ବାସ୍ତୁଶାସ୍ତ୍ର: ହିନ୍ଦୁ ଧର୍ମରେ ସ୍ଵସ୍ତିକର ଗୁରୁତ୍ୱ ରହିଛି। ଏହା ଦୁଇଟି ଶବ୍ଦକୁ ନେଇ ଗଠିତ ଯେଉଁଥିରେ ‘ସୁ’ ଅର୍ଥ ଶୁଭ ଏବଂ ‘ଅସ୍ତି’ ର ଅର୍ଥ ତାତ୍ପର୍ଯ୍ୟ ହେବା। ତାହା ହେଉଛି ଶୁଭ ହେଉ, କଲ୍ୟାଣ ହେଉ। ପ୍ରତ୍ୟେକ ଶୁଭ କାର୍ଯ୍ୟରେ ସ୍ଵସ୍ତିକା ନିଶ୍ଚିତ ଭାବରେ ବ୍ୟବହୃତ ହୁଏ। ଏହା ଗଣପତିଙ୍କ ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଏ। ଲୋକମାନେ ସ୍ଵସ୍ତିକକୁ ସମ୍ପୂର୍ଣ୍ଣ ବିଶ୍ଵାସ ଏବଂ ସମ୍ମାନର ସହିତ ନିଜ ଘରର ମୁଖ୍ୟ ଫାଟକରେ ରଖନ୍ତି। ସ୍ଵସ୍ତିକକୁ ସତ୍ୟ ବୋଲି ମଧ୍ୟ କୁହାଯାଏ। ବିଶ୍ଵାସ କରାଯାଏ ଯେ, ସଠିକ୍ ସମୟରେ ସଠିକ୍ ସ୍ଥାନରେ ନିର୍ମିତ ଏକ ସ୍ଵସ୍ତିକ ଅତ୍ୟନ୍ତ ଶୁଭ ଅଟେ। ବାସ୍ତୁ ଶାସ୍ତ୍ରରେ ମଧ୍ୟ ଘରର ମୁଖ୍ୟ ପ୍ରବେଶ ପଥରେ ସ୍ଵସ୍ତିକ ତିଆରି କରିବା ଭଲ ବୋଲି ବିବେଚନା କରାଯାଏ। ଆସନ୍ତୁ ଜାଣିବା, ମୁଖ୍ୟ ଫାଟକରେ ସ୍ଵସ୍ତିକ ତିଆରି କରିବାବେଳେ କ’ଣ ମନେ ରଖିବାକୁ ହେବ। – ସର୍ବଦା ମୁଖ୍ୟ…
Author: Samikhsya Bureau
ଭୁବନେଶ୍ୱର: ଅନିଷ୍ଟକାରୀ କୀଟଙ୍କ କବଳରୁ ଫସଲ ରକ୍ଷା କରିବା ନିମନ୍ତେ ଟ୍ରାଇକୋକାର୍ଡ ବ୍ୟବହାର କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ର ଛାତ୍ରଛାତ୍ରୀ ବିଜ୍ଞାନଗାରରେ ଏହା ପ୍ରସ୍ତୁତ କରିଛନ୍ତି। ଟ୍ରାଇକୋଗାମା ନାମକ ପରାଶ୍ରୟୀ କୀଟ ସାହାଯ୍ୟରେ ବିନା ରସାୟନିକ ସାର ବ୍ୟବହାରରେ ଅନିଷ୍ଟକାରୀ କୀଟଙ୍କ ଠାରୁ ଫସଲକୁ ରକ୍ଷା କରାଯାଇ ପାରିବ। ଟ୍ରାଇକୋଗାମା ମୁଖ୍ୟତଃ ଲାବୋରାଟୋରୀରେ ପ୍ରସ୍ତୁତ ହୋଇଥାଏ ଏବଂ ଅନିଷ୍ଟକାରୀ କୀଟଗୁଡ଼ିକର ଅଣ୍ଡାକୁ ନଷ୍ଟ କରିବା ନିମନ୍ତେ ବ୍ୟବହାର କରାଯାଇଥାଏ। ଏହା କୃଷକମାନଙ୍କ ପାଇଁ ଖୁବ୍ ଉପକାରୀ। କାରଣ ଏହି ପ୍ରକ୍ରିୟାରେ କୌଣସି ପ୍ରକାର ରାସାୟନିକ ସାର ବ୍ୟବହାର ନ କରି ପ୍ରାକୃତିକ ପ୍ରକ୍ରିୟାରେ ଓ ସ୍ୱଳ୍ପ ମୂଲ୍ୟରେ ଫସଲ ରକ୍ଷା କରାଯାଇଥାଏ। ଅନ୍ୟପକ୍ଷରେ କୀଟନାଶକ ବ୍ୟବହାର ଦ୍ୱାରା ପରିବେଶ ଦୂଷିତ ହୋଇଥାଏ ଓ ମଣିଷର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରେ। ତେଣୁ ଜୈବିକ ଉପାୟରେ ଫସଲକୁ ଏହି ପ୍ରକ୍ରିୟାରେ…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜୀବନର ଅନେକ ଦିଗ ବିଷୟରେ ଉଲ୍ଲେଖ କରିଛନ୍ତି। ଅର୍ଥ, ପଦୋନ୍ନତି, ବିବାହ, ପରିବାର ଏବଂ ବ୍ୟବସାୟ ସହ ଜଡିତ ସମସ୍ୟାର ସମାଧାନକୁ ଚାଣକ୍ୟ ଅତି ସହଜ କରିଛନ୍ତି। କୁହାଯାଏ ଯେ, ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର, କିନ୍ତୁ ଯିଏ ଗ୍ରହଣ କରିଛି, ସେ ବେଶ୍ ସଫଳ ହୋଇଛି। ଚାଣକ୍ୟ ନୀତି ଶାସ୍ତ୍ରୀରେ କହିଛନ୍ତି ଯେ କେଉଁ ଲୋକଙ୍କ ପାଖରେ ପାଖରେ ଟଙ୍କା ରହେ ନାହିଁ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ ପାଞ୍ଚଟି ପରାମର୍ଶ ଦେଇଛନ୍ତି। ୧- ଚାଣକ୍ୟ କହିଛନ୍ତି ଯେ ତିକ୍ତ କଥା କହୁଥିବା ବ୍ୟକ୍ତିଙ୍କ ସହ ଟଙ୍କା ରଖାଯାଇପାରିବ ନାହିଁ। ଯେଉଁ ବ୍ୟକ୍ତି ସତ୍ୟ ଏବଂ ମଧୁର କଥା କହନ୍ତି, ଲକ୍ଷ୍ମୀଙ୍କର ଅନୁଗ୍ରହ ଅଛି। ଚାଣକ୍ୟ କହିଛନ୍ତି ଯେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଜଣେ ସର୍ବଦା ମିଠା କଥା କହିବା ଉଚିତ୍। ୨- ଜଣେ ବ୍ୟକ୍ତି ଯଦି…
ରାଶିଫଳ: ଆର୍ଥିକ ବିଷୟ ପାଇଁ ସମୟ ଲାଭ ଦାୟକ ହେବ। ବ୍ୟବସାୟ ସଂପ୍ରସାରଣ ସହିତ ଚାକିରି ଲାଭ ମିଳିବ। ପରିବାର ଏବଂ ସାଙ୍ଗମାନେ ସମର୍ଥନ କରିବେ। ଜମି, ନିର୍ମାଣ, ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ମିଳିବ। ସହଭାଗୀତାର ସୁଯୋଗ ଲାଭ ପାଇଁ ସୁଯୋଗ ଆଣିବ। ଅବିବାହିତ ବିବାହ ବିଷୟରେ ଆଲୋଚନା ହୋଇପାରେ। ଷ୍ଟକ୍ ମାର୍କେଟ୍, ଖଣିଜ ବଜାର, ସମ୍ପତ୍ତିରେ ବିନିଯୋଗ ଲାଭଦାୟକ ପ୍ରମାଣିତ ହେବ।ଏହି ତିନୋଟି ରାଶି ହେଲା କର୍କଟ, କନ୍ୟା ଏବଂ ଧନୁ ରାଶି।ମାନସିକ ଚାପରୁ ମୁକ୍ତି ଏବଂ ଶାରୀରିକ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଯୋଗ ଏବଂ ଧ୍ୟାନ କରନ୍ତୁ। ନୂତନ ଜମି, କୋଠା, ସମ୍ପତ୍ତି, ଯାନ କ୍ରୟ କରିବେ। ପୁରୁଣା ବିନିଯୋଗ ଲାଭ ଆଣିବ। ସତର୍କ ରୁହନ୍ତୁ, ପ୍ରେମ ସଂପର୍କରେ ସାବଧାନ ରୁହନ୍ତୁ, କେହି ଆପଣଙ୍କଠାରୁ ଲାଭ ଉଠାଇବ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ବ୍ରଜରାଜନଗର ଉପନିର୍ବାଚନରେ ବିଜୟ ଲାଭ କରିଥିବା ଅଳକା ମହାନ୍ତି। ସେ ରବିବାର ଦିନ ନବୀନ ନିବାସକୁ ତାଙ୍କ ପରିବାର ସହିତ ଆସି ନବୀନଙ୍କୁ ସାକ୍ଷାତ କରିଛନ୍ତି। ଅଳକା ଏହି ଉପନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ଅଳକା କହିଛନ୍ତି ଯେ, ତାଙ୍କ ସ୍ବାମୀଙ୍କର ଯାହା ସ୍ବପ୍ନ ଥିଲା ତାହାକୁ ପୁରଣ କରିବା ପାଇଁ କାର୍ଯ୍ୟ କରିବି। ମୋ ଉପରେ ମୁଖ୍ୟମନ୍ତ୍ରୀଙ୍କ ଆର୍ଶିବାଦ ରହିଛି, ତାହାକୁ ପାଥେୟ କରି ଆଗାମୀ ପଦକ୍ଷେପ ଗ୍ରହଣ କରିବି ବୋଲି ଅଳା କହିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଏକ ସାଧାରଣ ବେଶପୋଷାକରେ ସାକ୍ଷାତ କରିଥିଲେ। ଏକ ନୀଳ ଲୁଙ୍ଗି ସହିତ ଧଳା ଟି ସାର୍ଟ ପିନ୍ଧିଥିଲେ।
ମେଷ: କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ ଆପଣ ଆଜି କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଅର୍ଥନୈତିକ ପ୍ରସଙ୍ଗରେ ଲାଭ ରହିବ । ନୂତନ ଆୟର ଉତ୍ସ ମିଳିବ । ଋଣ ଦିଆଯାଇଥିବା ଟଙ୍କା ଫେରସ୍ତ ହେବ। ପ୍ରେମ ସମ୍ପର୍କ ଭଲ ହେବ । ଜୀବନସାଥୀ ସହିତ ସମ୍ପର୍କ ସୁଦୃଢ ହେବ । ଚାକିରୀ କରୁଥିବା ଲୋକମାନେ କାର୍ଯ୍ୟର ଚାପ ଅନୁଭବ କରିପାରନ୍ତି । ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ବୃଷ: ସାମାଜିକ ସ୍ଥିତିରେ ଲୋକପ୍ରିୟ ହେବ ବ୍ୟବସାୟରେ ଲାଭ ପରିସ୍ଥିତି ରହିବ । ଯଦି ଆପଣ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ତାହା କରନ୍ତୁ । ଆପଣଙ୍କର ଭଲ ଆଚରଣ ହେତୁ ପରିବାର ଏବଂ ସାମାଜିକ ସ୍ଥିତିରେ ଲୋକପ୍ରିୟ ହେବେ । ମିଥୁନ: ପାରିବାରିକ ଜୀବନ ଭଲ ହେବ ଛାତ୍ର ଏବଂ ଯୁବ ବୃତ୍ତିଗତମାନଙ୍କ ପାଇଁ ଏହି ସପ୍ତାହ ଗୁରୁତ୍ୱପୂର୍ଣ୍ଣ । ନୂତନ…
ନୂଆଦିଲ୍ଲୀ: ଯମୁନା ଘାଟିରେ ଯାତ୍ରୀଙ୍କ ବସ୍ ଖସିଯିବା ପରେ ଏପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାନୁସାରେ, ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ଏହି ବସ୍ ପ୍ରାୟ ୨୦୦ ମିଟର ଗଭୀର ଏକ ଘାଟିରେ ପଡିଯାଇଛି। ସୂଚନା ପାଇବା ପରେ, ରିଲିଫ୍ କାର୍ଯ୍ୟ ପାଇଁ SDRF କର୍ମଚାରୀଙ୍କୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି। ଡାମଟା ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ନୌଗାଓଁ ଦିଗରେ ଏହି ଦୁର୍ଘଟଣା ଘଟିଛି। ବସ୍ରେ ଥିବା ଯାତ୍ରୀମାନେ ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ବାସିନ୍ଦା। ତିନୋଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁଯାୟୀ, ବସ୍ରେ ୨୮ ରୁ ୨୯ ଜଣ ଲୋକ ଥିଲେ। ଚାରିରୁ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି, ଯେଉଁମାନେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୁଖ୍ୟ ସଚିବ ସୁଖବୀର ସିଂ ସାନ୍ଧୁ ସମସ୍ତ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ବର: ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ହେଲେ ସରକାରୀ ମୁଖ୍ୟ ସଚତେକ। ଆଜି ମନ୍ତ୍ରୀ ମଣ୍ଡଳ ଶପଥ ପରେ ଏହି ଘୋଷଣା କରାଯାଇଛି। ସେହିପରି ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ମିଳିଛି ଉପ ମୁଖ୍ୟ ସଚେତକ। ଏ ନେଇ ଆଜି ସଂସଦୀୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଦୁଇ ପଦବୀରେ ମୁଖ୍ୟ ସଚେତକ ଭାବେ ପ୍ରମିଳା ମଲ୍ଲିକ ଏବଂ ଉପମୁଖ୍ୟ ସଚେତକ ଭାବେ ରୋହିତ ପୂଜାରୀ ଥିଲେ। ହେଲେ ସେମାନେ ମନ୍ତ୍ରୀ ଭାବେ ଶପଥ ନେବା ପରେ ଏହି ଦୁଇ ପଦବୀ ଖାଲି ପଡିଥିଲା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ଜଣଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି।
ନୂଆଦିଲ୍ଲୀ: ପ୍ରଥମରୁ ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ବିଶ୍ୱ ପରିବେଶ ଦିବସର ଶୁଭେଚ୍ଛା ଜଣାଇଥିଲେ। “ମାଟି ବଞ୍ଚାଅ” ଆନ୍ଦୋଳନ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଦେଶ ଯେତେବେଳେ ଆଜାଦୀ କା ଅମ୍ରିତ ମହୋତ୍ସବର ସଂକଳ୍ପ ନେଇଛି, ସେତେବେଳେ ଏଭଳି ଆନ୍ଦୋଳନ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ ବୋଲି କହିଥିଲେ। ଗତ ଆଠବର୍ଷ ମଧ୍ୟରେ ହୋଇଥିବା ମୁଖ୍ୟ କାର୍ଯ୍ୟକ୍ରମଗୁଡିକ ପରିବେଶ ସୁରକ୍ଷାକୁ ଆଖିଆଗରେ ରଖି ଆରମ୍ଭ କରାଯାଇଥିବାରୁ ସେ ସନ୍ତୋଷବ୍ୟକ୍ତ କରିଥିଲେ। ସ୍ୱଚ୍ଛଭାରତ ମିଶନ, ସମ୍ପଦ ନଷ୍ଟ କରୁଥିବା ସମ୍ପର୍କୀତ କାର୍ଯ୍ୟକ୍ରମ, ଏକକ ପ୍ଳାଷ୍ଟିକ ବ୍ୟବହାର ହ୍ରାସ, ଗୋଟିଏ ସୂର୍ଯ୍ୟ ଗୋଟିଏ ପୃଥିବୀ ବା ଇଥାନଲ ମିଶ୍ରଣ ଭଳି କାର୍ଯ୍ୟକ୍ରମ ପରିବେଶ ସୁରକ୍ଷାର ଉଦାହରଣ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଭାରତରେ ପରିବେଶ ସୁରକ୍ଷା ଉଦ୍ୟମ ବହୁମୁଖୀ ବୋଲି କହିଥିଲେ। ଭାରତର ଭୂମିକା ଜଳବାୟୁ ସୁରକ୍ଷା ଦିଗରେ ଖୁବ୍ ମାମୁଲି ହୋଇଥିବାରୁ ଭାରତ ଏଭଳି ଉଦ୍ୟମ କରୁଛି। ବୃହତ୍ ଆଧୁନିକ ଦେଶଗୁଡିକ ପୃଥିବୀର ଅମୂଲ୍ୟ ସମ୍ପଦ…
ଖୋର୍ଦ୍ଧା: ଖୋର୍ଦ୍ଧାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିବେକାନନ୍ଦ ୟୁଥ କ୍ଲବ ଓ ଖୋର୍ଦ୍ଧା ସାମ୍ବାଦିକ ସଂଘ ମିଳିତ ଆନୁକୂଲ୍ୟରେ ସାମ୍ବାଦିକ ଭବନ ପରିସରରେ ବିଶ୍ବ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ଶୀର୍ଷକ ଆଲୋଚନାଚକ୍ର ଏବଂ ଚାରାରୋପଣ କରାଯାଇଥିଲା। କ୍ଲବର ସମ୍ପାଦକ ତଥା ଧରିତ୍ରୀ ଜିଲ୍ଲା ପ୍ରତିନିଧି ପ୍ରଭାତ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ଖୋର୍ଦ୍ଧା ପୌର ଉପାଧ୍ୟକ୍ଷ ସୌର୍ଯ୍ଯରଞ୍ଜନ ମହାନ୍ତି ମୁଖ୍ୟଅତିଥି, ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ସନାତନ ମହାପାତ୍ର ସମ୍ମାନିତ ବକ୍ତା, ବିକାଶ ସାମ୍ବାଦିକ ଜୟନ୍ତ ରାୟ, ଇଶ୍ବର ମଙ୍ଗରାଜ, ନିରଞ୍ଜନ ଦୋରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ବୃକ୍ଷ ହେଉଛି ଦାରୁ ଦେବତା। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ରୋକିବାକୁ ହେଲେ ବୃକ୍ଷରୋପଣ ଆବଶ୍ୟକତା ରହିଛି। ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନ କାଳରେ ଅନ୍ତତଃ ଗୋଟିଏ ଚାରା ଲଗାଇ ତାର ଯତ୍ନ ନିଅନ୍ତୁ। ପରିବେଶ ଆଡକୁ ହାତଟିଏ ବଢାନ୍ତୁ।…
ନୂଆଦିଲ୍ଲୀ: ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ବିଜେପି ମୁଖପାତ୍ର ନୁପୁର ଶର୍ମା ଏବଂ ନବୀନ କୁମାର ଜିନ୍ଦଲଙ୍କୁ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରାଯାଇଛି। ଏହି ପ୍ରସଙ୍ଗରେ ବିଜେପି ମୁଖପାତ୍ରଙ୍କ ନୂଆ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଦଳରୁ ନିଲମ୍ବିତ ହେବା ପରେ ନୁପୁର ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ଯେ, ମୁଁ ଗତ କିଛି ଦିନ ହେବ ଟିଭି ବିତର୍କରେ ଯାଉଥିଲି, ଯେଉଁଠାରେ ମୋର ଆରାଧ୍ୟ ଦେବତା ଶିବଙ୍କୁ ପ୍ରତିଦିନ ଅପମାନିତ କରାଯାଉଥିଲା। ଏହା ମୋ ସାମ୍ନାରେ କୁହାଯାଉଥିଲା ଯେ, ଦିଲ୍ଲୀର ପ୍ରତ୍ୟେକ ଫୁଟପାଥରେ ଅନେକ ଶିବଲିଙ୍ଗ ଅଛନ୍ତି, ଯାଇ ଏହାକୁ ପୂଜା କରନ୍ତୁ। ମୁଁ ଆମ ମହାଦେବଙ୍କ ଅପମାନକୁ ବାରମ୍ବାର ମୋ ସାମ୍ନାରେ ସହି ପାରିଲି ନାହିଁ ଏବଂ ମୁଁ କ୍ରୋଧରେ କିଛି କହିଲି। ଯଦି ମୋର ଶବ୍ଦ କାହାର ଧାର୍ମିକ ଭାବନାକୁ ଆଘାତ ଦେଇଛି, ତେବେ ମୁଁ ମୋର ଶବ୍ଦକୁ ଫେରାଇ ନେଉଛି। କାହାକୁ…
ଭୁବନେଶ୍ୱର: ଆଜି ସମଗ୍ର ବିଶ୍ୱରେ ସମସ୍ତ ନେତୃମଣ୍ଡଳୀ, ବିଶେଷଜ୍ଞ ଏବଂ ପ୍ରତ୍ୟେକଙ୍କ ମତରେ ଆଜି ସମୟ ଆସିଛି ପୃଥିବୀର ସୁରକ୍ଷା ପାଇଁ ଏବଂ ସେଥିପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ । ପ୍ରକୃତିର ସୁରକ୍ଷା ପାଇଁ କମୁ୍ୟନିଟି ସ୍ତରରେ ଉଦ୍ୟମ ପ୍ରଶଂସନୀୟ। ଏ ଦିଗରେ ଉଭୟ ବ୍ୟକ୍ତିଗତ ଏବଂ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ବିଶ୍ୱ ପରିବେଶ ଦିବସ-୨୦୨୨ ପାଳନ ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବିଶ୍ୱ ପରିବେଶ ଦିବସ ପାଳନର ପ୍ରସଙ୍ଗ ରହିଛି ‘ପୃଥିବୀ କେବଳ ଏକ ମାତ୍ର ଜୀବନ ଉପଯୋଗୀ ଗ୍ରହ’। ଆଜି ପୂର୍ବାହ୍ନରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ- ୨୦୨୨ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ…
ଭୁବନେଶ୍ବର: ଆଜି ଲୋକସେବା ଭବନର କନଭେନସନ ହଲରେ ନବୀନ ପଟ୍ଟନାୟକଙ୍କ ନୂଆ ଟିମ ଶପଥ ଗ୍ରହଣ କରିଛନ୍ତି। ଏଥିରେ ନବୀନ ୧୩ ଜଣ କ୍ୟାବିନେଟ ଏବଂ ୮ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ନେଇଛନ୍ତି। ତେବେ ଏଥିସହିତ ଏହି ମନ୍ତ୍ରୀ ମଣ୍ଡଳ ଉପରେ କିଛି ରୋଚକ କଥା ଅଛି, ଯାହା ଆପଣ ଜାଣିବା ନିହାତି ଆବଶ୍ୟକ। ସେଗୁଡିକ ହେଲା ୧- ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ୧୩ ଜଣ କ୍ୟାବିନେଟ ଏବଂ ୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୨-ନୂଆ ମନ୍ତ୍ରୀ ମଣ୍ଡଳରେ ନଅ ଜଣ ମନ୍ତ୍ରୀ ପୁଣି ଥରେ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ ହୋଇଛନ୍ତି। ଏମାନଙ୍କୁ ନବୀନଙ୍କ ନବରତ୍ନ ବୋଲି କୁହାଯିବ। ୩-ଏଥର ନବୀନ ପାଞ୍ଚ ଜଣ ମହିଳାଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ କରିଛନ୍ତି। ମହିଳା ସଂରକ୍ଷଣ କହୁଥିବା ନବୀନ ତାହା ନିଜେ କରି ଦେଖାଇଛନ୍ତି। ୪-ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ୬ ଜଣ ସ୍ନାତକୋତ୍ତର ଶିକ୍ଷାଗତ ଯୋଗ୍ୟତା…
ସ୍ୱାସ୍ଥ୍ୟ ଟିପ୍ସ: ଆଜିକାଲି ପ୍ରଦୂଷଣ ବୃଦ୍ଧି ଏବଂ ଭୁଲ ଖାଇବା ଅଭ୍ୟାସ ଯୋଗୁଁ ଅଧିକାଂଶ ଲୋକଙ୍କଠାରେ ଅମ୍ଳଜାନର ଅଭାବ ଦେଖାଦେଇଥାଏ। ଏପରି ପରିସ୍ଥିତିରେ, ଆପଣ ଏପରି ଜିନିଷ ଖାଇବା ଉଚିତ୍ ଯାହା ଶରୀରରେ ଅମ୍ଳଜାନର ସ୍ତର ବଢାଇଥାଏ। ଏଠାରେ ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବୁ, ଯେଉଁଥିପାଇଁ ଆପଣଙ୍କ ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି ହେବା ସହିତ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୃଢ ହୋଇଥାଏ। ଆସନ୍ତୁ ଜାଣିବା….. ଅମ୍ଳଜାନ ସ୍ତର ବୃଦ୍ଧି ପାଇଁ ଏହି ଜିନିଷଗୁଡିକ ବ୍ୟବହାର କରନ୍ତୁ: ପ୍ରଚୁର ଜଳ ପିଅନ୍ତୁ: ଅମ୍ଳଜାନ ସ୍ତର ବଢାଇବା ପାଇଁ ଖାଦ୍ୟରେ ପାଣି ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଆମ କୋଷଗୁଡ଼ିକ ନିଶ୍ୱାସ ନେବା ଆବଶ୍ୟକ କରନ୍ତି ଏବଂ ଯେତେବେଳେ ଆମେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇଥାଉ, ଆମ ଶରୀର କୋଷକୁ ଅମ୍ଳଜାନ ଦେଇଥାଏ। ତେଣୁ ନିୟମିତ ଭାବେ ପ୍ରଚୁର ପାଣି ପିଅନ୍ତୁ। କମ୍ ଲୁଣିଆ ଖାଦ୍ୟ ଖାଆନ୍ତୁ:…
ସ୍ୱାସ୍ଥ୍ୟ ଟିପ୍ସ: ତୁଲସୀ ପତ୍ର ଔଷଧୀୟ ଗୁଣରେ ଭରପୂର ଅଟେ। ଥଣ୍ଡା ଏବଂ ଫ୍ଲୁରୁ ରକ୍ଷା ପାଇବା ପାଇଁ ଲୋକମାନେ ଚା’ରେ ତୁଲସୀ ପତ୍ର ବ୍ୟବହାର କରନ୍ତି। ଏଥି ସହିତ, ଆପଣ ଜାଣନ୍ତି କି କେବଳ ଥଣ୍ଡା ନୁହେଁ, ତୁଲସୀ ପତ୍ରକୁ ପ୍ରତିଦିନ ଫୁଟାଇ ପିଇବା ଦ୍ୱାରା ଅନେକ ପ୍ରମୁଖ ରୋଗରୁ ମୁକ୍ତି ମିଳିଥାଏ। ଏପରି ପରିସ୍ଥିତିରେ, ତୁଲସୀ କ୍ଷୀର ପିଇବାର ଲାଭ କ’ଣ ତାହା ଆପଣଙ୍କୁ ଜଣାଇବାକୁ ଆମେ ଏଠାରେ ଅଛୁ। ଆସନ୍ତୁ ଜାଣିବା…… କ୍ଷୀରରେ ତୁଲସୀ ପତ୍ରକୁ ଫୁଟାଇ ପିଇବାର ଉପକାର: ଆଜମା ରୋଗ- ଯଦି ଆପଣ ଆଜମା ଭଳି କୌଣସି ରୋଗରେ ଅସୁବିଧାରେ ପଡ଼ନ୍ତି, ତେବେ ଆପଣ କ୍ଷୀର ସହିତ ତୁଲସୀ ପତ୍ରକୁ ଫୁଟାଇ ପିଇବା ଉଚିତ୍। ଏହା କରିବା ଦ୍ୱାରା ଆଜମା ରୋଗୀ ଉପକୃତ ହେବେ। ମାଇଗ୍ରେନ୍- କ୍ଷୀରରେ ତୁଲସୀ ପତ୍ରକୁ ଫୁଟାଇ ପିଇବା ଦ୍ୱାରା ମୁଣ୍ଡବିନ୍ଧା କିମ୍ବା ମାଇଗ୍ରେନ୍ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ନିୟମିତ ଭାବେ ତୁଳସୀ…
ଭୁବନେଶ୍ବର: ଘୋଷଣା ହେଲା ନୂଆ ମନ୍ତ୍ରୀଙ୍କ ନୂଆ ବିଭାଗ। ସେହି ଅନୁସାରେ ଜଗନ୍ନାଥ ସାରକା ଆଦିବାସୀ କଲ୍ୟାଣ ପାଇଥିବା ବେଳେ ନିରଂଜନ ପୂଜାରୀ ପୂର୍ବପରି ଅର୍ଥ ବିଭାଗ ସହିତ ତାଙ୍କୁ ସଂସଦୀୟ ମନ୍ତ୍ରୀ ମଧ୍ୟ କରାଯାଇଛି। ଯେଉଁମାନଙ୍କୁ ବିଭିନ୍ନ ବିଭାଗ ଦିଆଯାଇଛି ତାହା ହେଲା.. ତେବେ ନବୀନ ଯେଉଁମାନଙ୍କୁ ପୁଣି ଥରେ ମନ୍ତ୍ରୀ ଭାବେ ନେଇଛନ୍ତି ସେମାନଙ୍କୁ ପ୍ରାୟ ସେହି ପୁରୁଣା ବିଭାଗ ମଧ୍ୟ ଦେଇଛନ୍ତି। ସମୀର ରଂଜନ ଦାସଙ୍କୁ ଗଣଶିକ୍ଷା, ପ୍ରଫୁଲ ମଲ୍ଲିକଙ୍କୁ ଇସ୍ପାତ, ନବ ଦାସଙ୍କୁ ସ୍ବାସ୍ଥ୍ୟ ବିଭାଗ ଦିଆଯାଇଛି। ତୁଷାର ବେହେରାଙ୍କୁ ଗୃହ ବିଭାଗ ମିଳିଛି।
ଭୁବନେଶ୍ବର: ବହୁ ଚର୍ଚ୍ଚା ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନୂଆ ମନ୍ତ୍ରୀ ମଣ୍ଡଳ ଗଠନ କରିଛନ୍ତି। ସମସ୍ତେ ଶପଥ ମଧ୍ୟ ନେଇଛନ୍ତି। ତେବେ ଏଥର ନବୀନ କିଛି ମନ୍ତ୍ରୀଙ୍କୁ ବାଦ ଦେଇଥିବା ବେଳେ ନଅ ଜଣ ମନ୍ତ୍ରୀଙ୍କୁ ପୁଣି ଥରେ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ କରିଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନୂଆ ମନ୍ତ୍ରୀ ମଣ୍ଡଳରେ ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂ ପ୍ରତାପ ଜେନା ପରି ଟାଣୁଆ ନେତାଙ୍କୁ ବାଦ ଦେଇଛନ୍ତି। ହେଲେ ଆଉ ନଅ ଜଣ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଛନ୍ତି। ସେମାନେ ହେଲେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ କୁମାର ମଲ୍ଲିକ ନବ କିଶୋର ଦାସ ଅଶୋକ ଚନ୍ଦ୍ର ପଣ୍ଡା ଟୁକୁନି ସାହୁ ଟିଟିଲାଗଡ ବିଧାୟିକା ସମୀର ରଂଜନ ଦାସ ତୁଷାରକାନ୍ତି ବେହେରା ଜଗନ୍ନାଥ ସାରକା ଏମାନେ ବର୍ତ୍ତମାନ ନବୀନ ମନ୍ତ୍ରୀ ମଣ୍ଡଳରେ ନବରତ୍ନ ବୋଲି…
ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସକୁ ଏକ ବଡ଼ ଧକ୍କା ଦେଇ ଶନିବାର ଦିନ ଦଳର ପାଞ୍ଚଜଣ ବରିଷ୍ଠ ନେତା ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେଇଥିବା ଏହି ନେତାଙ୍କ ମଧ୍ୟରେ ରାଜକୁମାର ବେରକା, ବଲବୀର ସିଂ ସିଦ୍ଧୁ, ସୁନ୍ଦର ଶ୍ୟାମ ଆରୋଡା, କେୱଲ ସିଂ ଧିଲୋନ୍ ଏବଂ ଗୁରୁପ୍ରୀତ ସିଂ କାଙ୍ଗଡ ଅଛନ୍ତି। ଏଥି ସହିତ, ଦଳରେ ଯୋଗଦେବା ପରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ଟ୍ୱିଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥି ସହିତ କଂଗ୍ରେସକୁ ସୂଚାଇ କହିଛନ୍ତି ଯେ, ଏହା କେବଳ ବଡ ସମସ୍ୟାର ଏକ ଛୋଟ ଝଲକ ଅଟେ। ଟୁଇଟରକୁ ନେଇ ସେ ଲେଖିଛନ୍ତି ଯେ, ବଲବୀର ଏସ ସିଦ୍ଧୁ, ଗୁରୁପ୍ରୀତ କାଙ୍ଗର, ଡ ରାଜକୁମାର ବେରକା, ସୁନ୍ଦର ଶ୍ୟାମ ଆରୋଡା ଏବଂ କେୱଲ ସିଂ ଧିଲନଙ୍କୁ ମୋର ଶୁଭେଚ୍ଛା। ପ୍ରକାଶ ଥାଉ କି ପୂର୍ବତନ ଶିରୋମଣି ଅକାଳୀ ଦଳ ବିଧାୟକ ସରୁପ ଚନ୍ଦ ସିଙ୍ଗଲା…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଛନ୍ତି। ଏଥିରେ ତେର ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ଆଠ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ତେବେ ନବୀନ ଏଥର ତାଙ୍କ ମନ୍ତ୍ରୀ ମଣ୍ଡଳରେ ପାଞ୍ଚ ଜଣ ମହିଳାଙ୍କୁ ସ୍ଥାନିତ କରିଛନ୍ତି। ସେମାନେ ହେଲେ 1- ପ୍ରମିଳା ମଲ୍ଲିକ 2-ଉଷା ଦେବୀ 3-ଟୁକୁନି ସାହୁ 4-ରିତା ସାହୁ 5- ବାସନ୍ତି ହେମ୍ବ୍ରମ ଏମାନଙ୍କ ମଧ୍ୟରୁ ତିନି ଜଣ କ୍ୟାବିନେଟ ମନ୍ତ୍ରୀ ହୋଇଥିବା ବେଳେ ଦୁଇ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ପାଞ୍ଚ ଜଣହ୍କ ମଧ୍ୟରୁ ରିତା ସାହୁ ଏବଂ ବାସନ୍ତି ହେମ୍ବ୍ରମ ପ୍ରଥମ ଥର ପାଇଁ ମନ୍ତ୍ରୀ ହେଉଛନ୍ତି।
ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ତାଙ୍କ ପୁଅ ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ହାମଜା ଶାହାବାଜ ଗିରଫ ହୋଇପାରନ୍ତି। ଅର୍ଥ ହେରଫେର ମାମଲାରେ ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (FAI) ଏଫ୍ଆଇଆର୍ ଦାଖଲ କରିଛି। ବର୍ତ୍ତମାନ ୧୪ ବିଲିୟନ ମନି ଲଣ୍ଡରିଂ ମାମଲାରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ତାଙ୍କ ପୁଅଙ୍କୁ ଗିରଫ କରାଯାଇପାରେ। ଅଧିକ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ତାଙ୍କ ପୁଅ ହାମଜା ଶାହାବାଜଙ୍କୁ ଗିରଫ କରିବାକୁ FIA କୋର୍ଟକୁ ଅନୁରୋଧ କରିଛି। ତେବେ କୋର୍ଟ ତାଙ୍କ ଅଗ୍ରୀମ ଜାମିନକୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଅନୁଷ୍ଠିତ ହୋଇଛି। ଭୁବନେଶ୍ବରର ଲୋକସେବା ଭବନରେ ଥିବା କନଭେନସନ ହଲରେ ଏହି ଉତ୍ସବ ଆୟୋଜିତ ହୋଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଏହି ନୂଆ ମନ୍ତ୍ରୀ ମଣ୍ଡଳରେ ନବୀନ 13 ଜଣ କ୍ୟାବିନେଟ ଏବଂ 8 ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ନେଇଛନ୍ତି। ଏଥିରେ ପ୍ରଥମ ଥର ପାଇଁ 7 ଜଣ ପୁରା ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ତେବେ ଏହି ଶପଥ ଗ୍ରହଣ ଜଗନ୍ନାଥଙ୍କ ନାମରୁ ଆରମ୍ଭ ହୋଇଛି। ପ୍ରଥମ ମନ୍ତ୍ରୀଭାବେ ଶପଥ ନେଇଛନ୍ତି ଜଗନ୍ନାଥ ସାରକା। ଯେଉଁ ମନ୍ତ୍ରୀମାନେ ଶପଥ ନେଲେ ସେମାନେ ହେଲେ.. କ୍ୟାବିନେଟ ମନ୍ତ୍ରୀ 1-ଜଗନ୍ନାଥ ସାରକା, ବିଷମ କଟକ ବିଧାୟକ 2-ନିରଞ୍ଜନ ପୂଜାରୀ, ସୋନପୁର ବିଧାୟକ 3-ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଆଠଗଡ କଟକ 4-ପ୍ରମିଳା ମଲ୍ଲିକ, ଯାଜପୁର ବିଂଝାରପୁର 5-ଉଷା ଦେବୀ, ଚିକିଟି ବିଧାୟିକା 6-ପ୍ରଫୁଲ କୁମାର ମଲ୍ଲିକ,…

