ଭୁବନେଶ୍ବର: ଆଜି ବ୍ରଜରାଜନଗର ଉପନିର୍ବାଚନ ଶେଷ ପର୍ଯ୍ୟାୟରେ ପହଁଚିଛି। ଓଡିଶା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ଆଜି ସଂଧ୍ୟା ୫ ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ ହୋଇଛି। ଆଜି ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଭିଡ ପରିଲକ୍ଷିତ ନ ହୋଇଥିଲେ ମଧ୍ୟ ଦିନରେ ମତଦାନ ଅଧିକ ହୋଇଥିଲା। ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ବ୍ରଜରାଜନଗରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ମତଦାନ ସରିବା ପରେ ଇଭିଏମଗୁଡିକ ଝାରସୁଗୁଡା ଇଂଜିନିୟରିଂ କଲେଜରେ ରଖାଯିବ। ସେଠାରେ ଷ୍ଟ୍ରଙ୍ଗରୁମ୍ ବ୍ୟବସ୍ଥା କରାଯାଇଛି।
Author: Samikhsya Bureau
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଜୁନ୍ ମାସ ଆରମ୍ଭ ହେବାକୁ ଯାଉଛି। ଆପଣଙ୍କ ପକେଟ ଜୁନ୍ ୧ ତାରିଖରୁ ଏକ ବଡ ଝଟକା ଲାଗିବାକୁ ଯାଉଛି। ଆପଣଙ୍କର EMI ମହଙ୍ଗା ହେବାକୁ ଯାଉଛି, ତେବେ ଯାନଗୁଡ଼ିକୁ ବୀମା କରିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ। ଜୁନ୍ ୧ ତାରିଖରୁ ଆହୁରି ଅନେକ ପରିବର୍ତ୍ତନ ଘଟିବାକୁ ଯାଉଛି, ଯାହାକୁ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଜିନିଷଗୁଡ଼ିକ ଆପଣଙ୍କ ପକେଟ ସହିତ ଜଡିତ। ୧- ବ୍ୟୟବହୁଳ ହେବ SBI ଘର ଋଣ EMI: ଜୁନ୍ ୧ ତାରିଖରୁ ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇରୁ ଘର ଋଣ ନେଇଥିବା ବ୍ୟକ୍ତିଙ୍କ EMI ମହଙ୍ଗା ହେବାକୁ ଯାଉଛି। କିମ୍ବା ଯଦି ଆପଣ ଏକ ନୂତନ ଘର କିଣିବା ପାଇଁ SBI ରୁ ଏକ ଘର ଋଣ ନେବାକୁ ଚିନ୍ତା କରୁଛନ୍ତି, ତେବେ ଆପଣ ପୂର୍ବ ଅପେକ୍ଷା ଅଧିକ ମହଙ୍ଗା ସୁଧରେ ଘର…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହ ରେ ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳନ କରାଗଲା। ସି ଡ଼ି ଏମ ଓ ଡ କସ୍ତୁରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡି ପି ଏଚ ଓ ଡ ରାକେଶ ସାହୁ, ଏ ଡି ପି ଏଚ ଓ ଡ ଚନ୍ଦ୍ରିକା ଆଚାର୍ଯ୍ୟ, ଡି ପି ଏମ ଅବନୀ ମହାପାତ୍ରଙ୍କ ସମେତ ନିହାର ଠାକୁର, ହିମାଂଶୁ ବାରିକ, ବିବେକାନନ୍ଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିଗଣ ନିଜ ଭାଷଣରେ ତମାଖୁ ସେବନର ଅପକାରିତା ଓ କର୍କଟ ରୋଗ ର ଅନ୍ୟତମ କାରଣ କହିବା ସହ ଏହିଭଳି ନିଶାଦ୍ରବ୍ୟକୁ ସେବନ ନ କରିବାତଥା ତଦ୍ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ସମାଜ ରେ ବିଶେଷ ପ୍ରଚାର ସହ ସ୍କୁଲ କଲେଜ ମାନଙ୍କ ପାଖରେ ଏଭଳି ନିଶାଦ୍ରବ୍ୟ ର ବିକ୍ରି କୁ ନିଷେଧ…
ଭୁବନେଶ୍ବର: ଆସନ୍ତା ମାସ ଅର୍ଥାତ ଜୁନ ମାସରେ ରାଜ୍ୟରେ ଭଲ ବର୍ଷା ହେବ। ଏହି ମାସରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହେବ। ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ଭାବେ କେରଳ ଛୁଇଁସାରିଛି। ଏହା ଧୀରେ ଧୀରେ କର୍ଣ୍ଣାଟକ, ଆସାମ, ମେଘାଳୟରେ ପ୍ରବେଶ କରୁଛି। ସାଧାରଣତଃ ଜୁନ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ଓଡିଶାକୁ ମୌସୁମୀ ଛୁଇଁଥାଏ। ଓଡିଶାର କିଛି ଅଞ୍ଚଳରେ ଅଧିକ ବର୍ଷା ଆକଳନ କରାଯାଉଥିବା ବେଳେ କେନ୍ଦ୍ର ଓଡିଶା ଓ ଉତ୍ତର ଓଡିଶାର କିଛି ଅଞ୍ଚଳରେ କମ ବର୍ଷା ହେବା ସମ୍ଭାବନା ରହିଛି। ଓଡିଶାରେ ମିଶ୍ରିତ ବର୍ଷା ଆକଳନ କରାଯାଉଛି। କିନ୍ତୁ ସମଗ୍ର ଦେଶରେ ୧୦୩ ପ୍ରତିଶତ ବର୍ଷା ସମ୍ଭାବନା ରହିଛି। ମୌସୁମୀ ଜନିତ ବର୍ଷା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଖୋର୍ଦ୍ଧା: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓଡ଼ିଶା ଡିଜିପି ସୁନୀଲ ବଂଶଲଙ୍କ ଠାରୁ ଉକ୍ତ ପୁରସ୍କାର ଖୋର୍ଦ୍ଧା ଜିଲ୍ଲା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଗ୍ରହଣ କରିଛନ୍ତି। ସୂଚନା ଥାଉକି ‘ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ'(ଏନଟିସିପି) କୁ ସଫଳତାର ସହ ଭାବେ ଲାଗୁ କରି ସାରା ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ଭାବେ ପରିଗଣିତ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାକୁ ପୁରସ୍କୃତ କରାଯାଇଛି ଏବଂ ଜିଲ୍ଲା ସିଡ଼ିଏମଓ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ନୂଆଦିଲ୍ଲୀ: ଦିଲ୍ଲୀ ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟଙ୍କ ଦ୍ଵାରା ଜୁନ୍ ୯ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଯାଇଛି। ମନି ଲଣ୍ଡରିଂ ମାମଲାରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜୈନଙ୍କୁ ଗିରଫ କରିଛି। ଏହା ପରେ ତାଙ୍କୁ ଆଜି ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଇଡି ପକ୍ଷରୁ କୋର୍ଟରେ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଆମର ଡାଟା ଏଣ୍ଟ୍ରି ଅଛି ଯେ ହାୱାଲାରେ ଟଙ୍କା କିପରି ବିନିଯୋଗ ହୋଇଛି, ଟଙ୍କା ପଠାଯାଇଛି। ୧୪ ଦିନ ପାଇଁ କୋର୍ଟଙ୍କୁ ଇଡି ହେପାଜତ ମାଗିଛି।
ଭୁବନେଶ୍ୱର: ଓଡ଼ିଆ ମନୋରଞ୍ଜନ କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ ତିଆରି କରିବାକୁ ଯାଉଛି ଜୀ ସାର୍ଥକ। ମହିଳାମାନଙ୍କ ପାଇଁ ଚ୍ୟାନେଲ ତରଫରୁ ପ୍ରସ୍ତୁତ ହୋଇଛି ନୂଆ ମନୋରଞ୍ଜନ କାର୍ଯ୍ୟକ୍ରମ ଯାହାର ନାଁ ରହିଛି “ଦିଦି ନମ୍ବର ୱାନ୍”। ଆସନ୍ତା ମେ ୩୦ ତାରିଖରୁ ଏହାର ପ୍ରସାରଣ ହେବାକୁ ଥିବା ବେଳେ ଓଡ଼ିଆ ଟେଲିଭିଜନ ପରଦାର ଲୋକପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ର ଏହି ଶୋ’ର ହୋଷ୍ଟ କରିବେ। ପ୍ରତି ସୋମବାରରୁ ଶନିବାର ସଂଧ୍ୟା ୫ଟାରେ “ଦିଦି ନମ୍ବର ୱାନ୍” ର ପ୍ରସାରଣ ସମୟ ରଖା ଯାଇଛି। ସେହିପରି ରବିବାର ରାତି ୮ :୩୦ରେ ଏହି କାର୍ଯ୍ୟକ୍ରମର ସ୍ପେସିଆଲ ଏପିସୋଡ ପ୍ରସାରଣ ହେବ ବୋଲି ଚ୍ୟାନେଲ ତରଫରୁ ସୂଚନା ଦିଆଯାଇଛି। ଓଡ଼ିଆ ପରିବାରର ଗୁଣବତୀ,ବୁଦ୍ଧିମତୀ ଓ କଳାବତୀ ମହିଳାମାନେ ଦିଦି ନମ୍ବର ୱାନ୍ରେ ନିଜ ଅନ୍ତର୍ନିହିତ ଗୁଣକୁ ଦେଖାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇପାରିବେ। ବିଭିନ୍ନ ପ୍ରକାର ଖେଳ ମାଧ୍ୟମରେ ପ୍ରତିଯୋଗୀମାନେ ଭାଗ…
କାଠମାଣ୍ଡୁ: ନେପାଳର ପାର୍ବତ୍ୟ ମୁସ୍ତାଙ୍ଗ ଜିଲ୍ଲାରେ ରବିବାର ଦିନ ତାରା ଏୟାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନରୁ ୨୧ ଟି ମୃତଦେହ ଉଦ୍ଧାର କରାଯାଇଛି। ବିମାନରେ ଚାରି ଜଣ ଭାରତୀୟଙ୍କ ସମେତ ମୋଟ ୨୨ ଜଣ ଲୋକ ବିମାନରେ ଥିଲେ ଏବଂ ପୋଖରାରୁ ବିମାନ ଉଡ଼ାଣର କିଛି ମିନିଟ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରବିବାର ସକାଳେ ନେପାଳର ପାର୍ବତ୍ୟ ଅଞ୍ଚଳରେ ତାରା ଏୟାରର ‘ଟର୍ବୋପ୍ରପ୍ ଟ୍ୱିନ୍ ଓଟର୍ ୯ଏନ-ଏଇଟି’ ବିମାନ ନିଖୋଜ ହୋଇଯାଇଥିଲା। କାନାଡା ନିର୍ମିତ ଏହି ବିମାନରେ ଚାରିଜଣ ଭାରତୀୟ, ଦୁଇ ଜଣ ଜର୍ମାନ ଏବଂ ୧୩ ଜଣ ନେପାଳ ନାଗରିକଙ୍କ ସମେତ ମୋଟ ୨୨ ଜଣ ଲୋକ ଥିଲେ। ତିନିଜଣ ନେପାଳୀ କ୍ରୁ ସଦସ୍ୟ ମଧ୍ୟ ବିମାନରେ ଥିଲେ। ଏହି ବିମାନଟି ପୋଖରା ଠାରୁ ନେପାଳର ପ୍ରସିଦ୍ଧ ପର୍ଯ୍ୟଟନ ସହର ଜୋମସୋମକୁ ଯାଉଥିଲା। ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଦ୍ଵାରା ଜାରି ଏକ ବିବୃତ୍ତି ଅନୁଯାୟୀ…
ନୂଆଦିଲ୍ଲୀ: ମୋଦୀ ସରକାର ଆଜି ଅଷ୍ଟମ ବାର୍ଷିକୀ ପାଳନ କରୁଛନ୍ତି। ତେଣୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି। ପିଏମ ମୋଦୀ ବଟନକୁ ଦବାଇ ୧୦ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧ ହଜାର କୋଟି ଟଙ୍କା ସ୍ଥାନାନ୍ତର କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ଠାରେ ଅନୁଷ୍ଠିତ ହେବାକୁ ଥିବା ଗରିବ କଲ୍ୟାଣ ସମ୍ମିଳନୀରେ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଏକାଦଶ କିସ୍ତି ରାଶି ସ୍ଥାନାନ୍ତର କରିବେ।
ଶ୍ରୀନଗର: ଜମ୍ମୁ କାଶ୍ମୀରରେ କ୍ରମାଗତ ଭାବରେ ପଣ୍ଡିତମାନଙ୍କୁ ଟାର୍ଗେଟ କରାଯାଉଛି। କୁଲଗାମର ଗୋପାଳପୁରାରେ ଜଣେ ପଣ୍ଡିତ ମହିଳାଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସେଠାରେ ସେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଚିକିତ୍ସା ପାଇଁ ଶିକ୍ଷକଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଭୁବନେଶ୍ୱର: ଝିଲିକ୍ ମୋସନ ପିକ୍ଚର୍ସର ଚତୁର୍ଥ ଅବଦାନ ‘ପ୍ରିୟେ ତୁ ମୋ ସିଏ’ର ଆଜି ଶୁଭ ମହୁରତ ଅନୁଷ୍ଠିତ ହୋଇଛି। କଟକ ସ୍ଥିତ ମା’ ଚଣ୍ଡୀ ମନ୍ଦିର ଠାରେ ନୂଆ ସିନେମାର ଶୁଭ ମହୁରତ ସହ ସ୍କ୍ରିପ୍ଟ ପୂଜା ଶେଷ ହୋଇଛି। ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, କାର୍ଯ୍ୟନିର୍ବାହୀ ପ୍ରଯୋଜକ ଅରୁଣ ସ୍ୱାଇଁ, ଚଳଚ୍ଚିତ୍ରର ନାୟିକା ଏଲିନା ସାମନ୍ତରାୟ, ଅଭିନେତା ଭୁପତି ତ୍ରିପାଠୀ, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଆସନ୍ତା ଜୁନ ୧ ତାରିଖ ଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏହି ସିନେମାର ନାୟକ ଭୁମିକାରେ ଅମ୍ଳାନ ଦାସ ଓ ନାୟିକା ଭାବେ ଏଲିନା ସାମନ୍ତରାୟ ନଜର ଆସିଥିବା ବେଳେ ବବି ମିଶ୍ରଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ସେହିଭଳି ଅନ୍ୟାନ୍ୟ ଭୁମିକାରେ ଭୁପତି ତ୍ରିପାଠୀ, ଇଶା…
ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ଦୈନିକ ୨ ହଜାରରୁ ଅଧିକ ପଞ୍ଜିକୃତ ହେଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୩୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି ଏବଂ ୨ ହଜାର ୧୩୪ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଗତ କିଛି ଦିନ ହେବ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି, ଯେଉଁ କାରଣରୁ ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ୧୭ ହଜାର ଅତିକ୍ରମ କରିଛି। ଭାରତରେ ମୋଟ ସକ୍ରିୟ ମାମଲା ୧୭ ହଜାର ୮୮୩ ରେ ପହଞ୍ଚିଛି। କରୋନା ମହାମାରୀ ଆରମ୍ଭରୁ ମୋଟ ୪ କୋଟି ୩୧ ଲକ୍ଷ ୫୮ ହଜାର ୮୭ ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୫ ଲକ୍ଷ ୨୪ ହଜାର ୬୩୦ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୪ କୋଟି ୨୬…
ଭୁବନେଶ୍ବର: ଆଜି ସକାଳ ସାତଟାରୁ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ଆଜି ସକାଳ ନଅଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଛି। ଧିରେଧିରେ ଭୋଟରମାନେ ବୁଥକୁ ମତଦାନ କରିବା ପାଇଁ ଆସୁଥିବାର ପରିଲକ୍ଷିତ ହୋଇଛି। କୋଭିଡ କଟକଣା ଦୃଷ୍ଟିରେ ରଖି ସମସ୍ତ ବୁଥରେ ସାନିଟାଇଜେନସ ବ୍ୟବସ୍ଥା କରାଯାଇଛି। ଏଥର ଭୋଟରମାନଙ୍କ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ୨୭୯ଟି ବୁଥ କରାଯାଇଛି। ସେଥିମଧ୍ୟରୁ ୩୦ଟି ମଡେଲ ପୋଲିଂ ବୁଥ କରାଯାଇଛି । ସେହିପରି ୫ଟି ପିଙ୍କ ବୁଥ ହୋଇଛି, ଯେଉଁଠି କେବଳ ମହିଳା ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।
ଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସର (ଆଇଡିୱାଇ) ଅଷ୍ଟମ ସଂସ୍କରଣ “ଯୋଗ ଫର ହ୍ୟୁମାନିଟି”/ “ମାନବତା ପାଇଁ ଯୋଗ”କୁ ଥିମ୍ (ବିଷୟ) ଭାବରେ ନେଇ ପାଳନ କରାଯିବ। ଆୟୁଷ ମନ୍ତ୍ରଣାଳୟ ୨୧ ଜୁନ୍ ୨୦୨୨ରେ ଭାରତ ଏବଂ ସମଗ୍ର ବିଶ୍ୱରେ ଆୟୋଜିତ ହେବାକୁ ଯାଉଥିବା ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୨ ନିମନ୍ତେ ଏହି ବିଷୟକୁ ଚୟନ କରିଛନ୍ତି। ଆଇଡିୱାଇ ୨୦୨୨ର ପ୍ରଦର୍ଶନର ମୁଖ୍ୟ କାର୍ଯ୍ୟକ୍ରମ କର୍ଣ୍ଣାଟକର ମହୀଶୂରରେ ଆୟୋଜିତ କରାଯିବ। କୋଭିଡ୍ – ୧୯ ମହାମାରୀ ସମୟରେ ଆୟୋଜିତ ଗତ ବର୍ଷର ଆଇଡିୱାଇର ବିଷୟ “ଯୋଗ ଫର ୱେଲନେସ୍”/ “ସୁସ୍ଥତା ପାଇଁ ଯୋଗ” ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର “ମନ୍ କି ବାତ୍” ସମ୍ବୋଧନରେ ଏହି ଥିମ୍ (ବିଷୟ) ସମ୍ପର୍କରେ ଘୋଷଣା କରିଛନ୍ତି। ଚଳିତ ବର୍ଷର ଆଇଡିୱାଇ ନିମନ୍ତେ ବିଷୟକୁ ବହୁତ ବିଚାର – ବିମର୍ଶ/ ପରାମର୍ଶ ପରେ ଚୟନ କରାଯାଇଛି ଏବଂ ଏହା ଉଚିତ୍ ଢଙ୍ଗରେ ଚିତ୍ରିତ କରିବାର ଅଛି…
ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ମଙ୍ଗଳବାର ହନୁମାନ ଜୀଙ୍କୁ ପୂଜା କରିବାକୁ କୁହାଯାଏ ଏବଂ ମଙ୍ଗଳବାର ଦିନ ଶୁଭ ଏବଂ ମଙ୍ଗଳକାରୀ ମଧ୍ୟ ବିବେଚନା କରାଯାଏ। କୁହାଯାଏ ଯେ, ହନୁମାନ ଜୀ ତାଙ୍କର ସମସ୍ତ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି। ମଙ୍ଗଳବାର ଦିନ ହନୁମାନ ଜୀଙ୍କୁ ପୂଜା କରିବା ଜୀବନର ସମସ୍ତ ଅସୁବିଧା ଦୂର ହୋଇଥାଏ ଏବଂ ପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ଭକ୍ତଙ୍କ ଉପରେ ରହିଥାଏ ବୋଲି ବିଶ୍ୱାସ କରାଯାଏ। ଯଦି ମଙ୍ଗଳବାର ଦିନ ବିଧି ବିଧାନରେ ହନୁମାନ ଜୀଙ୍କୁ ପୂଜା କରାଯାଏ, ତେବେ ନିଶ୍ଚିତ ଭାବରେ ଜୀବନର ସମସ୍ତ ଅସୁବିଧାରୁ ଶୀଘ୍ର ମୁକ୍ତି ପାଇପାରିବେ। ଖରାପ ସମୟ ସମାପ୍ତ ହେବ। ମଙ୍ଗଳବାର ସନ୍ଧ୍ୟାରେ ହନୁମାନ ଜିଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ସୋରିଷ ତେଲ ଦୀପ ଜାଳି ହନୁମାନ ଚାଳିଶା ପଢନ୍ତୁ। ଏହା କରିବା ଅତ୍ୟନ୍ତ ଫଳପ୍ରଦ ବୋଲି ବିବେଚନା କରାଯାଏ। ମଙ୍ଗଳବାର ଗାଧୋଇବା ପରେ ବର ଗଛ ତଳେ ଏକ ସୋରିଷ…
ଭୁବନେଶ୍ବର: ଯାଜପୁରର ତିନିଜଣ ନେତ୍ରୀଙ୍କୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚାଲିଛି ବେଶ୍ ଚର୍ଚ୍ଚା। ସେମାନଙ୍କୁ କୁହାଯାଉଛି ବରୀର ସୁ-ନେତ୍ରୀ। ରାଜ୍ୟସଭା ପାଇଁ ବରୀ ଅଞ୍ଚଳର ସୁଲତା ଦେଓ ମନୋନିତ ହେବା ପରେ ଏହି ଚର୍ଚ୍ଚା ଆହୁରୀ ଜୋର ଧରିଛି। କାରଣ ପୂର୍ବରୁ ସେହି ବରୀ ଅଞ୍ଚଳର ସୁଲୋଚନା ଦାସ ଭୁବନେଶ୍ବର ମେୟର ହୋଇ ଚର୍ଚ୍ଚାରେ ଅଛନ୍ତି। ସେହିପରି ବରୀର ବିଧାୟିକା ସୁନନ୍ଦା ଦାସ ପ୍ରଥମ ଥର ବିଧାୟିକା ହୋଇ ପୂର୍ବରୁ ଚର୍ଚ୍ଚାରେ ଥିଲେ। ଫଳରେ ବର୍ତ୍ତମାନ ବରୀର ଏହି ତିନି ନେତ୍ରୀ ସୁଲତା, ସୁଲୋଚନା ଏବଂ ସୁନନ୍ଦା ବର୍ତ୍ତମାନ ରାଜ୍ୟ ରାଜନୀତିରେ ସୁ-ନେତ୍ରୀ ଭାବେ ପରିଚିତ ହୋଇଛନ୍ତି। ସଂଯୋଗ ବସତଃ ଏହି ତିନି ନେତ୍ରୀଙ୍କ ନାମ ‘ସୁ’ ଅକ୍ଷରରୁ ଆରମ୍ଭ ହୋଇଛି। ଆଉ ସମସ୍ତେ ସେହି ବରୀ ଅଞ୍ଚଳର ନେତ୍ରୀ। ସୁଲତା ବରୀ ଅଞ୍ଚଳର ଜଣେ ସରପଞ୍ଚ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସରପଞ୍ଚରୁ ଜିଲ୍ଲା ପରିଷଦ,…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୮ ବର୍ଷ ପୂର୍ତି ଉପଲକ୍ଷେ ଆଜି ସମଗ୍ର ଭାରତବର୍ଷରେ ସେବା, ସୁଶାସନ ଓ ଗରିବ କଲ୍ୟାଣର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ କିଷାନ ସମ୍ମାନ ନିଧି ଯୋଜନାର ଲାଭାର୍ଥୀ ଚାଷୀ ଭାଇଙ୍କ ପାଇଁ ୧୧ତମ କିସ୍ତି ପ୍ରଦାନ କରିବେ। ସେଥିପାଇଁ କଟକ ଜିଲ୍ଲା ମାହାଙ୍ଗା ପୋଡ଼ାମରାଇ ଠାରେ ଦଳ ତରଫରୁ ‘ବିଶାଳ ଗରିବ କଲ୍ୟାଣ ସମ୍ମିଳନୀ’ ଆୟୋଜନ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଦେଖିବାର ଆୟୋଜନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାହାଙ୍ଗାର ବରାହିପୁର ଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଦେଖିବା ସହ ପୋଡ଼ାମରାଇ ଠାରେ ‘ବିଶାଳ ଗରିବ କଲ୍ୟାଣ ସମ୍ମିଳନୀ’ରେ ଯୋଗଦେବେ। ସେହିପରି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ ମୟୂରଭଞ୍ଜରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଦେଖିବାର କାର୍ଯ୍ୟକ୍ରମ ରହିଥିବା ବେଳେ ରାଜ୍ୟ ସଭାପତି ସମୀର ମହାନ୍ତି ନୟାଗଡରେ ଗରିବ କଲ୍ୟାଣ ସମ୍ମିଳନୀରେ ସାମିଲ ହେବେ…
ମେଷ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆୟର ବୃଦ୍ଧି ଦେଖାଦେବ, ଯେଉଁଥିପାଇଁ ଆପଣଙ୍କ ଚେହେରାରେ ଖୁସିର ଅନୁଭବ ଆସିବ। ଆପଣ ଆଜି ଅଫିସରେ ବସଙ୍କ ସହିତ କଥା ହେବେ। କେହି ଶଶୂର ଘର ଲୋକ ଭେଟିବାକୁ ଆସିପାରନ୍ତି। ଜୀବନସାଥୀ ବହୁତ ଖୁସି ହେବେ। ବୃଷ:- ଆଜି ଆପଣଙ୍କ ଦିନ ଉତ୍କଣ୍ଠାର ପରିପୂର୍ଣ୍ଣ ହେବ। ଖର୍ଚ୍ଚର ହଠାତ୍ ବୃଦ୍ଧି ଚିନ୍ତା କରିପାରେ। ଘରର ବୃଦ୍ଧମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଏହା ଖରାପ ହୋଇପାରେ। ଅତୀତରେ କିଛି କାମ ପାଇଁ କରାଯାଇଥିବା କାର୍ଯ୍ୟ ଆଜି ଫଳ ଦେବାକୁ ଯାଉଛି। ଦାମ୍ପତ୍ୟ ଜୀବନରେ ସୁଖ ରହିବ। ମିଥୁନ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆଜି ଲୋକଙ୍କ ପ୍ରତି ଭଲ କାମ କରିବାର ଅନୁଭବ ଜାଗ୍ରତ ହେବ। ଆଜି ଆପଣ ଆପଣଙ୍କ କାର୍ଯ୍ୟାଳୟର କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। ଆପଣ କିଛି ଅସମାପ୍ତ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ କରିବେ। ବ୍ୟବସାୟୀମାନଙ୍କ…
ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନବୀନ ପ୍ରାୟ 30 ମିନଟ ଧରି ଆଲୋଚନା କରିଛନ୍ତି। ଭେଟିବା ପରେ ସେ ବାହାରକୁ ଆସି ସାମ୍ବାଦିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ସଂପର୍କରେ କହିଛନ୍ତି। ନବୀନ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀଙ୍କ ସହିତ ଓଡିଶାର ବିକାଶ ସଂପର୍କରେ ଆଲୋଚନା କରିଛନ୍ତି। ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ବାକି ଥିବା ଟଙ୍କା ସଂପର୍କରେ ମଧ୍ୟ ସେ ଆଲଚୋନା କରିଛନ୍ତି। ମୁଖ୍ୟତଃ କରୋନା ପରେ କ୍ଷତିଗସ୍ତ ହୋଇଥିବା ଓଡିଶା ପାଇଁ ଅଧିକ ସହାୟତାର ଆବଶ୍ୟକ ରହିଛି ବୋଲି ଦାବୀ କରାଯାଇଛି ବୋଲି ନବୀନ କହିଛନ୍ତି। ତେବେ ରାଷ୍ଟ୍ରପତି ନିର୍ବାଚନ ବା ପ୍ରାର୍ଥୀ ସଂପର୍କରେ କୌଣସି ଆଲୋଚନା ହୋଇ ନାହିଁ ବୋଲି ନବୀନ କହିଛନ୍ତି।
ଭୁବନେଶ୍ୱର: ଓଡିଶା କଂଗ୍ରେସରେ ନୂଆ ମଙ୍ଗୁଆଳ ଆସିବା ପରେ ଆରମ୍ଭ ହୋଇଯାଇଛି ମିଶନ ୨୦୨୪। ସେଥିପାଇଁ କଂଗ୍ରେସ ତରଫରୁ ଏବେଠାରୁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ। ନିକଟରେ ରାଜସ୍ଥାନର ଉଦୟପୁରରେ ଆୟୋଜିତ ହୋଇଥିଲା ନବ ସଂକଳ୍ପ ଶିବିର। ସେହି ଶିବିରରେ ନିଷ୍ପତି ହୋଇଥିଲା ସବୁ ରାଜ୍ୟରେ ଏହିପରି କାର୍ଯ୍ୟକ୍ରମ କରାଯିବ। ସେଥିପାଇଁ ଆସନ୍ତା ଜୁନ ୧ ତାରିଖ ବୁଧବାର ଓ ୨ ତାରିଖ ଗୁରୁବାର ଦୁଇଦିନ ବ୍ୟାପି ରାଜ୍ୟ କଂଗ୍ରେସ ଆରମ୍ଭ କରୁଛି ଶିବିର। ଭୁବନେଶ୍ୱର ୟୁନିଟ-୪ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସ୍ ସଭା ଗୃହରେ କରାଯିବ। ଏହି ଶିବିର ବୁଧବାର ସକାଳ ୯ ଟା ୩୦ ସମୟରେ ପ୍ରଦେଶ କଂଗ୍ରେସ କମିଟି ନବ ନିଯୁକ୍ତ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର, ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ଶ୍ରୀ ଜି.ରୁଦ୍ର ରାଜୁ ଏବଂ ଅନ୍ୟାନ୍ୟ…
ଝାରସୁଗୁଡା: ଆସନ୍ତାକାଲି ହେବ ବ୍ରଜରାଜନଗରର ଉପନିର୍ବାଚନ। ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାରଦିନ ସକାଳ ୭ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଏଥିପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ୨୭୯ଟି ବୁଥ କରାଯାଇଛି । ଆଜି ଜିଲ୍ଲାପାଳ ଏବଂ ଏସପି ବିଭିନ୍ନ ବୁଥ ପରିକ୍ରମା କରି ପ୍ରସ୍ତୁତି ସଂପର୍କରେ ତଦାରଖ କରିଛନ୍ତି। ଶାନ୍ତି ଶୃଙ୍ଖଳାରେ ମତଦାନ କରିବା ପାଇଁ ଏକ ହଜାର ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ୩ କମ୍ପାନି ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ୬୦ ବୁଥ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ଏହି ବୁଥ ଗୁଡିକରେ ମାଇକ୍ରୋଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ। ବ୍ରଜରାଜନଗରର ୫୦ ପ୍ରତିଶତ ବୁଥର ଓ୍ବେବକାଷ୍ଟିଂ କରାଯିବ। ସେଥିପାଇଁ ମଧ୍ୟ ନୀର୍ବାଚନ ଅଧିକାରୀଙ୍କ ତରଫରୁ ବନ୍ଦୋବସ୍ତ କରାଯାଇଛି। ମତଦାନ ପରେ ଇଭିଏମଗୁଡିକ ରଖିବା ପାଇଁ ଝାରସୁଗୁଡା…

