Author: Samikhsya Bureau

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। ଦୁଇଟି ନୂତନ ସ୍ୱଦେଶୀ ଯୁଦ୍ଧ ଜାହାଜ INS ‘ସୁରଥ’ ଏବଂ INS ଉଦୟଗିରି ନୌସେନାରେ ଯୋଗ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଦିନ ମୁମ୍ବାଇର ମଝଗାଁ ଡକରେ ଦୁଇଟି ସ୍ୱଦେଶୀ ନିର୍ମିତ ଯୁଦ୍ଧ ଜାହାଜ ‘ସୁରଥ’ ଏବଂ ‘ଉଦୟଗିରି’ ଲଞ୍ଚ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ନୌସେନାରେ ଉଭୟ ଯୁଦ୍ଧ ଜାହାଜ ଆସିବା ପରେ ସେନାର ଅସ୍ତ୍ରଶସ୍ତ୍ରର ଶକ୍ତି ଆହୁରି ବୃଦ୍ଧି ପାଇଛି। ରାଜନାଥ ସିଂ କହିଛନ୍ତି ଯେ, ଏହି ଦୁଇଟି ଯୁଦ୍ଧ ଜାହାଜ ବିଶ୍ୱ ସାମ୍ନାରେ ଭାରତର ରଣନୈତିକ ଶକ୍ତି ତଥା ଆତ୍ମନିର୍ଭରଶୀଳତାର ପ୍ରତିନିଧିତ୍ୱ କରିବ। ଏଥି ସହିତ ମଝଗାଁ ଡକ୍ ସିପବିଲଡର୍ସ ଲିମିଟେଡ୍ କହିଛି ଯେ, ଏହା ହେଉଛି ପ୍ରଥମ ଥର ପାଇଁ ଦୁଇଟି ସ୍ୱଦେଶୀ ନିର୍ମିତ ଯୁଦ୍ଧ ଜାହାଜ, ଯାହାକୁ ଏକାସାଙ୍ଗରେ ଲଞ୍ଚ କରାଯାଇଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥରେ ଲୁଟେରାମାନଙ୍କ ପ୍ରାଦୁର୍ଭାବ ବଢିଚାଲିଛି। ଆଜି ମଧ୍ୟ ଟାଙ୍ଗୀ-ଚାନ୍ଦପୁର ବାଇପାସ୍ ରେ ଲୁଟ୍ ଘଟଣା ସାମ୍ନାକୁ ଆସିଛି। ଏଥିରେ କିନ୍ତୁ ଲୁଟେରାମାନେ ସଫଳ ହୋଇପାରିନାହାନ୍ତି। ଜଣେ କାଜୁ ବ୍ୟବସାୟୀଙ୍କ ଠାରୁ ଲୁଟ୍ କରି ୩ ଜଣ ଲୁଟେରା ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ପ୍ରୟାସ ଯୋଗୁଁ ଜଣେ ଲୁଟେରା ଧରାପଡିଛି। ସୂଚନା ଅନୁଯାୟୀ, ଆଜି ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସ୍ ରେ ପିକ୍ ଅପ୍ ଭ୍ୟାନ ନେଇ ଯାଉଥିବା ଚାଳକଙ୍କୁ ପଲସର ବାଇକ୍ ରେ ଆସି ୩ ଜଣ ଲୁଟେରା ଅଟକାଇଥିଲେ। ଗାଡିଟି ଅଟକିବା ପରେ ସେହି ଗାଡିରେ ଥିବା କାଜୁ ବେପାରୀଙ୍କୁ ଲୁଟେରାମାନେ ଛୁରା ମାଡ କରିଥିଲେ। ଫଳରେ କାଜୁ ବେପାରୀଜଣଙ୍କ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କଠାରୁ ୫୦ ହଜାର ଟଙ୍କା ସହ ଫୋନ ଲୁଟି ନେଇ ଫେରାର ହେବାକୁ ଚେଷ୍ଟା କରୁଥିବା…

Read More

ମୁମ୍ବାଇ: ଆଇପିଏଲର ଶ୍ରେଷ୍ଠ ଦଳ ମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସ ଅନ୍ୟତମ। ଏହି ଦଳ ୫ ଥର ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଟାଇଟଲ୍ ଜିତିଛି। କିନ୍ତୁ ଆଇପିଏଲ୍ ୨୦୨୨ ରେ ମୁମ୍ବାଇ ଏକ ଫ୍ଲପ୍ ଦଳ ବୋଲି ପ୍ରମାଣିତ କରିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ପଏଣ୍ଟ ଟେବୁଲର ତଳେ ରହିଛି। ମୁମ୍ବାଇ ଏପର୍ଯ୍ୟନ୍ତ ୧୩ ଟି ମ୍ୟାଚ୍ ଖେଳିଛି ଏବଂ ଏହି ସମୟ ମଧ୍ୟରେ ମୁମ୍ବାଇ ୧୦ ଟି ମ୍ୟାଚ୍ ରେ ହାରିଥିବାବେଳେ ମାତ୍ର ୩ ଟି ମ୍ୟାଚ୍ ଜିତିପାରିଛି। ଏହି ସଂସ୍କରଣରେ ମୁମ୍ବାଇ ଏକ ଫ୍ଲପ୍ ହୋଇଛି, ଏହା ପଛରେ ୩ ଟି ବଡ଼ କାରଣ ଅଛି। ମୁମ୍ବାଇର ବଡ ଖେଳାଳିମାନେ ଆଇପିଏଲ୍ ୨୦୨୨ ରେ ବିଶେଷ କିଛି କରିପାରି ନାହାନ୍ତି। ରୋହିତଙ୍କ ସମେତ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଦଳକୁ ଏକ ବଡ଼ ସ୍କୋରକୁ ନେଇପାରି ନାହାନ୍ତି କିମ୍ବା ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାରେ ବିଫଳ…

Read More

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ। ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ। ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡକୁ, ମାଙ୍କ ଆସ୍ଥାନକୁ। ଗଞ୍ଜାମର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ପୀଠର ଆଜି ହୋଇଛି କାୟାକଳ୍ପ। କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନୋରମ ମନ୍ଦିରର ଆଜି ହୋଇଛି ପ୍ରତିଷ୍ଠା ଉତ୍ସବ। ପବିତ୍ର ମନ୍ତ୍ରଧ୍ବନୀର ଉଚ୍ଚାରଣ ତଥା ମଙ୍ଗଳ ବାଦ୍ୟର ନିନାଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଗତ ୫ ଦିନ ଧରି ଚାଲିଥିବା ପ୍ରତିଷ୍ଠା ଉତ୍ସବର ଆଜି ସଂପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ଭାବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ‌ଏହି ଅବସରରେ ଆଜିର ଦିନଟିକୁ ଏକ ପବିତ୍ର ଦିନ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସାରା ଓଡିଶା, ବିଶେଷକରି ଗଞ୍ଜାମବାସୀଙ୍କର ମଙ୍ଗଳ କାମନା କରି ମାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ମାଙ୍କର ଦର୍ଶନ କରି…

Read More

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି କଂଗ୍ରେସର ହାଇ କମାଣ୍ଡଙ୍କ ଉପରେ ଅସନ୍ତୋଷ ଥିବା ଗୁଜରାଟ ରାଜ୍ୟ ସଭାପତି ହାର୍ଦ୍ଦିକ ପଟେଲ ଇସ୍ତଫା ଦେଇଛନ୍ତି। ଟ୍ୱିଟ୍ କରି ହାର୍ଦ୍ଦିକ ପଟେଲ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ମୁଁ କଂଗ୍ରେସ ଦଳର ପଦବୀ ଏବଂ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଛି। ମୁଁ ନିଶ୍ଚିତ ଯେ ମୋର ନିଷ୍ପତ୍ତିକୁ ମୋର ସମସ୍ତ ସହକର୍ମୀ ଏବଂ ଗୁଜୁରାଟର ଲୋକମାନେ ସ୍ୱାଗତ କରିବେ। ମୋର ବିଶ୍ୱାସ ଯେ ମୋର ଏହି ପଦକ୍ଷେପ ପରେ ମୁଁ ଭବିଷ୍ୟତରେ ଗୁଜୁରାଟ ପାଇଁ ସକାରାତ୍ମକ କାର୍ଯ୍ୟ କରିବାକୁ ସମର୍ଥ ହେବି। ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜୁରାଟରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏଭଳି ପରିସ୍ଥିତିରେ ହାର୍ଦ୍ଦିକଙ୍କ ଇସ୍ତଫା କଂଗ୍ରେସ ପାଇଁ ଏକ ଖରାପ ଖବର। ଗୁଜୁରାଟ କଂଗ୍ରେସରେ ଚାଲିଥିବା ବିବାଦ ଥମିବାରେ ନାମ ନେଉନାହିଁ। ହାର୍ଦ୍ଦିକ ପଟେଲଙ୍କ ନିକଟରେ ଦେଇଥିବା ବିବୃତ୍ତିରେ ସେ ଦଳ ଉପରେ ଅସନ୍ତୁଷ୍ଟ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡିରେ ଆଇପିଏଲ ସଟ୍ଟା ମୁହାଁ ହୋଇଛନ୍ତି ଯୁବଗୋଷ୍ଠୀ। ବିନା ପରିଶ୍ରମରେ ଟଙ୍କା ଉପାର୍ଜନର ଲୋଭ ଦେଖାଇ ସଟ୍ଟା ବ୍ୟବସାୟୀ କରୁଛନ୍ତି ବ୍ୟବସାୟ। ମୁଖ୍ୟ ଟାର୍ଗେଟରେ ଅଛନ୍ତି ଗ୍ରାମାଞ୍ଚଳର ବେକାର ଯୁବଗୋଷ୍ଠୀ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହର ଏବେ ଆଇପିଏଲ ସଟ୍ଟା ଖେଳର ହବ ପାଲଟିଛି। ଧର୍ମଗଡ଼ ସହର ସମେତ ଏହାର ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଏହା ପରିଚାଳିତ ହେଉଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆ ଜରିଆରେ ଖେଳ ହେଉଥିବା ପୋଲିସ ତଦନ୍ତରୁ ଜଣାପଡିଛି। ଧର୍ମଗଡ଼ ଏସଡ଼ିପିଓ ଧିରଜ ଚୋପଦାରଙ୍କ ନେତୃତ୍ତ୍ବରେ ଏକ ପୋଲିସ ଟିମ ଆଇପିଏଲ ସଟା ବ୍ୟବସାୟୀଙ୍କ ଉପରେ ଅତର୍କିତ ଚଢ଼ାଉ କରିଛନ୍ତି। ଏହି ଘଟଣାରେ ଧର୍ମଗଡ଼ର କେନ୍ଦୁମୁଣ୍ଡି ପଡାର ରଶ୍ମି ରଞ୍ଜନ ଚୌଧୁରୀକୁ ଗିରଫ କରିବା ସହ ୭ଟି ମୋବାଇଲ ଫୋନ, ଗୋଟିଏ ଲାପଟପ, ୪ଟି ପାସବୁକ ସହ ୪ଟି ଏଟିଏମ କାର୍ଡ, ୭୦ ହଜାର ଟଙ୍କା, ଗୋଟିଏ ନୋଟ କାଉଣ୍ଟିଙ୍ଗ ମେସିନ…

Read More

ଭୁବନେଶ୍ବର: ଓଡିଶାର ପ୍ରସିଦ୍ଧ ଶକ୍ତିପିଠ ମା ତାରା ତାରିଣୀର ନବୀକରଣ ପ୍ରତିଷ୍ଠା ଉତ୍ସବର ଆୟୋଜନ ହେଉଛି। ଏହି ଉତ୍ସବର ଆଜି ହେଉଛି ପୂର୍ଣ୍ଣାହୂତି ପର୍ବ। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମା ତାରାତାରିଣୀ ମନ୍ଦିର ପରିଦର୍ଶନରେ ଯାଉଛନ୍ତି। ସେ ସେଠାରେ ଏହି ବିକାଶ କାର୍ଯ୍ୟର ତଦାରଖ କରିବା ସହିତ ପୂର୍ଣ୍ଣାହୂତିରେ ଯୋଗ ଦେବେ। ଏହି ମନ୍ଦିରର ନବୀକରଣ ନେଇ ରାଜ୍ୟ ସରକାରଙ୍କ ତରଫରୁ ବେଶ ବଡ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ମଧ୍ୟ ବେଶ୍ ଗୁରୁତର ସହ ସରକାର ନେଇଛନ୍ତି। ସେଥିପାଇଁ ଗୋଟିଏ ଦିନ ପୂର୍ବରୁ ମୁଖ୍ୟ ଶାସନ ସଚିବ ଏବଂ 5ଟି ସଚିବ ଗଂଜାମ ଗସ୍ତ କରିଛନ୍ତି। ଏହି ଟିମ ମନ୍ଦିରର ବିଭିନ୍ନ କାର୍ଯ୍ୟ ଦେଖିବା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ମା ତାରାତାରିଣୀ ଦର୍ଶନ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ ମହାନ ଅର୍ଥନୀତିଜ୍ଞ ତଥା ମହାନ ଶିକ୍ଷାବିତ୍ ଭାବରେ ବିବେଚନା କରାଯାଏ। ଚାଣକ୍ୟ ନୀତି ଶାସ୍ତ୍ରୀରେ ଟଙ୍କା ଏବଂ ସଫଳତା ସହ ଜଡିତ ଅନେକ ନୀତି ଉଲ୍ଲେଖ କରଛନ୍ତି, ଯାହାକୁ ଲୋକମାନେ ଅନୁସରଣ କରନ୍ତି। କୁହାଯାଏ ଯେ ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର କିନ୍ତୁ ତାଙ୍କୁ ସଫଳ ହେବାକୁ କେହି ଅଟକାଇ ପାରିବେ ନାହିଁ। ଟଙ୍କା ଏବଂ ସଫଳତା ସହିତ ଜଡିତ ଚାଣକ୍ୟ ନୀତି ଜାଣନ୍ତୁ ଏହି ପାଞ୍ଚୋଟି ନୀତି ୧- ଆହ୍ବାନ ପାଇଁ ପ୍ରସ୍ତୁତ ରୁହନ୍ତୁ- ଚାଣକ୍ୟ ନୀତି ଅନୁଯାୟୀ, ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହାଁନ୍ତି, ତେବେ ଆପଣଙ୍କର ଲକ୍ଷ୍ୟ ସ୍ଥିର କରନ୍ତୁ। ଏହା ଦ୍ବାରା ଆପଣ ଜାଣିପାରିବେ କେଉଁ ଦିଗରେ ଶକ୍ତି ଖର୍ଚ୍ଚ କରିବାକୁ ପଡିବ। ଏହା ସମୟ ନଷ୍ଟ କରେ ନାହିଁ। ସଫଳତା ଏବଂ ଧନ ପାଇବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଲକ୍ଷ୍ୟ ହାସଲ କରିବା ରାସ୍ତାରେ ଥିବା…

Read More

ଭୁବନେଶ୍ବର: ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନରେ ବସିବ। ଏଥିରେ ମୁଖ୍ୟମନ୍ତ୍ରୀ ଭଚ୍ୟୁୟାଲ ମାଧ୍ୟମରେ ଯୋଗଦେବେ। ଏହି ବୈଠକରେ ୨୦ଟି ପ୍ରସ୍ତାବ କ୍ୟାବିନେଟ୍‌ର ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ। ତେବେ ଆସନ୍ତା ମଇ 29 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ ହେବ। ସେଥିପାଇଁ ଏହି କ୍ୟାବିନେଟରେ କୌଣସି ଏକ ବଡ ନିଷ୍ପତି ଗ୍ରହଣ କରାଯିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି।

Read More

ନୂଆଦିଲ୍ଲୀ: କାନସ୍ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ନେତୃତ୍ବରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ସଦସ୍ୟ ବିଶିଷ୍ଟ ଭାରତୀୟ ପ୍ରତିନିଧି ଦଳ ରେଡ୍ କାର୍ପେଟ୍‌ରେ ଚାଲିବା ସହ ଭାରତ ଇତିହାସ ରଚିଛି । ପ୍ରଥମ ଥର ପାଇଁ ଭାରତ ଏହି ମହୋତ୍ସବରେ ସମ୍ମାନିତ ସଦସ୍ୟ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରୁଛି । କେନ୍ଦ୍ର ମନ୍ତ୍ରୀଙ୍କ ସହିତ ୧୧ ଜଣ ଭାରତୀୟ ଚଳଚ୍ଚିତ୍ର ଜଗତର ତାରକା ଏଥିରେ ସାମିଲ ହୋଇଥିଲେ । ତେବେ ଭାରତୀୟ ଲୋକ କଳାକାର ମେମେ ଖାନ ପ୍ରଥମ ଭାରତୀୟ ଲୋକ କଳାକାର ଭାବେ ଭାରତୀୟ ପ୍ରତିନିଧି ଦଳରେ ସାମିଲ ହୋଇ ରେଡ୍ କାର୍ପେଟରେ ଚାଲିବାର ସୁଯୋଗ ପାଇଥିଲେ। ଭାରତୀୟ ଲୋକ କଳା ଜଗତ ପାଇଁ ଏହା ଥିଲା ଏକ ଐତିହାସିକ ମୁହୂର୍ତ୍ତ । କାନ୍ସ ରେଡ୍ କାର୍ପେଟରେ ଭାରତୀୟ ଚଳଚ୍ଚିତ୍ର ଜଗତର ବିବିଧତା ଏବଂ ଅଭିନବ ସ୍ବରୂପ ଦେଖିବାକୁ…

Read More

ନୂଆଦିଲ୍ଲୀ: ଚଳିତ ବର୍ଷ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ‘ସମ୍ମାନିତ ରାଷ୍ଟ୍ର’ ଭାବେ ଭାରତର ଅଂଶଗ୍ରହଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତା ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ଅଂଶଗ୍ରହଣ ଏପରି ଏକ ସ୍ମରଣୀୟ ମୁହୂର୍ତ୍ତରେ ହେଉଛି ଯେତେବେଳେ ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରୁଛି, କାନ୍ସ ଚଳଚ୍ଚିତ୍ର ମହୋତ୍ସବର ୭୫ ବର୍ଷ ପୂର୍ତ୍ତି ପାଳନ କରାଯାଉଛି ଏବଂ ଭାରତ-ଫ୍ରାନ୍ସ କୂଟନୈତିକ ସମ୍ପର୍କକ ମଧ୍ୟ ୭୫ ବର୍ଷରେ ପଦାର୍ପଣ କରିଛି। ଭାରତକୁ ବିଶ୍ବର ସର୍ବବୃହତ ଚଳଚ୍ଚିତ୍ର ପ୍ରଯୋଜନାକାରୀ ରାଷ୍ଟ୍ର ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମ ଚଳଚ୍ଚିତ୍ର କ୍ଷେତ୍ରର ବହୁବିବିଧତା ଉଲ୍ଲେଖନୀୟ ଏବଂ ସମୃଦ୍ଧ ଐତିହ୍ୟ ଓ ସାଂସ୍କୃତିକ ବିବିଧତା ଆମର ସାମର୍ଥ୍ୟ। ଭାରତରେ କହିବା ଲାଗି ଅନେକ କାହାଣୀ ରହିଛି ଏବଂ ବିଶ୍ବର କଣ୍ଟେଣ୍ଟ ହବ୍‌ (ବିଷୟବସ୍ତୁ କେନ୍ଦ୍ର) ହେବାର ଅପାର ସମ୍ଭାବନା ଦେଶରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସାର ଓ ରସାୟନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଗରିବ ଓ ଚାଷୀଙ୍କୁ ନିରନ୍ତର ସମର୍ଥନ ଯୋଗାଇ ଦେବା ଲାଗି କାର୍ଯ୍ୟ କରୁଛି। ଦେଶର ଚାଷୀମାନଙ୍କୁ ସାର ଯୋଗାଇ ଦେବା ଲାଗି ସରକାର ସଂକଳ୍ପବଦ୍ଧ। ଦେଶରେ ସାରର କୌଣସି ଅଭାବ ନାହିଁ। ଶ୍ରୀ ମାଣ୍ଡଭିୟ ଆହୁରି କହିଛନ୍ତି ଯେ, ‘‘ଆମେ ଘରୋଇ ଉତ୍ପାଦନ ଓ ଅନ୍ୟ ଦେଶମାନଙ୍କ ସହିତ ଭାଗିଦାରୀ ବଢ଼ାଇବା ସହିତ ଖରିଫ୍‌ ଋତୁ ପୂର୍ବରୁ ଚାଷୀଙ୍କୁ ପର୍ଯ୍ୟନ୍ତ ସାର ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛୁ। ପ୍ରଥମ ଥର ପାଇଁ ସାର କ୍ଷେତ୍ରରେ ଭାରତ ସରକାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ସାର ଓ କଞ୍ଚା ମାଲକୁ ଲଘୁ ତଥା ଦୀର୍ଘ ଅବଧି ନିମନ୍ତେ ଯୋଗାଣ କରିବା ଲାଗି ଡକ୍ଟର ମନସୁଖ ମାଣ୍ଡଭିୟଙ୍କ…

Read More

ନୂଆଦିଲ୍ଲୀ: ଚିଲ ପକ୍ଷୀଟି ଅତି ସୁନ୍ଦର ପକ୍ଷୀମାନଙ୍କ ମଧ୍ୟରେ ଗଣାଯାଏ। ଯେତେବେଳେ ଚିଲ ଆକାଶରେ ଉଡେ ସେତେବେଳେ ଯେ କେହି ଦେଖେ ସେ ବିମୋହିତ ହୋଇପଡେ। ହେଲେ ଚିଲ ପକ୍ଷୀକୁ ସାଧାରଣତଃ ଅଶୁଭ ବୋଲି ଧରାଯାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚିଲ ପକ୍ଷୀ ସହିତ ଶୁଭ କଥା ମଧ୍ୟ ଜଡିତ ରହିଛି। ହେଲେ ତାହା କ୍ବଚିତ ଦେଖା ଯାଇଥାଏ। କିନ୍ତୁ ଯେତେବେଳେ ମିଳିଲା, ସେଗୁଡିକ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଜଣାପଡିଛି। ଆସନ୍ତୁ ବର୍ତ୍ତମାନ ଚିଲ ସହିତ ଜଡିତ ଶୁଭ ଅଶୁଭ ବିଷୟରେ ଆଲୋଚନା କରିବା- ଚିଲ ସହିତ ଜଡିତ ଶୁଭଅଶୁଭ କଥା ୧- ଯେଉଁ ବିଲଡିଂରେ ଚିଲ ବସିବା ଆରମ୍ଭ କରନ୍ତି, ସେହି ବିଲ୍ଡିଂରେ ରହୁଥିବା ଲୋକଙ୍କ ଭାଗ୍ୟ ଖରାପ ହୁଏ। ସେହି ଘରେ ରହୁଥିବା ଲୋକମାନେ ଦୁର୍ଭାଗ୍ୟଜନକ ହୁଅନ୍ତି। ପ୍ରାୟତଃ ଏହିପରି ଅଟ୍ଟାଳିକା ନଷ୍ଟ ହୋଇଯାଏ। ୨- ଉଡିବା ସମୟରେ ଯଦି ଚିଲ କାହାର ମସ୍ତିଷ୍କକୁ ସ୍ପର୍ଶ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ପ୍ରସିଦ୍ଧ ଗଂଜାମର ମା ତାରାତାରିଣୀ ମନ୍ଦିର ଗସ୍ତ କରିବେ। ସେ ସେଠାରେ ଚାଲିଥିବା ପ୍ରତିଷ୍ଠା ଉତ୍ସବରେ ଯୋଗେଦେବେ। ରାଜ୍ୟ ସରକାର ମାଙ୍କ ମନ୍ଦିର ଉନ୍ନୟନ କାର୍ଯ୍ୟ କରିଛନ୍ତି। ଏହି ନୂତନ ପ୍ରକଳ୍ପର ପ୍ରତିଷ୍ଠା ଦୁଇଦିନ ତଳେ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ 5ଟି ସଚିବ ଭି କେ ପାଣ୍ଡିୟାନ ମାଙ୍କ ପିଠ ତଦାରଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯାଉଥିବାର ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ। ସେହିପରି ଏହି ଦଳ ମାଙ୍କ ମନ୍ଦିରରେ ପୂଜାଅର୍ଚ୍ଚନା କରି ବିଭିନ୍ନ ବିକାଶ କାର୍ଯ୍ୟ ତଦାରଖ କରିଥିଲେ।

Read More

ମେଷ- ଆଜି ଆପଣଙ୍କର ସ୍ଥାନାନ୍ତରଣ ଯୋଗ ଅଛି। ବ୍ୟବହାରିକ କାର୍ଯ୍ୟଗୁଡିକ ପରିଚାଳନା କରିବା ଶୁଭ ଅଟେ। ଘରର ପରିବେଶ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ରହିବ। କଳାକାରମାନଙ୍କ ପାଇଁ ଶୁଭ, ସେମାନଙ୍କ କାର୍ଯ୍ୟର ଚତୁରତା ଏବଂ କଳାର ଭାବନା ପ୍ରଦର୍ଶନ କରିବାର ଏକ ସୁଯୋଗ ରହିବ। ଏହି ବ୍ୟକ୍ତିଙ୍କ ଜୀବନରେ ପ୍ରେମ ସାଂଘାତିକ ହୋଇପାରେ। ପାରିବାରିକ ସମ୍ପର୍କରେ ବିରକ୍ତ ହୋଇପାରନ୍ତି। ପିଲାମାନଙ୍କର ଅଗ୍ରଗତି ଦ୍ୱାରା ମନ ଖୁସି ରହିବ। ବୃଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂତନ କାର୍ଯ୍ୟ ପାଇଁ ଖୁସି ହେବେ। ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କର ପ୍ରକୃତିରେ ଅଧିକ ରହିବ। ତେଣୁ ଆଜି ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ। ମିଥୁନ- ମନେରଖନ୍ତୁ ଯେ ମାତାର ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଏବଂ ପରିବାରର ଅବାଞ୍ଛିତ ପରିବେଶ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ…

Read More

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ପରିଷଦ ସହିତ ଆଲୋଚନା କରିଛନ୍ତି । ସେମାନେ ଉତ୍ତମ ଶାସନ ଏବଂ ନାଗରିକମାନଙ୍କ ପାଇଁ “ସହଜ ଜୀବନ ଯାପନ” ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି; “ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ପରିଷଦ ସହିତ ଏକ ବ୍ୟାପକ ପାରସ୍ପରିକ ଆଲୋଚନା ହୋଇଥିଲା । ଆମେ ଉତ୍ତମ ଶାସନ ତଥା ନାଗରିକଙ୍କ ପାଇଁ ସହଜ ଜୀବନ ଯାପନ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲୁ ।”

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଅମିତ ଶାହ ଆଜି (ତା୧୭.୫.୨୦୨୨) ନୂଆଦିଲ୍ଲୀଠାରେ ଜମ୍ମୁ ଓ କଶ୍ମୀରର ସୁରକ୍ଷା ସମୀକ୍ଷା କରିଛନ୍ତି। ବୈଠକରେ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ଜାତୀୟ ସୁରକ୍ଷା  ପରାମର୍ଶଦାତା ଅଜିତ ଡୋଭାଲ, ସେନାଧ୍ୟକ୍ଷ, ଭାରତ ସରକାର ଏବଂ ଜମ୍ମୁ ଓ କାଶ୍ମୀର ପ୍ରାଶାସନର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ। ଶ୍ରୀ ଶାହା ସୁରକ୍ଷାବଳ ଓ ପୁଲିସ ବାହିନୀ ମିଳିମିଶି ଆତଙ୍କ ବିରୋଧୀ କାର୍ଯ୍ୟକଳାପ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଶାହ ଏକ ସମୃଦ୍ଧ ଓ ଶାନ୍ତ ଜମ୍ମୁ ଓ କଶ୍ମୀର ନେଇ ପ୍ରଧାନମନ୍ତ୍ରୀଙ୍କ ଦୂର ଦୃଷ୍ଟି ଯୋଗୁ ସୁରକ୍ଷାବଳ କେନ୍ଦ୍ରଶାସିତ ଅଞ୍ଚଳରୁ ଆତଙ୍କବାଦର ମୂଳପୋଛ ସହ ସୀମାପାର ଅନୁପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହିଥିଲେ।

Read More

ଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜାମ୍ମୁ – କାଶ୍ମୀରର ଲ୍ୟୁଟନାଂଟ ଗଭର୍ଣ୍ଣର ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ଇଂଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ, ଜମ୍ମୁ – କାଶ୍ମୀର ମୁଖ୍ୟ ସଚିବ ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ଗୁଡିକର ବରିଷ୍ଠ ଅଧିକାରୀ ସମୂହ ଉପସ୍ଥିତ ଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମରନାଥ ଯାତ୍ରା ସମୟରେ ସୁରକ୍ଷା ଏବଂ ତୀର୍ଥଯାତ୍ରୀ ମାନଙ୍କ ନିମନ୍ତେ ଆବଶ୍ୟକ ସୁବିଧାଗୁଡିକ ଉପରେ ମଧ୍ୟ ଦୀର୍ଘ ସମୟ ପାଇଁ ବୈଠକ କରିଥିଲେ। ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍‌, ଜାମ୍ମୁ – କାଶ୍ମୀରର ଲ୍ୟୁଟନାଂଟ ଗଭର୍ଣ୍ଣର ମନୋଜ ସିହ୍ନା, ସେନାଧ୍ୟକ୍ଷ, କେନ୍ଦ୍ର ଗୃହ ସଚିବ, ଇଂଟେଲିଜେନ୍ସ  ବ୍ୟୁରୋର ନିର୍ଦ୍ଦେଶକ, ଜାମ୍ମୁ – କାଶ୍ମୀରର ମୁଖ୍ୟ ସଚିବ ଏବଂ ସୁରକ୍ଷା ଏଜେନ୍ସି ଗୁଡିକର…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ବେଧଡକ ଭାବେ ଚାଲିଛି ଜୁଆ ଖେଳ। ପୋଲିସ ଆଖିରେ ଧୂଳି ଦେଇ କଳାହାଣ୍ଡି ଜିଲ୍ଲାରେ ବେଆଇନ ଜୁଆ ଖେଳ ଚାଲିଥିବା ଅଭିଯୋଗ ରହିଥିଲା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧିପାଇଥିଲା। ଗୋଳାମୁଣ୍ଡା ପୋଲିସ ଥାନା ଅଞ୍ଚଳରେ ଚାଲିଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢାଉ କରି ପୋଲିସ ୬ ଜଣ ଜୁଆଡି କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୮ ଟି ବାଇକ, ୬ ଟି ମୋବାଇଲ ଫୋନ, ନଗଦ ୯୫ ହଜାର ଟଙ୍କା, ୩ ସେଟ ତାସ ପତି, ତାରପାଉଲିନ ଇତ୍ୟାଦି ସମେତ ଜୁଆଖେଳରେ ବ୍ୟବହୃତ ଅନେକ କାଗଜପତ୍ର ଜବତ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ସୁଚନା ଅନୁଯାୟୀ, ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ଗାଁ ଶେଷ ମୁଣ୍ଡରେ ଥିବା ଟିକେନ୍ ଜୋର ନାଳ ନିକଟରେ ଜୁଆ ଖେଳ ଚାଲୁଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସର ଏକ…

Read More

ମୁମ୍ବାଇ: ସୋମବାର ଦିନ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) କୁ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରାସ୍ତ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ର ଏହି ବିଜୟ ପରେ ପ୍ଲେ ଅଫ୍ ଦୌଡ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି। ଏପର୍ଯ୍ୟନ୍ତ କେବଳ ଗୁଜୁରାଟ ଟାଇଟାନ୍ସ (ଜିଟି) ପ୍ଲେ ଅଫରେ ନିଜ ସ୍ଥାନକୁ ସୁରକ୍ଷିତ କରିବାରେ ସକ୍ଷମ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ୍ ଦୌଡରୁ ବାଦ ପଡିଛନ୍ତି। ବର୍ତ୍ତମାନ ୪ ଟି ଦଳର ଭାଗ୍ୟ ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାଚ୍ ଉପରେ ରହିଛି। ଏହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅଫରେ ପହଞ୍ଚିପାରିବ: ମୁମ୍ବାଇ ଇଣ୍ଡିଆନ୍ସ ମଇ ୨୧ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଶେଷ ଲିଗ୍ ମ୍ୟାଚ୍ ଖେଳିବ। ଯଦି ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) କୁ ମୁମ୍ବାଇ ଇଣ୍ଡିଆନ୍ସ ପରାସ୍ତ କରେ, ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ର ପ୍ଲେ ଅଫରେ ପହଞ୍ଚିବାର…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ କାର୍ଯ୍ୟରତ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ ଦକ୍ଷତା ବିକାଶ ପାଇଁ ଦେଶବ୍ୟାପୀ “ମାଲବୀୟ ମିଶନ” ଆରମ୍ଭ ହେବ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଏ ସମ୍ପର୍କୀତ ଏକ ସମୀକ୍ଷା ବୈଠକରେ ଯୋଗଦେବା ପରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶିକ୍ଷା ମନ୍ତ୍ରାଳୟର ଅଧିକାରୀଙ୍କ ସହ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ ଦକ୍ଷତା ବୃଦ୍ଧି ନେଇ ‘ଇନଷ୍ଟିଚ୍ୟୁସନାଲ୍ ମେକାନିଜିମ ରିପୋର୍ଟ’ର ସମୀକ୍ଷା କରିଥିଲେ। ଏ ସମ୍ପର୍କରେ ଦୀର୍ଘ ସମୟ ଧରି ବୈଠକରେ ଚର୍ଚ୍ଚା ହେବା ପରେ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ ଦକ୍ଷତା ବିକାଶ ପାଇଁ ଦେଶବ୍ୟାପୀ “ମାଲବୀୟ ମିଶନ” ଆରମ୍ଭ କରିବା ପାଇଁ ନିଷ୍ପତି ନିଆଯାଇଛି। ଏକବିଂଶ ଶତାବ୍ଦୀର ଭାରତର ଅନେକ ଆହ୍ୱାନକୁ ଦୃଷ୍ଟିରେ ରଖି ପ୍ରାଧ୍ୟାପକଙ୍କ ଦକ୍ଷତାକୁ ବିକାଶ କରିବା ପାଇଁ ବହୁମୁଖୀ ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More