Author: Samikhsya Bureau

ଭୁବନେଶ୍ବର: ଆଜି ନିର୍ଦ୍ବନ୍ଦରେ ବିଜେଡିର ତିନିଜଣ ରାଜ୍ୟସଭା ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଆଜି ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧୀ ଥିଲା। ହେଲେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର ନ କରିବାରୁ ତାଙ୍କୁ ନିର୍ବାଚିତ ଘୋଷିତ କରାଗଲା। ସେମାନେ ହେଲେ ସୁଲତା ଦେଓ, ମାନସ ମଙ୍ଗରାଜ ଏବଂ ସସ୍ମିତ ପାତ୍ର। ଏହି ତିନିଜଣଙ୍କୁ ବିଧାନସଭା ରିଟର୍ଣିଂ ଅଫିସର ନିର୍ବାଚିତ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଅନ୍ୟତମ ପ୍ରାର୍ଥୀ ନିରଂଜନ ବିଶିଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅବଧୀ ୬ ଜୁନ ପର୍ଯ୍ୟନ୍ତ ରହିଛି। କାରଣ ଏହା ଉପନିର୍ବାଚନ ଥିବାରୁ ଏଥିପାଇଁ ଅଲଗା ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ଅନୁସାରେ ୨ ଜୁନ୍‌ରେ ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା। ସେହିପରି ଜୁନ ୩ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଥିଲା। ଏହି ଆସନ ପାଇଁ ଆସନ୍ତା ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିଲେ ମଧ୍ୟ ୬ ତାରିଖରେ ତାଙ୍କୁ ମଧ୍ୟ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ଆଜି ପଞ୍ଚାୟତ ସମିତିର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ଏବିଡ଼ିଓ ସୀମାଦ୍ରୀ ପାତ୍ର, ବ୍ଲକ ଉପାଧ୍ୟକ୍ଷା ରୀନା ଦେଇ, ୧୩, ୧୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା, ୧୧ ସରପଞ୍ଚ, ୧୦ ସମିତି ସଭ୍ୟ ଏବଂ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷା ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ କରିବା ପରେ ବିଡ଼ିଓ ଶ୍ରୀ ନାୟକ ସମସ୍ତ ନିର୍ବାଚିତ ଜନପ୍ରତିନିଧିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ବିଡ଼ିଓ ବୈଠକରେ ଉପସ୍ଥିତ ଥିବା ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟା ଓ ବିଭାଗୀୟ ଅଧିକାରୀଙ୍କ ପରିଚୟ ପ୍ରଦାନ କରି ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ। ଉକ୍ତ ଅଭିଭାଷଣରେ ବିଡ଼ିଓ ଶ୍ରୀ ନାୟକ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପ୍ରସ୍ତାବିତ ସାମ୍ଭାବ୍ୟ ବଜେଟ୍‌ର ବିସ୍ତୃତ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଥମିବାର ନାଁ ଧରୁନି। ଆଜି ଟାଉନ ଥାନା ପୋଲିସ ପୁଣି ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ସ୍ଵପ୍ନେଶ୍ଵର ସାହି ଜବରଦସ୍ତିପୁର ଗ୍ରାମରେ ଆଜି ବ୍ରାଉନ ସୁଗାର କାରବାର ଚାଲିଥିବାର ଏସପି ସିଦ୍ଧାର୍ଥ କଟାରିଆଙ୍କୁ କୌଣସି ଏକ ସୂତ୍ରରୁ ଖବର ମିଳିଥିଲା। ବିଳମ୍ବ ନକରି ଟାଉନ ଥାନା ପୋଲିସକୁ ଏସପି ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଏବଂ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଅତିରିକ୍ତ ଆଇଆଇସି ପ୍ରଜ୍ଞା ରିତମ୍ଭରା କରଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥଲା। ଚଢ଼ାଉ ସମୟରେ ପୋଲିସ ଉକ୍ତ ସ୍ଥାନରୁ ୧୦ ଗ୍ରାମ ବ୍ରାଉନ ସୁଗାର ଓ ନକଦ ୨୮ ହଜାର ୫୪୦ ଟଙ୍କା ଜବତ କରିବା ସହ ଅଭିଯୁକ୍ତ କୃଷ୍ଣ ଧଳ (୪୦)ଙ୍କୁ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ସ୍ଥାନୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଲାଭାର୍ଥିଙ୍କ ସହ ବାର୍ତ୍ତାଳାପ କରିବା ସହ ସଂପୃକ୍ତ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ସମୀକ୍ଷା କରିଥିଲେ। ସଭାରେ ଡ ବ୍ଲୁ ଓ ଡି ସି, ସି ଇ ଓ ଡ ଅଜିତ କୁମାର ମିଶ୍ର, ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି, ପି ଡି ଡି ଆର୍ ଡି ଏ ସୋମେଶ କୁମାର ଉପାଧ୍ୟାୟ, ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଉଦ୍ୟୋଗୀ ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ। ପ୍ରଥମେ ଜିଲ୍ଲାପାଳ ଡ ଗାଭାଲି ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଙ୍କ ସମେତ ଉପସ୍ଥିତ ହିତାଧିକାରୀ, ଉଦ୍ୟୋଗୀ,ବିଭାଗୀୟ ଅଧିକାରୀ ଙ୍କୁ ସ୍ଵାଗତ କରି ଉଦ୍ୟୋଗୀଙ୍କୁ ନିଜ ୟୁନିଟର ଉନ୍ନତି ନିମନ୍ତେ ସମସ୍ତ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରୁ ବିଶ୍ୱ ସାଇକେଲ ଦିବସ ଅବସରରେ ଦେଶବ୍ୟାପୀ କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସେଠାରେ କେନ୍ଦ୍ର ଆଇନ ଓ ନ୍ୟାୟମନ୍ତ୍ରୀ କିରନ୍ ରିଜିଜ୍ଜୁ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ବୈଦେଶିକ ବ୍ୟାପାର ଓ ସଂସ୍କୃତି ମନ୍ତ୍ରୀ ମିନାକ୍ଷୀ ଲେଖି, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଂସଦ ସଦସ୍ୟ ଡକ୍ଟର ହର୍ଷବର୍ଦ୍ଧନ, ସଂସଦ ସଦସ୍ୟ ମନୋଜ ତିୱାରୀ, ସଂସଦର ସଦସ୍ୟ ରାମେଶ ବିଧୁରୀ, ଯୁବବ୍ୟାପାର ବିଭାଗ ସଚିବ ସଞ୍ଜୟ କୁମାର,କ୍ରୀଡା ସଚିବ ସୁଜାତା ଚର୍ତୁର୍ବେଦୀ ଓ ମନ୍ତ୍ରଣାଳୟର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଦିଲ୍ଲୀର ଧ୍ୟାନ ଚାନ୍ଦ ଷ୍ଟାଡିୟମରୁ ଯାତ୍ରା ଆରମ୍ଭ କରିଥିବା ସାଇକେଲ ରାଲିର ନେତୃତ୍ୱ ଅନୁରାଗ ଠାକୁର ନେଇଥିଲେ। ସେଠାରେ ଉପସ୍ଥିତ ମନ୍ତ୍ରୀ ଓ ସାଂସଦଗଣ ତାଙ୍କ ସହ ଯୋଗଦେଇଥିଲେ। ଦିଲ୍ଲୀର ଏହି ୭.୫ କିଲୋମିଟର…

Read More

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବିଭିନ୍ନ ଖାଦ୍ୟ ଦୋକାନୀମାନେ ଅପମିଶ୍ରିତ ଏବଂ ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ଏ ନେଇ ସିଡ଼ିଏମଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଏହାକୁ ଗୁରୁତର ସହ ନେଇଛନ୍ତି ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ। ସିଡ଼ିଏମଓଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ସଂନ୍ଧ୍ୟାରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଡେଜିଗନେଟେଡ଼ ଅଧିକାରୀ ସତ୍ୟଜିତ ପଟେଲଙ୍କ ନେତୃତ୍ୱରେ ବାଣପୁର-ବାଲୁଗାଁ ଅଞ୍ଚଳର ୨୫ ଗୋଟି ହୋଟେଲ, ରେସ୍ତୁରା ଏବଂ ଫାଷ୍ଟ ଫୁଡ ଦୋକାନ ଗୁଡିକରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ପାଖାପାଖି ୪୦ କେଜି ବାସି ଖାଦ୍ୟ, ଖାଦ୍ୟ ରଙ୍ଗ ଏବଂ ନିମ୍ନମାନର ଖାଦ୍ୟ ଆଦିକୁ ନଷ୍ଟ କରାଯାଇଥିଲା। ତତସହିତ ୮ ହାଜର ୫୦୦ ଟଙ୍କାର ଜରିମାନା ମଧ୍ୟ ଆଦାୟ ହୋଇଥିବାର ଜଣାପଡିଛି। ସେହିପରି ଭାବେ ସମସ୍ତ ଦୋକାନୀମାନଙ୍କୁ ନିଜ ନିଜ ଦୋକାନରେ ସ୍ୱଛତା ବଜାୟ ରଖିବା ସହ…

Read More

ଭୁବନେଶ୍ଵର: ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା 3 ଏବଂ 4 ଜୁନ୍, 2022 ରେ ଟ୍ରେନଗୁଡିକର ସାମୟିକ ବାତିଲ ଓ ଆଂଶିକ ବାତିଲ ଟ୍ରେନ ଗୁଡିକର ସ୍ୱାଭାବିକ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ୍ ଗୁଡିକ ହେଲା … – 08263/08264 ଟିଟିଲାଗଡ଼-ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର ସ୍ପେଶାଲ। – 12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସୁପର ଫାଷ୍ଟ ଇଣ୍ଟର ସିଟି ଏକ୍ସପ୍ରେସ। – 18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ। ଏହା ବ୍ୟତୀତ, ଟ୍ରେନଗୁଡିକର ଉନ୍ନତ ଗତି ଏବଂ ଉଭୟ ଯାତ୍ରୀ ଏବଂ ଟ୍ରେନର ନିରାପତ୍ତା ପାଇଁ ସଂପୃକ୍ତ କେତେକ ରେଳ ସେକ୍ସନ ମଧ୍ୟରେ ଜରୁରୀ ଟ୍ରାକ୍ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଉଭୟ ପାର୍ଶ୍ୱରୁ 4 ଏବଂ 5 ଜୁନ୍, 2022 ରେ ନିମ୍ନଲିଖିତ ଟ୍ରେନ୍ଗୁଡ଼ିକୁ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି… A. 18301/18302 ସମ୍ବଲପୁର-ରାୟଗଡ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ। B.…

Read More

ଭୁବନେଶ୍ଵର: ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି। ପାଠ ସହ ଖେଳ ଆଦି କ୍ରିଏଟିଭ ଟ୍ୟାଲେଣ୍ଟର ବିକାଶ ପାଇଁ ସୁଯୋଗ ଆଣିଛି। ସେମାନଙ୍କ ବ୍ୟକ୍ତିତ୍ବକୁ ମଧ୍ୟ ବିକଶିତ କରି ବାରେ ବିଶେଷ ସହାୟକ ହୋଇଛି ବୋଲି ଛାତ୍ରଛାତ୍ରୀମାନେ ମତ ଦେଇଥିଲେ। ଆଜି ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରି ପିଲାମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ପିଲାଙ୍କ ଆନନ୍ଦ ଉତ୍ସାହ ଓ ମନୋଭାବରୁ ଏହା ସ୍ପଷ୍ଟ ଜଣାଯାଇଛି। ସମସ୍ତେ ସ୍କୁଲର ରୂପାନ୍ତରରେ ଖୁସି ହେବା ସହିତ ନିଜ ନିଜର ଭବିଷ୍ୟତକୁ ନେଇ ଅଧିକ ଆତ୍ମବିଶ୍ବାସର ସହ ନିଜର ଭାବନାକୁ ପ୍ରକାଶ କରିଛନ୍ତି। ଏହି ଅବସରରେ ଆଲୋଚନାରେ ଭାଗ ନେଇ ଢେଙ୍କାନାଳରୁ ତ୍ରିଶା ପ୍ରିୟଦର୍ଶିନୀ,ଗଞ୍ଜାମରୁ ଅର୍ପିତା ଚୌଧୁରୀ, କନ୍ଧମାଳରୁ ସୋନାଲି କହ୍ନର ନବରଂଗପୁରରୁ ଜୁଇସ ସୁନା ଓ…

Read More

ନୂଆଦିଲ୍ଲୀ: ପୁଣି ଥରେ, କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ଆଜି ଦେଶରେ ୪ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଗର୍ଭବତୀ ଥିବା ଶିଶୁ ଏବଂ ମହିଳାମାନେ ଅଧିକ ବିପଦରେ ଥାଆନ୍ତି। ଏହା ସହିତ, ଗର୍ଭାବସ୍ଥାରେ କରୋନା ସଂକ୍ରମଣ କେବଳ ମା ପାଇଁ ନୁହେଁ, ଜନ୍ମିତ ଶିଶୁ ପାଇଁ ମଧ୍ୟ ବିପଦ ହୋଇପାରେ। ଏପରି ପରିସ୍ଥିତିରେ ଆପଣଙ୍କୁ ନିଜ ପାଇଁ ବିଶେଷ ଯତ୍ନ ନେବାକୁ ପଡିବ। ଆସନ୍ତୁ ଆପଣଙ୍କୁ ଏଠାରେ କିଛି ଟିପ୍ସ କହିବା, ଯାହାକୁ ଆପଣ ଗ୍ରହଣ କରି ଆପଣ କରୋନା ସଂକ୍ରମଣରୁ ଦୂରରେ ରହିପାରିବେ। ୧- ଭଲ ଖାଆନ୍ତୁ ଏବଂ ପର୍ଯ୍ୟାପ୍ତ ଶୁଅନ୍ତୁ- ଗର୍ଭାବସ୍ଥାରେ ଭଲ ଖାଦ୍ୟ ଏବଂ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଅଧିକ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ବାହାରେ ଜଙ୍କ ଫୁଡ୍, ଅତ୍ୟଧିକ ତେଲ ମସାଲା, ତେଲିଆ ଖାଦ୍ୟ, ପ୍ୟାକେଜ୍ ଖାଦ୍ୟ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଖାଆନ୍ତୁ…

Read More

ନୂଆଦିଲ୍ଲୀ: ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥି ଜୁନ୍ ୧୪ ତାରିଖ ୨୦୨୨ରେ ବଟ ସାବିତ୍ରୀ ଉପବାସ ଅଟେ। ଏହି ଦିନ ବିବାହିତ ମହିଳାମାନେ ଷୋହଳ ଶ୍ରୂଙ୍ଗାର କରି ବର ଗଛକୁ ପୂଜା କରନ୍ତି। ଏମିତିକି ପ୍ରାଚୀନ କାଳରୁ ଆମ ଦେଶରେ ବୃକ୍ଷ ପୂଜା କରିବାର ପରମ୍ପରା ଚାଲିଛି। ବଟ ସାବିତ୍ରୀ ପୂର୍ଣ୍ଣିମା ଦିନ ବର ବୃକ୍ଷର ଉପାସନର ବିଶେଷ ମହତ୍ତ୍ୱ ରହିଛି। ଧାର୍ମିକ କାହାଣୀ ଅନୁଯାୟୀ, ସାବିତ୍ରୀ ତାଙ୍କ ସ୍ୱାମୀ ସତ୍ୟଭାନଙ୍କୁ ଫେରାଇ ଆଣିବା ପାଇଁ ଏକ ବର ଗଛ ତଳେ ବସିଥିଲେ। ଯାହା ପରେ ଯମରାଜ ପ୍ରସନ୍ନ ହୋଇ ପୁନର୍ବାର ସତ୍ୟବାନ୍ ଙ୍କୁ ଫେରେଇଦେଇଥିଲେ। ଧାର୍ମିକ ବିଶ୍ଵାସ ଅନୁଯାୟୀ, ବର ଗଛର ବଡ ମହୀମା କୁହାଯାଏ। ଏହି ଗଛଟି ତ୍ରିମୂର୍ତ୍ତିର ପ୍ରତୀକ। ଏହାର ଛେଲିରେ ବିଷ୍ଣୁ, ମୂଳରେ ବ୍ରହ୍ମା ଏବଂ ଶାଖାରେ ଶିବ ରହିଥାନ୍ତି। ଏହି ଗଛଟି ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ଷୟ ରହିଥାଏ, ତେଣୁ ଏହାକୁ ‘ଅକ୍ଷୟବଟ’ ମଧ୍ୟ…

Read More

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି। ଏହାର ପ୍ରାର୍ଥୀ  ଅଳକା ମହାନ୍ତି ପ୍ରାୟ ୬୬ ହଜାର ୧୨୨ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ସମସ୍ତ ୨୦ ରାଉଣ୍ଡରେ ଟ୍ରେଣ୍ଡ ରହିବା ପରେ କଂଗ୍ରେସକୁ ପଛରେ ପକାଇ ବିଜେଡି ବିଜୟୀ ହୋଇଛି। ଗଣତି ଅନୁସାରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଶେଷ ସୁଦ୍ଧା ୮୮,୮୭୦ ଭୋଟ ପାଇଥିବା ବେଳେ କଂଗ୍ରେସ ୨୫,୮୨୭ ଖଣ୍ଡ ଭୋଟ ହାସଲ କରିଛି। ସେହିପରି ବିଜେପି ୨୧,୪୬୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଛି।

Read More

ଭୁବନେଶ୍ବର: ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ସୁପ୍ରିମ କୋର୍ଟ ରାୟ ଆସିଛି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ପ୍ରକଳ୍ପ ଉପରେ ରହିତା ଦେଶ ଦିଆଯାଇପାରିବ ନାହିଁ। ମାମଲାକୁ ରଦ୍ଦ କରିଛନ୍ତି। ଭକ୍ତଙ୍କ ସ୍ବାର୍ଥ ଆଗରେ ପ୍ରକଳ୍ପ କାମ ବନ୍ଦ ହେବ ନାହିଁ। ଯେଉଁମାନେ ଏହାକୁ ବିରୋଧ କରି ଆବେଦନ କରିଥିଲେ ସେମାନେ ନିଜ ସ୍ବାର୍ଥ ପାଇଁ କରିଥିଲେ। ଏପରି ମାମଲା କରି କୋର୍ଟର ଅଯଥା ସମୟ ନଷ୍ଟ କରୁଛନ୍ତି ବୋଲି କୋର୍ଟ କହିଛନ୍ତି। ଏପରିକି ଦୁଇ ଆବେଦନକାରୀଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରିଛନ୍ତି। ଏହି ରାୟ ଆସିବା ପରେ ସାରା ଓଡିଶାରେ ବିଭିନ୍ନ ମହଲରେ ଖୁସି ପ୍ରକଟ କରାଯାଇଛି। ଏହିପରି ଏକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, “ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ। ଜୟ ଜଗନ୍ନାଥ” । ନବୀନଙ୍କ…

Read More

ଭୁବନେଶ୍ଵର: ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ସରିଥିବା ବେଳେ ଆଜି ଭୋଟ ଗଣତି ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଉପ-ନିର୍ବାଚନର ଭୋଟ ଗଣତି ୧୬ ରାଉଣ୍ଡ ପର୍ଯ୍ୟନ୍ତ ଶେଷ ହୋଇଛି। ୧୬ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ବହୁତ ଆଗରେ ଥିବା ବେଳେ କଂଗ୍ରେସ ଦ୍ଵିତୀୟ ଓ ବିଜେପି ତୃତୀୟ ସ୍ଥାନରେ ଅଛି। ବିଜେଡ଼ି ପ୍ରାର୍ଥୀ ଅଳକା ମହାନ୍ତି ୭୫ ହଜାର ୩୧୭ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ୨୧ ହଜାର ୨୨୧ ଭୋଟ ପାଇଛନ୍ତି। ସେହିଭଳି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୧୮ ହଜାର ୮୯୭ ଭୋଟ ପାଇଛନ୍ତି। ତେଣୁ ୧୬ ତମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ଅଳକା ମହାନ୍ତି ତାଙ୍କର ନିକଟତମ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ଠାରୁ ୫୪ ହଜାର ୯୬ ଭୋଟରେ ଆଗୁଆ ଅଛନ୍ତି।

Read More

ନୂଆଦିଲ୍ଲୀ: ଶେଷରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଜୁଲାଇ 1, 2022 ଠାରୁ ସେମାନଙ୍କର ମହଙ୍ଗାଭତ୍ତାରେ କେତେ ବୃଦ୍ଧି କରାଯିବ, ତାହା ଜଣା ପଡିଛି। ମୁଦ୍ରାସ୍ଫୀତି ଆକଳନ ପହଞ୍ଚିଛି। ବଡ କଥା ହେଉଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ତଥ୍ୟରୁ ଏହା ଜଣାପଡିଛି ଯେ, କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ 3 କିମ୍ବା 4 ପ୍ରତିଶତ ବୃଦ୍ଧି ପାଇବ। କିନ୍ତୁ, ବର୍ତ୍ତମାନ ଦ୍ରୁତ ଗତିଶୀଳ ସୂଚକାଙ୍କ ସୂଚାଇ ଦେଇଛି ଯେ, ଏଥିରେ 5 ପ୍ରତିଶତ ଲମ୍ଫ ମଧ୍ୟ ହୋଇପାରେ। ଏଥିପାଇଁ ମେ 2022 ପାଇଁ ମୁଦ୍ରାସ୍ଫୀତି ଆକଳନ ଦେଖିବାକୁ ପଡିବ। ଅବଶ୍ୟ, ଏପ୍ରିଲ୍ 2022 ପାଇଁ AICPI ସୂଚକାଙ୍କ ସଂଖ୍ୟାରୁ ଏହା ସ୍ପଷ୍ଟ ହୋଇଛି ଯେ, ମହଙ୍ଗା ଭତ୍ତା ଅତି କମରେ 4 ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି। AICPI ସୂଚକାଙ୍କ କେତେ?: ଏପ୍ରିଲ୍ 2022 ପାଇଁ AICPI ସୂଚକାଙ୍କ ସଂଖ୍ୟାରେ ଏକ ବଡ଼ ବୃଦ୍ଧି ଆସିଛି। ଏଥିରେ…

Read More

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଆଜି ସୁପ୍ରିମ କୋର୍ଟ ରାୟ ଆସିବା ପରେ ସମସ୍ତେ ଅଶ୍ବସ୍ଥି ହୋଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ପ୍ରକଳ୍ପ ଉପରେ ରହିତାଦେଶ ଦିଆଯାଇପାରିବ ନାହିଁ। ଭକ୍ତଙ୍କ ସ୍ବାର୍ଥ ଆଗରେ ପ୍ରକଳ୍ପ କାମ ବନ୍ଦ ହେବ ନାହିଁ। ଯେଉଁମାନେ ଏହାକୁ ବିରୋଧ କରି ଆବେଦନ କରିଥିଲେ ସେମାନେ ନିଜ ସ୍ବାର୍ଥ ପାଇଁ କରିଥିଲେ। ଏପରି ମାମଲା କରି କୋର୍ଟର ଅଯଥା ସମୟ ନଷ୍ଟ କରୁଛନ୍ତି ବୋଲି କୋର୍ଟ କହିଛନ୍ତି। ଏହି ରାୟ ଆସିବା ପରେ ସାଂସଦ ତଥା ବରିଷ୍ଠ ଓକିଲ ପିନାକୀ ମିଶ୍ର ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେଉଁ ଦୁଇଜଣ ଏହି ଆବେଦନ କରିଥିଲେ ସେମାନେ ଦେଶର ଦୁଇଜଣ ନାମୀ ଓକିଲଙ୍କୁ ଛିଡା କରିଥିଲେ। ସେମାନେ ମାମଲା ଲଢେଇ ପାଇଁ ଯେତିକି ଫି ନିଅନ୍ତି ତାହା ସାଧାରଣ ଲୋକେ ଦେବା ସମ୍ଭବ ନୁହେଁ। ତେଣୁ ଯେଉଁ ଦୁଇ ଆବେଦନକାରୀ ଏହି ଓକିଲଙ୍କୁ ଛିଡା…

Read More

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କୋଭିଡ ପଜିଟିଭ ହେବାର ପରଦିନ ତାଙ୍କ ଝିଅ ତଥା ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କୋଭିଡ ପଜିଟିଭ ବୋଲି ସୂଚନା ଦେଇଛନ୍ତି। ସେ ଏହି ସୂଚନା ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ଟ୍ୱିଟରରେ ସେୟାର କରିଛନ୍ତି। ଟୁଇଟ୍ କରିବାବେଳେ, ସାମାନ୍ୟ ଲକ୍ଷଣ ସହିତ ମୋର କୋଭିଡ ରିପୋର୍ଟ ପଜିଟିଭ୍ ଆସିଛି। ସମସ୍ତ ପ୍ରୋଟୋକଲଗୁଡିକ ଅନୁସରଣ କରି, ମୁଁ ନିଜକୁ ଆଇସୋଲେସନରେ ରଖିଛି। ଯେଉଁମାନେ ମୋ ସହିତ ଯୋଗାଯୋଗରେ ଆସିଛନ୍ତି, ମୁଁ ସେମାନଙ୍କୁ ଅନୁରୋଧ କରିବି ଯେ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ। ପ୍ରକାଶ ଯୋଗ୍ୟ ଯେ, ସୋନିଆ ଗାନ୍ଧୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ ସୋନିଆ ଗାନ୍ଧୀଙ୍କୁ ସାମାନ୍ୟ ଜ୍ୱର ହେବା ଏବଂ କୋଭିଡର ଲକ୍ଷଣ ଦେଖାଇବା ପରେ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ସେ କରୋନାଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର…

Read More

ନୂଆଦିଲ୍ଲୀ: ବହୁ ବାଦବିବାଦ ପରେ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରାୟ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି। ଭକ୍ତଙ୍କ ସ୍ବାର୍ଥଦୃଷ୍ଟିରୁ ଏହି ଆବେଦନକୁ ସୁପ୍ରିମକୋର୍ଟ ରଦ୍ଧ କରିଦେଇଛନ୍ତି। ସେ ରାୟରେ କହିଛନ୍ତି ଯେ, ଆବେଦନକାରୀ ଦ୍ବୟ ଏପରି ଅଯଥା ଆବେଦନ କରି କୋର୍ଟର ସମୟ ଅଯଥା ବରବାଦ କରୁଛନ୍ତି। ସେଥିପାଇଁ ଦୁଇ ଆବେଦନକାରୀଙ୍କୁ ଏକ ଲକ୍ଷଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଶ୍ରୀମନ୍ଦିର ପ୍ରକଳ୍ପକୁ ବିରୋଧକରି ଦୁଇଜଣ କୋର୍ଟରେ ଆବେଦନ କରିଥିଲେ। ଏଥିରେ ଦର୍ଶାଇଥିଲେ ଯେ, ଏହି ପ୍ରକଳ୍ପ କାର୍ଯ୍ୟ ଯୋଗୁଁ ଶ୍ରୀମନ୍ଦିର ପ୍ରତି ବିପଦ ରହିଛି। ସେଥିପାଇଁ କୋର୍ଟ ଏହି ପ୍ରକଳ୍ପକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ଗତକାଲି କୋର୍ଟ ଉଭୟ ପକ୍ଷ ଶୁଣିବା ପରେ ଆଜି ଏହି ରାୟ ପ୍ରକାଶ କରିଛନ୍ତି।

Read More

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମ୍ପାବତ ବିଧାନସଭା ଆସନର ଉପ-ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚମ୍ପାବତ ବିଧାନସଭା ଆସନରୁ ଜିତିଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗହତୋଡିଙ୍କ ସହିତ ଏସପି ପ୍ରାର୍ଥୀ ମନୋଜ କୁମାର ଏବଂ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଗରକୋଟିଙ୍କୁ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭୋଟ୍ ଗଣନାରେ ପ୍ରଥମ ରାଉଣ୍ଡରେ ମୁଖ୍ୟମନ୍ତ୍ରୀ ପୁଷ୍କର ଆଗୁଆ ରହିଥିଲେ। ବିଜେପି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ୫୪ ହଜାର ୧୨୧ ଭୋଟ ବ୍ୟବଧାନରେ ଜିତିଛନ୍ତି। ବିଜେପି ପ୍ରାର୍ଥୀ ପୁଷ୍କର ଧାମି ୫୭ ହଜାର ୨୬୮ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗହତୋଡିଙ୍କୁ ୩ ହଜାର ୧୪୭ ଭୋଟ୍, ଏସପି ପ୍ରାର୍ଥୀ ମନୋଜ କୁମାରଙ୍କୁ ୪୦୯, ସ୍ଵାଧୀନ ପ୍ରାର୍ଥୀ ହିମାଂଶୁ ଗରକୋଟିଙ୍କୁ ୩୯୯ ଏବଂ ନୋତାରେ ୩୭୨ ଭୋଟ ପଡିଥିଲା।

Read More

ଭୁବନେଶ୍ବର: ଆଜି ସକାଳୁ ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି ଚାଲିଛି। ବର୍ତ୍ତମାନ ଚାରି ରାଉଣ୍ଡ ସୁଦ୍ଧା ବିଜେଡି ଯଥେଷ୍ଠ ଭୋଟରେ ଆଗୁଆ ରହିଥିବାର ଜଣାପଡିଛି। ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ସୂଚନା ଅନୁସାରେ ବିଭିନ୍ନ ଦଳର ସ୍ଥିତି ହେଲା… ବିଜେଡି – ୨୦୭୮୦ ବିଜେପି – ୫୨୧୨ କଂଗ୍ରେସ – ୩୫୬୦ ବିଜେଡି ୧୫୬୦୮ ଭୋଟରେ ଆଗୁଆ

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ହଜାର ୪୧ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪ କୋଟି ୩୧ ଲକ୍ଷ ୬୮ ହଜାର ୫୮୫ କୁ ବୃଦ୍ଧି ପାଇଛି। ଏହି ସମୟରେ ୨୧ ହଜାର ୧୭୭ ରେ ପହଞ୍ଚିଛି ସକ୍ରିୟ ମାମଲା ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ, ୨ ହଜାର ୩୬୩ ଜଣ ଲୋକ କରୋନାରୁ ଆରୋଗ୍ୟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୪ କୋଟି ୨୬ ଲକ୍ଷ ୨୨ ହଜାର ୭୫୭ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଯୋଗୁଁ ୫ ଲକ୍ଷ ୨୪ ହଜାର ୬୫୧ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ, କରୋନାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଛି।

Read More

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ଘରେ ତୁଳସୀ ଗଛ ଦେଖିବାକୁ ମିଳେ। ପରିବାରରେ ସୁଖ ଏବଂ ସମୃଦ୍ଧତା ଆଣିବା ପାଇଁ ତୁଲସୀଙ୍କୁ ପୂଜା କରାଯାଏ। ସେହିପରି ତୁଲସୀ ମାଳା ପିନ୍ଧିବା ଭଲ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଯଦି ଭଗବାନ ବିଷ୍ଣୁ ଏବଂ କୃଷ୍ଣଙ୍କ ଭକ୍ତମାନେ ତୁଳସୀ ମାଳ ପିନ୍ଧନ୍ତି, ତେବେ ସେମାନେ ବହୁତ ଲାଭ ପାଆନ୍ତି। ତୁଳସୀ ମାଳ ପିନ୍ଧିବାର ଲାଭ: ବେକରେ ତୁଳସୀ ମାଳ ପିନ୍ଧିବା ଦ୍ୱାରା ଜୀବଶକ୍ତି ବୃଦ୍ଧି ପାଇଥାଏ, ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ। ଏହାକୁ ବେକରେ ପିନ୍ଧିବା ଦ୍ୱାରା ଶରୀରକୁ ସଫା, ରୋଗମୁକ୍ତ ଏବଂ ସ୍ବାତିକ ହୋଇଥାଏ। ତୁଳସୀ ମାଳ ସହିତ ଭଗବାନଙ୍କ ନାମ ଜପ କରିବା ଏବଂ ଏହାକୁ ବେକରେ ପିନ୍ଧିବା ଆବଶ୍ୟକୀୟ ଆକ୍ୟୁପ୍ରେସର ପଏଣ୍ଟ ଉପରେ ଚାପ ପକାଇଥାଏ, ଯାହା ମାନସିକ ଉତ୍ତେଜନାକୁ ଉପକାର କରିଥାଏ, ସଂକ୍ରାମକ ରୋଗରୁ ରକ୍ଷା କରିଥାଏ। ଶରୀର-ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ଦୀର୍ଘାୟୁ କରିବାରେ ସାହାଯ୍ୟ…

Read More