ଭୁବନେଶ୍ବର: ଓଡ଼ିଶାରେ ନବନିର୍ବାଚିତ ପଞ୍ଚାୟତ ଜନପ୍ରତିନିଧିମାନଙ୍କ ଦକ୍ଷତା ବୃଦ୍ଧି ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭ ଉଦ୍ଘାଟିତ ହେବ। ଦିନ ୧୧ଟା ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ ସଭାପତି, ଉପସଭାପତି, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ପ୍ରତ୍ୟେକ ବ୍ଲକ୍ରୁ ଜଣେ ସରପଞ୍ଚଙ୍କୁ ନେଇ ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା କିଟ୍ କନ୍ଭେନ୍ସନ୍ ସେଣ୍ଟର, ପଟିଆ, ଭୁବନେଶ୍ୱରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ଉଦ୍ଘାଟନୀ କର୍ମଶାଳାରେ ଓଡ଼ିଶାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମିଶନ ଶକ୍ତି, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀଗଣ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ରାଜ୍ୟସ୍ତରୀୟ କର୍ମଶାଳାରେ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ଶାସନ ସଚିବ ତଥା ଅନ୍ୟାନ୍ୟ ସରକାରୀ ପଦାଧିକାରୀମାନେ ଉପସ୍ଥିତ ରହିବେ। ରାଜ୍ୟର…
Author: Samikhsya Bureau
ନୂଆଦିଲ୍ଲୀ: ଭାରତ ଏବଂ ସ୍ବିଡେନ୍ ପକ୍ଷରୁ ଆଜି ମିଳିତ ଭାବେ ଶିଳ୍ପ ପରିବର୍ତ୍ତନ ଆଲୋଚନା ଆୟୋଜିତ ହୋଇଯାଇଛି। ଇଣ୍ଡଷ୍ଟ୍ରୀ ଟ୍ରାଞ୍ଜିସନ ଫର ଲିଡରଶିପ୍ (ଶିଳ୍ପ ପରିବର୍ତ୍ତନ ପାଇଁ ନେତୃତ୍ବ) ବା ଲିଡ୍ ଆଇଟିର ଅଂଶବିଶେଷ ଭାବେ ସେମାନଙ୍କର ଯୌଥ ଉଦ୍ୟୋଗର ଅଂଶବିଶେଷ ସ୍ବରୂପ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଶ୍ବ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟାନୁଷ୍ଠାନରେ ପ୍ରମୁଖ ଅଂଶୀଦାର ତଥା ନିର୍ଦ୍ଦିଷ୍ଟ ହସ୍ତକ୍ଷେପ ଆବଶ୍ୟକ କରୁଥିବା ସେହିସବୁ କ୍ଷେତ୍ର ଉପରେ ‘ଲିଡ୍ ଆଇଟି ପ୍ରୟାସ’ ଗୁରୁତ୍ବାରୋପ କରିଥାଏ ଯେଉଁ କ୍ଷେତ୍ରରେ ପ୍ରଶମନକାରୀ ପଦକ୍ଷେପ ଗ୍ରହଣ କରିବା ବେଶ କଷ୍ଟକର। ଏହି ଉଚ୍ଚସ୍ତରୀୟ ଆଲୋଚନା ୨ ଏବଂ ୩ ଜୁନ, ୨୦୨୨ରେ ଆୟୋଜିତ ହେବାକୁ ଥିବା ମିଳିତ ଜାତିସଂଘ ସମ୍ମିଳନୀ ‘‘ଷ୍ଟକହୋମ+୫୦ : ସମସ୍ତଙ୍କ ସମୃଦ୍ଧି ପାଇଁ ଏକ ସୁସ୍ଥ ପୃଥିବୀ – ଆମର ଉତ୍ତରଦାୟିତ୍ବ, ଆମ ସୁଯୋଗ’’ କ୍ଷେତ୍ରରେ ଯୋଗଦାନ ଦେଇଛି ଏବଂ ସିଓପି ୨୭ ପାଇଁ ଏଜେଣ୍ଡା ନିର୍ଦ୍ଧାରଣ କରିଛି। କାର୍ଯ୍ୟକ୍ରମରେ…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ଆମେରିକାରୁ ଫେରାଇ ଅଣାଯାଇଥିବା ୧୦ଟି ପ୍ରାଚୀନ ପ୍ରତିମୂର୍ତ୍ତିକୁ ଆଜି ନୂଆଦିଲ୍ଲୀ ଠାରେ ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜି. କିଷନ ରେଡ୍ଡୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ଠାରେ ଆୟୋଜିତ ପ୍ରତିମୂର୍ତ୍ତି ହସ୍ତାନ୍ତର ସମାରୋହରେ ଯୋଗ ଦେଇ ତାମିଲନାଡ଼ୁ ସରକାରଙ୍କୁ ପ୍ରତିମୂର୍ତ୍ତିଗୁଡ଼ିକୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରିଥିଲେ। ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ, ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ, ସଂସ୍କୃତି ମନ୍ତ୍ରଣାଳୟ, ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ‘‘ବିଗତ ୮ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶର ପ୍ରାଚୀନ ସଭ୍ୟତାର ସଂରକ୍ଷଣ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟର ସୁରକ୍ଷା…
ଭୁବନେଶ୍ବର: ଶେଷ ହେଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ। ବର୍ତ୍ତମାନ ଫଳାଫଳକୁ ଅପେକ୍ଷା। ହେଲେ ଏଥର ଫଳ ମଧ୍ୟ ସେହି ବିଜେଡି ଖାତାକୁ ଯିବ। କାରଣ ଓଡିଶାରେ ନବୀନ ସରକାର ଆସିବା ପରେ ଯେତୋଟି ଉପନିର୍ବାଚନ ହୋଇଛି ଗୋଟିଏକୁ ଛାଡିଦେଲେ ଅନ୍ୟ ସବୁଥିରେ ବିଜେଡି ଜିତିଛି। ସେଥିପାଇଁ ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ଜିତିଲେ ଏଥିରେ ଉତ୍ସାହିତ ହେବାର କିଛି କାରଣ ନାହିଁ। ରାଜ୍ୟ ରାଜନୀତିର ପୁରୁଣା ଇତିହାସ କହୁଛି ଉପନିର୍ବାଚନ ଅର୍ଥ ବିଜେଡିର ଜିତାପଟ। ହେଲେ ସବୁଠୁ ବଡ କଥା ବା ଆଲୋଚନାର ବିଷୟ ହେବ ଯେ ବ୍ରଜରାଜନଗରରେ ଦ୍ବିତୀୟ ସ୍ଥାନରେ କିଏ ରହୁଛି। ବିଜେପି ନା କଂଗ୍ରେସ। ପୁରଣା ରାଜନୈତିକ ଇତିହାସ ପୃଷ୍ଠା ଓଲଟାଇଲେ ପୂର୍ବରୁ ଦ୍ବିତୀୟ ସ୍ଥାନରେ ରହୁଛି ବିଜେପି। କାରଣ ମୋଦୀ ସରକାର ଆସିବା ପରେ ଓଡିଶାର ଅନେକ ଭୋଟର ତାଙ୍କ ପ୍ରତି ଆକୃଷ୍ଟ ହୋଇଛନ୍ତି। ଫଳରେ ଓଡିଶାରେ ବିଜେପି ବିରୋଧୀ ଦଳରେ ବସିବାରେ ସକ୍ଷମ ହୋଇପାରିଛି।…
ମେଷ- କାରବାର ଏବଂ ସଞ୍ଚୟ ପ୍ରସଙ୍ଗରେ ଆପଣଙ୍କୁ ଗମ୍ଭୀର ହେବାକୁ ପଡିବ। ଆପଣ ଭଲ ଭବିଷ୍ୟତ ଯୋଜନାଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ। ଆପଣଙ୍କ ସାଥୀଙ୍କ ସହିତ ମତଭେଦ ଦୂର କରିବାକୁ ଏକ ପ୍ରୟାସ ହୋଇପାରେ, ଆପଣ ଏଥିରେ ସଫଳତା ପାଇପାରନ୍ତି । ଜୀବନ ସାଥୀଙ୍କ ଆତ୍ମାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଆପଣ ପିଲାମାନଙ୍କ ସହିତ ଜଡିତ କିଛି ଭଲ ଖବର ପାଇ ପାରିବେ। ଅଭିଭାବକମାନେ ସାହାଯ୍ୟ ପାଇବା ଜାରି ରହିବ। ବୃଷ- ବ୍ୟବସାୟ ଯୋଜନା ସଫଳ ହେବ। ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଏକ ଛୋଟ ଯାତ୍ରା ହୋଇପାରେ । ତତ୍ପରତା ନାହିଁ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ । ଏକ ପୁରୁଣା ବନ୍ଧୁଙ୍କୁ ଭେଟିବ । ଆପଣର ମନ ଅଶାନ୍ତ ହେବ । ଇଶ୍ବରଙ୍କଠାରେ ଧ୍ୟାନ ରଖନ୍ତୁ । ଆଜି ଆପଣ ଆର୍ଥିକ ପ୍ରସଙ୍ଗରେ ସତର୍କ ହେବା ଆବଶ୍ୟକ । ଆପଣ…
ନୂଆଦିଲ୍ଲୀ: ମେ ୨୦୨୨ରେ ମୋଟ ଜିଏସ୍ଟି ରାଜସ୍ୱ ଆଦାୟ ପରିମାଣ ୧, ୪୦, ୮୮୫ କୋଟି ଟଙ୍କା ହୋଇଛି। ସେଥିରୁ ସିଜିଏସ୍ଟି ୨୫, ୦୩୬ କୋଟି ଟଙ୍କା ହୋଇଥିବାବେଳେ ଏସଜିଏସ୍ଟି ୩୨, ୦୦୧ କୋଟି ଓ ଆଇଜିଏସ୍ଟି ୭୩,୩୪୫କୋଟି ଟଙ୍କା (୩୭,୪୬୯କୋଟି ଟଙ୍କା ଜିନିଷପତ୍ର ଆମଦାନୀ ବାବଦ) ଓ ସେସ୍ ୧୦, ୫୦୨ କୋଟି (ସେଥିରୁ ୯୩୧କୋଟି ସାମଗ୍ରୀ ଆମଦାନୀ ବାବଦକୁ ଆସିଛି। ସରକାର ଆଇଜିଏସ୍ଟିରୁ ୨୭, ୯୨୪ କୋଟି ଟଙ୍କା ସିଜିଏସ୍ଟି ଓ ୨୩, ୧୨୩ କୋଟି ଟଙ୍କା ଏସଜିଏସ୍ଟି ବାବଦକୁ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟର ମୋଟ ରାଜସ୍ୱ ମେ ୨୦୨୨ ନିୟମିତ ଧାର୍ଯ୍ୟ ଆବଣ୍ଟନ ପରେ ସିଜିଏସ୍ଟି ପାଇଁ ୫୨,୯୬୦ କୋଟି ଓ ଏଜସିଏସ୍ଟି ବାବଦକୁ ୫୫, ୧୨୪କୋଟି ଟଙ୍କା ହୋଇଛି। ଏହା ବ୍ୟତୀତ କେନ୍ଦ୍ର ୩୧.୫.୨୦୨୨ ସୁଦ୍ଧା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଜିଏସ୍ଟି କ୍ଷତିପୂରଣ ବାବଦ ୮୬,୯୧୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଗତବର୍ଷ…
ଖୋର୍ଦ୍ଧା: ଆଜି ଏକ ଚୋରା ବାଇକ ରାକେଟର ଖୋର୍ଦ୍ଧା ଟାଉନ ଥାନା ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। କୌଣସି ଏକ ସୂତ୍ରରୁ ଖୋର୍ଦ୍ଧା ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଚୋରା ବାଇକ କାରବାର ଚାଲିଥିବାର ଏସପି ସିଦ୍ଧାର୍ଥ କଟାରିଆ ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ତୁରନ୍ତ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ପୋଲିସ ଅଭିଯୁକ୍ତ ସର୍ବେଶ୍ୱର ବାରିକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟେ ଚୋରା ବାଇକ ଏବଂ ତାଙ୍କ ଘରୁ ୨ ଗୋଟି ଚୋରା ବାଇକ ଜବତ କରିଛି। ସେହିପରି ଭାବେ ଅଭିଯୁକ୍ତଙ୍କ ଠାରୁ ସୂଚନା ପାଇ ପୋଲିସ ଆଉ ୬ ଗୋଟି ଚୋରା ବାଇକ ଉଦ୍ଧାର କରିବା ସହ ଉକ୍ତ କାରବାରରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଦକ୍ଷିଣ ଛତିଶଗଡର ତିନିଟିଜିଲ୍ଲା ଯଥା ବିଜାପୁର, ଦାନ୍ତେୱାଡା ଓ ସୁକମାରେ ୪୦୦ ସିଆରପିଏଫ କନଷ୍ଟେବଳ ନିଯୁକ୍ତି ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଦଶମରୁ ଅଷ୍ଟମ ଶ୍ରେଣୀ କରିବା ଏକ ପ୍ରସ୍ତାବ ଅନୁମୋଦିତ ହୋଇଛି। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ପ୍ରସ୍ତାବ ଦିଆଯାଇଥିଲା। ଏହି ସବୁ ଜିଲ୍ଲାରେ ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥାନୀୟ ଖବର କାଗଜ ଜରିଆରେ ବ୍ୟାପକ ପ୍ରଚାର କରି ନିଯୁକ୍ତି ରାଲୀ ପାଇଁ ସଚେତନତା ସୃଷ୍ଟି କରିବା ସହ ନୂତନ ଭାବେ ନିଯୁକ୍ତି କନଷ୍ଟେବଳମାନଙ୍କୁ ସେମାନଙ୍କର ପ୍ରଶିକ୍ଷଣ କାଳରେ ଆନୁଷ୍ଠାନିକ ଶିକ୍ଷା ପ୍ରଦାନ ପାଇଁ ମଧ୍ୟ କୁହାଯାଇଛି। ଛତିଶଗଡ ରାଜ୍ୟର ବିଜାପୁର, ଦାନ୍ତେୱାଡା ଓ ସୁକମା ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳର ୪୦୦ ଆଦିବାସୀ ଯୁବକ ଏଥିପାଇଁ ନିଯୁକ୍ତି ସୁଯୋଗ ପାଇବେ। ନିଯୁକ୍ତି ଲାଗି ଶାରୀରିକ ଦକ୍ଷତାରେ ମଧ୍ୟ କୋହଳତା ନେଇ ଗୃହବ୍ୟପାର ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯିବ।…
ନୂଆଦିଲ୍ଲୀ: କଂଗ୍ରେସରେ ଅସନ୍ତୋଷ ପରେ ଇସ୍ତଫା ଦେଇଥିବା ହାର୍ଦ୍ଦିକ ପଟେଲ ଗୁରୁବାର ଦିନ ବିଜେପିରେ ଯୋଗ ଦେବେ। ପାଟିଦାର ଆନ୍ଦୋଳନରୁ ଜାତୀୟ ସ୍ତରରେ ଉଭା ହୋଇଥିବା ହାର୍ଦ୍ଦିକ ଜୁନ୍ ୨ ତାରିଖରେ ଅର୍ଥାତ୍ ଆସନ୍ତାକାଲି ମଧ୍ୟାହ୍ନ ୧୨ ଟାରେ ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ବିଜେପିରେ ଯୋଗଦେବା ପାଇଁ ହାର୍ଦ୍ଦିକ ପଟେଲ ଏକ ପୋଷ୍ଟର ଜାରି କରିଛନ୍ତି। ୨୦୧୯ ରେ ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗ ଦେଇଥିଲେ। ଯାହା ପରେ ଜୁଲାଇ ୧୧ ତାରିଖ ୨୦୨୦ ରେ ସେ କଂଗ୍ରେସରେ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଭାବରେ ନିଯୁକ୍ତ ହୋଇଥିଲେ। ତେବେ ପଟେଲ ଏଥିରେ ସନ୍ତୁଷ୍ଟ ନଥିଲେ। ଇସ୍ତଫା ଦେବାବେଳେ ସେ କହିଥିଲେ ଯେ, ଦଳରେ ନିରପେକ୍ଷ ନିଷ୍ପତ୍ତି ନେବାକୁ ତାଙ୍କର ଅଧିକାର ନାହିଁ। ଏହା ବ୍ୟତୀତ ସେ ଅନେକ ଜିନିଷ ଉପରେ ଆପତ୍ତି ଉଠାଇଥିଲେ। ଏଥିରେ କ୍ରୋଧିତ ହୋଇ ସେ ମଇ ୧୮ ତାରିଖ ୨୦୨୨ରେ ହାତ ଛାଡିଥିଲେ। ଏଥି ସହିତ ବିଧାନସଭା…
ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି। ଆଜି ରାଜ୍ୟର ୫ଟି ଜିଲ୍ଲା – ଖୋର୍ଦ୍ଧା, ବୌଦ, ମାଲକାନଗିରି, ସୋନପୁର ଓ ମୟୁରଭଂଜର ରେକର୍ଡ ୫୩୨ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ପିଲାମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା। ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି। ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜିଇଏମର ପରିସର ବଢ଼ାଇବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ମଞ୍ଜୁରି ଫଳରେ ସମବାୟ କ୍ରେତାମାନେ ଜିଇଏମ ପୋର୍ଟାଲ ଜରିଆରେ ସାମଗ୍ରୀ ଓ ସେବା କିଣିବା ଲାଗି ଅନୁମତି ପାଇପାରିବେ। ସରକାରୀ କ୍ରେତାମାନଙ୍କ ପାଇଁ ଏକ ମୁକ୍ତ ଓ ପାରଦର୍ଶୀ କ୍ରୟ ବ୍ୟବସ୍ଥା ଯୋଗାଇ ଦେବା ଲାଗି ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ୨୦୧୬ ଅଗଷ୍ଟ ୯ ତାରିଖରେ ସରକାରୀ ଇ ମାର୍କେଟପ୍ଲେସ୍ (ଜିଇଏମ) ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲା। ୨୦୧୭ ମେ ୧୭ ତାରିଖରେ ଜାତୀୟ ସରକାରୀ କ୍ରୟ ପୋର୍ଟାଲ ଭାବେ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟ ପ୍ଲେସ୍ (ଜିଇଏମ ଏସପିଭି) ନାମରେ ଏକ ସ୍ବତନ୍ତ୍ର ଉଦ୍ଦେଶ୍ୟ ଯାନ (ଏସପିଭି) ଗଠନ କରାଯାଇଥିଲା। ଏଥିପୂର୍ବରୁ ୨୦୧୭ ମସିହା ଏପ୍ରିଲ ୧୨ ତାରିଖରେ ଏହି ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ ଲାଭ କରିଥିଲା। ବର୍ତ୍ତମାନ ସବୁ ସରକାରୀ କ୍ରେତା ଯଥା : କେନ୍ଦ୍ର ଓ…
ଭୁବନେଶ୍ବର: ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ବ୍ରଜରାଜନଗର ଉପନିର୍ବାଚନର ଚୁଡାନ୍ତ ଭୋଟ ପ୍ରତିଶତ ଆସିଛି। ତଥ୍ୟ ଅନୁସାରେ ଗତକାଲି ବ୍ରଜରାଜନଗରରେ ୭୧ ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ଯାହା ଆଶାତିତ ବୋଲି କୁହାଯାଉଛି। ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁସାରେ ଏଥର ବ୍ରଜରାଜନଗରରେ ମୋଟ ଭଟର ସଂଖ୍ୟା ହେଉଛି ୨ ଲକ୍ଷ ୧୪ ହଜାର ୮୭୮। ହେଲେ ଉପନିର୍ବାଚନରେ ମୋଟ ୧ ଲକ୍ଷ ୫୩ ହଜାର ୭୧୬ ଜଣ ମତଦାନ କରିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ମୋଟ ପୁରୁଷ ଭୋଟର ୧ ଲକ୍ଷ ୧୦ ହଜାର ୫୦ ଜଣ ଥିବା ବେଳେ ଭୋଟ ଦେଇଛନ୍ତି ୮୦ ହଜାର ୮୪୮ ଜଣ। ସେହିପରି ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୪ ହଜାର ୮୧୧ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ମତଦାନ କରିଛନ୍ତି ୭୨ ହଜାର ୮୬୫ ଜଣ। ତୃତୀୟ ଲିଙ୍ଗ ସଂଖ୍ୟା ୧୭ ଥିବା ବେଳେ ୩ ଜଣ ମତ…
ସୀତାରାମ ଅଗ୍ରୱାଲ ଚିଲିକା: ବାଣପୁର ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମରେ ବେଆଇନ ମଦ କାରବାର ବଢ଼ୁଥୁବା ନେଇ ନିକଟରେ ‘ସମୀକ୍ଷା’ ରେ ଖବର ପ୍ରକାଶ ପାଇଥିଲା। ତେବେ ଏହାକୁ ଗୁରୁତର ସହ ନେଇଛି ଅବକାରୀ ବିଭାଗ। ଜିଲ୍ଲା ଅବକାରୀ ଅଧିକ୍ଷକ ଯଶକେତନ ବରିହାଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ଅବକାରୀ ଉପଅଧିକ୍ଷିକା ସୁମିତ୍ରା ଓରାମଙ୍କ ତତ୍ୱାବଧାନରେ ଆଜି ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ ପୃଥକ ଭାବେ ଚଢାଉ କରିଥିଲେ। ବାଣପୁର ଥାନା ଅନ୍ତର୍ଗତ ସରନଇ ଏବଂ ଗମ୍ଭାରୀମୁଣ୍ଡା ବଜାରରେ ଚଢ଼ାଉ କରିଥିଲେ। ସରନଇ ଗ୍ରାମରୁ ୨୭ ଲିଟର ଦେଶୀ ମଦ ସମେତ ଜଣେ ଅଭିଯୁକ୍ତଙ୍କୁ ଇନ୍ସପେକ୍ଟର ଆଲୋକ ପ୍ରଧାନ ଗିରଫ କରିଥିବା ବେଳେ ଗମ୍ଭାରୀମୁଣ୍ଡା ବଜାରରୁ ୧୬ ଲିଟର ବିଦେଶୀ ମଦ ଏବଂ ୧୭ ଲିଟର ବିଅର ସମେତ ଅଭିଯୁକ୍ତଙ୍କୁ ଏଏସଆଇ ରଞ୍ଜନ ଦାସ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ତେବେ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଜଳଯୋଗ ମାଧ୍ୟମରେ ଜଣେ ସମାଜସେବୀ ନିଆରା ପ୍ରୟାସ କରିଛନ୍ତି। ଜନୈକ ସମାଜସେବୀ ଜଳଯୋଗ କରି ବିଶ୍ବଶାନ୍ତି ଓ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସରପାରୀ ଗ୍ରାମର ସମାଜସେବୀ ସୁଦାମ ଚରଣ ସାହୁ ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି। ସୁଦାମ ଜଳଯୋଗ ମାଧ୍ୟମରେ ଧ୍ୟାନ ମୁଦ୍ରାରେ ପେଟ ଓ ମୁଣ୍ଡ ଉପରେ ଏକ ଥାଳିରେ ଦୀପ ଜାଳି ମଲାଗୁଣୀ ନଦୀରେ ଦିର୍ଘ ସମୟଧରି ଭାସି ରହିଥିଲେ। ସୁଦାମଙ୍କ ବାର୍ତ୍ତା ଆସନ୍ତା ସପ୍ତାହରେ ଅଯୋଧ୍ୟାରେ ଜଳଯୋଗ କରିବେ। ଏହା ମାଧ୍ୟମରେ ବିଶ୍ୱର କଲ୍ୟାଣ ନିମନ୍ତେ ଶାନ୍ତି ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ କାମନା କରିବେ। ଏହି ସମୟରେ ସେ ୨୧ ଦିନ ଧରି ପାଣି ଉପରେ ଜଳଯୋଗ କରିବା ସହିତ ୨୧ଲକ୍ଷ ଦୀପ ଜାଳିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରାମ ଭକ୍ତ ଓ ହନୁମାନ ଭକ୍ତ ମାନଙ୍କ ଠାରୁ ସୁଦାମ…
ନୂଆଦିଲ୍ଲୀ: ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇଥିବା ସୌରଭ ଗାଙ୍ଗୁଲିଙ୍କ ଖବରକୁ ସଚିବ ଜୟ ଶାହା ଖଣ୍ଡନ କରିଛନ୍ତି। ଯେତେବେଳେ ସେ ତାଙ୍କ ୩୦ ବର୍ଷର କ୍ରିକେଟ୍ କ୍ୟାରିୟର ବିଷୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଥିଲେ, ସେତେବେଳେ ଗାଙ୍ଗୁଲିଙ୍କ ଇସ୍ତଫା ଖବର ପ୍ରସାରିତ ହୋଇଥିଲା। ଏଥିରେ ସେ ଭବିଷ୍ୟତ ଯୋଜନା ବିଷୟରେ କହିଥିଲେ। ତାଙ୍କ ଏହି ପୋଷ୍ଟ ପରେ ପଶ୍ଚିମବଙ୍ଗ ବିଜେପି ସୂତ୍ରରୁ ପ୍ରକାଶ ଯେ, ଗାଙ୍ଗୁଲିଙ୍କୁ କ୍ରୀଡା କୋଟାରୁ ରାଜ୍ୟସଭାରେ ମନୋନୀତ କରାଯାଇପାରେ। ବିସିସିଆଇର ସଭାପତି ଗାଙ୍ଗୁଲି କହିଛନ୍ତି ଯେ, କ୍ରିକେଟ୍ ରେ ୨୦୨୨ ବର୍ଷ ମୋର ୩୦ ତମ ବର୍ଷ। ମୁଁ ୧୯୯୨ ରେ ଖେଳିବା ଆରମ୍ଭ କରିଥିଲି, ସେବେଠାରୁ ଆଜି ପର୍ଯ୍ୟନ୍ତ କ୍ରିକେଟ୍ ମୋତେ ବହୁତ କିଛି ଦେଇଛି। ସେ ଆହୁରି ଲେଖିଛନ୍ତି ଯେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ ମୋତେ ସମସ୍ତଙ୍କର ସମର୍ଥନ ମିଳିଛି। ମୁଁ ମୋର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେବାକୁ…
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇ କୋର୍ଟରୁ ଆଶ୍ଵସ୍ତି ମିଳିଛି। ସର୍ତ୍ତମୂଳକ ଭାବେ ତାଙ୍କୁ ବିଦେଶ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି। ଅଦାଲତ କହିଛନ୍ତି ଯେ, ଆବୁଧାବିରେ ଥିବା ଭାରତୀୟ ଦୂତାବାସରେ ରିୟାଙ୍କୁ ଦୈନିକ ହାଜିର ହେବାକୁ ପଡିବ ଏବଂ ଜୁନ୍ 6 ତାରିଖରେ କୋର୍ଟରେ ସେହି ଉପସ୍ଥାନ ସିଟ୍ ପ୍ରସ୍ତୁତ କରିବାକୁ ପଡିବ। ଏହା ସହିତ ତାଙ୍କୁ ଅତିରିକ୍ତ ସୁରକ୍ଷା ଭାବରେ କୋର୍ଟର ରେଜିଷ୍ଟ୍ରିରେ ୧ ଲକ୍ଷ ଟଙ୍କା ଜମା କରିବାକୁ ପଡିବ। ଉଲ୍ଲେଖ ଯୋଗ୍ୟ ଯେ, ରିୟାଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଥିଲା ଏବଂ ଏହି କାରଣରୁ ତାଙ୍କ ପାସପୋର୍ଟ ମଧ୍ୟ ଜମା କରାଯାଇଥିଲା। ରିୟାଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ ଯେ, ରିୟାଙ୍କୁ ଆଇଆଇଏଫ୍ ପୁରସ୍କାର ପାଇଁ ଜୁନ୍ ୨ ତାରିଖରୁ ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ଆବୁଧାବି ଯିବାକୁ ପଡିବ,…
ଭୁବନେଶ୍ୱର: ଏକ ବିରଳ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିବା ଜଣେ ୯ ବର୍ଷ ବାଳିକାର ଚିକିତ୍ସା କରି ତାକୁ ସୁସ୍ଥ କରିବାରେ ସଫଳ ହୋଇପାରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର। ବାଳିକାଟି ଫିଓକ୍ରୋମୋସାଇଟୋମା ନାମକ ଏକ ବିରଳ ଟ୍ୟୁମର ଜନିତ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଅନେକ ଦିନ ଧରି କଷ୍ଟ ପାଉଥିଲା। ଶ୍ରୀୟା ଠେମରିଆ ନାମକ ଝିଅର ଶରୀରରେ ଥିବା ଆଡ୍ରେନାଲ ଗ୍ଲାଣ୍ଡରେ ଏହି ବିରଳ ଟ୍ୟୁମରଟି ବୃଦ୍ଧି ପାଇଥିବା ବେଳେ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଏହାକୁ କଢ଼ାଯାଇଛି। ପ୍ରଥମେ ହସ୍ପିଟାଲକୁ ଆସିବା ସମୟରେ ବାଳିକାଟି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ତାର ଶରୀରରୁ ଅନେକ ମାତ୍ରାରେ ଝାଳ ବୋହୁଥିଲା। ଉଚ୍ଚ ରକ୍ତଚାପ ସହ ହୃଦ ସମସ୍ୟା ଥିବା ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଥିଲା। ଦୀର୍ଘ ଏକ ବର୍ଷ ଧରି ତାର ମୁଣ୍ଡ ବିନ୍ଧା ହେଉଥିବାର ମଧ୍ୟ ଜଣାପଡ଼ିଥିଲା। ପୂର୍ବରୁ ଚିକିତ୍ସା କରୁଥିବା ଡାକ୍ତରମାନେ ଝିଅଟିର ଷ୍ଟେଜ…
ଭୁବନେଶ୍ବର: ଦକ୍ଷିଣ ବାଂଲାଦେଶ ଓ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଓଡିଶାରେ ଦୁଇ ଦିନ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ଦୁଇ ଦିନ ଯାଏଁ ଉତ୍ତର ଓଡିଶା ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ସମ୍ଭାବନା ରହିଛି। ତେବେ ଏନେଇ ଓଡିଶାର ୨୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ନୂଆଦିଲ୍ଲୀ: ଆଜି ଏସିଆ କପ୍ ହକିର ତୃତୀୟ ତଥା ଚତୁର୍ଥ ସ୍ଥାନ ପାଇଁ ଭାରତ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ଜାପାନକୁ ଭାରତ ୧-୦ ରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି। ଅନ୍ୟପଟେ ମାଲେସିଆ ଆଜି ସନ୍ଧ୍ୟାରେ ସ୍ୱର୍ଣ୍ଣ ପଦକ ପାଇଁ ଦକ୍ଷିଣ କୋରିଆ ବିରୋଧରେ ଖେଳିବ। ଡିଫେଣ୍ଡିଂ ଚାମ୍ପିଅନ୍ ଇଣ୍ଡିଆ ଚଳିତ ବର୍ଷ ଏକ ଯୁବ ଦଳ ସହିତ ଏସିଆ କପ୍ ଖେଳିବା ପାଇଁ ଅବତରଣ କରିଥିଲା। ପୂର୍ବତନ ହକି କିମ୍ବଦନ୍ତୀ ସର୍ଦ୍ଦାର ସିଂଙ୍କୁ ପ୍ରଥମ ଥର ପାଇଁ କୋଚ୍ ଭାବରେ ଦଳର ଦାୟିତ୍ଵ ଦିଆଯାଇଥିଲା। ରାଜକୁମାର ପାଲ ଭାରତ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ପ୍ରଥମ କ୍ୱାର୍ଟରର ସପ୍ତମ ମିନିଟରେ ପାଲ ଗୋଲ ସ୍କୋର କରି ଭାରତକୁ ୧-୦ ରେ ଅଗ୍ରଣୀ କରାଇଥିଲେ।
ସ୍ୱାସ୍ଥ୍ୟ ଟିପ୍ସ: ଆମେ ସମସ୍ତେ ଜାଣୁ ଯେ, ଓଜନ ହ୍ରାସ କରିବାରେ ରୋଷେଇ ଘର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଆମେ ଜାଣୁ କି ଆମ ରୋଷେଇ ଘରେ ସାଧାରଣତଃ ବ୍ୟବହୃତ ମସଲା ମଧ୍ୟ ଏହି କାର୍ଯ୍ୟରେ ସାହାଯ୍ୟ କରିଥାଏ। ହଁ, ଅନେକ ମସଲା ଅଛି ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ସେଗୁଡ଼ିକ ବିଷୟରେ ଜାଣନ୍ତୁ- ୧- ହଳଦୀ: ହଳଦୀରେ ଆଣ୍ଟିବାୟୋଟିକ୍ ଗୁଣ ରହିଛି, ଯେଉଁ କାରଣରୁ ଏହାକୁ କ୍ଷୀରରେ ପିଇବାର ଅନେକ ଲାଭ ହୋଇଥାଏ। ଏହା ସହିତ ଏହା ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ମଧ୍ୟ ଅଟେ। ଏହାର ବ୍ୟବହାର ହେତୁ ଶରୀରରେ ଉତ୍ତାପ ଆସେ, ଯେଉଁ କାରଣରୁ ହଜମ ପ୍ରକ୍ରିୟା ଭଲ କାମ କରେ, ମେଟାବୋଲିଜିମ୍ ବଢିଥାଏ। ୨- ଡାଲଚିନି: ସକାଳେ ପାଣିରେ ମିଶ୍ରିତ ଡାଲଚିନି ପିଇବା ଦ୍ୱାରା ମଧ୍ୟ ମେଟାବୋଲିକ୍ ହାର ବଢିଥାଏ, ତେଣୁ ଏହା ମଧ୍ୟ ଓଜନ ହ୍ରାସ କରିଥାଏ। କେବଳ ଏତିକି…
ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ବୃହତ୍ତମ ପବ୍ଲିକ ସେକ୍ଟର ବ୍ୟାଙ୍କ ଅର୍ଥାତ୍ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। ବର୍ତ୍ତମାନ ବ୍ୟାଙ୍କର କିଛି ସେବାର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ। ବ୍ୟାଙ୍କ ଏହାର ଅତ୍ୟାବଶ୍ୟକ ସେବା NEFT (ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର) ଏବଂ ଆରଟିଜିଏସ୍ (ରିଅଲ୍ ଟାଇମ୍ ଗ୍ରସ ସେଟଲେମେଣ୍ଟ) ଉପରେ ଦେୟ ବୃଦ୍ଧି କରିଛି। ବ୍ୟାଙ୍କର ଏହି ବୃଦ୍ଧି 20 ମଇ 2022 ରୁ କାର୍ଯ୍ୟକାରୀ ହୋଇଛି । ବ୍ୟାଙ୍କର ଏହି ନିଷ୍ପତ୍ତି ବ୍ୟାଙ୍କର ଗ୍ରାହକଙ୍କୁ ପ୍ରଭାବିତ କରିବ। ବର୍ତ୍ତମାନ ଅନଲାଇନ୍ ଟଙ୍କା ସ୍ଥାନାନ୍ତର ପାଇଁ ସେମାନଙ୍କୁ ସର୍ବାଧିକ ଫି ଦେବାକୁ ପଡିବ। ଯଦି ଆପଣ PNB ର ଏହି ଅନଲାଇନ୍ ଟଙ୍କା ସ୍ଥାନାନ୍ତର ସେବା ମଧ୍ୟ ବ୍ୟବହାର କରନ୍ତି, ତେବେ ଆମେ ଆପଣଙ୍କୁ କହିବୁ ବର୍ତ୍ତମାନ ଆପଣଙ୍କୁ କେତେ ଫି ଦେବାକୁ ପଡିବ? ତେବେ ଆସନ୍ତୁ ଜାଣିବା ଏହି…

