ଭୁବନେଶ୍ୱର : ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନାଙ୍କ ସହଧର୍ମିଣୀ ସ୍ୱର୍ଗତା ଶ୍ରୀମତୀ ମମତା ମଞ୍ଜରୀ ଜେନାଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀମତୀ ଜେନାଙ୍କ ଏକ ସ୍ମୃତିସଭା ଆୟୋଜିତ ହେବା ସହ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଥିଲେ ଯେ, ଜଣେ ଶିକ୍ଷକରୁ ବିଧାୟକ, ମନ୍ତ୍ରୀ, ପ୍ରଦେଶ କଂଗ୍ରେସ ସଭାପତି ଏବଂ ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ହେବା ପର୍ଯ୍ୟନ୍ତ ଶ୍ରୀ ଜେନା ଯେଉଁ ସଫଳ ଯାତ୍ରା କରିଛନ୍ତି ସେହି ସଫଳତା ପଛରେ ମମତା ମଞ୍ଜରୀ ଜେନାଙ୍କ ଅମୂଲ୍ୟ ଏବଂ ଦିବ୍ୟ ପ୍ରେରଣା ରହିଥିଲା। ପୂଜାର୍ଚ୍ଚନା, ଅତିଥି ଚର୍ଚ୍ଚା, ବୃକ୍ଷରୋପଣ, ଦୁଃଖିରଙ୍କିଙ୍କୁ ସାହାଯ୍ୟ, ପରିପାରର ଦାୟିତ୍ୱକୁ ସଠିକ୍ ନିର୍ବାହ ଥିଲା ତାଙ୍କ ସୁଗୁଣର ବୈଶିଷ୍ଟ୍ୟ। ଶ୍ରୀ ଜେନାଙ୍କ ପରିବାରରେ ମମତାଙ୍କ ଉପସ୍ଥିତି ଏବଂ…
Author: Samikhsya Bureau
ଭୁବନେଶ୍ୱର : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମାଲକାନଗିରି ଜିଲ୍ଲାର ୧୭ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ବିତରଣ କରିଛନ୍ତି। କ୍ୟାପିଟାଲ ହସ୍ପିଟାଲ ପରିସରସ୍ଥିତ ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନରେ ଆୟୋଜିତ ଏହି ବିତରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରାୟ ୬ ହଜାର ଭିନ୍ନକ୍ଷମ ହିତାଧିକାରୀଙ୍କୁ ରୋବୋଟିକ୍ ଥେରାପି ସହାୟତା କ୍ରମେ ପ୍ରସ୍ତୁତ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ବିତରଣ କରାଯାଇଛି। ରାଉରକେଲା ଓ ବ୍ରହ୍ମପୁରଠାରେ ମଧ୍ୟ ଆଧୁନିକ ପୁନର୍ବାସ କେନ୍ଦ୍ର ଖୁବ୍ଶୀଘ୍ର ପ୍ରତିଷ୍ଠା କରାଯିବ ଓ ଏହି ସୁବିଧା ଉପଲବ୍ଧ ହେବ ବୋଲି ମନ୍ତ୍ରୀ ପଣ୍ଡା କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଉପସ୍ଥିତ…
ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ କହିଲେ ଯେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ହେଉଛନ୍ତି ଜିଲ୍ଲାସ୍ତରରେ ରାଜ୍ୟ ସରକାରଙ୍କର ମୁଖପାତ୍ର ସଦୃଶ। ସମୟ ଅନୁସାରେ ଲୋକସଂପର୍କର ପରିଭାଷା ବଦଳିଛି। ରାଜ୍ୟ ସରକାର ୫-‘ଟି’ ଆଧାରରେ ନାଗରିକ କୈନ୍ଦ୍ରିକ ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଛନ୍ତି। ବିଭାଗର ଉନ୍ନତି ପାଇଁ ବିଭାଗର କାର୍ଯ୍ୟକୁ ଅଧିକ ଦକ୍ଷତା ଓ ନିଷ୍ଠାର ସହ ସଂପାଦନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କର ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି । ବିଭାଗରେ ଥିବା ପୁରୁଣା ଦୁର୍ଲଭ ଫଟୋ, ପ୍ରମାଣିକ ଚଳଚ୍ଚିତ୍ର, ପୁରୁଣା ଚଳଚ୍ଚିତ୍ରଗୁଡ଼ିକୁ ଆଗାମୀ ପିଢ଼ି ପାଇଁ ସଂରକ୍ଷଣ କରି ରଖିବାର ଆବଶ୍ୟକତା ରହିଛି। ବିଭାଗ ତରଫରୁ ପ୍ରକାଶିତ ହେଉଥିବା ପୁରାତନ ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭୁ୍ୟ’ର…
ଭୁବନେଶ୍ୱର: ଆଜି ତ୍ରିନିଦାଦ୍ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶ୍ରୀ ଅରୁଣ କୁମାର ସାହୁ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ(ରାଷ୍ଟ୍ର) ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ତାଙ୍କର ଏହି ସାକ୍ଷାତ ସମୟରେ ତ୍ରିନିଦାଦ୍ରେ ରହୁଥିବା ଭାରତୀୟମାନଙ୍କ ସାମାଜିକ, ଅର୍ଥନୈତିକ ତଥା ସାଂସ୍କୃତିକ ଜୀବନଶୈଳୀ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ। ଏଥି ସହିତ ତାଙ୍କର ଜନ୍ମସ୍ଥାନ ଦେବଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଦିଗରେ କି ପ୍ରକାର ପଦକ୍ଷେପ ସବୁ ନିଆଯାଇପାରେ ତାହା ସେ ଆଲୋଚନା କରିଥିଲେ। ତେବେ ଏହି ସାକ୍ଷାତ କେବଳ ସୌଜନ୍ୟମୂଳକ ଥିବା ସେ କହିଥିଲେ। ପରେ ସେ ସେଠାରୁ କିଟ୍ରେ ଏକ ସେମିନାର୍ରେ ଯୋଗଦେବାକୁ ଯାଇଥିଲେ।
ନୂଆଦିଲ୍ଲୀ: ଶକ୍ତି ମନ୍ତ୍ରଣାଳୟ ଜେନକୋ ଗୁଡିକୁ ଧାରା-୧୧ ଅଧୀନରେ ବିଦ୍ୟୁତ ଶକ୍ତିର ଅତ୍ୟଧିକ ଚାହିଦା ପରିପ୍ରେକ୍ଷୀରେ ନିର୍ଦ୍ଦେଶ ଜାରି କରିଛନ୍ତି। ବିଦ୍ୟୁତର ଅତ୍ୟଧିକ ଚାହିଦା ଓ କେତେକ ଅଞ୍ଚଳରେ ଏହା ନିଅଣ୍ଟ ଯୋଗୁଁ ଶକ୍ତି ଉତ୍ତୋଳନ ଯଥା ସମ୍ଭବ ଅଧିକ କରିବା ପାଇଁ ମନ୍ତ୍ରଣାଳୟ କହିଛି। ଘରୋଇ କୋଇଲା ଯୋଗାଣ ଅଧିକ ବୃଦ୍ଧି କରାଯାଇଥିଲେ ମଧ୍ୟ କୋଇଲାର ଆବଶ୍ୟକତା ଓ ଯୋଗାଣ ମଧ୍ୟରେ ବ୍ୟବଧାନ ଯୋଗୁଁ ଉତ୍ପାଦନ ସ୍ଥାନରେ କୋଇଲା ମହବୁତ ସ୍ଥିତି ଭୟଙ୍କର ଭାବେ ହ୍ରାସ ପାଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆହୁରି ଲକ୍ଷ୍ୟ କରାଯାଇଛି ଧାର୍ଯ୍ୟ ଶତକଡା ଦଶଭାଗ ପର୍ଯ୍ୟନ୍ତ ଆମଦାନୀ ହେଉଥିବା କୋଇଲା ମିଶ୍ରଣ ହେଉ ନ ଥିବା ଯୋଗୁଁ କୋଇଲା ଷ୍ଟକ୍ ମଧ୍ୟ ହ୍ରାସ ପାଉଛି । ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗତ ୧୮.୫. ୨୦୨୨ରେ ସମସ୍ତ ଜେନ୍କୋଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ଜେନ୍କୋ ମିଶ୍ରଣ ପାଇଁ ଉଦ୍ଦିଷ୍ଟ ରପ୍ତାନୀ କୋଇଲା ପାଇଁ ବହିନା ୩୧.୫.୨୦୨୨…
ନୂଆଦିଲ୍ଲୀ: ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ଉର୍ଜା ସୁରକ୍ଷା ଏବଂ ଉତ୍ଥାନ ମହାଭିଯାନ (ପିଏମ୍-କୁସୁମ) ଯୋଜନା କାର୍ଯ୍ୟକାରୀ କରାଯାଉଛି। ଯୋଜନା ଅଧୀନରେ ସ୍ୱତନ୍ତ୍ର ସୋଲାର ପମ୍ପ ସ୍ଥାପନ ଏବଂ କୃଷି ପମ୍ପଗୁଡ଼ିକର ସୋଲାରାଇଜେସନ ପାଇଁ ସବସିଡି ପ୍ରଦାନ କରାଯାଇଛି । କୃଷକମାନେ 2 ମେଗାୱାଟ ପର୍ଯ୍ୟନ୍ତ ଗ୍ରୀଡ୍ ସଂଯୁକ୍ତ ସୌର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ମଧ୍ୟ ସ୍ଥାପନ କରିପାରିବେ। ଏହି ଯୋଜନା ରାଜ୍ୟ ସରକାରଙ୍କ ନିର୍ଦ୍ଦିଷ୍ଟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଛି ଏବଂ ଏହିପରି ସମସ୍ତ ନିର୍ଦ୍ଦିଷ୍ଟ ବିଭାଗର ବିବରଣୀ ଏମଏନଆରଇ ୱେବସାଇଟ୍ www.mnre.gov.in ରେ ପ୍ରଦାନ କରାଯାଇଛି। ଏହି ଯୋଜନା ଆରମ୍ଭ ହେବା ପରେ ମନ୍ତ୍ରଣାଳୟ ଦୃଷ୍ଟିକୁ ଆସିଛି ଯେ କେତେକ ଠକ ୱେବସାଇଟ୍ ପିଏମ-କୁସୁମ ଯୋଜନା ପାଇଁ ପଞ୍ଜୀକରଣ ନିମନ୍ତେ ତାଙ୍କର ପୋର୍ଟାଲ୍ ପ୍ରଯୁଜ୍ୟ ବୋଲି ଦାବି କରିଛନ୍ତି । ଏହିପରି ଅନଧିକୃତ ୱେବସାଇଟ୍ ଏହି ଯୋଜନାରେ ଆଗ୍ରହୀ ଲୋକଙ୍କଠାରୁ…
ମୁମ୍ବାଇ: ସପ୍ତଦଶ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ(ଏମ୍ଆଇଏଫ୍ଏଫ୍) ଆସନ୍ତା ରବିବାରଠାରୁ ଆରମ୍ଭ ହେବ । ଏହି ଚଳଚ୍ଚିତ୍ର ଉତ୍ସବଟି ସ୍ୱତନ୍ତ୍ର ଭାବେ ପ୍ରାମାଣିତ ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ଓ ଆନିମେସନ ଫିଲ୍ମ ପାଇଁ ଉଦ୍ଦିଷ୍ଟ । ଏହା ମୁମ୍ବାଇର ଫିଲ୍ମ ଡିଭିଜନ କମ୍ପେ୍ଲକ୍ସ ପରିସରରେ ଆୟୋଜିତ ହେବ । ସେଠାରେ ମଧ୍ୟ ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟ ରହିଛି । ସମ୍ପୃକ୍ତ ପରିସରକୁ ଏହି ଚଳଚ୍ଚିତ୍ର ଉତ୍ସବ ପାଇଁ ପ୍ରସ୍ତୁତି କରାଯାଇଛି । ଏହି ଉତ୍ସବ ଏକ ସପ୍ତାହ ଧରି ଚାଲିବ । ଉତ୍ସବର ଉଦ୍ଘାଟନ କାର୍ଯ୍ୟକ୍ରମ ୱର୍ଲିସ୍ଥିତ ନେହେରୁ ସେଣ୍ଟରରେ ଅନୁଷ୍ଠିତ ହେବ । ଚଳଚ୍ଚିତ୍ର ଉତ୍ସବ କିନ୍ତୁ ଫିଲ୍ମ ଡିଭିଜନ କମ୍ପେ୍ଲକ୍ସରେ ଆୟୋଜିତ ହେବ ଏବଂ ସେଠାରେ ଥିବା ଆଧୁନିକ ପ୍ରେକ୍ଷାଳୟ ସମୂହରେ ଚିତ୍ରଗୁଡିକୁ ପ୍ରଦର୍ଶିତ କରାଯିବ । ଏଥର ମୁମ୍ବାଇ ଆର୍ନ୍ତଜାତିକ ଚଳଚ୍ଚିତ୍ର ଉତ୍ସବ ପାଇଁ ସମଗ୍ର ବିଶ୍ୱରୁ ବେଶ୍ ଭଲ ପ୍ରତିନିଧିତ୍ୱ ମିଳିଛି । ମୋଟ…
ନୂଆଦିଲ୍ଲୀ: ସରକାର ଅଣୁ ଓ କ୍ଷୁଦ୍ର, ଉଦ୍ୟୋଗ ପୁଞ୍ଜ ନିମନ୍ତେ ନୂତନ ମାର୍ଗଦର୍ଶିକା ଉନ୍ନୟନ କାର୍ଯ୍ୟକ୍ରମ (ଏମଏସଇ-ସିଡିପି)କୁ ଅନୁମୋଦନ କରିଛନ୍ତି। ଏହା ପଞ୍ଚଦଶ ଅର୍ଥ ଆୟୋଗଚକ୍ର (୨୦୨୧-୨୨ରୁ ୨୦୨୫-୨୬) ମଧ୍ୟରେ ଲାଗୁ ହେବ। ଏହି ଯୋଜନା ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ଗୁଡିକର ପ୍ରତିଯୋଗିତାମୂଳକ ସ୍ୱଭାବ ଓ ଉତ୍ପାଦକତା ନିମ୍ନୋକ୍ତ ହସ୍ତକ୍ଷେପ ଜରିଆରେ ବୃଦ୍ଧି କରିବ। I. ସାଧାରଣ ସୁବିଧା କେନ୍ଦ୍ର (ସିଏଫସିଏସ) କେନ୍ଦ୍ର ସରକାରଙ୍କ ଅନୁଦାନ ପ୍ରକଳ୍ପ ଖର୍ଚ୍ଚ ୫ରୁ ୧୦କୋଟି ମଧ୍ୟରେ ଥିଲେ ଶତକଡା ୭୦ଭାଗ ଓ ପ୍ରକଳ୍ପ ବ୍ୟୟ ଅଟକଳ ୧୦ରୁ ୩୦ କୋଟି ମଧ୍ୟରେ ଥିଲେ ଶତକଡା ୬୦ଭାଗ ମଧ୍ୟରେ ସୀମିତ ରହିବ । ଉତ୍ତର-ପୂର୍ବାଞ୍ଚଳ ଓ ଅନ୍ୟାନ୍ୟ ପାର୍ବତ୍ୟ ରାଜ୍ୟ, ଦ୍ୱିପାଂଚଳ, ଆକାଂକ୍ଷିତ ଜିଲ୍ଲାରେ ସରକାରୀ ଅନୁଦାନ ୫ରୁ ୧୦ କୋଟି ପ୍ରକଳ୍ପ ବ୍ୟୟ ଅଟକଳରେ ଶତକଡା ୮୦ଭାଗ ଓ ୧୦ରୁ ୩୦କୋଟି ମୋଟ ଅଟକଳର ଶତକଡା ୭୦ଭାଗ ରହିବ । ତେବେ ସରକାରୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ଗସ୍ତ କରିବେ। ଆଜି ପୂର୍ବାହ୍ନ ପ୍ରାୟ ୧୦ ଟାରେ ପ୍ରଧାନମନ୍ତ୍ରୀ ରାଜକୋଟର ଆଟକୋଟସ୍ଥିତ ନବନିର୍ମିତ ମାତୁଶ୍ରୀ କେ.ଡି.ପି. ମଲ୍ଟିସ୍ପେସାଲିଟି ହସ୍ପିଟାଲ ପରିଦର୍ଶନ କରିବେ। ଏହାପରେ ଉକ୍ତ ସ୍ଥାନରେ ଏକ କାର୍ଯ୍ୟକ୍ରମରେ ସେ ଉଦବୋଧନ ଦେବେ। ପରେ ଅପରାହ୍ନ ପ୍ରାୟ ୪ଟାରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରସ୍ଥିତ ମହାତ୍ମା ମନ୍ଦିରଠାରେ ‘ସହକାର ସେ ସମୃଦ୍ଧି’ ଉପରେ ବିଭିନ୍ନ ସମବାୟ ସଂସ୍ଥାର ପ୍ରମୁଖମାନଙ୍କୁ ନେଇ ହେବାକୁ ଥିବା ଆଲୋଚନାଚକ୍ରରେ ସମ୍ବୋଧନ କରିବେ। ଏଠାରେ ସେ କଲୋଲର ଇଫକୋଠାରେ ନିର୍ମିତ ନାନୋ ୟୁରିଆ (ତରଳ) କାରଖାନାକୁ ମଧ୍ୟ ଉଦଘାଟନ କରିବେ। ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ ଗୁଜରାଟର ସମବାୟ କ୍ଷେତ୍ର ସମଗ୍ର ରାଷ୍ଟ୍ର ପାଇଁ ଏକ ରୋଲ ମଡେଲ ହୋଇପାରିଛି। ରାଜ୍ୟ ସମବାୟ କ୍ଷେତ୍ରରେ ୮୪,୦୦୦ରୁ ଅଧିକ ସମିତି ରହିଛି। ଏହି ସମିତିଗୁଡ଼ିକରେ ପ୍ରାୟ ୨୩୧ ଲକ୍ଷ ସଦସ୍ୟ ଯୋଡ଼ିହୋଇଛନ୍ତି। ରାଜ୍ୟରେ ସମବାୟ ବିପ୍ଳବକୁ ଆହୁରି ସୁଦୃଢ଼ କରିବା ପାଇଁ ଆଉ ଏକ…
ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…
ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍ର ଦୁଇଟି ସହଯୋଗୀ କଂପାନି ଏଷ୍ଟେରିଆ ଏରୋସ୍ପେସ୍ ଲିମିଟେଡ୍ ଓ ସାଂଖ୍ୟ ସୂତ୍ର ଲ୍ୟାବ୍ସ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଭାରତ ଡ୍ରୋନ୍ ମହୋତ୍ସବରେ ନିଜର ପ୍ରଯୁକ୍ତି କ୍ଷମତାକୁ ପ୍ରଦର୍ଶିତ କରାଯାଇଛି । ବେଙ୍ଗାଲୁରୁ ସ୍ଥିତ “ଏଷ୍ଟେରିଆ ଏରୋସ୍ପେସ୍ ଲିମିଟେଡ୍’ ହେଉଛି ଏକ ଫୁଲ୍-ଷ୍ଟାକ୍ ଡ୍ରୋନ୍ ପ୍ରଯୁକ୍ତି କଂପାନି ଯାହା ଡ୍ରୋନ୍ ହାର୍ଡଓୟାର ସହିତ ସଫ୍ଟଓୟାର ଉପରେ ମଧ୍ୟ କାମ କରୁଛି । ସେହିପରି, ଜିଓ ପ୍ଲାଟଫର୍ମସ୍ ସହିତ ଜଡ଼ିତ ଦ୍ୱିତୀୟ କଂପାନି ହେଉଛି “ସାଂଖ୍ୟ ସୂତ୍ର ଲ୍ୟାବ୍ସ’ ଯାହା ହେଉଛି ମଲ୍ଟିଫିଜିକ୍ସ, ଏରୋଡାଇନାମିକ୍ସ ସିମୁଲେସନ ସଫଟଓୟାର ଓ ଡିପ୍ ଟେକ୍ନୋଲୋଜିର ଏକ ବିଶେଷଜ୍ଞ ସଂସ୍ଥା। ଏହି ଦୁଇ କଂପାନି ମେ” ୨୭ ଓ ୨୮ରେ ଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ହେଉଥିବା ଭାରତ ଡ୍ରୋନ୍ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଡ୍ରୋନ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏହି ମହୋତ୍ସବ ଆୟୋଜନ…
ଦିଲ୍ଲୀ: କେନ୍ଦ୍ର ଆଦିବାସୀ/ ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଗତକାଲି ପତଞ୍ଜଳି ଯୋଗପୀଠର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଏବଂ ସହ – ପ୍ରତିଷ୍ଠାତା ଆଚାର୍ଯ୍ୟ ବାଳକ୍ରିଷ୍ଣା ଏବଂ ତାଙ୍କ ଦଳ ସହିତ ଶାସ୍ତ୍ରୀ ଭବନରେ ଏକ ବୈଠକ କରି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ପତଞ୍ଜଳି ମଧ୍ୟରେ କଲ୍ୟାଣ ଏବଂ ବିକାଶ ନିମନ୍ତେ ହୋଇଥିବା ଭାଗଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ପତଞ୍ଜଳି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସହଭାଗୀତାରେ ମନ୍ତ୍ରଣାଳୟର ଆର୍ଥିକ ସହାୟତା ପାଇଁ ସେଂଟର ଅଫ୍ ଏକ୍ସଲେନ୍ସ (ସିଓଇ) ଅଧୀନରେ ଭାଗୀଦାର ହୋଇଛି । ଏହି ବୈଠକରେ ପତଞ୍ଜଳି ଦ୍ୱାରା ପରିଚାଳିତ ପ୍ରକଳ୍ପର ଅଗ୍ରଗତି ରିପୋର୍ଟ, ଜନଜାତି ମାନଙ୍କ ଉପରେ ଗବେଷଣା ଏବଂ ସେମାନଙ୍କର କଲ୍ୟାଣ ସହିତ ଜଡିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଗଭୀର ଭାବରେ ଆଲୋଚନା କରା ଯାଇଥିଲା । ଏହି ଅବସରରେ କେନ୍ଦ୍ର ଜନଜାତି/ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ରାଷ୍ଟ୍ର ମନ୍ତ୍ରୀ…
ନୂଆଦିଲ୍ଲୀ: ଭାରତୀୟ ରେଳପଥ ଦେଶର ଜୀବନରେଖା ଏବଂ ଭାରତର ଅର୍ଥନୀତିର ମେରୁଦଣ୍ଡ। ଦେଶର ପ୍ରଗତି ଓ ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ୧୮୫୩ରେ ସାଧାରଣ ଭାବେ ନିଜର ଯାତ୍ରା ଆରମ୍ଭ କରିଥିବା ଭାରତୀୟ ରେଳବାଇ ଆଜି ଦେଶର ସାମାଜିକ ତଥା ଅର୍ଥନୈତିକ ବିକାଶରେ ଏକ ପ୍ରମୁଖ କାରକ ଭାବେ ଉଭା ହୋଇଛି। ୧୬ ଏପ୍ରିଲ୍ ୧୮୫୩ରେ ଭାରତୀୟ ଉପମହାଦେଶରେ ୧୪ଟି ରେଳ ଡବାରେ ୪୦୦ ଯାତ୍ରୀଙ୍କୁ ନେଇ ପ୍ରଥମ ରେଳଗାଡ଼ି ବମ୍ବେରୁ ଥାନେ ପର୍ଯ୍ୟନ୍ତ ୨୧ ମାଇଲ୍ ରାସ୍ତା ଅତିକ୍ରମ କରିବା ସହ ଭାରତୀୟ ରେଳବାଇର ଇତିହାସର ଶୁଭାରମ୍ଭ ହୋଇଥିଲା। ଗତ ବର୍ଷ, ଭାରତୀୟ ରେଳପଥ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିବା ସହ ଅନେକ ସଫଳତା ହାସଲ କରିଛି । ଏହି ସଫଳତା ମଧ୍ୟରେ ମାଲ ପରିବହନ, ବିଦ୍ୟୁତୀକରଣ, ନୂତନ ଲାଇନ୍ / ଦୋହରୀକରଣ / ଗେଜ୍ ପରିବର୍ତ୍ତନ, ଇଂଜିନ୍ ନିର୍ମାଣ ଏବଂ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ…
ଭୁବନେଶ୍ବର: ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଜି ପୁରୀ ଠାରେ ଛଅଟି ରାଜ୍ୟ ଏବଂ ଦଶଟି ପ୍ରମୁଖ ବ୍ୟାଙ୍କରେ ପବ୍ଲିକ୍ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (ପିଏଫଏମଏସ) ର କାର୍ଯ୍ୟକାରିତାକୁ ନେଇ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ଅତିରିକ୍ତ ମହାଲେଖା ନିୟନ୍ତ୍ରକ ଧରିତ୍ରୀ ପଣ୍ଡା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ସମୀକ୍ଷା ବୈଠକ ସମୟରେ, କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ପାଣ୍ଠି ଜାରି କରିବା ଲାଗି ନୂତନ ପଦ୍ଧତି ଏବଂ ପିଏଫଏମଏସ ସହିତ ଟ୍ରେଜରୀର ଏକୀକରଣ ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଓ ଗୋଆ ଆଦି ଛଅଟି ରାଜ୍ୟର ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ। ରାଜ୍ୟମାନଙ୍କ ପକ୍ଷରୁ ପିଏଫଏମଏସକୁ ଠିକ୍ ସମୟରେ ଓ ସଠିକ୍ ତଥ୍ୟ ପ୍ରଦାନ କରିବା ଉପରେ ଆଲୋଚନାରେ ଗୁରୁତ୍ବାରୋପ କରାଯାଇଥିଲା। ଯାହାଫଳରେ ସଠିକ୍ ଓ ଭରସାଯୋଗ୍ୟ ଆର୍ଥିକ ରିପୋର୍ଟିଂ…
ନୂଆଦିଲ୍ଲୀ: ଶକ୍ତି, ଇସ୍ପାତ ଓ ଖଣି ମନ୍ତ୍ରଣାଳୟ ସହ ମିଶି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବର ଠାରେ ଜାତୀୟ ଖଣିଜ କଂଗ୍ରେସ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଖଣି ମନ୍ତ୍ରଣାଳୟର ସଚିବ ଅନୀଲ କୁମାର ଜୈନ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ। ସେ କାର୍ଯ୍ୟକ୍ରମର ସଫଳତା କାମନା କରିବା ସହିତ ସବୁ ଅଂଶୀଦାରଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ଜାତୀୟ ଖଣିଜ କଂଗ୍ରେସରୁ ଫଳପ୍ରଦ ପରିଣାମ ପ୍ରାପ୍ତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ଜାତୀୟ ଖଣିଜ କଂଗ୍ରେସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭିକେ ତିୱାରୀ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ତିୱାରୀ କହିଥିଲେ ଯେ, ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ହାସଲ ନିମନ୍ତେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ମିଶନ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି। ଭବିଷ୍ୟତରେ କୋଇଲା ବାଷ୍ପୀକରଣ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି। କୋଇଲା ଜଳାଇବା ତୁଳନାରେ ଏହାକୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ସବୁଠୁ ବଡ଼ ଡ୍ରୋନ ଉତ୍ସବ- ଭାରତ ଡ୍ରୋନ ମହୋତ୍ସବ ୨୦୨୨କୁ ଉଦଘାଟନ କରିଛନ୍ତି। ସେ ମଧ୍ୟ କିଷାନ ଡ୍ରୋନ ପାଇଲଟଙ୍କ ସହ ଆଲୋଚନା କରିଥିଲେ, ମୁକ୍ତାକାଶ ଡ୍ରୋନ ପ୍ରଦର୍ଶନୀ ଦେଖିଥିଲେ ଏବଂ ଡ୍ରୋନ ପ୍ରଦର୍ଶନୀ କେନ୍ଦ୍ର ଠାରେ ଷ୍ଟାର୍ଟଅପ ଗୁଡ଼ିକର ପ୍ରତିନିଧିମାନଙ୍କ ସହିତ କଥା ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ଗିରିରାଜ ସିଂ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଶ୍ବିନୀ ବୈଷ୍ଣବ, ମନସୁଖ ମାଣ୍ଡଭିୟ, ଭୂପେନ୍ଦ୍ର ଯାଦବଙ୍କ ସମେତ ବହୁ ରାଷ୍ଟ୍ରମନ୍ତ୍ରୀ ଏବଂ ଡ୍ରୋନ ଉଦ୍ୟୋଗ ଜଗତର ନେତୃବୃନ୍ଦ ତଥା ଉଦ୍ୟୋଗୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ୧୫୦ଟି ଡ୍ରୋନ ପାଇଲଟ୍ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସମବେତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡ୍ରୋନ କ୍ଷେତ୍ର ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଛି। ଏହି କ୍ଷେତ୍ର ତାଙ୍କୁ ରୋମାଞ୍ଚିତ କରିଥାଏ ବୋଲି ସେ କହିଥିଲେ। ଡ୍ରୋନ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ଦିନକୁ ଦିନ ଜନସଂଖ୍ୟା ବଢୁଥିବା ବେଳେ ତଦନୁଯାୟୀ ଗାଡ଼ିମୋଟର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ବିଡମ୍ବନାର ବିଷୟ ଉକ୍ତ ସହରର ଟ୍ରାଫିକ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଦିନ ତମାମ ସହରର ମୁଖ୍ୟ ରାସ୍ତା ଗାଡ଼ି ମୋଟର ଦ୍ୱାରା ଅବରୋଧ ହୋଇ ରହୁଛି। କିନ୍ତୁ ଏଥି ପ୍ରତି ପ୍ରଶାସନ କିମ୍ବା ପୋଲିସର ନିଘା ନାହିଁ। ବିଷରପାଟଣା ଠାରୁ ଆରମ୍ଭ କରି ପଲଟନ ପଡିଆ ପର୍ଯ୍ୟନ୍ତ ସଦାବେଳେ ରାସ୍ତା ଜାମ ରହୁଛି। ଯାହାଦ୍ୱାରା ଘଣ୍ଟାଘଣ୍ଟା ଧରି ନିରୀହ ଜନସାଧାରଣମାନେ ହଇରାଣ ହେଉଛନ୍ତି। ବେଳେ ବେଳେ ଆମ୍ବୁଲାନ୍ସ ଗାଡ଼ିକୁ ମଧ୍ୟ ଘଣ୍ଟା ଘଣ୍ଟା ଧରି ରୋଡ଼ରେ ଛିଡା ହେବାକୁ ପଡୁଛି। ତେବେ ପାର୍କିଙ୍ଗ ନିମନ୍ତେ ଏନଏସି ପକ୍ଷରୁ ଅଦ୍ୟାବଧି କୌଣସି ସ୍ଥାନ ନିରୂପଣ କରାଯାଉନାହିଁ, ଯାହା ଫଳରେ ଅମାନିଆ ମାନେ ମନ ଇଛା ଗାଡ଼ି ମୋଟର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ରଖି…
ଭୁବନେଶ୍ୱର: ରକ୍ତ କର୍କଟ ଭଳି ଜଟିଳ ରୋଗରୁ ସୁସ୍ଥ ହେଉଛନ୍ତି ଶିଶୁ। ଭାରତରେ ପ୍ରାୟ ୮୦ ପ୍ରତିଶତ ଶିଶୁ ଏଭଳି ମାରାତ୍ମକ ରୋଗରୁ ଆରୋଗ୍ୟ ଲାଭ କରୁଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି ବିଶେଷଜ୍ଞ। ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ (ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ) ପକ୍ଷରୁ ବିଶ୍ୱ ରକ୍ତ କର୍କଟ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମାରାତ୍ମକ ରୋଗରୁ ଆରୋଗ୍ୟ ଲାଭ କରିବା ନିମେନ୍ତ ଧୈର୍ଯ୍ୟ, ସଚେତନତା ଓ ଆଗୁଆ ରୋଗର ଚିହ୍ନଟ ଏବଂ ଚିକିତ୍ସା ଉପରେ ଗୁରୁତ୍ୱ ଦେଇଛନ୍ତି ଡାକ୍ତର। ଗତ ୫ ବର୍ଷ ମଧ୍ୟରେ ସମ୍ ହସ୍ପିଟାଲରେ ୩୫୦ ଜଣ ଶିଶୁ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪୦ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏବଂ ୭୦ ଜଣଙ୍କର ଚିକିତ୍ସା ଚାଲିଛି ବୋଲି କହିଛନ୍ତି ପେଡିଆଟ୍ରିକ୍ ଅଙ୍କୋଲୋଜି…
ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଯୋଗୁଁ ମାନବଜାତି ବର୍ତ୍ତମାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ପରିବେଶ ଓ ମଣିଷର ସ୍ୱାସ୍ଥ୍ୟ ଉପରେ ଏହାର ଅନେକ ପ୍ରଭାବ ପଡୁଛି। ତେବେ ଜଳବାୟୁ ପରିବର୍ତ୍ତନ ନିମନ୍ତେ ମଣିଷ ନିଜେ ହିଁ ଦାୟୀ। ତେଣୁ ସୌରଶକ୍ତି ଦ୍ୱାରା ହିଁ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ସହ ମୁକାବିଲା କରିହେବ ବୋଲି କହିଛନ୍ତି ସୋଲାର ମ୍ୟାନ ଭାବେ ପରିଚିତ ପ୍ରଫେସର ଚେତନ ସିଂ ସୋଲାଙ୍କି। ଓଡ଼ିଶା ଗସ୍ତରେ ଆସିଥିବା ଆଇଆଇଟି ବମ୍ବେର ପ୍ରଫେସର ସୋଲାଙ୍କି ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଛାତ୍ରଛାତ୍ରୀମାନଙ୍କୁ ନିଜର ନିତ୍ୟ ଆବଶ୍ୟକତା ନିମନ୍ତେ ସୌରଶକ୍ତିର ବ୍ୟବହାର କରିବା ନିମନ୍ତେ ଆହ୍ୱାନ ଦେଇଛନ୍ତି। ସାରା ଭାରତରେ ସୌରଶକ୍ତିର ପ୍ରଚଳନ କରିବା ଲକ୍ଷ୍ୟ ନେଇ ୨୦୨୦ ମସିହାରୁ ଭାରତ ପରିଭ୍ରମଣ ଆରମ୍ଭ କରିଛନ୍ତି ଏହି ସୋଲାର ମ୍ୟାନ। ୧୧ ବର୍ଷ ନିମନ୍ତେ ନିଜର ପରିବାରକୁ ପଛରେ ପକାଇ ଏହି ଜନ ଆନ୍ଦୋଳନ ନିମନ୍ତେ ଯାତ୍ରା ଆରମ୍ଭ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନଠାରେ ୩୫୪୨.୭୯ ଲକ୍ଷ ଟଙ୍କାରେ ନିର୍ମିତ ତିନି ମହଲା ବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ବିକ୍ରମଏହି କେଶରୀ ଆରୁଖ, ଉପସ୍ଥିତ ଥିଲେ। ନନ୍ଦନକାନନକୁ କ୍ରମେ କ୍ରମେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି । ଟ୍ରାଫିକ୍ ସମସ୍ୟା ଓ ସ୍ଥାନାଭାବକୁ ଦୃଷ୍ଟିରେ ରଖି ଏହି ତିନିମହଲା ବିଶିଷ୍ଟ ଗାଡ଼ି ପାର୍କିଂସ୍ଥଳ ନିର୍ମାଣ କରାଯାଇଛି। ପ୍ରତ୍ୟେକ ମହଲା ୫୬୦୦ ବର୍ଗମିଟରର ଏବଂ ଏହି ପାର୍କିଂରେ ସମୁଦାୟ ୫୮୩ଟି ଚାରିଚକିଆ ଯାନ ରହିପାରିବ । ପାର୍କିଂ ନିକଟରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଟିକଟ ଘର, ପାନୀୟ ଜଳ ସୁବିଧା, ଶୌଚାଳୟ, ଡ୍ରାଇଭର ପ୍ରତୀକ୍ଷା ଗୃହ, ଅଗ୍ନିନିର୍ବାପକ ସୁବିଧା, ସିସିଟିଭି ସହିତ ସୌନ୍ଦର୍ଯ୍ୟକରଣ ପାଇଁ ବଗିଚା ଓ ପୁଷ୍କରିଣୀ ଆଦି କରାଯାଇଛି । ତଳେ ୨୦୦୦ ଦୁଇଚକିଆ ଯାନ ରହିବା ଭଳି ମଧ୍ୟ ସୁବିଧା କରାଯାଇଛି। ଏହା…
ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ ଜଙ୍ଗଲରୁ ଦୁଇଟି ଲୁହା ରଡ୍ ବୋଝେଇ ଟ୍ରଲର ଜବତ କରିଛି। ଲୁହା ରଡ୍ ଚୋରା ଚାଲାଣ ଅଭିଯୋଗରେ ଉଭୟ ଟ୍ରଲର ଦୁଇ ଚାଳକ ଏବଂ ୨ ଜଣ ସ୍ଥାନୀୟ ମାଫିଆଙ୍କୁ ଚାନ୍ଦପୁର ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଚମ୍ପାଗଡ ଜଙ୍ଗଲରେ ଲୁହା ରଡ୍ ଚୋରା କାରବାର ଚାଲିଥିବାର ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି ବିଶେଷ ସୂତ୍ରରୁ ଖବର ପାଇଥିଲେ। ସଙ୍ଗେ ସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓଙ୍କ ତତ୍ୱାବଧାନରେ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ସ୍ଥାନରେ ଚଢାଉ କରି ୨ ଗୋଟି ଲୁହା ରଡ୍ ବୋଝେଇ ଟ୍ରଲର ଜବତ କରିଥିଲା। କର୍ଣ୍ଣାଟକରୁ ବଡବିଲ ଯାଉଥିବା ବେଳେ ଉକ୍ତ ଜଙ୍ଗଲରେ ମାଫିଆ ମାନେ ଲୁହା ରଡ୍ ଚୋରା ଚାଲାଣ କରୁଥିବା ବେଳେ ଚଢାଉ କରାଯାଇଥିଲା। ଚଢାଉ ବେଳେ ୨ ଟ୍ରଲର ଚାଳକଙ୍କ ସହ ୨…

