନ୍ତି ଯେ, ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ପାଇଁ ଭାରତର ଉଦ୍ୟମ ଏବଂ ନେତୃତ୍ୱ ତାଙ୍କୁ ଅନୁପ୍ରାଣିତ କରିଛନ୍ତି। ସେ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ସାମୂହିକ ବିଶ୍ଵସ୍ତରୀୟ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତାଠାରୁ ଅଧିକ ଆବଶ୍ୟକତା ରହିଛି ଏବଂ ‘ଆମର ଜଳବାୟୁ ଲକ୍ଷ୍ୟ ହାସଲ କରିବା’ ସୁନିଶ୍ଚିତ କରିବାରେ ଭାରତର ଭୂମିକା ଏବଂ ନେତୃତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ‘ଲାଇଫଷ୍ଟାଇଲ ଫର ଦି ଏନଭରମେଣ୍ଟ ମୁଭମେଣ୍ଟ’ ଆନ୍ଦୋଳନ ନାମକ ଏକ ବିଶ୍ୱସ୍ତରୀୟ ପଦକ୍ଷେପର ଶୁଭାରମ୍ଭ ଅବସରରେ, ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବା ପାଇଁ ଅଭିନବ ପ୍ରଯୁକ୍ତିବିଦ୍ୟା ଏବଂ ସମସ୍ତଙ୍କ ଅଂଶଗ୍ରହଣର ଆବଶ୍ୟକତା ଉପରେ ଗେଟ୍ସ ଗୁରୁତ୍ୱାରୋପ କରିଥିଲେ। ଗେଟ୍ସ କହିଛନ୍ତି ଯେ ଯଦି ଏହି ଅଭିନବ ପ୍ରଯୁକ୍ତିବିଦ୍ୟାକୁ ବ୍ୟାପକ ଭାବରେ ଗ୍ରହଣ କରାଯାଏ, ତେବେ କେବଳ ବେସରକାରୀ ତଥା ସାର୍ବଜନୀନ କ୍ଷେତ୍ର ମଧ୍ୟରେ ବୃହତ ପୁଞ୍ଜି ବିନିଯୋଗ ଏବଂ…

Read More

ନୂଆଦିଲ୍ଲୀ: ଭାରତ ସରକାର ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି। ଉର୍ଜା ନିରାପତ୍ତା ହାସଲ, ଇନ୍ଧନର ଆମଦାନୀ ହ୍ରାସ କରିବା, ବୈଦେଶିକ ବିନିମୟ ମୁଦ୍ରା ବଞ୍ଚାଇବା, ପରିବେଶ ସୁରକ୍ଷା ଏବଂ ସର୍ବୋପରି ଘରୋଇ କୃଷିକ୍ଷେତ୍ରକୁ ଲାଭବାନ କରିବାକୁ ସରକାର ଏହି ବ୍ଲେଡିଙ୍ଗ ବା ମିଶ୍ରଣ ନୀତିକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଛନ୍ତି। ସେଥିପାଇଁ ଏକ ‘ଜାତୀୟ ଜୈବ ଇନ୍ଧନ ନୀତି’ ୨୦୧୮ରେ ପ୍ରସ୍ତୁତ କରାଯାଇ ଏ ଦିଗରେ କାର୍ଯ୍ୟ ଚାଲିଛି। ଏହି ନୀତି ଅନୁସାରେ ୨୦୩୦ ସୁଦ୍ଧା ଦେଶରେ ପେଟ୍ରୋଲରେ ୨୦ଶତାଂଶ ଇଥାନଲ ମିଶ୍ରଣର ଲକ୍ଷ୍ୟ ରଖାଯାଇଛି। ତେବେ ଊର୍ଜା ନିରାପତ୍ତା କ୍ଷେତ୍ରରେ କେନ୍ଦ୍ର ସରକାର ୨୦୧୪ରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାରୁ ଏହାର ଉତ୍ସାହଜନକ ଫଳାଫଳ ମିଳୁଛି। ସରକାରଙ୍କ ବିଭିନ୍ନ କାମ ଓ ହସ୍ତକ୍ଷେପ ଏ କ୍ଷେତ୍ରରେ ନୂଆ ଧାରା ସୃଷ୍ଟି କରିଛି। ତାହାକୁ ଦୃଷ୍ଟିରେ ରଖି ସରକାର ଏହି ୨୦% ବ୍ଲେଡିଂ ଲକ୍ଷ୍ୟକୁ ୨୦୩୦ ରୁ ୨୦୨୫-୨୬କୁ…

Read More

ନୂଆଦିଲ୍ଲୀ: ଜୁନ୍ ୯ ତାରିଖରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳାଯିବ। ଏହି ସିରିଜର ପ୍ରଥମ ଟି -୨୦ ଦିଲ୍ଲୀର ଫେରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯିବ। ଏହି ସିରିଜରେ କେଏଲ ରାହୁଲ ଟିମ୍ ଇଣ୍ଡିଆର ଅଧିନାୟକ ଥିବାବେଳେ ଋଷଭ ପନ୍ତ ଉପ-ଅଧିନାୟକ ଅଛନ୍ତି। ଆସନ୍ତୁ ଜାଣିବା ପ୍ରଥମ ଟି -୨୦ ରେ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶ କିପରି ହୋଇପାରେ…. ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ୨୩ ବର୍ଷୀୟ ଇଶାନ୍ କିଶନ ଅଧିନାୟକ କେ.ଏଲ୍ ରାହୁଲଙ୍କ ସହ ଇନିଂସ ଆରମ୍ଭ କରିପାରନ୍ତି। ଏହା ପରେ ଶ୍ରେୟସ୍ ଆୟର ତିନି ନମ୍ବରରେ ବ୍ୟାଟିଂ କରିବେ। ଏହାପୂର୍ବରୁ ଆୟର୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିନି ନମ୍ବରରେ ଖେଳିଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ସେ ୨୦୦ ରୁ ଅଧିକ ରନ୍ ସଂଗ୍ରହ କରିଥିଲେ। ଉପ-ଅଧିନାୟକ ତଥା ୱିକେଟ୍ କିପର ଋଷଭ ପନ୍ତ, ତାରକା…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୫୧୮ ଟି କରୋନା ପଜିଟିଭ ରିପୋର୍ଟ ହୋଇଥିବା ବେଳେ ଦେଶରେ କୋଭିଡ-୧୯ ମାମଲାରେ ୫.୮ ପ୍ରତିଶତ ବୃଦ୍ଧି ଘଟିଛି। ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଜୀବାଣୁ ଯୋଗୁଁ ୯ ଜଣଙ୍କର ମୃତ୍ୟୁ ଘଟିଛି। ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ କରୋନା ରୋଗର ସକ୍ରିୟ ସଂଖ୍ୟା ହେଉଛି ୨୫ ହଜାର ୭୮୨। ଗତ ୨୪ ଘଣ୍ଟା ମଧ୍ୟରେ, ୨ ହଜାର ୭୭୯ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୨୬ ଲକ୍ଷ ୩୦ ହଜାର ୮୫୨ ଲୋକ କରୋନା ଜୀବାଣୁକୁ ପରାସ୍ତ କରିଛନ୍ତି। ଏହି ମାରାତ୍ମକ ଜୀବାଣୁ ଯୋଗୁଁ ଦେଶରେ ମୋଟ ୫ ଲକ୍ଷ ୨୪ ହଜାର ୭୦୧ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ଜୀବାଣୁରେ ମୋଟ ୪ କୋଟି ୩୧ ଲକ୍ଷ ୮୧ ହଜାର ୩୩୫ ମାମଲା ପଞ୍ଜିକୃତ…

Read More