Author: Samikhsya Bureau

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୋଟିସ ପଠାଇ ସେମାନଙ୍କୁ ଜେରା ପାଇଁ ଡାକିଛି। ଦଳର ନେତାମାନେ ଏହି ସୂଚନା ଦେଇଛନ୍ତି। କଂଗ୍ରେସ ନେତା ଅଭିଷେକ ମନୁ ସିଂଭି କହିଛନ୍ତି ଯେ, ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଏହି ନୋଟିସ ଜାରି କରାଯାଇଛି। ଯାହା ପରେ ବର୍ତ୍ତମାନ ସୋନିଆ ଏବଂ ରାହୁଲ ଜୁନ୍ ୮ ତାରିଖରେ ଜେରା ପାଇଁ ଇଡି ଅଧିକାରୀଙ୍କ ସାମ୍ନାରେ ହାଜର ହୋଇପାରନ୍ତି। କଂଗ୍ରେସ ନେତା ଅଭିଷେକ ମନୁ ସିଂଭି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୨୦୧୫ ରେ ଇଡି ଏହି ମାମଲା ବନ୍ଦ କରିଦେଇଥିଲା। କିନ୍ତୁ ଶାସକ ଦଳକୁ ଏହା ପସନ୍ଦ ନଆସିବାରୁ ଇଡି ଅଧିକାରୀଙ୍କୁ ହଟାଇ ଦିଆଗଲା, ନୂତନ ଲୋକଙ୍କୁ ନିଯୁକ୍ତି ଦିଆଗଲା ଏବଂ ବର୍ତ୍ତମାନ ସେମାନେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନିକଟକୁ ସମନ ପଠାଉଛନ୍ତି। କିଛି ଦିନ ପୂର୍ବରୁ ନୋଟିସ୍ ଜାରି କରାଯାଇଥିଲା।…

Read More

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି -୨୦ ବିଶ୍ୱକପ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ପୂର୍ବତନ ଭାରତୀୟ ଖେଳାଳି ଆକାଶ ଚୋପ୍ରା ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ କରିଛନ୍ତି। ତେବେ ସେ କେବଳ ଆଇପିଏଲର ପ୍ରଦର୍ଶନ ଆଧାରରେ ଏହି ଦଳକୁ ଚୟନ କରିଛନ୍ତି। ଆକାଶ ଚୋପ୍ରାଙ୍କ ଏହି ଦଳରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଋଷଭ ପନ୍ତଙ୍କ ପରି ବରିଷ୍ଠ ଖେଳାଳି ଅନ୍ତର୍ଭୁକ୍ତ ନୁହଁନ୍ତି। ଆକାଶ ଚୋପ୍ରା ସ୍ପଷ୍ଟ କରିଛନ୍ତି ଯେ, ସେ କେବଳ ଆଇପିଏଲର ପ୍ରଦର୍ଶନ ଆଧାରରେ ଏହି ଦଳକୁ ବାଛିଛନ୍ତି। ଖେଳାଳି ଚୟନ କରିବାବେଳେ ସେମାନଙ୍କର ପ୍ରତିଷ୍ଠାକୁ ଧ୍ୟାନରେ ରଖାଯାଇ ନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ତାଙ୍କ ଦଳର ଅଧିନାୟକ ଭାବରେ ଆକାଶ ଚୋପ୍ରା ନିଯୁକ୍ତ କରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜୁରାଟ ଟାଇଟାନ୍ସ…

Read More

ଭୁବନେଶ୍ବର: ଆଜି ଫୋରମ୍ ଫର୍ ସ୍ମାର୍ଟ ସିଟିଜେନ୍ସ’ ଓ ‘ସଂକଳ୍ପ’ର ସହଯୋଗରେ  ‘ଶତାବ୍ଦୀର ଓଡ଼ିିଶା’ ଶୀର୍ଷକ ଏକ ଦୁଇ ଦିନିଆ କନ୍‌କ୍ଲେଭ୍ ଆୟୋଜିତ ହୋଇଛି । ଏହାକୁ ଓଡ଼ିିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଇନଫୋକସିଟିରେ ସଂକଳ୍ପ ମିଡିଆ ଆଣ୍ଡ କନ୍‌ଭେନସନରେ ଉଦ୍‌ଘାଟନ କରିଥିଲେ। ଦୁଇଦିନ ଧରି ଏହି କର୍ମଶାଳା ଆୟୋଜିତ ହେବ। ‘ଫୋରମ୍ ଫର୍ ସ୍ମାର୍ଟ ସିଟିଜେନ୍ସ’ର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ  ବିଜୟ କୁମାର ପଟ୍ଟନାୟକ କହିଛନ୍ତି ଯେ, ୧୯୩୬ରେ ନୂଆ ଓଡ଼ିଶା ଜନ୍ମ ଗ୍ରହଣ କରିଥିଲା । ୨୦୩୬ରେ ୧୦୦ ବର୍ଷ ପୂର୍ଣ୍ଣ ହେବ । ଏଇ ବକେୟା ଚଉଦ ବର୍ଷ ଭିତରେ ରାଜ୍ୟ ପାଇଁ ଏକ ‘ଭିଜନ୍ ଡକ୍ୟୁମେଣ୍ଟ’ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଓଡ଼ିଶା ପାଇଁ ଆମକୁ ଏବେଠାରୁ ଚିନ୍ତା କରିବାକୁ ପଡ଼ିବ। ଶହେ ବର୍ଷ ପରେ ଇତିହାସ ପୁଣି କେମିତି ଲେଖାଯିବ ସେନେଇ ଚିନ୍ତା କରିବାକୁ ପଡ଼ିବ ବୋଲି…

Read More

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସରେ ଅଶାନ୍ତି ଦେଖାଦେଇଛି। କିଛି ନେତା ରାଜ୍ୟସଭା ପ୍ରାର୍ଥୀ ହୋଇ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ନିଜ ପାର୍ଟୀକୁ ସମାଲୋଚନା କରିଛନ୍ତି। ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ମିଳିନଥିବାରୁ ଗାଜିଆବାଦର ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ କହିଛନ୍ତି ଯେ, କିଛି କଂଗ୍ରେସ ନେତା ‘ହିନ୍ଦୁ’ ଶବ୍ଦକୁ ଘୃଣା କରନ୍ତି। ଏଭଳି ପରିସ୍ଥିତିରେ ଜଣେ ହିନ୍ଦୁ ଧାର୍ମିକ ନେତାଙ୍କୁ ରାଜ୍ୟସଭାକୁ କିପରି ପଠାଯାଇପାରିବ? ପ୍ରକାଶ ଯୋଗ୍ୟ ଯେ, ଗାଜିଆବାଦର କଲ୍କି ପୀଠେଶ୍ୱର ଆଚାର୍ଯ୍ୟ ପ୍ରମୋଦ କୃଷ୍ଣଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟତର ବିବେଚନା କରାଯାଏ। ଏଥି ସହିତ ମହାରାଷ୍ଟ୍ରରେ ମଧ୍ୟ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ବାସ୍ତବରେ, ଇମ୍ରାନ ପ୍ରତାପଗଡି ପ୍ରାର୍ଥୀ ହେବା ପରେ ସାଧାରଣ ସମ୍ପାଦକ ପଦରୁ ଆଶିଶରାଓ ଦେଶମୁଖ ଇସ୍ତଫା ଦେଇଛନ୍ତି। ପ୍ରମୋଦ କୃଷ୍ଣ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟସଭା ପାଇଁ କଂଗ୍ରେସ ଭୁଲ ପ୍ରାର୍ଥୀ ଚୟନ କରିଛି। ଛତିଶଗଡ ଏବଂ…

Read More

ନୂଆଦିଲ୍ଲୀ: ଆଜି ଜୁନ୍ ୧ ତାରିଖରେ LPG ସିଲିଣ୍ଡରର ନୂତନ ହାର ରିଲିଜ୍ ହୋଇଛି ଏବଂ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ ବହୁତ ହ୍ରାସ ଘଟିଛି। ଏହି ସିଲିଣ୍ଡର ଆଜିଠାରୁ ୧୩୫ ଟଙ୍କା ଶସ୍ତା ହୋଇଛି। ସରକାରୀ ପେଟ୍ରୋଲିୟମ କମ୍ପାନୀ ଇଣ୍ଡିଆନ୍ ଅଏଲ୍ ବ୍ୟବସାୟିକ ସିଲିଣ୍ଡରର ହାରକୁ ୧୩୫ ଟଙ୍କା ହ୍ରାସ କରିଛି, ଏହା ପରେ ଦିଲ୍ଲୀରେ ଇଣ୍ଡେନ୍ ସିଲିଣ୍ଡର ପିଛା ୨୨୧୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ। ଘରୋଇ ଗ୍ରାହକ ଯଥା ୧୪.୨ କେଜି ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କୁ ଆଜି ଏହି ସିଲିଣ୍ଡର ଉପରେ କୌଣସି ଆଶ୍ଵସ୍ତି ମିଳିନାହିଁ। ଏହାର ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ଏହା ମେ ୧୯ ତାରିଖ ଠାରୁ ସମାନ ଦରରେ ରହିଛି।

Read More

ଦିଲ୍ଲୀ: ଭାରତ ସରକାର ୩୧ ମେ ୨୦୨୨ ତାରିଖ ସୁଦ୍ଧା ରାଜ୍ୟ ମାନଙ୍କୁ ଜିଏସ୍‌ଟି କ୍ଷତିପୂରଣ ବାବଦକୁ  ପ୍ରଦାନ କରାଯିବାକୁ ଥିବା ୮୬,୯୧୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟ ମାନଙ୍କୁ ସେମାନଙ୍କ ସମ୍ବଳ ପରିଚାଳନାରେ ସହାୟତା କରିବା ଏବଂ ଆର୍ôଥକ ବର୍ଷରେ ସେମାନଙ୍କର କାର୍ଯ୍ୟକ୍ରମ, ବିଶେଷ କରି ପୁଞ୍ଜି ଉପରେ ବ୍ୟୟ କାର୍ଯ୍ୟକ୍ରମକୁ ସଫଳତାର ସହିତ ସୁନିଶ୍ଚିତ କରିବା କ୍ଷେତ୍ରରେ ସହାୟତା କରିବା ପାଇଁ ଏହି ନିଷ୍ପତି ନିଆ ଯାଇଥିଲା। ଜିଏସ୍‌ଟି କ୍ଷତିପୂରଣ ପାଣ୍ଠିରେ ମାତ୍ର ୨୫,୦୦୦ କୋଟି ଟଙ୍କା ଉପଲବ୍ଧ ଥିବା ସତ୍ୱେ ଏହି ନିଷ୍ପତି ନିଆଯାଇଛି। ସେସ୍ ବାବଦକୁ ଆଦାୟ ହେବାକୁ ଥିବା ବକେୟା ରାଶିକୁ ଆଧାର କରି କେନ୍ଦ୍ର ସରକାର ଏହି ଦେୟ ପ୍ରଦାନ କରୁ ଅଛନ୍ତି। ଦେଶରେ ସାମଗ୍ରୀ ଏବଂ ସେବା ଟିକସ ୧ ଜୁଲାଇ, ୨୦୧୭ରେ ଲାଗୁ କରା ଯାଇଥିଲା ଏବଂ ରାଜ୍ୟ ଗୁଡିକୁ ଜିଏସ୍‌ଟି ଅଧିନିୟମ (ରାଜ୍ୟ ମାନଙ୍କୁ କ୍ଷତିପୂରଣ), ୨୦୧୭ର ପ୍ରାବଧାନ…

Read More

କୋଲକାତା: ପ୍ରଖ୍ୟାତ କଣ୍ଠଶିଳ୍ପୀ କେକେ ବା କ୍ରିଷ୍ଣକୁମାର କୁନ୍ନାଥଙ୍କ ଅକାଳରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ହୋଇଥିଲା।  କୋଲକାତାର ନଜୁରଲ ମଞ୍ଚରେ ଗାଇବା ପରେ ହଠାତ୍‌ ଅସୁସ୍ଥ ହୋଇ ତଳେ ପଡିଗଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ସିଏମଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ କେକେଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। କେକେ ସାରା ଭାରତରେ ଜଣେ ଲୋକପ୍ରିୟ ଗାୟକ ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ସିନେ କଳାକାର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Read More

ଚାଣକ୍ୟ ନୀତି: ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି…

Read More

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମ୍‌ଜେଜେବିୱାଇ) ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମ୍‌ଏସ୍‌ବିୱାଇ) ପ୍ରିମିୟମ ହାରକୁ ପ୍ରଥମ ଥର ପାଇଁ ସଂଶୋଧିତ କରିଛନ୍ତି। ଏହି ସଂଶୋଧିତ ବର୍ଦ୍ଧିତ ପ୍ରିମିୟମ ହାର ଆଜି ଅର୍ଥାତ୍ ଜୁନ ପହିଲା ୨୦୨୨ରୁ ଲାଗୁ ହେବ। ଏହି ଦୁଇ ଯୋଜନାରେ ହିତାଧିକାରୀଙ୍କୁ କ୍ଲେମ ବା କ୍ଷତିପୂରଣ ଦେବା କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହେବାରୁ ସରକାର ଏହାର ସଂଶୋଧନ କରିଛନ୍ତି। ୨୦୧୫ରୁ ଏହି ଦୁଇ ଯୋଜନା କାର୍ଯ୍ୟକାରୀ ହେବାପରେ ଗତ ସାତବର୍ଷ ମଧ୍ୟରେ ପ୍ରିମିୟମ ହାରରେ ଏହା  ପ୍ରଥମ ସଂଶୋଧନ। ଏହି ଦୁଇ ଯୋଜନାକୁ ଅଧିକ ବ୍ୟବହାର ଉପଯୋଗୀ ଓ ସମର୍ଥ କରିବାକୁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ଦୃଷ୍ଟିରୁ ଏହି ଦୁଇ ଯୋଜନାକୁ ଅଧିକ ସମର୍ଥ ଓ ବ୍ୟବହାର ଉପଯୋଗୀ କରିବାକୁ ଏହା କରାଯାଇଛି। ନୂଆ ନିଷ୍ପତି ଅନୁସାରେ ଏଣିକି ଉଭୟ ଯୋଜନାର ପ୍ରିମିୟମ ଅର୍ଥକୁ…

Read More

ଭୁବନେଶ୍ୱର: ବିବାହ ଏକ ସାମାଜିକ ପରମ୍ପରା। ପତି ପତ୍ନୀ ଉଭୟ ଏହାକୁ ନିଭାଇବାକୁ ଶପଥ ନିଅନ୍ତି। କିନ୍ତୁ ସତରେ କଣ ସ୍ୱାମୀ ସ୍ତ୍ରୀ ଏହି ଶପଥ ପାଳନ କରନ୍ତି? ଗୋଟିଏ ପଟେ ଅୟସ ଆରାମ, ଆଉ ଗୋଟିଏ ପଟେ ସ୍ୱାମୀଙ୍କ ଇଚ୍ଛା ଅନିଚ୍ଛାର ଲକ୍ଷ୍ମଣରେଖା। ଏହାରି ଭିତରେ ସନ୍ତୁଳି ହେଉଥିବା ସ୍ତ୍ରୀ କଣ କରିପାରେ? ତେବେ ପ୍ରେମ, ବିବାହ ଓ ବିଚ୍ଛେଦକୁ ନେଇ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଆସୁଛି ନୂଆ ସର୍ଟ ମୁଭି ‘ହାର୍ଟ ଲେସ୍‌’। ଯେଉଁଥିରେ ଡାକ୍ତରଖାନାରେ ମରଣ ସହ ଲଢ଼େଇ କରୁଥିବା ଝିଅକୁ ନେଇ ସ୍ୱାମୀ କିଭଳି ସ୍ତ୍ରୀ ସହ ସଉଦା କରୁଛି ତାହା ଚିତ୍ରଣ ହୋଇଛି। ଆସନ୍ତା ଜୁନ୍ ୩ରେ ଏହି ସର୍ଟ ଫିଲ୍ମର ଷ୍ଟ୍ରିମିଂ ହେବ ବୋଲି ଜଣାପଡିଛି। ସିନେମାର କାହାଣୀ ଓ ଚିତ୍ରନାଟ୍ୟ ସୁଧାରାଗ ବାନାର୍ଜୀ ଲେଖିଥିବା ବେଳେ ନିଶାନ୍ତ ମାଜିଥିଆ ସଂଳାପ ଲେଖିଛନ୍ତି। ମମତା, ପ୍ରିତୀରାଜ ଓ ପ୍ରସନଜିତ ଏଥିରେ ମୁଖ୍ୟ ଭୂମିକାରେ…

Read More

ଭୁବନେଶ୍ୱର: ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ରାଜଭବନରେ ଦୁଇଦିନିଆ ଚିତ୍ରଶିଳ୍ପୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ରାମହରି ଜେନା, ବଳଦେବ ମହାରଥା, ରବିନାରାୟଣ ରଥ, ପ୍ରବୋଧ କୁମାର ସାହୁ, ଚକ୍ରଧର ବେହେରା, ପ୍ରବୀର ଦଳାଇ, ଜନାର୍ଦ୍ଦନ ପରମଗୁରୁ, ମାନସ ରଞ୍ଜନ ଜେନା, ଚନ୍ଦ୍ରଶେଖର ସେଠୀ, ଶଶୀକାନ୍ତ ରାଉତ, ସୁବାସ ପୂଜାହାରୀ, ଅତସୀ ବସୁ, ବିଦୁ୍ୟତଲତା ପାଟ୍ଟଶାଣୀ ଓ ମୋନାଲିସା ବିଶ୍ୱାଳ ଅଂଶଗ୍ରହଣ କରିଥିଲେ। ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଶିଳ୍ପୀମାନଙ୍କ ସର୍ଜନା ପ୍ରକ୍ରିୟା ଓ ଅବବୋଧ ସଂପର୍କରେ ପ୍ରଚାରି ବୁଝିଥିଲେ। ଶିଳ୍ପୀମାନଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଲେ ଯେ ଓଡ଼ିଶା ମାଟିର ମହକରେ ବିପୁଳ ଆନନ୍ଦ ଓ ପୁଲକ ରହିଛି ଯାହା କଳା ମାଧ୍ୟମରେ ସାରା ବିଶ୍ୱକୁ ପ୍ରସାରିତ ହେବା ଦରକାର। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କ ଲୋକସଂପର୍କ…

Read More

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଜାତୀୟ ଗଣମାଧ୍ୟମର ପ୍ରମୁଖ ବ୍ୟକ୍ତିତ୍ବ ତଥା ଜୀ ମିଡିଆ କଂପାନୀ ଏବଂ ଏସଲ ଗ୍ରୁପ ଅଧ୍ୟକ୍ଷ ସୁବାଷ ଚନ୍ଦ୍ରା ରାଜସ୍ଥାନ ରାଜନୀତିର ହଲଚଲ କରିଛନ୍ତି। କାରଣ ସେ ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କାନ ଦାଖଲ କରିଛନ୍ତି। ସୁବାଷ ଚନ୍ଦ୍ରାଙ୍କ ପାଖରେ ଜିତିବା ପାଇଁ ଭୋଟ ନାହିଁ, ହେଲେ ହଠାତ ରାଜସ୍ଥାନରୁ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସୁବାଷ ଚନ୍ଦ୍ରା ବର୍ତ୍ତମାନ ହରିୟାନାରୁ ରାଜ୍ୟସଭା ସଦସ୍ୟ ଅଛନ୍ତି। ତାଙ୍କର କାର୍ଯ୍ୟକାଳ ଆସନ୍ତା ଅଗଷ୍ଟରେ ଶେଷ ହେବ। ହେଲେ ତା ପୂର୍ବରୁ ସେ କଣ ପାଇଁ ରାଜ୍ୟସଭା ନାମାଙ୍କନ କଲେ ତାହାକୁ ନେଇ ଚର୍ଚ୍ଚା ଚାଲିଛି। ତାହା ପୁଣି ନିଜ ରାଜ୍ୟରୁ ନ କରି ରାଜସ୍ଥାନରୁ କରିଥିବାରୁ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି। ତେବେ ଅନ୍ୟ ଏକ ଆଶ୍ଚର୍ଯ୍ୟ ହେଲା ଯେ, ସେ ବିଜେପି ସମର୍ଥନରେ ସ୍ବାଧୀନ ଭାବେ ଏହି ନାମାଙ୍କନ…

Read More

ମେଷ-  ଆଜିଠାରୁ ଆପଣ ଅଫିସ୍ ଏବଂ ଘରେ ଅଧିକ ଦାୟିତ୍ବ ପାଇପାରିବେ। ଆପଣ ସାମର୍ଥ୍ୟ ଅନୁଯାୟୀ ଏହି କାର‌୍ୟ୍ୟଗୁଡ଼ିକୁ ସଂପୂର୍ଣ୍ଣ କରନ୍ତୁ। ସମୟ ସହିତ ତୁମର କ୍ୟାରିୟର ସୁଯୋଗ ବୃଦ୍ଧି ପାଇପାରେ ଜ୍ଝ ଆଜି ଆପଣ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ। ଆଜି ଆପଣ ଅଳସୁଆ ହେବେ। କାର‌୍ୟ୍ୟ ସମୟରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆଜି ପୂର୍ବ ପ୍ରସ୍ତୁତ ଯୋଜନାଗୁଡିକ ସଫଳ ହେବ। ବୃଷ- ଆଜି ଆପଣ ଋଣ ରାଶି ଫେରସ୍ତ କରିବେ ବୋଲି ଆଶା କରାଯାଉଛି। ଆଜି ଆପଣ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଭେଟିବେ ଯାହାଙ୍କ ସହିତ ଆପଣ ପୂର୍ବରୁ ପରିଚିତ। ଘରେ ଏକ ମନୋରମ ପରିବେଶ ରହିବ। ମାନସିକ ଶାନ୍ତି ରହିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ। ଯୁବକମାନେ କ୍ୟାରିୟର ସମ୍ବନ୍ଧୀୟ ସୂଚନା ପାଇବେ। ମିଥୁନ- ଆଜି କୈଣସି କାର୍ଯ୍ୟ ନ ହେବା ପାଇଁ ଆପଣ ଚିନ୍ତିତ ହେବେ। ଆପଣ ଶାନ୍ତ ହେବା ଆବଶ୍ୟକ। ଖରାପ ସମୟ ଶୀଘ୍ର…

Read More

ଭୁବନେଶ୍ବର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦ୍ୱିତୀୟ ବର୍ଷ ସଂଘ ଶିକ୍ଷାବର୍ଗ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ଅନୁଷ୍ଠିତ ହୋଉଅଛି । ଏହି ସଂଘ ଶିକ୍ଷାବର୍ଗର ଶିକ୍ଷାର୍ଥୀମାନଙ୍କୁ ନେଇ ଏକ ଭବ୍ୟ ପଥ ସଂଚଳନ ଆସନ୍ତା ୧ ଜୁନ ୨୦୨୨, ବୁଧବାର ଦିନ ଅନୁଷ୍ଠିତ ହେବ। ଏହି ପଥ ସଂଚଳନ ଅପରାହ୍ନ ୫.୧୫ ମିନିଟ୍ ରୁ ଆରମ୍ଭ ହୋଇ ସଂଧ୍ୟା ୬ ଘଟିକା ସମୟରେ ଶେଷ ହେବ। ଉତ୍କଳ ବିପନ୍ନ ସହାୟତା ସମିତି ପରିସରରୁ ଏହି ପଥ ସଂଚଳନ ବାହାରି ଚକେଇସିଆଣିହାଟ, ମଂଚନାଥ ବିଦ୍ୟାଳୟ, ବ୍ରିଜ ଛକ, ସ୍କିଲ ଡେଭଲପମେଂଟ, ବ୍ଲୁ ହୁଇଲି ହସ୍‌ପିଟାଲ, ନିତିଦିନ ଖବର କାଗଜ ଛକ, ଶିଳ୍ପାଚଂଳ ବିଦ୍ୟାଳୟ, ଷ୍ଟେସନ ରୋଡ, ସମୟପ୍ରେସ ହୋଇ ପୁଣି ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ପହଁଚିବ ।

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଓଏଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସେହି ଅନୁସାରେ ଯେଉଁ ଅଦଳବଦଳ ହୋଇଛି ତାହା ହେଲା 1- ଅବକାରୀ ବିଭାଗ ଅତିରିକ୍ତ ସଚିବ ପ୍ରମୋଦ କୁମାର ମିଶ୍ରଙ୍କୁ ଓଡିଶା ଲୋକସେବା ଆୟୋଗର ସଚିବ ଭାବେ ବଦଳି କରାଯାଇଛି। 2- ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ନିବେଦିତା ମିଶ୍ର ହୋଇଛନ୍ତି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ। 3- ଯାଜପୁରରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ମିହିର ପ୍ରସାଦ ମହାନ୍ତିଙ୍କୁ ଅବକାରୀ ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। 4- ଅନୁଗୁଳ ଆଠମଲ୍ଲିକର ଉପଜିଲ୍ଲାପାଳ ଲଳିତ ମୋହନ ବେହେରାଙ୍କୁ ଅନୁଗୁଳ ପିଡି ଡିଆରଡିଏ ଭାବେ ନିଯୁକ୍ତି ଦିଆଯାଇଛି।

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ରାଷ୍ଟ୍ରପତି ତଥା ସଶସ୍ତ୍ର ସେନାବାହିନୀର ସର୍ବୋଚ୍ଚ କମାଣ୍ଡର ରାମନାଥ କୋବିନ୍ଦ ରାଷ୍ଟ୍ର ସେବାରେ ଉଲ୍ଲେଖନୀୟ ଏବଂ ସର୍ବୋଚ୍ଚ ଅବଦାନ ଦେଇଥିବା ପୁଲିସ ଓ ସେନାବାହିନୀର ଅଧିକାରୀମାନଙ୍କୁ ବିଭିନ୍ନ ପଦକ ଦେଇ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ବାରା ଗୋଟିଏ କିର୍ତ୍ତୀ ଚକ୍ର (ମରଣୋତ୍ତର) ଏବଂ ୧୪ଟି ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଛି । ୮ ଜଣଙ୍କୁ ମରଣୋତ୍ତର ଭାବେ ସୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଛି। ମେ ୩୧, ୨୦୨୨ରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ଠାରେ ପ୍ରତିରକ୍ଷା ଅଳଙ୍କରଣ ସମାରୋହ (ପର୍ଯ୍ୟାୟ – ୨) ଆୟୋଜନ କରାଯାଇଥିଲା। ଏହି ଅବସରରେ ସେନାବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପୁଲିସ ବାହିନୀର ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଅଦମ୍ୟ ସାହସ, ଉଲ୍ଲେଖନୀୟ ବୀରତ୍ବ ଏବଂ କର୍ତ୍ତବ୍ୟ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ପାଇଁ ବୀରତା…

Read More

ଭୁବନେଶ୍ୱର: ଗରିବ କଲ୍ୟାଣ ଓ ମହିଳା ସଶକ୍ତିକରଣ ଉପରେ ପ୍ରାଧାନ୍ୟ ଦେଇ କେନ୍ଦ୍ର ସରକାର ସମାଜର ସବୁ ଶ୍ରେଣୀ ନାଗରିକଙ୍କ କଲ୍ୟାଣ ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବା କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଓ ଔଦ୍ୟୋଗିକତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ର ସରକାରଙ୍କ ଆଠ ବର୍ଷ ଶାସନ କାର୍ଯ୍ୟକାଳ ପୂରଣ ଅବସରରେ ଆଜି (୩୧-୦୫-୨୦୨୨) କଟକ ଜିଲ୍ଲାର ମାହାଙ୍ଗା ଠାରେ ଆୟୋଜିତ ସମ୍ମିଳନୀରେ ବିଶାଳ ଜନସମାବେଶରେ ଉଦବୋଧନ ଦେଇ ସେ ଏହା କହିଛନ୍ତି। ଅନେକ କେନ୍ଦ୍ରୀୟ ଯୋଜନାର ସୁଫଳ ହିତାଧିକାରୀମାନେ ପାଇଥିବା ବେଳେ ୨୦୧୪ ମସିହା ଠାରୁ ଦେଶର ଏଗାର କୋଟି ପାଖାପାଖି ଶୌଚାଳୟ ପାଇଛନ୍ତି ବୋଲି ସେ କହିଥିଲେ । ଗରିବ ପରିବାରଗୁଡ଼ିକୁ ନଅ କୋଟି ଗ୍ୟାସ ସଂଯୋଗ ଦିଆଯାଇଥିବା ବେଳେ କେବଳ ଓଡ଼ିଶାର ୪୦ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଆଠ ହଜାର କୋଟି ଟଙ୍କାର ସହାୟତା ପାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥ ନେତୃତ୍ୱ…

Read More

ଭୁବନେଶ୍ୱର: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ତଥା କୃଷି ଓ କୃଷକ ମଙ୍ଗଳ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ କୃଷକ ସମ୍ମାନ ନିଧି ହିତାଧିକାରୀଙ୍କ ସହିତ ଭାବ ବିନିମୟ କରିଛନ୍ତି। ପ୍ରାୟ ୧୦ କୋଟି ହିତାଧିକାରୀଙ୍କୁ ଏକାଦଶତମ କିସ୍ତି ଭାବରେ ପ୍ରତ୍ୟେକଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ଜନ ମଙ୍ଗଳ କାର୍ଯ୍ୟକ୍ରମ ଗୁଡ଼ିକ ଜନସାଧାରଣଙ୍କ ଜୀବନ ଶୈଳୀକୁ କିପରି ସରଳ କରିଛି ଏବଂ ସମ୍ମିଶ୍ରଣ ଓ ପରିପୃଷ୍ଠତାର ସମ୍ଭାବନାକୁ ଅନୁସନ୍ଧାନ କରିବା, ଏହି ଭାବ ବିନିମୟ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା। ଗରିବ ମାନଙ୍କର ଉନ୍ନତି କଳ୍ପେ ପ୍ରଧାନମନ୍ତ୍ରୀଙ୍କ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେଉଥିବାରୁ ଏହି କାର୍ଯ୍ୟକ୍ରମର ନାମ ଗରିବ କଲ୍ୟାଣ ସମ୍ମେଳନ ରଖାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ନିମନ୍ତେ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମ…

Read More

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡିନ ହେବେ ପ୍ରଫେସର (ଡା) ସଂଘମିତ୍ରା ମିଶ୍ର। ପ୍ରଫେସର ମିଶ୍ର ବୁଧବାର ଦାୟିତ୍ୱ ଗ୍ରହଣ କରିବେ। ସମ୍ ହସ୍ପିଟାଲର କ୍ରିଟିକାଲ କେୟାର ମେଡିସିନ ବିଭାଗର ପ୍ରଫେସର ଓ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ପ୍ରଫେସର (ଡ.) ମିଶ୍ର ବର୍ତ୍ତମାନ ଡିନ ଥିବା ପ୍ରଫେସର (ଡ) ଗଙ୍ଗାଧର ସାହୁଙ୍କ ସ୍ଥାନରେ ଯୋଗ ଦେବେ। ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର (ଡ) ସାହୁ ଆଜି ତାଙ୍କ ଦାୟିତ୍ୱରୁ ଅବସର ନେଉଛନ୍ତି। ସେ ୨୦୧୬ ରୁ ଏହି ମେଡିକାଲ କଲେଜରେ ଡିନ ଭାବେ କାର୍ଯ୍ୟ କରୁଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବୁର୍ଲାସ୍ଥିତ ଭିଏସଏସ ମେଡିକାଲ କଲେଜ ଓ ହସ୍ପିଟାଲରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ପରେ ସେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ଯୋଗ ଦେଇଥିଲେ। ଡାକ୍ତରୀ ପେଶା ସହିତ ସାହିତ୍ୟରେ ରୁଚି ରଖୁଥିବା ଛାତ୍ରବତ୍ସଳ ପ୍ରଫେସର ସାହୁଙ୍କର ଆଇଏମଏସରେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ବାଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବାଣପୁର ବ୍ଳକ ଅଧୀନସ୍ଥ ୧୭ ଗୋଟି ପଞ୍ଚାୟତ ଏବଂ ଏନଏସିର ସମୁଦାୟ ୪୯୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରି ତନ୍ମଧ୍ୟରୁ ୨୬ ଗୋଟି ଅଭିଯୋଗର ତୁରନ୍ତ ଫଇସଲା କରିଥିଲେ। ୪୯୧ ଗୋଟି ଅଭିଯୋଗ ମଧ୍ୟରୁ ୪୮୧ ଗୋଟି ବ୍ୟକ୍ତିଗତ ଏବଂ ୧୦ ଗୋଟି ଗୋଷ୍ଠୀଗତ ସମସ୍ୟା ସମ୍ପର୍କିତ ଅଭିଯୋଗ ଥିବା ଜଣାପଡିଛି। ଅନ୍ୟ ଅଭିଯୋଗଗୁଡ଼ିକ ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଇଥିବା ବେଳେ ୧୨ ଜଣ ହିତାଧିକାରୀଙ୍କୁ ରେଡକ୍ରସ୍ ପାଣ୍ଠିରୁ ୮୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା। ୬ ଜଣ ଭିନ୍ନକ୍ଷମଙ୍କୁ ୫ ଗୋଟି ଟ୍ରାଇ ସାଇକେଲ ଏବଂ ଗୋଟେ ହୁଇଲ ଚେୟାର ପ୍ରଦାନ କରାଯାଇଥିବା ବେଳେ ୧୨ ଗୋଟି ବିଦ୍ୟାଳୟକୁ…

Read More

ଭୁବନେଶ୍ବର: ଆଜି ବିଜେଡିର ଚାରିଜଣ ପ୍ରାର୍ଥୀ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ବିଧାନସଭା ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସରଙ୍କ ନିକକଟରେ ଏହି ଚାରିଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ନିରଂଜନ ବିଶି। ଆଜି ପୂର୍ବାହ୍ନରେ ସମସ୍ତ ପ୍ରାର୍ଥୀ ବିଧାନସଭା ଆସି ସେମାନଙ୍କ ନାମାଙ୍କନ ଦାଖଲ କରିଥିଲେ। ସାଥିରେ ବିଜେଡି ସଂଗଠକ ସଂପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଥିଲେ। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ବର୍ତ୍ତମାନ ଆଉ କେହି ନାମାଙ୍କନ ଦାଖଲ କରିବାକୁ ନ ଥିବାରୁ ଏହି ଚାରିଜଣଙ୍କୁ ବିଜୟୀ ଘୋଷଣା କରାଯିବ।

Read More